ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୧୩


ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯) ବହିରୁ ୩୪ ଜଣ ଓଡ଼ିଆ ଗୀତିକାରଙ୍କ ବାବଦେ ପ୍ରସଙ୍ଗ ଲିଖନ ପ୍ରତିଯୋଗିତା (?) ସମ୍ପାଦନା

ସୂର୍ଯ୍ୟ ଦେଓଙ୍କ ସଂକଳିତ ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯) ବହିରେ ୩୪ ପାଖାପାଖି ଓଡ଼ିଆ ଗୀତିକାରଙ୍କ ବାବଦେ ସଂକ୍ଷିପ୍ତ ସୂଚନା ରହିଛି । ବହିଟିର କପିରାଇଟ ଥିବାରୁ ମୁଁ ତାହା ସ୍କାନ କରି ଅଲଗା ଅଲଗା ଭାବେ ଗୋଟେ ପୃଷ୍ଠାରେ ଆଗ୍ରହୀ ଉଇକିଆଳିଙ୍କୁ ପଠାଇପାରିବି । ତେବେ ଏଇଟା ସାଧାରଣ ଲିଖନ ନ ହୋଇ ପ୍ରତିଯୋଗିତାଟିଏ ହେଲେ ଭଲ ହୁଅନ୍ତା ବୋଲି ଭାବୁଛି । ଯଦି ଆପଣମାନେ ପ୍ରତିଯୋଗିତା ସପକ୍ଷରେ ତାହେଲେ ତଳେ ନିଜର ମତ ଦିଅନ୍ତୁ । ପ୍ରତିଯୋଗିତାର ପୁରସ୍କାର କିନ୍ତୁ ଏବେ ଜଣାଯିବ ନାହିଁ । ସରିବା ପରେ ପୁରସ୍କାରଟି ବିଜେତାଙ୍କୁ ଦିଆଯିବ । ତେବେ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଏମିତି ହେଲେ ଭଲ ହେବ ବୋଲି ମୋର ମତ ।--ସୁଭାସିସ ପାଣିଗାହି (ଆଳାପ) ୧୭:୩୯, ୫ ଜାନୁଆରୀ ୨୦୧୬ (UTC)

ସବିଶେଷ ଗଣନା
ପ୍ରସଙ୍ଗଟି ଉଇକିପିଡ଼ିଆର ନିୟମାବଳୀ ଅନୁସାରେ ଠିକଭାବେ ଲେଖାଯାଇଥିବ । ଏଥିରେ ଅତି କମରେ ଆଧାର ଓ ବାହାର ଲିଙ୍କକୁ ଛାଡ଼ି ୪ଟି ବିଭାଗ ରହି ବିଭାଗ ରହି ଉପଯୁକ୍ତ ଶ୍ରେଣୀଭୁକ୍ତ ହୋଇଥିବ । ୧୦
ଆଧାର ଭାବେ ବହିଟି ଦିଆଯାଇପାରିବ । ତେବେ ପ୍ରତିଯୋଗୀ ଉଇକିଆଳି ଏ ବହିଟି ବାଦ ଆଉ ଅଲଗା ଆଧାର ଦେଇପାରିଲେ ତାହା ତାଙ୍କ ପ୍ରତିଯୋଗିତାରେ ଜିତିବା ଗଣନା ବଢ଼ାଇବ । ପ୍ରତି ଗୋଟିଏ ଅଧିକ ଆଧାର ପାଇଁ ୫ ପଏଣ୍ଟ
ପ୍ରତିଯୋଗୀ ଗୀତିକାରଙ୍କ ଫଟୋ କୌଣସି ମତେ ପାଇପାରିଲେ (ଜାଣିରଖିବେ, ଗୁଗୁଲରେ ଖୋଜି ଅଣ-ଖୋଲା ଫଟୋ ଅପଲୋଡ଼ କରିବା କପିରାଇଟର ଉଲ୍ଲଙ୍ଘନ ଓ ଏହା ପ୍ରତିଯୋଗିତାକୁ ରଦ୍ଦ କରିଦେବ!) ତାହା ତାଙ୍କ ଗଣନା ବଢ଼ାଇବ । ଯଦି କୌଣସି ଗୀତିକାରଙ୍କ ଫଟୋ କପିରାଇଟ ବାହାରେ (୧୯୨୩ ମସିହା ପୂର୍ବରୁ ଉଠାଯାଇଥିବା ଫଟୋଗୁଡ଼ିକ ସାଧାରଣତଃ କପିରାଇଟ ବାହାରେ) ଥାଏ ତାହେଲେ ତାହାକୁ ଅପଲୋଡ଼ କରିପାରିବେ । ୫ ପଏଣ୍ଟ
ସେହି ଭଳି ଉଇକିମିଡ଼ିଆ କମନ୍ସରେ ଅପଲୋଡ଼ କରିପାରିବେ । ଅଥବା ଯଦି କାହା ଅଧୀନରେ ଫଟୋ ଥାଏ ତେବେ ତାଙ୍କୁ ଅନୁରୋଧ କରି ତାଙ୍କ ଦେଇ ଫଟୋଗୁଡ଼ିକ କମନ୍ସକୁ ଆଣିପାରିଲେ ତାହା ଜିତିବା ଗଣନା ମଧ୍ୟ ବଢ଼ାଇବ । ୫ ପଏଣ୍ଟ

କିପରି ଭାଗନେବେ ସମ୍ପାଦନା

ପ୍ରତିଯୋଗିତାଟି ଆସନ୍ତା ଶୁକ୍ରବାର (୧୫ ତାରିଖରୁ) ଆରମ୍ଭ ହୋଇ ଜାନୁଆରି ୨୫ ତାରିଖ ଯାଏ ଚାଲିଥିଲା । କିଛି ଦିନ ଭିତରେ ଏହାର ପୁରସ୍କାର ଘୋଷଣା କରାଯିବ । ତେବେ ଅନେକ ପ୍ରସଙ୍ଗ ଏବେବି ଅସମାପ୍ତ, ଆପଣ ସେସବୁକୁ ସାରିପାରିବେ ।

  • ତଳେ ଥିବା ଗୀତିକାରଙ୍କ ନାମ ପରେ ନିଜ   ଉପରେ କ୍ଲିକ କରି ଦସ୍ତଖତ କରିବେ ।
  • ଏ ବହିରେ ଥିବା ଲେଖାଗୁଡ଼ିକ ସଂକ୍ଷିପ୍ତ ହେଲେ ମଧ୍ୟ ଉଇକିପିଡ଼ିଆ ପ୍ରସଙ୍ଗ ତିଆରି ପାଇଁ ଉପଯୁକ୍ତ । ଆଗ୍ରହୀ ଉଇକିଆଳିଙ୍କ ସହ ମୁଁ, ସେ ଚାହୁଁଥିବା ଲେଖାଟି ସେଆର କରିବି । ଫଳରେ ସେ ବହିର ମୂଳ ଲେଖାରୁ ତଥ୍ୟ ନେଇ ଲେଖିପାରିବେ । ଆଉ ଲେଖାଟି ପାଇବା ପାଇଁ ଏଠାରେ କ୍ଲିକ କରି ଇମେଲ କରିବେ ।

ନାମତାଲିକା ସମ୍ପାଦନା

ଏହି ତାଲିକାଟି ଉପରେ ବର୍ଣ୍ଣିତ ବହିରୁ ନିଆଯାଇଛି । ଆହୁରି ଅନେକ ଓଡ଼ିଆ ଗୀତିକାରଙ୍କ ବାବଦରେ ଏହି ୱେବସାଇଟରେ ତଥ୍ୟ ଉପଲବ୍ଧ । ଉଇକିଆଳି ପ୍ରୀତିରଞ୍ଜନ ତ୍ରିପାଠୀ ଦେଇଥିବା ମତ ଅନୁସାରେ ଏହି ୱେବସାଇଟରେ ଥିବା ବାକି ଗୀତିକାରଙ୍କ ବାବଦରେ ତଥ୍ୟ ମଧ୍ୟ ତଳେ ଅନ୍ତର୍ଭୁକ୍ତ କରିପାରିବେ ।

ଗୀତିକାରଙ୍କ ନାମ ଲେଖୁଥିବା ଉଇକିଆଳି ଶେଷ ତାରିଖରେ ସ୍ଥିତି
ଅନନ୍ତ ପଟ୍ଟନାୟକ * ନାମ ସ୍ଥିତି
ଅଶ୍ୱିନୀ କୁମାର ଘୋଷ * ନାମ ସ୍ଥିତି
କାଳିଚରଣ ପଟ୍ଟନାୟକ * ନାମ ସ୍ଥିତି
କୃଷ୍ଣପ୍ରସାଦ ବସୁ * ନାମ ସ୍ଥିତି
କାର୍ତ୍ତିକ କୁମାର ଘୋଷ * ନାମ ସ୍ଥିତି
ଶ୍ୟାମସୁନ୍ଦର ଦାସ * ନାମ ସ୍ଥିତି
ଗୁଣନିଧି ଦାଶ * ନାମ ସ୍ଥିତି
ଗୁରୁକୃଷ୍ଣ ଗୋସ୍ୱାମୀ * ନାମ ସ୍ଥିତି
ଜାନକୀ ବଲ୍ଲଭ ମହାନ୍ତି * ନାମ ସ୍ଥିତି
ଜିତେନ୍ଦ୍ର ପଟ୍ଟନାୟକ * ନାମ ସ୍ଥିତି
ଜୀବନାନନ୍ଦ ପାଣି * ନାମ ସ୍ଥିତି
ଦେବଦାସ ଛୋଟରାୟ * ନାମ ସ୍ଥିତି
ନରସିଂହ ନନ୍ଦଶର୍ମା * ନାମ ସ୍ଥିତି
ନରସିଂହ ମହାପାତ୍ର * ନାମ ସ୍ଥିତି
ନାରାୟଣ ପ୍ରସାଦ ସିଂହ * ନାମ ସ୍ଥିତି
ନିକୁଞ୍ଜ କିଶୋର ଦାସ * ନାମ ସ୍ଥିତି
ପରଶୁରାମ ପଟ୍ଟନାୟକ * ନାମ ସ୍ଥିତି
ପାର୍ଥସାରଥୀ ମହାପାତ୍ର * ନାମ ସ୍ଥିତି
ପ୍ରମୋଦ କୁମାର ପାଣିଗ୍ରାହୀ * ନାମ ସ୍ଥିତି
ବିନାୟକ ମିଶ୍ର * ନାମ ସ୍ଥିତି
ବିନୋଦିନୀ ଦେବୀ * ନାମ ସ୍ଥିତି
ବ୍ରଜେନ୍ଦ୍ର ନାରାୟଣ ସିଂହଦେଓ * ନାମ ସ୍ଥିତି
ମୋହନ ସୁନ୍ଦର ଦେବଗୋସ୍ୱାମୀ * ନାମ ସ୍ଥିତି
ରାଧାରମଣ ରାୟ * ନାମ ସ୍ଥିତି
ସତ୍ୟନାରାୟଣ ପଣ୍ଡା * ନାମ ସ୍ଥିତି
ସାରଦା ପ୍ରସନ୍ନ ନାୟକ * ନାମ ସ୍ଥିତି
ସୁରେନ୍ଦ୍ର କୁମାର ଦାସ * ନାମ ସ୍ଥିତି
ସ୍ୱରୂପ ନନ୍ଦନ ନାୟକ * ନାମ ସ୍ଥିତି
ହରିହର ମିଶ୍ର * ନାମ ସ୍ଥିତି

କେଉଁଠାରୁ ତଥ୍ୟ ନେବେ? ସମ୍ପାଦନା

ସମର୍ଥନ ସମ୍ପାଦନା

ହଁ, ଏ ବହିରେ ଥିବା ଲେଖାଗୁଡ଼ିକ ସଂକ୍ଷିପ୍ତ ହେଲେ ମଧ୍ୟ ଉଇକିପିଡ଼ିଆ ପ୍ରସଙ୍ଗ ତିଆରି ପାଇଁ ଉପଯୁକ୍ତ । ଆଗ୍ରହୀ ଉଇକିଆଳିଙ୍କ ସହ ମୁଁ ସେ ଚାହୁଁଥିବା ଲେଖା ସେଆର କରିବି । ଫଳରେ ସେ ମୂଳ ଲେଖାରୁ ତଥ୍ୟ ନେଇ ଲେଖିପାରିବେ । --ସୁଭାସିସ ପାଣିଗାହି (ଆଳାପ)

  • ଉପରେ ମତ ଦେଇଥିବା ସଭିଏଁ ଓ ବାକି ଉଇକିଆଳିଏ ଧ୍ୟାନ ଦେବେ । ଏଇ ପୃଷ୍ଠାରେ ସବୁଯାକ ଲେଖା ରହିଛି । ଆପଣ ଉପରେ ଥିବା ଟେବୁଲରେ ନିଜ ନାମ ଯୋଡ଼ି ଦେଇ ସମ୍ପାଦନା ଆରମ୍ଭ କରିପାରିବେ । ପ୍ରତିଯୋଗିତାଟି ଆସନ୍ତା ଶୁକ୍ରବାର (୧୫ ତାରିଖରୁ) ଆରମ୍ଭ ହେବ ।--ସୁଭାସିସ ପାଣିଗାହି (ଆଳାପ) ୦୯:୦୧, ୧୧ ଜାନୁଆରୀ ୨୦୧୬ (UTC)

ଭିନ୍ନମତ/ବିରୋଧ ସମ୍ପାଦନା

  • ଏ ତାଲିକା ବ୍ୟତିତ ଆହୁରି ବହୁତ ଗୀତିକାର ଅଛନ୍ତି । ସେମାନଙ୍କ ବାବଦରେ ଯଦି କେହି ଲେଖିବାକୁ ଆଗ୍ରହ ପ୍ରକାଶ କରିବେ, ସେଗୁଡିକୁ ମଧ୍ୟ ପ୍ରତିଯୋଗିତାରେ ଅନ୍ତର୍ଭୂକ୍ତ କରାଯାଉ । ଉଦାହରଣ ପାଇଁ http://www.odiamusic.com/Category/?v=2 ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୨:୨୪, ୬ ଜାନୁଆରୀ ୨୦୧୬ (UTC)

Qrcode ଯୋଜନା। ସମ୍ପାଦନା

ଆମର ପ୍ରଥମ ଉଇକିପାଠାଗାର ସମ୍ମିଳନୀ ସମୟରେ ମୁଁ ସମସ୍ତଙ୍କ ସଙ୍ଗେ OTARTCOକୁ ନେଇ ଏକ qrcode କାର୍ଯ୍ୟ ଓ ଓଡ଼ିଶାର ବିଭିନ୍ନ ଐତିହ୍ୟ, ଇତିହାସ ଓ ମନୀଷୀଙ୍କ ବିଷୟରେ ତଥ୍ୟ ପାଇବାର ଏକ କାର୍ଯ୍ୟ ପ୍ରସ୍ତାବ ରଖିଥିଲି , ଏବେ ଏହି କାର୍ଯ୍ୟଟି ଯୋଜନା ଭାବରେ ପରିଣତ ହେବାକୁ ଯାଉଅଛି । ଏହି ଯୋଜନାରେ ଆମେ ଓଡ଼ିଶା‎ର ବିଭିନ୍ନ୍ ଐତିହ୍ୟକୁ ଉଇକିପିଡ଼ିଆରେ ସାଇତିପାରିବା ଓ ASI ସଂରକ୍ଷିତ ସ୍ଥାନରେ qrcode ସ୍ଥାପନ କରାଇପାରିବା । ବର୍ତ୍ତମାନ ଏହି ପ୍ରସ୍ତାବଟି ପ୍ରାଥମିକ ସ୍ତରରେ ଅଛି, କମ୍ୟୁନିଟିର ସାହାଯ୍ୟ ମିଳିଲେ ଯୋଜନା ଆରମ୍ଭ ହେବ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୮:୨୮, ୩ ଡିସେମ୍ବର ୨୦୧୫ (UTC)

ସମର୍ଥନ ସମ୍ପାଦନା

ବିରୋଧ ସମ୍ପାଦନା

ଭିନ୍ନ ମତ ସମ୍ପାଦନା

  • Saileshpat ସମସ୍ତଙ୍କ ବୁଝିବା ଲାଗି ବୁଲେଟ ପଏଣ୍ଟ କରି ଖୁବ ସଂକ୍ଷେପରେ କଣ କଣ ହେବ କି କି ଲାଭ ମିଳିବ ତାହା ଲେଖିବ କି? ବାକି କେଉଁଠି ଏଭଳି କାମ ହୋଇଛି ତା' ଲିଙ୍କ ବି ଦିଅ ଫଳରେ ସମସ୍ତେ ସେସବୁକୁ ଦେଖି ଜାଣିପାରିବେ ଯେ QRcode ରୁ ଉଇକିପିଡ଼ିଆକୁ କି କି ଲାଭ ମିଳିବ ।--ସୁଭାସିସ ପାଣିଗାହି (ଆଳାପ)

CIS-A2Kର ଜୁଲାଇ ୨୦୧୫ରୁ-ଜୁନ ୨୦୧୬ର କାର୍ଯ୍ୟପନ୍ଥା ଓ ହେଇଥିବା ଯୋଜନା ସମ୍ପାଦନା

ଉଇକିପିଡି଼ଆ ସମ୍ପାଦନା

ଲକ୍ଷ୍ୟ ସମ୍ପାଦନା

ବିଷୟ ୩୦ ଜୁନ, ୨୦୧୫ ସୁଦ୍ଧା ସ୍ଥିତି ୩୦ ଜୁନ, ୨୦୧୬ର ଆଶାତୀତ ଲକ୍ଷ୍ୟ ଜୁନ ୩୦, ୨୦୧୬ ସୁଧା ପ୍ରକୃତ ସଂଖ୍ୟା ମତ
ସଭ୍ୟଗଣ ୧୧୬ ୨୦୦ ୨୫୦ ୧୩୭ ଆଶା ଠାରୁ କମ
ନୂଆ ସଭ୍ୟଗଣ ୧୬ (ପୁର୍ବ ବର୍ଷ) ୩୦ ୫୦ ଆଶା ଠାରୁ କମ
ସକ୍ରିୟ ସଭ୍ୟଗଣ ୧୩ ୩୦ ୫୦ ୨୧ ଆଶା ଠାରୁ କମ
ଲେଖା ୮୬୮୦ ୧୦,୦୦୦ ୧୨,୦୦୦ ୧୦,୨୧୬ ସ୍ଵପ୍ନ ଲକ୍ଷ୍ୟ ଠାରୁ ଅଧିକ
ଆଉଟରିଚ ଇଭେଣ୍ଟ ୧୫ ୩୦ ଆଶା ଠାରୁ କମ
ଦାନ କରାହେଇଥିବା ବହି ୮୧ ୭୫ ୧୦୦ ୭୩୦ ସ୍ଵପ୍ନ ଲକ୍ଷ୍ୟ ଠାରୁ ଅଧିକ
ପ୍ରତିଷ୍ଠାନିକ ଅଂଶଗ୍ରହଣତା ୧୦ କିଛି ଫଳ ନାହିଁ

ଉଇକିପାଠାଗାର ସମ୍ପାଦନା

ଯୋଜନା କରାହେବାକୁ ଥିବା କାମ ଫଳାଫଳ ଯୋଜନା ଅନୁସାରେ ହେଇଥିବା କାମ ଯୋଜନା ଅନୁସାରେ ଫଳାଫଳ
ନୂଆ ସଂପାଦକ ଗଢି଼ବା ଏଠାରେ ପାଇବେ ଏଠାରେ ପାଇବେ ପୂର୍ବରୁ ଥିବା କିଛି ଯୋଜନା ନିଷ୍କ୍ରିୟ ଅଛି ନୁଆ ପରିକଳ୍ପନା କିଛି ଆରମ୍ଭ ହେଇନି
ପୁରୁଣା ସମୁଦାୟକୁ ବଢାଇବା ଏଠାରେ ପାଇବେ ଏଠାରେ ପାଇବେ ଦିଲ୍ଲୀରେ ଉଇକିପାଠାଗାର କର୍ମଶାଳା ଓ ପ୍ରଥମ ପାଠାଗାର ଜନ୍ମୌତ୍ସବରେ ନୁଆ ଯୋଜନା ଓ ପଲିସି ତିଆରି କରାହେଇଥିଲା
ସାମଗ୍ରୀ ଅଧିଗ୍ରହଣ ଏଠାରେ ପାଇବେ ଏଠାରେ ପାଇବେ ଜଗନ୍ନାଥା ପ୍ରସାଦଙ୍କ ୩୦ଟି ବହି ଓ ସୃଜନୀକା ଦ୍ଵାରାଅ ୭୦୦ ବହି

ଲକ୍ଷ୍ୟ ସମ୍ପାଦନା

ପରିମିତି ୩୦ ଜୁନ, ୨୦୧୬ର ଆଶାତୀତ ଲକ୍ଷ୍ୟ ଜୁନ ୩୦, ୨୦୧୬ ସୁଧା ପ୍ରକୃତ ସଂଖ୍ୟା ମତ
ନୂଆ ସଭ୍ୟଗଣ ୩୦ ୬୦ ଆଶା ଠାରୁ ବହୁତ କମ
ସକ୍ରିୟ ସଭ୍ୟଗଣ ୧୦ ୨୦ ଆଶା ଠାରୁ ବହୁତ କମ
ବହି ୨୦ ୫୦ ୨୩୫ ସ୍ଵପ୍ନ ଲକ୍ଷ୍ୟ ଠାରୁ ଅଧିକ
କର୍ମଶାଳା ଆଶା ଠାରୁ କମ
ଘଟଣା ଆଶା ଲକ୍ଷ୍ୟ ଠାରୁ ଅଧିକ

ବଟ୍ ଦ୍ଵାରା ଭାରତୀୟ ସହର ବାବଦରେ ନୂଆ ଲେଖା ସମ୍ପାଦନା

  • ବଟ୍ ଦ୍ଵାରା ଭାରତୀୟ ସହର ବାବଦରେ ପ୍ରଥମ ପର୍ଯ୍ୟାୟରେ ୫୦୦+ ନୂଆ ଲେଖା ଲେଖିବାର ଯୋଜନା ରହିଛି । ଲେଖାର ମାନ ବ୍ୟବହାରକାରୀ:ଶିତିକଣ୍ଠ ଦାଶ/tttt ଭଳି ରହିବ । ଦୁଇରୁ ତିନୋଟି ଆଧାର ଦିଆଯିବ । ଯଦି କିଛି ଆପତ୍ତି ଥାଏ ଜଣାନ୍ତୁ ।--ଶିତିକଣ୍ଠ (ଆଲୋଚନା) ୧୯:୩୬, ୨୭ ସେପ୍ଟେମ୍ବର ୨୦୧୫ (UTC)

ମତାମତ ସମ୍ପାଦନା

  •   ସମର୍ଥନ, ବହୁତ ଭଲ ଯୋଜନା। ହେଲେ ପ୍ରସଙ୍ଗ ସଂଖ୍ୟା ବଢେଇବା ଭାବି ୨ ବର୍ଷ ଯାଏଁ ଏପରି୧୪୦୦+ ପ୍ରସଙ୍ଗ ପଡି ରହିଥିବା ଅବସ୍ଥା ହେଲେ ମୂଲ୍ୟହୀନ । --ଆଦିତ୍ୟ ମହାର (ଆଲୋଚନା) ୧୧:୩୮, ୩୦ ସେପ୍ଟେମ୍ବର ୨୦୧୫ (UTC)
କ୍ଳିନ-ଅପ କରିବା ପୂର୍ବରୁ ଆଉ ବାକି ୩୦୦ ଲେଖା ତିଆରି କରିବା ପାଇଁ ଚାହୁଞ୍ଚି । ଏପରି କଲେ କିଛିଟା ଅଧିକ କାମ ବଞ୍ଚିଯିବ । ମତାମତ ଆବଶ୍ୟକ ।--ଶିତିକଣ୍ଠ (ଆଲୋଚନା) ୧୩:୫୮, ୬ ଅକ୍ଟୋବର ୨୦୧୫ (UTC)
ଶିତି, ଏଇଟା କେତେ ବାଟ ଗଲା ବା ଆଗକୁ କଣ ହେବ ଟିକେ ଜଣେଇଲେ ଭଲ ହୁଅନ୍ତା । ଏବେ ଏ ଆଲୋଚନାଟି ଏଠି ରଖିବା ନା ଅଭିଲେଖକୁ ଘୁଞ୍ଚାଇବା? --ସୁଭାସିସ ପାଣିଗାହି (ଆଳାପ) ୨୨:୨୩, ୯ ଫେବୃଆରୀ ୨୦୧୬ (IST)[reply]
ବିରୋଧ ଯୋଗୁଁ ସ୍ଥଗିତ ରଖାଗଲା । ପରେ କରିବି । ଏବେ ପାଇଁ କେବଳ ଆଗରୁ ତିଆରି ଲେଖା ଠିକ କରିବି । ShitiBot ପାଇଁ ଉଇକିପିଡିଆରେ କିଛି ଯୋଜନା ବିଶେଷ ନାହିଁ କେବଳ ଉଇକିଅଭିଧାନ ପାଇଁ ଅଛି ।--ଶିତିକଣ୍ଠ (ଆଲୋଚନା) ୧୬:୨୧, ୨୮ ଫେବୃଆରୀ ୨୦୧୬ (IST)[reply]

ଉତ୍କଳ ବିଶ୍ଵବିଦ୍ୟାଳୟରେ କର୍ମଶାଳା ସମ୍ପାଦନା

ନମସ୍କାର, ଆଗାମୀ ୧୭ ତାରିଖ ସକାଳ ୧୧:୩୦ଟା ବେଳେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଉଇକିପିଡି଼ଆର ଏକ କର୍ମଶାଳା ଆୟୋଜିତ ହେବ । ସେଠାରେ ଉପସ୍ଥିତ ପିଲାଙ୍କୁ ଉଇକିପିଡି଼ଆରେ ଲେଖିବା ବାବଦରେ ଓ ଏହା ବିଷୟରେ ବୁଝେଇବା ଓ ତାଲିମ ଦିଆଯିବ। ଯେଉଁ ଉଇକିଆଳି ମାନେ ବିଶ୍ଵବିଦ୍ୟାଳୟରେ ଉପସ୍ଥିତ ଥିବେ ଆସିବାକୁ ଅନୁରୋଧ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୨୧:୩୭, ୯ ଫେବୃଆରୀ ୨୦୧୬ (IST)[reply]

ଶୈଳେଶ, ମୋର ଧାଡ଼ିକିଆ ଅନୁରୋଧ ପ୍ରଥମ କର୍ମଶାଳା ପରେ ଏଇ ୫ଟି ଜିନିଷ ବାବଦରେ ଆଲୋଚନା ସଭାରେ ସପ୍ତାହ ଭିତରେ (ପରୀକ୍ଷା ନଥିଲେ!) ଜଣାଅ:
  • ପିଲାମାନଙ୍କ ଘରେ/ବାହାରେ ଇଣ୍ଟରନେଟରେ ସୁବିଧା କେମିତି ଆଉ ତାଙ୍କର ଉଇକିପିଡ଼ିଆରେ ଲେଖିବା ବାବଦରେ ଇଚ୍ଛା
  • ଶିକ୍ଷକଙ୍କ ଇଚ୍ଛା, ସହଯୋଗ ଓ ସେମାନେ ନିଜେ କେତେ ଜଡ଼ିତ ହେବେ
  • କେତେ ପିଲା ଭାଗ ନେଲେ ଆଉ ସପ୍ତାହେ ପରେ କେତେ ପିଲା ସକ୍ରିୟ ରହିଲେ । ଯେଉଁମାନେ ଭାଗ ନେଲେ ସେମାନଙ୍କ ସଙ୍ଗେ ଆମେ କିପରି ଯୋଗାଯୋଗ କଲେ ଓ ସେମାନଙ୍କ ଦରକାର ସମୟରେ ତାଙ୍କୁ ସାହାଯ୍ୟ କଲେ ।
  • କେଉଁ ବିଷୟରେ ଲେଖିବାକୁ ସେମାନେ ନିହାତି ଆଗ୍ରହୀ
  • ଆମେ ଆଗକୁ ମାସରେ କେତେ ଥର ସେଠି କର୍ମଶାଳା କରିପାରିବା । ସ୍ଥାନୀୟ ନେତୃତ୍ୱ ପାଇଁ ସେ ପିଲାଙ୍କ ଭିତରୁ କେହି ମୁଣ୍ଡି ଅଛନ୍ତି କି?

ଆଉ କର୍ମଶାଳାରେ ଉଇକିପିଡ଼ିଆରେ ସମ୍ପାଦନା କରି କେମିତି ଲେଖିବେ ସେଥିରେ କେମିତି ଲେଖିବେ ତା' ବାବଦରେ ଅଧା ସମୟ ରଖି ପ୍ରଥମ ଅଧକ କାହିଁକି ଉଇକିପିଡ଼ିଆ ଜରୁରୀ ତା' ବୁଝାଅ । ଦିଓଟି ପିଲାଙ୍କୁ ଡାକି କଳାପଟାରେ ଗୋଟେ ବାକ୍ୟକୁ ଦୁଇପ୍ରକାର ଲେଖିବାକୁ କୁହ । ଆଉ ନିଜେ ଉଇକିପିଡ଼ିଆ ଧାରାରେ ଲେଖ । ଏମିତି କିଛି ପରଖ କରି ସେମାନଙ୍କୁ ବୁଝାଅ କେଉଁଠି ଖାଲ ରହୁଛି ଆଉ ଆମେ ଉଇକିପିଡ଼ିଆ ଜରିଆରେ କିପରି ତାକୁ ଭରିପାରିବା । ପଙ୍କଜମାଳା ଅପା ଆମ ସହ ସମୟକ୍ରମେ ଯୋଡ଼ିହେଲେ ଆଉ ସବୁ ନିଜେ ଶିଖିଲେ । ହେଲେ ପ୍ରଥମ କର୍ମଶାଳାରେ ଉଇକିପାଠାଗାରର ମୁହଁ ସୁଦ୍ଧା ଦେଖିନଥିଲେ ।--ସୁଭାସିସ ପାଣିଗାହି (ଆଳାପ) ୨୨:୩୧, ୧୦ ଫେବୃଆରୀ ୨୦୧୬ (IST)[reply]

ଚଳଚ୍ଚିତ୍ର ଲେଖା ସମ୍ପାଦନା

ଏଠାରେ ବହୁତଗୁଡିଏ ଚଳଚିତ୍ର ଲେଖାରେ (କେବଳ) imdbର ଲିଙ୍କକୁ ଆଧାର ଭାବେ ଦିଆଯାଇଛି । imdbରେ କେହିବି ନୂଆ ଚଳଚିତ୍ର ଯୋଡ଼ିପାରିବେ, ଏହା ଭରସାଯୋଗ୍ୟ ନୁହେଁ ଏବଂ ଇଂରାଜୀ ଉଇକିପିଡିଆରେ ମଧ୍ୟ ଏହାକୁ ଆଧାର ଭାବେ ବ୍ୟବହାର କରାଯାଏନି, ବାହାର ଲିଙ୍କ ଭାବେ କରାଯାଏ । ତେଣୁ ଅନୁରୋଧ, imdb ବା ଅନ୍ୟ ମୂଭି ଡେଟାବେସର ଲିଙ୍କକୁ ଆଧାର ଭାବେ ବ୍ୟବହାର କରନ୍ତୁ ନାହିଁ । ଯେଉଁ ଲେଖାରେ କେବଳ imdb ଲିଙ୍କ ଥିବ, କିମ୍ବା ପ୍ରାଥମିକ ଲିଙ୍କ ଯେଉଁଥିରେ କେବଳ ମାତ୍ର ଚଳଚିତ୍ରର ନାମ ଥିବ କିନ୍ତୁ ତାର ପ୍ରସଙ୍ଗ ଅନ୍ୟକିଛି ବିଷୟ ଉପରେ ଆଧାରିତ ଥିବ, ସେଭଳି ଲେଖାଗୁଡିକୁ ଲିଭେଇଦେବାକୁ ପ୍ରସ୍ତାବ ରଖୁଛି । ଚଳଚିତ୍ର ଯାହାପାଇଁ ଖଣ୍ଡେ ବିଶ୍ଵସନୀୟ ଆଧାର ମିଳୁନି, ଏମିତି ଲେଖାକୁ ଏଠାରେ ରଖିବାର କିଛି ଆବଶ୍ୟକ ନାହି ବୋଲି ମୁଁ ଭାବୁଛି । ଆପଣମାନଙ୍କ ମତାମତ ଜଣାନ୍ତୁ । -- ଅଂଶୁମାନ ତାର ଯୋଡ଼ିବେ? ୦୩:୦୨, ୧୩ ନଭେମ୍ବର ୨୦୧୫ (UTC)

ଏମିତି ବହୁତ ପ୍ରସଙ୍ଗ ଅଛି, ଯେଉଁଥିରେ ଆଧାର ନାହିଁ ବା ବିଶ୍ଵାସ ଯୋଗ୍ୟ ନୁହଁ । ସେ ସବୁକୁ ସମସ୍ତେ ମିଶି ବାଗେଇଦେବା । ଚଳଚ୍ଚିତ୍ର କଥା ଯଦି ଉଠେଇଛ, ତାହାଲେ ଲିଭେଇଦେବା ଆଗରୁ ତାଲିକାଟେ ପ୍ରସ୍ତୁତ କରାଯାଉ । ଯଦି ସମ୍ଭବ ହେବ, ସମସ୍ତେ ମିଶି ଆଧାର ଯୋଡିଦେବା ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୩୭, ୧୩ ନଭେମ୍ବର ୨୦୧୫ (UTC)
ହଁ, ମୁଁ ଏବେ କେବଳ ଚଳଚ୍ଚିତ୍ର ପାଇଁ କହୁଛି । ଯେଉଁ ଲେଖା ପାଇଁ ଆଧାର ମିଳୁନାହିଁ, ଜଣାଶୁଣା ନୁହେଁ ଆଉ ଏକ/ଦୁଇ ଧାଡ଼ିର ଲେଖା ଅଭିନୟ (cast n crew) ତାଲିକା ସହିତ ଅଛି ସେସବୁକୁ । ଏସବୁ ତଥ୍ୟ ମୁଭି ଡେଟାବେସ ପାଇଁ ଉପଯୁକ୍ତ ଓ ସେଥିରେ ରହୁଛି ପୁଣି କେବଳ ସେସବୁକୁ ଏଠି ରଖିହେବନି କି ଆବଶ୍ୟକତା ମଧ୍ୟ ନାହିଁ । ଅଲଗା ତାଲିକା କିଛି ଆବଶ୍ୟକ ନାହିଁ, ତାଲିକା ଅଛି; ଶ୍ରେଣୀ:ଓଡ଼ିଆ_ସିନେମା ଓ ବର୍ଷ ଅନୁସାରେ ଛାଞ୍ଚ:ଓଡ଼ିଆ_ସିନେମା । ପ୍ରତ୍ୟେକ ଅଲଗା ଲେଖା ପାଇଁ ଆଲୋଚନା ବି କରିହେବନି, ତେଣୁ ଆଧାରର ବିଶ୍ଵସନୀୟତା, ଲେଖାର ମାନ ଓ ଫିଲ୍ମ କେତେ ଜଣାଶୁଣା ଦେଖି ଲିଭେଇବାକୁ ହେବ । -- ଅଂଶୁମାନ ତାର ଯୋଡ଼ିବେ? ୧୬:୧୭, ୧୩ ନଭେମ୍ବର ୨୦୧୫ (UTC)
ଆମକୁ ପ୍ରଥମେ ଗୋଟେ ମାନକ ରଖିବାକୁ ପଡିବ ଏବଂ ଭଲ ଆଧାର ଖୋଜିବାକୁ ପଡିବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୮:୦୫, ୧୩ ନଭେମ୍ବର ୨୦୧୫ (UTC)
ଯଦି ଆମେ ଆଧାର ଯୋଡ଼ିବା ବଦଳରେ ଓଡ଼ିଆ ଚଳଚିତ୍ରମାନଙ୍କର ପୃଷ୍ଠାକୁ ଲିଭାଇଦେବା, ତା'ହେଲେ ଓଡ଼ିଆ ଚଳଚିତ୍ରମାନଙ୍କର ପୃଷ୍ଠା କେବେ ବି ଓଡ଼ିଆ ଉଇକିପେଡ଼ିଆରେ ସ୍ଥାନ ପାଇପାରିବ ନାହିଁ । ଏହାର କାରଣ ହେଉଛି ଆମକୁ ନିର୍ଭରଯୋଗ୍ୟ ଆଧାର ମିଳିବ କି ନାହିଁ ସେଥିରେ ମଧ୍ୟ ସୁନିଶ୍ଚିତ‌ତା ନାହିଁ । ଯଦି ସେହି ପ୍ରସଙ୍ଗ‌ଗୁଡ଼ିକରେ କିଛି ତୃଟି ଦେଖାଯାଉଛି, ତା'ହେଲେ ନିର୍ଭରଯୋଗ୍ୟ ଆଧାର ଯୋଡ଼ିବା ଦ୍ୱାରା ଆମେ ଏଭଳି ପରିସ୍ଥିତିକୁ ଏଡ଼ାଇ ଦେଇପାରିବା । --ସଂଗ୍ରାମ କେଶରୀ ସେନାପତି(ମୋ ସ‌ହ ଆଲୋଚନା) ୧୮:୧୧ ୧୪ ନଭେମ୍ବର ୨୦୧୫(UTC)
ଅଂଶୁମାନଙ୍କ ପ୍ରସ୍ତାବ "ଯେଉଁଥିରେ କେବଳ ମାତ୍ର ଚଳଚିତ୍ରର ନାମ ଥିବ କିନ୍ତୁ ତାର ପ୍ରସଙ୍ଗ ଅନ୍ୟକିଛି ବିଷୟ ଉପରେ ଆଧାରିତ ଥିବ, ସେଭଳି ଲେଖାଗୁଡିକୁ ଲିଭେଇଦେବାକୁ ପ୍ରସ୍ତାବ" ନିମନ୍ତେ ମୋର ସମର୍ଥନ । ଭୁଲ ତଥ୍ୟ ଥିବା ପ୍ରସଙ୍ଗ ରହିବା ଅପେକ୍ଷା ନରହିବା ଭଲ ହେବ ।
ଆଧାର ନଥିବା ସବୁ କଥାଚିତ୍ର ପ୍ରସଙ୍ଗକୁ ନଲିଭାଇ, ସୂର୍ଯ୍ୟ ଦେଓଙ୍କ ସଙ୍କଳିତ ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)ଭୀମ ସିଂଙ୍କ ସଙ୍କଳିତ 'ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ' ଭଳି ବହିରୁ ଭରସାଯୋଗ୍ୟ ଆଧାର ସଂଗ୍ରହ କରି ସେ ପ୍ରସଙ୍ଗସବୁକୁ ଉନ୍ନତମାନର କରିହେବ, ତେବେ ଏଥିପାଇଁ କିଛି ସମୟ ଲାଗିବ ।-- (ମୋ ଆଲୋଚନା) ୧୩:୫୮, ୧୪ ନଭେମ୍ବର ୨୦୧୫ (UTC)
ପୁରୁଣା ସିନେମା ବାବଦରେ ମୃତ୍ୟୁଞ୍ଜୟ କର ଉପରେ ଯାହା ଲେଖିଲେ ସେଥିରୁ ନେଇ ଗୋଟେ ସାଇଟ ତିଆରି ହୋଇଛି । ବହିଦୁଇଟି ଦୁଇଜଣ ଜଣାଶୁଣା ଲେଖକଙ୍କ ଦେଇ ଲେଖାଯାଇଥିବାରୁ ସେ ସାଇଟର ତଥ୍ୟକୁ ଓଡ଼ିଆ ଉଇକିପିଡ଼ିଆ ପାଇଁ ବ୍ୟବହାର କରିବାରେ କୌଣସି ଅସୁବିଧା ଅଛି ବୋଲି ଭାବୁନି । ସେ ସାଇଟରେ ଖୋଜି ଆଗରୁ ତିଆରି ସିନେମାକୁ ଉନ୍ନତ କରିବା ବେଳେ ସେ ସାଇଟ ନାଁ ଆଉ ବହିର ନାଁ ଉଭୟ ଉଲ୍ଲେଖ କଲେ ଦୁଇଗୋଟି ଆଧାର । ତା ଛଡ଼ା ଓଡ଼ିଆ ଖବରକାଗଜରେ ନୂଆ ସିନେମା ବାବଦରେ ବାହାରୁଛି । ଲିଙ୍କ ମିଳୁନଥିଲେ କେବଳ ଖବରର ନାମ, ତାରିଖ, ଖବରକାଗଜର ନାମ ଦେଇ ଆଧାର ତିଆରି କରିହେବ । ତେଣୁ ଆଧାର ମିଳିବାରେ ଅସୁବିଧା ହେବ ବୋଲି ଲାଗୁନି । କେବଳ କେଉଁଠି କି ଆଧାର ମିଳିବ ଟିକେ ଖୋଜିବାକୁ ପଡ଼ିବ ।--ସୁଭାସିସ ପାଣିଗାହି (ଆଳାପ) ୧୪:୨୦, ୧୫ ନଭେମ୍ବର ୨୦୧୫ (UTC)

ଓଡିଆ ଉଇକିପିଡିଆ ପ୍ରସଙ୍ଗଗୁଡିକରେ ଲିଙ୍କ ଯୋଡି ପ୍ରକୃତ ପ୍ରସଙ୍ଗ ସଂଖ୍ୟା ଦେଖାଇବା ସମ୍ପାଦନା

ମେଡିଆଉଇକିର ପୁରୁଣା ନିୟମ ଅନୁସାରେ ଯଦି ଗୋଟିଏ ପ୍ରସଙ୍ଗରେ ଅତିକମରେ ","(କମା)ଟିଏ ରହୁଥିଲା ତାହା ପ୍ରସଙ୍ଗ ଭାବେ ଗଣା ହେଉଥିଲା କିନ୍ତୁ ନୂଆ ନିୟମ ଅନୁସାରେ ଯଦି ଗୋଟିଏ ପ୍ରସଙ୍ଗରେ ଅନ୍ୟ ପ୍ରସଙ୍ଗ ପାଇଁ ଲିଙ୍କ ନାହିଁ ତେବେ ତାହା ପ୍ରସଙ୍ଗ ସଂଖ୍ୟା ଅନ୍ତର୍ଗତ ଆସିବ ନାହିଁ । ଆମ ଓଡିଆ ଉଇକିପିଡିଆରେ ୧୩୩ ପାଖାପାଖି ପ୍ରସଙ୍ଗ ଅଛି ଯାହା ପ୍ରସଙ୍ଗରେ ଗଣା ହେଉନାହିଁ । ଆପଣ ସେଗୁଡିକ ଏଇଠି କ୍ଲିକକରି ଦେଖିପାରିବେ । ଯଦି ଏହି ପ୍ରସଙ୍ଗଗୁଡିକରେରେ ଅତିକମରେ ଗୋଟେ ଲିଙ୍କ ଯୋଡିବେ ତାହେଲେ ତାହା ପ୍ରସଙ୍ଗରେ ଗଣା ହେବ । ଆପଣଙ୍କୁ ଅନୁରୋଧ ଏହି ପ୍ରସଙ୍ଗଗୁଡିକରେ ଲିଙ୍କ ଯୋଡି ଦିଅନ୍ତୁ ।
ଆଉ ଗୋଟେ କଥା ମନେ ରଖିବାକୁ ପଡିବ ଏବଂ ଶିକ୍ଷଣରେ ଯୋଡ଼ାଯାଇପରିବା ଯେ ଯେତେବେଳେ ଜଣେ ନୂଆ ପ୍ରସଙ୍ଗଟିଏ ତିଆରି କରୁଛନ୍ତି ସେଥିରେ ଅତିକମରେ ଗୋଟିଏ ଲିଙ୍କ ଅନ୍ୟ ପ୍ରସଙ୍ଗ ପାଇଁ ଯୋଡନ୍ତୁ ଯାହାଫଳରେ ତାହା ପ୍ରସଙ୍ଗ ପରିସଙ୍ଖ୍ୟାନରେ ଯୋଡିହେଇଯିବା ଏବଂ ପ୍ରକୃତ ପ୍ରସଙ୍ଗ ସଂଖ୍ୟା ଦେଖାଇବା ।କିଛି ବୁଝିବାକୁଥିଲେ ପଚାରନ୍ତୁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୮:୫୧, ୮ ନଭେମ୍ବର ୨୦୧୫ (UTC)

ଆଲୋଚନା/ମତାମତ ସମ୍ପାଦନା

ପ୍ରସଙ୍ଗ ସଂଖ୍ୟା ସାଙ୍ଗେ ସାଙ୍ଗେ ଅପଡେଟ ହେବ ହେଲେ ଲିଷ୍ଟଟା ସାଙ୍ଗେ ସାଙ୍ଗେ ଅପଡେଟ ହେବନି . Regular Interval re hue. Category nathiba prustha bhali(Scheduled update). Tenu aagaku heijiba.‍‌(୧ ମାସ ବୋଧେ)--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୫:୩୦, ୯ ନଭେମ୍ବର ୨୦୧୫ (UTC)

ଗ୍ୟାଜେଟ ଗୁଡ଼ିକର କେନ୍ଦ୍ରୀୟ-କରଣ ସମ୍ପାଦନା

ଅତ୍ୟାବଶ୍ୟକ ଗ୍ୟାଜେଟର ଗୁଡ଼ିକୁ ଧୀରେ ଧୀରେ କେନ୍ଦ୍ରୀୟ-କରଣ (centralization) କରାଯାଉଛି । ଯଦି ଏହି ସମୟରେ ଆପଣ ବ୍ୟବହାର କରୁଥିବା କିଛି ଗ୍ୟାଜେଟ ଯଦି ଠିକ ଭାବେ କାମନକରେ ଜଣେଇବା ପାଇଁ ଅନୁରୋଧ । ଯଦି କାହାର ଆପତ୍ତି ଥାଏ ଜଣେଇବେ । ଏହା ଦ୍ଵାରା କିଛି ଗ୍ୟାଜେଟ ହଠାତ ଇଂରାଜୀ ହେଇଯାଇପାରେ କିମ୍ବା ଭୁଲ ଭଟକା ଆସିପାରେ । ଗ୍ୟାଜେଟ ତାଲିକା - ବିଶେଷ:Gadgetsଅଧିକ ସୂଚନା ।--ଶିତିକଣ୍ଠ (ଆଲୋଚନା) ୦୯:୨୫, ୭ ଅକ୍ଟୋବର ୨୦୧୫ (UTC)

ବଟ ବ୍ୟବହାର କରି ୨୦୪୮ kbରୁ କମ ବାଇଟ ଥିବା ଲେଖାରେ ଅଧାଗଢ଼ା ଛାଞ୍ଚ ଯୋଡ଼ା ସମ୍ପାଦନା

ଏହା ଦ୍ୱାରା ସବୁ ଅଧାଗଢ଼ା ପ୍ରସଙ୍ଗ ଗୋଟେ ଶ୍ରେଣୀଭୁକ୍ତ ହେବ ଓ ସହଜରେ ସେସବୁକୁ ସୁଧାରି ହେବ । ଏହି ବଟ ଆଜି ଚାଲିବ । କୌଣସି ଅଭିମତ/ ଆପତ୍ତି ଥିଲେ ତଳେ ଜଣାଇବେ ।--ସୁଭାସିସ ପାଣିଗାହି (ଆଳାପ) ୦୭:୨୨, ୫ ଅକ୍ଟୋବର ୨୦୧୫ (UTC)

ମତାମତ/ଆପତ୍ତି ସମ୍ପାଦନା

  1.   ସମର୍ଥନ, କିନ୍ତୁ 'ଅଧାଗଢା' ଛାଞ୍ଚ ନୁହେଁ ଏକ ସ୍ଵତନ୍ତ୍ର ଅଧାଗଢା ଛାଞ୍ଚ ଯୋଡାଯାଉ । ଏହା ଦ୍ଵାରା ଏହିପରି ଲେଖାକୁ ଅଲଗା କରାଯାଇପାରିବ । ଏହାର ସ୍ଵତନ୍ତ୍ର ଶ୍ରେଣୀବି ଓ ଅଲଗା ଫ୍ଲାଗ ରଖ । ଯଥା - {{Dinosaur-stub}} ଭଳି । ଯଦି ଏହା ଡାଇନୋସର ଲେଖା ନୁହେଁ ତେବେ ସେହିଭଳି ଆଉ କିଛି ଛାଞ୍ଚ ତିଆରିକରି ଯୋଡିଦିଅ ।--ଶିତିକଣ୍ଠ (ଆଲୋଚନା) ୦୭:୩୮, ୫ ଅକ୍ଟୋବର ୨୦୧୫ (UTC)

ଉଇକିପାଠାଗାର ସମ୍ମିଳନୀ ୨୦୧୫ ସମ୍ପାଦନା

ଚଳିତ ଅକ୍ଟୋବର ୨୦୧୫ ମସିହାରେ ଓଡ଼ିଆ ଉଇକିପାଠାଗାର ନିଜର ଏକ ବର୍ଷ ପୂରଣ କରୁଛି, ଏଥି ନିମନ୍ତେ ଏକ ଜନ୍ମ ଦିବସ ପାଳନ କରିବାକୁ ସ୍ଥିର କରାଯାଇଛି । ଏହି ଜନ୍ମ ଦିବସରେ ପାଳନ କରିବାକୁ ଥିବା ସମସ୍ତ ଯୋଜନା ବିଷୟ ନିମ୍ନରେ ଲେଖାଯାଇଛି । ଓଡ଼ିଆ ଉଇକିପାଠାଗାର ଏବେ ୧୯୫ ଗୋଟି ବହିରେ ଭରିଛି । ଏହି ସଫଳତାରେ ଥିବା ସମସ୍ତଙ୍କ ଅବଦାନ ଓ ଆଗାମୀ ବର୍ଷର କାର୍ଯ୍ୟକ୍ରମର ସମସ୍ତ ଯୋଜନା ବିଷୟରେ ଆଲୋଚନା କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୫:୨୩, ୧୭ ସେପ୍ଟେମ୍ବର ୨୦୧୫ (UTC)

ସମ୍ଭାବିତ ସ୍ଥାନ ସମ୍ପାଦନା

  • ଜୟଦେବ ଭବନ, ଭୁବନେଶ୍ୱର
  • ଇନ୍‌ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ, ଭୁବନେଶ୍ୱର

ତଳେ ଆପଣଙ୍କ ମନକୁ ଆସୁଥିବା ସମ୍ଭାବିତ ସ୍ଥାନମାନଙ୍କ ତାଲିକା ଲେଖିପାରିବେ

  • ଲୋହିଆ ଏକାଡେମୀ, ଭୁବନେଶ୍ୱର

କାର୍ଯ୍ୟକ୍ରମ ସମ୍ପାଦନା

  • ସମସ୍ତ ଉଇକିଆଳିମାନଙ୍କ ସହ ଆଲୋଚନା ଚକ୍ର ।
  • ଉଇକିପାଠାଗାର ନିମନ୍ତେ ଆଗାମୀ ଯୋଜନା ।
  • ଉଇକିପାଠାଗାରରେ ଥିବା ସକ୍ରିୟ ଉଇକିଆଳିମାନଙ୍କ ଅନୁଭୂତି ।
  • ଭାରତୀୟ ଭାଷାରେ ଥିବା ଅନ୍ୟ ଉଇକିପାଠାଗାରର ଉଇକିଆଳିଙ୍କ ସହ ଆଲୋଚନା ।
  • ସମ୍ମିଳନୀ ପୁର୍ବରୁ ଉଇକିପାଠାଗାରରେ ଗଣ ସମ୍ପାଦନା ।
  • ସକ୍ରିୟ ଉଇକିଆଳିଙ୍କ ଅବଦାନ ପାଇଁ ପୁରସ୍କାର ।
  • ସମ୍ମିଳନୀର ମୁଖ୍ୟ ଆଲୋଚନା, ଓଡି଼ଶାରେ କିପରି Copyright Free ବହି ଗୁଡି଼କୁ digital library ମାଧ୍ୟମରେ ଉଇକିପାଠାଗାରରେ ସଂରକ୍ଷିତ କରିବା

(ତଳେ ଆପଣଙ୍କ ମନକୁ ଆସୁଥିବା ଅଧିକ ବିଷୟ ବାବଦରେ ଲେଖିପାରିବେ)

  • Suggested Workshop- ଗୁଗଲ୍ ନବନିର୍ମିତ OCR ବ୍ୟବହାର କରି ପୁରାତନ ବହିର ସ୍କାନଗୁଡ଼ିକୁ ଉଇକିପାଠାଗାରରେ ସ୍ଥାନ ଦେବା ।

ଉଇକିପାଠାଗାର ସମ୍ମିଳନୀ ନିମନ୍ତେ ଖର୍ଚ୍ଚ ସମ୍ପାଦନା

  • ଉଇକିଆଳିଙ୍କ ଗମନାଗମନ -- ୨୦,୦୦୦- ୩୦,୦୦୦
  • ଫ୍ଲେକ୍ସ ଓ ପ୍ରିଣ୍ଟ ଖର୍ଚ୍ଚ -- ୫,୦୦୦
  • ଏଡି଼ଟାଥନ ନିମନ୍ତେ ଗୋଟେ ଡୋଙ୍ଗଲ -- ୨,୫୦୦
  • ଉଇକିଆଳିଙ୍କ ଖାଇବା ଖର୍ଚ୍ଚ
  1. ସକାଳ - ୬,୦୦୦
  2. ରାତି - ୫,୦୦୦
  • ଫୁଲ ତୋଡା଼ , ବୋତଲ ଓ ଷ୍ଟେସନାରି - ୩୦୦୦
  • Accomodation- ୧୨,୦୦
  • ହଲ୍ ବୁକିଙ୍ଗ - ୫୦୦୦
  • ସକ୍ରିୟ ଉଇକିଆଳିଙ୍କୁ ସମ୍ବର୍ଦ୍ଧନା - ୪୦୦୦
  • ଉଇକିସୋର୍ସ ଟି-ସାର୍ଟ - ୨୦ଟି - ୧୦୦୦୦
  • ମୋଟ- ୮୨,୦୦୦ (ଟଙ୍କା ଅଧିକା କିମ୍ବା କମ ଲାଗିଲେ ଦୟା କରି ବଦଳାନ୍ତୁ । )

ତାରିଖ ସମ୍ପାଦନା

  • ୧୭-୨୯ ଅକ୍ଟୋବର (ପୂଜା ଛୁଟି)
ଶୈଲେନ ଭାଇଙ୍କୁ ପଚାରିଥିଲି, ୨୩ ଆଉ ୨୪ ତାରିଖ ପାଇଁ ଲୋହିଆ ଏକାଡେମୀ ମିଳିବ । କେଉଁ ଦିନ ସମସ୍ତଙ୍କୁ ସୁବିଧା ହେବ ସମସ୍ତେ ଟିକେ ତୁରନ୍ତ ଜଣେଇବେ ଏଠି? --ସୁଭାସିସ ପାଣିଗାହି (ଆଳାପ) ୧୦:୫୧, ୩୦ ସେପ୍ଟେମ୍ବର ୨୦୧୫ (UTC)

ସମର୍ଥନ ସମ୍ପାଦନା

ଭିନ୍ନମତ ସମ୍ପାଦନା

ନବକଳେବର ଗଣସମ୍ପାଦନା ୨୦୧୫ ପ୍ରକଳ୍ପ ପାଇଁ ପୁରସ୍କାର ସମ୍ପାଦନା

ପୁରସ୍କାର ସାରଣୀ
ସୋପାନ ଲକ୍ଷ୍ୟ ସ୍ଥାନ ପୁରସ୍କାର ଖର୍ଚ୍ଚ
ସାଧାରଣ ୫୦ପଏଣ୍ଟ + ୧୦୦ଟି ସମ୍ପାଦନାରୁ ଅଧିକ ସମ୍ପାଦନା କରିଥିବା ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଇଣ୍ଟରନେଟ ପ୍ୟାକ 100/- ରିଚାର୍ଜ 1 ମାସ ପାଇଁ ଆନୁମାନିକ ୧୦ଜଣରୁ କମ = 2,000/-
୧୦୦ kb+ ଲେଖା ଶଷ୍ଠ, ସପ୍ତମ, ଅଷ୍ଟମ, ନବମ ଏବଂ ଦଶମ ସ୍ଥାନ ପାଇଁ ଇଣ୍ଟରନେଟ ପ୍ୟାକ 200/- ରିଚାର୍ଜ 2 ମାସ ପାଇଁ 2,000/-
୩୦୦ kb+ ଲେଖା ଚତୁର୍ଥ ଏବଂ ପଞ୍ଚମ ସ୍ଥାନ ପାଇଁ ଇଣ୍ଟରନେଟ ପ୍ୟାକ 200/- ରିଚାର୍ଜ 3 ମାସ ପାଇଁ 1,200/-
୫୦୦ kb+ ଲେଖା ଶ୍ରେଷ୍ଠ ୩ ସ୍ଥାନ ପାଇଁ ଇଣ୍ଟରନେଟ ପ୍ୟାକ 200/- ରିଚାର୍ଜ 6 ମାସ ପାଇଁ 3,600/-
  • ଟି-ଶାର୍ଟ, କଲମ, ଏବଂ ଅନ୍ୟାନ୍ୟ SWAG ସମସ୍ତଙ୍କ ପାଇଁ ।
  • ସୋପାନ ୩,୨,ଏବଂ ୧ ସ୍ଥାନରେ ଥିବା ଅଂଶ ଗ୍ରହଣକାରୀ ଯଥାକ୍ରମେ ୧୦୦KB+, ୩୦୦KB+,ଏବଂ ୫୦୦ KB+ ଲେଖି ଲକ୍ଷ୍ୟ ପୁରଣକଲେ ସ୍ବତନ୍ତ୍ର ଅଂଶଗ୍ରହଣ ପ୍ରମାଣପତ୍ର ଏବଂ ସଫ୍ଟବେର ସିଡି ମିଳିବ ।
  • ମଲ୍ଟିପର୍ପୋସ ଇଣ୍ଟରନେଟ ରିଚାର୍ଜ : ୧. ଆମ ଅଂଶଗ୍ରହଣକାରୀଙ୍କ ପାଇଁ ଏହି ପୁରସ୍କାର ବ୍ୟବସ୍ଥା କଲେ ସେମାନଙ୍କ ଖର୍ଚ୍ଚ ପ୍ରାୟ କମିଯିବ । ୨.ଏହା ସୁଯୋଗରେ ଭବିଷ୍ୟତରେ ଅଧିକ ପ୍ରସଂଗ ମଧ୍ୟ ଲେଖା ଯାଇପାରିବ ।
  • ୪୭୦+ ପ୍ରସଂଗ ଲେଖିବା ଏବଂ ଉନ୍ନତ କରିବା ପାଇଁ ସମୟ କମ ପଡିଯାଉଛି ତେଣୁ ସମୟକୁ ବଢାଇବା ପାଇଁ ପ୍ରସ୍ତାବ ଦେଉଛି ।
  • ପୁରସ୍କାର ଗ୍ରହଣ କରିବା ଇଛାଧିନ ଅଟେ । ପୂର୍ବରୁ ପାଇଥିଲେ କିମ୍ବା ଆବଶ୍ୟକ କରୁନଥିଲେ ମନା କିମ୍ବା ଫେରେଇଦେଇ ପାରିବେ ।
  • ପୁର୍ବରୁ ପୁରସ୍କାର ବାବଦରେ ନିଷ୍ପତି ହୋଇନାହିଁ । ଟିକେ ଶୀଘ୍ର ନିଷ୍ପତି ନେଲେ ୧୦,୦୦୦ ଟଙ୍କା ଗ୍ରାଣ୍ଟ ପାଇଁ ଆବେଦନ କରିବି ।--ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୨:୩୮, ୨୭ ଅଗଷ୍ଟ ୨୦୧୫ (UTC)

ମତାମତ ସମ୍ପାଦନା

  •   ସମର୍ଥନ - ଇଣ୍ଟରନେଟ ପ୍ୟାକ୍ ସତରେ ଏକ ନୂଆ ଆଉ ଇଣ୍ଟେରେଷ୍ଟିଙ୍ଗ ଯୋଜନା ଲାଗୁଛି । ପ୍ରମାଣପତ୍ର ଆଉ ଟି-ସାର୍ଟ ପାଇଁ ବି ସମର୍ଥନ ।--ଶିତିକଣ୍ଠ (ଆଲୋଚନା) ୧୮:୩୦, ୨୭ ଅଗଷ୍ଟ ୨୦୧୫ (UTC)
  •   ସମର୍ଥନ - ଇଣ୍ଟରନେଟ ପ୍ୟାକ୍ ପାଇଁ କଣ ପଇସା ଦିଆଯିବ ନା ଅଲଗା କିଛି ବ୍ୟବସ୍ଥା ଅଛି ! ପରିଚାଳକମାନଙ୍କୁ ପୁରସ୍କୃତ କରିବା ପାଇଁ କଣ ବ୍ୟବସ୍ଥା ଅଛି ? ଜଣେ, ପରିଚାଳକ ଯଦି ପ୍ରସଙ୍ଗ ଲେଖୁଛନ୍ତି ବା ସମ୍ପାଦନା କରୁଛନ୍ତି, ସେ ପୁରସ୍କାର ନିଶ୍ଚିତ ପାଇବା କଥା । ସମୟ ଗୋଟିଏ ମାସରୁ ଅଧିକ ବଢେଇବାର ଆବଶ୍ୟକତା ନାହିଁ । ଗୋଟିଏ ମାସ ଯଥେଷ୍ଟ । ବେଶି ସମୟ ଚାଲିଲେ ଉତ୍ସାହ ବଜାୟ ରଖିବା କଷ୍ଟ ହେବ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୫:୦୩, ୨୮ ଅଗଷ୍ଟ ୨୦୧୫ (UTC)
    • @ପ୍ରିତିଭାଇ, ୧. ଅଂଶଗ୍ରହଣକାରୀ ସେମାନଙ୍କ ସିମ ନମ୍ବର ଦେବେ ସେଥିରେ ରିଚାର୍ଜ ହେବ । ରିଚାର୍ଜ କଣ ଏବଂ କେମିତି ହେବ ବ୍ୟକ୍ତିଗତ ମତ ନିଆଯିବ । ସିଧା ପଇସା ଦେବା ଠିକ ହେବନି । ଦେବାପାଇଁ ଯଦି ସମସ୍ତେ ସହମତି ପ୍ରକାଶ କରନ୍ତି ତେବେ ଚିନ୍ତା କରିବା । ୨. ପରିଚାଳକ ମାନେ ଏଥିରେ ବିଶେଷ ଅବଦାନ କରୁଥିଲେ ବି ପୁରସ୍କାର ନେବା ପାଇଁ ଇଛା କରନ୍ତି ନାହିଁ । ତଥାପି ସମସ୍ତ ପରିଚାଳକଙ୍କୁ ସମ୍ମାନିତ କରିବା । ସେମାନଙ୍କ ପାଇଁ ଇଣ୍ଟରନେଟ ରିଚାର୍ଜ (ଯଦି ଦରକାର କରୁଥାନ୍ତି) ଦେବାକୁ ପ୍ରସ୍ତାବ ଦେଉଛି । ୩.ସମୟ ବଢିଲେ ଆଗ୍ରହ କମିବା ଦେଖାଯାଏ ଠିକ କଥା କିନ୍ତୁ ଆମେ ପୁରସ୍କାର ଦେଉଛେ ଯେତେ ଲେଖିବେ ସେତେ ପାଇବେ ତେଣୁ କିଛି ପ୍ରଭାବ ପଡିବନାହିଁ ବରଂ ଅଧିକ ଲେଖା ମିଳିବ । ବ୍ୟକ୍ତିଗତ ଭାବେ କହିବାକୁ ଗଲେ ମୋ ପାଖରେ ବହୁତ ତଥ୍ୟ ପଡିରହିଛି ଏତେ ଗୁଡିଏ ପ୍ରସଂଗ ପାଇଁ ସମୟ ଲାଗିବ ତାଛଡା ମୋ ଭଳି ସମସ୍ତଙ୍କ ବୃତ୍ତିଗତ କାମ ବି ଅଛି । ଏମିତି ୧୫ ଦିନ ପଳେଇଲାଣି ପାଏ ବି ସରିନି । ଅବଧି ବଢେଇବା ପରିଚାଳକଙ୍କ ନିଷ୍ପତି ଉପରେ ଛାଡ଼ିଦେଉଛି ସମର୍ଥନ ପାଇଁ ଧନ୍ୟବାଦ --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୦:୨୮, ୨୮ ଅଗଷ୍ଟ ୨୦୧୫ (UTC)
  • ଇଣ୍ଟରନେଟ ରିଚାର୍ଜ କଥା ଠିକ୍ ଲାଗୁଛି । ତେବେ ଆବଶ୍ୟକ ସ୍ଥଳେ ଏହାର ଏକ ବିକଳ୍ପ ଭାବେ ଟଂକା ଦେବାପାଇଁ ବ୍ୟବସ୍ଥା ରହିଲେ ଅଧିକ ଉପଯୋଗୀ ହୋଇପାରନ୍ତା

Hpsatapathy (ମୋ ଆଲୋଚନା) ୧୪:୧୭, ୨୮ ଅଗଷ୍ଟ ୨୦୧୫ (UTC)

କିଛି ପରିବର୍ତ୍ତନ ସମ୍ପାଦନା

ଯଦିଓ ନୂଆ ପ୍ରସଂଗ ଏବଂ ଉନ୍ନତ କରାଯାଇଥିବା ପ୍ରସଂଗଗୁଡ଼ିକୁ ଉଇକିପାଠାଗାର ଜନ୍ମଦିନ ପୂର୍ବରୁ ପରଖ ଏବଂ ସଂଶୋଧନ କରାଯାଇନାହିଁ, ମୋର ପୁରସ୍କାର ବଣ୍ଟନ ନିର୍ଣ୍ଣୟ ଭୁଲ । ସେଥିପାଇ କ୍ଷମା ଚାହୁଁଛି । ଯେହେତୁ ଆମ ପାଖରେ କମ ସମୟ ଅଛି ମୋ ବ୍ୟକ୍ତିଗତ କଳନା ଅନୁସାରେ rank ବଦଳରେ ଅଂଶଗ୍ରହଣକାରୀଙ୍କୁ ଯୋଗ୍ୟ ଶ୍ରେଣୀରେ ରଖିଛି । ଅବଦାନ ପୁରସ୍କାର ବିତରଣ ପ୍ରକ୍ରିୟାରେ କିଛି ସଂଶୋଧନ କରିବାକୁ ବାଧ୍ୟ ହେଉଛି । ଆପତ୍ତି ଥିଲେ ଅନ୍ୟ ପ୍ରସ୍ତାବ ଦେଇପାରନ୍ତି । ଇଣ୍ଟରନେଟ ରିଚାର୍ଜ ଯୋଜନାକୁ ମଧ୍ୟମଧାରଣର ସମର୍ଥନ ମିଳିଛି । ଇଣ୍ଟରନେଟ ଦରକାର କରୁନଥିବା ଅଂଶଗ୍ରହଣକାରୀଙ୍କ ପାଇଁ ଅନ୍ୟ ବିକଳ୍ପ ପୁରସ୍କାର(ଟଙ୍କା ବ୍ୟତିତ) ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଉଛି । ପୁରସ୍କାର ପାଇବା ପାଇଁ ଯୋଗ୍ୟ ଅଂଶଗ୍ରହଣକାରୀଙ୍କ ନାମ ଏବଂ ପୁରସ୍କାର ନିମ୍ନରେ ଦିଆଗଲା:

ଅଂଶଗ୍ରହଣକାରୀ ଅଟକଳ ରାଶି

ପ୍ରଥମ ଶ୍ରେଣୀ

  • ହରିହର ପ୍ରସାଦ ଶତପଥୀ
  • ସନ୍ତୋଷ ସାହୁ
  • ନିଷ୍ଠା ରଞ୍ଜନ ଦାଶ
  • ଶିତିକଣ୍ଠ ଦାଶ
୨୦୦ଟଙ୍କା ଇଣ୍ଟରନେଟ ରିଚାର୍ଜ * ୬ ମାସ ପାଇଁ * ୪ ଜଣ = ୪,୮୦୦

ଦ୍ବିତୀୟ ଶ୍ରେଣୀ

  • ସଂଗ୍ରାମ କେଶରୀ ସେନାପତି
  • ପ୍ରିତିରଞ୍ଜନ ତ୍ରିପାଠୀ
  • ବୁଦ୍ଧଦେବ ସାହୁ
୨୦୦ଟଙ୍କା ଇଣ୍ଟରନେଟ ରିଚାର୍ଜ * ୩ ମାସ ପାଇଁ * ୩ ଜଣ = ୧,୮୦୦

ତୃତୀୟ ଶ୍ରେଣୀ

  • ଶୁଭ୍ରଜିତ ଜେନା
  • ସୌମ୍ୟକାନ୍ତ ବଳ
୨୦୦ଟଙ୍କା ଇଣ୍ଟରନେଟ ରିଚାର୍ଜ * ୨ ମାସ ପାଇଁ * ୨ ଜଣ = ୮୦୦

ଅବଶିଷ୍ଟ ୨,୬୦୦ ଅନ୍ୟାନ୍ୟ ଖର୍ଚ୍ଚ/ପୁରସ୍କାର ପାଇଁ । ରିଚାର୍ଜ ପରିବର୍ତ୍ତେ ଟଙ୍କା ବ୍ୟତିତ ସମାନ ମୂଲ୍ୟର ପୁରସ୍କାର ଦିଆଯାଇପାରିବ । --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୨୦:୪୬, ୧୩ ଅକ୍ଟୋବର ୨୦୧୫ (UTC)

ଭିନ୍ନମତ ସମ୍ପାଦନା

ମୋ ମତରେ ପୁରସ୍କାର ପ୍ରୋତ୍ସାହନ ପାଇଁ ଦିଆଯାଏ । ଦରମା ଆକାରରେ ନୁହେଁ । ଭାଗ ନେଇଥିବା କିଛି ଉଇକିଆଳିଙ୍କ ଅବଦାନ (ସମସ୍ତଙ୍କ କଥା କହୁନି) ଦେଖିଲେ ଆଉ ତାଙ୍କୁ ଦିଆଯାଉଥିବା ପୁରସ୍କାର ଦେଖିଲେ ବହୁତ ଖରାପ ଲାଗେ । ଅବଦାନ ଅନୁସାରେ ପୁରସ୍କାର, ଆଉ ତା' ପ୍ରମାଣ ସ୍ଵପୁର ପ୍ରମାଣପତ୍ର । ଏଣୁ ମୁଁ ନିମ୍ନରେ ସାମାନ୍ୟ ବଦଳ କରିଛି । ଆପତ୍ତି ଥିଲେ ଜଣାଇବେ ।--ଶିତିକଣ୍ଠ (ଆଲୋଚନା) ୧୭:୧୫, ୧୫ ଅକ୍ଟୋବର ୨୦୧୫ (UTC)

ଅଂଶଗ୍ରହଣକାରୀ ଅଟକଳ ରାଶି

ପ୍ରଥମ ଶ୍ରେଣୀ

  • ହରିହର ପ୍ରସାଦ ଶତପଥୀ
  • ସନ୍ତୋଷ ସାହୁ
  • ନିଷ୍ଠା ରଞ୍ଜନ ଦାଶ
୨୦୦ଟଙ୍କା ଇଣ୍ଟରନେଟ ରିଚାର୍ଜ * ୨ ମାସ ପାଇଁ * ୪ ଜଣ = ୮୦୦ ଓ ଟି-ସାର୍ଟ, ସାର୍ଟିଫିକେଟ

ଦ୍ବିତୀୟ ଶ୍ରେଣୀ

  • ସଂଗ୍ରାମ କେଶରୀ ସେନାପତି
  • ପ୍ରିତିରଞ୍ଜନ ତ୍ରିପାଠୀ
  • ବୁଦ୍ଧଦେବ ସାହୁ
୧୦୦ଟଙ୍କା ଇଣ୍ଟରନେଟ ରିଚାର୍ଜ * ୧ ମାସ ପାଇଁ * ୩ ଜଣ = ୩୦୦ ଓ ଟି-ସାର୍ଟ, ସାର୍ଟିଫିକେଟ

ତୃତୀୟ ଶ୍ରେଣୀ

  • ଶୁଭ୍ରଜିତ ଜେନା
  • ସୌମ୍ୟକାନ୍ତ ବଳ
  • ଶିତିକଣ୍ଠ ଦାଶ (ନେଟ ପ୍ୟାକ ଆବଶ୍ୟକ ନୁହେଁ)
କେବଳ ଟି-ସାର୍ଟ, ଆଉ ସାର୍ଟିଫିକେଟ

ମତାମତ ସମ୍ପାଦନା

  •   ସମର୍ଥନ --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୦୫:୫୫, ୧୯ ଅକ୍ଟୋବର ୨୦୧୫ (UTC)
  •   ସମର୍ଥନ -- ପୁରସ୍କାର ପାଉଥିବା ଉଇକିଆଳିମାନଙ୍କୁ ଅଭିନନ୍ଦନ । ପରିଚାଳକମାନେ ସବୁଥର ଭଳି, ଏଥର ମଧ୍ୟ ବହୁତ ଭଲ କାମ କରିଛନ୍ତି, ସେମାନଙ୍କୁ ପୁରସ୍କୃତ କରିବାକୁ ଅନୁରୋଧ କରୁଛି । ମୁଁ କିଛି ବ୍ୟକ୍ତିଗତ କାରଣ ଯୋଗୁ, ପୁରସ୍କାର(ଇଣ୍ଟରନେଟ ରିଚାର୍ଜ ବା ଅନ୍ୟ କିଛି) ଗ୍ରହଣ କରିବାକୁ ଚାହୁଁ ନାହିଁ । ଧନ୍ୟବାଦ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୬:୪୮, ୧୯ ଅକ୍ଟୋବର ୨୦୧୫ (UTC)

ପ୍ରୋଗ୍ରାମ ଆସୋସିଏଟ ପଦବୀ ପାଇଁ (କନସଲଟାଣ୍ଟ - ଆକସେସ ଟୁ ନଲେଜ - ଲାଙ୍ଗୁଏଜ ଆଙ୍କର) ଆବଶ୍ୟକତା ସମ୍ପାଦନା

ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି (CIS) ଜଣେ ପ୍ରୋଗ୍ରାମ ଆସୋସିଏଟ ପଦବୀ (କନସଲଟାନ୍ସି ଭାବରେ) ନିମନ୍ତେ ଆବେଦନ ପାଇଁ ଅନୁରୋଧ କରୁଛି । ଏହା ଓଡ଼ିଆ ସମେତ କନ୍ନଡ଼ ଓ ତେଲୁଗୁ ଭାଷା ନିମନ୍ତେ ୨୦୧୫ ସେପ୍ଟେମ୍ବର ୧ରୁ ୨୦୧୬ ଜୁନ ୩୦ ଯାଏ ।

ଆବେଦନ କରିବା ଆଗରୁ ଆପଣମାନଙ୍କୁ ଭଲ ଭାବେ CIS-A2K କାର୍ଯ୍ୟପନ୍ଥା ବାବଦରେ ଜାଣିବା ପାଇଁ ଅନୁରୋଧ । ଆପଣ ଉଇକିମିଡ଼ିଆ ସଂଘ, ଉଇକିମିଡ଼ିଆ ଇଣ୍ଡିଆ ଚାପ୍ଟର, ଉଇକିମିଡ଼ିଆ ଫାଉଣ୍ଡେସନ ତଥା ଆମ ସହଯୋଗୀ ଅନୁଷ୍ଠାନମାନଙ୍କ ସହ ମିଶି କାମ କରିବେ । ଆପଣ ଏକ ଚାରିରୁ ଆଠ ଜଣିଆ ଦଳର ଅଂଶ ହୋଇ ଅଧିକ ଜଣାଶୁଣା ଓ ଗୁରୁତ୍ତପୂର୍ଣ୍ଣ ପ୍ରଭାବ ଥିବା କାମର ଅଂଶ ହେବେ । ଆପଣ ଏକ ଅତି ସ୍ୱଚ୍ଛ ଓ ଦାୟିତ୍ୱସମ୍ପନ୍ନ ପରିବେଶରେ କାମ କରିବା ପାଇଁ ଇଚ୍ଛୁକ ଥିବା ବିଧେୟ । ଏହା ନ' ମାସ ପାଇଁ ଓ ସେପ୍ଟେମ୍ବର ୧ ରୁ ଆରମ୍ଭ ହୋଇ ଜୁନ ୩୦ରେ ସରିବ ।

ଦାୟିତ୍ୱ

ପ୍ରୋଗ୍ରାମ ଆସୋସିଏଟଙ୍କ ପ୍ରାଥମିକ ଦାୟିତ୍ୱ (ଓଡ଼ିଆ ଉଇକିମିଡ଼ିଆ) ସଂଘ ଦ୍ୱାରା ସ୍ଥିର ହେବ । ଏଠାରେ ଯାଇ ତାଙ୍କ ଦାୟିତ୍ୱ ବାବଦରେ ଅଧିକ ମତ ଦେବା ପାଇଁ ଅନୁରୋଧ ।

CIS-A2K ଠାରୁ
  • ସଂଘ (କମୁନିଟି) ଓ CIS-A2K ସହ ମିଶି କାମ କରିବା (ଗ୍ରାଣ୍ଟ ଅନୁରୋଧ ଗ୍ରହଣ, କାର୍ଯ୍ୟକ୍ରମ ପରିଚାଳନା ଓ ଅନ୍ୟାନ୍ୟ ସଂଘ ଦ୍ୱାରା ଆରମ୍ଭ ପ୍ରକଳ୍ପ)
  • ମାସିକ ପ୍ରକଳ୍ପ ବିବରଣୀ
  • ମାସିକ ସଂଘ IRC, ନିଉଜଲେଟର, ମୁହାଁମୁହିଁ ଭେଟ (ମେଳଣ) ଓ ନଥିକରଣ (documentation)
  • IEG ଆବେଦନକାରୀଙ୍କ ସହ ମିଶି କାମ କରିବା (ଯଦି ଥାନ୍ତି)/IEG ଗ୍ରାଣ୍ଟ ଲିଖନ/ଆବେଦନ (ପ୍ରପୋଜାଲ) ତିଆରି କରିବା
  • ଓଡ଼ିଆ ଉଇକିପ୍ରକଳ୍ପମାନଙ୍କୁ ଅଧିକ ଜଣାଶୁଣା କରିବା ନିମନ୍ତେ ସୋସିଆଲ ମିଡ଼ିଆ ପ୍ରଚାର-ପ୍ରସାରର ଦାୟିତ୍ୱ, ଉଇକିଆଳିଙ୍କ ଆବଶ୍ୟକ ମୁତାବକ ଟେକନିକାଲ ଓ ଅନଲାଇନ ସହଯୋଗ
  • ପ୍ରତି ତିନି ମାସରେ କାମର ଅନୁଶୀଳନ
  • ଏହା ବାଦ CIS-A2Kଙ୍କ ପ୍ରୋଗ୍ରାମ ଡାଇରେକ୍ଟରଙ୍କଠାରୁ ଅନ୍ୟାନ୍ୟ ଦାୟିତ୍ୱ

ଅବସ୍ଥାନ: ଏହା ଓଡ଼ିଆ ପାଇଁ ଭୁବନେଶ୍ୱର କିମ୍ବା ଓଡ଼ିଶାର ଆଉ ଏକ ସହର, ଏବଂ ତେଲୁଗୁ ପାଇଁ ହାଇଦ୍ରାବାଦ ଓ କନ୍ନଡ଼ ପାଇଁ ବେଙ୍ଗାଳୁରୁ

ବେତନ
ଯୋଗ୍ୟତା ଓ ଅଭିଜ୍ଞତା ଅନୁସାରେ ବେତନ । ଆବେଦନ କରିବା ପାଇଁ ଏହି ପଦବୀ ନିମନ୍ତେ ଦୟାକରି ନିଜର ଆଗ୍ରହ ଓ ପ୍ରେରଣା ଉଲ୍ଲେଖ କରି ଏକ କଭରିଙ୍ଗ ଲେଟର ସହିତ ଆପଣଙ୍କ ରେଜୁମେ (résumé) ପଠାଇବେ । ଆବେଦନମାନ ଡ. ପବନଜାଙ୍କୁ (pavanaja@cis-india.org) ପଠାଇବେ । ଆବେଦନ ପଠାଇବାର ଶେଷ ତାରିଖ ୨୦୧୫ ଅଗଷ୍ଟ ୨୩ ତାରିଖ । --ସୁଭାସିସ ପାଣିଗାହି (ଆଳାପ) ୦୩:୫୮, ୧୪ ଅଗଷ୍ଟ ୨୦୧୫ (UTC)
  • ଏହି ପଦବୀ ପାଇଁ ମୁଁ ଆବେଦନ କରିଛି, ଓଡି଼ଆ ଉଇକିପିଡି଼ଆରେ ଥିବା ନିଜର ଅଭିଜ୍ଞ୍ୟତା ଓ ସମୁଦାଅ ସହ କାମ କରିବାରେ ଇଛା ଏବଂ ଉଇକିମିଡି଼ଆ ଆନ୍ଦୋଳନ ବିଷୟରେ ଅଧିକ ଜାଣିବାରେ ସାହାୟ ହେବ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୩:୫୭, ୩ ଅକ୍ଟୋବର ୨୦୧୫ (UTC)

ପ୍ରୋଗ୍ରାମ ଆସୋସିଏଟଙ୍କ ପ୍ରାଥମିକ ଦାୟିତ୍ୱ ସମ୍ପାଦନା

ଏହି ବିଭାଗଟି ନିଯୁକ୍ତ ହେବାକୁ ଥିବା ପ୍ରୋଗ୍ରାମ ଆସୋସିଏଟଙ୍କ ପ୍ରାଥମିକ ଦାୟିତ୍ୱ । ଆପଣ ଜଣେ ଓଡ଼ିଆ ଉଇକିଆଳି ହୋଇଥିଲେ ଏହାକୁ ସମ୍ପାଦନା କରି ତଳେ * ଦେଇ ତଳକୁତଳ କରି ତାଙ୍କ ଦାୟିତ୍ୱ ବାବଦରେ ଲେଖିପାରିବେ । ଯଦି ଆଗରୁ ଆଉ ଜଣେ ଉଇକିଆଳି ଏକା ଦାୟିତ୍ୱ ବାବଦରେ ଲେଖିଥିବେ ତେବେ କେବଳ ସମର୍ଥନ ବୋଲି ଲେଖି ତା ପରେ --~~~~ ଦେଇପାରିବେ ।

ଆବେଦନ ତାରିଖ ବଦଳ ସମ୍ପାଦନା

ଆମେ ଏଯାବତ କେବଳ ଗୋଟିଏ ଆବେଦନ ପାଇଥିବାରୁ ଏହି ପଦବୀ ପୂରଣ ପାଇଁ ତାହା ଯଥାଯଥ ହେଉନାହିଁ । ଏଣୁ ଅନୁରୋଧ ଆପଣଙ୍କ ଭିତରୁ ଯେଉଁମାନେ ଏହି କାମ ପାଇଁ ଆବେଦନ କରିବାକୁ ଆଗ୍ରହୀ ଦୟାକରି ଉପରେ ଲେଖାଥିବା ପ୍ରକାରେ ଆବେଦନ କରିବେ । ଆବେଦନ କରିବାର ଶେଷ ତାରିଖ: ୨୦୧୫ ସେପ୍ଟେମ୍ବର ୧୫ ତାରିଖ --ସୁଭାସିସ ପାଣିଗାହି (ଆଳାପ) ୦୮:୧୯, ୭ ସେପ୍ଟେମ୍ବର ୨୦୧୫ (UTC)

ଉପରଲିଖିତ କାରଣ ସକାଶେ ଆଉ ସପ୍ତାହେ ପାଇଁ ଏହି ମାସ ୧୫ ତାରିଖ ଯାଏ ଆବେଦନ ତାରିଖ ଘୁଞ୍ଚାଗଲା । ଯଦି ଆଉ କେହି ଇଚ୍ଛୁକ ଥାନ୍ତି ତେବେ ଆବେଦନ କରିପାରିବେ ।--ସୁଭାସିସ ପାଣିଗାହି (ଆଳାପ) ୦୫:୧୭, ୮ ଅକ୍ଟୋବର ୨୦୧୫ (UTC)
ଉପରଲିଖିତ କାରଣ ପାଇଁ ମୁଁ ମଧ୍ୟ ଏ ପଦବୀ ପାଇଁ ଆବେଦନ କରିଛି, କାହାରି କିଛି ମତ ଥିଲେ ଜଣାଇବେ । @Saileshpat:, ଯେହେତୁ ମୁଁ ଆବେଦନ କରିଛି ତୁମ ଆବେଦନପତ୍ର ପାଇଁ ମୋ ମତ ବିଚାରକୁ ନିଆଯାଇନାହିଁ । -- ଅଂଶୁମାନ ତାର ଯୋଡ଼ିବେ? ୧୮:୧୪, ୨୧ ଅକ୍ଟୋବର ୨୦୧୫ (UTC)

କାମ ସମ୍ପାଦନା

ଅକ୍ଟୋବର ୨୫ ଆଲୋଚନାରେ ଓଡ଼ିଆ ଉଇକିପାଠାଗାର ସଭା ଅବସରରେ ପାଖାପାଖି ସମସ୍ତ ଓଡ଼ିଆ ଉଇକିଆଳି ଏକାଠି ହୋଇ ନିମ୍ନୋକ୍ତ କାମ ସ୍ଥିର କରିଥିଲେ । ସେମାନଙ୍କ ମତ ନାମ ସହିତ ଲେଖାଗଲା ।--ସୁଭାସିସ ପାଣିଗାହି (ଆଳାପ) ୧୮:୧୬, ୨୫ ଅକ୍ଟୋବର ୨୦୧୫ (UTC)

  • ଶିତିକଣ୍ଠ:
    • ମାସକ ଥରେ/୨ ଥର ମେଳଣ । ବିବରଣୀ ଆଲୋଚନା ସଭାରେ ଲେଖିବେ
    • ସ୍କାନର କିଏ କେମିତି ପାଇବେ
  • ଶ୍ରୀକାନ୍ତ:
    • GLAM ପ୍ରକଳ୍ପ ବାବଦରେ ଅନୁଷ୍ଠାନମାନଙ୍କରେ ଆଲୋଚନା ଓ ସେମାନଙ୍କଠାରୁ କିପରି ସାହାଯ୍ୟ ପାଇବେ ତା' ବାବଦରେ ଆଲୋଚନା ।
  • ନିର୍ମଳ:
    • ପରିଚାଳକମାନଙ୍କ ସଙ୍ଗେ ଆଲୋଚନା କରି ଉଇକିପାଠାଗାର ପାଇଁ ବହି ବଛା ଓ ଉଇକିପିଡ଼ିଆରେ ପାଇଁ ଲକ୍ଷ ଧାର୍ଯ୍ୟ ଓ ଆଗାମୀ ଯୋଜନା
    • ପ୍ରଚାର ପ୍ରସାର: ସ୍ଥାନୀୟ କାର୍ଯ୍ୟକ୍ରମରେ ଭାଗ ନେବା ଓ ସେଠାରେ ଉଇକିପିଡ଼ିଆର ପ୍ରଚାର ପ୍ରସାର । + ଜ୍ଞାନ (ସହମତ)
  • ମୃତ୍ୟୁଞ୍ଜୟ:
    • ଟୁଇଟରରୁ ଅନ୍ତତଃ ଗୋଟେ ପ୍ରସଙ୍ଗ ପଞ୍ଜିକାରୁ ନେଇ ପୋଷ୍ଟ
    • ଉଇକିକଥାରେ ପ୍ରତିଦିନ ତାଙ୍କର ଗୋଟେ ସମ୍ପାଦନା ଅନ୍ତତଃ
  • ଜ୍ଞାନ: ପୁରୁଣା ସଷ୍କ୍ରିୟସଭ୍ୟମାନଙ୍କୁ ଆଉ ଥରେ ଆଣିବା
    • ନିଷ୍ଠା: ସନୁଷ୍ଠାନ, ଲେଖକମାନଙ୍କ ପାଖକୁ ଯାଇ ବା ପ୍ରେସ କି ପ୍ରକାଶନଠାରୁ ତଥ୍ୟ ସଂଗ୍ରହ କରିବା ।
    • ଅନେକ ତଥ୍ୟ ସ୍ଥାନୀୟ ସମ୍ପର୍କ ଅଭାବରୁ ଲୁଚି ଯାଉଛି ।
    • ଲେଖକମାନଙ୍କ ସଙ୍ଗେ ସିଧାସଳଖ ଯୋଗାଯୋଗ କରି ତାଙ୍କ ଲେଖା

ଚୂଡ଼ାନ୍ତ ସିଦ୍ଧାନ୍ତ ସମ୍ପାଦନା

ଏ କାମଟି ପାଇଁ ଦୁଇଗୋଟି ଆବେଦନ ଆସିଥିଲା ଓ ତିନି ଜଣ ପୁରୁଖା ଓଡ଼ିଆ ଉଇକିଆଳି (ମୃତ୍ୟୁଞ୍ଜୟ କର, ଶିତିକଣ୍ଠ ଦାଶ ଏବଂ ହରିହର ପ୍ରସାଦ ଶତପଥୀ)ଙ୍କୁ ନେଇ ଏକ ବଛା କମିଟି ଗଢ଼ାଯାଇଥିଲା । ଦୁଇ ଆବେଦନକାରୀ ଉଇକିଆଳିଙ୍କ ଅତୀତ ଓ ବର୍ତ୍ତମାନର ବିଭିନ୍ନ ଯୋଗଦାନକୁ ଆଖିରେ ରଖି କମିଟି ଶୈଳେଶ ପଟ୍ଟନାୟକଙ୍କୁ ବାଛିଥିଲେ । ଶୈଳେଶଙ୍କୁ ଅଶେଷ ଅଭିନନ୍ଦନ ଓ କମିଟିକୁ ଏ ଗୁରୁତ୍ତ୍ୱପୂର୍ଣ୍ଣ କାମଟି ପାଇଁ ଅନେକ ସାଧୁବାଦ । ଶୈଳେଶ ଏ ମାସ ଶେଷ ଆଡ଼କୁ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଆକସେସ ଟୁ ନଲେଜର ବାକି ସଭ୍ୟମାନଙ୍କ ସହ ପରିଚିତ ହୋଇ ନିଜ କାମ ବାବଦରେ ଅବଗତ ହେବା ପରେ ଆସନ୍ତା ମାସ ଆରମ୍ଭରେ ନିଜ କାମ ଆରମ୍ଭ କରିବେ । ଏ ଭିତରେ ଆପଣମାନେ "ଓଡ଼ିଆ ଉଇକିପାଠାଗାରର ୧ମ ଜନ୍ମତିଥି" ପାଳନ ଅବସରରେ ଉପରେ ଦେଇଥିବା ବିଭିନ୍ନ କାମ ବାବଦରେ ବିଚାର କରି ଶୈଳେଶଙ୍କୁ ଏସବୁକୁ କିପରି କରିବେ ସେ ବାବଦରେ ବତାଇବୁ । ଉପର ବିଭାଗରେ ଆପଣଙ୍କର ଆଉ କିଛି ନୂଆ ମତ ଥିଲେ ନିଶ୍ଚେ ଲେଖିବେ ଓ ଆଗାମୀ ମାସଠାରୁ ଶୈଳେଶଙ୍କୁ ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପରେ କାମ କରିବା ପାଇଁ ଉତ୍ସାହିତ କରିବା ସହ ବିଭିନ୍ନ ପରାମର୍ଶ ଦେବେ ବୋଲି ଆଶା । --ସୁଭାସିସ ପାଣିଗାହି (ଆଳାପ) ୧୫:୦୪, ୧୫ ନଭେମ୍ବର ୨୦୧୫ (UTC)

ଗଣସମ୍ପାଦନା ଅଭିଯାନ ୧୦ହଜାର ସମ୍ପାଦନା

ଲକ୍ଷ୍ୟ ସମ୍ପାଦନା

ପ୍ରସଙ୍ଗ ସଂଖ୍ୟା ୧୦,୦୦୦ ଛୁଇଁବା, ଲକ୍ଷ୍ୟ ପୁରଣ ପରେ ଉଇକିପାଠାଗାର ଜନ୍ମଦିନ ସହ ଉତ୍ସବ ପାଳନ କରିବା ।

ଅବଧି ସମ୍ପାଦନା

୧୦,୦୦୦ ପ୍ରସଙ୍ଗ ପର୍ଯ୍ୟନ୍ତ କିମ୍ବା ୧ ମାସ (ଯେଉଁଟା ଅଧିକ) କିମ୍ବା ୨୦ ଅକ୍ଟୋବର ଯାଏଁ । ଯେତେ ଶୀଘ୍ର ଆରମ୍ଭ ହେବା ଭଲ । ଯଦି ଆପଣଙ୍କ ଆନୁମାନିକ ପ୍ରସଙ୍ଗ ଅବଦାନ ଉଲ୍ଲେଖ କରନ୍ତି ତେବେ ଆମକୁ ଶେଷ ତାରିଖ ନିର୍ଦ୍ଧାରଣ କରିବାରେ ସହଜ ହେବ ।

ପୁରସ୍କାର ସମ୍ପାଦନା

ଅର୍ଦ୍ଧ ଶତକ କିମ୍ବା ଶତକx ପୁରଣ କରିଥିବା ଅଂଶଗ୍ରହଣକାରୀ ଏବଂ ସବୁଠାରୁ ବେଶୀ ବଡ଼ ପ୍ରସଙ୍ଗ(No. of 10KB+ Articles) ଲେଖିଥିବା ଅଂଶଗ୍ରହଣକାରୀଙ୍କୁ ପୁରସ୍କାର ରାଶି (ଆଲୋଚନା ହେବ)।

ବିସ୍ତୃତ ସମ୍ପାଦନା

ସମସ୍ତେ ଅଂଶଗ୍ରହଣ କରିପାରିବେ । ଅନୁନ୍ୟ ଗୋଟିଏ ଆଧାର ସହ ପ୍ରସଙ୍ଗର ସର୍ବନିମ୍ନ ଆକାର ୫,୦୦୦ ବାଇଟ । ଆକଳନ ପୃଷ୍ଠାରେ ହିସାବ ହେବ । ଅବଦାନ ସହଜ କରିବାପାଇଁ ପରିଚାଳକ OCR ସହାୟତା ଯୋଗାଇବେ । କୌଣସି ପ୍ରସଙ୍ଗ ତିଆରିର ପ୍ରଥମ ଦିନରେ ୫୦୦୦ ବାଇଟରୁ ଅଧିକ ତଥ୍ୟ ସହ ସମ୍ପାଦନା କରିବାକୁ ହେବ ।

ମତାମତ ସମ୍ପାଦନା

ନାମ ତିଆରି କରିବାକୁ ଥିବା ପ୍ରସଙ୍ଗ ସଂଖ୍ୟା (ଆନୁମାନିକ) କେତେ ସମୟ ନେବେ
ନିଷ୍ଠା ରଞ୍ଜନ ଦାଶ ୨୦୦+ ୩୦ ଅକ୍ଟୋବର
ShitiBot ୫୦୦+ ୩୦ ସେପ୍ଟେମ୍ବର
ଶିତିକଣ୍ଠ ଦାଶ ୧୦+ ୧୦ ଅକ୍ଟୋବର
ଜ୍ଞାନରଞ୍ଜନ ସାହୁ ୨୦+ ୧୦ ଅକ୍ଟୋବର
ସୁଭାସିସ ପାଣିଗାହି ୫୦+ ୨୦ ଅକ୍ଟୋବର
ପ୍ରିତିରଞ୍ଜନ ତ୍ରିପାଠୀ ୧୦+ ୨୦ ଅକ୍ଟୋବର
  1.   ସମର୍ଥନ -- ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୦୬:୩୪, ୨୧ ସେପ୍ଟେମ୍ବର ୨୦୧୫ (UTC)
  2.   ସମର୍ଥନ--Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୭:୧୩, ୨୨ ସେପ୍ଟେମ୍ବର ୨୦୧୫ (UTC)
  3.   ସମର୍ଥନ--Pmsarangi (ମୋ ଆଲୋଚନା) ୧୧:୧୭, ୨୨ ସେପ୍ଟେମ୍ବର ୨୦୧୫ (UTC)
  4.   ସମର୍ଥନ--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୮:୪୧, ୨୩ ସେପ୍ଟେମ୍ବର ୨୦୧୫ (UTC)
  5.   ସମର୍ଥନ--ସୁଭାସିସ ପାଣିଗାହି (ଆଳାପ) ୧୯:୨୨, ୨୫ ସେପ୍ଟେମ୍ବର ୨୦୧୫ (UTC)
  6.   ସମର୍ଥନ--ଶିତିକଣ୍ଠ (ଆଲୋଚନା) ୧୯:୩୯, ୨୭ ସେପ୍ଟେମ୍ବର ୨୦୧୫ (UTC)
  7.   ସମର୍ଥନ -- --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୭:୩୧, ୨୮ ସେପ୍ଟେମ୍ବର ୨୦୧୫ (UTC)

ଭିନ୍ନ ମତ ସମ୍ପାଦନା

ନିଷ୍ଠା ଭାଇ, ଶୁଭ କାମରେ ଆଉ ବିଳମ୍ବ କାହିଁକି?   । ଖାଲି ଘୁଞ୍ଚାଇବା ବାକି ରହିଲା । :) --ସୁଭାସିସ ପାଣିଗାହି (ଆଳାପ) ୦୮:୧୦, ୨୬ ସେପ୍ଟେମ୍ବର ୨୦୧୫ (UTC)
ଏଥିନିମନ୍ତେ ମୋର ଆନ୍ତରିକ ସମର୍ଥନ ନାହିଁ (ତେବେ ଲେଖିବା ଅନାବଶ୍ୟକ ଯେ ପୂର୍ବପରି 'ସଫାଇ' କାମରେ ମୋ ତରଫରୁ ଜାଣିଶୁଣି କୌଣସି ହେଳା ହେବନି) । ମୋ ମତରେ ଏଭଳି ଛୋଟ ଛୋଟ ପ୍ରସଙ୍ଗକୁ ଅଧିକ ତଥ୍ୟଭିତ୍ତିକ କରିବା ଆମର ପ୍ରଥମ ଲକ୍ଷ୍ୟ ହେବା ଉଚିତ, ପ୍ରସଙ୍ଗ ସଂଖ୍ୟା ଉପରେ ଆମର ଲକ୍ଷ୍ୟରହିବା ଅନୁଚିତ । ପ୍ରସଙ୍ଗସବୁ ତଥ୍ୟଭିତ୍ତିକ ହେଲେ ହିଁ ପାଠକ ଓଡ଼ିଆ ଉଇକିପିଡ଼ିଆ ଉପରେ ଭରସା କରିବେ ଓ ବାରମ୍ବାର ଆସିବେ । ୨୦୧୧ ମସିହାରେ ଏହା ଠିକ ଥିଲା କିନ୍ତୁ ବାରମ୍ବାର ଏହାକୁ ଦୋହରାଇବା ଠିକ ହେବନି ।
ନବକଳେବର ଗଣସମ୍ପାଦନାର ବାକିଥିବା କାମ ସରିବା ପରେ/ ନଭେମ୍ବର ପ୍ରଥମ ସପ୍ତାହରୁ ଓଡ଼ିଶାର ପର୍ଯ୍ୟଟନ ସମ୍ପର୍କୀୟ ପ୍ରସଙ୍ଗ ନିମନ୍ତେ ଏକ ଗଣସମ୍ପାଦନା କରିବା ନିମନ୍ତେ ମୁଁ ଯୋଜନା ରଖିଥିଲି । ନିୟମିତ ବ୍ୟବଧାନରେ (ବର୍ଷକୁ ଚାରିଥର) ଓଡ଼ିଆ କଥାଚିତ୍ର ସମ୍ବନ୍ଧୀୟ ପ୍ରସଙ୍ଗ ଭଳି ଆଉକିଛି ପ୍ରସଙ୍ଗ ଭିତ୍ତିକ ଗଣସମ୍ପାଦନା କଲେ ପ୍ରସଙ୍ଗ ସଂଖ୍ୟା ମଧ୍ୟ ନିଶ୍ଚିତ ଭାବେ ବଢ଼ିବ । ମୋଟ ଉପରେ ପ୍ରସଙ୍ଗ ଭିତ୍ତିକ ଗଣସମ୍ପାଦନା ହେବା ଉଚିତ, ସଂଖ୍ୟାଭିତ୍ତିକ ହେବା ଉଚିତ ନୁହେଁ । ମୋ ମତ ଦ୍ଵାରା କେହି ପ୍ରଭାବିତ ନହେବା ନିମନ୍ତେ ଡେରିରେ ମତ ଦେଲି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୬:୪୪, ୧ ଅକ୍ଟୋବର ୨୦୧୫ (UTC)
କାମ ତ ସରିଗଲାଣି, ତଥାପି ଭାଇଙ୍କ ସହିତ ପୁରା ଏକମତ । -- ଅଂଶୁମାନ ତାର ଯୋଡ଼ିବେ? ୧୦:୩୫, ୨୧ ଅକ୍ଟୋବର ୨୦୧୫ (UTC)

Editing Wikipedia Brochureର ଓଡି଼ଆ ଅନୁବାଦ ସମ୍ପାଦନା

ଗତ ମାସ ୨୪ ତାରିଖରେ CIS-A2Kରେ ପ୍ରୋଗ୍ରାମ ଆସୋସିଏଟ ପଦବୀ ପାଇଁ ମତେ Editing Wikipedia Brochureଓଡି଼ଆରେ ଅନୁବାଦ କରିବାକୁ କହାଯାଇଥିଲା। ମୁଁ ସମ୍ପୁର୍ଣ pdf କୁ ଓଡି଼ଆରେ ଅନୁବାଦ କରିବାକୁ ଚେଷ୍ଟା କରିଛି ,ଅନୁବାଦ କରିବାରେ ମୋ ଦ୍ଵାରା ବହୁତ ଭୁଲ ହେଇଛି ଦୟାକରୀ ସେଗୁଡାକୁ ଜଣେଇବା ପାଇଁ ସହାୟତା କରନ୍ତୁ କିମ୍ବା ମୋ ପଦବୀ ବିଷୟରେ ନିଜର ମତ ଦିଅନ୍ତୁ।-Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୫:୫୦, ୧୮ ଅକ୍ଟୋବର ୨୦୧୫ (UTC)

ପ୍ରଥମ ଦୁଇ ପୃଷ୍ଠାରେ ଯାହା ଦେଖିଲି, ତୁମକୁ ପ୍ରଥମେ ବନାନ ଉପରେ ଧ୍ୟାନ ଦେବାକୁ ହେବ । ପୁଣି ସମାନ ଶବ୍ଦକୁ ଅଲଗା ଅଲଗା ବନାନରେ ଲେଖିଲେ କେମିତି ହେବ? -- ଅଂଶୁମାନ ତାର ଯୋଡ଼ିବେ? ୧୮:୨୨, ୨୧ ଅକ୍ଟୋବର ୨୦୧୫ (UTC)

ସମର୍ଥନ ସମ୍ପାଦନା

ଭିନ୍ନମତ ସମ୍ପାଦନା

ବିରୋଧ ସମ୍ପାଦନା

UPDATE: 2015 Global Congress on Intellectual Property and the Public Interest ସମ୍ପାଦନା

Hello,
Apologies for writing in English, please feel free to translate this message to your language.
Earlier, we announced in the mailing lists informing you all about the 2015 Global Congress on Intellectual Property and the Public Interest that is going to be held between 15 and 17 December at National Law University, Delhi. 10 Wikimedians from various Indian language Wikimedia communities and Indian English Wikipedia/Wikimedia community will be selected to attend this event where the event is aimed at helping them to work on various policy level works for their respective communities.

From your community we have got 3 nominations where we want you all to select only one participant by endorsing against the usernames below. Please edit the subsections below and endorse the applicant you think should be representing your community in the event. We also encourage more applicants, especially more female applicants, to apply and share their application with other fellow Wikimedians in your language community for endorsements. Though we understand it is quite difficult to assess one’s contribution on the basis of endorsements only, it is impossible on our end to select one from your community as a representative without your consent.

Last date of nomination/endorsement is: 15 November 2015, 23:59 (IST) --Titodutta (ମୋ ଆଲୋଚନା) ୧୩:୦୦, ୯ ନଭେମ୍ବର ୨୦୧୫ (UTC)

User:Saileshpat ସମ୍ପାଦନା

Endorsements ସମ୍ପାଦନା

  1. ସମର୍ଥନ --ସଂଗ୍ରାମ କେଶରୀ ସେନାପତି (ମୋ ଆଲୋଚନା) 21:46, ୧୦ ନଭେମ୍ବର ୨୦୧୫ (UTC)

User:Pmsarangi ସମ୍ପାଦନା

Endorsements ସମ୍ପାଦନା

User:MKar ସମ୍ପାଦନା

Endorsements ସମ୍ପାଦନା

  1. ସମର୍ଥନ --Subas Chandra Rout (ମୋ ଆଲୋଚନା) ୧୦:୩୧, ୧୦ ନଭେମ୍ବର ୨୦୧୫ (UTC)
  2. ସମର୍ଥନ -- Hpsatapathy (ମୋ ଆଲୋଚନା) ୧୦:୫୨, ୧୦ ନଭେମ୍ବର ୨୦୧୫ (UTC)
  3. ସମର୍ଥନ -- --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୬:୦୨, ୧୧ ନଭେମ୍ବର ୨୦୧୫ (UTC)
  4. ସମର୍ଥନ -- --ଦୀପ୍ତିମାନ ପାଣିଗ୍ରାହୀ ମୋତେ କିଛି କହିବେ ୧୯:୩୧, ୧୩ ନଭେମ୍ବର ୨୦୧୫ (UTC)

Update ସମ୍ପାଦନା

Thanks for your participation. Based on your discussions and endorsements User:MKar has been selected. --Titodutta (ମୋ ଆଲୋଚନା) ୦୫:୩୪, ୨୮ ନଭେମ୍ବର ୨୦୧୫ (UTC)

୨୯ ତାରିଖରେ [IRC]ରେ ଭାଗ ନେବା ପାଇଁ ଅନୁରୋଧ। ସମ୍ପାଦନା

ନମସ୍କାର, CIS-A2K ଓଡ଼ିଆ ଭାଷା ପାଇଁ ନୁଆ ପ୍ରୋଗ୍ରାମ ଆସୋସିଏଟ(କନସଲଟାଣ୍ଟ - ଆକସେସ ଟୁ ନଲେଜ - ଲାଙ୍ଗୁଏଜ ଆଙ୍କର)ଭାବରେ ମତେ ମନୋନୋନିତ କରିଛି । ଏହି ପଦବୀରେ ରହି ମୋର ଦାୟିତ୍ୱ ଓ କାର୍ଯ୍ୟପନ୍ଥି ବିଷୟରେ ଯୋଜନା ଓ ଆଲୋଚନା କରିବା ପାଇଁ ମୁଁ ସଭିଙ୍କୁ ଏକ IRC ରେ ଭାଗ ଅନୁରୋଧ କରୁଛି । ଏହି IRC ୨୯ ନଭେମ୍ବର ରାତି ୮ଟାରେ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି । ଆପଣମାନଙ୍କୁ ନିଜ ସୁବିଧା ସମୟ ତଳେ ଜଣାଇବା ପାଇଁ ବିନୀତ ଅନୁରୋଧ ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୭:୧୩, ୨୩ ନଭେମ୍ବର ୨୦୧୫ (UTC)

ଓଡ଼ିଆ ଉଇକିପିଡ଼ିଆ ସର୍ଭରରେ ସ୍ଥାନୀୟ ସମ‌ୟ ବଦଳ ପାଇଁ ମତାମତ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆ ସର୍ଭରରେ ଏବେ UTC ସମ‌ୟ ବ୍ୟବ‌ହାର ହେଉଛି, ଯାହା ଫଳରେ IP adressରୁ ଅସୁଥିବା ବ୍ୟବ‌ହାରକାରୀ କିମ୍ବା ନାମ ନ ଲେଖାଇଥିଲେ default ସମ‌ୟ UTC ରହୁଛି ଯାହାକି ପ୍ରକୃତରେ +୫.୩୦ ହୋଇ ISTହେବା କଥା । ସେଥିପାଇଁ ଏକ ବଗ କରାଯାଇଥିଲା ଯେଉଁଥିରେ ସମାନେ ଆମକୁ ଆଲୋଚନା କରିବା ପାଇଁ କହିଛନ୍ତି । ଦୟାକରି ନିଜର ମତ ଦିଅନ୍ତୁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୨:୨୯, ୨୩ ଡିସେମ୍ବର ୨୦୧୫ (UTC)

ସମର୍ଥନ ସମ୍ପାଦନା

ବିରୋଧ ସମ୍ପାଦନା

ଭିନ୍ନ ମତ ସମ୍ପାଦନା

ଫଳାଫଳ ସମ୍ପାଦନା

  ହେଇଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୫:୪୪, ୧୨ ଜାନୁଆରୀ ୨୦୧୬ (IST)[reply]

କମ୍ୟୁନିଟି ରିସୋର୍ସ ସମ୍ପାଦନା

ନୁଆ ଓ ପୁରୁଣା ଉଇକିଆଳି ମାନଙ୍କୁ ଉଇକିପିଡି଼ଆ କିମ୍ବା ତାର ଅନ୍ୟ ପ୍ରୋଜେକ୍ଟରେ ଲେଖିବାକୁ ସୁବିଧା ଦେବା ପାଇଁ ଆଜି(୫-୧-୨୦୧୬) ଓ କାଲି(୬-୧-୨୦୧୬) ଭୁବନେଶ୍ଵର ଓ ପୁରୀରେ ଡା଼‌. ପବନଜା କମ୍ୟୁନିଟିକୁ ଭେଟିବା ପାଇଁ ଆସୁଛନ୍ତି। ତାଙ୍କ ଗସ୍ତର ମୁଖ୍ୟ ବିଷୟ ହଉଛି କମ୍ୟୁନିଟି କୁ ନିମ୍ନଲିଖିତ ରିସୋର୍ସ ଜୋଗାଇବା;


  • Wikipedia brochure
  • Wikipedia tutorial
  • Wiki Markup Quick Reference (cheatsheet)
  • .Keyboard layout
  • Copyright manual
  • CC handbook -needed
  • Wikisource tutorial
  • Wiktionary tutorial -not needed
  1. Videos
  • Tutorial videos

ଏହି ଭିତରୁ ଆମକୁ କଣ ଦରକାର ଓ କଣ ଦରକାର ନାହିଁ ମତାମତ ଦିଅନ୍ତୁ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୦:୦୩, ୫ ଜାନୁଆରୀ ୨୦୧୬ (UTC)

Requesting meetup at Bhubaneswar and Puri ସମ୍ପାଦନା

Sorry for writing in English. I will be in Bhubaneswar from Jan 5 to 7, 2016. I would like to meet Odia Wikipedians during this trip. I would like to discuss the creation of resources needed for Odia taking into consideration of available resources, their status, identifying the resources that have to be created and/or improved. Let us meet and discuss these things. Please send me an email at pavanaja AT cis-india DOT org and let us meet.. Sorry for the last minute notice.-Pavanaja

ବକେୟା ପୁରସ୍କାର କେବେ ଦିଆଯିବ ? ସମ୍ପାଦନା

  • ପୁରୁଣା ଉଇକିଆଳିଙ୍କ ଉଦାସୀନତା ମନରେ ପ୍ରଶ୍ନ ସୃଷ୍ଟି କରୁଛି । ପ୍ରକୃତରେ ସେମାନେ ଗଣସମ୍ପାଦନା ଚାହୁଁଛନ୍ତି ନା ନାହିଁ ବୁଝାପଡୁନି । କେବଳ ମେଳଣ କରିବାରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି । ଗ୍ରାଣ୍ଟ ଆସୁଛି କେବଳ ବ୍ୟାନର ପ୍ରୋଜେକ୍ଟର ଖାଇବା ପିଇବା ରହିବା ଯାତାୟତ ଆଦି ପାଇଁ ? ଏସବୁରୁ ପ୍ରସଂଗ ବଢ଼ିବାର କିଛି ଗ୍ୟାରେଣ୍ଟି ରହୁନି । ମେଟାକୁ କଣ ପ୍ରତ୍ୟୁତ୍ତର ଦିଆଯାଉଛି ? ନବକଳେବର ଗଣସମ୍ପାଦନା ପାଇଁ ମଗାଯାଇଥିବା ୧୦ ହଜାର ଟଙ୍କା ଏଯାଏଁ ମିଳିଲାନି ଆୟୋଜନର ଦୟିତ୍ଵ ମୁଁ ନେଇଥିଲି । ମୋତେ ଏ ବାବଦରେ ସମ୍ପର୍କ କରାଗଲା ନାହିଁ । ଇତି ମଧ୍ୟରେ ଏକ କାର୍ଯ୍ୟକ୍ରମ ଆୟୋଜନ ସରିଲାଣି । ପୁରସ୍କାର ରାଶି କାଣ୍ଟ ଛାଟ କରାଗଲା ଯାହାକି ନିହାତି ଉପଯୋଗୀ ଥିଲା ।
  • ନୂଆ ଗଣସମ୍ପାଦନା ଆୟୋଜନ କରିବା ପାଇଁ ନୂଆମାନେ ଅଣ୍ଟାଭିଡ଼ିଲେଣି । ଦେଖି ଖୁସି ଲାଗୁଛି । ସେମାନଙ୍କ ଉତ୍ସାହ ବେଶୀ ଦିନ ରହିବ ଟି ? ପୁରୀର ନୂଆ ଉଇକିଆଳି ବୋଧେ ପୂର୍ବ ନବକଳେବର ଗଣସମ୍ପାଦନା ପର ସ୍ଥିତି ସମ୍ବନ୍ଧରେ ଅଗୋଚର । ମୁଁ ସିନା ବୁଝିଗଲି ଯେଉଁ ମାନଙ୍କୁ ପୂର୍ବ ଗଣସମ୍ପାଦନା ପାଇଁ ନିମନ୍ତ୍ରଣ ଦେଇଥିଲି ସେମାନଙ୍କୁ ମୁହଁ ଦେଖେଇବା ପାଇଁ ଯୋଗ୍ୟ ରହିବି ଟି? ପୁରୁଖା ମାନେ ଉତ୍ତର ଦିଅନ୍ତୁ ।
  • ଏହି ପରି ବ୍ୟବସ୍ଥା ଜାରି ରହିଲେ ନୂଆ ଏମିତି ଗୋଟିଏ ଲେଖାଏଁ ପ୍ରସଂଗ ଲେଖି ଅଦୃଶ୍ୟ ହେଇଯିବେ । ଓଡ଼ିଆ ଉଇକି ପାଇଁ ଅନୁଦାନ କେତେ ରହୁଛି ଆଗାମୀ କାର୍ଯ୍ୟପନ୍ଥା କଣ ରଖାଯାଉଛି ଏଥିରେ କିପରି ସଫଳ ହେବ ଅସୁବିଧା କେଉଁଠି ରହୁଛି ଆଦି ଆଲୋଚନା ସଭାରେ ବିସ୍ତୃତ ଆଲୋଚନା ହେଉ । --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୦୬:୦୮, ୧୧ ଜାନୁଆରୀ ୨୦୧୬ (UTC)

ଉତ୍ତର ସମ୍ପାଦନା

  • ନିଷ୍ଠା ରଞ୍ଜନ ଦାଶ ଭାଇ, ମୁଁ ତମ ଯୁକ୍ତିକୁ ସଂପୂର୍ଣ୍ଣ ରୂପେ ସମର୍ଥନ କରୁଛି, ଦୀର୍ଘଦିନ ଧରି ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ ପନ୍ଥା ଆପଣେଇବା ମଧ୍ୟ ଠିକ ନୁହଁ । ବାରମ୍ବାର ମନ ଇଛା କାହିଁକି ଗଣ ସମ୍ପାଦନା କରାଯାଉଛି ମୁଁ ମଧ୍ୟ ଜାଣି ପାରୁନି, ଯଦି କରା ଯାଉଛି ତାହାର ଉଦ୍ଦେଶ୍ୟ ଓ ଫଳାଫଳ କଣ ରହୁଛି ? ପ୍ରସଙ୍ଗ ସଖ୍ୟା ବଢେଇବାକୁ ନା ନୂଆ ମାନଙ୍କୁ ଉତ୍ସାହିତ କରିବା ପାଇଁ ? ତିନୋଟି ଗଣ ସମ୍ପାଦନା ହେଇଥିଲେ ହେଁ ନୂଆ ମାନଙ୍କୁ (ପୁରୁଣା ମାନଙ୍କୁ ନୁହଁ) ଉତ୍ସାହିତ ପାଇଁ ଛୋଟ ଉପହାରଟିଏ ମଧ୍ୟ ଦେଇ ଦେଉନି କାହିଁକି ? ସବୁଠାରୁ ଆଶ୍ଚର୍ଯ୍ୟ ଲାଗୁଛି: ୪ ବର୍ଷ ଭିତରେ ମୁଁ ଜାଣିବାରେ ଆମ ଉଇକିରେ ନବକଳେବର ଗଣସମ୍ପାଦନା ୨୦୧୫ ହିଁ ଏକ ମାତ୍ର ସଫଳ ଗଣ ସମ୍ପାଦନା ହେଇଛି, ଆଉ ସମସ୍ତେ ମଧ୍ୟ ସମର୍ଥନ କରିଥିଲେ । ଆଉ ସେହି ଗଣ ସମ୍ପାଦନାରେ ହିଁ ନୂଆ ମାନକୁ ଅଣଦେଖା କରାଯାଇଛି। ସାମାନ୍ୟ ଦୁଇତିନି ଶହ ଟଙ୍କା କୈଣସି ଉଇକିଆଳି ପାଇଁ ବଡ଼ ନୁହେଁ, ହେଲେ ସେହି ଦୁଇତିନି ଶହଟଙ୍କାର ପୁରସ୍କାର ଜଣେ ନୂଆ ମନୋବଳ ପାଇଁ ବହୁତ କିଛି । ନିଷ୍ଠା ଭାଇ କହିଥିବା କଥା ପୁରା ସତ କଥା : ଗ୍ରାଣ୍ଟ ଆସୁଛି କେବଳ ବ୍ୟାନର ପ୍ରୋଜେକ୍ଟର ଖାଇବା ପିଇବା ରହିବା ଯାତାୟତ ଆଦି ପାଇଁ ? ଏସବୁରୁ ପ୍ରସଂଗ ବଢ଼ିବାର କିଛି ଗ୍ୟାରେଣ୍ଟି ରହୁନି । ମେଟାକୁ କଣ ପ୍ରତ୍ୟୁତ୍ତର ଦିଆଯାଉଛି ? ମୋର ଅନୁରୋଧ ଯେଉଁ ମାନେ ଆଗଭର ହୋଇ ଗଣ ସମ୍ପାଦନା ଆରମ୍ଭ କରୁଛନ୍ତି, ସେ ସୂଚାରୁ ରୂପେ ଦାୟିତ୍ଵ ନେଇ କରନ୍ତୁ, ସମସ୍ତଙ୍କ ସହଯୋଗ ନିଶ୍ଚୟ ରହିବ । ମୁଁ ଜାଣିବାରେ KISS , IIMC ଭଳି ଯାଗାରେ ଏତେ ପଇସା ଖର୍ଚ୍ଚ ଓ ଏତେ ମେଳଣ କରି କିଛି ଲାଭ ହେଇନି, କେବଳ ମନବୁଝା ସମ୍ବାଦ ବାହାର କରି ମନା ବୁଝାଯାଇଛି। ତେଣୁ ନବକଳେବର ଭଳି ଗଣ ସମ୍ପାଦନାକୁ ଗୁରୁତ୍ଵ ଦିଆଯାଉ । କେବଳ ଖବର କାଗଜ,ୱେବ ସାଇଟରେ ପ୍ରଚାର ଓ କାଗଜ କଲମରେ କାମ ନ ହେଇ ବାସ୍ତବିକତାକୁ ଧ୍ୟାନ ଦିଆଯାଉ । --ଆଦିତ୍ୟ ମହାର (ଆଲୋଚନା) ୦୯:୩୭, ୧୧ ଜାନୁଆରୀ ୨୦୧୬ (UTC)
  • ନିଷ୍ଠା ଭାଇ, ଆନୁଷ୍ଠାନିକ ଭାବେ ଯଦି ମୋ ତରଫରୁ କିଛି ଅବହେଳା ହୋଇଥାଏ ତା' ଲାଗି କ୍ଷମାମାଗୁଛି । ଆଗରୁ ମୋତେ ଯେଉଁ ମେଲ ପଠାଇଥିଲ ସେଥିରେ କେବଳ ଉତ୍ତର ଦେଇ ମୋଟ କେତେ ଟଙ୍କା ଦରକାର ଲେଖିଦିଅ । ଆଉ ମେଟାରେ ମଧ୍ୟ ନୂଆ ରାଶି ଅଟକଳ ସହିତ ଲେଖିଦିଅ । ମେଟାରେ କାହିଁକି ବଦଳ କରାଗଲା ତାହା ଆମ ଆଲୋଚନା ସଭାର ଲିଙ୍କ ସହିତ ଦେଇଦିଅ । ନଭେମ୍ବର ୩୦ ତାରିଖରେ ଏହା ଅନୁମୋଦିତ ହୋଇଯାଇଥିଲେ ମଧ୍ୟ ଏଯାଏ ମିଳିନାହିଁ ବୋଲି ଜଣାଇ ଏହା ମେଲ କରିଦେଲେ ମୁଁ ଶୈଳେଶ ଜରିଆରେ ଏ କାମଟି କେମିତି ସହଳ ହେବ ତା' ବ୍ୟବସ୍ଥା CIS-A2K ତରଫରୁ କରିବି । --ସୁଭାସିସ ପାଣିଗାହି (ଆଳାପ) ୧୦:୫୧, ୧୧ ଜାନୁଆରୀ ୨୦୧୬ (UTC)

ବିଜେତାଙ୍କ ନାମ (ପୁରୁଣା ଆଲୋଚନାରୁ):

ଅଂଶଗ୍ରହଣକାରୀ ଅଟକଳ ରାଶି

ପ୍ରଥମ ଶ୍ରେଣୀ

  • ହରିହର ପ୍ରସାଦ ଶତପଥୀ
  • ସନ୍ତୋଷ ସାହୁ
  • ନିଷ୍ଠା ରଞ୍ଜନ ଦାଶ
  • ଶିତିକଣ୍ଠ ଦାଶ
୨୦୦ଟଙ୍କା ଇଣ୍ଟରନେଟ ରିଚାର୍ଜ * ୬ ମାସ ପାଇଁ * ୪ ଜଣ = ୪,୮୦୦

ଦ୍ଵିତୀୟ ଶ୍ରେଣୀ

  • ସଂଗ୍ରାମ କେଶରୀ ସେନାପତି
  • ପ୍ରିତିରଞ୍ଜନ ତ୍ରିପାଠୀ
  • ବୁଦ୍ଧଦେବ ସାହୁ
୨୦୦ଟଙ୍କା ଇଣ୍ଟରନେଟ ରିଚାର୍ଜ * ୩ ମାସ ପାଇଁ * ୩ ଜଣ = ୧,୮୦୦

ତୃତୀୟ ଶ୍ରେଣୀ

  • ଶୁଭ୍ରଜିତ ଜେନା
  • ସୌମ୍ୟକାନ୍ତ ବଳ
୨୦୦ଟଙ୍କା ଇଣ୍ଟରନେଟ ରିଚାର୍ଜ * ୨ ମାସ ପାଇଁ * ୨ ଜଣ = ୮୦୦

ଶୁଭଭାଇ, ଆମକୁ ଆହୁରି ଉତ୍ସାହିତ କରିଥିବାରୁ ଧନ୍ୟବାଦ । 8,300/-ଟଙ୍କାର ଖର୍ଚ୍ଚଦାବୀ ମେଟା ଆର୍କାଇଭର [[୧]] ଉପସ୍ଥାପନ କରାଗଲା । ବଳକା ଅର୍ଥ ଫେରସ୍ତ କରାଯିବ । ଆଗାମୀ ୧୭ ତାରିଖ କାର୍ଯ୍ୟକ୍ରମରେ ଅନେକ ଯୋଗଦେଉନାହାନ୍ତି ତେଣୁ ପରବର୍ତ୍ତୀ କାର୍ଯ୍ୟକ୍ରମରେ (ଫେବୃୟାରୀ କିମ୍ବା ମାର୍ଚ୍ଚ ଯଦି କିଛି ହୁଏ) ଏସବୁର ବ୍ୟବସ୍ଥା କରିବାକୁ ହେବ ନଚେତ ମାନପତ୍ର ପୋଷ୍ଟରେ ପାଠେଇଦେବା । ତିନୋଟି ଗଣସମ୍ପାଦନା କରି ଏକ ସଙ୍ଗେ ମାନପତ୍ର ପ୍ରଦାନ କଲେ ବି ମୋର ଅପତ୍ତି ନାହିଁ କିନ୍ତୁ ପୁରସ୍କାର ଅର୍ଥ ଅଂଶଗ୍ରହଣକାରୀଙ୍କୁ ଶୀଘ୍ର ଦେଇଦେବା ଉଚିତ । --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୨୨:୦୯, ୧୧ ଜାନୁଆରୀ ୨୦୧୬ (IST)[reply]

ବିଳମ୍ବିତ ପୁରସ୍କାର ପଛରେ ପୁରୁଣା ଉଇକିଆଳିଙ୍କ/ମୋର ଭୂମିକା ? ସମ୍ପାଦନା

ସମସ୍ତ ପୁରୁଣା ଉଇକିଆଳିଙ୍କୁ ଅଭିଯୁକ୍ତ କରିବା ସହ ପୁରୁଖା ଉଇକିଆଙ୍କଠାରୁ ଉତ୍ତର ଚାହିଁଥିବାରୁ ଅନିଚ୍ଛା ସତ୍ତ୍ଵେ ଲେଖୁଛି...

  • ପୁରୁଣା ଉଇକିଆଳିଙ୍କ ଉଦାସୀନତା ମନରେ ପ୍ରଶ୍ନ ସୃଷ୍ଟି କରୁଛି ।: କେଉଁ ପୁରୁଣା ଉଇକିଆଳିଙ୍କୁ/ମାନଙ୍କୁ ଆପଣ ଯୋଗାଯୋଗ କରିଥିଲେ ଓ ସେ/ମାନେ ଆପଣଙ୍କୁ ସହଯୋଗ କଲେ ନାହିଁ ? ପୁରୁଣା ଉଇକିଆଳିଙ୍କ କେଉଁ ପ୍ରକାର ଉଦାସୀନତା ଆପଣଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି ଦୟାକରି ଲେଖନ୍ତୁ ।
  • ଗ୍ରାଣ୍ଟ ଆସୁଛି କେବଳ ବ୍ୟାନର ପ୍ରୋଜେକ୍ଟର ଖାଇବା ପିଇବା ରହିବା ଯାତାୟତ ଆଦି ପାଇଁ ?: ନିଶ୍ଚିତ ଭାବେ ହଁ, ଏଥିରେ କୌଣସି ସନ୍ଦେହ ନାହିଁ । ଯେଉଁ ଉଦ୍ଦେଶ୍ୟରେ ସହଯୋଗ ରାଶି ଅନୁରୋଧ କରାଯାଇଥିବା/ଆସିଥିବ, ସେହି ଉଦ୍ଦେଶ୍ୟରେ ହିଁ ଖର୍ଚ୍ଚ ହେବ ।
  • ଏସବୁରୁ ପ୍ରସଂଗ ବଢ଼ିବାର କିଛି ଗ୍ୟାରେଣ୍ଟି ରହୁନି ।: ପ୍ରସଙ୍ଗ ବଢ଼ିବାର ଗ୍ୟାରେଣ୍ଟି ଥିଲେ ମଧ୍ୟ ୭ଟି ଅସଂପୂର୍ଣ୍ଣ ପ୍ରସଙ୍ଗ ନିମନ୍ତେ ୮୦୦ ଟଙ୍କା ଖର୍ଚ୍ଚ କରିବାକୁ ମୁଁ ବିରୋଧ କରେ (ଯଦିଓ କରିନି) ।
  • ମେଟାକୁ କଣ ପ୍ରତ୍ୟୁତ୍ତର ଦିଆଯାଉଛି ?: ମେଟାକୁ କଣ ପ୍ରତ୍ୟୁତ୍ତର ଦିଆଯାଉଛି ସମସ୍ତେ ଦେଖିପାରିବେ, ଉଇକିପିଡ଼ିଆ ଭଳି ମେଟା ମଧ୍ୟ ସମସ୍ତଙ୍କ ନିମନ୍ତେ ଖୋଲାରେ ଉପଲବ୍ଧ ।
  • ନବକଳେବର ଗଣସମ୍ପାଦନା ପାଇଁ ମଗାଯାଇଥିବା ୧୦ ହଜାର ଟଙ୍କା ଏଯାଏଁ ମିଳିଲାନି ଆୟୋଜନର ଦୟିତ୍ଵ ମୁଁ ନେଇଥିଲି । ମୋତେ ଏ ବାବଦରେ ସମ୍ପର୍କ କରାଗଲା ନାହିଁ ।: ୧୦ ହଜାର ଟଙ୍କା ଏପର୍ଯ୍ୟନ୍ତ ନ ମିଳିବା ପଛରେ ଆପଣ ନିଜେ ହିଁ ଦାୟୀ, ୩୦ ନଭେମ୍ବରରେ ଏହା ଅନୁମୋଦିତ ହେବାପରେ ପୁରସ୍କର ଅର୍ଥ ଆଣିବାକୁ କିଏ ମନା କରିଥିଲା ? ନବକଳେବର ଗଣସମ୍ପାଦନାର ଦାୟିତ୍ଵ ନେଇ ଏହାକୁ ସଫଳ କରିଥିବାରୁ ଆପଣଙ୍କୁ ମୋ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା । କିଏ ଓ କାହିଁକି ଆପଣଙ୍କୁ ସମ୍ପର୍କ କରିଥାନ୍ତା ?
  • ପୁରସ୍କାର ରାଶି କାଣ୍ଟ ଛାଟ କରାଗଲା ଯାହାକି ନିହାତି ଉପଯୋଗୀ ଥିଲା ।: ପୁରସ୍କାର ରାଶି କିଏ ମନ ଇଚ୍ଛା କାଣ୍ଟଛାଣ୍ଟ କଲା ? ଶିତିକଣ୍ଠ ଭାଇ ପୁରସ୍କାରରେ ବଦଳ ନିମନ୍ତେ ୧୫ ଅକ୍ଟୋବର ୨୦୧୫ରେ ପ୍ରସ୍ତାବ ଦେଇଥିଲେ, ଆପଣ ତାହାକୁ ୧୯ ଅକ୍ଟୋବର ୨୦୧୫ରେ ସମର୍ଥନ କରିଛନ୍ତି, ଏବେ ପୁଣି ଏଭଳି ଅଭିଯୋଗର ଅର୍ଥ ? ଶିତିକଣ୍ଠ ଭାଇ ଓ ପ୍ରିତିରଞ୍ଜନ ଭାଇ ନିଜନିଜ ବ୍ୟକ୍ତିଗତ କାରଣ ଯୋଗୁଁ ପୁରସ୍କାର ନେବାକୁ ଆଗ୍ରହ ପ୍ରକାଶ କଲେନି, ଏଥିରେ ପୁରୁଣା ଉଇକିଆଳିଙ୍କ/ ମୋର ଭୂମିକା କ'ଣ ?
  • ପୁରୀର ନୂଆ ଉଇକିଆଳି ବୋଧେ ପୂର୍ବ ନବକଳେବର ଗଣସମ୍ପାଦନା ପର ସ୍ଥିତି ସମ୍ବନ୍ଧରେ ଅଗୋଚର ।: କେଉଁ ପରସ୍ଥିତି ବାବଦରେ ଲେଖିଛନ୍ତି ?
  • ମୁଁ ସିନା ବୁଝିଗଲି ଯେଉଁ ମାନଙ୍କୁ ପୂର୍ବ ଗଣସମ୍ପାଦନା ପାଇଁ ନିମନ୍ତ୍ରଣ ଦେଇଥିଲି ସେମାନଙ୍କୁ ମୁହଁ ଦେଖେଇବା ପାଇଁ ଯୋଗ୍ୟ ରହିବି ଟି?: କ'ଣ ବୁଝିଲେ ? ଆର୍ଥିକଲାଭ ବା ଅନ୍ୟଲୋଭ ଦେଖାଇ ଯଦି ନିମନ୍ତ୍ରଣ କରିଥାନ୍ତି ତେବେ ଭୁଲ କରିଛନ୍ତି, ଏହା ଉଇକିର ମୂଳନୀତିର ବିରୁଦ୍ଧାଚରଣ କରୁଛି । କ'ଣ ପାଇଁ ମୁହଁ ଦେଖାଇପାରିବେନି ?
  • ଏହି ପରି ବ୍ୟବସ୍ଥା ଜାରି ରହିଲେ ନୂଆ ଏମିତି ଗୋଟିଏ ଲେଖାଏଁ ପ୍ରସଂଗ ଲେଖି ଅଦୃଶ୍ୟ ହେଇଯିବେ ।: କେଉଁ ବ୍ୟବସ୍ଥା କଥା ଲେଖିଛନ୍ତି ? ଏହିପରି ବ୍ୟବସ୍ଥା ରହୁ ବା ନରହୁ ଆସୁଥିବା ସବୁ ନୂଆ କେବେବି କୌଣସି ପ୍ରକଳ୍ପରେ ଆଜିଯାଏଁ ରହିନାହାନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେନି । (କେବଳ ମନ ପକେଇବା ନିମନ୍ତେ ଜଣାଉଛି ଓଡ଼ିଆ ଉଇକିର ପଞ୍ଜିକୃତ ସଭ୍ୟ ସଂଖ୍ୟା: ୧୦,୬୮୫ ଓ ସଚଳ ସଭ୍ୟ ସଂଖ୍ୟା: ୭୪)
  • ଓଡ଼ିଆ ଉଇକି ପାଇଁ ଅନୁଦାନ କେତେ ରହୁଛି ଆଗାମୀ କାର୍ଯ୍ୟପନ୍ଥା କଣ ରଖାଯାଉଛି ଏଥିରେ କିପରି ସଫଳ ହେବ ଅସୁବିଧା କେଉଁଠି ରହୁଛି ଆଦି ଆଲୋଚନା ସଭାରେ ବିସ୍ତୃତ ଆଲୋଚନା ହେଉ ।: ଏହି ଆଲୋଚନାର ଅଳ୍ପ ଉପରେ, ଏହି ପୃଷ୍ଠାର ଡିସେମ୍ବର ମାସର ଆଲୋଚନାରେ CIS-A2Kର ଜୁଲାଇ ୨୦୧୫ରୁ-ଜୁନ ୨୦୧୬ର କାର୍ଯ୍ୟପନ୍ଥା ଓ ହେଇଥିବା ଯୋଜନା ବାବଦରେ ଶୈଳେଶ ଲେଖିଥିବା ଦେଖିପାରିବେ । ମେଟାରେ ଓଡ଼ିଆ ଉଇକିପିଡ଼ିଆ ନିମନ୍ତେ ମୂଳ ଯୋଜନାଓଡିଆ ଉଇକିପାଠାଗାର ନିମନ୍ତେ ମୂଳ ଯୋଜନା ଦେଖିପାରିବେ । କିଛି ମତାମତ ଦେବାର ଥିଲେ ମେଟାରେ କିମ୍ବା ଏହି ଆଲୋଚନା ସଭାରେ ହିଁ ମତ ଦେଇପାରିବେ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୦୭, ୧୪ ଜାନୁଆରୀ ୨୦୧୬ (IST)[reply]
ଜଣେ ଉଇକିଆଳି ଭାବେ ଉପରୋକ୍ତ ସବୁ ମତ ସହ ମୁଁ ଉଣା ଅଧିକେ ଏକମତ । ନିକଟରେ ହିବ୍ରୁ ଉଇକିଆଳି ଓ ଉଇକିମିଡ଼ିଆ ଫାଉଣ୍ଡେସନରେ କାମ କରୁଥିବା ଆସଫ ବାର୍ଟୋଙ୍କ ସଙ୍ଗେ ଭେଟିବା ବେଳେ ସେ ଦୁଇଟି ବିଷୟ ସଫା କରିଥିଲେ: ୧) ନୂଆ ଉଇକିଆଳିଙ୍କୁ ପାଛୋଟିବା ପାଇଁ ସବୁଠୁ ବଡ଼ ସ୍ଥାନ ହେଲା ନିଜେ ଉଇକିପିଡ଼ିଆ । ଯଦି ସମସ୍ତଙ୍କର ମନେ ଥିବ ଆଗରୁ ଅଂଶୁମାନ ଏଇ ଏକା କଥା ବହୁ ବାର କହିଥିଲେ । ଉଇକିପିଡ଼ିଆ ବାହାରେ ଆମେ ଆଉ ଯାହା କରୁଛେ ସେ ସବୁ ବାଆକୁ ବତା । ଉଇକିପିଡ଼ିଆରେ ଆପଣା ଛାଏଁ ନାଁ ଲେଖାଇଥିବା ଅନେକ ନିଜ ଆଗ୍ରହରେ ଆସିଥାନ୍ତି ଆଉ ସେମାନେ ବହୁ ବର୍ଷ ଧରି ଜଡ଼ିତ ହୋଇ ରହନ୍ତି । ଆମ ଓଡ଼ିଆ କମୁନିଟିରେ ଅଧାରୁ ଅଧିକ ଏମିତିକା, ୨) ଆଗରୁ କେବେ ପୁରସ୍କାର ଘୋଷଣା କରିବା ନାହିଁ । କଲେ ପୁରସ୍କାର ଲୋଭରେ ଥୋକେ ଆସିବେ । ଆଉ ସେମାନେ ପୁରସ୍କାର ପାଇଲା ପରେ ରହିବେ କି ନାହିଁ ତା'ର କିଛି ଗ୍ୟାରେଣ୍ଟି ନାହିଁ । ଉଇକି ଲଭ୍ସ ମନୁମେଣ୍ଟ ଏହାର ସବୁଠୁ ବଡ଼ ଉଦାହରଣ । ଭାରତରୁ ପୁରସ୍କାର ପାଇଥିବା ଜଣଙ୍କୁ ମୁଁ ଉଇକିମାନିଆରେ ବି ଭେଟିଥିଲି । କିନ୍ତୁ କେବଳ ଗୋଟେ ଯୋଡ଼େ ଫଟୋ ପୁରସ୍କାର ପାଇଁ ସେ ଅପଲୋଡ଼ କଲାପରେ ପୁରସ୍କାର ପାଇ ନୀରବି ଯାଇଥିଲେ ।
ଅର୍ଥ ଉଇକିପିଡ଼ିଆ କମୁନିଟି ପାଇଁ ଅନର୍ଥ । ଅନେକେ ସ୍ୱେଚ୍ଛାରେ କାମ କରନ୍ତି ଆଉ ସେମାନଙ୍କ ଚେଷ୍ଟା ଲାଗିରହିବ । ଯେଉଁମାନେ କିଛି ଅର୍ଥ ପାଇବା ଲାଗି କୌଣସି ପ୍ରତିଯୋଗିତାରେ ଭାଗ ନିଅନ୍ତି ସେମାନେ ସାମୁହିକ ସ୍ୱାର୍ଥ ନୁହେଁ ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଆସନ୍ତି । ଶିତିକଣ୍ଠ ଦାଶ ଆଉ ପ୍ରୀତିରଞ୍ଜନ ତ୍ରିପାଠୀ ଦୁହେଁ ଠିକ ଏଇ କାରଣ ପାଇଁ ପୁରସ୍କାର ରାଶି ଉପରେ ପ୍ରଶ୍ନ ଉଠାଇଥିଲେ । ତେଣୁ:
  • ପ୍ରତିଯୋଗିତା ହେଉ, ହେଲେ ପୁରସ୍କାର ରାଶି ଆଗୁଆ ଘୋଷଣା କରି ନୁହେଁ । ପୁରସ୍କାର ରାଶିଟି ପୁଣି ଉଇକିଆଳିଙ୍କ କାମରେ ଲାଗିଲା ଭଳି ହେଉ । ଉଦାହରଣ ସ୍ୱରୂପ ନବକଳେବର ଭଳି ପ୍ରତିଯୋଗିତାରେ ପୁରସ୍କାର ଜିତୁଥିବା ବିଜେତାଙ୍କୁ ଏମିତି ପୁରସ୍କାରଟେ ଦିଆହେଉ ଯାହା ତାଙ୍କୁ ଆହୁରି ଅଧିକ ଉତ୍ସାହିତ କରିବ । ଯଦି କେବଳ ତାଙ୍କରି ପାଇଁ ସେଇଟିକୁ ଗଢ଼ାଯାଇପାରିଲା (କଷ୍ଟମାଇଜ) ପାରିଲା ତାହେଲେ ଥା'ଠୁ ବଳି ଆଉ କିଛି ନାହିଁ । ତାଙ୍କୁ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧେ କିଛି ଭଲ ବହି ହେଉ କି ଓଡ଼ିଶା ସାରା ଅଲଗା ଅଲଗା କମୁନିଟି ପାଖକୁ ଯାଇ ଅଧିକ ଜିନିଷ ଶିଖିବାକୁ ଯିବା ଆସିବା ଖର୍ଚ ଦେବା ହେଉ । ଏଇଟା ଓଡ଼ିଆ କମୁନିଟିର ସିଦ୍ଧାନ୍ତ ହେବ । (ମୁଁ କହୁନି ଏଥର ପୁରସ୍କାରଟା ବଦଳାଯାଉ, ହେଲେ ଆଗକୁ ଏମିତି ହେଲେ ମଙ୍ଗଳ)
ଆଉ ଉଇକିପିଡ଼ିଆ କମୁନିଟି ପାଇଁ ସବୁଠୁ ବଡ଼ ବିପଦ ପଇସାର ଲେସମାତ୍ର ଆଶା ରଖିଥିବା ଉଇକିଆଳି । କାରଣ ପଇସା ପୁରସ୍କାର ରାଶି ଭାବେ ଦେଉଥିବା ଆମ ପଡ଼ିଶା ତେଲୁଗୁ ଉଇକିରେ ସେ ବିଜେତାଙ୍କ ସମ୍ପାଦନା ବିରାଟ ବିରାଟ ଫଟୋରେ ପ୍ରସଙ୍ଗର ଲମ୍ବା ବଢ଼ାଇବା ଆଉ ଆହୁରି ଅନେକ ନକରାତ୍ମକ କାମରେ ଲାଗିଛି । ଆମେ ବାକି ଭାରତୀୟ ଭାଷାର କମୁନିଟିଠୁ ଯଥେଷ୍ଟ ଉପରେ ଅଛୁ । କିଛି ବର୍ଷ ତଳେ ଗୁଗୁଲ ପଇସା ଦେଇ ଇଂରାଜୀରୁ ଭାରତୀୟ ଭାଷାକୁ ଇଂରାଜୀ ଉଇକିପିଡ଼ିଆ ଲେଖା ଅନୂଦିତ କରାଉଥିଲା । ସେ ଅନୁବାଦକମାନେ ତ କେବେ ଉଇକିଆଳି ହେଲେ ନାହିଁ କିନ୍ତୁ ଆଜିଯାଏ କନ୍ନଡ଼, ବଙ୍ଗଳା, ତାମିଲ ଆଦି କମୁନିଟିଏ ସେ ଲେଖାକୁ ସଫା କରି ହାଲିଆ । ଆମେ ସେମିତିକା କାମ କେବେ ବି ଆଶା କରିବା ନାହିଁ । ବରଂ ଛୋଟ ଥାଉ ଆମ କମୁନିଟି ଆଉ ଧୀରେ ବଢ଼ୁ ହେଲେ ଯେଉଁ ମୂଳଦୁଆକୁ ନେଇ କମୁନିଟି ଠିଆ ତାହା ଭାଙ୍ଗି ନ ଯାଉ ।
ଆଉ ଅର୍ଥ ଆଶାରେ ଭାଗ ନେଉଥିବା ଜଣେ ଦୁଇଜଣ ଯଦି ନିରାଶ ହେଲେ ଚଳିବ, କିନ୍ତୁ ଅର୍ଥର ଉପଯୋଗ ଯଦି ସିଧାସଳଖ ପ୍ରସଙ୍ଗ ଲେଖିବା ଉପରେ ପଡ଼ିବ ତାହେଲେ ତାଠୁ ବଳି ବିପଦଜନକ ଅବସ୍ଥା ଆଉ କିଛି ନାହିଁ । ଉଇକିଆଳିମାନେ ସ୍ୱେଚ୍ଛାରେ ସମ୍ପାଦନା କରିବେ ଆଉ ଆମେ ଶତ ଚେଷ୍ଟିତ ହେବା ଯେମିତି ସେ ବ୍ୟବସ୍ଥାଟି ଏ ସାମାନ୍ୟ ଅର୍ଥ ଆଉ ପୁରସ୍କାର ଭଳି ନଗଣ୍ୟ ଜିନିଷ ଲାଗି ଭାଙ୍ଗୁ ।--ସୁଭାସିସ ପାଣିଗାହି (ଆଳାପ) ୦୮:୨୨, ୧୪ ଜାନୁଆରୀ ୨୦୧୬ (IST)[reply]
ଶେଷ କଥାଟି ଏଇ ଏବେ ଫେସବୁକରେ ଉପୁଜିଥିବା ଦ୍ୱନ୍ଦକୁ ନେଇ । ଏଠି ନିଷ୍ଠା ଭାଇଙ୍କୁ ଅନୁରୋଧ ସେ ବ୍ୟକ୍ତିଗତ ଭାବେ ଏସବୁକୁ ନେବେନି । କାରଣ ପ୍ରତିଯୋଗିତାଟିଏ ଚଳାଇବା ସହଜ କାମ ନୁହେଁ । ସେ କାମଟି ସେ ସୁଚାରୁ ରୂପେ କରିଥିବାରୁ ଆଉଥରେ ବଧାଇ । ତେବେ ଏ ପୁରସ୍କାର ଜିନି$1୍ଟି ଏମିତି । ଏଥିରେ କିଛି ନୀତିଗତ ସିଦ୍ଧାନ୍ତର ଆବଶ୍ୟକତା ରହିଛି । ଆମେ ଆଜି ଯାଏ କେବେ ଅର୍ଥ ପୁରସ୍କାର ଦେଇନଥିଲୁ କି ଏ ଅସୁବିଧା ଉପୁଜି ନଥିଲା । ଆଜି ନ ହେଲେ କାଲି ଏ ଅସୁବିଧା ଆସିଥାନ୍ତା । ତେଣୁ ଆମେ ବରଂ କେମିତି ଆଗକୁ ଏଭଳି ଅସୁବିଧା ନ ହେବ ସେଥି ଲାଗି ଗୋଟେ ନୀତି ଉଇକିପିଡ଼ିଆ:ନିୟମାବଳୀରେ ଯୋଡ଼ିବା । କାଲି ଆମେ ଥାଉ କି ନ ଥାଉ ଏ ନୀତିବଳୀ ମୂଳଦୁଆ ହୋଇ ବାଟ ଦେଖାଉନଥିବ । --ସୁଭାସିସ ପାଣିଗାହି (ଆଳାପ) ୦୯:୫୮, ୧୪ ଜାନୁଆରୀ ୨୦୧୬ (IST)[reply]
  • ଉଇକି ପାଠାଗାର ଜନ୍ମତିଥି ୧ ପ୍ରସ୍ତୁତି ବେଳେ to do ଲିଷ୍ଟରେ ନବକଳେବର ଗଣସମ୍ପାଦନାରେ ଅଂଶଗ୍ରହଣ କରିଥିବା କେତେ ଜଣଙ୍କପାଇଁ କେବଳ ମାନପତ୍ର ଦେବାପାଇଁ ଲେଖିଥିଲି କିଛି ଉତ୍ତର ମିଳିଲା ନାହିଁ. @କରଭାଇ। ଯଦିଓ କିଛି ବ୍ୟକ୍ତିଗତ କାମପାଇଁ ବ୍ୟସ୍ତ ରହୁଚି ଚୁପ ହୋଇ ବସିନି ଗଣସମ୍ପଦନାର ଅବବଶିଷ୍ଟ ଅସମ୍ପୁର୍ଣ୍ଣ କାମକୁ ସରିବା ପାଇଁ ଯୋଜନା ଚାଲିଛି କାଣ୍ଟଛାଟ କରାଯାଇଥିବା ପୁରସ୍କାରକୁ ମୁଁ ସମର୍ଥନ କରିଥିଲି ଏବେ ବି କରୁଛି କିନ୍ତୁ ପରେ ୩ ଥର ବଦଳହେଲାଣି କାହା ମନ କଷ୍ଟ କରିବାକୁ ଚାହୁଁନି । ଏମିତି ପଇସା ଅନ୍ୟ ସବୁ ବାଟରେ ଖର୍ଚ୍ଚ ହେଉଛି । ଗୃହିତ ବି ହେଇଗଲାଣି :) .। --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୧:୫୪, ୧୪ ଜାନୁଆରୀ ୨୦୧୬ (IST) ବାକି ଉତ୍ତର ପରେ ରଖିବି[reply]
ଆଉ ଉଇକିଆଳିଙ୍କୁ ପଇସା ଦେଲେ ଉଇକିପିଡ଼ିଆ ଭୁଷୁଡ଼ିପଡ଼ିବ ବୋଲି ମୋର ଅବଧାରଣା । କାରଣ କେବଳ ସ୍ୱେଚ୍ଛାରେ ଆସି କିଛି ଉତ୍ସୁକ ଓ ଆଗ୍ରହୀ ଲୋକ ଏ ପ୍ରକଳ୍ପରେ ଭାଗ ନିଅନ୍ତି । ତେଣୁ ଯାହାର ପଇସା ପାଇଁ ଯାହାର ଆଶା ଥିବ ସେ ଆପେ ବାଟ କାଟିଯିବେ । ଆଉ ଯେଉଁମାନେ ନିରୁତା କାମ ପାଇଁ ଆସିଥିବେ ସେମାନେ ରହିଯିବେ । ଏ କଥାଟି ଚନ୍ଦ୍ର ସୂର୍ଯ୍ୟ ଭଳିଆ ସତ । ଦି ଦିନ ତଳେ ଜଣେ ଭାରି ଆଗ୍ରହ ଦେଖେଇ କହିଲେ ଓଡ଼ିଆ ଭାଷା ପାଇଁ ମୁଁ କିଛି କରିବାକୁ ଚାହେଁ । ମୁଁ କହିଲି ଆମ ସହ ଉଇକିପିଡ଼ିଆରେ ଜଡ଼ିତ ହୁଅନ୍ତୁ । ପଚାରିଲେ କିଛି ପଇସା ମିଳିବ । ମୁଁ ସିଧା କହିଲି ନାଁ । ତା' ପରଠୁ ସେ ଉଭାନ । ଭାବନ୍ତୁ ଏମିତି ଲୋକ ଯଦି ପ୍ରତିଯୋଗିତା ଆଶାରେ ଆସିଥାନ୍ତେ, ବିଜେତା ହୋଇ ପୁରସ୍କାର ଜିତିଥାନ୍ତେ ତାହେଲେ ସେ କଣ ପୁରସ୍କାର ପାଇବା ପରେ ରହିଥାନ୍ତେ? --ସୁଭାସିସ ପାଣିଗାହି (ଆଳାପ) ୧୩:୨୮, ୧୪ ଜାନୁଆରୀ ୨୦୧୬ (IST)[reply]
ନିଷ୍ଠା, ଗତ ମାସ ୨୫ ତାରିଖରେ ତୁମ ଆକାଉଣ୍ଟକୁ ପଠାଯାଇଛି । ବିଳମ୍ବ ପାଇଁ ଆଉଥରେ କ୍ଷମା ମାଗିନେଉଛି ।--ସୁଭାସିସ ପାଣିଗାହି (ଆଳାପ) ୨୨:୪୩, ୯ ଫେବୃଆରୀ ୨୦୧୬ (IST)[reply]

ଅନୁରାଗୀ ଉଇକିଆଳିମାନଙ୍କୁ ପୁରସ୍କାର ସମ୍ପାଦନା

ଉଇକିମିଡିଆ ସଂସ୍ଥାର ୧୦ ବର୍ଷ ପୂର୍ଣ୍ଣ ହେବ ୧୫/୦୧/୨୦୧୬ ଦିନ ଓ ସେ ଦିନ ସାରା ପୃଥିବୀରେ ଏହାର ପାଳନ ନିମନ୍ତେ ଚେଷ୍ଟା ଚାଲିଛି । ଏହା ଅତୀବ ଆନନ୍ଦର କଥା । ଓଡ଼ିଆ ଉଇକିପିଡ଼ିଆ ପଛରେ ନ ପଡ଼ି ଏହି ଜନ୍ମ ଦିନ ପାଳନ କରିବାକୁ ଅଣ୍ଟା ଭିଡ଼ି ବାହାରିଛି । ସନ ୨୦୧୧ରୁ ଏହା ସଚଳ ହୋଇ ୧୦,୦୦୦ ରୁ ଅଧିକ ପ୍ରସଙ୍ଗରେ ଭରି ରହିଛି । ଏହି ଉଦ୍ୟମରେ ଅନେକ ନିଷ୍ଠାପର ଉଇକିଆଳି କାମ କରୁଛନ୍ତି ଓ କରିଛନ୍ତି । ଏବେ କାମ କରୁ ନ ଥିବା ଅନେକ ଉଇକିଆଳି ଅତୀତରେ ଅତି ଉତ୍ତମ କାମ କରିଥିବାର ନ‌ଜିର ଅଛି । ସେହି ଉଇକିଆଳିମାନେ ଉଇକିପିଡ଼ିଆ ଇତିହାସକୁ ଚାଲିଗଲେଣି । ଏମାନଙ୍କର ପରିଶ୍ରମକୁ କେହି ସ୍ମରଣ କରୁନାହାନ୍ତି ବା ସ୍ୱୀକୃତି ଦିଆଯାଉ ନାହିଁ । ମୃତ୍ୟୁଞ୍ଜୟ କର, ଆଦିତ୍ୟ ମାହାର, ଶିତିକଣ୍ଠ ଦାସ, ପି କେ ତ୍ରିପାଠି ଓ ଶୁଭାଶିଷ ଇତ୍ୟାଦି ଆହୁରି ଅନେକ ବ୍ୟକ୍ତି ଏହି ସଂସ୍ଥାରେ ପ୍ରାରମ୍ଭରୁ ରହି ଏହାକୁ ସମୃଦ୍ଧ କରିବାକୁ ଅବିରତ ଏଡିଟ କରିଚାଲିଛନ୍ତି । କୌଣସି ସ୍ୱୀକୃତି ନ ମିଳିଲେ ଆଜିର ସକ୍ରିୟ ଉଇକିଆଳିମାନେ କାଲି ବିସ୍ମୃତି ଗର୍ଭକୁ ଚାଲିଯିବା ସମ୍ଭାବନା ରହିଛି । ଆମେ ତାଙ୍କୁ ସ୍ୱୀକୃତି ଓ ପୁରସ୍କାର ଦେବାରେ ହେଳା କରିବା ଉଚିତ ନୁହେଁ । ଏ ବିଷୟରେ ପଦକ୍ଷେପ ନେବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।--Subas Chandra Rout (ମୋ ଆଲୋଚନା) ୧୦:୧୨, ୧୩ ଜାନୁଆରୀ ୨୦୧୬ (IST)[reply]

ସକ୍ରିୟ ନଥିବା ଉଇକିଆଳିଙ୍କୁ ସମ୍ମାନ ଦେଇ ସମସ୍ତଙ୍କୁ ପାଛୋଟା ଯାଉ । ଯେହେତୁ ପରିଚାଳକମାନେ ନିଜ ନିଜ ପାଇଁ ପୁରସ୍କାର ଆବେଦନ କରିପାରିବେ ନାହିଁ / ଇଛୁକ ନୁହନ୍ତି, ଜଣେ ନୁଆ ଉଇକିଆଳି ହିସାବରେ ଏ କାମ ମୁଁ ହାତକୁ ନେଉଛି । ପ୍ରାରମ୍ଭରୁ ଉଲ୍ଲେଖନୀୟ ଅବଦାନ କରିଥିବା ଉଇକିଆଳିଙ୍କ ତାଲିକା ପ୍ରସ୍ତୁତ କରୁଛି ଏଥିରେ ସମସ୍ତଙ୍କ ସହଯୋଗ ଆଶା କରୁଛି --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୧:୩୫, ୧୩ ଜାନୁଆରୀ ୨୦୧୬ (IST)[reply]
ଏହା ନିଶ୍ଚୟ ଗ୍ରହଣୀୟ ଯୋଗ୍ୟ ।--Subharajit Jena (ମୋ ଆଲୋଚନା) ୦୮:୩୪, ୧୪ ଜାନୁଆରୀ ୨୦୧୬ (IST)[reply]
ଏହା ହେଲେ ଭଲ କିନ୍ତୁ ମୁଁ ପୁରା ସମର୍ଥନ କରୁନାହିଁ । ଉଇକିପିଡିଆର ଏକ ଅଣଲାଭକାରୀ ସଂସ୍ଥା । ସମସ୍ତେ ନିଜ ଇଚ୍ଛାରେ କାମ କରୁଛନ୍ତି ।ଆମେ କାହାକୁ କାମ କରିବା ପାଇଁ ବାଧ୍ୟ କରିପାରିବା ନାହିଁ ।ଦେଖାଯାଇଛି ଯେ ଯେଉଁମାନଙ୍କର ନାଁ ଉପରେ ଲେଖା ଯାଇଛି ସେମାନେ ବିନା ଅଶାରେ ଏଠି କାମ କରିଛନ୍ତି।କିଛି ସଦସ୍ୟ ବି ପୁରସ୍କାର ଦେବାର ବିରୋଧ କରିବା ଦେଖା ଯାଇଛି । ପୁରସ୍କାର ବଦଳରେ ସେମାନଙ୍କୁ ଅନଲାଇନ Promotion କାରାଗଲେ ବେଶି ଭଲ ହେବା । ନୂଆ ଲୋକ ଅସିବାର ସାମ୍ଭାବନା ବି ଅଛି ଆଉ ଉଇକିପିଡିଆର ପ୍ରଚାର ବି ହେଇଯିବ।ଉଇକିପିଡିଆର ନିୟମାବଳୀରେ ପୁରସ୍କାର ପାଇଁ କିଛି ନାହିଁ ।ସେହି ଟଙ୍କାକୁ ବରଂ ସକ୍ରିୟ ଉଇକିଆଳିଙ୍କ ଦକ୍ଷତା ବୃଦ୍ଧି ଓ ପ୍ରଚାର ତଥା ପ୍ରସାର ଭଳି ଅନ୍ୟାନ୍ୟ ଆନୁଷଙ୍ଗିକ କାମରେ ଲଗାଇଲେ ଭଲ । ମୋ ବ୍ୟକ୍ତିଗତ ମତ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୩:୪୩, ୧୪ ଜାନୁଆରୀ ୨୦୧୬ (IST)[reply]

ଆଇ. ଆର. ସି. ଆଲୋଚନା (IRC Chat) ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆର ଉନ୍ନତି ଏବଂ ଅନ୍ୟାନ୍ୟ ବିଷୟଗୁଡିକରେ ଆଲୋଚନା ପାଇଁ ଏକ ଆଇଆରସି ଅଲୋଚନା(IRC Chat) କରାଯିବ ।
ଏହା ଶୁକ୍ରବାର ସନ୍ଧ୍ୟା ୮.୩୦ ରେ କରାଯିବ ।
ଆଲୋଚନା ବିଷୟବସ୍ତୁ:

  • ନୂଆ ଉଇକିଆଳିମାନଙ୍କ ସହ ଚିହ୍ନା ପରିଚୟ
  • ଓଡ଼ିଆ ଉଇକିପିଡ଼ିଆ କିପରି ଅଧିକ ପ୍ରଚାର ପ୍ରସାର ହେଇପାରିବ ସେ ବିଷୟରେ ଆଲୋଚନା
  • ନୂଆ ପୁରୁଣା ଉଇକିଆଳି ମାନେ ପ୍ରଚାର ପ୍ରସାର ପାଇଁ ନିଜର ପ୍ରସ୍ତାବ ଦେବେ
  • ସଭ୍ୟମାନେ କିପରି ଉଇକିପିଡ଼ିଆରେ ଅଧିକ ସକ୍ରିୟ ରହିବେ (ଅସୁବିଧା ବିଷୟରେ ଆଲୋଚନା)
  • ଉଇକିପିଡ଼ିଆ ଓ ଆର୍ଥିକ ବ୍ୟବସ୍ଥା ବିଷୟରେ ନୂଆ ଉଇକିଆଳି ମାନଙ୍କୁ ଧାରଣା
  • ମତ ଓ ମନ୍ତବ୍ୟ
  • ଆଉ କିଛି ଥିଲେ ଏଠି ଲେଖନ୍ତୁ

ଭାଗ ନେବା ପାଇଁ ଏଇ ଲିଙ୍କ ଯାଅନ୍ତୁ ।
ସମୟରେ ପରିବର୍ତ୍ତନ ଚାହୁଁଥିଲେ ଏଠାରେ ଲେଖନ୍ତୁ (ଅଧିକ ସଭ୍ୟ ନ ରହିପାରିଲେ ବଦଳା ଯାଇପାରେ)।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୫:୩୮, ୨୦ ଜାନୁଆରୀ ୨୦୧୬ (IST)[reply]

ସମର୍ଥନ/ଭିନ୍ନ ମତ ସମ୍ପାଦନା

ଯେହତୁ କିଛି ଉଇକିଅଳିମାନେ ସମର୍ଥନ କରୁଛନ୍ତି ତେଣୁ ଏହି ସମ‌ୟରେ କରାଯାଉ । ଯେହେତୁ ଏହା ପ୍ରତି ୧୫ଦିନ ବା ମାସରେ ଥରେ ହେବ ତେଣୁ ପର ଅଲୋଚନା ସମୟ ସେହି ହିସାବରେ ରଖିବା ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୨:୩୩, ୨୨ ଜାନୁଆରୀ ୨୦୧୬ (IST)[reply]
ସମସ୍ତଙ୍କୁ ଧନ୍ୟବାଦ ଆଲୋଚନାରେ ଭାଗ ନେଇଥିବାରୁ । ଯେଉଁମାନେ ପଢିବାକୁ ଚାହିଁବେ ଏଠି ପଢିପାରିବେ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୨:୩୭, ୨୨ ଜାନୁଆରୀ ୨୦୧୬ (IST)[reply]

Oriya is missing from this page:
https://meta.wikimedia.org/wiki/There_is_also_a_Wikipedia_in_your_language
Thank you, Varlaam (ମୋ ଆଲୋଚନା) ୦୨:୧୬, ୨୧ ଜାନୁଆରୀ ୨୦୧୬ (IST)[reply]

Thanks very much! Varlaam (ମୋ ଆଲୋଚନା) ୦୩:୫୭, ୨୧ ଜାନୁଆରୀ ୨୦୧୬ (IST)[reply]
It is present there.--Subas Chandra Rout (ମୋ ଆଲୋଚନା) ୧୯:୨୮, ୨୧ ଜାନୁଆରୀ ୨୦୧୬ (IST)[reply]
Three different editors have now worked on the Oriya text.
I have no knowledge of Oriya.
I am curious whether this has to do with formality of language? Or possibly dialect of Oriya?
Thank you everybody, Varlaam (ମୋ ଆଲୋଚନା) ୦୦:୧୫, ୨୨ ଜାନୁଆରୀ ୨୦୧୬ (IST)[reply]
Not really @Varlaam: it is rather making it more approachable. As Wikimedians all are using the same formal language. :) --ସୁଭାସିସ ପାଣିଗାହି (ଆଳାପ) ୧୬:୧୬, ୨୨ ଜାନୁଆରୀ ୨୦୧୬ (IST)[reply]
Thank you. That is interesting to know.
With a small number of the other languages, there was an actual incorrect translation from English.
Cheers, Varlaam (ମୋ ଆଲୋଚନା) ୨୧:୦୧, ୨୨ ଜାନୁଆରୀ ୨୦୧୬ (IST)[reply]

GI edit-a-thon 2016 updates ସମ୍ପାଦନା

Geographical Indications in India Edit-a-thon 2016 has started, if you have not signed up still, please consider joining now.

 
Updates

Here are a few updates:

  1. More than 80 Wikipedians have joined this edit-a-thon
  2. More than 20 articles have been created/expanded already (this may not be the exact number, see "Ideas" section #1 below)
  3. Infobox geographical indication has been started on English Wikipedia. You may help to create a similar template for on your Wikipedia.
Become GI edit-a-thon language ambassador

If you are an experienced editor, become an ambassador. Ambassadors are community representatives and they will review articles created during this edit-a-thon, and perform a few other administrative tasks.

Translate the Meta event page

Please translate this event page into your own language. Event page has been started in Bengali, English and Telugu, please start a similar page on your Wikipedia too.

Ideas
  1. Please report the articles you are creating or expanding here. It'll be difficult for us to count or review articles unless you report it.
  2. These articles may also be created or expanded:

See more ideas and share your own here.

Further updates

Please keep checking the Meta-Wiki event page for the latest updates. --MediaWiki message delivery (ମୋ ଆଲୋଚନା) ୧୪:୦୩, ୨୭ ଜାନୁଆରୀ ୨୦୧୬ (IST)[reply]