ଗଜପତି ଜିଲ୍ଲା

ଓଡ଼ିଶାର ଜିଲ୍ଲା, ଭାରତ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

ଗଜପତି ଜିଲ୍ଲା
ଓଡ଼ିଶାର ଜିଲ୍ଲା
ଓଡ଼ିଶାରେ ଅବସ୍ଥିତି
ଓଡ଼ିଶାରେ ଅବସ୍ଥିତି
Coordinates: 18°53′N 84°12′E / 18.88°N 84.2°E / 18.88; 84.2
ଦେଶ ଭାରତ
ରାଜ୍ୟ ଓଡ଼ିଶା
ବ୍ଲକ & ତହସିଲ07
ଜିଲ୍ଲା ଗଠନ୨ ଅକ୍ଟୋବର ୧୯୯୨
Founded byଓଡ଼ିଶା ସରକାର
Named forକୃଷ୍ଣଚନ୍ଦ୍ର ଗଜପତି
ମୁଖ୍ୟାଳୟନୂଆଗଡ଼
ବ୍ଲକ & ତହସିଲପାରଳାଖେମୁଣ୍ଡି (ଗୋଷାଣୀ)
କାଶୀନଗର
ଗୁମ୍ମା
ରାୟଗଡ଼ା
ନୂଆଗଡ଼
ଆର. ଉଦୟଗିରି
ମୋହନା
Government
 • ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଲିଙ୍ଗରାଜ ପଣ୍ଡା, ଆଇଏଏସ
 • ଏସପିସ୍ୱାତୀ ଏସ. କୁମାର, ଆଇପିଏସ
 • ସାଂସଦ (ବ୍ରହ୍ମପୁର)ଚନ୍ଦ୍ର ଶେଖର ସାହୁ, ବିଜେଡି
 • ବିଧାୟକ (Mohana)ଦାଶରଥୀ ଗମାଙ୍ଗୋ, କଂଗ୍ରେସ
Area
 • ସମୁଦାୟ3850 km2 (1,490 sq mi)
 • Rank୧୬ତମ
Elevation
850 m (2,790 ft)
Population
 (୨୦୧୧)[୧]
 • Total୫୭୭୮୧୭
 • Rank୨୮ତମ
 • Density133/km2 (340/sq mi)
Demonymଗଜପତିଆ
ଭାଷାସମୂହ
 • ସରକାରୀଓଡ଼ିଆ, ଇଂରାଜୀ
 • ଅନ୍ୟ ସ୍ଥାନୀୟ ଭାଷାସଉରା • କୁଇ
Time zoneUTC+୫:୩୦ (ଆଇ.ଏସ.ଟି.)
ପିନ
୭୬୧ xxx
ଟେଲିଫୋନ କୋଡ଼୦୬୮୧୫ ପାରଳାଖେମୁଣ୍ଡି
୦୬୮୧୬ ମୋହନା
୦୬୮୧୭ ଆର. ଉଦୟଗିରି
ଯାନବାହାନ ପଞ୍ଚୀକରଣOD-20
ନିକଟତମ ନଗରବ୍ରହ୍ମପୁର
ଲିଙ୍ଗ ଅନୁପାତ୧୦୪୨ /
ସାକ୍ଷରତା୫୩.୪୯%
ଲୋକ ସଭା ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ଓଡ଼ିଶା ବିଧାନ ସଭା
 
ପାଣିପାଗAw (Köppen)
ଆର୍ଦ୍ରତା1,403.3 millimetres (55.25 in)
ମଧ୍ୟମ ଗ୍ରୀଷ୍ମ ତାପମାତ୍ରା38 °C (100 °F)
ମଧ୍ୟମ ଶୀତ ତାପମାତ୍ରା18 °C (64 °F)
Websitewww.gajapati.nic.in

ଗଜପତି ଜିଲ୍ଲା, ଓଡ଼ିଶାର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲା । ଗଜପତି ଜିଲ୍ଲାର ନାମକରଣ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ , ଯିଏକି ପାରଳାଖେମୁଣ୍ଡି ଜମିଦାରୀର ପୂର୍ବତନ ରାଜା ସାହେବ ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ଯାହାଙ୍କର ଅବଦାନ ଯୋଗୁଁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନ ସମ୍ଭବ ହୋଇପାରିଥିଲା ଏବଂ ପାରଳାଖେମୁଣ୍ଡି ଜମିଦାରୀ ଓଡ଼ିଶାରେ ଅବସ୍ଥାପିତ ହୋଇପାରିଛି । ୧୯୯୨ ମସିହାର ଅକ୍ଟୋବର ୨ ତାରିଖରୁ ଗଜପତି ଜିଲ୍ଲା ଗଞ୍ଜାମ ଜିଲ୍ଲାଠାରୁ ସ୍ୱତନ୍ତ୍ର ଭାବରେ ଜିଲ୍ଲାର ମାନ୍ୟତା ହାସଲ କରିଥିଲା । ତେବେ ଏହା ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡି ଉପଖଣ୍ଡରେ ନାମିତ ଥିଲା । ତାହା ବର୍ତ୍ତମାନ ଗଜପତି ଜିଲ୍ଲା ନାମିତ ହୋଇଛି । ବର୍ତ୍ତମାନ ମୋଟରେ ୭ଟି ତହସିଲ, ୭ଟି ବ୍ଲକ, ୧୫୩୪ଟି ଗ୍ରାମ, ୧୪୯ ଗ୍ରାମ ପଞ୍ଚାୟତ, ୧୦ଟି ପୋଲିସ ଥାନା ରହିଛି ।

୩,୮୫୦ ବର୍ଗ କିଲୋମିଟର କ୍ଷେତ୍ରଫଳରେ ଗଜପତି ଜିଲ୍ଲା ରହିଛି ଓ ଏହା ୧୮ ଡିଗ୍ରୀ ୪୪ ମିନିଟରୁ ୧୯ ଡିଗ୍ରୀ ୩୦ ମିନିଟ ଉତ୍ତର ଅକ୍ଷାଂଶ ଏବଂ ୮୩ ଡିଗ୍ରୀ ୪୮ ମିନିଟରୁ ୮୪ ଡିଗ୍ରୀ ୦୮ ମିନିଟ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଗଜପତି ଜିଲ୍ଲାର ପାଣିପାଗ ପ୍ରାୟ ୧୨.୫ ଡିଗ୍ରୀରୁ ୪୨ ଡିଗ୍ରୀ ପାରଦ ଓ ବାର୍ଷିକ ବର୍ଷାପାତ ହାରାହାରି ୧୯୨୫.୬ ମିଲିମିଟର ଅଟେ । ଏହି ଜିଲ୍ଲାର ଦକ୍ଷିଣ ପଟେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ , ପୂର୍ବ ପଟେ ଗଞ୍ଜାମ ଜିଲ୍ଲା ,ପଶ୍ଚିମ ପଟେ ରାୟଗଡ଼ା ଜିଲ୍ଲା ଓ ଉତ୍ତର ପଟେ କନ୍ଧମାଳ ଜିଲ୍ଲା ରହିଛି।

ଇତିହାସ ସମ୍ପାଦନା

ଗଜପତି ରାଜବଂଶର ଇତିହାସ ଆଜି ମଧ୍ୟ ଗଜପତି ଜିଲ୍ଲାର ଇତିହାସରେ ସ୍ୱର୍ଣ ଅକ୍ଷରରେ ଲିପିବଦ୍ଧ ହୋଇରହିଛି । ଗଜପତି ଜିଲ୍ଲାର ଐତିହାସିକ ଦସ୍ତବେଜରୁ ଜଣାଯାଏ ଯେ , ଏହାର ଇତିହାସ ସାଧାରଣତଃ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ରାଜାଭିଶେଖ ଦିନଠାରୁ ଗଣନା କରାଯାଏ । ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ ଜଣେ ବିଚକ୍ଷଣ ତଥା ସର୍ବଗୁଣସମ୍ପନ୍ନ ରାଜା ଥିଲେ , ଯିଏ କି ଓଡ଼ିଶାରେ ପ୍ରାୟତଃ ସାତଶହ ବର୍ଷରୁ ଉର୍ଦ୍ଧ ପ୍ରଭାବ ବିସ୍ତାର କରିଥିବା ଗଜପତି ରାଜବଂଶୀୟ ରାଜା ଥିଲେ । ସେହି ସମୟରେ ଓଡ଼ିଶାର ସୀମା ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ନେଲୁର ଜିଲ୍ଲାର ଉଦୟଗିରି ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସମଗ୍ର ଗଞ୍ଜାମ ଜିଲ୍ଲା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲା । ପଞ୍ଚଦଶ ଶତାଦ୍ଧିର ଶେଷ ଭାଗରେ କଲାହୋମ , କପିଳେନ୍ଦ୍ର ଦେବଙ୍କ ପୁତ୍ର ଏଠାରେ ଆଧିପତ୍ୟ ବିସ୍ତାର କରି ନିଜର ରାଜବଂଶ ପାରଳାଖେମୁଣ୍ଡିଠାରେ ସ୍ଥାପନ କରିଥିଲେ । ସେହି ସମୟରେ ଗଞ୍ଜାମ ଜିଲ୍ଲାର ଦକ୍ଷିଣ ପଶ୍ଚିମ ଭାଗରେ ଥିବା ପାରଳାଖେମୁଣ୍ଡିରେ ଜମିଦାରୀ ପ୍ରଥା ପ୍ରଚଳିତ ଥିଲା ଓ ମାଲିୟା ସମ୍ପ୍ରଦାୟର ଜନଜାତି ଏଠାରେ ପ୍ରଭାବ ବିସ୍ତାର କରିଥିଲେ । ଉପଲବ୍ଧ ଥିବା ଅଭିଲେଖ ତଥା ଦସ୍ତବେଜରୁ ଜଣାଯାଏ ଯେ , ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ ହେଉଛନ୍ତି ସେହି ବ୍ୟକ୍ତିତ୍ୱ , ଯିଏ କି ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାରେ ତଥା ପରଳାଖେମୁଣ୍ଡିକୁ ନବ ଗଠିତ ଓଡ଼ିଶା ପ୍ରଦେଶରେ ମିଶାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଗଜପତି ଜିଲ୍ଲା ୧୯୯୨ ମସିହା ଅକ୍ଟୋବର ୨ ତାରିଖଠାରୁ ଏକ ସ୍ୱତନ୍ତ୍ର ଜିଲ୍ଲା ଭାବରେ କାର୍ଯ୍ୟକ୍ଷମ ହୋଇ ଆସୁଅଛି। ଏଠାରେ ଥିବା ବିଭିନ୍ନ ସ୍ତୂପ , ପ୍ରାସାଦ ତଥା ଅନ୍ୟାନ୍ୟ କଳାକୃତି ଗଜପତି ଜିଲ୍ଲାର ଐତିହ୍ୟକୁ ଓଡ଼ିଶା ପ୍ରଦେଶର ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି । ଗଜପତି ରାଜ ପ୍ରସାଦ , ବୃନ୍ଦାବନ ପ୍ୟାଲେସ ପରି ପ୍ରସାଦ ତଥା ସେରଙ୍ଗ, ମହେନ୍ଦ୍ରଗିରି ଓ ଜିରାଙ୍ଗଠାରେ ଥିବା ସ୍ତୂପ ତଥା ଦର୍ଶନୀୟ ସ୍ଥାନ ସମୂହ ଏହାର ଐତିହାସିକ ଗୁରୁତ୍ୱକୁ ଉପସ୍ଥାପନ କରୁଅଛି ।

ଭୂଗୋଳ ସମ୍ପାଦନା

ଗଜପତି ଜିଲ୍ଲାର ଆୟତନ ୩,୮୫୦ ବର୍ଗ କିମି୤

 
ଗଜପତି ଜିଲ୍ଲାର ମୁନିସିଂଠାରୁ ସେରଙ୍ଗା ଯାଏ ରାସ୍ତା କଡ଼ରେ ଧାନକ୍ଷେତ

ଅବସ୍ଥିତି ସମ୍ପାଦନା

ଜନସଂଖ୍ୟା ସମ୍ପାଦନା

୨୦୧୧ ଜନଗଣନା[୨] ଅନୁସାରେ, ଗଜପତି ଜିଲ୍ଲାର ମୋଟ ଲୋକସଂଖ୍ୟା ୫,୭୫,୮୮୦ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୫,୦୫,୩୫୪ ଓ ସହରାଞ୍ଚଳରେ ୭୦,୫୨୬ ଲୋକ ବାସ କରନ୍ତି [୩] |

  • ପୁରୁଷ: ୨,୮୨,୦୪୧
  • ମହିଳା: ୨,୯୩,୮୩୯
    • ଛ ବର୍ଷରୁ କମ: ୮୨,୭୭୭
  • ସାକ୍ଷରତା ହାର ୫୪.୨୯%
    • ପୁରୁଷ: ୬୫.୫୮%
    • ମହିଳା: ୪୩.୫୯%

ସଦର ମହକୁମା ସମ୍ପାଦନା

ତହସିଲ ସମ୍ପାଦନା

ଗ୍ରାମ ପଞ୍ଚାୟତ ସମ୍ପାଦନା

ମୋଟ ୧୪୯ ଗ୍ରାମ ପଞ୍ଚାୟତ(୨୦୧୭ ମସିହାରୁ) ତନ୍ମଧ୍ୟରୁ

  • ମୋହନା ତହସିଲ ଅଧିନରେ: ୩୯ଟି
  • ଆର‌. ଉଦୟଗିରି ତହସିଲ ଅଧିନରେ: ୧୭ଟି
  • ନୂଆଗଡ଼ ତହସିଲ ଅଧିନରେ: ୧୯ଟି
  • ଗୁମ୍ମା ତହସିଲ ଅଧିନରେ: ୨୦ଟି
  • କାଶିନଗର ତହସିଲ ଅଧିନରେ: ୧୨ଟି
  • ଗୋଷାଣି (ପାରଳାଖେମୁଣ୍ଡି) ତହସିଲ ଅଧିନରେ: ୨୧ଟି
  • ରାୟଗଡ଼ ତହସିଲ ଅଧିନରେ: ୨୧ଟି

ପର୍ଯ୍ୟଟନ ସ୍ଥଳ ସମ୍ପାଦନା

ଜଣାଶୁଣା ଲୋକ ସମ୍ପାଦନା

ଆଧାର ସମ୍ପାଦନା

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; districtcensus ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. Census 2011: Odisha: Provisional Population Totals
  3. Census 2011: Odisha: Rural Urban Distribution

ଅଧିକ ତଥ୍ୟ ସମ୍ପାଦନା