ଗଳ୍ପ ନୁହେଁ ଅଳ୍ପ ଦିନର

୨୦୧୫ର ଓଡ଼ିଆ କଥାଚିତ୍ର

ଗଳ୍ପ ନୁହେଁ ଅଳ୍ପ ଦିନର, ୨୦୧୫ ମସିହାରେ ବଡ଼ଦିନ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର । ଜଗନ୍ନାଥ ପ୍ରଧାନଙ୍କ ପ୍ରଯୋଜନାରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଏଥିରେ ମୁଖ୍ୟ ଭୂମିକାରେ ଦୀପକ, ଲିପି ଥିବା ବେଳେ ଜିନା, ବବ୍‌ଲି ଏବଂ ରୁଦ୍ର ମଧ୍ୟ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧] ଅନେକ ଦିନର ବ୍ୟବଧାନ ପରେ ନିର୍ଦ୍ଦେଶକ ରିତେଶ ନାୟକ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲା ପ୍ରେମାନନ୍ଦ ।

ଗଳ୍ପ ନୁହେଁ ଅଳ୍ପ ଦିନର
ନିର୍ଦ୍ଦେଶକରିତେଶ ନାୟକ
ପ୍ରଯୋଜକଜଗନ୍ନାଥ ପ୍ରଧାନ
ସଂଳାପଅରବିନ୍ଦ ମିଶ୍ର
କାହାଣୀଚିତ୍ତ ରଞ୍ଜନ ଧଳ
କଳାକାରଦୀପକ, ଲିପି, ଜିନା, ବବ୍‌ଲି, ରୁଦ୍ର, ଅନିତା ଦାସ, ଚୌଧୁରୀ ବିକାଶ ଦାସ, ଜୟୀରାମ ସାମଲ
ସଙ୍ଗୀତପ୍ରେମ ଆନନ୍ଦ
ସମ୍ପାଦକବିଜୟ ପାଳକ
ମୁକ୍ତିଲାଭ ତାରିଖ
୨୫ ଡିସେମ୍ବର ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ତ୍ରିକୋଣୀୟ ପ୍ରେମ କାହାଣୀ, ପାରିବାରିକ କଥା ତ‌ଥା ଚାଷୀ ଆତ୍ମହତ୍ୟା ବିଷୟରେ ଏହି ଚଳଚ୍ଚିତ୍ରଟିର କାହାଣୀ ପର୍ଯ୍ୟବସିତ ହୋଇଥିଲା ।

ଅଭିନୟସମ୍ପାଦନ କରନ୍ତୁ

ଏହି ଚଳଚ୍ଚିତ୍ରରେ ନାୟକ ସାଜିଥିଲେ ଦୀପକ ବାରିକ ଏବଂ ତାଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ନାୟିକା ସାଜିଥିଲେ ଲିପି । ଲିପି ଆଗରୁ ଦୀପକଙ୍କ ସ‌ହ ଅନେକ ଗୁଡ଼ିଏ ଆଲବମ୍ ଗୀତରେ ଅଭିନୟ କରିଥିଲେ ମାତ୍ର ଦୁହେଁ ଏକାଠୀ କୌଣସି କଥଚିତ୍ରରେ ଅଭିନୟ କରି ନ ଥିଲେ । ଅନ୍ୟତମ ନାୟିକ୍ ବବ୍‌ଲି ଏବଂ ଜିନା ସାମଲ ମଧ୍ୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏଥିରେ ବବ୍‌ଲି ଏକ ଖଳ ଚରିତ୍ରରେ ଅଭିନୟ କରିଥିଲେ ।

ଓଡ଼ିଆ ଚଳଚ୍ଚିତ୍ର ଗଳ୍ପ ନୁହେଁ ଅଳ୍ପ ଦିନରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ[୧]:

ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ

ଚଳଚ୍ଚିତ୍ରରେ ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦାୟତ୍ୱରେ ଥିବା ବେଳେ ଅରୁଣ ମନ୍ତ୍ରୀ, ଜୟନ୍ତ ଦାସ, ସୁବ୍ରତ ସ୍ୱାଇଁ, ପ୍ରଭାଂଶୁ ସାମନ୍ତରାୟ ପ୍ରମୁଖ ଗୀତ ରଚନା କରିଛନ୍ତି ।[୧]

ଗୀତ[୧]ସମ୍ପାଦନ କରନ୍ତୁ

ଗୀତ ରଚନା କଣ୍ଠଦାନ
ଚୋରି ଚୋରି ଲାଲ ପରୀ
ଏ କି ଋତୁ ଦେଲା ଛୁଇଁ
ଧିରେ ଧିରେ
ଆମ ଗଳ୍ପ ନୁହେଁ ଅଳ୍ପ ଦିନର
କୋଉଠି ହଜିଲା ପ୍ରେମ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ "Galpa Nuhe Alpa Dinara (ଗଳ୍ପ ନୁହେଁ ଅଳ୍ପ ଦିନର) - 2015 Odia Romantic Drama Film". ଓଡ଼ିଆ ପୋର୍ଟଲ. Retrieved 22 August 2016.
  2. "ସିନେମାଟିଏ 'ସୁପରଷ୍ଟାର' ହେଉ". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  3. "sambad.in/entertainment/rudra-premidiwana-103364/". sambad.in. 17 March 2018. Retrieved 21 March 2018.

ବାହାର ଆଧାରସମ୍ପାଦନ କରନ୍ତୁ