ଲେଖୁଲେଖୁ ଲେଖିଦେଲି

୨୦୧୪ର ଓଡ଼ିଆ କଥାଚିତ୍ର
(ଲେଖୁ ଲେଖୁ ଲେଖିଦେଲିରୁ ଲେଉଟି ଆସିଛି)

ଲେଖୁଲେଖୁ ଲେଖିଦେଲି, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ର‌ୱାଲ । ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ସିଦ୍ଧାର୍ଥ ଅଗ୍ର‌ୱାଲ । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ଲେଖୁଲେଖୁ ଲେଖିଦେଲି
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକସୀତାରାମ ଅଗ୍ରୱାଲ
ସଂଳାପଶ୍ରୀକାନ୍ତ ଗୌତମ
ଚିତ୍ରନାଟ୍ୟସୁଶାନ୍ତ ମଣି
କାହାଣୀସିଦ୍ଧାର୍ଥ ଅଗ୍ରୱାଲ
କଳାକାରବାବୁଶାନ୍, ଝିଲିକ୍ ଭଟ୍ଟାଚାର୍ଯ୍ୟ, ଅଙ୍କିତା ଭୌମିକ, ପ୍ରିୟଙ୍କା ମହାପାତ୍ର, ସାତ୍ୟକି ମିଶ୍ର
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣସୀତାଂଶୁ ମହାପାତ୍ର
ମୁକ୍ତିଲାଭ ତାରିଖ
୨୯ ଅଗଷ୍ଟ ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଏବଂ ଝିଲିକ୍[୨] ଅଙ୍କିତା ଭୌମିକ, ପ୍ରିୟଙ୍କା ମହାପାତ୍ର, ସାତ୍ୟକି ମିଶ୍ର, ମହାଶ୍ୱେତା ରାୟ, ଅପରାଜିତା ମହାନ୍ତି, ପୃଥିରାଜ ନାୟକ, ହରିହର ମହାପାତ୍ର, ଶିବାନୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ ସମ୍ପାଦନା

ଗୀତ ଓ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।[୨] ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୭]

ଗୀତ ସମ୍ପାଦନା

କ୍ରମଗୀତସମୟ
1."ହୃଦୟ ବିଚରା" 
2."ହୃଦୟ ତମର" 
3."ହୃଦୟର ରାଜା" 
4."ମାଛିକୁ ମ ବୋଲି" 
5."ପ୍ରେମ ଅଢ଼େଇ ଅକ୍ଷର ଲେଖା" 
6."ସବୁ ଥାଇ କିଛି ନାହିଁ" 
7."ଲେଖୁଲେଖୁ ଲେଖିଦେଲି" 

ଆଧାର ସମ୍ପାଦନା

  1. "Lekhu Lekhu Lekhi Deli". www.NuaOdisha.com. Retrieved 30 September 2017.
  2. ୨.୦ ୨.୧ "Lekhu Lekhu Lekhideli Odia Film Cast, Crew, Wallpapers, Songs". New Odisha. 18 July 2014. Archived from the original on 3 October 2017. Retrieved 30 September 2017. {{cite news}}: |first= missing |last= (help)
  3. "Lekhu Lekhu Lekhideli". Book My Show. Retrieved 30 September 2017.
  4. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  5. "ସବ୍ୟସାଚୀଙ୍କ ସହ କେବେ ଝିଲିକ୍‌". sambad.in. 11 May 2018. Retrieved 6 June 2018.
  6. "ଗୁଡ୍ଦୁ ଗ୍ୟାଙ୍ଗ୍‌ରେ ଗୁଡ୍ଡି". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.
  7. "Lekhu Lekhu Lekhideli Odia Film Poster of Babusan and Jhilik". Incredible Orissa. 7 August 2014. Retrieved 30 September 2017.

ଅଧିକ ତଥ୍ୟ ସମ୍ପାଦନା