ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁର
ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁରସ୍ଥ ଶିବଲିଙ୍ଗ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ବୋଲି ବିଶ୍ୱାସ କରାଯାଏ[୧] ।
ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁର | |
---|---|
ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର | |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 19°09′32.75″N 83°55′04.07″E / 19.1590972°N 83.9177972°ECoordinates: 19°09′32.75″N 83°55′04.07″E / 19.1590972°N 83.9177972°E |
ଦେଶ | ![]() |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ରାୟଗଡ଼ା |
ଉଚ୍ଚତା | ୯୧ m (୨୯୯ ft) |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | ଶିବ |
ମୁଖ୍ୟ ପର୍ବପର୍ବାଣୀ | ମହା ଶିବରାତ୍ରି |
ଇତିହାସ ଓ ପାଳନ | |
ୱେବସାଇଟ | "bhimsankarjyotirling" |
ଇତିହାସସମ୍ପାଦନ କରନ୍ତୁ
ମହର୍ଷି ବେଦବ୍ୟାସଙ୍କ ରଚିତ ତଥା ବାବାଜୀ ବୈଷ୍ଣବ ଚରଣ ଦାସଙ୍କ ଅନୁବାଦିତ ଲିଙ୍ଗପୁରାଣ[୨] ଅନୁସାରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧରୁ ଗୋଟିକର ଅବସ୍ଥିତି ହେଉଛି "ଡାକିନ୍ୟେ ଭୀମଶଙ୍କରେ" । ମହେନ୍ଦ୍ରତନୟା ନଦୀ ଉପକୂଳ ତଥା ମହେନ୍ଦ୍ରଗିରିର ପଶ୍ଚିମାଞ୍ଚଳରେ ଅବସ୍ଥିତ ବିସ୍ତିର୍ଣ୍ଣ ଅଞ୍ଚଳ ଡାକିନୀ ଅଞ୍ଚଳ ଭାବେ ପୂରାଣ ପ୍ରସିଦ୍ଧ[୩] । ଭୀମପୁରର ଏହି ପୁରାଣ ପ୍ରସିଦ୍ଧ ସ୍ଥଳରେ ଅବସ୍ଥିତ ଶିବଲିଙ୍ଗକୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଅନ୍ତର୍ଭୁକ୍ତ କରିବାରେ ଭିନ୍ନ ଭିନ୍ନ ମତ ରହିଅଛି[୪][୫][୬][୭] । ଆଦି ଶଙ୍କରାଚାର୍ଯ୍ୟଙ୍କ ରଚିତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ତୋତ୍ରରେ[୮] ମଧ୍ୟ "ଡାକିନ୍ୟେ ଭୀମଶଙ୍କର" ଏହି ଶିବଲିଙ୍ଗକୁ ଲକ୍ଷ୍ୟ କରେ ବୋଲି ଅନେକେ ବିଶ୍ୱାସ କରନ୍ତି । ଉକ୍ତ ଶିବଲିଙ୍ଗର ବିଶେଷତ୍ୱ ହେଉଛି ଯେ ଏହାଙ୍କ ଶକ୍ତି ଚତୁଷ୍କୋଣ ବିଶିଷ୍ଟ ଏବଂ ଏହି ଲିଙ୍ଗରେ ଉପବୀତ ଚିହ୍ନ ରହିଅଛି । କାରୁକାର୍ଯ୍ୟ ରଚିତ କେତେକ ପ୍ରସ୍ତର ଖଣ୍ଡ ୧୫ ଫୁଟ ୯ ଇଞ୍ଚ ଦୈର୍ଘ୍ୟବିଶିଷ୍ଟ କେତେକ ଇଟାର ସନ୍ଧାନ ମଧ୍ୟ ଏଠାରେ ମିଳିଛି । ମହେନ୍ଦ୍ରଗିରିରେ ଥିବା ମନ୍ଦିରର ପଥର କାରୁକାର୍ଯ୍ୟ ସହିତ ଏଗୁଡ଼ିକର ସାମଞ୍ଜସ୍ୟ ରହିଛି [୯] । ୧୯୭୪ ମସିହାରେ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ଖନନ ହେବାପରେ ଏହା ଲୋକ ଲୋଚନକୁ ଆସିଲା । ନିକଟସ୍ଥ ମହେନ୍ଦ୍ର ତନୟା ନଦୀ ଉପରେ ମାଛଡିଆଁ ଜଳପ୍ରପାତ ରହିଛି ଏକ ଜଳପ୍ରପାତ । ନାଁ ତା'ର ମାଛଡ଼ିଆଁ । ଏଠାକାର ଚିତ୍ତାକର୍ଷକ ଓ ଭୀମଭୈରବ ଦୃଶ୍ୟରେ ଆକୃଷ୍ଟ ହୋଇ ବହୁ ତୀର୍ଥଯାତ୍ରୀ ବର୍ଷ ତମାମ ଆସିଥାନ୍ତି ।
ଭୂଗୋଳସମ୍ପାଦନ କରନ୍ତୁ
ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁରର ଭୌଗୋଳିକ ଅବସ୍ଥିତି ହେଉଛି Lat. ୧୯° ୦୯′ ୩୨″ ଉ: ଏବଂ Long. ୮୩° ୫୫′′ ୦୪″ ପୂ:। ରାୟଗଡ଼ା ଜିଲ୍ଲା ସଦରମହକୁମା ଠାରୁ ୧୦୦ କି.ମି. ଓ ଗୁଣୁପୁର ସହର ଠାରୁ ୩୫ କି.ମି. ଦୂରରେ ଅବସ୍ଥିତ ଏହି ପ୍ରସିଦ୍ଧ ପୀଠ । ଗୁଣପୁର ଠାରୁ ପକ୍କା ସଡକ ପଥ ଚାଲକମ୍ବା, ଖଇରା, ଆମ୍ବାବାଡି, ଟିଟିମିରି ଓ ମୁଣ୍ଡା ଗ୍ରାମ ଦେଇ ଏଠାରେ ପହଞ୍ଚି ହେବ । ନିକଟସ୍ଥ ରେଳଷ୍ଟେସନ ହେଉଛି ଗୁଣୁପୁର ।
ଆଧାରସମ୍ପାଦନ କରନ୍ତୁ
- ↑ Jyotirlinga Bhimashankar Jyotirlinga in Wikipedia
- ↑ "ଲିଙ୍ଗପୁରାଣ"
- ↑ "Hindu database" Bhimsankar temple in Bhimpur
- ↑ "Bhabeshpatel" ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ
- ↑ Sumasurya" ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ
- ↑ "ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ"
- ↑ "Sarvamsivamayam"
- ↑ "Adishankaracharya" Dwadash jyotirlinga strotam
- ↑ ସମାଜ, ଖବର କାଗଜ (08.03.2015). "ସମାଜ". Samajepaper.
|access-date=
requires|url=
(help)
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |