ସୁପର ମିଛୁଆ
ସୁପର ମିଛୁଆ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ୨୦୧୫ ମସିହା ରଜ ସମୟରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।[୧] [୨] ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଏସ୍ କେ ମୁରଲୀଧରନ୍ । ଏହି ଚଳଚ୍ଚିତ୍ରର ନାୟକ ଥିଲା ବାବୁଶାନ ମହାନ୍ତି ଏବଂ ନାୟିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୩] ଅନ୍ୟାନ୍ୟ ଭୂମିକାରେ ମୀନକେତେନ, ଅପରାଜିତା, ଜୀବନ ପଣ୍ଡା, ପୃଥ୍ୱୀରାଜ ପ୍ରମୁଖ ଅଭିନୟ କରିଥିଲେ ।[୪]
ସୁପର ମିଛୁଆ | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ ରାଜ୍ ଥୋରାନୀ |
ସଂଳାପ | ରଣଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ | ଆଶୋକ ପତି |
କାହାଣୀ | ସିଦ୍ଧାର୍ଥ |
କଳାକାର | ବାବୁଶାନ୍, ଝିଲିକ୍ ଭଟ୍ଟାଚାର୍ଯ୍ୟ, ମୀନକେତନ, ଅପରାଜିତା ମହାନ୍ତି, ହରିହର ମହାପାତ୍ର |
ସଙ୍ଗୀତ | ବିକାଶ ଦାସ |
ଚିତ୍ରଗ୍ରହଣ | ଆର୍. ରମେଶ |
ସମ୍ପାଦକ | ସୁକୁମାର ମଣି |
ବିତରକ | ଅମିତ୍ ପାଣି |
ମୁକ୍ତିଲାଭ ତାରିଖ | ୧୨ ଜୁନ୍ ୨୦୧୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସଦାବେଳେ ମିଛ କହୁଥିବା ପିଲାଟିଏ ତା'ର ଜୀବନରେ କେମିତି ଅସୁବିଧା ଭୋଗୁଛି ଏବଂ ପରେ ପରେ ତା'ର ଜୀବନରେ କେମିତି ପରିବର୍ତ୍ତନ ଆସୁଛି । ସେହି ବିଷୟରେ ଏହାର କାହାଣୀ ଗତିଶୀଳ ।[୫]
ସଂଗୀତ ନିର୍ଦ୍ଦେଶକ ବିକାଶ ଦାସ ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଶ୍ରୀକାନ୍ତ ଗୌତମ ସମୁଦାୟ ୫ଟିଯାକ ଗୀତର ରଚନା କରିଥିଲେ । ସୁଧାକର ବସନ୍ତ ଏବଂ ଅଶୋକ ପତି ଉଭୟ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । ଚଳଚ୍ଚିତ୍ରର ଗୀତଗୁଡ଼ିକ ଅଧିକ ଲୋକପ୍ରିୟ ହୋଇଥିଲା ।[୬] ୨୦୧୫ରେ ମୁକ୍ତିଲାଭ କରିଥିବା ସମୁଦାୟ ୨୮ ଚଳଚ୍ଚିତ୍ରରୁ ମାତ୍ର ୬ଟି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିଥିଲା । ଏହି ୬ଟି ଚଳଚ୍ଚିତ୍ର ମଧ୍ୟରେ ଏହି ଚଳଚ୍ଚିତ୍ରଟି ଥିଲା ।[୭]
ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କ ସାର୍ଥକ ମୁଭିଜ୍ରେ ପୂର୍ବରୁ ମୁକ୍ତିଲାଭ କରିଥିବା ସମସ୍ତ ୧୧ଟିଯାକ ଚଳଚ୍ଚିତ୍ର ଖାଣ୍ଟି ଓଡ଼ିଆ ଶିର୍ଷକରେ ମୁକ୍ତିଲାଭ କରିଥିଲା । କିନ୍ତୁ ଏହି ଚଳଚ୍ଚିତ୍ରଟିର ଶୀର୍ଷକ ଓଡ଼ିଆ ଏବଂ ଇଂରାଜୀ ଶବ୍ଦର ମିଶ୍ରଣର ହୋଇଥିଲା ।[୮] ଏହି ଚଳଚ୍ଚିତ୍ରଟି ବିଗ୍ୱସ୍ ସମ୍ମାନ-୨୦୧୫ରେ ୩ୟ ସ୍ଥାନରେ ରହିଥିଲା ।[୯]
ଅଭିନୟ
ସମ୍ପାଦନାଓଡ଼ିଆଚଳଚ୍ଚିତ୍ର 'ସୁପର ମିଛୁଆ'ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:
- ବାବୁଶାନ୍[୧୦][୧୧]- ରୋମିଓ
- ଝିଲିକ୍ ଭଟ୍ଟାଚାର୍ଯ୍ୟ[୧୨]- ଜୁଲି/ଇଶା ଛୋଟରାୟ
- ମୀନକେତନ- ରୋମିଓର ମାମୁଁ
- ଅପରାଜିତା ମହାନ୍ତି- ରୋମିଓର ମାଆ
- ହରିହର ମହାପାତ୍ର- ହରି ବିହାରୀ ଗିରି
- ସରୋଜ ଦାସ- କାର୍ଯ୍ୟାଳୟ ମୁଖ୍ୟ
- ପୃଥିରାଜ ନାୟକ- ଶ୍ରୀକାନ୍ତ ଛୋଟରାୟ
- ଜୀବନ ପଣ୍ଡା
- ପ୍ରଦ୍ୟୁମ୍ନ ଲେଙ୍କା
- ବାଙ୍କୁ
- ଟିଲୁ
- ଦେବୁ ବ୍ରହ୍ମା
- ତୃପ୍ତି ସିହ୍ନା
- ପ୍ରଜ୍ଞା ଖଟୁଆ
- ଅମର
- ଚଞ୍ଚ
- ପ୍ରକାଶ
- କୁନାଲ ପଟ୍ଟନାୟକ
- ବିଜୟ ପଟ୍ଟନାୟକ
- ମାନସ
- ତପୁ
- ସୁକୁମାର
- ରାଜା
- ଉଲ୍ଲାସ
- ପାଠୀ
- ଚାନ୍ଦିନୀ
- ସ୍ନେହା
କାହାଣୀ
ସମ୍ପାଦନାରୋମିଓ (ବାବୁଶାନ୍) ଗୋଟିଏ ବାପ ମାଆ ଛେଉଣ୍ଡ ପିଲାଟିଏ । ଗୋଟିଏ କାର୍ଯ୍ୟାଳୟରେ ଚପରାସୀ ଭାବରେ କାର୍ଯ୍ୟକରୁଥିବା ମକରଧ୍ୱଜ ବାବୁ (ମୀନକେତନ) ହେଉଛନ୍ତି ତା'ର ମାମୁଁ । ମକରଧ୍ୱଜ ବାବୁ ଏବଂ ତାଙ୍କର ପତ୍ନୀ ରୋମିଓକୁ ପିଲାଦିନରୁ ପାଳିପୋଷି ବଡ଼ କରିଥିଲେ । ସେଥିପାଇଁ ସେ ଦ୍ୱୟଙ୍କର କୌଣସି ସନ୍ତାନ ସନ୍ତତି ବି ନ ଥିଲେ । ରୋମିଓର ମିଛ କହିବା ଅଭ୍ୟାସ ନୁହେଁ ପେଶା । ହେଲେ ସେ ଏବେଯାଏ ମିଛ କହି କେବେ କାହାକୁ ହଇରାଣ କରିନାହିଁ । କେତେବେଳେ ମାମୁଁ ହୃଦଘାତ କଥା କହି କାହାଠାରୁ ଉଧାର ଆଣେ ତ କେବେ ପୁଣି ମାମୁଁ ମରିଯାଇଛି ସୁଧିକ୍ରିୟା ପାଇଁ ପଇସା ଦରକାର କହି ଉଧାର ଆଣିଦେଉଥାଏ । ପରେ ସେମାନେ ପଇସା ମାଗିଲେ ତାଙ୍କୁ ପଇସା ଦେବା ବଦଳରେ ମାଡ଼ ମାରେ । ଏହି ସବୁ କଥାକୁ ସାଙ୍ଗକୁ ମାଇଁ ଭଣଜା ବି ମାମୁଁ ପକେଟରୁ ପାଳି କରି ଯୋଜନା ବଦ୍ଧ ଭାବରେ ପଇସା ଲୁଟନ୍ତି ।
ଏସବୁ ଦେଖି ରୋମିଓର ମାମୁଁ ତା'ର କାର୍ଯ୍ୟାଳୟର ନିର୍ଦ୍ଦେଶକଙ୍କୁ ଅନୁରୋଧ କରି ରୋମିଓର ଗୋଟିଏ ବ୍ୟାଙ୍କରେ ଚାକିରୀ କରେଇ ଦେଲେ । ଏହି ଭିତରେ ରୋମିଓର ଗୋଟିଏ ଝିଅ ସହ ଦେଖା ହେଲା, ସେ ତାକୁ ଜୁଲି ବୋଲି ଡାକୁଥାଏ । ପରେ ଜଣିଲା କି ସେ ଝିଅଟି ସେଇ ବ୍ୟାଙ୍କରେ ଚାକିରୀ କରେ ଯାହାର ପ୍ରକୃତ ନାମ ହେଉଛି ଇସା । ସେ ଗୋଟିଏ ଧନୀ ବ୍ୟକ୍ତି ଶ୍ରୀକାନ୍ତ ଛୋଟରାୟର ଝିଅ । କିନ୍ତୁ ରୋମିଓ ସେ ଝିଅକୁ ଗୋଟିଏ ଧନୀ ଘରର ପିଲା ବୋଲି ମିଛ କହିଥିଲା । ଧିରେ ଧିରେ ସାଙ୍ଗମାନଙ୍କୁ ଲଗେଇ ବିଭିନ୍ନ ପ୍ରକାରର ଉପାୟ କରି ସେ ସେହି ଝିଅକୁ ତା' ପ୍ରତି ଆକର୍ଷିତ କରାଇଲା । ଏହିସବୁ ବିଷୟରେ ଇସାର ବାପା ଜାଣିବାକୁ ପାଇଲେ । ତେଣୁ ସେ ରୋମିଓ ବିଷୟରେ ସବୁକିଛି ଅନୁସନ୍ଧାନ କଲା ପରେ ପ୍ରତୀକ ବୋଲି ଆଉ ଗୋଟିଏ ପିଲା ସହ ତା'ର ବାହାଘର କରିଦେବାକୁ ଠିକ୍ କରିଦେଇଥିଲେ । ମାତ୍ର ବାହାଘରର ପୂର୍ବଦିନ ରୋମିଓ ଓ ତା'ର ମାମୁଁ ଏହି ସବୁ କଥା ଜାଣିବାକୁ ପାଇଲେ । ସେଥିପାଇଁ ସେମାନେ ବେଶ ବଦଳାଇ ଯାଇ ଇସାକୁ ବିବାହ ମଣ୍ଡପରୁ ଖସାଇ ସେମାନଙ୍କ ସାଙ୍ଗରେ ଆଣିଦେଇ କୋର୍ଟରେ ପଞ୍ଜୀକୃତ ବିବାହ କରାଇଦେଲେ । ଏହି ସବୁ ଦେଖି ଇସାର ବାପା ଝିଅକୁ ଧିକ୍କାର କରି ଚାଲିଗଲେ ।
ହେଲେ ଇସା ଯେତେବେଳେ ରୋମିଓର ଘରେ ପହଞ୍ଚିଲା ସେତେବେଳେ ତା'ର ସବୁକିଛି ସ୍ୱପ୍ନ ଧୂଳିରେ ମିଶିଗଲା ପରି ଲାଗିଲା ଏବଂ ସେ ରୋମିଓର ସବୁ ମିଛ ଜାଣିପାରିଲା । ତା'ର ବାପା କହିଥିବା ସବୁଯାକ କଥା ସତ ବୋଲି ସେ ଜାଣିଲା, ସେଥିପାଇଁ ସେ ରୋମିଓକୁ ବହୁତ ଗାଳି କଲା । ରାଗିଯାଇ ରୋମିଓ ମଧ୍ୟ ଇସାକୁ ଚଟକଣୀଟିଏ ପକାଇଲା । ତେଣୁ ଇସା ତା'ର ଭୁଲ ବୁଝିପାରି କାନ୍ଦି କାନ୍ଦି ତା' ବାପାଙ୍କ ପାଖକୁ ଚାଲିଗଲା ସେହି ରାତିରେ । ଏହା ପରେ ରୋମିଓ ଏବଂ ତା'ର ମାମୁଁ ମାଇଁ ଇସାକୁ ଘରକୁ ଫରେଇ ଆଣିବା ପାଇଁ ତା' ଘରକୁ ଜାଇ ଅପମାନିତ ହୋଇ ଫେରିଲେ । ଇସାର ବାପା ସେମାନଙ୍କୁ କୋର୍ଟରେ ଦେଖାକରିବାକୁ କହିଲେ ଏବଂ ଛାଡ଼ପତ୍ର ପାଇଁ ଆବେଦନ କଲେ । ଏଥି ସହ ସେମାନେ ଅପହରଣ, ଠକାମୀ ଆଦି ମିଥ୍ୟା ଅଭିଯୋଗ ମଧ୍ୟ କଲେ । ଧିରେ ଧିରେ କୋର୍ଟରେ ସମୟ ଗଡ଼ିଚାଲିଲା । ଏମିତି କିଛିଦିନ ଗଲାପରେ ଇସା ମଧ୍ୟ କୋର୍ଟକୁ ଆସିଲା ଏବଂ ସେଠାରେ ରୋମିଓ ତାକୁ ଦେଖା କରି ଭୁଲ ମାଗିଲା । ମାତ୍ର ସେ ରୋମିଓକୁ କ୍ଷମା କରିବା ବଦଳରେ ଶୀଘ୍ର ଛାଡ଼ପତ୍ର ଦେଇଦେବାକୁ ଅନୁରୋଧ କଲା । ଏହା ଶୁଣି ରୋମିଓ ମଧ୍ୟ ଅଦାଲତରେ ଛାଡ଼ପତ୍ର ସେହିଦିନ ଦେଇଦେବାକୁ ଅନୁରୋଧ କଲା ଏବଂ ସେ ଦୁହିଁଙ୍କର ବିବାହର ସବୁଦିନ ପାଇଁ ବିଚ୍ଛେଦ ହୋଇଗଲା ।
ଏହାପରେ ରୋମିଓ ସେହି ବ୍ୟାଙ୍କରେ ମନଲଗେଇ କାମକଲା ଏବଂ ଧିରେ ଧିରେ ସବୁ ଧାରକରଜ ସୁଝି ସହ ଭଲ ଇଂରାଜୀ କହିବା ମଧ୍ୟ ଶିଖିଗଲା । ସେତେବେଳେ ଇସା ମଧ୍ୟ ବାଙ୍ଗାଲୋର ଚାଲିଗଲା । ଏକଦା ରୋମିଓର ସାଙ୍ଗର ପତ୍ନୀର କାର୍ଯ୍ୟାଳୟକୁ ଇସା ୭ଦିନ ପାଇଁ ଆସିଥିଲା । ସେଠାରେ ରୋମିଓର ସାଙ୍ଗ ଓ ତା'ର ସ୍ତ୍ରୀ ମିଶି ଇସାକୁ ରୋମିଓ ସହ ପୁଣିଥରେ ଯୋଡ଼ିହେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କଲେ । ଇସାର ଜନ୍ମଦିନରେ ରୋମିଓ ତାକୁ ପୂର୍ବରୁ ପ୍ରତିଜ୍ଞା କରିଥିବା ପାଉଁଜୀଟି ଉପହାର ଦେଲା । ଏହାପରେ ଇସା ତା'ର ଭୁଲ ବୁଝିପାରି ରୋମିଓକୁ ଦେଖା କରିବାକୁ ତା'ର ଘରକୁ ଯାଇଥିଲା ମାତ୍ର ସେଠାରେ ରୋମିଓକୁ ଦେଖାକରିବାକୁ ତା'ର ସାହାସ ହେଲା ନାହିଁ । ସେଥିପାଇଁ ସେ ବାଙ୍ଗାଲୋର ଫେରିଯିବାକୁ ଗଲାବେଳେ ରୋମିଓ ସହ ଫୋନରେ କଥା ହେଲା । ଏହା ପରେ ରୋମିଓ ଇସା ପାଖକୁ ଆସୁଥିବା ବେଳେ ବାଟରେ ଦୁର୍ଘଟଣା ଘଟିଲା ଆଉ ଏହାଶୁଣି ଇସା ତା' ସେ ଟ୍ରେନ ଛାଡ଼ି ହସ୍ପାତାଳକୁ ଗଲା । ସେଠାରେ ଇସା ତା'ର ଭୁଲ ସ୍ୱୀକାର କରିବା ସହ ରୋମିଓକୁ ଆପଣେଇ ନେଲା ।
ଗୀତ ଓ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ ଦେଇଥିବା ବେଳ ଶ୍ରୀକାନ୍ତ ଗୌତମ ଗୀତ ରଚନା କରିଥିଲେ । ନିବେଦିତା, ସୌରିନ ଭଟ୍ଟ, ବାବୁଶାନ, ଆର୍.ଏସ୍. କୁମାର, ଦିବ୍ୟା ଆଦି କଣ୍ଠଦାନ କରିଥିଲେ । ନୃତ୍ୟ ନିର୍ଦ୍ଦେଶନ ଦେଇଥିଲେ ସୁଧାକର ବସନ୍ତ ଏବଂ ଅଶୋକ ପତି ।
ଗୀତ
ସମ୍ପାଦନାଗୀତ | ରଚନା | କଣ୍ଠଦାନ |
---|---|---|
ସୁପର ମିଛୁଆ | ||
କେମିତି କହିବି ତୋତେ | ||
ତୁ ମୋର ମନ୍ଦିର ତୁ ମୋର ପୂଜା | ||
କୁଟ୍ କୁଟ୍ ଧାନ ଲୋ | ||
ଶୂନ୍ୟତାକୁ ଆଜି ପଚାରେ ମୁଁ ଯେବେ (ପୁରୁଷ) | ||
ଶୂନ୍ୟତାକୁ ଆଜି ପଚାରେ ମୁଁ ଯେବେ (ନାରୀ) |
ଆଧାର
ସମ୍ପାଦନା- ↑ "ଓଲିଉଡ୍ @୨୦୧୫". Odisha Reporters. 29 December 2015. Retrieved 16 February 2017.
- ↑ Palit, Ashok (8 June 2016). "Three new Odia films going to release during Raja festival". Orissa Diary. Retrieved 16 February 2017.[permanent dead link]
- ↑ "Super Michhua Odia Film of Babusan, Jhilik". InceredibleOrissa. 22 November 2014. Retrieved 16 February 2017.
- ↑ Nayak, Piyush Dipankar (12 June 2015). "Babusan starer Odia film Super Michua to hit theatre in Raja Festival". Orissa Diary. Retrieved 16 February 2017.[permanent dead link]
- ↑ Palit, Ashok (12 May 2015). "Six Odia movies to add colour to this year's Raja". Daily Pioneer. Retrieved 16 February 2017.
- ↑ Mohanty, Parthasarathi (13 June 2015). "3 Odia films released for Raja festival". DNA INDIA. Retrieved 16 February 2017.
- ↑ Singha, Minati (31 December 2015). "2015 is not a memorable Ollywood story to be told". The Times of India. Retrieved 16 February 2017.
- ↑ "ଧାରା ବଦଳିଗଲା କାହିଁକି?". ସମ୍ବାଦ. 4 November 2016. Archived from the original on 4 March 2017. Retrieved 16 February 2017.
- ↑ "ପ୍ରଶାନ୍ତ ନନ୍ଦ ପାଇବେ 'ବିଗ୍ୱସ୍ ସମ୍ମାନ'". ସର୍ବସାଧାରଣ. 3 January 2016. Retrieved 16 February 2017.[permanent dead link]
- ↑ "ଲୋକାଲ୍ ଟୋକାଙ୍କ ପ୍ରେମିକା" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.
{{cite news}}
: CS1 maint: unrecognized language (link) - ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "ସବ୍ୟସାଚୀଙ୍କ ସହ କେବେ ଝିଲିକ୍". sambad.in. 11 May 2018. Retrieved 6 June 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସୁପର ମିଛୁଆ