ସୁରେନ୍ଦ୍ର କୁମାର ଦାସ
ତାଙ୍କର ଜନ୍ମସ୍ଥାନ ପାର୍ବତୀପୁର,ତୁଡ଼ିଗଡ଼ିଆ, ବାଲେଶ୍ୱର । ଗ୍ରନ୍ମାଗାରକ, ବୀମା କମ୍ପାନିର ଏଜେଣ୍ଟ ଓ ମ୍ୟାନେଜର, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଏବଂ ପବଲିକ୍ ଲିମିଟେଡ୍ କମ୍ପାନି ପ୍ରତିଷ୍ଠା କରି ଫିଚର ଫିଲ୍ଲା ‘ଶ୍ରୀଜଗନ୍ନାଥ’ (୧୯୫୦) ପ୍ରସ୍ତୁତି, ମୌଳିକ ନାଟକ ଓ କବିତା ରଚନା ସହ ଇଂରାଜୀ ଅନୁବାଦ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ସୁରେନ୍ଦ୍ର କୁମାର ଦାସ ଥିଲେ ଉଦାହରଣ ।
ସଙ୍ଗୀତ ପ୍ରତି ଅବଦାନ
ସମ୍ପାଦନାବ୍ୟାବସାୟିକ ନାଟ୍ୟସଂସ୍ଥା ‘ରୂପଶ୍ରୀ ଥିଏଟର୍ସ', ଚଳଚ୍ଚିତ୍ର ପ୍ରଯୋଜନା ପାଇଁ ‘ରୂପଭାରତୀ’ ଓ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ‘ରୂପଶ୍ରୀ ସିନେମା’ର ପ୍ରତିଷ୍ଠାତା ଥିଲେ ସେ । ଇଂରାଜୀ ଓ ଓଡ଼ିଆ ଭାଷାରେ ପ୍ରାୟ ୨ ୨ଟି ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରି ସେ ରଚିଥିଲେ ଇତିହାସ । ଚାଳିଶ ଦଶକରେ ତାଙ୍କ ରଚିତ ଗ୍ରାମୋଫୋନ ରେକର୍ଡ଼ ' ସାକ୍ଷୀଗୋପାଳ', ' କାଞ୍ଚିକାବେରୀ', ‘ନନ୍ଦିକେଶ୍ୱରୀ’ ବେଶ ଲୋକପ୍ରିୟ ହୋଇଥିଲା । ‘ଶ୍ରୀ ଜଗନ୍ନାଥ’(୧୯୫୦) ଚଳଚ୍ଚିତ୍ରରେ ତାଙ୍କ ରଚିତ ତିନିଟି ଗୀତରେ ଶୃଙ୍ଗାର, ବିରହ ଓ ଚିତ୍ର କଳ୍ପନାର ବୈଚିତ୍ରକୁ ଅନୁଭବ କରିହେବ । ଉଦାହରଣ ହେଉଛି: ଶୁନ ଭମରାର ଗୁନ ଗୁନ ଗୁନ ଗୁନ, ପିଇ ମଉସୁମର ଖୁନ, ନାଟେ ମାତାଲ ତାଲେ ଠୁମକ ଠୁମକ ଠୁମକ ଠୁମ । ଶବ୍ଦ ଓ ଭାବର ଚାତୁର୍ଯ୍ୟକୁ ଏହି ଗୀତରେ ଅନୁଭବ କରିହେବ ।[୧]
ଆଧାର
ସମ୍ପାଦନା- ↑ ଦାସ, ସୁରେନ୍ଦ୍ର କୁମାର. Encyclopedia of Indian Cinema. pp. ୧୦୦.