ରାୟଗଡ଼ା
ରାୟଗଡ଼଼ା ଭାରତର ଓଡ଼ିଶାରେ ଥିବା ରାୟଗଡ଼଼ା ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ୧୯୯୨ ଅକ୍ଟୋବର ୨ ତାରିଖରୁ ରାୟଗଡ଼ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବାପରେ ରାୟଗଡ଼ ଜିଲ୍ଲା ସଦର ମହକୁମା ଭାବେ ମାନ୍ୟତା ପାଇଛି । ବଣ, ପାହାଡ, ନଦୀ ଓ ଝରଣାରେ ଭରା ଏଇ ଜିଲ୍ଲା ମୁଖ୍ୟତଃ ଆଦିବାସୀଙ୍କ ବାସସ୍ଥଳୀ ।[୧]
ରାୟଗଡ଼଼ା Rayagada ରାୟଗଡ଼ | |
---|---|
ସହର | |
![]() Rayagada Railway Station | |
ଦେଶ | ![]() |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ରାୟଗଡ଼଼ା |
Elevation | 207 m (679 ft) |
ଜନସଂଖ୍ୟା (2011) | |
• ମୋଟ | ୫୭୭୫୯ |
ଭାଷା | |
• ସରକାରୀ | ଓଡ଼ିଆ |
• Other | Telugu |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | ୭୬୫୦୦୧ |
Telephone code | ୦୬୮୫୬ |
ଗାଡ଼ି ପଞ୍ଜିକରଣ | OR, OD 18 A, B, C |
ଇତିହାସସମ୍ପାଦନ କରନ୍ତୁ
ଖ୍ରୀଷ୍ଟପୁର୍ବ ତୃତୀୟ ଶତାବ୍ଦୀରେ ଅଶୋକଙ୍କ ରାଜତ୍ୱ ବେଳେ ଏହା କଳିଙ୍ଗ ଅଧୀନରେ ଥିଲା । ଗଙ୍ଗବଂଶୀ ଏବଂ ସୂର୍ଯ୍ୟବଂଶୀ ରାଜାମାନଙ୍କ ରାଜତ୍ୱ କାଳରେ ଏହା ଗୁଡାରି କଟକର କରଦ ରାଜା ଦାଦାର୍ଣ୍ଣବ ଦେବଙ୍କ ଅଧିନରେ ଥିଲା । ମୁକୁନ୍ଦଦେବଙ୍କ ପରାଜୟପରେ ନନ୍ଦପୁର ରାଜାଙ୍କ ଅଧୀନରେ ଏହା ୪୭ ବର୍ଷ ପାଇଁ ରହିଥିଲା । ଇଂରେଜ ଶାସନ ଅମଳରେ ଏହା ଜୟପୁର ରାଜାଙ୍କ ଅଧିନରେ ରହିଲା ଏବଂ ସ୍ୱାଧୀନ ଓଡ଼ିଶାରେ ଏହା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନ୍ତର୍ଭୁକ୍ତ ଥିଲା ।
ରାୟଗଡ଼଼ାର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ କୃଷ୍ଣଚନ୍ଦ୍ର ବକ୍ସିପାତ୍ର ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ଥିଲେ ।
ଜନସଂଖ୍ୟାସମ୍ପାଦନ କରନ୍ତୁ
୨୦୦୧ ଜନଗଣନା ଅନୁସାରେ ରାୟଗଡ଼଼ା ସହରର ଲୋକସଂଖ୍ୟା ୫୭,୭୩୨ । ସେଥିରୁ ପୁରୁଷ ସଂଖ୍ୟା ୨୯,୫୧୪ ଓ ମହିଳା ସଂଖ୍ୟା ୨୮,୨୧୮[୨] । ୨୦୧୧ ଜନଗଣନା ଅନୁଯାୟୀ ରାୟଗଡ଼଼ାର ଲୋକସଂଖ୍ୟା ୭୧,୨୦୮ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୩୬,୦୩୬ ଏବଂ ମହିଳା ସଂଖ୍ୟା ୩୫,୧୭୨ ।[୩] ହିନ୍ଦୁ ବ୍ୟତୀତ ସିନ୍ଧୀ, ଗୁଜରାଟୀ, ମାରବାଡି ସଂପ୍ରଦାୟର ଲୋକ ମଧ୍ୟ ଏଠାରେ ବସବାସ କରନ୍ତି । ପଡୋଶୀ ଆନ୍ଧ୍ର ପ୍ରଦେଶ ସହିତ ସଡକ ପଥ ଏବଂ ରେଳପଥରେ ଉତ୍ତମ ଯୋଗାଯୋଗ ରହିଥିବାରୁ ଏଠାରେ ତେଲୁଗୁ ଭାଷାଭାଷୀ ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ । ଓଡ଼ିଆ, ତେଲୁଗୁ ସହିତ ସୌରା ଓ କୁଇ ଭାଷା ମଧ୍ୟ ଏଠାରେ ପ୍ରଚଳିତ ।
ଭୂଗୋଳସମ୍ପାଦନ କରନ୍ତୁ
ନଦ ନଦୀ, ଝରଣା ଓ ପ୍ରପାତ ତଥା ଜଙ୍ଗଲରେ ଭରପୁର ଏହି ଜିଲ୍ଲାରେ ଆଦିବାସୀ ଜନସଂଖ୍ୟା ଅପେକ୍ଷାକୃତ ଅଧିକ । ରାୟଗଡ଼଼ାର ଭୋଗୋଳିକ ଅବସ୍ଥାନ ହେଉଛି, ଅକ୍ଷାଂଶ = ୧୯° ୧୦′ ୧୨″ ଉ:, ଦ୍ରାଘିମା = ୮୩° ୨୫′ ୧୨″ ପୂ: । ଏହାର ପଶ୍ଚିମ ଦିଗରେ ଝଂଜାବତି ନଦୀ ଏବଂ ପୂର୍ବରେ ନାଗାବଳୀ ନଦୀ ବହିଯାଉଅଛି । ସହରଟି ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ୩୯୦କି.ମି. ଦୂରରେ ଅବସ୍ଥିତ ଏବଂ ଏହା ରେଳପଥଦ୍ୱାରା ଭୁବନେଶ୍ୱର, ଜୟପୁର, ବିଶାଖାପାଟଣା, ରାୟପୁର, କୋରାପୁଟ, କୋଲକାତା, ଚେନ୍ନାଇ, ବାଙ୍ଗାଲୋର, ମୁମ୍ବାଇ, ହାଇଦରାବାଦ ଓ ଦିଲ୍ଲୀ ସହ ସଂଯୁକ୍ତ ।
ଶିକ୍ଷା ଓ ସଂସ୍କୃତିସମ୍ପାଦନ କରନ୍ତୁ
ସହରସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ଏବଂ ଗୋପବନ୍ଧୁ ମ୍ୟୁନିସିପାଲ ହାଇସ୍କୁଲ.sri aurobinda intergal education center , aurobinda nagar. ଏଠାକାର ଶିକ୍ଷା ବିକାଶରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛନ୍ତି । ଏହାଛଡା ୧୯୬୪ ମସିହାରେ ପ୍ରତିଷ୍ଠିତ ସରକାରୀ ବାଳିକା ବିଦ୍ୟାଳୟ ଏଠାକାର ନାରୀଶିକ୍ଷାରେ ପ୍ରଗତି ପାଇଁ ଚେଷ୍ଟିତ । ସ୍ଥାନୀୟ ଠକ୍କର ବାପା ଆଶ୍ରମ ପରିସରରେ ଅନୁସୂଚିତ ଉପଜାତିର ପିଲାଙ୍କ ପାଇଁ ପ୍ରାଇମେରୀ ବିଦ୍ୟାଳୟଟିଏ ରହିଛି । ଏଠାକାର ଅନ୍ୟାନ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ହେଲା:-
- ରାୟଗଡ଼଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, ରାୟଗଡ଼଼ା
- ରାୟଗଡ଼ ମହିଳା ମହାବିଦ୍ୟାଳୟ
- ସେଇଣ୍ଟ୍ ଜାଭିୟର ସ୍କୁଲ,
- କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡ଼଼ା[୪].
- ମହର୍ଷି ବିଦ୍ୟା ମନ୍ଦିର, ରାୟଗଡ଼଼ା
- ମିଟ୍ସ୍(MITS), ରାୟଗଡ଼଼ା
- ଆଇ.ଏ.ସି.ଆର୍ (IACR),ରାୟଗଡ଼଼ା
- ଜବାହର ନବୋଦୟ ବିଦ୍ୟାଳୟ, ରାୟଗଡ଼଼ା
- ଉତ୍କଳ ଗୋଉରବ ମଧୁସୁଦନ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି
ଏହା ଜିଲ୍ଲାର ସଦର ମହକୁମା ହୋଇଥିବାରୁ ଏଠାରେ ସବୁ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଯଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ଅଦାଲତ ତଥା ଅନ୍ୟାନ୍ୟ ମୁଖ୍ୟ କାର୍ଯ୍ୟାଳୟସବୁ ରହିଛି । ଏତଦ୍ବ୍ୟତୀତ ତହସିଲ କାର୍ଯ୍ୟାଳୟ, ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଓ ସ୍କୁଲ ତଥା କଲେଜ ସବୁ ରହିଛି ।
ପ୍ରତିବର୍ଷ ସ୍ଥାନୀୟ କାଳୀପୂଜା ଛକରେ କାଳୀପୂଜା, ନିୟୁ କଲୋନୀରେ ଗଜଲକ୍ଷ୍ମୀପୂଜା ଏବଂ ସହରର ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜା ଧୁମ୍ଧାମ୍ରେ ପାଳିତ ହୁଏ । ଏହାଛଡା ମା ମଝିଘରିଆଣୀଙ୍କ ଚଇତି ପରବ ଏବଂ ଜିସିଡି ହାଇସ୍କୁଲ ପଡିଆରେ ରାୟଗଡ଼଼ା ମହୋତ୍ସବ (ଚଇତି) ବେଶ୍ ଜାକଜମକରେ ପାଳିତ ହୁଏ ।
ଦର୍ଶନୀୟ ସ୍ଥାନସମ୍ପାଦନ କରନ୍ତୁ
ରାୟଗଡ଼଼ା ମା ମଝିଘରିଆଣୀଙ୍କ ପ୍ରାଚୀନ ପୀଠ ଅଟେ । ଏହି ପୀଠ ଏବେ ନୂତନ ରୂପରେ ଏକ ଦର୍ଶନୀୟ ସ୍ଥାନ ପାଲଟିଛି । ନାଗାବଳୀ ନଦୀର ଦୁଇପାର୍ଶ୍ୱକୁ ସଂଯୋଗ କରୁଥିବା ଝୁଲନ୍ତା ପୋଲ ରାୟଗଡ଼଼ାର ଏକ ଦର୍ଶନୀୟ ସ୍ଥାନ[୫]। ରାୟଗଡ଼଼ା ସହର ଉପକଣ୍ଠରେ ହାତୀପଥର ଏକଦା ଏକ ଦର୍ଶନୀୟ ସ୍ଥାନ ଥିଲା ।[୬] ଏତଦ୍ ବ୍ୟତୀତ ସହରର ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନଗୁଡ଼ିକ ହେଲା:-
- ରାଣୀଗୁଡା ନିକଟସ୍ଥ ମା ମଙ୍ଗଳା ମନ୍ଦିର,
- ସ୍ଥାନୀୟ ଜଗନ୍ନାଥ ମନ୍ଦିର,
- ରେଳବାଇ କଲୋନୀର ଶିରିଡୀ ସତ୍ୟସାଈ ମନ୍ଦିର,
- ବ୍ରାହ୍ମଣ ସାହିସ୍ଥିତ ରାଧାକୃଷ୍ଣ ମନ୍ଦିର,
- ଗୌତମ ନଗରସ୍ଥିତ ଶିବ ମନ୍ଦିର ଓ ଗଣେଶ ମନ୍ଦିର,
- ପି.ଏଚ୍.ଡି କଲୋନୀସ୍ଥିତ ଶିବ ମନ୍ଦିର,
- ପି.ଏଚ୍.ଡି କଲୋନୀନିକଟସ୍ଥ ହନୁମାନ ମନ୍ଦିର ।
ରାୟଗଡ଼଼ା ଆଖପାଖରେ ଥିବା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ସବୁ ହେଲା:-
- ନିକଟବର୍ତ୍ତି ପଦ୍ମପୁରର ନୀଳକଣ୍ଠେଶ୍ୱର ଶିବ ମନ୍ଦିର ଓ ଗାୟତ୍ରୀ ମନ୍ଦିର
- ନିକଟବର୍ତ୍ତି ବିଷମ କଟକର ମା ମାର୍କମା ମନ୍ଦିର
- ନିକଟବର୍ତ୍ତି ମୀନଝୋଲାର ତିନିଟି ନଦୀର ସଙ୍ଗମ ସ୍ଥଳରେ ଥିବା ଶିବ ମନ୍ଦିର
- ନିକଟବର୍ତ୍ତି ଚାଟିକଣାର ଜଳପ୍ରପାତ ଓ ଶିବ ମନ୍ଦିର
- ନିକଟସ୍ଥ ଭିମପୁରରେ ଥିବା ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ) ମନ୍ଦିର ।
- ନିକଟବର୍ତ୍ତି ପାଇକପଡାର ପାତାଳେଶ୍ୱର ଶିବ ମନ୍ଦିର,
- ନିକଟବର୍ତ୍ତି ଥେରୁବାଲିର ଲକ୍ଷ୍ମୀନାରାୟଣ ମନ୍ଦିର ଜିଲ୍ଲାର ଗୋଟିଏ ଗୋଟିଏ ଦର୍ଶନୀୟ ସ୍ଥାନ ।
- ନିକଟବର୍ତ୍ତି ସାଙ୍କେଶର ମନ୍ଦିର ଏବଂ ପ୍ରାକୃତିକ ଶୋଭା ।
ଚର୍ଚ୍ଚିତ ବ୍ଯକ୍ତିତ୍ବସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "Rayagada". Retrieved 23 May 2018.
- ↑ "ଜନସଂଖ୍ୟା -୨୦୦୧"
- ↑ "Population of Rayagada-୨୦୧୧". www.censusindia.gov.in. Census of India. Retrieved 16 June 2015.
- ↑ କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡ଼଼ା
- ↑ "Rayagada district websiteରେ ଚର୍ଚ୍ଚିତ ଝୁଲନ୍ତା ପୋଲ"
- ↑ "Tourism". Tourism Department. Retrieved 5 July 2015.
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |