ଥେରୁବାଲି
ଥେରୁବାଲି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ । ଈମ୍ଫା(IMFA)]ର ମୁଖ୍ୟ କାରଖାନା ଏଠାରେ ରହିଛି[୧] ।
ଥେରୁବାଲି
(Therubali) | |
---|---|
ଗାଆଁ | |
ଦେଶ | India |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ରାୟଗଡ଼ା |
Elevation | 248 m (814 ft) |
Population (2011) | |
• Total | ୧,୭୮୩ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | OD 18 |
ଭୂଗୋଳ
ସମ୍ପାଦନାଥେରୁବାଲିର ଭୌଗୋଳିକ ଅବସ୍ଥାନ ହେଉଛି 19°20′N 83°26′E / 19.33°N 83.43°E.[୨] । ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ୨୪୮ ମିଟର (୮୧୩ ଫୁଟ) । ଏହି ଗ୍ରାମ ଜିଲ୍ଲା ସଦର ମହକୁମାଠାରୁ ୨୧ କି.ମି ଉତ୍ତରକୁ ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୩୧୯ କି.ମି ଦୂରରେ ଅବସ୍ଥିତ । ଏହାର ନିକଟତମ ରେଳ ଷ୍ଟେସନ ହେଉଛି ରାୟଗଡ଼ା ଏବଂ ନିକଟତମ ବିମାନବନ୍ଦର ଭୁବନେଶ୍ୱର । ଏହି ଗ୍ରାମ କୋଲନରା ତହସିଲ ଅଧୀନରେ ରହିଛି ।
ଜନସଂଖ୍ୟା
ସମ୍ପାଦନା୨୦୧୧ ଜନଗଣନା ଅନୁଯାୟୀ ଏଠାକାର ମୋଟ ଲୋକସଂଖ୍ୟା ହେଉଛି ୧୭୮୩ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୯୨୦ ଏବଂ ମହିଳା ସଂଖ୍ୟା ୮୬୩[୩] ।
ଅର୍ଥନୀତି ଓ ପର୍ଯ୍ୟଟନ
ସମ୍ପାଦନାରାୟଗଡା ଜିଲ୍ଲାର ଅର୍ଥନୀତିର ବିକାଶରେ ଈମ୍ଫାର ବିଶେଷ ଅବଦାନ । ଏଠାରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର ଏକ ଦର୍ଶନୀୟ ସ୍ଥାନ[୪] । ଏଠାରେ ଲକ୍ଷ୍ମୀନାରାୟଣ, ହନୁମାନ, ଜଗନ୍ନାଥ, ବଳଭଦ୍ର,ସୁଭଦ୍ରା ଏବଂ ଶିବଙ୍କର ଆରାଧନା କରାଯାଏ । ନିକଟରେ ଥିବା ପାଇକପଡ଼ାର ପାତାଳେଶ୍ୱର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ[୫] । ଏଠାକାର ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା:
- "ଚିନ୍ମୟ ବିଦ୍ୟାଳୟ", ଥେରୁବାଲି ।
- ସରକାରୀ ଇମ୍ଫା କ୍ୟାମ୍ପସ୍ ହାଇସ୍କୁଲ, ଥେରୁବାଲି ।
ଆଧାର
ସମ୍ପାଦନା- ↑ "(imfa)ଇମ୍ଫାର ଫେରୋ ଆଲୟ ୟୁନିଟ୍ "
- ↑ Falling Rain Genomics, Inc - Rayagada. Fallingrain.com. Retrieved on 2013-02-09.
- ↑ "Population finder-2011 census"
- ↑ "" ରାୟଗଡା ଜିଲ୍ଲାର ଦର୍ଶନୀୟ ସ୍ଥାନ"". Archived from the original on 2015-09-24. Retrieved 2014-10-15.
- ↑ "ପାଇକପଡ଼ାର ପାତାଳେଶ୍ୱର ଶିବ ମନ୍ଦିର"
ବାହାର ତଥ୍ୟ
ସମ୍ପାଦନାଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |