ରଘୁନାଥ ଗମାଙ୍ଗ

ଓଡ଼ିଆ ରାଜନୀତିଜ୍ଞ

ରଘୁନାଥ ଗମାଙ୍ଗ (ଜନ୍ମ: ୧୫ ଜୁଲାଇ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରଘୁନାଥ ଗମାଙ୍ଗ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀତ୍ରିନାଥ ଗମାଙ୍ଗ
ପର ଅଧିକାରୀସତ୍ୟଜୀତ ଗମାଙ୍ଗ
ନିର୍ବାଚନ ମଣ୍ଡଳୀଗୁଣୁପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-07-15) ୧୫ ଜୁଲାଇ ୧୯୫୯ (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସୌଦାମିନୀ ଗମାଙ୍ଗ
ବାପା/ବୋଉଖଇରୁ ଗମାଙ୍ଗ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ରଘୁନାଥ ଗମାଙ୍ଗ ୧୯୫୯ ମସିହାର ଜୁଲାଇ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଖଇରୁ ଗମାଙ୍ଗ ଓ ପତ୍ନୀଙ୍କ ନାମ ସୌଦାମିନୀ ଗମାଙ୍ଗ ।[୧]

ରାଜନୈତିକ ଜୀବନ

ସମ୍ପାଦନା

ରଘୁନାଥ ଗମାଙ୍ଗ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୪୭,୭୫୨ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ସତ୍ୟଜୀତ ଗମାଙ୍ଗଙ୍କ ଠାରୁ ୨୯,୮୮୫ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୨]

  1. ୧.୦ ୧.୧ "Shri Raghunath Gomango". odishaassembly.nic.in. Odisha Assembly. Retrieved 31 October 2021.
  2. "General Election to Gunupur (Odisha)". Election Commission of India. Retrieved 11 June 2024.

ବାହାର ଆଧାର

ସମ୍ପାଦନା
  •   ଉଇକିମିଡ଼ିଆ କମନ୍ସରେ Raghunath Gomango-ସମ୍ପର୍କିତ ମିଡ଼ିଆ