ଯଶୋଦା (୧୯୯୬ର ସିନେମା)
ଯଶୋଦା, ୧୯୯୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବସନ୍ତ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଓ କାହାଣୀ ରଚନା କରିଥିଲେ ।[୩] ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ହର ପଟ୍ଟନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪] ଜଣାଶୁଣା କଥାଚିତ୍ର ନିର୍ମାଣକାରୀ ସଂସ୍ଥା ବ୍ରଜରାଜ ମୁଭିଜ୍ ବ୍ୟାନର୍ରେ ଏହି କଥାଚିତ୍ରଟିର ନିର୍ମିତ ହୋଇଥିଲା ।
ଯଶୋଦା | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
ପ୍ରଯୋଜକ | ବସନ୍ତ ନାୟକ |
ସଂଳାପ | ବିଜୟ ମିଶ୍ର |
କାହାଣୀ | ବସନ୍ତ ନାୟକ |
କଳାକାର | ଉତ୍ତମ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଅପରାଜିତା ମହାନ୍ତି, ରଚନା ବାନାର୍ଜୀ |
ସଙ୍ଗୀତ | ସ୍ୱରୂପ ନାୟକ |
ସମ୍ପାଦକ | ଦେବେନ ମିଶ୍ର[୧][୨] |
ମୁକ୍ତିଲାଭ ତାରିଖ | ୧୭ ଅକ୍ଟୋବର ୧୯୯୬ |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ଏହି କଥାଚିତ୍ରଟିରେ ଜଣାଶୁଣା ଯାତ୍ରା ଖଳନାୟକ ଭିକୁ ସେଠ୍ ଖଳନାୟକ ଭାବରେ ଅଭିନୟ କରିଥିଲେ ।[୫] ଉତ୍ତମ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଅପରାଜିତା ମହାନ୍ତି, ରଚନା ବାନାର୍ଜୀ, ପ୍ରିୟଙ୍କା ମହାପାତ୍ର, ଉଷସୀ ମିଶ୍ର, ମିହିର ଦାସ, ଜୟୀରାମ ସାମଲ, ଅଶ୍ରୁମୋଚନ ମହାନ୍ତି, ସ୍ମିତା ମହାନ୍ତି, ରାଇମୋହନ, ସୂରଜ କୁମାର ଆଦି ଅନ୍ୟାନ୍ୟ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘ଯଶୋଦା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘ଯଶୋଦା’ରେ, ଗୀତ ଲେଖି, ଗୀତ ଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତକାର ସ୍ୱରୂପ ନାୟକ ।[୮] ‘ଯଶୋଦା’ର ଗୀତଗୁଡ଼ିକରେ ଘନଶ୍ୟାମ ପଣ୍ଡା, ଦେବାଶିସ, ଶ୍ରୀକାନ୍ତ, ଇରା ମହାନ୍ତି, ତୃପ୍ତି ଦାସ ଓ ଟି. ସୌରୀ ପ୍ରମୁଖ କଣ୍ଠଦାନ କରିଥିଲେ ।
ଆଧାରସମ୍ପାଦନ କରନ୍ତୁ
- ↑ "ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 16 August 2020. Archived from the original on 3 July 2022. Retrieved 16 August 2020.
- ↑ "ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ". Odisha Reporter. ଭୁବନେଶ୍ୱର. 16 August 2020. Archived from the original on 3 July 2022. Retrieved 9 September 2020.
- ↑ "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 24 August 2018. Retrieved 24 August 2018.
- ↑ ୪.୦ ୪.୧ "ଅପରାଜିତା ,କେବେ 'ସୁଭଦ୍ରା',କେବେ 'ଯଶୋଦା'!". ସମ୍ବାଦ. 3 September 2017. Retrieved 8 September 2017.
- ↑ ୫.୦ ୫.୧ "ପ୍ରଖ୍ୟାତ ଯାତ୍ରା ଅଭିନେତା ମହେନ୍ଦ୍ର ଦାସଙ୍କ ପରଲୋକ, ବହୁ ଯାତ୍ରା ନାଟକ ସମେତ ଏହି ଓଡ଼ିଆ ସିନେମାରେ କରିଥିଲେ ଅଭିନୟ". ସମ୍ବାଦ. sambad.in. 12 September 2020. Archived from the original on 12 September 2020. Retrieved 12 September 2020.
- ↑ "ଏହି ରୂପରେ ପୁଣି ପସନ୍ଦ ଆସିବେ ଅପରାଜିତା ! | Sambad". Sambad (in Odia). ଓଡ଼ିଶା. 16 September 2018. Archived from the original on 17 September 2018. Retrieved 17 September 2018.
{{cite news}}
: CS1 maint: unrecognized language (link) - ↑ "ଏହି ଚଳଚ୍ଚିତ୍ର ଜରିଆରେ ଓଲିଉଡ୍ରେ ପାଦ ରଖିଥିଲେ ରଚନା ବାନାର୍ଜୀ, ପ୍ରଥମରୁ ହିଁ ମିଳିଥିଲା ସିଦ୍ଧାନ୍ତଙ୍କ ସାଥ୍". sambad.in. 29 May 2018. Archived from the original on 20 October 2021. Retrieved 6 June 2018.
- ↑ "ପରଦାରେ ସୂରଜ-ରଚନା ଯୋଡ଼ି". ନିର୍ଭୟ. 12 September 2022. p. 10. Archived from the original on 13 September 2022. Retrieved 13 September 2022.
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଯଶୋଦା