ବିଷମ କଟକ
ବିଷମ କଟକ , ରାୟଗଡ଼ା ଜିଲ୍ଲାର ଏକ ନିର୍ବାଚନ ମଣ୍ଡଳୀ । ଏଠାକାର ଖ୍ରୀଷ୍ଟିୟାନ ହାସପାତାଳ (ମିଶନାରୀ ହାସପାତାଳ) ପାଇଁ ଏହା ବେଶ ଜଣାଶୁଣା ।
ବିଷମ କଟକ | |
— ସହର — | |
ଦିଗବାରେଣି | 19°31′N 83°31′E / 19.52°N 83.52°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ରାୟଗଡ଼ା |
ଲୋକସଂଖ୍ୟା | ୭୪୦୮ (2011[update]) |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା |
• 342 metres (1,122 ft) |
ଜନସଂଖ୍ୟା
ସମ୍ପାଦନା୨୦୧୧ ଜନଗଣନା ଅନୁସାରେ ବିଷମ କଟକ ସହରର ଲୋକସଂଖ୍ୟା ୭୪୦୮[୧] । ସେଥିରୁ ପୁରୁଷ ଲୋକସଂଖ୍ୟା 3723 ଓ ମହିଳା ଲୋକସଂଖ୍ୟା 3685 ।
ଭୂଗୋଳ
ସମ୍ପାଦନାପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ନିୟମଗିରି ପାହାଡ଼ ପାଦଦେଶରେ ବିଷମକଟକ ଅବସ୍ଥିତ । ବିଷମକଟକର ଭୌଗୋଳିକ ଅବସ୍ଥାନ ହେଉଛି latd = 19.52 । longd = 83.52 । ଏହାର ପଶ୍ଚିମ ଦିଗରେ ନିୟମଗିରି ପାହାଡ ରହିଛି ।
ଇତିହାସ
ସମ୍ପାଦନାଗଙ୍ଗବଂଶିକ ଶାସନ ବେଳେ ବିଷମ କଟକ, ଗୁଡାରି କଟକର ରାଜା ଦାଦାର୍ଣବ ଦେବଙ୍କ ଅଧୀନରେ ଥିଲା ।
୧୬୮୬-୧୭୦୮ ମଧ୍ୟରେ ଜୟପୁରର ତତ୍କାଳୀନ ରାଜା ଥିଲେ ମହାରାଜା ରଘୁନାଥ କୃଷ୍ଣ ଦେଓ ତାଙ୍କ ଅଧୀନରେ ଜମିଦାର ଥିଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର କୃଷ୍ଣ ଥାଟରାଜା ରାଜାଙ୍କ ପରାମର୍ଶକ୍ରମେ ସେ ବିଷମ କଟକ ଜନବସତି ସ୍ଥାପନ କରିଥିଲେ । ପରେ ତାଙ୍କ ପୁତ୍ର ପିତାମ୍ବରଙ୍କଦ୍ୱାରା ଦୁର୍ଗଟିଏ ନିର୍ମିତ ହୋଇଥିଲା । ଦଶହରା ସମୟରେ ଥାଟରାଜା ପାଞ୍ଚ ଶହ ପାଇକ ମେଳରେ ଜୟପୁର ରାଜଦରବାରକୁ ଶୋଭାଯାତ୍ରାରେ ଯାଉଥିଲେ। ଥାଟରାଜାଙ୍କ ଏହି ଶୋଭାଯାତ୍ରା ପରମ୍ପରା ମହାରାଜାଙ୍କ ପାଇଁ ଆନୁଗତ୍ୟର ପ୍ରତୀକ ଥିଲା । ଅନେକ କାରଣରୁ ଥାଟରାଜା ଓ ଜୟପୁର ମହାରାଜାଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗିରହିଥିଲା । ଉଭୟ ପକ୍ଷ ମଧ୍ୟରେ ଚାରି ଥର ଯୁଦ୍ଧ ହୋଇଥିବା ଜଣାଯାଏ । ପରେ ଜୟପୁର ରାଜ୍ୟ ସହ ବିଷମକଟକ ମିଶ୍ରଣ ହୋଇଥିଲା ।[୨] ଜୟପୁର ରାଜାଙ୍କ ଅଧୀନରେ ଗୋବିନ୍ଦ ଚନ୍ଦ୍ର ଥାଟ୍ଟରାଜ ଥିଲେ ତତ୍କାଳୀନ ବିଷମକଟକର କରଦ ରାଜା ବା ଥାଟରାଜ ।
ଦର୍ଶନୀୟ ସ୍ଥାନ
ସମ୍ପାଦନାବିଷମ କଟକ, ମା ମାର୍କମାଂକ ପ୍ରାଚୀନ ପୀଠ ଅଟେ । ମା ମାର୍କମା ଓ ମା କର୍କମାଙ୍କ ପୀଠ ଏବେ ନୂତନ ରୂପରେ ଏକ ଦର୍ଶନୀୟ ସ୍ଥାନ ପାଲଟିଛି[୩] । ବିଷମ କଟକ ନିକଟରେ ଚାଟିକଣା ଶିବ ମନ୍ଦିର ସହିତ ଝରଣା ଏକ ଦର୍ଶନୀୟ ସ୍ଥାନ ।
- ବିଷମକଟକର (ଶ୍ରୀରଙ୍ଗ ନାୟକଙ୍କ)ଆଦିକନ୍ଦ ସଂଗ୍ରହାଳୟ ଏହି ଜିଲାର ଏକମାତ୍ର ବେସରକାରି ସଂଗ୍ରହାଳୟ ।
ଆଧାର
ସମ୍ପାଦନା- ↑ ୨୦୧୧ ଭାରତର ଜନଗଣନା
- ↑ "ବିଷମ କଟକ". ସମ୍ବାଦ. 9 September 2015. Retrieved 9 September 2015.
- ↑ "" ରାୟଗଡା ଜିଲ୍ଲାର ପର୍ଯ୍ୟଟନସ୍ଥଳୀ-123orissa.com"". Archived from the original on 2015-06-26. Retrieved 2014-10-06.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |