ଉତ୍ତମ ମହାନ୍ତି

ଓଡ଼ିଆ ଅଭିନେତା

ଉତ୍ତମ ମହାନ୍ତି ଭାରତର ଓଡ଼ିଶାରେ ଥିବା ଓଡ଼ିଆ ସିନେମା ଜଗତର ଜଣେ ଅଭିନେତା ।[୩][୪] ୧୯୭୭ ମସିହାରେ ସେ ଅଭିମାନ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫]

ଉତ୍ତମ ମହାନ୍ତି
ଅଭିମାନ କଥାଚିତ୍ର ପୋଷ୍ଟରରେ ଉତ୍ତମ ମହାନ୍ତି
ଅଭିମାନ କଥାଚିତ୍ର ପୋଷ୍ଟରରେ ଉତ୍ତମ ମହାନ୍ତି
ଜନ୍ମ (1958-12-23) ୨୩ ଡିସେମ୍ବର ୧୯୫୮ (ବୟସ ୬୪)[୧]
ବୃତ୍ତିଅଭିନେତା
Years active୧୯୮୦- ଏବେ ଯାଏଁ
ଜୀବନସାଥୀଅପରାଜିତା ମହାନ୍ତି
ସନ୍ତାନବାବୁଶାନ୍

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ନେଇଥିଲେ ।[୬] ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି ।[୭]

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ, ଅପରାଜିତାଙ୍କୁ ସେ ବିବାହ କରିଛନ୍ତି । ସେମାନଙ୍କ ପୁତ୍ର ବାବୁସାନ ଜଣେ ଅଭିନେତା । [୮]

ଚଳଚ୍ଚିତ୍ର ଜୀବନସମ୍ପାଦନ କରନ୍ତୁ

୧୯୭୭ ମସିହାରେ ସେ ଅଭିମାନ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ ।[୯][୧୦] ଏହାପରେ ଉତ୍ତମ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଲେ ଏବଂ ତିନିବର୍ଷ ପରେ ପୁଣି ପତିପତ୍ନୀ ଚଳଚ୍ଚିତ୍ର ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କଲେ ।[୧୧]


ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
କଳ୍କୀ ଅବତାର ୧୯୯୯ ହର ପଟ୍ଟନାୟକ
ରୂପା ଗାଁର ସୁନାକନିଆଁ ୧୯୯୮ ରାଜୁ ମିଶ୍ର
ପୁଅ ମୋର ଭୋଳାଶଙ୍କର ୧୯୯୬ ହର ପଟ୍ଟନାୟକ
ସୁହାଗ ସିନ୍ଦୂର ୧୯୯୬ ହର ପଟ୍ଟନାୟକ
ଲକ୍ଷ୍ମଣ ରେଖା ୧୯୯୬ ମହମ୍ମଦ ମହସୀନ
ଯଶୋଦା ୧୯୯୬ ହର ପଟ୍ଟନାୟକ
କପାଳ ଲିଖନ ୧୯୯୨ ହର ପଟ୍ଟନାୟକ
ଭୀଷ୍ମ ପ୍ରତିଜ୍ଞା ୧୯୯୨ ରବି କିନ୍ନାଗୀ
ଏଇ ଆମ ସଂସାର ୧୯୯୨ ଶିଶିର ମିଶ୍ର
ପଞ୍ଚୁ ପାଣ୍ଡବ ୧୯୮୯ ଶିଶିର ମୋହନ ପତି
ପାପପୁଣ୍ୟ ୧୯୮୮ ସିଦ୍ଧାର୍ଥ
ପୂଜାଫୁଲ ୧୯୮୫ ଜେ. ଏଚ୍. ସତ୍ତାର
ସତ କେବେ ଲୁଚି ରହେନା ୧୯୮୫ ରମେଶ ମହାନ୍ତି
ସମୟ ବଡ଼ ବଳବାନ ୧୯୮୫ ଶିଶିର ମିଶ୍ର
ସହରୀ ବାଘ ୧୯୮୫ ମହମ୍ମଦ ମହସୀନ
ଦଣ୍ଡା ବାଳୁଙ୍ଗା ୧୯୮୪ ମହମ୍ମଦ ମହସୀନ
ଝିଅଟି ସୀତା ପରି ୧୯୮୩ ବିଧୁଭୁଷଣ ନନ୍ଦ
ଫୁଲ ଚନ୍ଦନ ୧୯୮୨ ମହମ୍ମଦ ମହସୀନ
ରାମାୟଣ ୧୯୮୦ ଗୋବିନ୍ଦ ତେଜ
ଅଭିମାନ ୧୯୭୭ ସାଧୁ ମେହେର

ମାନ ସମ୍ମାନସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "Bhubaneswar City-Entertainment,oriya actor Uttam Mohanty,Profile of Uttam Mohanty". mybhubaneswarcity.com. 2012. Retrieved 30 June 2012. Birth Date- 23 rd Dec 1958
  2. "Uttam Mohanty Biography, Uttam Mohanty Biodata". moviespad.com. 2012. Retrieved 30 June 2012. His native town is in Baripada, Mayurbhanj district.
  3. "Uttam Mohanty: Latest News, Photos and Videos, Fan Club, Profile - ebharat.IN". ebharat.in. 2012. Retrieved 30 June 2012. Uttam Mohanty is one of the most popular Ollywood stars in the state of Orissa in India.
  4. "uttam mohanty". orissadiary.com. 2012. Retrieved 30 June 2012. Uttam Mohanty is one of the most popular Ollywood star
  5. "ପୁନରୁଦ୍ଧାର ହେବ 'ଅଭିମାନ'". Sambad (in ଆମେରିକୀୟ ଇଂରାଜୀ). 2018-09-15. Retrieved 2019-08-18.
  6. "Uttam Mohanty(Oriya: ଉତ୍ତମ୍ ମହାନ୍ତି ) - Ollywood". ollywood.wikidot.com. 2012. Retrieved 30 June 2012. Uttam Mohanty was born in place called Balrampur in Bihar
  7. "Uttam Mohanty Biography | Uttam Mohanty on Facebook, Twitter, IMDB, Wikipedia | Uttam Mohanty Profile, Gallery and Videos". indiaeveryday.in. 2012. Retrieved 30 June 2012. He has to his credit more than 135 Odia films to date and has acted in 30 Bengali films and in the only Hindi film naya Jahar
  8. "Uttam Mohanty". entertainment.indianetzone.com. 2008. Retrieved 30 June 2012. After doing along with the Oriya film actress Aparajita Khan, he got married to her and they have a son named Tanmay Mohanty(Babusan)
  9. "Uttam Mohanty - A Living Legend of Oriya Cinema". orissaspider.com. Retrieved 30 June 2012. So his first debut was the movie 'Abhimaan' in 1977
  10. "ଏହି ସିନେମାରେ ପ୍ରଥମେ ଏକାଠି ଆସିଥିଲେ ପ୍ରଶାନ୍ତ ଓ ଉତ୍ତମ". ସମ୍ବାଦ. 29 August 2017. Retrieved 30 August 2017.
  11. "ଅଭିନୟ ପାଇଁ ଭାଇ ରାଜି ନଥିଲେ: ଉତ୍ତମ ମହାନ୍ତି". sambad.in. 20 April 2018. Retrieved 6 June 2018.
  12. "Odisha Living Legend Award conferred on Super Star Uttam Mohanty, Oriya Orbit". orissadiary.com. 2012. Retrieved 21 January 2013. OdishaDiary (Orissadiary.com) conferred Odisha Living Legend Award 2012 on Uttam Mohanty.
  13. "The Hindu : Other States / Orissa News : FitFat-2008 award for Uttam Mohanty". hindu.com. 2008. Retrieved 21 January 2013. Uttam Mohanty, has been selected for this year's 'FitFat Bioscope" award.

ଅଧିକ ତଥ୍ୟସମ୍ପାଦନ କରନ୍ତୁ