ଚାନ୍ଦ ନା ତମେ ତାରା

୨୦୧୨ର ଓଡ଼ିଆ କଥାଚିତ୍ର

ଚାନ୍ଦ ନା ତମେ ତାରା ୨୦୧୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ।[୧] ରମେଶ ରାଉତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୨][୩][୪]

ଚାନ୍ଦ ନା ତମେ ତାରା
ନିର୍ଦ୍ଦେଶକରମେଶ ରାଉତ
ପ୍ରଯୋଜକଚିତ୍ତରଞ୍ଜନ ପୃଷ୍ଟି
ସଂଳାପଭରଦ୍ୱାଜ ପଣ୍ଡା, ରମେଶ ରାଉତ
କାହାଣୀଚିତ୍ତରଞ୍ଜନ ପୃଷ୍ଟି, ରମେଶ ରାଉତ
କଳାକାରଦୀପକ ବାରିକ
ପ୍ରାଚୀ ସିଂହ
ଅଜିତ ଦାସ
ମୀନକେତନ
ମିହିର ଦାସ
ଅପରାଜିତା ମହାନ୍ତି
ଦେବଯାନୀ
ମନୋଜ ଦାସ
ପିଣ୍ଟୁ ନନ୍ଦ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣରଞ୍ଜନ ମିଶ୍ର
ଧୃବାନନ୍ଦ ପଣ୍ଡା
ରବିନ୍ଦ୍ର ସେଠୀ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୨୮ ସେପ୍ଟେମ୍ବର ୨୦୧୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକପ୍ରାଚୀ ସିଂ[୫]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ବାଦଲ(ଦୀପକ) ଜଣେ ଟ୍ରକ ଡ୍ରାଇଭରର ପୁଅ । ପରିବାର କ‌ହିଲେ ସେ, ତା ବାପା(ମିହିର ଦାସ), ତା' ମାଆ(ଅପରାଜିତା ମହାନ୍ତି) ଏବଂ ଗୋଟିଏ ସାନ ଭଉଣୀ । ବାଦଲର ବାପାଙ୍କର ପିଲାଦିନର ସାଙ୍ଗ ଜଣେ ହୋଟେଲର ମାଲିକ(ଅଜିତ ଦା) । ଛୋଟିଆ ହୋଟେଲଟିଏ କରି ସେ ନିଜର ଗୁଜୁରାଣ ମେଣ୍ଟାନ୍ତି । ତାଙ୍କ ଘରେ ତାଙ୍କର ଏକମାତ୍ର ଝିଅ ଚାନ୍ଦିନୀ(ପ୍ରାଚୀ ସିଂ) ଏବଂ ଆଉ ପୁଅ ଭଳି ରହୁଥିବା ଆଉ ଗୋଟିଏ ପିଲା ଗୁଡୁ(ପିଣ୍ଟୁ ନନ୍ଦ), ଯିଏକି ମୂକ ଥିଲା । ବାଦଲ ଇଞ୍ଜିନିୟରିଂ ସାରି ଘରକୁ ଫେରିଛି ଏବଂ ତା'ର ଅନେକ ଦିନ ତଳୁ ଚାନ୍ଦିନୀ ସ‌ହ ପ୍ରେମ ସମ୍ପର୍କ ରହିଛି । ହେଲେ ଏହି କଥା ତାଙ୍କ ଘରେ ସମସ୍ତେ ଅଜଣା ଥିଲେ । ସେମାନଙ୍କର ପ୍ରେମ କଥା କେବଳ ଗୁଡୁକୁ ହିଁ ଜଣା ଥିଲା । ବାଦଲର ଇଞ୍ଜିନିୟରିଂ ସରିବା ପରେ ସେ ଘରକୁ ଆସୁଛି ବୋଲି ଚାନ୍ଦିନୀକୁ ଜଣେଇ ନ ଥିଲା ମାତ୍ର ଚାନ୍ଦିନୀ ପାଖରେ ଏହି ଖବର ପ‌ହଞ୍ଚିବା ପରେ ସେ ବାଦଲକୁ ଦେଖା କରିବାକୁ ଆସୁଥିଲା ଏବଂ ବାଟରେ ଉଭୟଙ୍କ ଗାଡ଼ି ଉଭୟଙ୍କ ସ‌ହ ଧକ୍କା ହେଲା । ବାଦଲ ଘରକୁ ଆସିବା କଥା ଚାନ୍ଦିନୀକୁ ଜଣେଇ ନ ଥିବାରୁ ସେ ରାଗିକି ତା ସ‌ହ କଥା ନ ହେଇକି ଅଭିମାନରେ ଚାଲିଯାଉଥିବା ବେଳେ ଗୋଟେ ପାହାଡ଼ ପାଖରେ ତାର ଗୋଡ଼ ଖସିଗଲା ହେଲେ ସେ ପଡ଼ିଯିବା ଆଗରୁ ତାକୁ ବାଦଲ ଧରିନେଲା ଏବଂ ଉଭୟ ଟିକେ ଟିକେ ଆଘାତ ପାଇଲେ । ଏହି କଥାକୁ ସେମାନେ ଘରେ ଲୁଚାଇଲେ । ହେଲେ ସେମାନଙ୍କର ଏହି ସବୁ କଥାକୁ ନେଇ ଘରେ ସେମାନଙ୍କୁ ପ୍ରେମ କ‌ଥା କ‌ହି ଅନେକ ମଜା ଉଡ଼ାଇଲେ ।

ସେପଟେ ଦାଦାଭାଇ(ମନୋଜ ଦାସ) ନାମକ ଜଣେ ଖଳ ପ୍ରକୃତିର ଲୋକ ଗୋଟିଏ ପ୍ରକଳ୍ପ କରିବା ପାଇଁ ଜମି ଠିକ କରୁଥିଲା । ସେ ସମୁଦାୟ ୩୯୯ ଏକର ଜମି ନିଜ ନାମରେ କରିସାରିଥିଲା ବାକି ଗୋଟିଏ ଏକରେ ଗୋଟିଏ ହୋଟେଲ ଥିଲା, ଯାହାକି ଚାନ୍ଦିନୀର ବାପାର । ତାକୁ ଯେମିତି ହେଲେ ବି ସେ ଜମି ଦରକାର । କଥାରେ ନ ହେଲେ ବନ୍ଧୁକରେ ସେ ସେଇ ଜମି ହାତେଇବାର ଯୋଜନା କରିଥିଲା । ସେଥିପାଇଁ ସେ ସେହି ହୋଟେଲକୁ ତାକୁ ଦେଇଦେବାକୁ ଚାନ୍ଦିନୀର ବାପାଙ୍କ ପାଖକୁ ଆସିଥିଲା । କିନ୍ତୁ ସେ ରାଜି ହେଲେ ନାହିଁ, ସେଥିପାଇଁ ସେ ତାଙ୍କୁ ଧମକ ଦେଇଚାଲିଯାଉଥିବା ବେଳେ ଚାନ୍ଦିନୀ ଗୁଡୁ ସ‌ହ ତା' ବାପାଙ୍କ ପାଖକୁ ସକାଳର ଜଳଖିଆ ନେଇକି ଆସୁଥିଲା । ତାକୁ ଦେଖି ଦାଦାଭାଇ ଫେରିଯାଇ ଚାନ୍ଦିନୀର ବାପାଙ୍କ ପାଖରେ ଭୁଲ ମାଗିଲେ ଏବଂ ତାଙ୍କର ଘରର ଲକ୍ଷ୍ମୀ ଚାନ୍ଦିନୀକୁ ତା ସ‌ହ ବିବାହ କରାଇଦେବାକୁ ଅନୁରୋଧ କରି ଚାଲିଗଲା । ସେ ଚାଲିଗଲା ପରେ ଚାନ୍ଦିନୀ ତା ବାପାଙ୍କୁ ତା' ବିଷୟରେ ପଚାରିଲା ହେଲେ ସେ ତାକୁ ସେ ବିଷୟରେ କିଛି ବି କ‌ହିଲେନି ବରଂ ଘରକୁ ଯିବାକୁ କ‌ହିଲେ । ସେ ଘରକୁ ଫେରିବା ବେଳେ ବାଟରେ ଦାଦାଭାଇ ତା ଲୋକମାନଙ୍କ ସ‌ହ ବାଟରେ ଜଗିଥିଲା ଏବଂ ତା'ର ବାଟ ଓଗାଳିଲା । ସେଠାରେ ସେ ଚାନ୍ଦିନୀ ସ‌ହ କିଛି ଖରାପ ବ୍ୟବ‌ହାର କରିବା ବେଳେ ବାଦଲ ସେଠାରେ ପ‌ହଞ୍ଚିଲା ଏବଂ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଲା । ଦାଦାଭାଇଙ୍କ ଲୋକମାନଙ୍କୁ ବାଦଲ ମାରିବା ସ‌ହ ଦାଦାଭାଇକୁ ଅଜାଗାରେ ବାଡ଼େଇଥିଲା । ଏବଂ ତାର ଲୋକମାନଙ୍କ ମାଡ଼ରେ ବାଦଲର ମୁଣ୍ଡ ଫାଟିଗଲା । ଏହି ସବୁ ବିଷୟ ବାଦଲ, ଚାନ୍ଦିନୀ ଏବଂ ଗୁଡୁ ଭିତରେ ର‌ହିଲା ଏବଂ ଅନ୍ୟମାନେ ଏହି ସବୁ କଥାରୁ ଅଜଣା ରହିଲେ ।

ବାଦଲ ଇଞ୍ଜିନିୟରିଂ ଶେଷ କରି ଘରେ ଖାଲି ଖାଲିରେ ଘରେ ଥିଲା, ସେଥିପାଇଁ ତା ବାପା ତାକୁ ତା'ର ମାଲିକଙ୍କ କମ୍ପାନୀରେ ଚାକିରି କରିବାକୁ କ‌ହିଲେ ଏବଂ ତା'ର ସମସ୍ତ ସାର୍ଟିଫିକେଟ ସାଙ୍ଗରେ ନେଇ ସେ ତା' ଗୋଟେ କାର୍ଯ୍ୟାଳୟକୁ ଗଲା । ସେଠାରେ ସେହି କମ୍ପାନୀର ମାଲିକ ବାଦଲର ସଫଳତାର ସାର୍ଟିଫିକେଟ ଦେଖି ଖୁସି ହେଲେ ଏବଂ ଖୁବ ଶୀଘ୍ର କିଛି କାର୍ଯ୍ୟରେ ଲଗେଇ ଦେବେ ବୋଲି କଥାଦେଲେ । ସେଠାରୁ ଫେରିବା ବେଳେ ସେଇ କାର୍ଯାଳୟ ପାଖରେ ବାଦଲର ଦାଦାଭାଇ ସ‌ହ ଦେଖାହେଲା । ହେଲେ ସେଠାରେ ସେ କିଛି ନ‌ କ‌ହି ଖାଲି ବାଦଲର ମୁଣ୍ଡରେ ହୋଇଥିବା ଘା' ବିଷୟରେ ପଚାରି ଚାଲିଗଲା । ସେହି ସମୟରେ ବାଦଲକୁ ଚାନ୍ଦିନୀ ବାରମ୍ବାର ଫୋନ କରୁଥିଲା, ମାତ୍ର ବାଦଲ ତା'ର ବାପାଙ୍କ ସ‌ହ ଥିବାରୁ ଚାନ୍ଦିନୀ ସ‌ହ କଥା ହୋଇପାରୁନଥିଲା । ଶେଷରେ ସେ ଚାନ୍ଦିନୀର ଘରକୁ ଗଲା ଏବଂ ସେଠାରେ ସେ ପ‌ହଞ୍ଜିବା ପରେ ଚାନ୍ଦିନୀ ବିଷୟରେ ଗୋଟିଏ କଥା ଜାଣିଲା କି ସେ ନିଃଶ୍ୱାସ ବନ୍ଦ କରି ୫ମିନିଟ ଯାଏ ରହିପାରିବ । ସେଠାରେ ବାଦଲ ଥିବା ବେଳେ ଚାନ୍ଦିନୀର ହୋଟେଲକୁ ଖାଇବା ନେଇକି ଯିବାର ବିଳମ୍ବ ହେବାରୁ ତା'ର ବାପା ଆସିଲେ, ହେଲେ ସେ ବାଦଲର ଉପସ୍ଥିତି ବିଷୟରେ ଜାଣିପାରିଲେନି । କିଛି ସମୟ ପରେ ପୁଣି ବାଦଲର ବାପା ଆସିଲେ, ମାତ୍ର ସେ ବି ବାଦଲର ଉପସ୍ଥିତି ବିଷୟରେ ଜାଣିପାରିଲେ ନାହିଁ । ସେ ଦୁହେଁ ଚାଲିଯିବା ପରେ ବାଦଲ ସେହି ଘରୁ ବାହାରିଲା ଏବଂ ଦୁଇ ସାଙ୍ଗ ଚକିତ ହୋଇଗଲେ । ଦୁଇ ସାଙ୍ଗ ମିଶି ସେମାନଙ୍କର ପିଲାମାନଙ୍କର ଏଇ ଲୁଚାଛପା ପ୍ରେମକୁ ନେଇ ଏକ ନାଟକ କଲେ । ବାଦଲ ପାଇଁ ତା ବାପା ଗୋଟିଏ ଝିଅ ଠିକ କରିଛନ୍ତି ବୋଲି କ‌ହିଲେ ଏବଂ ଚାନ୍ଦିନୀ ପାଇଁ ତା ବାପା ମଧ୍ୟ ଗୋଟିଏ ପୁଅ ଠିକ କରିଛନ୍ତି ବୋଲି କ‌ହିଲେ । ସେଥିପାଇଁ ସେ ଦୁହେଁ ଘର ଛାଡ଼ି ପଳାଇଛନ୍ତି ବୋଲି ଚିଠିଟିଏ ରଖି ଲୁଚିଗଲେ । ପରେ ସେ ଦୁହିଁଙ୍କର ବାପା ସେମାନଙ୍କ ବିଷୟରେ ସବୁ ଜାଣିଛନ୍ତି ବୋଲି ବାଦଲର ମାଆ ଏବଂ ଭଉଣୀକୁ କ‌ହିଲେ ଏବଂ ସେମାନେ ସେମାନଙ୍କର ପିଲାଦୁହିଁଙ୍କର ବିବାହ କରାଇ ଉଭୟ ସମୁଦି ହେବେ ବୋଲି ଅନେକ ଦିନ ଆଗରୁ ସ୍ଥିର କରିଥିଲେ ବୋଲି କ‌ହିଥିଲେ । ଏହି କଥା ଶୁଣିବା ପରେ ବାଦଲ ଏବଂ ଚାନ୍ଦିନୀ ଲୁଚିଥିବା ଜାଗାରୁ ଆସି ସମସ୍ତଙ୍କ ସାମ୍ନାରେ ଦେଖାଦେଲେ ଏବଂ ସେମାନଙ୍କର ବାହାଘର ନିକଟ ଭବିଷ୍ୟତରେ କରାଇବେ ବୋଲି ନିଷ୍ପତ୍ତି ହେଲା ।

ଏହି ସମୟରେ ଗୁଡୁକୁ ଦାଦାଭାଇର ଲୋକମାନେ ମାରିବାକୁ ଗୋଡ଼ାଉଥିବା ବେଳେ ପୁଣି ବାଦଲ ସ‌ହ ସେମାନଙ୍କର ଦେଖା ହେଲା ଏବଂ ସେ ଦାଦାଭାଇର ଲୋକଙ୍କୁ ମାରିଲେ । ଗୁଡୁ ମଧ୍ୟ ଦାଦାଭାଇର ପାଖ ଲୋକ ପ‌ପୁକୁ ବାଡ଼େଇଲା । ସେପଟେ ଦାଦାଭାଇ ସେହି କମ୍ପାନୀର ମାଲିକ‌କୁ ଟଙ୍କା ଦେଇ ବାଦଲକୁ ଚାକିରୀ କରେଇ ଦେଇ ରାଉରକେଲା ପଠେଇଦେବାକୁ କ‌ହିଲେ । ସେଥିପାଇଁ ସେ ବାଦଲକୁ ଚାକିରୀ ପାଇଁ ଚିଠି ଦେଇ ପରଦିନ ରାଉରକେଲାରେ କାର୍ଯ୍ୟାରମ୍ଭ କରିବାକୁ କ‌ହିଲେ । ବାଦଲ ଚାକିରୀ ପାଇବା ଖୁସିରେ ସମସ୍ତଙ୍କଠାରୁ ବିଦାୟ ନେଇ ରାଉରକେଲା ଚାଲିଗଲା । ବାଦଲ ରାଉରକେଲା ଚାଲିଯିବା ପରେ ଦାଦାଭାଇ ଚାନ୍ଦିନୀର ଘରକୁ ଆସିଲେ ଏବଂ ତା ବାପାଙ୍କଠାରୁ ସେହି ଜମିର କାଗଜରେ ଦସ୍ତଖତ କରେଇବା ପାଇଁ ଚାନ୍ଦିନୀକୁ ଅପ‌ହରଣ କରିନେଇଗଲା । ଝିଅକୁ ବଞ୍ଚେଇବାକୁ ଯାଇ ଚାନ୍ଦିନୀର ବାପା ସେହି କାଗଜରେ ଦସ୍ତଖତ କରି ଦାଦଭାଇକୁ ଦେଲା ପରେ ବି ସେ ଚାନ୍ଦିନୀକୁ ଛାଡ଼ିଲାନି ବରଂ ତା ବାପାଙ୍କର ହତ୍ୟା କରିଦେଲା ଏବଂ ଚାନ୍ଦିନୀକୁ ସାଙ୍ଗରେ ନେଇ ଚାଲିଗଲା । ଚାନ୍ଦିନୀ, ଦାଦଭାଇର ଘରେ ଥିବା ବେଳେ ଦାଦାଭାଇ ସ‌ହ ଝଗଡ଼ାରେ ତାର ମୁଣ୍ଡ ଖଟର ବାଡ଼ାରେ ବାଡ଼େଇଗଲା ଏବଂ ସେ ମରିଗଲା । ତାର ମୁଣ୍ଡ ପଛପଟରେ ଅଘାତ ଲାଗିଯାଇଥିବାରୁ ସେ ମରିଗଲା ବୋଲି ଭାବି ତାକୁ ଅଳିଆ ଗଦାରେ ଫୋପାଡ଼ି ଦେବାକୁ ଦାଦାଭାଇ ପ‌ପୁକୁ କ‌ହିଲା ।

ବାଦଲ ରାଉରକେଲାରୁ ଘରକୁ ଫେରିବା ପରେ ଘର ଲୋକଙ୍କ ପାଇଁ କିଛି କିଛି ଜିନିଷ ଆଣିଥିଲା । ସମସ୍ତଙ୍କୁ ସେ ଜିନିଷ ଦେଇ ଚାନ୍ଦିନୀକୁ ଦେଖା କରିବାକୁ ତା'ର ଘରକୁ ଗଲା । ବାଦଲର ଘର ଲୋକ ସବୁ କିଛି ଜାଣି ମଧ୍ୟ ତାକୁ କିଛି କ‌ହିପାରିଲେନି । ସେ ଚାନ୍ଦିନୀର ଘରେ ପ‌ହଞ୍ଚିବା ପରେ ଗୁଡୁକୁ ଚକୋଲେଟ ଦେବା ପରେ ସେ ବାଦଲକୁ ଦେଖି କାନ୍ଦିଲା, ହେଲେ ବାଦଲ ସେ ପ୍ରତି ଧ୍ୟାନ ନ ଦେଇ ଚାନ୍ଦିନୀକୁ ଦେଖା କରିବାକୁ ଘର ଭିତରକୁ ଚାଲିଗଲା । ଘର ଭିତର ସବୁଆଡ଼େ ଖୋଜି ଖୋଜି ଚାନ୍ଦିନୀ ନ ପାଇ ସେ ବାହାରକୁ ଆସୁଥିବା ବେଳେ ଦେଖିଲା ଚାନ୍ଦିନୀ ଏବଂ ତା' ବାପାଙ୍କ ଫଟୋରେ ମାଳ ଝୁଲୁଛି । ଏବଂ ଗୁଡୁଠାରୁ ସବୁ କଥା ଶୁଣିଲା । ସେମାନେ ଚାନ୍ଦୀନର ବାପାଙ୍କୁ ମାରିଦେବା ପରେ ଚାନ୍ଦିନୀକୁ ମଧ୍ୟ ମାରିଦେଇଛନ୍ତି ବୋଲି ସେ ବାଦଲକୁ କ‌ହିଲା । ବାଦଲ ଏହି ସବୁ କଥା ଶୁଣିବା ପରେ ଘରକୁ ଫେରୁଥିବା ବେଳେ ଦେଖିଲା ସେହି ହୋଟେଲକୁ ଭାଙ୍ଗିବାକୁ ଦାଦାଭାଇ ଡ୍ରୋଜର ପଠେଇଛି । ସେଠାରେ ସେ ସେହି ଲୋକମାନଙ୍କୁ ମାରିଲା ଏବଂ ଦାଦାଭାଇର ପାଖ ଲୋକ ପ‌ପୁକୁ ହତ୍ୟା କରିବାକୁ ଯାଉଥିବାବେଳେ ତା'ର ବାପା ଆସି ତାକୁ ଅଟକାଇଲେ ଏବଂ ଚାନ୍ଦିନୀ ମରିଯାଇଛି ବୋଲି ତାକୁ ବିଶ୍ୱାସ କରିବାକୁ କ‌ହିଲେ । ହେଲେ ତା'ର ବିଶ୍ୱାସ ଥିଲା ଯେ, ତା' ଚାନ୍ଦିନୀ ତା ପାଖକୁ ନିଶ୍ଚୟ ଦିନେ ଫରିଆସିବ ବୋଲି । ସେଥିପାଇଁ ସେ ସେହି ହୋଟେଲ ଆଗରେ ଜଗି ବସିଥିଲା ।

ଦାଦାଭାଇ ଏତେ କଷ୍ଟ ହାତେଇଥିବା ସେଇ ହୋଟେଲ ଜଗାଟାକୁ ସେମାନେ ଅଧିକାର କରିପାରୁନଥିବାରୁ ସେମାନଙ୍କ ମଧ୍ୟରେ ଭାଳେଣୀ ପଡ଼ିଗଲା ଏବଂ ସେମାନେ ସେହି ଜମି ଅଧିକାର କରିବା ପାଇଁ ଏକ ଉପାୟ ବାହାର କଲେ । ବାଦଲକୁ ଚାନ୍ଦିନୀ କଥା ଉପରୁ ନ‌ଜର ହଟାଇ ଅନ୍ୟ ଆଡ଼କୁ ଆକର୍ଷିତ କରିବା ପାଇଁ ଅନ୍ୟଜଣେ ଝିଅ ତାରା(ଦେବଯାନୀ)କୁ ତା ପାଖକୁ ପଠାଇଲେ । ବାଦଲକୁ ସେହି ଝିଅ ଚାନ୍ଦିନୀ ଭଳି ଦେଖାଗଲା ଏବଂ ତା ପଛେ ପଛେ ଚାଲିଗଲା । ସେଠାରେ ତାକୁ ନାଚଗୀତରେ ଭୁଲାଇ ରଖିଗଲା । ଯୋଜନା ସେଠାରେ ଦାଦାଭାଇର ଲୋକମାନେ ସେହି ଝିଅକୁ ଆକ୍ରମଣ କରିବାକୁ ଚେଷ୍ଟା କଲେ, ତେଣୁ ବାଦଲ ତାକୁ ବଞ୍ଚେଇବା ପାଇଁ ସେମାନଙ୍କ ସ‌ହ ମାଡ଼ପିଟ୍ କଲେ କିନ୍ତୁ ସେମାନଙ୍କ ଯୋଜନାନୁସାରେ ତାକୁ ଦାଦାଭାଇର ଲୋକମାନେ ବାଡ଼େଇ ସେଠାରେ ପକାଇଦେଇଗଲେ । ସେମାନଙ୍କୁ ଲାଗିଲା କି ବାଦଲ ମରିଗଲା, ହେଲେ ସେ ଖାଲି ବେହୋସ ହୋଇଯାଇଥିଲା ଏବଂ ଚାନ୍ଦିନୀ ଚନ୍ଦିନୀ ବୋଲି ଖାଲି କ‌ହୁଥିଲା । ଏହା ଦେଖି ତାରା ତାକୁ ଡାକ୍ତରଙ୍କ ପାଖକୁ ନେଇଗଲା ଏବଂ ଡାକ୍ତର ତାରାକୁ ବାଦଲ ଅସୁବିଧା ବିଷୟରେ ବୁଝାଇଲେ । ସେଥିପାଇଁ ତାରା ବାଦଲକୁ ନିଜ ସ‌ହ ତା' ଘରକୁ ନେଇ ଆସିଲା ।

ତାର'ର ଘରେ ବାଦଲ ରହିଲା ଏବଂ କିଛିଦିନ ପରେ ବାଦଲର ସ୍ୱାସ୍ଥ୍ୟାବସ୍ଥା ଟିକେ ବଦଳିଲା ଏବଂ ସେଠାରେ ସେ ଗୋଟିଏ ପାଉଁଜି ପାଇଲା ଯେଉଁଟା କି ଚାନ୍ଦିନୀର । ତାରା ତାକୁ ସେ ପାଉଁଜି ପାଇଥିବା ଜାଗା ପାଖକୁ ନେଇକି ଗଲା । ସେଠାରେ ପ‌ହ‌ଞ୍ଚିଲା ପରେ ସେ ଗୋଟିଏ ଝିଅକୁ କାନ୍ଦି କାନ୍ଦି ଦଉଡ଼ି ପଳାଇଯାଉଥିବାର ଦେଖିଲା ଏବଂ ତା'ର ପିଛା କଲା । କିଛିବାଟ ଗଲା ପରେ ଯାହା ଦେଖିଲା, ସେ ବିଶ୍ୱାସ କରିପାରିଲା ନାହିଁ । କିଛି ଦୂରରେ ଯିଏ ବସି କାନ୍ଦୁଥିଲା, ସେ ଆଉ କେହି ନ ଥିଲା । ସେ ହିଁ ଥିଲା ତା'ର ଚାନ୍ଦିନୀ । ଚାନ୍ଦିନୀ ମରିଯାଇଛି ବୋଲି ଭାବି ଦାଦଭାଇ ଏବଂ ତା'ର ଲୋକମାନେ ତାକୁ ଅଳିଆ ଗଦାରେ ପକାଇଦେଇ ଆସିଲେ । ମାତ୍ର ସେ ମରି ନ ଥିଲା ବରଂ ବୋହେସ ହୋଇଯାଇଥିଲା । ସେମାନେ ପଳାଇଯିବା ପରେ ସେ ସେହି ଜଙ୍ଗଲରେ ରହିଯାଇଥିଲା ।

ସେପଟେ ବାଦଲ ମରିଯାଇଛି ବୋଲି ଭାବି ଦାଦାଭାଇର ଲୋକମାନେ ପୁଣି ଥରେ ଡ୍ରୋଜର ଧରି ସେ ହୋଟେଲ ଭାଙ୍ଗିବାକୁ ଆସିଗଲେ । ହେଲେ ସେହି ସମୟରେ ଚାନ୍ଦିନୀ ଏବଂ ତାରା ସ‌ହ ବାଦଲ ସେଠାରେ ପ‌ହ‌ଞ୍ଚିଲେ ଏବଂ ଦାଦାଭାଇଙ୍କ ଲୋକମାନଙ୍କୁ ମାରି ଗୋଡ଼େଇଦେଲା । ଦାଦାଭାଇଙ୍କର ଗୋଟାଏ ପରେ ଗୋଟାଏ ଯୋଜନା ଭଣ୍ଡୁର ହୋଇଯିବା ପରେ ସେ ଶେଷରେ ବାଦଲର ପରିବାରକୁ ମାରିଦେବାର ଯୋଜନା କଲା । ବାଦଲ ଚାନ୍ଦିନୀ ଏବଂ ତାରାକୁ ନେଇ ଘରକୁ ଗଲା । ତାକୁ ଦେଖି ତା' ମାଆ ଏବଂ ଭଉଣୀ ବ‌ହୁତ ଖୁସି ହେଲେ କିନ୍ତୁ ତା' ବାପା ତାକୁ ଘର ଛାଡ଼ି ଚାଲିଯିବାକୁ କ‌ହିଲେ । ତା'ର କାରଣ ଜାଣିବା ପାଇଁ ବାଦଲର ମାଆ ତା' ବାପାଙ୍କୁ ଯେତେ ବାଧ୍ୟ କଲେ ମଧ୍ୟ ସେ କିଛି କ‌ହିଲେ ନାହିଁ, ଖାଲି କ‌ହିଲେ କି ସମୟ ଆସିଲେ ସବୁ କ‌ହିବି । ତେଣେ ଦାଦାଭାଇର ଯୋଜନା ମୁତାବକ ବାଦଲକୁ ଖୋଜିବା ପାଇଁ ତା' ଘରକୁ ଆସିଲା, କିନ୍ତୁ ବାଦଲକୁ ପାଇଲା ନାହିଁ । ତେଣୁ ସେ ବାଦଲର ବାପାକୁ ଜୋର ଜବରଦସ୍ତି ଉଠେଇକି ନେଇଗଲା ।

ବାଦଲ କିନ୍ତୁ ତା' ବାପାଙ୍କର ଏମିତି ହଠାତ୍ ପରିବର୍ତ୍ତନ ବିଷୟରେ ସନ୍ଦେହ କଲା ଏବଂ ତାକୁ ଲାଗିଲା କି ତା' ବାପା ନିଶ୍ଚୟ କିଛି ନା କିଛି ବିପଦରେ ପଡ଼ିଛନ୍ତି । ସେପଟେ ଦାଦାଭାଇର ଲୋକମାନେ ବାଦଲର ବାପାକୁ ବାଦଲ ବିଷୟରେ ପଚାରିଲେ ହେଲେ ସେ କିଛି କ‌ହିଲା ନାହିଁ, ସେଥିପାଇଁ ସେମାନେ ତାକୁ ଜୀଅନ୍ତା ଜାଳିଦେଲେ । ବାଦଲ ଘରକୁ ଆସି ଦେଖେ ତ, ତା' ବାପା ଘରେ ନାହାନ୍ତି । ତା' ମାଆ ଏବଂ ଭଉଣୀଠାରୁ ସବୁ ଜାଣିଲା ହେଲେ ସେତେବେଳକୁ ତା' ବାପା ଆଉ ଏ ଦୁନିଆରେ ନାହାନ୍ତି ବୋଲି ଗୁଡୁଠାରୁ ଜାଣିଲା ।

ନିଜ ବାପାଙ୍କର ହତ୍ୟାକାରୀକୁ ମାରିବା ପାଇଁ ବାଦଲ ଦାଦାଭାଇ ପାଖକୁ ଗଲା । କିନ୍ତୁ ସେଠାରେ ବାଦଲକୁ ଅଟକାଇବା ପାଇଁ ଦାଦାଭାଇର ଲୋକମାନେ ଆଗରୁ ଯୋଜନାବଦ୍ଧ ଭାବରେ ଜଗି ରହିଥିଲେ । ମାତ୍ର ବାଦଲ ସେମାନଙ୍କ ଉପରେ ଭାରୀ ପଡ଼ିଲା । ସେହି ମାଡ଼ପିଟ୍ ବେଳେ ତାରା ଦାଦାଭାଇର ଗୁଳିରେ ମୃତ୍ୟୁବରଣ କଲା ଏବଂ ଦାଦାଭାଇ ସମେତ ତାର ଲୋକମାନଙ୍କର ମଧ୍ୟ ମୃତ୍ୟୁ ହେଲା ।

ଗୀତ ଓ ସଙ୍ଗୀତ ସମ୍ପାଦନା

ଚଳଚ୍ଚିତ୍ରଟିର ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦ । ଚଳଚ୍ଚିତ୍ରରେ ସମୁଦାୟ ୭ଟି ଗୀତ ମଧ୍ୟରୁ ଗୋଟିଏ ଆଇଟମ ଗୀତ ମଧ୍ୟ ଥିଲା । ଏହି ଆଇଟମ ଗୀତଟିରେ ଦେବଯାନୀ ନୃତ୍ୟ କରିଥିଲେ ।[୭]

ଗୀତ ରଚନା କଣ୍ଠଦାନ
ଚାନ୍ଦ ନା ତମେ ତାରା
ପ୍ରିତୀର ପ‌ହିଲି ଆଷାଢ଼
ତମ ସ୍ଟାଇଲ୍ ଚୋଖା
ତୋର ମିଠା ମିଠା
ମୋତେ ଜିଏ କିଣି ଦେବ
ପାଖକୁ ପାଖକୁ
ଆଖି ମୋ ଖୋଜେ

ଆଧାର ସମ୍ପାଦନା

  1. Pati, Ashok. "Odisha: Odia Film Chanda Na Tume Tara to release in theatre soon". OrissaDiary. Archived from the original on 8 April 2015. Retrieved 23 July 2016.
  2. "ଅପକମିଂ ଓଡ଼ିଆ ସିନେମା 'ଲଭ ଏକ୍ସପ୍ରେସ୍' ବିଷୟରେ କିଛି ରୋଚକ ତଥ୍ୟ". OdishaLIVE (in Odia). ଓଡ଼ିଶା. 30 July 2018. Archived from the original on 28 October 2020. Retrieved 8 September 2018.{{cite news}}: CS1 maint: unrecognized language (link)
  3. "'ଲୈଲା ଓ ଲୈଲା' ଯୋଡି ଫେରିଲେ ଓଲିଉଡକୁ | Sambad". Sambad. 19 July 2018. Archived from the original on 24 August 2018. Retrieved 8 September 2018.
  4. "ଗଣେଶ ପୂଜାରେ ଆସିବ ଏହି ଲୋକପ୍ରିୟ ଯୋଡିଙ୍କର ଓଡ଼ିଆ ସିନେମା | Sambad". Sambad. 28 August 2018. Archived from the original on 31 August 2018. Retrieved 31 August 2018.
  5. "Chanda Na Tume Tara". Incredible Odisha. 23 September 2016. Retrieved 23 August 2016.
  6. "ସିନେମାଟିଏ 'ସୁପରଷ୍ଟାର' ହେଉ". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  7. PATRA, PRATYUSH (10 October 2012). "Item song icing". The Telegraph (in English). Cuttuck, Odisha. Retrieved 23 August 2016.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା