ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)

୨୦୧୬ରେ ପ୍ରକାଶିତ ବହି

ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯) ୨୦୧୫ରେ ପ୍ରକାଶିତ ଏକ ଓଡ଼ିଆ ବହି । ଏଥିରେ ୧୯୩୬ରୁ ୧୯୬୯ ଭିତରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ସଂଗୀତ ସଂକଳିତ । ଏହା ସାମ୍ବାଦିକ ଓ ଓଡ଼ିଆ ଚଳଚ୍ଚିତ୍ର ସଂରକ୍ଷକ ସୂର୍ଯ୍ୟ ଦେଓଙ୍କଦ୍ୱାରା ସଂକଳିତ । ଏଥିରେ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ସଙ୍ଗୀତ ସହ ସେସବୁର ବିବରଣୀ, ସଂଗୀତକାର ଓ ଗୀତିକାରଙ୍କ ସମ୍ବନ୍ଧରେ ସଂକ୍ଷିପ୍ତ ପରିଚୟ ଏବଂ ଚଳଚ୍ଚିତ୍ର ସଙ୍ଗୀତର ପରଦା ପଛର କାହାଣୀ ରହିଛି ।[୧]ଏହା ଓଡ଼ିଶାର ଭୁବନେଶ୍ୱରସ୍ଥିତ ସୃଜନଦ୍ୱାରା ୨୦୧୫ ମସିହାରେ ମେ ୨୩ ତାରିଖରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଏଥିରେ ମନୋଜ ଦାସ, ମାୟାଧର ମାନସିଂହ, ଗୋଦାବରୀଶ ମହାପାତ୍ର, କୃଷ୍ଣପ୍ରସାଦ ବସୁ ଆଦି ଓଡ଼ିଆ ଲେଖକଙ୍କ ରଚନା ସ୍ଥାନୀତ ହୋଇଥିବା ଗୀତ ରହିଛି ।

ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)  
ଲେଖକସୂର୍ଯ୍ୟ ଦେଓ
ଚିତ୍ରକରସୁଶୀଳ ପୁହାଣ
ମଲାଟ ଚିତ୍ରକରସୁଶୀଳ ପୁହାଣ
ଭାଷାଓଡ଼ିଆ
ବିଷୟସିନେମା ସଂଗୀତ
ବିଭାଗସିନେମା
ପ୍ରକାଶକସୃଜନ, ଭୁବନେଶ୍ୱର, ଓଡ଼ିଶା
ପ୍ରକାଶ ତାରିଖ୨୦୧୪
ଓଡ଼ିଆ ସଂସ୍କରଣର
ପ୍ରକାଶ ତାରିଖ
୨୦୧୫ ମସିହାରେ ମେ ୨୩ ତାରିଖ

ସଂକଳନ ସମ୍ପାଦନା

ଏହି ବହିର ସଂକଳନ ପାଇଁ ଗ୍ରାମୋଫୋନ ରେକର୍ଡ଼ରେ ୭୮ ଆରପିଏମ (78 RPM shellac)ରେ ଥିବା ଗୀତ, ସିନେମାର ଫିଲ୍ମ ଓ କେତେକ ବ୍ୟକ୍ତିଗତ ସଂରକ୍ଷଣରୁ ଗୀତସବୁ ଉଦ୍ଧାର କରାଯାଇଛି । ସପ୍ତଶଯ୍ୟା କଥାଚିତ୍ରର କୌଣସି ରେକର୍ଡ଼ ଉପଲବ୍ଧ ହେଉନଥିବାରୁ ଏହାର ସଂଗୀତକାର ଉଦୟନାଥ ସାହୁଙ୍କଦ୍ୱାରା ଗୀତସବୁ ଆଉଥରେ ବୋଲାଯାଇ ତାହା ଲେଖାଯାଇଥିଲା ।

ଆଧାର ସମ୍ପାଦନା

ଅଧିକ ପଠନ ସମ୍ପାଦନା