କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି! Face-smile.svg

ଆଦରର Hpsatapathy,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -- ଅଂଶୁମାନ ତାର ଯୋଡ଼ିବେ? ୦୨:୫୪, ୧୫ ଫେବୃଆରୀ ୨୦୧୪ (UTC)

ବିଷମ କଟକଗୁଣୁପୁରସମ୍ପାଦନ କରନ୍ତୁ

Hpsatapathy ଆଜ୍ଞା, ଆପଣଙ୍କ ଏ ପ୍ରସଙ୍ଗରେ ଆଗ୍ରହ ଦେଖି ଖୁସି ଲାଗୁଛି । ଆହୁରି ଅଧିକ ତଥ୍ୟ ଯୋଡ଼ି ଏ ଲେଖା ଯୋଡ଼ିଏ । କିଛି ଅସୁବିଧା ହେଲେ ପଚାରିବେ ନିଶ୍ଚେ ।--ସୁଭାସିସ ପାଣିଗାହି କଥା ୧୭:୧୮, ୨୮ ସେପ୍ଟେମ୍ବର ୨୦୧୪ (UTC)

ଆଜ୍ଞା,ବହୁତ ଧନ୍ୟବାଦ । ସପ୍ତାହର ବଛା ଛବି ଦେଖି ଖୁସି ଲାଗୁଛି । ଓତିଆ ଲେଖିବାରେ ଅସୁବିଧା ଦୂର କରିବାରେ ଆପଣଙ୍କ ସହାୟତା ଦରକାର । Hpsatapathy (ମୋ ଆଲୋଚନା) ୦୨:୩୪, ୨୯ ସେପ୍ଟେମ୍ବର ୨୦୧୪ (UTC)

କି କି ଅସୁବିଧା ହେଉଛି କହନ୍ତୁ । ତେବେ ଲେଖାଲେଖି ଅଧିକ କଲେ ଧୀରେ ଧୀରେ ସେ ଅସୁବିଧା ଦୂର ହେବ ବୋଲି ମୋର ବ୍ୟକ୍ତିଗତ ଅନୁଭୂତି କ ହୁଛି । --ସୁଭାସିସ ପାଣିଗାହି କଥା ୦୫:୦୩, ୨୯ ସେପ୍ଟେମ୍ବର ୨୦୧୪ (UTC)

ପ୍ରଧାନପୃଷ୍ଠାରେ ଆପଣଙ୍କ ଛବିସମ୍ପାଦନ କରନ୍ତୁ

ପ୍ରିୟ ହରିହର ବାବୁ, ଉଇକିମିଡ଼ିଆ କମନ୍ସରେ ଆପଣ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ରଖିଥିବା ଛବିଟି ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଆ ଉଇକିପିଡ଼ିଆର ପ୍ରଧାନପୃଷ୍ଠାରେ ସପ୍ତାହର ବଛା ଛବି ଭାବେ ରଖାଯାଉଛି :) ଏହି ଅବସରରେ ଉଇକିମିଡ଼ିଆପ୍ରକଳ୍ପଗୁଡ଼ିକରେ ଆପଣଙ୍କ ଅବଦାନ ନିମନ୍ତେ ଧନ୍ୟବାଦ ଜଣାଇବା ସହ ପୁଣିଥରେ ସ୍ଵାଗତ ଜଣାଉଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୩୩, ୨୮ ସେପ୍ଟେମ୍ବର ୨୦୧୪ (UTC)

ଆଜ୍ଞା,ବହୁତ ଧନ୍ୟବାଦ । ସପ୍ତାହର ବଛା ଛବି ଦେଖି ଖୁସି ଲାଗୁଛି । ଓତିଆ ଲେଖିବାରେ ଅସୁବିଧା ଦୂର କରିବାରେ ଆପଣଙ୍କ ସହାୟତା ଦରକାର । ହରିହର Hpsatapathy (ମୋ ଆଲୋଚନା) ୦୨:୩୨, ୨୯ ସେପ୍ଟେମ୍ବର ୨୦୧୪ (UTC)

ପ୍ରିୟ Hpsatapathy ବାବୁ ଓଡ଼ିଆ ଲେଖିବାରେ କ'ଣ ଅସୁବିଧା ହେଉଛି, ଦୟାକରି ଜଣାନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୦୨, ୨୯ ସେପ୍ଟେମ୍ବର ୨୦୧୪ (UTC)

A cup of coffee for you!ସମ୍ପାଦନ କରନ୍ତୁ

  ହରିହର ବାବୁ,

ଉଇକିପିଡିଆରେ ରାୟଗଡା ଜିଲ୍ଲା ବାବଦରେ ଆପଣଙ୍କ ଅବଦାନ ଦେଖି ବହୁତ ଖୁସି ଲାଗୁଛି । ଏଣୁ ଆପଣଙ୍କ ପାଇଁ କପେ କଫି । ଶିତିକଣ୍ଠ (ଆଲୋଚନା) ୦୬:୫୩, ୩ ଅକ୍ଟୋବର ୨୦୧୪ (UTC)

ଆଉ ଏକ କଥା ପଚାରିବା ପାଇଁ ଭୁଲିଗଲି, ଯୁକ୍ତାକ୍ଷର ଲେଖିବାରେ କିଛି ଅସୁବିଧା ହେଉଛି କି ? କାରଣ ଆପଣ ଅନେକ ସ୍ଥାନରେ 'ଂ ବ୍ୟବହାର କରିଛନ୍ତି । ଅବଶ୍ୟ ଏଥିରେ କିଛି ଅସୁବିଧା ନାହିଁ । :) --ଶିତିକଣ୍ଠ (ଆଲୋଚନା) ୦୬:୫୮, ୩ ଅକ୍ଟୋବର ୨୦୧୪ (UTC)

ଆଜ୍ଞା, ଧନ୍ୟବାଦ, ଆପଣଙ୍କ ପ୍ରେରଣା ମୋ ପାଇଁ ବହୁତ ମୂଲ୍ୟବାନ । Hpsatapathy (ମୋ ଆଲୋଚନା) ୧୧:୪୪, ୩ ଅକ୍ଟୋବର ୨୦୧୪ (UTC)

A barnstar for you!ସମ୍ପାଦନ କରନ୍ତୁ

  The Editor's Barnstar
ପ୍ରିୟ ହରିହର ବାହୁ,

ଖୁବ କମ ଦିନରେ ଆପଣଙ୍କ ଅବଦାନ ଓ ଆଗ୍ରହ ଦେଖି ବହୁତ ଖୁସି ଲାଗୁଛି, ଆଶା କରୁଛି ଆଗକୁ ମଧ୍ୟ ଏମିତି ଜାରି ରଖିବେ। ମୋ ତରଫରୁ ଏ ଛୋଟିଆ ଉପହାର :) ଆଦିତ୍ୟ ମହାର (ଆଲୋଚନା) ୦୫:୫୬, ୧୦ ଅକ୍ଟୋବର ୨୦୧୪ (UTC)

ବହୁତ ଧନ୍ୟବାଦ ମହାଶୟ । ଓଡିଆ ଉଇକି ଟାମ୍ପଲେଟ୍‌ସ୍ ବ୍ୟବହାର ବିଷୟରେ ଜାଣିବାକୁ ଚାହେଁ । Hpsatapathy (ମୋ ଆଲୋଚନା) ୦୭:୪୦, ୧୦ ଅକ୍ଟୋବର ୨୦୧୪ (UTC)


  • ହରିହର ବାବୁ, ଆପଣ କଣ ଗୁଣୁପୁରରେ ରହନ୍ତି କି ?--ଶିତିକଣ୍ଠ (ଆଲୋଚନା) ୧୪:୧୮, ୧୦ ଅକ୍ଟୋବର ୨୦୧୪ (UTC)
ଧନ୍ୟବାଦ ମହାଶୟ । ଗତ ଦୁଇ ବର୍ଷ ପାଇଁ ମୁଁ ଗୁଣୁପୁରରେ ରହୁଥିଲି, ବର୍ତ୍ତମାନ ରାୟଗଡ଼ାରେHpsatapathy (ମୋ ଆଲୋଚନା) ୦୩:୦୭, ୧୧ ଅକ୍ଟୋବର ୨୦୧୪ (UTC)
ମୁଁ ବି କିଛି ବର୍ଷ ଗୁଣୁପୁରରେ ଥିଲି । ଏଣୁ 'ଗୁଣୁପୁର' ବାବଦରେ ଆପଣଙ୍କ ଆଗ୍ରହ ଦେଖି ପଚାରିଲି । :)--ଶିତିକଣ୍ଠ (ଆଲୋଚନା) ୧୩:୦୧, ୧୫ ଅକ୍ଟୋବର ୨୦୧୪ (UTC)
ଧନ୍ୟବାଦ । ମୋ ପ୍ରଶ୍ନଟି ପ୍ରାସଙ୍ଗିକ ହୋଇ ନ ପାରେ । ତେବେ ଭାରି ଇଚ୍ଛା ହେଉଛି ପଚାରିବାପାଇଁ ଯେ, ଗୁଣୁପୂରରେ ଆପଣଙ୍କର ସ୍ନାତକ/ସ୍ନାତକୋତ୍ତର ଶିକ୍ଷା ସଂପନ୍ନ ହୋଇଛି କି ?--Hpsatapathy (ମୋ ଆଲୋଚନା) ୧୫:୦୯, ୧୫ ଅକ୍ଟୋବର ୨୦୧୪ (UTC)
ନାଁ ସାର କେବଳ +୨ ମୋର ଗୁଣୁପୁରରେ । ମୁଁ ଫେସବୁକରେ ଆପଣଙ୍କ ସହ ଯୋଗାଯୋଗ କରୁଛି ।--ଶିତିକଣ୍ଠ (ଆଲୋଚନା) ୧୭:୧୯, ୧୭ ଅକ୍ଟୋବର ୨୦୧୪ (UTC)

"Judgeship of Rayagada "ର ଓଡିଆ ଅନୁବାଦ କ'ଣ ?ସମ୍ପାଦନ କରନ୍ତୁ

"Judgeship of Rayagada "ର ଓଡିଆ ଅନୁବାଦ କ'ଣ ? ଏହି ବାବଦରେ ଥିବା ଦ୍ଵନ୍ଦର ସମାଧାନ ନିମନ୍ତେ ଆଲୋଚନା ପୃଷ୍ଠାରେ ନିଜ ମତ ଲେଖନ୍ତୁ । Hpsatapathy (ମୋ ଆଲୋଚନା) ୧୨:୦୪, ୬ ନଭେମ୍ବର ୨୦୧୪ (UTC)

ରାୟଗଡ଼ା ପାଇଁ ଆପଣଙ୍କ ଅବଦାନ ନିମନ୍ତେ ଅଶେଷ ସାଧୁବାଦସମ୍ପାଦନ କରନ୍ତୁ

  ଥକିଯାଉନଥିବା ଅବଦାନକାରୀ ବାର୍ଣ୍ଣଷ୍ଟାର
ଶତପଥୀ ବାବୁ, ସମାଜରେ ଗତକାଲି ଉମାଶଙ୍କର ଉପରେ ଯେଉଁ ଲେଖାଟି ବାହାରିଥିଲା ସେଥିରେ ଆପଣ ଆରମ୍ଭିଥିବା "ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁର" ଲେଖାରେ ଆଉ କିଛି ଯୋଡ଼ିଦିଅନ୍ତେ ନାହିଁ? ଆପଣ ରାୟଗଡ଼ା ଉପରେ ଅନେକ ଲେଖା ଲେଖୁଥିବାରୁ ମୁଁ ଆପଣଙ୍କୁ ଏ ଲେଖାଟି ଏଇ ଲିଙ୍କରୁ ନେଇ ନୂଆ ଲେଖାଟିଏ ଆରମ୍ଭିଲେ ଭଲ ହୁଅନ୍ତା ।ସୁଭାସିସ ପାଣିଗାହି (ଆଳାପ) ୦୫:୫୪, ୯ ମାର୍ଚ୍ଚ ୨୦୧୫ (UTC)

ଉଇକିପିଡ଼ିଆ:ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ସମ୍ପାଦନ କରନ୍ତୁ

ଉଇକିପିଡିଆ ରେ ଆପଣଙ୍କ ଲେଖା ଭାରି ଉନ୍ନତ ଧରଣର ଆପଣ ଯଦି ଉଇକିପିଡ଼ିଆ:ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ଭାଗ ନିଅନ୍ତେ ତାହାଲେ ଭଲ ଲାଗନ୍ତା ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୪:୨୩, ୧୦ ମାର୍ଚ୍ଚ ୨୦୧୫ (UTC)

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ସମ୍ପାଦନ କରନ୍ତୁ

  ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ପାଇଁ ଏକ Barnstar
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ରେ ଆପଣଙ୍କ ଯୋଗଦାନ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏମିତି ସୁନ୍ଦର ସୁନ୍ଦର ଲେଖା ଲେଖୁଥାନ୍ତୁ ଓ ଓଡିଆ ଉଇକି କୁ ଆଗକୁ ବଢାନ୍ତୁ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୬:୦୭, ୨୩ ମାର୍ଚ୍ଚ ୨୦୧୫ (UTC)

A barnstar for you!ସମ୍ପାଦନ କରନ୍ତୁ

  The Original Barnstar
ରାୟଗଡା ଜିଲ୍ଲା, ବଂଶଧାରା ନଦୀ, ଗୁଣପୁର ହାଇସ୍କୁଲ ଆଉ ଗୁଡ଼ାରୀ ଭଳି ସୁନ୍ଦର ପ୍ରସଙ୍ଗ ତିଆରି କରିଥିବାରୁ ଅନେକ ଅନେକ ଧନ୍ୟବାଦ ଆଉ ମୋ ତରଫରୁ ଏହି କୁନି ଭେଟିଟିଏ । ଶିତିକଣ୍ଠ (ଆଲୋଚନା) ୧୮:୨୧, ୧୨ ଜୁନ ୨୦୧୫ (UTC)

Some masala mudhi for you!ସମ୍ପାଦନ କରନ୍ତୁ

  ସହଯୋଗ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍ Santosh.mbahrm (ମୋ ଆଲୋଚନା) ୧୫:୩୭, ୬ ଜୁଲାଇ ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣସମ୍ପାଦନ କରନ୍ତୁ

--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)

ଆଇନ ବ‌ହି ଉଇକିପାଠାଗାରରେସମ୍ପାଦନ କରନ୍ତୁ

ହରିହର ବାବୁ, ମୋର ବ‌ହୁତ ଇଚ୍ଛା IPC ଓ crpc ଦୁଇଟି ଓଡ଼ିଆରେ ରହୁ । ଏହା କପିରାଇଟରେ ଅଛି କି ? ଆମେ ଲେଖିବାରେ ଅସୁବିଧା ହେବ କି । --Subas Chandra Rout (ମୋ ଆଲୋଚନା) ୧୮:୩୬, ୨୩ ଫେବୃଆରୀ ୨୦୧୬ (IST)

ବ‌ହି ଦୁଇଟି ଆପଣ ଯୋଗାଡ଼ କରିପାରିବେକି ? ଯୋଗାଡ଼ ହେଲେ ତାକୁ ସ୍କାନ କରି ଆମେ ଲେଖିଦିଅନ୍ତେ । ଆପଣଙ୍କ ପାଇଁ ତ ଅତି ସ‌ହଜ ହୁଅନ୍ତା । ଏହା ପ୍ରକୃତ ଜନ ସାଧାରଣଙ୍କ ନିମନ୍ତେ ଉପକାରୀ ହୁଅନ୍ତା ।--Subas Chandra Rout (ମୋ ଆଲୋଚନା) ୧୭:୪୩, ୨୪ ଫେବୃଆରୀ ୨୦୧୬ (IST)

ସାର୍, ଯଦି ଇଂରାଜୀ ବହି ସ୍କାନ୍ ହେବ, ମୋ ପାଖରେ ଅଛି । ଏ ବାବଦରେ ମୁଁ ସ୍କାନିଂଗ୍ ଆରମ୍ଭ କରିବି । Hpsatapathy (ମୋ ଆଲୋଚନା) ୧୯:୧୩, ୨୪ ଫେବୃଆରୀ ୨୦୧୬ (IST)

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣସମ୍ପାଦନ କରନ୍ତୁ

 
ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧସମ୍ପାଦନ କରନ୍ତୁ

  ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?)  

CIS-A2Kର ଆଗାମୀ ବର୍ଷର କାର୍ଯ୍ୟ ପାଇଁ ସର୍ଭେ।ସମ୍ପାଦନ କରନ୍ତୁ

ନମସ୍କାର ହରିହର ସାର, ଆଗାମୀ ବର୍ଷର କାର୍ଯ୍ୟ ପାଇଁ ଏହା CIS-A2Kର ଗୋଟେ ସର୍ଭେ। ଆପଣ ଚାହିଁଲେ ଯେକୌଣସି ପ୍ରଶ୍ନର ଉତ୍ତର ଦେଇପାରିବେ କିମ୍ବା ଅଗ୍ରାହ୍ୟ କରିପାରିବେ। ଯଦି ଆପଣ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ଏଠାରେ ଦେବାକୁ ଚାହୁଁନାହାନ୍ତି, ତେବେ ମତେ ଇମେଲ(sailesh.patnaik007 gmail.com), ଫୋନ୍ (୭୫୩୭୦୯୭୭୭୦) କିମ୍ବା ସ୍କାଇପ୍ ଦ୍ୱାରା ଉତ୍ତର ପଠେଇ ପାରିବେ। ଆପଣ ରବିବାର ସନ୍ଧ୍ୟାରେ ହେଉଥିବା IRCରେ ମଧ୍ୟ ଭାଗ ନେଇ ନିଜ ମତ ରଖିପାରିବେ।

  • ଏହି ବର୍ଷ CIS-A2K ଦ୍ୱାରା କରାଯାଇଥିବା କାର୍ଯ୍ୟ ଓଡ଼ିଆ ଉଇକିପିଡ଼ିଆ ସମୁଦାୟ ଉପରେ କିପରି ପ୍ରଭାବ ପକେଇଛି?
  • ଆପଣଙ୍କ ମତରେ ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆର ସ୍ଥିତି କଣ ଅଛି? ଏଥିରେ CIS-A2Kର କାର୍ଯ୍ୟର କିଛି ପ୍ରଭାବ ପଡ଼ିଛି କି? (ନୁଆ ଉଇକିଆଳି ଆସିବା, ନୂତନ ପ୍ରକଳ୍ପ କିମ୍ବା ନୂତନ ସମୁଦାୟ ଆରମ୍ଭ ହେବା ଇତ୍ୟାଦି...)
  • କେଉଁ କ୍ଷେତ୍ରରେ CIS-A2K ଅଧିକ ଧ୍ୟାନ ଦେବା ଦରକାର ଏବଂ କେଉଁ କାର୍ଯ୍ୟ କରିବାରେ ଆମେ ବିଫଳ ହେଇଛୁ?
  • CIS-A2K, ସମୁଦାୟ କୁ କିପରି ଅଧିକ ସାହାଯ୍ୟ କରିପାରିବ?
  • ଓପେନ୍ ସୋର୍ସ, ଓପେନ୍ ମାପ୍ସ କିମ୍ବା ଅନ୍ୟ ଓପେନ ପ୍ରକଳ୍ପ ଦ୍ୱାରା CIS-A2K କିପରି ସମୁଦାୟର ସହାୟତା କରିପାରିବ?
  • ଏହି ବର୍ଷ ଆପଣ CIS-A2Kକୁ ଓଡ଼ିଆ ଉଇକିପିଡ଼ିଆ ପାଇଁ କେଉଁ କାମ କରିବା ପାଇଁ ପରାମର୍ଶ ଦେବ? (ଅଧିକ କର୍ମଶାଳା, ଗଣସମ୍ପାଦନା, GLAM ପ୍ରକଳ୍ପ, ନୁଆ ଟୁଲ ତିଆରି କରିବା, ଇତ୍ୟାଦି....)--

ଶୈଳେଶ (କିଛି ପଚାରିବେ?)   ୨୦:୨୮, ୬ ମାର୍ଚ୍ଚ ୨୦୧୭ (IST)

A barnstar for you!ସମ୍ପାଦନ କରନ୍ତୁ

  The Editor's Barnstar
ଆପଣଙ୍କର ଉଇକିପିଡ଼ିଆ ରେ ଏତେ ଭଲ ଅବଦାନ ପାଇଁ ମୋ ତରଫରୁ ଏ ଛୋଟ ଉପହାର ଟିଏ ଗ୍ରହଣ କରନ୍ତୁ ସାର ।
Aliva Sahoo (ମୋ ଆଲୋଚନା) ୦୮:୨୬, ୧ ଜୁଲାଇ ୨୦୧୭ (IST)

Daha Balungaସମ୍ପାଦନ କରନ୍ତୁ

ସ୍ବାଗତମ ମହର୍ଗ Hpsatapathy! Can you make article in Oriya and English about Oriya movie Daha Balunga, which playedd Jackie Shroff [୧] and find poster? If you make this article, i will be grateful! Thank u! --89.110.6.207 ୧୮:୨୮, ୨୮ ଅଗଷ୍ଟ ୨୦୧୭ (IST)

ଗୋପାଳବଲ୍ଲଭ ପଟ୍ଟନାୟକସମ୍ପାଦନ କରନ୍ତୁ

ଆଜ୍ଞା ନମସ୍କାର । ଆଶା ଭଲରେ ଥିବେ । ଗୋପାଳବଲ୍ଲଭ ପଟ୍ଟନାୟକ ପ୍ରସଙ୍ଗଟା ଟିକେ ଦେଖିବେ । ଇଂରାଜୀ ପ୍ରସଙ୍ଗରୁ ଅନୁବାଦ କରିକି ଲେଖିଛି । ଜଜମେଣ୍ଟ ଗୁଡିକ ଅନୁବାଦ କରି ପାରିଲି ନାହିଁ । ସମୟ ମିଳିଲେ ଯଦି ସେଗୁଡିକ ଆପଣ ଅନୁବାଦ କରିପାରନ୍ତେ, ଭଲ ହୁଅନ୍ତା । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୭:୨୯, ୩୧ ଅଗଷ୍ଟ ୨୦୧୭ (IST)

ଧନ୍ୟବାଦ ଆଜ୍ଞା । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୫୯, ୮ ସେପ୍ଟେମ୍ବର ୨୦୧୭ (IST)

A barnstar for you!ସମ୍ପାଦନ କରନ୍ତୁ

  The Original Barnstar
ହରିହର ବାବୁ, ଆପଣ ସବୁବେଳେ ସୁନ୍ଦର ପ୍ରସଙ୍ଗମାନ ଲେଖି ଆମ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରିଆସିଛନ୍ତି । ମତେ ବ୍ୟକ୍ତିଗତଭାବେ ଆପଣଙ୍କ ଲେଖାଗୁଡ଼ିକ ପୂର୍ଣ୍ଣାଙ୍ଗ ଓ ଜ୍ଞାନବର୍ଦ୍ଧକ ଲାଗେ । ଲେଖିଚାଲନ୍ତୁ । ଧନ୍ୟବାଦ । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୨୧, ୨୩ ଅପ୍ରେଲ ୨୦୧୮ (IST)

Hpsatapathy Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୩:୨୬, ୨୩ ଜୁନ ୨୦୧୮ (IST)

Hpsatapathy Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୦:୨୪, ୨୪ ଜୁନ ୨୦୧୮ (IST)

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧସମ୍ପାଦନ କରନ୍ତୁ

  ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
  ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନାରେ ଯୋଗଦାନ ପାଇଁ ଧନ୍ୟବାଦସମ୍ପାଦନ କରନ୍ତୁ

 

 

ଆପଣଙ୍କ ପାଇଁ କିଛି ସେଉ ବୁନ୍ଦିଆ

ହରିହର ସାର,
ଭାରତୀୟ ସ୍ୱାଧୀନତା ଦିବସ ଗଣ-ସମ୍ପାଦନା, ୨୦୧୮ରେ ଆପଣଙ୍କର ଯୋଗଦାନ ପାଇଁ ଅଶେଷ ସାଧୁବାଦ । ଆପଣଙ୍କର ଏହି ଯୋଗଦାନ ଫଳରେ ଏହି ୮ ଦିନରେ ସ୍ୱାଧୀନତା ସଂଗ୍ରାମ ସ‌ହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ ୪୨ଟି ପ୍ରସଙ୍ଗ ଗଢ଼ାଯାଇଛି ବା ଉନ୍ନତ କରାଯାଇଛି । ତନ୍ମଧ୍ୟରୁ ୩୦ ଗୋଟି ନୂଆ ପ୍ରସଙ୍ଗ ଆରମ୍ଭ ହେବା ସ‌ହିତ ୧୨ଟି ପୁରୁଣା ପ୍ରସଙ୍ଗକୁ ଉନ୍ନତ କରାଯାଇଛି । ଏହି ଗଣ-ସମ୍ପାଦନାକୁ ସଫଳ କରିଥିବା ଖୁସିରେ ଅଗଷ୍ଟ ୧୫ରୁ ବଞ୍ଚେଇ ରଖିଥିବା ସେଉ-ବୁନ୍ଦିଆ ଟିକେ ଖାଆନ୍ତୁ ।-ଗପୁ (ମୋ ଆଲୋଚନା) ୧୫:୩୧, ୨୧ ଅଗଷ୍ଟ ୨୦୧୮ (IST)

୩୦୦ ପ୍ରସଙ୍ଗ ସମ୍ପୂର୍ଣ୍ଣ ହେବା ଖୁସିରେ ପାନ ପଠେଇଲିସମ୍ପାଦନ କରନ୍ତୁ

  ହରି ସାର,

ଉଇକିପିଡିଆରେ ଆପଣଙ୍କର ୩୦୦ ପ୍ରସଙ୍ଗ ସମ୍ପୂର୍ଣ୍ଣ ହୋଇଥିବାରୁ ଅଶେଷ ସାଧୁବାଦ ଆଉ ଖୁସିରେ ଦୁଇଖଣ୍ଡ ମିଠାପନ ପଠାଇଲି ।--ଗପୁ (ମୋ ଆଲୋଚନା) ୦୫:୪୬, ୨୯ ନଭେମ୍ବର ୨୦୧୮ (IST)

ଧନ୍ୟବାଦସମ୍ପାଦନ କରନ୍ତୁ

ହରି ସାର, ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮ରେ ଭାଗ ନେଇ ଦୁଇଟି ନୂତନ ପୃଷ୍ଠା ତିଆରି କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ସୌମେନ୍ଦ୍ର (ମୋ ଆଲୋଚନା) ୨୨:୩୫, ୧ ଡିସେମ୍ବର ୨୦୧୮ (IST)

A barnstar for you!ସମ୍ପାଦନ କରନ୍ତୁ

  The Original Barnstar
ଧନ୍ୟବାଦ ସାର Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୫୪, ୧୮ ଡିସେମ୍ବର ୨୦୧୮ (IST)

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣସମ୍ପାଦନ କରନ୍ତୁ

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯
ନମସ୍କାର,
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍‌ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ ।

ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ ।

--ସଂଗ୍ରାମ କେଶରୀ ସେନାପତି (ଗପୁ) (ମୋ ଆଲୋଚନା) ୨୩:୫୩, ୧୯ ଫେବୃଆରୀ ୨୦୧୯ (IST)

ଧନ୍ୟବାଦସମ୍ପାଦନ କରନ୍ତୁ

  The India Barnstar
୨୦୧୯ ନିର୍ବାଚନ ସମୟରେ ୧୭ଶ ଲୋକ ସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ପୃଷ୍ଠାଟି ଗଠନ କରିଥିବାରୁ ଅନେକ ଅନେକ ଧନ୍ୟବାଦ । -ସୌମେନ୍ଦ୍ର (ମୋ ଆଲୋଚନା) ୨୦:୦୧, ୫ ଜୁନ ୨୦୧୯ (IST)

Project Tiger 2.0ସମ୍ପାଦନ କରନ୍ତୁ

Sorry for writing this message in English - feel free to help us translating it

ମାତୃଭାଷା ଦିବସ ଗଣ-ସମ୍ପାଦନାରେ ଆପଣଙ୍କର ସମ୍ପାଦନା ତଥା ସହଯୋଗ ପାଇଁ ସାଧୁବାଦ ଜଣାଉଛି । -ଗପୁ (ମୋ ଆଲୋଚନା) ୨୩:୩୦, ୮ ମାର୍ଚ୍ଚ ୨୦୨୦ (IST)

ଧନ୍ୟବାଦସମ୍ପାଦନ କରନ୍ତୁ

  ଥକୁନଥିବା ଅବଦାନକାରୀ ବାର୍ଣ୍ଣଷ୍ଟାର
ଆପଣଙ୍କ ସମୟ ପାଇଁJnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୪:୦୧, ୨୯ ଅପ୍ରେଲ ୨୦୨୦ (IST)