ନାଗାବଳୀ ନଦୀ
ନାଗାବଳୀ ନଦୀ (ତେଲୁଗୁ ଭାଷା: నాగావళి నది) ଦକ୍ଷିଣ ଓଡ଼ିଶା ତଥା ଉତ୍ତର-ପୂର୍ବ ଆନ୍ଧ୍ର ପ୍ରଦେଶରେ ପ୍ରବାହିତ ଏକ ପ୍ରମୁଖ ନଦୀ ଅଟେ । ଏହି ନଦୀର ଅନ୍ୟ ଏକ ନାମ ହେଉଛି ଲାଙ୍ଗୁଲ୍ୟ ।
ନାଗାବଳୀ ନଦୀ | |
ନାଗାବଳୀ ନଦୀ | |
River | |
ଦେଶ | ଭାରତ |
---|---|
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ରାୟଗଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା |
Cities | ରାୟଗଡ଼ା, ଶ୍ରୀକାକୁଲମ |
Landmark | ହାତୀପଥର, ରାୟଗଡ଼ା |
Source | ଲାଖବାହାଲ |
Mouth | ବଙ୍ଗୋପସାଗର |
Length | ୨୫୬ km (୧୫୯ mi) |
ଉତ୍ପତ୍ତି
ସମ୍ପାଦନାକଳାହାଣ୍ଡି ଜିଲ୍ଲାର ଲାଖବାହାଲ ନିକଟସ୍ଥ ଏକ ପାହାଡ଼ରୁ ପ୍ରାୟ ୧୩୦୦ ମିଟଋ ଉଚ୍ଚତାରୁ ଉତ୍ପତ୍ତି ହୋଇ ନଦୀଟି ରାୟଗଡ଼ା ଜିଲ୍ଲା, କୋରାପୁଟ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବାହିତ ହୋଇ ଆନ୍ଧ୍ରର କଲେଇପାଲ୍ଲୀ ନିକଟରେ ବଙ୍ଗୋପସାଗରରେ ପଡ଼ିଅଛି । [୧] ସମୁଦାୟ ୨୫୬ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ନଦୀର ୧୬୧ କି.ମି. ଅଂଶ ଓଡ଼ିଶାରେ ପ୍ରବାହିତ । ଅବଶିଷ୍ଟ ଅଂଶ ଆନ୍ଧ୍ର ପ୍ରଦେଶରେ ପ୍ରବାହିତ ।[୨] ନଦୀଟିର ଭୌଗୋଳିକ ଅବସ୍ଥିତି ହେଉଛି- ଦ୍ରାଘିମା ୧୮° ୧୦′ରୁ ୧୯° ୪୪′ ଉତ୍ତର ଏବଂ ଅକ୍ଷାଂଶ ୮୨° ୫୩′ରୁ ୮୪° ୦୫′ ପୂର୍ବ ।[୩] ଏହାର ଏକ ମୁଖ୍ୟ ଉପନଦୀ ଝଞ୍ଜାବତୀ ରାୟଗଡ଼ା ନିକଟରେ ଏହି ନଦୀରେ ମିଶିଅଛି । ଅନ୍ୟାନ୍ୟ ଉପନଦୀମାନେ ହେଲେ ବେଗବତୀ, ସୁବର୍ଣ୍ଣମୁଖି, ଶିରୀକୋଣା ଇତ୍ୟାଦି ।[୪] ଆନ୍ଧ୍ର ପ୍ରଦେଶରେ ପ୍ରାୟ ୯୫ କି.ମି. ପ୍ରବାହିତ ହେବା ପରେ ଏହା ବଙ୍ଗୋପସାଗରରେ ମିଶିଅଛି । ଏହାର ଉତ୍ତରରେ ବଂଶଧାରା ନଦୀ, ଦକ୍ଷିଣରେ ଚମ୍ପାବତୀ ନଦୀ, ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ଗୋଦାବରୀ ନଦୀ ପ୍ରବାହିତ ।[୩] ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ହୋଇଥିବା ଆନ୍ତଃରାଜ୍ୟ ଚୁକ୍ତିନାମା ଅନୁଯାୟୀ ଓଡ଼ିଶା 556 Mm3(20TMC) ପର୍ଯ୍ୟନ୍ତ ନାଗାବଳୀର ଜଳ ବ୍ୟବହାର କରିପାରିବ; ଯଦିଓ ବର୍ତ୍ତମାନ ବ୍ୟବହୃତ ଜଳ ତାଠାରୁ କମ୍ । [୫]
ଉପକୂଳ ଅଞ୍ଚଳ
ସମ୍ପାଦନାଏହି ନଦୀର କୂଳରେ ଅବସ୍ଥିତ ସହରମାନଙ୍କ ମଧ୍ୟରେ ରାୟଗଡ଼ା, ଜେ.କେ.ପୁର ଓ ଶ୍ରୀକାକୁଲମ ଅନ୍ୟତମ । ଏକ ପ୍ରକାଶିତ ରିପୋର୍ଟ ଅନୁସାରେ, ଜେ.କେ. କାଗଜ କଳରୁ ନିଷ୍କାସିତ ରାସାୟନିକ ଆବର୍ଜନାଦ୍ୱାରା ନାଗାବଳୀ ଜଳରେ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଛି । [୬] ରାୟଗଡ଼ା ନିକଟରେ ନାଗାବଳୀର ଗତିପଥରେ ହାତୀପଥର ଏକଦା ଏକ ଦର୍ଶନୀୟ ସ୍ଥାନ ଥିଲା ।
ଆଧାର
ସମ୍ପାଦନା- ↑ Nag, Prithvish (1997). Geography and Environment: Regional lissues. Concept Publishing Company. pp. 96 and 97.
- ↑ "Rivers in India-Nagavali River". Retrieved 13 June 2015.
- ↑ ୩.୦ ୩.୧ "INTEGRATED HYDROLOGICAL DATA BOOK" (PDF). WATER PLANNING & PROJECTS WING,C.W.C, NEW DELHI. Archived from the original (PDF) on 20 May 2014. Retrieved 14 June 2015.
- ↑ "Nagavali River". Retrieved 13 June 2015.
- ↑ "Orissa State Water plan-2004"
- ↑ "Seasonal Variation of Nagavali River Water Quality at the Vicinity of Paper Mill near Jaykaypur, Odisha, India" (PDF). Department of Chemistry, Berhampur University,. Retrieved 14 June 2015.
{{cite web}}
: CS1 maint: extra punctuation (link)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |