Pag is on an island.
Pag is on an island.
ହାତୀପଥର, ରାୟଗଡ଼ା
ହାତୀପଥର, ରାୟଗଡ଼ା (Odisha)

ହାତୀପଥର ରାୟଗଡ଼ା ଜିଲ୍ଲାର ପ୍ରମୁଖ ଆକର୍ଷଣ ତଥା ଏକ ଦର୍ଶନୀୟ ସ୍ଥାନ[୧] [୨] [୩][୪][୫]ରାୟଗଡ଼ା ସହରଠାରୁ ପ୍ରାୟ ୩ କି.ମି ଦୂରରେ ନାଗାବଳୀ ନଦୀର ଉପରେ ଏକ ଛୋଟ ଜଳପ୍ରପାତ ନିକଟରେ ଦୁଇଟି ବିରାଟକାୟ ଶୀଳାଖଣ୍ଡ ଦୁଇଟି ହାତୀର ଭ୍ରମ ସୃଷ୍ଟି କରୁଥିବାରୁ ଏହାର ନାମକରଣ ଏପରି ହୋଇଥିବାର ଅନୁମାନ କରାଯାଏ[୬][୭][୮][୯][୧୦] । ୨୦୦୬ ମସିହାର ପ୍ରବଳ ବୃଷ୍ଟିପାତ ଫଳରେ ନାଗାବଳୀ ନଦୀ ହାତୀପଥର ନିକଟରେ ତାହାର ଗତିପଥ ପରିବର୍ତ୍ତନ କରିଥିବାରୁ ନିର୍ମାଣାଧୀନ କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ[୧୧] ନଷ୍ଟ ହୋଇଯିବା ସହ ବର୍ତ୍ତମାନ ଏହାର ଆକର୍ଷଣ ହ୍ରାସ ପାଇଅଛି[୧୨] । ତେବେ ହାତୀପଥରର ପୁନରୁଦ୍ଧାର ନିମନ୍ତେ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି[୧୩] । ତଥାପି ଅଦ୍ୟାପି ହାତୀପଥର ଏହାର ପରିବର୍ତ୍ତିତ ରୂପରେ ଆଖପାଖର ନିମ୍ନଲିଖିତ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ସହ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରେ ।

ଆଖପାଖ ଅଞ୍ଚଳର ଦର୍ଶନୀୟ ସ୍ଥାନ
ନାମ ପ୍ରସିଦ୍ଧି
ମଝିଘରିଆଣୀ ମନ୍ଦିର ଦେବୀ ମଝିଘରିଆଣୀ
ଚେକାଗୁଡା ଝୁଲନ୍ତା ପୋଲ
ରାଣୀଗୁଡା ମା ମଙ୍ଗଳା ମନ୍ଦିର
ରାୟଗଡା ମୁଖ୍ୟ ସଡକ ଜଗନ୍ନାଥ ମନ୍ଦିର
ପିତାମହଲ ଶିବ ମନ୍ଦିର

ଆଧାର ସମ୍ପାଦନା

  1. "Hatipathara". 29 October 2015. Archived from the original on 4 March 2016. Retrieved 29 October 2015.
  2. "Tourism". Tourism Department. Retrieved 5 July 2015.
  3. "Hatipathar in odisha360.com"
  4. "Encyclopedia of Indian Tourism resources-Google books"
  5. Patra, Dasarathy. Tribal Tourism and Culture (PDF). Orissareview-November,2011. pp. 63–68.
  6. ""Places of interest in Rayagada"". Archived from the original on 2013-10-14. Retrieved 2014-11-06.
  7. "Tourism" (PDF). cesorissa.org. State of the Enviornment Report - Orissa, 2007. Archived from the original (PDF) on 23 September 2015. Retrieved 24 June 2015.
  8. ""Rayagada district information"". Archived from the original on 2015-06-26. Retrieved 2014-11-06.
  9. ""Hatipathar waterfall, Rayagada"". Archived from the original on 2014-11-06. Retrieved 2014-11-06.
  10. ""Orissa tourism- Hatipathar waterfall"". Archived from the original on 2014-11-06. Retrieved 2014-11-06.
  11. "ହାତୀପଥର କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ"
  12. "The Hindu"
  13. ""ହାତୀପଥର ପୁନରୁଦ୍ଧାର ପ୍ରକଳ୍ପ"". Archived from the original on 2014-11-07. Retrieved 2014-11-08.

ବାହାର ତଥ୍ୟ ସମ୍ପାଦନା