ମା ମଙ୍ଗଳା ମା ମନ୍ଦିର, ରାୟଗଡ଼ା

ଭାରତର ଏକ ହିନ୍ଦୁ ମନ୍ଦିର

ମା ମଙ୍ଗଳା ମା ମନ୍ଦିର ରାୟଗଡ଼ା ସହରର ରାଣୀଗୁଡା ଅଞ୍ଚଳରେ ଅବସ୍ଥିତ ।[୧] ସୁନ୍ଦର କାରୁକାର୍ଯ୍ୟରେ ଶୋଭିତ ଏହି ମନ୍ଦିରରେ ମା ମଙ୍ଗଳା, ହନୁମାନ, ମା ସଙ୍କଟ ତାରିଣୀ ଓ ଭଗବାନ ରାମ ପୂଜା ପାଆନ୍ତି । ଏତଦ୍ ବ୍ୟତୀତ ଭଗବାନ ଶିବଙ୍କର ମଧ୍ୟ ଆରାଧନା କରାଯାଏ ।

ମା ମଙ୍ଗଳା ମା ମନ୍ଦିର, ରାୟଗଡ଼ା
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାୟଗଡ଼ା ଜିଲ୍ଲା
Location
ସ୍ଥାନରାୟଗଡ଼ା
Stateଓଡ଼ିଶା
Countryଭାରତ

ଇତିହାସ ସମ୍ପାଦନା

୦୩.୦୯.୨୦୦୯ ମସିହାରେ ମନ୍ଦିରଟି ପ୍ରତିଷ୍ଠିତ । ସ୍ଥାନୀୟ ବାସିନ୍ଦା ମଦନ ମୋହନ ମିଶ୍ର ଏହାର ପ୍ରତିଷ୍ଠାତା ।

ପର୍ଯ୍ୟଟନ ଆକର୍ଷଣ ସମ୍ପାଦନା

ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୨ କି.ମି. ଏବଂ ହାତୀପଥର ନିକଟରେ ଅବସ୍ଥିତ ଏହି ମନ୍ଦିର ଏକ ପର୍ଯ୍ୟଟନ ଆକର୍ଷଣ ଅଟେ ।[୨][୩] ପର୍ଯ୍ୟଟକ ତଥା ଭକ୍ତମାନେ ଏଠାକୁ ବିଶେଷ ଭାବେରେ ମଙ୍ଗଳବାରରେ ବହୁସଂଖ୍ୟାରେ ଆସିଥାନ୍ତି । ମନ୍ଦିରରେ ପାଳିତ ହେଉଥିବା ପର୍ବ ମଧ୍ୟରେ ମହାଷ୍ଟମୀ, ଦଶହରା, ଶିବରାତ୍ରି, ରାମ ନବମୀ ଓ ପଣା ସଂକ୍ରାନ୍ତି ଅନ୍ୟତମ ।

ଆଧାର ସମ୍ପାଦନା

  1. "temples in Rayagada". Retrieved 11 January 2016.
  2. "Rayagada". Retrieved 11 January 2016.
  3. "Rayagada Tourism". Retrieved 11 January 2016.

ଅଧିକ ତଥ୍ୟ ସମ୍ପାଦନା