ପଦ୍ମପୁର, ରାୟଗଡ଼ା

ଭାରତର ଏକ ଗ୍ରାମ

ପଦ୍ମପୁର, ରାୟଗଡ଼ା ଜିଲ୍ଲାର ଏକ ପ୍ରମୁଖ ଏବଂ ସର୍ବାଧିକ ଜନସଂଖ୍ୟାବହୂଳ ଗ୍ରାମ[୧] ଅଟେ । କମୁନିଷ୍ଟ୍ ନେତା କମ୍ରେଡ୍ ନାଗଭୂଷଣ ପଟ୍ଟନାୟକ ପଦ୍ମପୁରରେ ଜନ୍ନଲାଭ କରିଥିଲେ । ଏହା ଓଡ଼ିଶା ସରକାରଙ୍କ ଏକ ଚିହ୍ନିତ ପର୍ଯ୍ୟଟନସ୍ଥଳୀ ଅଟେ[୨][୩][୪][୫]

ପଦ୍ମପୁର

(Padmapur)
ଗ୍ରାମ
Country India
StateOdisha
DistrictRayagada
ସରକାର
 • ପ୍ରକାରDemocratic
Elevation
82 m (269 ft)
ଜନସଂଖ୍ୟା
 (2011)
 • ମୋଟ୬,୬୫୪
Languages
 • Officialଓଡ଼ିଆ
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
765025
Telephone code916857

ଇତିହାସସମ୍ପାଦନ କରନ୍ତୁ

ସହର ସଂଲଗ୍ନ ପାହାଡରେ ୭ମ ଶତାବ୍ଦୀର ଏକ ମନ୍ଦିର ରହିଛି । ଏକଦା ବୌଦ୍ଧ ଦାର୍ଶନିକ ଧର୍ମକୀର୍ତ୍ତି ଏଠାରେ ରହିବାର ଅନୁମାନ କରାଯାଏ । [୬] ମନ୍ଦିରସ୍ଥ ପଥରରେ ଖୋଦିତ ପାଲି ଭାଷାରେ ଲିଖିତ ଶୀଳାଲିପିରୁ ଏହି ପ୍ରମାଣ ମିଳେ । ପଦ୍ମପୁର ତଥା ଏହାର ଆଖପାଖରେ ଜନ୍ମିତ ବିଶିଷ୍ଟ ବ୍ୟକ୍ତିମାନେ ହେଲେ -

୧) କମୁନିଷ୍ଟ୍ ନେତା କମ୍ରେଡ୍ ନାଗଭୂଷଣ ପଟ୍ଟନାୟକ,

୨) ସଦଗୁରୁ ଶ୍ରୀ ଶ୍ରୀ ଅ଼ଜ୍ଜୁନ ଗମାଙ୍ଗ,

୩) ପଣ୍ଡିତ ଶବର ମଙ୍ଗେଇ ଗମାଙ୍ଗ

୪) ଡଃ ଗିରିଧର ଗମାଙ୍ଗ

ପଦ୍ମପୁର ନିକଟରେ ଗୋଡିଆବନ୍ଧ ଗ଼୍ରାମରେ ଅର୍ଜୁନ ଗମାଙ୍ଗ ଜନ଼୍ମଗ୍ରହଣ କରିଥିଲେ । ପଣ୍ଡିତ ଶବର ମଙ୍ଗେଇ ଗମାଙ୍ଗଙ୍କ ଜନ୍ମ ପଦ୍ମପୁର ନିକଟସ୍ଥ ମରିଚଗୁଡା ଗ୍ରାମରେ । ସେ ସୌରାଲିପିର ଉଦ୍ଭାବକ ।[୭] ଡଃ ଗିରିଧର ଗମାଙ୍ଗ (ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ)ଙ୍କ ଜନ୍ମ ପଦ୍ମପୁର ନିକଟସ୍ଥ ଡିବିରିସିଂ ଗ୍ରାମରେ ।

ଭୂଗୋଳସମ୍ପାଦନ କରନ୍ତୁ

ପଦ୍ମପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରାଘିମା ୧୯° ୧୪′ ୩୪″ ଉ: ଏବଂ ଅକ୍ଷାଂଶ ୮୩° ୪୯′ ୦୫″ ପୂ: । ସହରର ଉତ୍ତର ଦିଗରେ ଏକ ଛୋଟ ପାହାଡ ରହିଛି ।

ଜନସଂଖ୍ୟାସମ୍ପାଦନ କରନ୍ତୁ

୨୦୦୧ ଜନଗଣନା ଅନୁଯାୟୀ ଏଠାକାର ମୋଟ ଜନସଂଖ୍ୟା ୬୫୩୦ । ତେବେ, ୨୦୧୧ ଜନଗଣନାରେ ପଦ୍ମପୁରର ମୋଟ ଜନସଂଖ୍ୟା ୬୬୫୪ରୁ ପୁରୁଷ ୩୪୧୧ ଏବଂ ମହିଳା ୩୨୪୩ ।[୮]

ଦର୍ଶନୀୟ ସ୍ଥାନସମ୍ପାଦନ କରନ୍ତୁ

 
Radhakrushna Temple
 
Nilakantheswar temple

ପଦ୍ମପୁରର ନୀଳକଣ୍ଠେଶ୍ୱର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ଅଟେ । ଏତଦ୍ ବ୍ୟତୀତ ଏହି ଶିବ ମନ୍ଦିର ନିକଟରେ ଜଗମୁଣ୍ଡା ପାହାଡରେ ମଲ୍ଲୀକେଶ୍ୱର, ପୁଡୁଗେଶ୍ୱର, ଧବଳେଶ୍ୱର ଏବଂ ଆହୁରି ଅନେକ ମନ୍ଦିର ରହିଛି । ନିକଟସ୍ଥ ଗୋଡିଆବନ୍ଧ ଗ଼୍ରାମରେ ସଦଗୁରୁ ଅର୍ଜ୍ଜୁନଙ୍କ ଆଶ୍ରମ ରହିଛି । ଏଠାକାର ରାଧାକୃଷ୍ଣ ମନ୍ଦିରଟି ଅର୍ଦ୍ଧଶତାବ୍ଦୀରୁ ଅଧିକ ପୁରାତନ ।

ଆଧାରସମ୍ପାଦନ କରନ୍ତୁ

  1. Rayagada District (PDF). Orissa Review(Census Special). December 2010. pp. 175–178. Retrieved 24 June 2015.
  2. Identified Tourist Centres of Odisha (PDF). Orissa Reference Annual-2011. pp. 521–532. Retrieved 24 June 2015.
  3. Patra, Dasarathy. Tribal Tourism and Culture (PDF). Orissareview-November,2011. pp. 63–68.
  4. "Temples & Monuments:Buddhist Monuments". Orissa-Tourism.com. Retrieved 24 June 2015.
  5. "Rayagada District: Introduction". 123orissa.com. Retrieved 25 June 2015.
  6. "TOURIST ATTRACTIONS". Rayagada.nic.in. Retrieved 24 June 2015.
  7. "Government agrees to conduct survey on Saura script". New Indian Express. Express News Service. 25 March 2013. Retrieved 25 June 2015.
  8. "Padmapur Population". Census2011.co.in. Retrieved 25 June 2015.

ବାହାର ଲିଙ୍କସମ୍ପାଦନ କରନ୍ତୁ