ଝୁଲନ୍ତା ପୋଲ, ରାୟଗଡ଼ା
ରାୟଗଡ଼ାର ଝୁଲନ୍ତା ପୋଲ ହେଉଛି ସହରର ଏକ ବିଶେଷ ଆକର୍ଷଣ । ଏହାର ଅନ୍ୟ ଏକ ବିଶେଷତ୍ୱ ହେଲା ଏହା ହେଉଛି ଓଡ଼ିଶାର ଦ୍ୱାତିୟ ଝୁଲନ୍ତା ପୋଲ[୧][୨] । ପୋଲଟି ନାଗାବଳୀ ନଦୀ ଉପରେ ଏହାର ଦୁଇ ପାର୍ଶ୍ୱରେ ଥିବା ଅଞ୍ଚଳକୁ ଯୋଗାଯୋଗ କରିବା ପାଇଁ ଏକ ମାତ୍ର ମାଧ୍ୟମ । ଏତଦ୍ ବ୍ୟତୀତ ପୋଲଟି ପର୍ଯ୍ୟଟକମାନଙ୍କ ପାଇଁ ଏକ ବିଶେଷ ଆକର୍ଷଣ[୩] ।
ଇତିହାସ
ସମ୍ପାଦନାକର୍ଣ୍ଣାଟକସ୍ଥିତ ଭାରତ ଗ୍ରାମ ସେତୁ ପ୍ରତିଷ୍ଠାନର ମୁଖ୍ୟ ଗିରୀଶ ଭରଦ୍ୱାଜଙ୍କଦ୍ୱାରା ଡିଜାଇନ କରାଯାଇଥିବା ଏହି ସେତୁ ଓଡ଼ିଶା ପୋଲିସ ହାଉସିଂ କର୍ପୋରେଶନଦ୍ୱାରା ୨୦୧୨ ମସିହାରେ ନିର୍ମିତ[୪][୫] । ସ୍ଥାନୀୟ ଜିଲ୍ଲା ପ୍ରଶାସନର ଉଦ୍ୟମରେ ନିର୍ମିତ ଏହି ପ୍ରକଳ୍ପରେ ୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ପୋଲ ନିର୍ମାଣ ଯୋଗୁଁ ପୋଲ ସେପାରିରେ ଥିବା ଗ୍ରାମବାସୀ ଏଣିକି ଆଉ କୋଲନରା ଦେଇ ନ ଆସି ସିଧା ସଳଖ ରାୟଗଡାରେ ପହଞ୍ଚି ପାରିବେ ଓ ଏହାଦ୍ୱାରା ସେମାନଙ୍କୁ ରାୟଗଡାର ଦୂରତା ୨୫ କି.ମି. କମିଯାଈଛି[୬][୭][୮][୯] ।
ବିଶେଷତ୍ୱ
ସମ୍ପାଦନାପୋଲଟି 151 metres (495 ft) ବ୍ୟାପିଛି ଏବଂ ଭୂମିଠାରୁ 30.48 metres (100.0 ft) ଉପରେ ଅବସ୍ଥିତ[୧୦][୧୧] । ଓଡ଼ିଶାର ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲକୁ ଛାଡିଦେଲେ ଓଡ଼ିଶାରେ ଏଭଳି ଝୁଲା ପୋଲ ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ । ଜିଲ୍ଲା ପ୍ରଶାସନ ସହାୟତାରେ ନିର୍ମିତ ଏଭଳି ପ୍ରକଳ୍ପର ଅନ୍ୟ ଏକ ଉଦାହରଣ ଓଡ଼ିଶାରେ ଦେଖିବାକୁ ମିଳେନି[୧୨] । ପ୍ରକଳ୍ପଟି ୨୦୧୧ ମସିହାରେ ଆରମ୍ଭ ହୋଇ ମାତ୍ର ତିନି ମାସର ରେକର୍ଡ ସମୟ ମଧ୍ୟରେ ସମ୍ପନ୍ନ ହୋଇପାରିଥିଲା ।
ଭୌଗୋଳିକ ଅବସ୍ଥାନ
ସମ୍ପାଦନାରାୟଗଡା ସହର ନିକଟବର୍ତ୍ତି ଚେକାଗୁଡାଠାରେ ପୋଲଟି ଅବସ୍ଥିତ । ଏହାର ଭୌଗୋଳିକ ଅବସ୍ଥାନ ହେଉଛି Lat 19° 10′ 02″ N and Lon. 83° 25′ 58″ E.
ଆଧାର
ସମ୍ପାଦନା- ↑ "Tourdiaryofdr.A.K.Padhy,IAS"
- ↑ ""District Portal of Rayagada district"". Archived from the original on 2015-02-14. Retrieved 2015-01-15.
- ↑ ""Newodisha"". Archived from the original on 2015-02-14. Retrieved 2015-01-15.
- ↑ "ÖPHWC"
- ↑ "2.imimg" Archived 2014-12-17 at Archive.is Tender Notice
- ↑ "ଆର୍କାଇଭ୍ କପି". Archived from the original on 2014-12-31. Retrieved 2015-01-15.
{{cite web}}
: Cite has empty unknown parameter:|1=
(help) - ↑ ""Koraputonline"". Archived from the original on 2014-12-31. Retrieved 2015-01-15.
- ↑ "Indiablooms"
- ↑ "thehindu"
- ↑ "Odishadiary" Archived 2013-10-10 at the Wayback Machine. Odisha's second suspension bridge
- ↑ ""IBNLIVE"". Archived from the original on 2014-12-13. Retrieved 2015-01-15.
- ↑ ""eodisha"". Archived from the original on 2015-03-22. Retrieved 2015-01-15.
ବାହାର ଲିଙ୍କ
ସମ୍ପାଦନା- "Official site of Rayagada district" Archived 2015-03-20 at the Wayback Machine.
- "NUAODISHA"
19°10′02″N 83°25′58″E / 19.16722°N 83.43278°E
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |