କୃଷ୍ଣଚନ୍ଦ୍ର ବକ୍ସିପାତ୍ର

କୃଷ୍ଣଚନ୍ଦ୍ର ବକ୍ସିପାତ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ବିଶିଷ୍ଟ ସମବାୟବିତ୍‌ ତଥା ସମାଜସେବୀ । ଉତ୍କଳ ସମ୍ମିଳନୀ (ରାୟଗଡ଼ା ଶାଖା)ର ପୂର୍ବତନ ଜିଲ୍ଲା ସଭାପତି ତଥା ରାୟଗଡ଼ାର ପୂର୍ବତନ ନଗରପାଳ ଭାବେ ରାୟଗଡାର ସର୍ବାଙ୍ଗୀନ ବିକାଶରେ ତାଙ୍କର ଅନେକ ଅବଦାନ ରହିଛି ।

କୃଷ୍ଣଚନ୍ଦ୍ର ବକ୍ସିପାତ୍ର
Born(1927-05-06)୬ ମଇ ୧୯୨୭
Died୧୦ ଫେବୃଆରୀ ୨୦୧୦(2010-02-10) (ବୟସ ୮୨)
Nationalityଭାରତୀୟ
Known forସମାଜସେବା
Spouseକୁନ୍ତଳା କୁମାରୀ(ସହଧର୍ମିଣୀ)
Parent(s)ଶଶୀରେଖା ବକ୍ସିପାତ୍ର(ମା)
ଗୋପିନାଥ ବକ୍ସିପାତ୍ର(ବାପା)

ପିଲାଦିନ ଓ ଶିକ୍ଷା ଲାଭ ସମ୍ପାଦନା

ଶ୍ରୀ କୃଷ୍ଣଚନ୍ଦ୍ର ବକ୍ସିପାତ୍ରଙ୍କ ଜନ୍ମ ହୁଏ ୧୯୨୭ ମସିହା ମେ ମାସ ୬ ତାରିଖ ଦିନ ତାଙ୍କ ମାମୁଁଘର ପାରଳାଖେମୁଣ୍ଡିଠାରେ । ପିଲାଟି ଦିନରୁ ସେ ଧୀରସ୍ଥିର ପ୍ରକୃତିର ଥିଲେ । ପ୍ରାଇମେରୀ ଶିକ୍ଷା ରାୟଗଡ଼ାରେ ସମାପନ କରି ସେ ଗୁଣପୁର ହାଇସ୍କୁଲରେ ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ସ୍ନାତକ (ବି.ଏ) ପର୍ୟ୍ୟନ୍ତ ପଢ଼ିଥିଲେ । ଛାତ୍ର ଜୀବନରୁ ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତି ଅନୁରକ୍ତ ଥିଲେ । ୧୯୪୩ ମସିହା ଅପ୍ରେଲ୍ ମାସରେ କୁନ୍ତଳା କୁମାରୀଙ୍କ ସହ ତଙ୍କର ବାଲ୍ୟ ବିବାହ ହୋଇଥିଲା ।

ସମାଜ ସେବା ସମ୍ପାଦନା

୧୯୪୮ରେ ବି.ଏ. ପାସ୍‌ ପରେ ସେ ବି.ଏଲ୍. ପଢ଼ିଲେ । ସ୍ନାତକ ଶିକ୍ଷା ପରେ ୧୯୫୦ରୁ ୧୯୫୨ ସେ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲରେ ଅବୈତନିକ ଶିକ୍ଷକ ରୂପେ ଶିକ୍ଷାଦାନ କରିଥିଲେ । ତାପରେ ସେ ଦେଲେ ଓ.ଏ.ଏସ୍. ପରୀକ୍ଷା । ବାପାଙ୍କ ସ୍ୱାଭିମାନକୁ ସମ୍ମାନ ଜଣାଇ ସେ ଚାକିରିର ମୋହରୁ ନିଜକୁ ଦୂରେଇ ରଖିଲେ ଏବଂ ଜନସେବାରେ ନିଜକୁ ନିୟୋଜିତ କଲେ । ସେତେବେଳେ ବିଶ୍ୱନାଥ ପଟ୍ଟନାୟକ କୁଜେନ୍ଦ୍ରିରେ ରହି ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥାନ୍ତି । କୃଷ୍ଣଚନ୍ଦ୍ର ତାଙ୍କ ପ୍ରତ୍ୟକ୍ଷ ସଂପର୍କରେ ଆସିଲେ । ୧୯୪୨ ମସିହାରେ ସେ ଭାରତଛାଡ ଆନ୍ଦୋଳନରେ ଭାଗ ନେଇ ସେ ଜେଲ୍‌ ଯାଇଥିଲେ । କୃଷକ ସମାଜର ଏକ ଅଗ୍ରଣୀ ନେତା ଭାବେ ସେ ବହୁ ଜନହିତକର କାର୍ଯ୍ୟ କରିଯାଇଛନ୍ତି । ୧୯୫୪ରୁ ୧୯୬୨ ପର୍ଯ୍ୟନ୍ତ ସେ ରାୟଗଡ଼ା ପୌର କାଉନ୍‌ସିଲର୍‌ ଥିଲେ । ସେ ରାୟଗଡ଼ା କଲେଜର ସଂସ୍ଥାପକ ସଦସ୍ୟ ଭାବେ ୧୯୬୬ରୁ ୧୯୭୫,୧୯୭୯ରୁ ୧୯୮୩, ୧୯୮୩ରୁ ୧୯୮୮, ୧୯୮୮ରୁ ୧୯୯୩ ଓ ୧୯୯୩ରୁ ୨୦୦୨ ପର୍ଯ୍ୟନ୍ତ ରହିଥିଲେ ଏବଂ ରାୟଗଡ଼ା ମହାବିଦ୍ୟାଳୟ[୧]/ ସ୍ୱୟଂଶାସିତ ହେବା ପଛରେ ତାଙ୍କରି ମୂଖ୍ୟ ଭୂମିକା ଥିଲା । ରାୟଗଡ଼ା ସହରରେ ସେ ଜନପ୍ରିୟ ଥିଲେ[୨] ଏବଂ ଚାରିଥର ରାୟଗଡ଼ା ମୁନିସିପାଲିଟିର ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଥିଲେ[୩][୪] । ଦୀର୍ଘ ସମୟ ଧରି ଉତ୍କଳ ସମ୍ମିଳନୀ, ରାୟଗଡ଼ା ଶାଖାର ସଭାପତି ଦାୟୀତ୍ୱରେ ରହିଥିଲେ ସେ । ପରିଶେଷରେ ସେ ଫେବୃୟାରୀ ୧୦, ୨୦୧୦ ଦିନ ୮୨ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ ।

ପଦ ପଦବୀ ସମ୍ପାଦନା

  • ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି (ରାୟଗଡ଼ା),
  • ରାୟଗଡ଼ା ପୌରପାଳିକାର ପୌରପାଳ,
  • ମଝିଘରିଆଣୀ ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି,
  • ସଭ୍ୟ, ରାୟଗଡା ଜିଲ୍ଲା ଖରିଫ୍ ଆମଦାନି କମିଟି-୨୦୦୫-୦୬[୫],
  • କୋରାପୁଟ ସମବାୟ ବ୍ୟାଙ୍କର ସଭାପତି
  • ରାୟଗଡ଼ା କଲେଜର ସଂସ୍ଥାପକ ସଦସ୍ୟ[୬]

ଆଧାର ସମ୍ପାଦନା

  1. """ରାୟଗଡ଼ା ମହବିଦ୍ୟାଳୟର ବେବ୍ ସାଇଟ"". Archived from the original on 2014-12-18. Retrieved 2014-10-21.
  2. "Data India, Issues 27-52"
  3. ""ଓଡ଼ିଶା ଡାଏରୀ ଡଟ୍‌ କମ୍‌"ରେ ପ୍ରକାଶିତ". Archived from the original on 2016-03-05. Retrieved 2014-10-20.
  4. "dailypioneer.com"
  5. "District kharif procurement committee, Rayagada, 2005-06" at Page 47[permanent dead link]
  6. ""Managing Committee members"". Archived from the original on 2016-03-05. Retrieved 2014-10-22.

ଅଧିକ ତଥ୍ୟ ସମ୍ପାଦନା

  • ଜନନାୟକ କୃଷ୍ଣଚନ୍ଦ୍ର ବକ୍ସିପାତ୍ର - କୃଷ୍ଣଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟିଦ୍ୱାରା ପ୍ରକାଶିତ ।