ବାବୁଶାନ୍

ଓଡ଼ିଆ ଅଭିନେତା
(ବାବୁସାନ ମହାନ୍ତିରୁ ଲେଉଟି ଆସିଛି)

ତନ୍ମୟ ମହାନ୍ତି (ଜନ୍ମ: ୩୦ ଜୁଲାଇ ୧୯୯୦; ମଞ୍ଚନାମ ବାବୁଶାନ୍) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ।[୨] ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଅଭିନେତା, ଗୀତ ଲେଖକ, ପ୍ରଚ୍ଛଦପଟ ଗାୟକ ଭାବରେ କାମ କରୁଛନ୍ତି । ସେ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ଅଟନ୍ତି ।

ବାବୁଶାନ୍ ମହାନ୍ତି
ବାବୁଶାନ ମହାନ୍ତି
Born
ତନ୍ମୟ ମହାନ୍ତି

(1989-07-30) ଜୁଲାଇ ୩୦, ୧୯୮୯ (ବୟସ ୩୪)[୧]
Alma materକିଟ୍ ବିଶ୍ୱବିଦ୍ୟାଳୟ
Occupation(s)ଅଭିନେତା, ପ୍ରଚ୍ଛଦପଟ ଗାୟକ, ଗୀତିକାର
Years active୨୦୦୯ - ଏବେଯାଏଁ
Spouseତ୍ରୁପ୍ତୀ ସତପଥୀ
Parent(s)ଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
Websitewww.babusanmohanty.com

ବାବୁଶାନ୍‌ଙ୍କୁ ତାଙ୍କ ପିତାମାତା ଜଣେ ସଫଳ ପ୍ରଚ୍ଛଦପଟ ଗାୟକ ରୂପେ ଗଢ଼ି ତୋଳିବାକୁ ଚାହୁଁଥିଲେ । ସେଥିପାଇଁ ସେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ । ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ହର ପଟ୍ଟନାୟକ ତାଙ୍କୁ ପ୍ରଥମେ ରୋମିଓ ଚଳଚ୍ଚିତ୍ରରେ ନାୟକ ରୂପେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ମାତ୍ର ଏହି ଚଳଚ୍ଚିତ୍ରଟି ସେତେଟା ସଫଳ ହୋଇନଥିଲା ।[୧]

୨୦୧୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତ ପାଇଁ ପ୍ରଯୋଜନା ଆରମ୍ଭ କରିଥିଲେ ବାବୁଶାନ୍ । ସୁନାପିଲା- ଟିକେ ସ୍କୃ ଢିଲା ଚଳଚ୍ଚିତ୍ରରେ ସେ ନାୟକ ଏବଂ ପ୍ରଥମ ପ୍ରଯୋଜକ ସାଜିଥିଲେ ।[୩]

ସୁପର ମିଛୁଆ ହେଉଛି ବାବୁଶାନ୍‌ଙ୍କର ସବୁଠୁ ବେଶୀ ପାରିଶ୍ରମିକ ମିଳିଥିବା ଓଡ଼ିଆ ଫିଲ୍ମ ।[୪]

କଥାଚିତ୍ରରେ ଭୂମିକା ସମ୍ପାଦନା

ଅଭିନେତା ଭାବରେ ସମ୍ପାଦନା

ମସିହା ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୦୯ ରୋମିଓ ସଞ୍ଜୁ
୨୦୧୦ ତୋ ଆଖିରେ ମୁଁ ସୂର୍ଯ୍ୟ/ପ୍ରକାଶ
୨୦୧୦ ପ୍ରେମ ଅଢେଇ ଅକ୍ଷର
୨୦୧୦ ସଞ୍ଜୁ ଆଉ ସଞ୍ଜନା ସଞ୍ଜୁ
୨୦୧୧ ଲୋଫର୍ ସଞ୍ଜୁ
୨୦୧୧ ଚକୋଲେଟ ବଣ୍ଟି/ଡ. ଶୌରଭ ଦାସ
୨୦୧୧ ୧୪୩ ଆଇ ଲଭ୍ ୟୁ ସଞ୍ଜୟ
୨୦୧୧ ଦୋସ୍ତି ଆକାଶ
୨୦୧୨ ଥୁକୁଲ୍ ପଞ୍ଚମ୍
୨୦୧୨ ଲୁଚକାଳି ତନ୍ମୟ
୨୦୧୨ ଇଡିଅଟ୍ ସଞ୍ଜୟ
୨୦୧୨ ଲଭ୍ ମାଷ୍ଟର ଜିତ୍
୨୦୧୩ ଦିୱାନା ଦିୱାନି ସଞ୍ଜୟ
୨୦୧୩ ଡାହା ବାଳୁଙ୍ଗା ଓମ୍‌କାର
୨୦୧୪ ଆଖିରେ ଆଖିରେ ରାହୁଲ
୨୦୧୪ ଲେଖୁ ଲେଖୁ ଲେଖିଦେଲି ଅଜୟ
୨୦୧୫ ଯିଏ ଯାହା କହୁ ମୋର ଢୋ ରାଜା
୨୦୧୫ ସୁପର ମିଛୁଆ ରୋମିଓ
୨୦୧୫ ଭଲପାଏ ତତେ ୧୦୦ରୁ ୧୦୦
୨୦୧୬ ତୁ ଯେ ସେଇ
୨୦୧୬ ଲଭ୍ ଷ୍ଟେସନ ସଞ୍ଜୁ
୨୦୧୬ ଝିଅଟା ବିଗିଡ଼ିଗଲା
୨୦୧୬ ଜବରଦସ୍ତ ପ୍ରେମିକ ସଞ୍ଜୁ
୨୦୧୬ ଲଭ୍ ପାଇଁ କୁଛ୍ ଭି କରେଗା
୨୦୧୬ ସୁଇଟ୍ ହାର୍ଟ
୨୦୧୭ ଦିଲ୍ ଦିୱାନା ହେଇଗଲା
୨୦୧୭ ସିଷ୍ଟର ଶ୍ରୀଦେବୀ [୫]
୨୦୧୭ ସୁନାପିଲା- ଟିକେ ସ୍କୃ ଢିଲା କୁଞ୍ଜ[୬]
୨୦୨୨ ଦମନ[୭]

ପ୍ରଚ୍ଛଦପଟ ଗାୟକ ଭାବରେ ସମ୍ପାଦନା

ଗୀତିକାର ଭାବରେ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "ବାବୁସାନ୍‌ଙ୍କୁ ୨୯ ଚାଲିଲା,ଏବର୍ଷ ଅଭିନୀତ ଓଡ଼ିଆ ସିନେମା ସଂଖ୍ୟା ବି ହେବ ୨୯!". ସମ୍ବାଦ. 30 July 2017. Archived from the original on 2 August 2017. Retrieved 30 July 2017.
  2. "Tanmay Mohanty popularly called Babushan Mohanty". odishaviews.com. 2012. Retrieved 16 January 2013. Tanmay Mohanty popularly called Babushan
  3. Sahu, Prithviraj (11 January 2017). "Babushan debuts as producer in upcoming Odia movie "Suna Pila Tike Screw Dhila"". UpdateOdisha. Retrieved 28 February 2017.
  4. Editor, OdiaWeb (6 February 2019). "Highest Paid Movie of Babushan "Super Michhua"". OdiaWeb. Retrieved 6 February 2019. {{cite news}}: |last= has generic name (help)
  5. "ଚର୍ଚ୍ଚାରେ ବାବୁସାନ ଓ ଶିବାନୀ". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  6. "ସୁନାପିଲାର ସ୍କୃ ଢିଲା". ସମ୍ବାଦ. 6 August 2017. Archived from the original on 8 August 2017. Retrieved 7 August 2017.
  7. "'ଦମନ'ର ଡାକ୍ତରବାବୁ". ସକାଳ. No. ଭୁବନେଶ୍ୱର. 7 August 2022. p. ୨. Archived from the original on 3 November 2022. Retrieved 3 November 2022.

ଅଧିକ ତଥ୍ୟ ସମ୍ପାଦନା