ଉଇକିପିଡ଼ିଆ:ନିୟମାବଳୀ

ଏହି ପୃଷ୍ଠାରେ ଥିବା ନିୟମ ବଦଳାଇବାକୁ ଆଗ୍ରହୀ ଥିଲେ ଆଲୋଚନା ପୃଷ୍ଠାରେ ଲେଖନ୍ତୁ ।

ଲିଖନଶୈଳୀ ଓ ଲେଖାର ଭାଷା

ସମ୍ପାଦନା

ଉଇକିପିଡ଼ିଆର ବିଷୟବସ୍ତୁ ସାଧାରଣ ପାଠକମାନଙ୍କ ନିମନ୍ତେ । ଏଣୁ ଲେଖାର ଭାଷା ସରଳ ହେବା ଉଚିତ ଯାହା ଜଣେ ସ୍କୁଲ ଛାତ୍ର ମଧ୍ୟ ବୁଝିପାରିବ । ଲେଖାର ଭାଷାରେ ଓଡ଼ିଆରେ ପ୍ରଚଳିତ ଶବ୍ଦକୁ ଅଗ୍ରାଧିକାର ଦେବା ଉଚିତ । ଯଥା physicsକୁ ଓଡ଼ିଆରେ "ପଦାର୍ଥ ବିଜ୍ଞାନ" କହିବା ବେଳେ ହିନ୍ଦୀରେ "ଭୌତିକ ବିଜ୍ଞାନ" । ଓଡ଼ିଆରେ "ଖଦି" ହିନ୍ଦୀ ଓ ଇଂରାଜୀରେ "ଖାଦୀ", ଓଡ଼ିଆରେ "ସାଧାରଣତନ୍ତ୍ର ଦିବସ" ବେଳେ ହିନ୍ଦୀରେ "ସ୍ୱତନ୍ତ୍ରତା ଦିବସ" ଏମିତି ଲେଖାଯାଏ । ସମ୍ପୂର୍ଣ୍ଣ ଶବ୍ଦାବଳୀ ଏଠାରେ ଲେଖିବା ସମ୍ଭବ ନୁହେଁ ତେଣୁ ଉଇକିଆଳି ନିଜର ସାଧାରଣଜ୍ଞାନ ବ୍ୟବହାର କରି ପ୍ରଚଳିତ ଓଡ଼ିଆ ଶବ୍ଦର ବ୍ୟବହାର କରିବେ ।

କି କି ବିଷୟରେ ମୁଁ ଲେଖିପାରିବେ? ଏଥିରେ କିଛି ଲେଖିବା ବାରଣ କି?

ସମ୍ପାଦନା
ଉଇକିପିଡ଼ିଆ ନୀତି "ଲିଖନଶୈଳୀ" ବାବଦରେ ଉଇକିଆଳି ସୁବାସ ଚନ୍ଦ୍ର ରାଉତଙ୍କ ସଂକ୍ଷିପ୍ତ ସୂଚନା

କଣ ଲେଖିବେ ନାହିଁ  

କଣ ଲେଖିବେ  

ଲିଖନ ବିଷୟ

  • ସୃଜନଶୀଳ ସାହିତ୍ୟ (ଗପ, କବିତା, ସମାଲୋଚନା, ଉପନ୍ୟାସ ଆଦି)
  • ନିଜ/ସମ୍ପର୍କୀୟଙ୍କ ବାବଦରେ
  • ନିଜ ମତ
  • ଲେଖାରେ ସାହିତ୍ୟର ପୁଟ (ଯଥା: "ପ୍ରକୃତିର ପ୍ରାଣପ୍ରାଚୁର୍ଯ୍ୟରେ ଭରା କବିଙ୍କ ରଚନା ନିମନ୍ତେ ତାଙ୍କୁ ସମାଲୋଚକେ ପ୍ରକୃତି କବିର ଆସନରେ ବସାଇଛନ୍ତି")
  • ରାଜ୍ୟ ତଥା ଦେଶବିଦେଶର ଜଣାଶୁଣା ସାହିତ୍ୟ ବହି ବାବଦରେ
  • ଜଣାଶୁଣା ବ୍ୟକ୍ତିବିଶେଷ
  • କେବଳ ପ୍ରକାଶିତ ସମ୍ବାଦର ଆଧାରରେ ଲେଖିବେ
  • ତାଙ୍କ ରଚନାରେ ପ୍ରକୃତିର ବର୍ଣ୍ଣନା ନିମନ୍ତେ ମେହେର "ପ୍ରକୃତି କବି" ନାମରେ ଜଣା ।
  • ତଳେ ଥିବା ଆଲୋଚନା ଓ ସିଦ୍ଧାନ୍ତ ଓଡ଼ିଆ ଉଇକିପିଡ଼ିଆର ୧୩ ତମ ଜନ୍ମତିଥି ଦିନ କରାଯାଇଥିଲା । ଏହିସବୁ ସିଦ୍ଧାନ୍ତରେ ଉପସ୍ଥିତ ସମସ୍ତେ ସହମତି ପ୍ରକାଶ କରିଥିଲେ

କଣ ଲେଖିବେ ନାହିଁ  

କଣ ଲେଖିବେ  

ଉପାଧୀବାଚକ

  • ସାର, ଡ., ମହାମହୋପାଧ୍ୟାୟ, ପଣ୍ଡିତ
  • ଶ୍ରୀ, କୁମାର, କୁମାରୀ, ସୁଶ୍ରୀ, ଶ୍ରୀଯୁକ୍ତ, ଶ୍ରୀମତୀ
  • ମା, ବାବା ଓ ଶ୍ରୀ ଆଦି (ମନ୍ଦିର ଆଦିରେ): ଶ୍ରୀ ଜଗନ୍ନାଥ ମନ୍ଦିର, ବାବା ଲିଙ୍ଗରାଜ

ଜଣାଶୁଣା ନାମ

  • ବିଜୁ ପଟ୍ଟନାୟକ (ବିଜୟାନନ୍ଦ ପଟ୍ଟନାୟକ ନୁହେଁ)
  • ସଚ୍ଚିନ ତେନ୍ଦୁଲକର (ସଚ୍ଚିନ ରମେଶ ତେନ୍ଦୁଲକର ନୁହେଁ)
  • ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ

ବିଶେଷଣ

ସମ୍ପାଦନା

କଣ ଲେଖିବେ ନାହିଁ  

କଣ ଲେଖିବେ  

ବିଶେଷଣ

  • ଅକ୍ଷୟ ମହାନ୍ତି ଜଣେ ସୁନାମଧନ୍ୟ ସଙ୍ଗୀତଜ୍ଞ ଥିଲେ ।
  • ବିଶେଷଣ ନ ଦେଇ ତା ବଦଳରେ ଜଣେ ବ୍ୟକ୍ତିଙ୍କ ପୁରସ୍କାର ସମ୍ବନ୍ଧରେ ଲେଖିପାରିବେ ।
  • ଅକ୍ଷୟ ମହାନ୍ତି ଜଣେ ଓଡ଼ିଆ ସଙ୍ଗୀତଜ୍ଞ ଥିଲେ ।
  • ଗୋପୀନାଥ ମହାନ୍ତି ଜଣେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଲେଖକ ।

କେଉଁ ପ୍ରସଙ୍ଗକୁ ଲିଭାଇଦିଆଯିବ ?

ସମ୍ପାଦନା
  • ଦୀର୍ଘ ଦିନ ଧରି (ପ୍ରାୟ ତିନିମାସ/ ନବେ ଦିନ) ଆଧାର ନଥିବା 'ଅତି ଛୋଟ' ପ୍ରସଙ୍ଗଗୁଡ଼ିକୁ ବିନା କୌଣସି ସୂଚନାରେ ଲିଭାଇ ଦିଆଯିବ ।
  • ପ୍ରସଙ୍ଗଟିରେ କିଛି ବୁଝିଲାଭଳି ନଥିଲେ କିମ୍ବା ପ୍ରସଙ୍ଗ ନାମ ସହ ଲେଖା ମେଳ ହେଉନଥିଲେ ଏହାକୁ ଲିଭାଇ ଦିଆଯିବ ।
  • ସ୍ଥାନ ବାବଦରେ ପ୍ରସଙ୍ଗ ଅନ୍ୟ ଉଇକିରେ ନଥିଲେ ବା ଆଧାର ନଥିଲେ ଲିଭାଇଦିଆଯିବ ।
  • ଜୀବନ୍ତ ବ୍ୟକ୍ତିଙ୍କ ଉପରେ ପ୍ରସଙ୍ଗ ବିନା ଆଧାରରେ ଲେଖାଯାଇଥିଲେ, ଲେଖା ଲେଖିଥିବା ବ୍ୟକ୍ତିଙ୍କୁ ଆଧାର ଯୋଡ଼ିବା ପାଇଁ ଅନୁରୋଧ କରି ୭ଦିନ ଅପେକ୍ଷା କରିବାପରେ, ତଥାପି ଆଧାର ନଯୋଡ଼ିଲେ ଲିଭାଇଦିଆଯିବ ।
  • କୌଣସି ଜୀବନ୍ତ ବ୍ୟକ୍ତି ନିଜେ ନିଜ ବାବଦରେ ପ୍ରସଙ୍ଗ ଲେଖୁଥିଲେ, ଲିଭାଇ ଦିଆଯିବ ।
  • ଅନ୍ୟ ଉଇକିରେ ପ୍ରସଙ୍ଗଟି ଥିଲେ ଏହାକୁ ଭବିଷ୍ୟତରେ ଉନ୍ନତ କରିବା ନିମନ୍ତେ ତିନିମାସ ପର୍ଯ୍ୟନ୍ତ ରଖାଯିବ ।

ଅଧାଗଢ଼ା ପ୍ରସଙ୍ଗ

ସମ୍ପାଦନା
ପ୍ରସଙ୍ଗରେ କଣ ରହିବା ଉଚିତ?
  • ଉପକ୍ରମ (୫ ଟି ବାକ୍ୟ)
  • ପାଖାପାଖି ୨୦୪୮ ବାଇଟ
  • ଅତି କମରେ ୩ଟି ଆଧାର
    • ଦେଶ-ବିଦେଶରେ ଚର୍ଚ୍ଚିତ ଥିବା ବ୍ୟକ୍ତିତ୍ୱମାନଙ୍କ କ୍ଷେତ୍ରରେ ଅଧିକ ଆଧାର ସୁବିଧାରେ ମିଳେ । କିନ୍ତୁ ଓଡ଼ିଶାର ଅନେକ ଜଣାଶୁଣା ବ୍ୟକ୍ତିତ୍ୱଙ୍କ ବାବଦରେ ଇଣ୍ଟରନେଟରେ ବେଶି ମିଳେନାହିଁ । ଏହି କ୍ଷେତ୍ରରେ ଯଦି ଜଣେ ପୁରୁଖା ଉଇକିଆଳି (୨୦୦ରୁ ଅଧିକ ସମ୍ପାଦନା ଥିବା ଓ ୨ ମାସରୁ ଅଧିକ ସକ୍ରିୟ ଥିବା) ଜଣେ ବ୍ୟକ୍ତିତ୍ୱଙ୍କ ବାବଦରେ ପ୍ରସଙ୍ଗଟିଏ ତିଆରି କଲେ ତହିଁରେ କୌଣସି ଆଧାର ନଥିଲେ ମଧ୍ୟ ତାହା ଲିଭାଯିବ ନାହିଁ । କିନ୍ତୁ ଇଣ୍ଟରନେଟରେ ଉପଲବ୍ଧ ନଥିଲେ ମଧ୍ୟ ଯଦି କୌଣସି ଖବରକାଗଜ ବା ପତ୍ରିକାରେ ତାଙ୍କ ବାବଦରେ ଲେଖାଟିଏ ପ୍ରକାଶିତ ହୋଇଥାଏ ତେବେ ତାହାର ନାମ, ତାରିଖ, ଖବରକାଗଜର ନାମ ସହ ଆଧାର ଦିଆଯାଇପାରିବ ।

ବ୍ୟବହାରକାରୀ ନାମ (username)

ସମ୍ପାଦନା
  • ଜଣାଶୁଣା ବ୍ୟକ୍ତିଙ୍କ ନାମରେ "ବ୍ୟବହାରକାରୀନାମ" ରହିପାରିବ ଯଥା ଜଣଙ୍କ ବ୍ୟବହାରକାରୀ ନାମ "ବ୍ୟବହାରକାରୀ:ଅକ୍ଷୟ ମହାନ୍ତି" ହେଲେ କିଛି ଆପତ୍ତି ନାହିଁ ।
  • କୌଣସି ବ୍ୟବସାୟ ବା ବାକି କୌଣସି ପ୍ରକାରର ବିଜ୍ଞାପନ ପାଇଁ ଉଦ୍ଦିଷ୍ଟ ବ୍ୟବହାରକାରୀ ନାମକୁ ଅଟକାଯିବ ।

ନିଜ ନାମରେ ଥିବା ପ୍ରସଙ୍ଗରେ ନିଜେ ଲେଖିବା

ସମ୍ପାଦନା
  • ଯଦି କୌଣସି ବ୍ୟକ୍ତିବିଶେଷଙ୍କ ବାବଦରେ ପ୍ରସଙ୍ଗଟିଏ ରହିଛି ତାହେଲେ ସେ ନିଜେ ସେ ପ୍ରସଙ୍ଗର ସମ୍ପାଦନା କରିପାରିବେ ନାହିଁ ।

ଜୀବିତ ବ୍ୟକ୍ତିଙ୍କ ଉପରେ ଥିବା ଲେଖା

ସମ୍ପାଦନା
  • ଜୀବିତ ବ୍ୟକ୍ତିଙ୍କ ବାବଦରେ ଥିବା ଲେଖାରେ ଯଥାସମ୍ଭବ ଅଧିକ ଆଧାର ଦେବା ପାଇଁ ଚେଷ୍ଟା କରିବେ ।

ନାମକୁ ନେଇ ଦ୍ୱନ୍ଦ

ସମ୍ପାଦନା
  • ଓଡ଼ିଆରେ ସର୍ବପ୍ରଚଳିତ ନାମକୁ ଅଗ୍ରାଧିକାର ଦିଆଯିବ । ଯଥା "ଇଣ୍ଡିଆ" ବଦଳରେ ଭାରତ, "ଲିଭର" ବଦଳରେ ଯକୃତ ଓ "ଅନ୍ତର୍ଜାଲ" ବଦଳରେ ଇଣ୍ଟରନେଟ
  • ନାମର ବନାନ ବା ନାମକୁ ନେଇ ଦ୍ୱନ୍ଦ ହେଲେ ଖବରକାଗଜରେ ପ୍ରକାଶିତ ନାମକୁ ମାନକ ଭାବେ ନିଆଯାଇପାରିବ ନାହିଁ ।
  • ପ୍ରଥମେ ସକ୍ରିୟ ଉଇକିଆଳିଙ୍କୁ ନେଇ ପ୍ରସଙ୍ଗର "ଆଲୋଚନା" ପୃଷ୍ଠାରେ ମତାମତ ନିଆଯିବ ।
    • ୭ ଦିନ ଭିତରେ କେହି ମତ ନ ଦେଲେ ପୁରୁଣା ନାମଟି ରହିବ ।
    • ମତାମତ ଦେଲା ପରେ ଅଧିକ   ସମର୍ଥନ (ସହମତି) ମିଳିଥିବା ନାମଟି ଚୂଡ଼ାନ୍ତ ନାମ ଭାବେ ରଖାଯିବ । ଯଦି କୌଣସି ଦ୍ୱନ୍ଦ ଉପୁଜିଲା ବର୍ଷେ ପାଇଁ ଆଗରୁ ଥିବା ନାମକୁ ରଖାଯିବ ।

ଅପ୍ରାସଙ୍ଗିକ ବଦଳ ପଛକୁ ଫେରାଇବା

ସମ୍ପାଦନା
  • କୌଣସି ଅପ୍ରାସଙ୍ଗିକ ବଦଳ ଦିନଭିତରେ ୩ଥର ପଛକୁ ଫେରାଯାଇପାରିବ ।

ଇନଫୋବକ୍ସ (Infobox)

ସମ୍ପାଦନା

ଇନଫୋବକ୍ସ ଲେଖାର ଡାହାଣ ପାଖେ ଏକ ବାକ୍ସ ଭଳି ହୋଇ ରହିଥାଏ । ସମ୍ପାଦନା କଲେ ଏହା ସଭା ଉପରେ ଦେଖିବାକୁ ମିଳେ ।

  • ଏଥିରେ ଥିବା ସମସ୍ତ ତଥ୍ୟ ପ୍ରସଙ୍ଗରେ ମଧ୍ୟ ରହିବ ।
  • ଉପକ୍ରମରେ ଯାହା ସଂଖେପରେ ଲେଖାଯିବ ତାହା ଉପଯୁକ୍ତ ବିଭାଗରେ ତଳେ ରହିବ ।

ଆପଣଙ୍କ ସମ୍ପାଦିତ ପ୍ରସଙ୍ଗରେ {{ଲିଭାନ୍ତୁ}} ଛାଞ୍ଚ ପଡ଼ିଲେ କଣ କରିବେ?

ସମ୍ପାଦନା

{{ଲିଭାନ୍ତୁ}} ଛାଞ୍ଚ ସାଧାରଣତଃ ପ୍ରସଙ୍ଗଟିଏ ଉଇକିପିଡ଼ିଆରେ ଲେଖାଯୋଗ୍ୟ ହୋଇନଥିଲେ କିମ୍ବା ୧-୨ଟି ବାକ୍ୟଯୁକ୍ତ ହୋଇ ବିନା ଆଧାରରେ ଲେଖାଯାଇଥିଲେ ପୁରୁଖା ଉଇକିଆଳିମାନେ ପକାଇଥାନ୍ତି । ଯଦି ଆପଣ ତିଆରି କରିଥିବା/ସମ୍ପାଦନା କରିଥିବା ଲେଖାରେ ଏହି ଭଳି ଛାଞ୍ଚଟିଏ କେହି ପକେଇଦିଅନ୍ତି ତାହେଲେ ସିଧାସଳଖ ଛାଞ୍ଚଟିକୁ କାଢ଼ନ୍ତୁ ନାହିଁ । ବରଂ ଲେଖାଟିକୁ ଧୀରେ ଧୀରେ ସୁଧାରି ସେଥିରେ ଅଧିକ ତଥ୍ୟ ଯୋଡ଼ନ୍ତୁ ଓ ବିଭିନ୍ନ ବିଶ୍ୱସନୀୟ ଆଧାର (ପ୍ରକାଶିତ ଜଣାଶୁଣା ବହି ଆଦି‌) ସେଥିରେ ଆଣି ଯୋଡ଼ନ୍ତୁ । ପରିଚାଳକମାନେ ଲିଭାଇବା ଆଗରୁ ସବୁବେଳେ ଲେଖାଟିକୁ ଦେଖି ସିଦ୍ଧାନ୍ତ ନେବେ । ଆଉ ଆପଣଙ୍କ ଲେଖାରେ ଦରକାରୀ ତଥ୍ୟ ଓ ଆଧାର ଥିଲେ {{ଲିଭାନ୍ତୁ}} ଛାଞ୍ଚ ପଡ଼ିଥିଲେ ମଧ୍ୟ ଲିଭାଇବେ ନାହିଁ ।

କୌଣସି ନୂଆ ଲେଖାବା ଢାଞ୍ଚା

ସମ୍ପାଦନା

ନୂଆ ଲେଖାଟିଏ ଲେଖିବା ବେଳେ ସେହି ଭଳି ଆଉ କେତୋଟି ଲେଖାରୁ ଲେଖିବା ଶୈଳୀ ଆହରି ପାରିବେ । ଯଥା କୌଣସି କ୍ରୀଡ଼ାବିଦଙ୍କ ବାବଦରେ ଲେଖିବା ବେଳେ ଆଉ ଜଣେ କ୍ରୀଡ଼ାବିଦଙ୍କ ଉପରେ ଲେଖା ପ୍ରସଙ୍ଗର ଲିଖନ ଶୈଳୀ ଆହରି ପାରିବେ । ତେବେ ଯେଉଁ ପ୍ରସଙ୍ଗକୁ ନିଜ ଛାଞ୍ଚ ଭାବେ ବ୍ୟବହାର କରୁଛନ୍ତି ତାହା ଭଲ ଭାବେ ଲେଖା କି ନାହିଁ ପରଖିନିଅନ୍ତୁ । ତଳେ କିଛି ପ୍ରସଙ୍ଗରେ ସିଧା ସଳଖ ବ୍ୟବହାର କରାଯାଇପାରିବା ଭଳି ଛାଞ୍ଚ-ପ୍ରସଙ୍ଗ ଦିଆଯାଇଛି । ସେସବୁକୁ ବ୍ୟବହାର କରି ଅପେକ୍ଷାକୃତ ଭଲ ମାନର ପ୍ରସଙ୍ଗ ତିଆରି କରାଯାଇପାରିବ ।

ସହାୟକ ପଠନ

ସମ୍ପାଦନା
  • ଆଦର୍ଶ ଟିପ୍ପଣୀ ଓ ଚିଠା ନମୁନା ପୁସ୍ତକ. ଭୁବନେଶ୍ୱର. ଓଡ଼ିଆ ଭାଷା ପ୍ରତିଷ୍ଠାନ. ଅପ୍ରେଲ ୨୦୧୨. Retrieved ୧୯ ଜାନୁଆରୀ ୨୦୨୨. {{cite book}}: Check date values in: |accessdate= (help)