ଅଗ୍ନି ପରୀକ୍ଷା
ଅଗ୍ନି ପରୀକ୍ଷା, ୨୦୦୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ରାଉତ ।[୧] ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଅଗ୍ନି ପରୀକ୍ଷା | |
---|---|
ନିର୍ଦ୍ଦେଶକ | ସୂର୍ଯ୍ୟ ମିଶ୍ର |
ପ୍ରଯୋଜକ | ନାରାୟଣ ରାଉତ |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ସୂର୍ଯ୍ୟ ମିଶ୍ର |
କାହାଣୀ | ସୁବୋଧ ପଟ୍ଟନାୟକ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ହର ପଟ୍ଟନାୟକ, ଅନିତା ଦାସ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ସତ୍ୟ ପଟ୍ଟନାୟକ |
ସମ୍ପାଦକ | ରବି ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୨୦୦୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ ।[୧] ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ହର ପଟ୍ଟନାୟକ, ଅନିତା ଦାସ, ଅସୀତ ପତି, ଜୟୀରାମ ସାମଲ, ହରିହର ମହାପାତ୍ର, ରୁନୁ ପରିଜା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ମାଣ କାର୍ଯ୍ୟ ପ୍ରଥମେ ୧୯୯୭ ମସିହାରେ ଆରମ୍ଭ ହୋଇଥିଲା ଏବଂ ନାୟିକା ଭାବରେ ରଚନା ବାନାର୍ଜୀଙ୍କୁ ଚୟନ କରାଯାଇଥିଲା, ମାତ୍ର ପରବର୍ତ୍ତୀ ସମୟରେ ରଚନାଙ୍କ ସ୍ଥାନରେ ଅନୁ ଚୌଧୁରୀଙ୍କୁ ନାୟିକା ଭାବରେ ନିଆଯାଇଥିଲା ।[୧]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୧] ନିଜାମ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ସୋନୁ ନିଗମ, ନିଜାମ, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦା କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଫୁଲେଇଲୋ" | |
2. | "ଜୟ ସନ୍ତୋଷୀ ମାଆ" | |
3. | "ଯାହା ହେଲା ଚୁପ୍ଚାପ୍" | |
4. | "ଭଲ ପାଏ" |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "ଓଲିଉଡ ନାୟିକା ଅନୁ ଚୌଧୁରୀଙ୍କ କ୍ଷେତ୍ରରେ ଏମିତି ଘଟିଥିଲା କାହିଁକି? | Sambad". Sambad (in Odia). Odisha. 23 September 2018. Archived from the original on 26 September 2018. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
- ↑ Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.
{{cite news}}
: CS1 maint: unrecognized language (link)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅଗ୍ନି ପରୀକ୍ଷା