ମୁଖ୍ୟ ସୂଚୀ ଦେଖିବେ

ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ବିଷମ କଟକ (କ୍ରମିକ ସଂଖ୍ୟା: ୧୩୯) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବିଷମ କଟକ ବ୍ଳକ, ମୁନିଗୁଡ଼ା ବ୍ଳକ, କୋଲନାରା ବ୍ଳକ, ଓ କଲ୍ୟାଣସିଂହପୁର ବ୍ଳକ ।[୨][୩]

ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୫,୭୦୨
ଜିଲ୍ଲା: ରାୟଗଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ: କୋରାପୁଟ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଜଗନ୍ନାଥ ସାରକା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡମ୍ବରୁଧର ଉଲାକାଙ୍କ ଠାରୁ ୨୯୧୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡମ୍ବରୁଧର ଉଲାକା, ବିଜୁ ଜନତା ଦଳ ପ୍ରାର୍ଥୀ ଜଗନ୍ନାଥ ସରକାଙ୍କଠାରୁ ୩୪୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

ନିର୍ବାଚିତ ବିଧାୟକଗଣସମ୍ପାଦନ କରନ୍ତୁ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ:[୬] [୭][୮][୪]

  • ୨୦୧୪: ଜଗନ୍ନାଥ ସାରକା (ବିଜଦ)
  • ୨୦୦୯: (୧୩୯): ଡମ୍ବରୁଧର ଉଲାକା (କଂଗ୍ରେସ)
  • ୨୦୦୪: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ)
  • ୨୦୦୦: (୮୧): ସାରଙ୍ଗଧର କାଡ୍ରାକା (ବିଜଦ)
  • ୧୯୯୫: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ)
  • ୧୯୯୦: (୮୧): ସାରଙ୍ଗଧର କାଡ୍ରାକା (ଜନତା ଦଳ)
  • ୧୯୮୫: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ)
  • ୧୯୮୦: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ-ଇ)
  • ୧୯୭୭: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ)
  • ୧୯୭୪: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ)
  • ୧୯୭୧: (୭୭): ଶ୍ରୀପତି ପ୍ରାସ୍କା (ସ୍ବତନ୍ତ୍ର)
  • ୧୯୬୭: (୭୭): ବିଶ୍ବନାଥ ଚୌଧୁରୀ (ସ୍ବତନ୍ତ୍ର)
  • ୧୯୬୧: (୧୨): ବିଶ୍ବନାଥ ଚୌଧୁରୀ (ଗଣ ପରିଷଦ)
  • ୧୯୫୧: (୮): ଶ୍ୟାମଘନ ଉଲାକା (ଗଣ ପରିଷଦ)

୨୦୦୯ ନିର୍ବାଚନ ଫଳାଫଳସମ୍ପାଦନ କରନ୍ତୁ

୨୦୦୯ ବିଧାନ ସଭା ନିର୍ବାଚନ, ବିଷମ କଟକ [୯]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଡମ୍ବରୁଧର ଉଲାକା ୪୭,୫୫୫ ୩୪.୫୦ -
ବିଜଦ ଜଗନ୍ନାଥ ସରକା ୪୭,୨୦୬ ୩୪.୨୪ -
ବସପା ସୁବର୍ଦନୀ ୱଡ଼କା ୧୪,୦୭୪ ୧୦.୨୧ -
ଭାଜପା ବିଦୁଲତା ହୁଇକା ୭,୭୮୫ ୫.୬୫ -
ସ୍ବାଧୀନ ସାରଙ୍ଗଧର କଡ଼ର୍କା ୬,୧୮୪ ୪.୪୯ -
ସ୍ବାଧୀନ ଶ୍ରୀଧର କୋରଡ଼ା ୪,୬୬୧ ୩.୩୮ -
ସ୍ବାଧୀନ ହୀରାଧର ଜଗରଙ୍ଗା ୪,୧୪୫ ୩.୦୧ -
ସିପିଆଇ(ମାଲେ) ଲିବରେସନ ଘାସିରାମ ପ୍ରସ୍କା ୩,୪୭୩ ୨.୫୨ -
ସମୃଦ୍ଧ ଓଡ଼ିଶା ଗୋପି କୋଣ୍ଡାଗରି ୨,୭୭୭ ୨.୦୧ -
ଭୋଟ ବ୍ୟବଧାନ ୩୪୯ ୦.୨୫* -
ମତଦାନ ହାର ୧,୩୭,୮୬୧ ୭୧.୩୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାରସମ୍ପାଦନ କରନ୍ତୁ