ଜଗନ୍ନାଥ ସାରକା

ଓଡ଼ିଆ ରାଜନୀତିଜ୍ଞ

ଜଗନ୍ନାଥ ସାରକା ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ଜଣେ ବିଧାୟକ । ବିଜୁ ଜନତା ଦଳ ଟିକେଟରେ ସେ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଷମ କଟକ ବିଧନସଭା ନିର୍ବାଚନ ମଣ୍ଡଳିର ବିଧାୟକ ଭାବେ ନିର୍ବାଚିତ ନିର୍ବାଚିତ ହୋଇଛନ୍ତି ।

ଜଗନ୍ନାଥ ସାରକା
ସଦସ୍ୟ, ବିଧାନ ସଭା
ନିର୍ବାଚନ ମଣ୍ଡଳୀବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବ୍ୟକ୍ତିଗତ ସବିଶେଷ
ଜନ୍ମ (1973-06-10) ୧୦ ଜୁନ ୧୯୭୩ (ବୟସ ୫୧)
ମୁଣ୍ଡା, ଓଡ଼ିଶା
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଶ୍ରୀମତି ଦମୟନ୍ତୀ କିଲାକା
ଘରରାୟଗଡ଼ା

ବିଷମ କଟକର ଝିଗିଡି ପଞ୍ଚାୟତ ଅଧିନସ୍ଥ ମୁଣ୍ଡା ଗ୍ରାମରେ ତାଙ୍କର ଜନ୍ମ ୧୯୭୩ ମସିହା ଜୁନ ୧୦ ତାରିଖରେ । ଶ୍ରୀମତି ଦମୟନ୍ତି କିଲାକା ତାଙ୍କର ସହଧର୍ମିଣୀ । ଆଇନରେ ଡିଗ୍ରୀ ହାସଲ କରି ଜଣେ ଓକିଲ ଭାବେ ସେ ତାଙ୍କର ବୃତ୍ତି ଆରମ୍ଭ କରିଥିଲେ । କୃଷୀ କାର୍ଯ୍ୟ କରିବା ସହ ସାମାଜିକ କାର୍ଯ୍ୟରେ ଜଡ଼ିତ ଥିଲେ ।

ରାଜନୈତିକ ଜୀବନ

ସମ୍ପାଦନା

୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ହିଜୁ ଜନତା ଦଳର ପ୍ରାର୍ଥୀ ଭାବେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡମ୍ବୁରୁଧର ଉଲ୍ଲାକାଙ୍କୁ ୨୯,୧୮୬ ଭୋଟରେ ପରାଜୟ କରି ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।[୧]. ପରବର୍ତ୍ତୀ ବିଧାନ ସଭା ନିର୍ବାଚନରେ ମଧ୍ୟ ସେ ଦ୍ୱୀତୀୟଥର ପାଇଁ ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୁ ବିଧାୟକ ଭାବେ ନିର୍ବାଚିତ ହୋଇ ନବୀନ ପଟ୍ଟନାୟନଙ୍କ ମନ୍ତ୍ରୀ ମଣ୍ଡଳରେ ଜଣେ ରାଷ୍ଟ୍ର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫୯,୦୪୩ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ନୀଳମାଧବ ହିକ୍କାଙ୍କୁ ୯,୪୦୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ ।[୨]

  1. "Constituency Wise odisha Assembly Election result 2014". Leadtech.in. Archived from the original on 2014-08-18. Retrieved 15 June 2014.
  2. "General Election to Bissam Cuttack (Odisha)". Election Commission of India. Retrieved 11 June 2024.

ବାହାର ଆଧାର

ସମ୍ପାଦନା