ଏକ ସମୟ ମଣ୍ଡଳ ହେଉଛି ପୃଥିବୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଯେଉଁଥିରେ ସବୁଆଡ଼େ ମାନକ ସମୟ ସମାନ ଥାଏ ।[୧] ସାଧାରଣତଃ ସମୟ ମଣ୍ଡଳର ସୀମାରେଖା ବାସ୍ତବ ଦେଶ ତଥା ଦେଶ ବିଭାଜନର ସୀମାରେଖା ସହ ସମାନ ଥାଏ । ଏପରି କରିବାର ଉଦ୍ଦେଶ୍ଯ ହେଉଛି ବ୍ଯବସାୟ କରୁଥିବା ପାଖାପାଖି ସ୍ଥାନମାନଙ୍କରେ ସମୟକୁ ପାଖାପାଖି ସମାନ ରଖିବା । ଫ୍ରାନ୍ସର ସର୍ବାଧିକ ୧୨ଟି ସମୟ ମଣ୍ତଳ ରହିଛି ।

୨୦୨୦ର ସମୟ ମଣ୍ଡଳ ମାନଚିତ୍ର

ଅଧିକାଂଶ ସମୟମଣ୍ଡଳଗୁଡ଼ିକ ନିୟନ୍ତ୍ରିତ ବୈଶ୍ୱିକ ସମୟ (UTC) ଠାରୁ ଏକ ପୂର୍ଣ୍ଣ ଘଣ୍ଟା ଆଧାରରେ ଆଗୁଆ ବା ପଛୁଆ ହୋଇଥାଏ; ବ୍ଯତିକ୍ରମ - ନବପ୍ରାପ୍ତଭୂମିର ମାନକ ସମୟ ହେଉଛି UTC−୦୩:୩୦, ନେପାଳ ମାନକ ସମୟ ହେଉଛି UTC+୦୫:୪୫, ଭାରତୀୟ ମାନକ ସମୟ ହେଉଛି UTC+୦୫:୩୦ ଏବଂ ବ୍ରହ୍ମଦେଶ ମାନକ ସମୟ ହେଉଛି UTC+୦୬:୩୦

କେତେକ ଉଚ୍ଚ ଅକ୍ଷାଂଶ ବିଶିଷ୍ଟ ଦେଶ ବା ଅଞ୍ଚଳଗୁଡିକରେ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଦିବାଲୋକ ବଚତ ସମୟର ବ୍ଯବହାର କରାଯାଏ, ଏଥିପାଇଁ ସ୍ଥାନୀୟ ସମୟରେ ପାଖାପାଖି ଏକ ଘଣ୍ଟାର ବଦଳ କରାଯାଏ ।

ଇତିହାସସମ୍ପାଦନ କରନ୍ତୁ

ଊନବିଂଶ ଶତାବ୍ଦୀରେ ଯେତେବେଳେ ନିୟନ୍ତ୍ରିତ ଯାନ୍ତ୍ରିକ ଘଣ୍ଟାଗୁଡ଼ିକ ପ୍ରସାର ଲାଭ କଲା,[୨] ସେତେବେଳେ ପ୍ରତ୍ଯେକ ସହର ନିଜସ୍ବ ସ୍ଥାନୀୟ ହାରାହାରି ସୂର୍ଯ୍ୟକାଳ ବାହାର କରି ବ୍ଯବହାର କରିବାକୁ ଲାଗିଲେ । ଦୃଶ୍ୟମାନ ଓ ବାସ୍ତବ ସୂର୍ଯକାଳ ମଧ୍ଯରେ ପରସ୍ପରଠାରୁ ୧୫ ମିନିଟର ପାର୍ଥକ୍ଯ ରହିଲା ।

୧୬୭୫ ମସିହାରେ ସାମୁଦ୍ରିକ ନାବିକଙ୍କ ଦ୍ରାଘିମା ନିର୍ଣ୍ଣୟରେ ସହାୟତା ପାଇଁ ରୟାଲ ଅବ୍ଜର୍ଭେଟରୀ ସ୍ଥାପନ କରାଗଲା । ଏଥିସହିତ ଗ୍ରିନ୍ୱିଚ ହାରାହାରି ସମୟ ନିର୍ଦ୍ଧାରିତ କରାଗଲା ।

ରେଳବାଇ ସମୟସମ୍ପାଦନ କରନ୍ତୁ

 
୧୮୮୩ ମସିହାରେ ଉତ୍ତର ଆମେରିକାରେ ରେଳବାଇ ସାଧାରଣ ସମୟ ନିର୍ଦ୍ଧାରଣ ପ୍ରଦର୍ଶନ କରୁଥିବା ଫଳକ

ରେଳ ଓ ଅନ୍ଯାନ୍ଯ ଯୋଗାଯୋଗର ଉନ୍ନତି ସହ ସ୍ଥାନୀୟ ସୌର୍ଯ୍ୟକାଳର ବ୍ଯବହାର ଅଧିକରୁ ଅଧିକ ଜଟିଳ ହୋଇଗଲା କାରଣ ପ୍ରତ୍ଯେକ ଦ୍ରାଘିମାରେ ଅବସ୍ଥିତ ସହରର ନିଜସ୍ବ ସମୟ ରହୁଥିଲା ଯାହା ଅନ୍ୟ ସହରର ସମୟଠାରୁ ଭିନ୍ନ ଥିଲା । ଉଦାହରଣ ସ୍ବରୂପ - ଇଂଲଣ୍ଡର ବ୍ରିଷ୍ଟୋଲ, ଗ୍ରିନ୍ୱିଚଠାରୁ ୨.୫ ଡିଗ୍ରୀ ପଶ୍ଚିମରେ ଥିଲା ଅର୍ଥାତ୍ ଯେତେବେଳେ ବ୍ରିଷ୍ଟୋଲରେ ମଧ୍ଯାହ୍ନ ହୁଏ ସେତେବେଳେ ଲଣ୍ତନରେ ୧୦ ମିନିଟ ବିତି ସାରିଥାଏ ।[୩] ସମୟ ମଣ୍ଡଳର ବ୍ଯବହାର ଏହି ଭିନ୍ନତାକୁ ଦୂରେଇ ଦିଏ ଏବଂ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ଯରେ ସମୟ ସମାନ ରଖେ ।

ଆଧାରସମ୍ପାଦନ କରନ୍ତୁ

  1. "3. From National to Uniform Time around the Globe", The Global Transformation of Time, Harvard University Press, pp. 75–98, 2015-12-31, ISBN 978-0-674-91599-2, retrieved 2020-11-01
  2. Du, Ruxu; Xie, Longhan (2013). The Mechanics of Mechanical Watches and Clocks. History of Mechanism and Machine Science (in ଇଂରାଜୀ). Springer. doi:10.1007/978-3-642-29308-5. ISBN 978-3-642-29307-8.
  3. "Latitude and Longitude of World Cities". InfoPlease.com.

ବାହାର ଲିଙ୍କସମ୍ପାଦନ କରନ୍ତୁ