ତୁ ଆଉ ମୁଁ

୨୦୧୪ର ଓଡ଼ିଆ କଥାଚିତ୍ର

ତୁ ଆଉ ମୁଁ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୋମ୍ୟ ରଞ୍ଜନ ପଟ୍ଟନାୟକ ।[୧] ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ତ୍ରିଲୋଚନ ତାରାଇ ଏବଂ ସଂଳାପ ଲେଖିଥିଲେ ଦୀପକ ଜେନା ।[୨][୩] ନିଶିକାନ୍ତ ଦଳ ବେହେରା ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪] ଦେବୀତୋଷ ଆଚାର୍ଯ୍ୟ ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ର ଜରିଆରେ ଦେବୀତୋଷ ପ୍ରଥମ କରି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୩]

ତୁ ଆଉ ମୁଁ
ନିର୍ଦ୍ଦେଶକନିଶିକାନ୍ତ ଦଳବେହେରା
ପ୍ରଯୋଜକସୌମ୍ୟ ରଞ୍ଜନ ପଟ୍ଟନାୟକ
ସଂଳାପଦୀପକ ଜେନା
ଚିତ୍ରନାଟ୍ୟନିଶିକାନ୍ତ ଦଳବେହେରା
କାହାଣୀତ୍ରିଲୋଚନ ତରାଇ
କଳାକାରବିଜେନ୍ଦ୍ର କୁମାର ମିଶ୍ର
ବନ୍ଦନା ପରମାଣିକ
ମିହିର ଦାସ
ଅପରାଜିତା ମହାନ୍ତି
କୁନା ତ୍ରିପାଠୀ
ସଲିଲ୍ ମିତ୍ର
ସଙ୍ଗୀତଦେବୀତୋଷ ଆଚାର୍ଯ୍ୟ
ଚିତ୍ରଗ୍ରହଣସୁଶୀଲ ବେହେରା
ମୁକ୍ତିଲାଭ ତାରିଖ
୧୦ ଜାନୁଆରୀ ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଜେନ୍ଦ୍ର କୁମାର ମିଶ୍ର ଏବଂ ବନ୍ଦନା ପରମାଣିକ । ନାୟକ, ନାୟିକା ଉଭୟ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩] ମିହିର ଦାସ, ଅପରାଜିତା ମହାନ୍ତି, କୁନା ତ୍ରିପାଠୀ, ସଲିଲ୍ ମିତ୍ର ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

ଗୀତ ଓ ସଙ୍ଗୀତ ସମ୍ପାଦନା

ଏହି ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବୀତୋଷ ଆଚାର୍ଯ୍ୟ । ଚିନ୍ମୟ ଆଚାର୍ଯ୍ୟ, ମାନସ ସାମଲ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ ଆଦି ଗୀତିକାରମାନେ ଏହି ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଦେବୀତୋଷ ଆଚାର୍ଯ୍ୟ, କୁମାର ବାପି, ଶୈଳଭାମା ମହାପାତ୍ର, ମାଧବ, ବିଷ୍ଣୁମୋହନ କବି ମାମା ଦାସ, ମାନସ ପ୍ରୀତମ ଆଦି କଣ୍ଠଶିଳ୍ପୀମାନେ ଚଳଚ୍ଚିତ୍ରଟିରେ ଗୀତଗୁଡ଼ିକ ଗାଇଥିଲେ ।[୩]

୧୨ ଡିସେମ୍ବର ୨୦୧୩ରେ ହୋଟେଲ ସୂର୍ୟାଂଶରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା । ଏହି କାର୍ଯ୍ୟକ୍ରମରେ ସୋମ୍ୟରଞ୍ଜନ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ଦେବୀତୋଷ ଆଚାର୍ଯ୍ୟ, ଶୈଳଭାମା ମହାପାତ୍ର ଆଦି ଯୋଗ ଦେଇଥିଲେ ।[୩]

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଦିଲ୍ ସାରା ପ୍ରିଣ୍ଟିଂ ପ୍ରିଣ୍ଟିଂ" 
2."ଘୁମ୍‌ସୁଧା" 
3."ଲ‌ଲିପ‌ପ୍" 
4."ଓଠ ତଳେ" 
5."ତୁ ଆଉ ମୁଁ" 

ଆଧାର ସମ୍ପାଦନା

  1. "ଛଅ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି 'ତୁ ଆଉ ମୁଁ'ର ନାୟିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2020. Archived from the original on 30 May 2022. Retrieved 30 May 2022.
  2. "Tu Aau Mu new oriya movie". Incredible Orissa. 30 September 2013. Retrieved 4 September 2017.
  3. ୩.୦ ୩.୧ ୩.୨ ୩.୩ ୩.୪ "odishasuntimes.com/2013/12/13/audio-new-film-tu-aau-mu-released/". Odisha Sun Times. 13 December 2013. Retrieved 4 September 2017.
  4. "Tu aau mu". NuaOdisha.com. Retrieved 4 September 2017.
  5. ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
  6. ମହାନ୍ତି, ପ୍ରତ୍ୟାଶା ପ୍ରିୟମ୍ବଦା (10 October 2022). "ଅଭିନେତ୍ରୀରୁ ପ୍ରଶାସନିକ ଅଧିକାରୀ: ପ୍ରଥମ ପ୍ରୟାସରେ ବନ୍ଦନାଙ୍କ ସଫଳତା". ସକାଳ. No. ବାଲେଶ୍ୱର. ବାଲେଶ୍ୱର: ସକାଳ. p. 6. Archived from the original on 10 October 2022. Retrieved 10 October 2022.

ବାହାର ଆଧାର ସମ୍ପାଦନା