ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୧୯


ଓଡ଼ିଆ ଇନପୁଟ ମେଥଡ଼ରେ ପରିବର୍ତ୍ତନ ସମ୍ପାଦନା

ନିଖିଳ ମୋହନ ପଟ୍ଟନାୟକ ବାବୁ କରିଥିବା ମେଲ୍‌ଟିଏ ରେ ଗୋଟିଏ ଜରୁରୀ କଥା ଉଠାଇଥିଲେ । ତାଙ୍କ ମତରେ କେବଳ ଇନସ୍କ୍ରିପ୍ଟ ମେଥଡ଼ ହିଁ ମାନକ ହୋ‍ଇଛି ତେଣୁ ତାକୁ ହିଁ ବ୍ୟବହାର କରିବା ଓ ପ୍ରଚାର-ପ୍ରସାର କରିବା ଲାଗି ସେ ମତ ଦେଇଥିଲେ । କିନ୍ତୁ ଇନସ୍କ୍ରିପ୍ଟ ଶିଖିବା ଏକେ ତ ନୂଆ ବ୍ୟବହାରକାରୀଙ୍କ ପାଇଁ ସହଜ ନୁହେଁ ପୁଣି ଭୁଲିଯିବା ମଧ୍ୟ ସ୍ୱାଭାବିକ । ଏଣୁ ଇଂରାଜୀ ସହ ଖାପ ଖାଉଥିବା ଫୋନେଟିକ ବ୍ୟବସ୍ଥା ନିତାନ୍ତ ଆବଶ୍ୟକ । କିନ୍ତୁ ପ୍ରଶ୍ନ ହେଉଛି, କେଉଁ ଫୋନେଟିକ? ଯେତେ ଓଡ଼ିଆ ଟାଇପିଂ ସଫ୍ଟୱେର ରହିଛି ସବୁର ନିଜ ନିଜର ଫୋନେଟିକ । କେଉଁଥିରେ t ରେ ’ତ’ ଓ T ରେ ’ଥ’ ରହୁଛି ତ କିଛି ରେ T ରେ ’ଠ’ ରହୁଛି । ଏତେ ପ୍ରକାର ଫୋନେଟିକ ହେଲେ ଯିଏ ଆସିଲେ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସ୍ୱାଭାବିକ । ମୋ ମତରେ ଆମେ ଗୋଟେ ଫୋନେଟିକ ବ୍ୟବସ୍ଥାକୁ ମାନକ କରିବା । ଏଇଟା ସରକାରୀ ମାନକ ନ ହେଲେ ବି, ଉଇକିପିଡ଼ିଆର ଟାଇପିଂ ବ୍ୟବସ୍ଥା, ଟାଇପଓଡ଼ିଆ ଓ ଉଇକିଆଳିଙ୍କ ଦ୍ୱାରା ତିଆରି ବିଭିନ୍ନ ଟୁଲରେ ଏଇ ଫୋନେଟିକ ବ୍ୟବସ୍ଥା ରହିବ । ଆମେ କିଛି ଉଇକିଆଳି ଗୋଟେ ଅପ୍ରାନ୍ତ ପରି ଗୋଟେ ପୁରା ପ୍ୟାକେଜ ବି କରିବୁ ଯେଉଁଥିରେ ଟାଇପିଂ ଲାଗି ସଫ୍ଟୱେର, ଫଣ୍ଟ,, ସ୍ପେଲ ଚେକର ଆଦି ରହିବ: ଏଥିରେ ବି ସେଇ ଫୋନେଟିକ ମେଥଡ଼ ରଖିବା । ତେବେ କେଉଁ ଲେଆଉଟ ବ୍ୟବହାର କରିବା, ମତାମତ ଦବାକୁ ଅନୁରୋଧ ।

ମୋ ମତରେ ଆଇଟ୍ରାନ୍ସ (iTrans) ବ୍ୟବସ୍ଥା ବେଶ ଉପଯୋଗୀ । ଅଶୀ ଦଶକରେ ଇଂରାଜୀ ଲିପିରେ ସଠିକ ହିନ୍ଦୀ ଓ ସଂସ୍କୃତ ଲେଖିବା ପାଇଁ ଏହା ଆବିଷ୍କୃତ ହୋ‍ଇଥିଲା । ଏହା ବେଶ୍ ପୁରୁଣା, ମାନକ, ବିଜ୍ଞାନସିଦ୍ଧ, ପ୍ରାୟ ଅସୁବିଧା ସବୁ ଠିକ କରାଯାଇ ସାରିଛି ଓ ଏହା ଓପନ ସୋର୍ସ । ହିନ୍ଦୀ ଲାଗି ଅନେକ ସଫ୍ଟୱେର ଏହାକୁ ବ୍ୟବହାର କରୁଛନ୍ତି । ତା ଛଡ଼ା ଅନେକେ ଇଂରାଜୀ ଲିପିରେ ହିନ୍ଦୀ କିମ୍ବା ଓଡ଼ିଆ ଲେଖିଥିଲେ ସହଜରେ କନଭର୍ଟ କରିହେବ । Coldbreeze16 (ମୋ ଆଲୋଚନା) ୧୮:୩୧, ୧୫ ଅପ୍ରେଲ ୨୦୧୬ (IST)[reply]

  ସମର୍ଥନ ସମ୍ପାଦନା

ଏବେକାର ଟ୍ରାନ୍ସଲିଟରେସନ ପଦ୍ଧତିରେ ଥିବା କେତେକ ମୁଖ୍ୟ ଅସୁବିଧା ହେଲା:

  • ପୂର୍ଣ୍ଣଚ୍ଛେଦ '.' ବଦଳରେ 'shift+z'/ 'Z' ସ୍ଥାନରେ ଅଛି ।
  • ଡି଼ > ଡ଼ି, Diz ଲେଖିଲେ ଡି ଉପରେ ବିନ୍ଦୁ ଆସୁଛି, ତଳେ ଆସିବା ଉଚିତ । ଠିକ ସେହିଭଳି ଡା଼ > ଡ଼ା, ଢା଼ > ଢ଼ା, ଢି଼ > ଢ଼ି ହେବ ।
  • v = ଵ୍, w = ୱ୍ (ଏବେ ଯାହା ଅଛି, ତା'ର ଓଲଟା ହେବ ।) । vA = 'ୱ୍ଆ' ହେଉଛି, 'ୱା' ହେବାକଥା wA = 'ୱା' ହେବ, ve = 'ୱ୍ଏ' ହେଉଛି 'ୱେ' ହେବାକଥା we = 'ୱେ' ହେବ
  • 'kai = କୈ' ହେଉଥିବା ବେଳେ kau = 'କୌ' ହେଉନି
  • 'ke = କେ' ଓ 'kei = କେଇ' ହେଉଥିବା ବେଳେ ko = କୋ ହେଉଛି କିନ୍ତୁ kou = କୋଉ ହେଉନି
  • ଟ୍ରାନ୍ସଲିଟରେସନ ଟାଇପିଙ୍ଗରେ 'ର‍୍ୟ' ଲେଖିବାରେ ଅସୁବିଧା । 'kya = କ୍ୟ' ହେଉଥିବା ବେଳେ 'rya =ର୍ୟ' ଦେଖାଉଛି ।
    • ପ୍ରଥମ ନିୟମ:ଶବ୍ଦ ପୂର୍ବରୁ r ରହିଲେ ରେଫ ହେବ । ଉଦାହରଣ: rma = ର୍ମ, rYa = ର୍ଯ, rra = ର୍ର, rLa = ର୍ଳ (ମ, ଯ, ର, ଳ)
    • ଦ୍ଵିତୀୟ ନିୟମ:ଶବ୍ଦ ପରେ ya ରହିଲେ ୟ ଫଳା ହେବ । ଉଦାହରଣ: mya = ମ୍ୟ, Yya = ଯ୍ୟ, rya = ର୍ୟ, Lya = ଳ୍ୟ (ମ, ଯ, ର, ଳ)
      • rya = ର୍ୟ ପ୍ରଥମ ନିୟମ ଅନୁସାରେ କାମ କରୁଛି, ତେଣୁ 'ର‍୍ୟ' ଲେଖିବା ନିମନ୍ତେ କିଛି କି କମ୍ବିନେସନ ଅଛିକି ?

ତେଣୁ ଉପରୋକ୍ତ ସମସ୍ତ ଅସୁବିଧାକୁ ଦୂର କରିବା ନିମନ୍ତେ ଆଇଟ୍ରାନ୍ସ ବ୍ୟବସ୍ଥାକୁ ମାନକ ଭାବେ ବ୍ୟବହାର କରିବା ନିମନ୍ତେ ମୋର ସମର୍ଥନ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୦:୫୮, ୧୬ ଜୁନ ୨୦୧୬ (IST)[reply]

"ର‍୍ୟ" କଣ ଇନଷ୍କ୍ରିପ୍ଟରେ ଲେଖୁଛ? ମୁଁ ଇନଷ୍କ୍ରିପ୍ଟ ଓ ଲେଖନୀ ଉଭୟରେ ଚେଷ୍ଟାକଲି କିନ୍ତୁ ଲେଖିପାରିଲିନି । ଏଇଟା ଫଣ୍ଟଗତ ଅସୁବିଧା ନୁହେଁ ତ? "ର୍" "ୟ" ଲେଖିବାବେଳକୁ "ର୍ୟ" ହୋଇଯାଉଛି ।--ସୁଭାସିସ ପାଣିଘରି (ଆଳାପ) ୧୧:୪୩, ୨୮ ମଇ ୨୦୧୭ (IST)[reply]

  ବିରୋଧ ସମ୍ପାଦନା

  ଭିନ୍ନମତ ସମ୍ପାଦନା

  • ବର୍ତମାନ ମାଇକ୍ରୋସଫ୍ଟ ର ଇଣ୍ଡିକ ଇନପୁଟ ବ୍ୟବସ୍ଥା ସହଜ ରେ ଉପଲବ୍ଧ ଆଉ ଅଣବାଣିଜ୍ୟିକ ବ୍ୟବହାର ପାଇଁ ବିନା ଶୁଳ୍କ ରେ ବ୍ୟବହାର ଯୋଗ୍ୟ । ତାହା ନୂଆ କରି ଓଡିଆ ରେ ଟାଇପ କରୁଥିବା ଲୋକଙ୍କ ପାଇଁ ସହଜ ମଧ୍ୟ । ଯଦିଓ କିଛି ଯୁକ୍ତାକ୍ଷର ଏଥିରେ ସହଜ ରେ ହୁଏ ନାହି , କିଛି ଅଭ୍ୟାସ ଓ ଅଧ୍ୟୟନ ବଳ ରେ ତାହା ନ୍ଶ୍ଚାୟ ସମ୍ଭବ ହେବ । ତେବେ ଯଦି ଓଡିଆ ୱିକି ପାଇଁ ନିଜସ୍ଵ ଆପ୍ଲିକେସନ ବାହାର କରାଯାଇପାରେ ତାହା ସବୁଦିନ ପାଇଁ ଓଡିଆ ୱିକି କୁ ବଳିଷ୍ଠ କରିବା ପାଇଁ ସହାୟକ ହେବ ।

ପୁଣି ଗୋଟିଏ କଥା । ଯଦି କିଛି ନିଜସ୍ଵ ଆପ୍ଲିକେସନ ବାହାର କରା ଯାଇପାରେ , ସେଥିରେ ମାଇକ୍ରୋସଫ୍ଟ ୱାର୍ଡ ( MS Words ) ରେ ଥିବା ଏକ ଅତି ଉପଯୋଗୀ ବ୍ୟବସ୍ଥା ଅଟୋ କରେକ୍ଟ ( Auto Correct option ) ରାଖି ହେଲେ ତାହା ଶୀଘ୍ର ଟାଇପ କରିବାକୁ ଖୁବ ସହାୟକ ହେବ । ଯାଉମାନେ ସଠିକ ଭାବରେ auto correct ର ଉପଯୋଗ କରନ୍ତି ସେମାନେ ତାହାର ମଜା ଜାଣନ୍ତି । ବାରମ୍ବାର ବ୍ୟବହାର ହାଉଥିବା ସମସ୍ତ ଶବ୍ଦ କୁ ଥରକ ପାଇଁ auto correct ରେ save କରି ରଖିଦେଲେ ଟାଇପ ଖୁବ ସହଜ ହେଇଯାଏ । ମୁ ନିଜେ MSWord ରେ ଓଡିଆ ଟାଇପ କରିବା ପାଇଁ ଅନେକ auto correct ଶବ୍ଦ save କରି ତାହାର ପରିକ୍ଷ୍ୟା କରିଛି । ତେବେ ଏହି auto correct ବ୍ୟବସ୍ଥା ସିଧା ସଳଖ ୱିକି ରେ ଟାଇପ କଳା ବେଳେ ଉପଲବ୍ଧ ହେବନାହି । Susant purohit (ମୋ ଆଲୋଚନା) ୧୧:୪୨, ୧୮ ଅକ୍ଟୋବର ୨୦୧୬ (IST)[reply]

ସୁଶାନ୍ତ ବାବୁ, ଆପଣଙ୍କ ମତାମତ ସୁଚିନ୍ତିତ କିନ୍ତୁ ଏ ଆଲୋଚନାଟି ଆଗରୁ ଥିବା ଟ୍ରାନ୍ସଲିଟରେସନ ଲେଆଉଟରେ ରହିଥିବା କେତେକ ଭୁଲ ସୁଧାରିବା ବାବଦରେ । ଯଦି ଆପଣଙ୍କୁ ମାଇକ୍ରୋସଫ୍ଟର ଇଣ୍ଡିକ ଇନପୁଟ ସୁବିଧା ଲାଗୁଛି ତାହେଲେ ଜମାରୁ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ । ଉଇକିପିଡ଼ିଆରେ ଲେଖିବାବେଳେ କୌଣସି ନିର୍ଦ୍ଦିଷ୍ଟ ଇନପୁଟ ବିଧି ବ୍ୟବହାର କରିବା ଲାଗି କାହାକୁ ବାଧ୍ୟ କରାଯାଏ ନାହିଁ । ତେଣୁ କୌଣସି ଉଇକିଆଳି ତାଙ୍କ ପସନ୍ଦ ମୁତାବକ ଇନପୁଟ ବାଛିପାରିବେ ।--ସୁଭାସିସ ପାଣିଘରି (ଆଳାପ) ୦୫:୩୯, ୩ ନଭେମ୍ବର ୨୦୧୬ (IST)[reply]
  • @Coldbreeze16:, @MKar:, ଏଇ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାଟା କିଛି ବାଟ ଯାଇ ପୂରା ହୋଇନଥିବାରୁ ଆଉଥରେ ଟିକେ କଥା ହୋଇ ଗୋଟେ ନିଷ୍ଫତ୍ତି ନେବା ବୋଧେ ଠିକ ହେବ ।
    • ବାକି ଫୋନେଟିକ ବା ଇନଷ୍କ୍ରିପ୍ଟ୧ କୁ କାଢ଼ିବା କଷ୍ଟ (ଉଇକିମିଡ଼ିଆ ଇଞ୍ଜିନିୟରମାନେ ସବୁକୁ ରଖିବା ସପକ୍ଷରେ) । କିନ୍ତୁ ଆଗରୁ ଥିବା ଗୋଟେ ଇନପୁଟକୁ ବଦଳାଇବା ସମ୍ଭବ । ତେଣୁ ଆମେ ଏବେ ଥିବା ଟ୍ରାନ୍ସଲିଟରେସନଟିକୁ ଆଇଟ୍ରାନ୍ସ ଅନୁସାରେ ବଦଳାଇ ଦେବା କି? ଯଦି ହଁ ତାହେଲେ ଏଇଠି ଗୋଟେ ଟେବୁଲ କରି ସବୁଯାକ ନିୟମ (ଓଡ଼ିଆ ଅକ୍ଷର - ଇଂରାଜୀ ଅକ୍ଷର) ଗୋଟେ ଟେବୁଲ କରିଦେଲେ ଭଲ ହେବ । ସେଇ ଟେବୁଲ ଅନୁସାରେ ଆମେ ଉଇକିମିଡ଼ିଆ ଗିଠବରେ ଗୋଟେ ପୁଲ ଅନୁରୋଧ କରି ଏକାସାଙ୍ଗେ ସବୁ ବଦଳେଇଦେବା ।
    • କିଛି ଜାଗାରେ ଆମେ ଆଇଟ୍ରାନ୍ସରେ ଟିକେ ବଦଳ କରିବା କି? ଯଥା ଅନେକ ଓଡ଼ିଆ "ଗୌରବ"କୁ "gauraba" ବଦଳରେ "gouraba" ଲେଖିବେ । ତେଣୁ "au" ଓ "ou" ପାଇଁ " ୌ" ରଖିବାକୁ ପଡ଼ିବ । --ସୁଭାସିସ ପାଣିଘରି (ଆଳାପ) ୧୧:୪୦, ୨୮ ମଇ ୨୦୧୭ (IST)[reply]
ଶିତିକଣ୍ଠ ଗତବର୍ଷ ଗିଠବରେ ଏବାବଦରେ ଏକ ଅନୁରୋଧ କରିଥିଲେ, ସେହି ଅନୁରୋଧ କାର୍ଯ୍ୟକାରୀ ହେଲେ ଏବେ ଆମକୁ ଜଣାଥିବା ସବୁ ସମସ୍ୟାର ସମାଧାନ ହେଇଯିବ ବୋଲି ଆଶା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୪:୩୪, ୨୮ ମଇ ୨୦୧୭ (IST)[reply]
ହେଲା ତାହେଲେ । --ସୁଭାସିସ ପାଣିଘରି (ଆଳାପ) ୧୮:୫୭, ୨୮ ମଇ ୨୦୧୭ (IST)[reply]

ଫଳାଫଳ ସମ୍ପାଦନା

କାଲି ରାତିରେ ଅମିରଙ୍କ ସଙ୍ଗେ କଥାହୋଇ ଏଇ କାମଟି ହୋଇଗଲା । ଆଉ କିଛି ଅସୁବିଧା ଥିଲେ ସଭିଏଁ ଜଣେଇବେ । --ସୁଭାସିସ ପାଣିଘରି (ଆଳାପ) ୧୨:୫୪, ୫ ଜୁନ ୨୦୧୭ (IST)[reply]

ପାରସ୍ପରିକ ସହଯୋଗ ଭିତ୍ତି ରେ ଅଧିକ ଓଡିଆ ଅନୁବାଦ ସମ୍ପୂର୍ଣ କରିବା ବାବଦ ରେ ପ୍ରସ୍ତାବ ଟିଏ ସମ୍ପାଦନା

ୱିକିପୀଡିୟା ଓଡିଆ ରେ ଦେଖବାକୁ ମିଳେ ଯେ ଇଂରେଜୀ ୱିକି ରେ ଥିବା ଅନେକ ଲେଖା ର ଓଡିଆ ଭାଷାନ୍ତର ନ ଥାଏ । ଏ ପର୍ଯ୍ୟନ୍ତ ବହୁତ କମ ଓଡିଆ ଭାଷାନ୍ତର ରହିଛି । ତାହାର ସଂଖ୍ୟା ବୃଦ୍ଧି କରିବା ସହ ତାହାର ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧି କରିବାକୁ ଉଦ୍ୟମ ହେବା ଦରକାର । କିଛି ଓଡିଆ ଅନୁବାଦ ଅସମ୍ପୂର୍ଣ ରହିଥିବାର ଦେଖାଯାଏ । ଅନୁବାଦ କ୍ଷେତ୍ର ରେ ୩ ଟି ଦିଗ କୁ ଧ୍ୟାନ ଦେବା ଦରକାର ପଡେ । ୧। ଅନୁବାଦ ର ଭାଷା ଓଡିଆ ରେ ପ୍ରକୃତିକ ମାନେ ହାଉଥିବା ଦରକାର , ଇଂରେଜୀ ରେ ଥିବା ବିଷୟବସ୍ତୁ କୁ ଅତୁଟ ରାଖି । ତାହା ପଢିଲା ବେଳେ ମୂଳ ଓଡିଆ ଲେଖା ପଢିଲା ପରି ଲାଗିବା ଦରକାର । ତେଣୁ ବର୍ଣନା ସ୍ଵାଭାବିକ ରହିବା ଦରକାର । ୨. ଅନୁବାଦ କଳା ବେଳେ ମୂଳ ଇଂରେଜୀ ଲେଖା ର କିଛି ଅଦରକାରୀ ଲେଖା ଛାଡି ଦିଆ ଯାଇପାରିବ । କିମ୍ବା ଆଉ କିଛି ଦରକାରୀ ବିଷୟ ଯୋଡା ଯାଇ ପାରିବ । ତେଣୁ ଏହି ସବୁ ଛାଡିଦେବା ବିଷୟ ର reference କୁ ଅନୁବାଦ ରୁ ହଟେଇ ଦେବା ଦରକାର ଓ ନୂଆ ଜୋଡଣ ର reference ଯୋଡିବା ଦରକାର । ୩ ॰ ଅନୁଦିତ ଲେଖା ରେ ମଧ୍ୟ ନୂଆ କିଛି ସମ୍ପର୍କିତ ତଥା ନୂତନ ଚିତ୍ର ଦିଆ ଗଲେ ତାହା ଆହୁରି ଦରକାରୀ ଲେଖା ରେ ପରିଣତ ହେବ । ଆମ ଓଡିଆ ୱିକି ରେ ଅବଦାଙ୍କରୀ ଙ୍କ ମଧ୍ୟ ରେ କିଛି ଖୁବ ସୁନ୍ଦର ଅନୁବାଦ କରିବାର ଯୋଗ୍ୟତା ରଖନ୍ତି , ଆଉ କିଛି ରେଫରେନ୍ସ ବା ଆଧାର ଯୋଡିବା ବିଷୟ ରେ technically ବେସୀ ଜାଣନ୍ତି । କିଛି ବନ୍ଧୁ ଓଡିଆ ରେ ନିର୍ଭୁଲ ଟାଇପ କରିବାରେ ଅଭ୍ୟସ୍ତ । ଜଣେ ଭଲ ଭାବରେ ପ୍ରକୃତିକ ଭାଷା ରେ ଅନୁବାଦ କରିଯାଣୁଛନ୍ତି , ସେ ହୁଏତ technical ଦିଗ ଟି ଭଲ କରି କରି ପାରୁନଥିବେ ବା ଫୋଟୋ ସ୍ଥାନିତ କରି ପାରୁ ନଥିବେ । ତା ପରେ ଟାଇପଗତ ଭୁଲ ତ୍ରୁଟି ସଂଶୋଧନ ଭି ଦରକାର । ଏସବୁ ଜଣେ ବ୍ୟକ୍ତି କଳା ବେଳେ ଗୋଟିଏ ଅନୁବାଦ ପାଇଁ ୨/୩ ଦିନ ଲାଗିଯିବ । ଏଣୁ ମୋ ମତରେ ଆମେ ଯଦି ୩ ବ ୪ ଜଣଙ୍କୁ ନେଇ ଅନୁବାଦ ପାଇଁ ଗ୍ରୁପ କରିବା , ଜଣେ ଅନୁବାଦ କରିବେ , ଜଣେ ତାହାର technical ଦିଗ ଦେଖି ତାହାକୁ technical perfaction ଦେବେ ,ଆଉ ଜଣେ ସମ୍ପର୍କିତ ଫୋଟୋ ଖୋଜି ସ୍ଥାନିତ କରିବେ ,ଓଡିଆ ରେ ଟାଇପ କରିବାର ଧୁରନ୍ଧର ବନ୍ଧୁ ଜଣେ ଭୁଲ ତ୍ରୁଟି ସୁଧାରୀ ଦେବେ ତେବେ ଗୋଟିଏ ଗ୍ରୁପ ମାସକୁ ଅନ୍ୟୁନ ୧୦୦ ରୁ ବେସୀ ଅନୁବାଦ ସ୍ଥାନିତ କରି ପାରିବେ ।

ଏହା ମୋର ନିଜସ୍ଵ ମତ । ବନ୍ଧୁ ମାନଙ୍କୁ ଅନୁରୋଧ ସେମାନେ ଏହା ଉପରେ ଆଲୋଚନା କରନ୍ତୁ ଓ ନିଜର ମତ ରଖନ୍ତୁ । Susant purohit (ମୋ ଆଲୋଚନା) ୧୨:୧୨, ୧୮ ଅକ୍ଟୋବର ୨୦୧୬ (IST)[reply]

ଉଇକିଟୁଙ୍ଗି ପାଇଁ ଅଫଲାଇନ ପୁସ୍ତକାଳୟ ପାଇଁ ପ୍ରସ୍ତାବ ସମ୍ପାଦନା

ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆରେ ୩ଟି ଉଇକିଟୁଙ୍ଗି ଅଛି, ପୁରୀ ଟୁଙ୍ଗିରେ ପ୍ରତି ଦୁଇ ମାସରେ ଥରେ ମେଳଣ ହେଉଛି, ଭୁବନେଶ୍ୱର ଟୁଙ୍ଗିରେ ମାସକୁ ଥରେ। କେହି ଉଇକିଆଳି ଏହି ମେଳଣ ସମୟରେ କିଛି ପୁସ୍ତକର ସାହାୟତା ନେଇ ଉଇକିପିଡ଼ିଆ ରେ ଲେଖା ଲେଖିବାକୁ ସାହାଯ୍ୟ କରିବା ପାଇଁ ପ୍ରତିଟି ଟୁଙ୍ଗିରେ ଗୋଟେ ଲାଇବ୍ରେରୀ ର ପ୍ରସ୍ତାବ ଦେଉଛି। ତଳେ ଉଇକିଆଳି ମାନଙ୍କୁ ୧୦-୧୫ଟି ବ‌ହିର ନାମ ଲେଖିବାକୁ ଅନୁରୋଧ ଯେଉଁ ବ‌ହି ଗୁଡା ଏହି ଲାଇବ୍ରେରୀରେ ସ୍ତାନ ପାଇଲେ ଭଲ ହେବ।--ଶୈଳେଶ (ପଚାରିବେ କିଛି?)   ୧୬:୫୮, ୨ ନଭେମ୍ବର ୨୦୧୬ (IST) ଯଦି ଇଂରାଜୀ ରୁ ହିନ୍ଦୀ ଓ ଇଂରାଜୀ ରୁ ଓଡିଆ ଅଭିଧାନ ମିଳୁଥାଏ ତେବେ ତାହା ଯଦି ରଖାଯାଏ ଭାଷାନ୍ତର କାରୀ ମାନଙ୍କ ପାଇଁ ତାହା ଯଥେଷ୍ଟ କାର୍ଯ ରେ ଲଗନ୍ତା । ବିଶିଷ୍ଟ ପୁସ୍ତକ ବ୍ୟବସାୟୀ ମାନଙ୍କୁ ପଚାରିଲେ ସେମାନେ ସେ ବିଷୟ ରେ ନିଶ୍ଚୟ କହି ପାରିବେ । Susant purohit (ମୋ ଆଲୋଚନା) ୧୫:୪୮, ୧୪ ଡିସେମ୍ବର ୨୦୧୬ (IST)[reply]

IIMC କର୍ମଶାଳା ସମ୍ପାଦନା

ଆଗାମି ୩୧ ଜାନୁଆରିରେ, IIMC, ଢେଙ୍କାନାଳ ଠାରେ ଉଇକିପିଡ଼ିଆର କର୍ମଶାଳା ହେବାକୁ ଯାଉଛି। ଢେଙ୍କାନାଳ ଓ ଅନୁଗୁଲ ଠାରେ ଥିବା ଉଇକିଆଳିଙ୍କୁ ଭାଗ ନେବାକୁ ଅନୁରୋଧ କରୁଛି। କର୍ମଶାଳାରେ ଆଉ କଣ କରିହେବ ଏଠାରେ ଆଲୋଚନା କରନ୍ତୁ।--ଶୈଳେଶ (ପଚାରିବେ କିଛି?)   ୧୦:୩୩, ୨୨ ଜାନୁଆରୀ ୨୦୧୭ (IST)[reply]

ଲ୍ୟାପଟପ ର ଆବଶ୍ୟକତା ବାବଦରେ ସମ୍ପାଦନା

ନମସ୍କାର , ମୁଁ ଉଭୟ ଉଇକି ପେଡିଆ ଏବଂ ଉଇକି ସୋର୍ସ ପାଇଁ ଏକ ଲ୍ୟାପଟପ ଆବଶ୍ୟକତା ଚାହୁଁଛି । ମୁଁ ପ୍ରାୟତଃ ବର୍ଷେ ହେଲା ମୋବାଇଲ ଫୋନରେ ଏଡିଟିଂ ଏବଂ ନୂଆ ନୂଆ ଆର୍ଟିକିଲ ଲେଖି ଆସୁଛି । କିନ୍ତୁ ମୋବାଇଲରେ ଏଡିଟିଂ କରିବା ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ତେଣୁ କିପରି ଏକ ଲ୍ୟାପଟପ ପାଇ ପାରିବି ବାଟ ବତାନ୍ତୁ । ଧନ୍ୟବାଦ ।--Aliva Sahoo (ମୋ ଆଲୋଚନା) ୨୩:୪୮, ୩୧ ଜାନୁଆରୀ ୨୦୧୭ (IST)[reply]

  ସମର୍ଥନ ସମ୍ପାଦନା

  1. ମୁଁ ଅଲିଭା ଙ୍କ ପ୍ରସ୍ତାବ କୁ ସମର୍ଥନ କରୁଛି । ଲାପଟପ ଟିଏ ଦିଆ ଯାଇ ପାରିଲେ ଅଲିଭା ଆହୁରି ଅଧିକ ଲେଖା ଓ ସମ୍ପାଦନା ସୂଚାରୁ ଭାବରେ କରିପାରନ୍ତେ । ପ୍ରଶାସକ ମାନେ ନିଶ୍ଚୟ କିଛି ଉପାୟ ବାହାର କରି ପାରିବେ । ମୋବାଇଲ ଦ୍ଵାରା ପୂର୍ଣାଙ୍ଗ ଲେଖା ଓ ଛବି ର ସମ୍ପାଦନା ସମ୍ଭବ ନୁହେ ।ଲ୍ଯାପଟପ ଟିଏ ତାଙ୍କୁ issue କରି ଦିଆ ଗଲେ ଓଡିଆ ଉଇକି ର ହିଁ ଲାଭ ହେବ । ଏ ବିଷୟ ରେ ପ୍ରଶାସକ ମାନଙ୍କୁ ଅନୁରୋଧ , କିଛି ବାଟ ଥିଲେ ଚେଷ୍ଟା କରନ୍ତୁ। Susant purohit (ମୋ ଆଲୋଚନା) ୧୪:୨୬, ୧ ଫେବୃଆରୀ ୨୦୧୭ (IST)[reply]
  2. ମୁଁ ମଧ୍ୟ ଏହି ପ୍ରସ୍ତାବ କୁ ସମର୍ଥନ କରୁଅଛି।ଅଲିଭା ଦିଦିଙ୍କ ପୂର୍ଵପରି ସକ୍ରିୟ ରହିବା ପାଇଁ ଓ ତାଙ୍କର ହେଉଥିବା ଅସୁବିଧାରୁ ଦୂରେଇବା ପାଇଁ ଯଦି ଲ୍ୟାପଟପ୍ ଟିଏ ଦରକାର, ତେବେ ଏ ବିଷୟରେ ଅନ୍ୟମାନେ ଦୃଷ୍ଟିପାତ କରିବା ଆବଶ୍ୟକ।pkp05(ମୋ ଆଲୋଚନା)
  3. ସମ୍ପୂର୍ଣ୍ଣ ସମର୍ଥନ । --ସୁଭାସିସ ପାଣିଘରି (ଆଳାପ) ୨୦:୨୪, ୧ ଫେବୃଆରୀ ୨୦୧୭ (IST)[reply]
  4. ସମର୍ଥନ -- Abha Pradhan (ଯୋଗାଯୋଗ କରନ୍ତୁ) |ଅବଦାନ) ୨୦:୪୮, ୧ ଫେବୃଆରୀ ୨୦୧୭ (IST)[reply]
  5. ପୂର୍ଣ୍ଣ ସମର୍ଥନ । ଏହି ସାହାର୍ଯ୍ୟ ଅଲିଭାଙ୍କ ଓଡ଼ିଆ ଉଇକିପିଡ଼ିଆ ପାଇଁ ନିଷ୍ଠା ଓ ଆଗ୍ରହ ଆହୁରି ଅଧିକ ବଢ଼ାଇବ ।--Pmsarangi (ମୋ ଆଲୋଚନା) ୧୦:୦୩, ୨ ଫେବୃଆରୀ ୨୦୧୭ (IST)[reply]
  6. ସମର୍ଥନ --ଗପୁ (ମୋ ଆଲୋଚନା)!
  7. ମୁଁ ମଧ୍ୟ ଏହି ପ୍ରସ୍ତାବ କୁ ସମର୍ଥନ କରୁଅଛି।।ଅଲିଭା ଦିଦିଙ୍କୁ ପୂର୍ବ ପରି ସକ୍ରିୟ ରହିବା ପାଇଁ ଅସୁବିଧା ହେଉଛି।ସେ ଓଡ଼ିଆବିକି ର ଏକ ଅତି ସକ୍ରିଅ ଓ ମହତ୍ବପୂର୍ଣ ୱିକିଆଳି।ଲାପଟପ ସୁବିଧା ହେଇପାରିଲେ ସେ ଓଡ଼ିଆ ୱିକି କୁ ତାଙ୍କର ଅଧିକରୁ ଅଧିକ ସମୟ ଦେଇ ପାରନ୍ତେ।Dinesh.das.171(Dinesh.das.171|ମୋ ଆଲୋଚନା)
  8. ହଁ ମୋର ପୂର୍ଣ୍ଣ ସମର୍ଥନ --ଜଗନ୍ନାଥ (ମୋ ଆଲୋଚନା)
  9. ମୋର ମଧ୍ୟ ପୂର୍ଣ୍ଣ ସମର୍ଥନ -- ରାମଚନ୍ଦ୍ର ନାୟକ (ମୋ ଆଲୋଚନା)
  10.   ସମର୍ଥନ । --Subas Chandra Rout (ମୋ ଆଲୋଚନା) ୧୮:୪୧, ୨ ଫେବୃଆରୀ ୨୦୧୭ (IST)[reply]
  11. ମୋବାଇଲରେ ଓଡ଼ିଆ ଇନପୁଟ କରିବାରେ ନିହାତି ଅସୁବିଧାର ସମ୍ମୁଖୀନ ହବାକୁ ପଡୁଛି।ମୁଁ ଅଲିଭା ଦିଦିଙ୍କ ମତରେ ଏକ ମତ।--Adyasha1994 (ମୋ ଆଲୋଚନା) ୧୯:୦୮, ୨ ଫେବୃଆରୀ ୨୦୧୭ (IST)[reply]
  12. ସମର୍ଥନ । ମୋବାଇଲରେ ସମ୍ପାଦନା କରିବାରେ ଅନେକ ଅସୁବିଧା ରହିଛି । ଗତ ସଭାରେ ମଧ୍ୟ ଅଲିଭା ଏକଥା ଜଣାଇଛନ୍ତି । -- ବିକାଶ ଓଝା (ମୋ ଆଲୋଚନା) ୨୦:୧୯, ୨ ଫେବୃଆରୀ ୨୦୧୭ (IST)[reply]
  13. ସମର୍ଥନ । ମୋବାଇଲ ଏଡିଟିଂରେ କେତେ କଷ୍ଟ ତା ଅଙ୍ଗେ ନିଭେଇଛି । ଭିଜୁଅଲ ଏଡ଼ିଟର ଇତ୍ଯାଦି ଫିଚରସବୁ କମ୍ପୁଟରରେ ହିଁ ଚାଲୁଛି । ଏଗୁଡ଼ିକ ଥିଲେ କେତେ ସୁବିଧା ତା ବ୍ୟବହାରକାରୀ ମାନେ ଜାଣିଥିବେ । ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୨:୦୧, ୪ ଫେବୃଆରୀ ୨୦୧୭ (IST)[reply]

  ଭିନ୍ନମତ ସମ୍ପାଦନା

  1. ଅଲିଭା ଜଣେ ପ୍ରତିଭାଶାଳୀ ଉଇକିଆଳି । ଆଗରୁ ସେ ବହୁ ଭଲ ପ୍ରସଙ୍ଗ ଲେଖିଛନ୍ତି । ସେଗୁଡିକ କେବଳ ମୋବାଇଲଦ୍ଵାରା ଲେଖିପାରିଛନ୍ତି ଜାଣି ଆଶ୍ଚର୍ଯ୍ୟ ହେଲି । ଲାପଟପ ପାଇଁ ଯଦି କୌଣସି ଗ୍ରାଣ୍ଟ ମିଳିପାରୁଛି, ତେବେ ତାଙ୍କୁ ନିହାତି ମିଳିବା ଦରକାର । ବ୍ୟକ୍ତିକୁ ଦେବାରେ ଯଦି ଅସୁବିଧା ଅଛି, ତେବେ ପୁରୀ ବା ଭୁବନେଶ୍ଵର ଟୁଙ୍ଗି ପାଇଁ ଗ୍ରାଣ୍ଟ ମଗାଯାଇପାରେ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୪:୩୨, ୨ ଫେବୃଆରୀ ୨୦୧୭ (IST)[reply]

କଳିଙ୍ଗ ଲିଟରାରି ଫେସ୍ଟିଭାଲରେ ଓଡ଼ିଆ ଉଇକିପିଡିଆର ଯୋଗଦାନ ସମ୍ପାଦନା

ସମସ୍ତ ଉଇକିଆଳି ବନ୍ଧୁମାନଙ୍କର ଏତଦ୍ୱାରା ଜଣେଇଦିଆଯାଉଛି, କଳିଙ୍ଗ ଲିଟରାରି ଫେସ୍ଟିଭାଲ କର୍ମକର୍ତ୍ତାମାନେ ତାଙ୍କର ଆଗାମୀ ଉତ୍ସବରେ ଉଇକିପିଡିଆକୁ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି । ଏହା ମେଫେୟାରରେ ଜୁନ ୧୦,୧୧ ଓ ୧୨ତାରିଖ ୨୦୧୭ରେ ଅନୁଷ୍ଠିତ ହେବ । ସେମାନେ ଏଥିରେ ଉଇକିପିଡିଆ ବିଷୟରେ ବକ୍ତୃତା ଦେବା ସ‌ହିତ ସମସ୍ତ ତିନି ଦିନ ଧରି କର୍ମଶାଳା କରିବାକୁ ଅନୁରୋଧ କରିଛନ୍ତି । ସେହି ତାରିଖମାନଙ୍କରେ କିଏ ଯୋଗ ଦେଇପାରିବେ ଚିନ୍ତା କରି ଲେଖନ୍ତୁ ଓ ଏଥିରେ ଆପଣମାନଙ୍କର ସୁଚିନ୍ତିତ ମତାମତ ଦେବାକୁ ଅନୁରୋଧ । ନିମ୍ନରେ ତାଙ୍କ ଚିଠିର ନ‌କଲ ଦିଆଗଲା । ମୁଁ ଭାବୁଛି ଏହା ଜାତୀୟ ସ୍ତରର ଲୋକଙ୍କୁ ଆମ ବିଷୟରେ କ‌ହିବାକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି । ଶୈଳେଶଙ୍କୁ ଏଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ । --Subas Chandra Rout (ମୋ ଆଲୋଚନା) ୧୦:୪୩, ୮ ଫେବୃଆରୀ ୨୦୧୭ (IST)[reply]

ସମ୍ପୂର୍ଣ୍ଣ ଇମେଲ

Dear Sir, Kalinga Literary Festival (KLF) is organized by the Odisha Diary Foundation and Odisha Media Info Service Private Ltd to celebrate the literary and intellectual energy of Bhubaneswar and its national and global interconnections. The first, second and third edition in 2014, 2015, 2016 has put KLF on the national and global map of literature lovers. The fourth edition in 2017 promises to be a bigger and larger assembly of renowned personalities in the several genres of literature and creative fields like cinema, music and performing arts. Odisha are cordially invited to get the maximum benefit and publicity by sponsoring the event. KLF ensures increased global visibility of its sponsors and partners and will promote the credibility of your brand. The KLF onJune 10, 11, 12 at Mayfair Hotel, Bhubaneswar will celebrate the creative spirit of the Temple City and commemorate the literary diversity it offers, bringing it in conversation with the best minds in the world of literature within and outside Odisha and India. Academics, authors, political and social activists, law makers, government officials, corporate leaders, students and people from all walks of life will immerse in the vibrant atmosphere of the festival and exchange opinions on their favourite authors and works. Several eminent literary and film personalities are scheduled to attend the event.

We would like to invite Wiki Project Med Foundation to join as partner organisation in Kalinga Literary Festival.

Benefit of Partnership The partnership will work on a mutually beneficial way. If Wikipedia will partner with KLF we will provide space and advertisement for the said event and will mention the name of wikipedia in all publicity materials. The logo of the event, the public banners and other promotional materials will carry the logo and the name of wikipedia. In addition to this wikipediawill also prominently feature in the souvenir. Wikipedia official will be Guest of honour in inauguration and concluding ceremony of the 4th KLF.

We will give one session for Wikipedia which will be based on Odia Wikipedia. We will give Wikipedia offi-cial to join as speaker in one session.

What KLF Want from Wikipedia

Partnership fee Rs. 2 lakh (fee is negotiable) Wikipedia to promote KLF in their platform Volunteers of Wikipedia to promote KLF in social media


Release order can be issued on the name of Odisha Diary Foundation and Odisha Media Info Service Private Ltd


Thanks and Regards Shri Rashmi Ranjan Parida Founder and Co-Convener,


Dear Sir,

Kalinga Literary Festival (KLF) is organized by the Odisha Diary Foundation and Odisha Media Info Service Private Ltd to celebrate the literary and intellectual energy of Bhubaneswar and its national and global interconnections. The first, second and third edition in 2014, 2015, 2016 has put KLF on the national and global map of literature lovers. The fourth edition in 2017 promises to be a bigger and larger assembly of renowned personalities in the several genres of literature and creative fields like cinema, music and performing arts. Odisha are cordially invited to get the maximum benefit and publicity by sponsoring the event. KLF ensures increased global visibility of its sponsors and partners and will promote the credibility of your brand.

The KLF on June 10, 11, 12 at Mayfair Hotel, Bhubaneswar will celebrate the creative spirit of the Temple City and commemorate the literary diversity it offers, bringing it in conversation with the best minds in the world of literature within and outside Odisha and India. Academics, authors, political and social activists, law makers, government officials, corporate leaders, students and people from all walks of life will immerse in the vibrant atmosphere of the festival and exchange opinions on their favourite authors and works. Several eminent literary and film personalities are scheduled to attend the event.

We would like Wikipedia to be partner with KLF. Please find the invitation letter and concept letter.

Nearly 150 national and international authors will join the three days literary extravanza.


Proposed Speakers: Speakers: Sad Guru Jagi Vasudev, Arundhati Subramanium, Sanjay Baru, Dr. Shasi Tharror, Neelesh Mishra, Devdutt Pattnaik, Prasoon Joshi, Manoj Bajpayee, Neel Madab Panda, Roopa Ganguly, Sagar Sarhadi, Ravish Kumar, Sekhar Gupta, Amrendra Khatua, Anil Dey, Anustup Nayak, Arif Mohd. Khan, Arun Rath, Arundhati Subramaniam, Asit Mohanty, Bibhuti Pattnaik, Bijaya Kumar Rath, Charudutta Panigrahi, Chittaranjan Jena, Deba Prasad Dash, Debasis Panigrahi, Debi Prasanna Pattanayak, Debajani Mohanty Rastogi, Dinanath Pathy, Durga Panda, Gourhari Das, Haldhar Nag, Haraprasad Dash, Jayanta Mohapatra, JP Dash, Kedar Mishra, Mahesh Sahoo, Mani Shankar Aiyar, Mridula Garg , Mrinal Chaterjee, Nandini Sahoo, Paramita Satapathy, Piyush Mishra, Pooja Bhatt, Praduymna Satpathy, Pratibha Ray, Purushottam Agrawal, Rahul Pandita, Rajendra P Gupta , Ramakanta Rath, Sachidananda Mohanty, Sameer, Sangram Lahiry, Sankar Parida, Santosh Mohanty, Saroj Mishra, Satyabrata Rout, Satyanand Nirupam, Seema Biswas, Sitakanta Mohapatra, SujitMohapatra, T.K Chand, Uma Basudev, Vineet Kumar and others.

-- Thanks and Regards

Shri Rashmi Ranjan Parida Founder and Director, Kalinga Literary Festival (www.kalingaliteraryfest.com) Founder, Odisha Diary Foundation Founder Editor of Odishan, OdishaDiary and India Education Diary Mobile- 09899418992, Email: Team Kalinga Literary Festival Prof. Kamala Kanta Dash, Co-founder and Director (8018809778) Mr. Sitansu Mohapatra, Co-founder and Director (9958893535) Mr. Pradeep Baisakh, Co-Convener Mr. Sangram Dhar, Co-Convener Mr. Debraj Mohanty, Co- Convener (9811852674) Ms. Prachee Naik, Cofounder and Co- Convener Mr. Imtiaz Alam, Advisor, Mr. Santanu Ganguly, Advisor,

କଳିଙ୍ଗ ଫେଷ୍ଟିଭାଲ ଭଲି ବହୁତ ଉତ୍ସବ ଭୁବନେଶ୍ଵରରେ ହଉଛି । ଯଦି ବିନା ପଇସାରେ କେହି ଉଇକିପିଡ଼ିଆକୁ ଡାକୁଛନ୍ତି, ତେବେ ଭଲ କଥା । ପଇସା ଦେଇ ଯାଇ ଏ ସବୁ ଉତ୍ସବରେ ଯୋଗଦାନ କରିବାର ଆବଶ୍ୟକତା ମୁଁ ଅନୁଭବ କରି ପାରୁନାହିଁ । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୧୯, ୮ ଫେବୃଆରୀ ୨୦୧୭ (IST)[reply]
ମୁଁ ବି ପ୍ରୀତି ଭାଇଙ୍କ ସଙ୍ଗେ ଏକମତ । ଆମେ ଆଜିଯାଏ ସବୁଠି ବିନା ପଇସାରେ ସମୟ ଓ ଯୋଗଦାନକାରୀ ପାଇଛୁ । ତା' ଛଡ଼ା ଆମେ ଜ୍ଞାନ ବାଣ୍ଟୁଛୁ । ଓଲଟା ପଇସା ଦେବୁ କାହିଁକି? ଆଉ ଏତେଗୁଡ଼ାଏ ପଇସା ଆସିବ କୁଆଡ଼ୁ? --ସୁଭାସିସ ପାଣିଘରି (ଆଳାପ) ୨୩:୩୧, ୯ ଫେବୃଆରୀ ୨୦୧୭ (IST)[reply]

ପୋଥି ପ୍ରକଳ୍ପର ବହିଗୁଡ଼ିକର ରଖାରଖି ସମ୍ପାଦନା

ପୋଥି ପ୍ରକଳ୍ପ ଅନ୍ତର୍ଗତରେ ମୁଁ ବିରଳ ବହି କିଣିବାପାଇଁ ଯେଉଁ ଆବେଦନ କରିଥିଲି ତାହା ସିଆଇଏସ ଦ୍ୱାରା ଗୃହୀତ ହୋଇଗଲାଣି । ମୁଁ ଗତଥର ପୋଥି ପାଇଁ କଟକର ଧର୍ମଗ୍ରନ୍ଥ ଷ୍ଟୋରରୁ ୯ ଗୋଟି ବିରଳ ବହି (ପୁରାତନ ରଚନା, ଓଡ଼ିଆରେ) କ୍ରୟ କରି ଆଣିଥିଲି । ଏଗୁଡ଼ିକ ସ୍କାନ କରାଯାଇ ଓସିଆର ଦ୍ୱାରା ସିଧାସଳଖ ଉଇକିପାଠାଗାରରେ ଯୋଡ଼ିହେବ ଯେହେତୁ ଏଗୁଡ଼ିକ ନୂତନ ସଂସ୍କରଣ ବହିଗୁଡ଼ିକ । ଏବେ ସେଗୁଡ଼ିକର ବିଲ ରିଇମ୍ବର୍ସମେଣ୍ଟ ପାଇଁ ସିଆଇଏସକୁ ଆବେଦନ କରିବି । କିନ୍ତୁ ପ୍ରଶ୍ନ ରହିଲା ଯେ ଏହି ବହିଗୁଡ଼ିକ ରହିବ କାହା ପାଖେ? ଅଧୁନା ଏହି ନଅ ଗୋଟି ବହି ମୋ ପାଖରେ ଦାମନଯୋଡ଼ିରେ ଅଛି ।

  • ସମସ୍ତେ ସମ୍ମତ ହେଲେ ଏହି ବହିଗୁଡ଼ିକ ମୁଁ ନିଜ ପାଖରେ ରଖିବି (ଓ ଏହାକୁ ଆଗାମୀ ଥର ଭୁବନେଶ୍ୱର ଗଲେ ନିଜେ ସ୍କାନ କରିବି),
  • ନହେଲେ ଯଦି ଏହା (ଓ ପରେ ଯାହା କିଛି ବହି ପୋଥି ପ୍ରକଳ୍ପ ଲାଗି କିଣା ହେବ) ଆଉ କେଉଁଠି ସାଇତି ହୋଇ ରହିଲେ ସ୍କାନିଂ କାମ ଶୀଘ୍ର ସରିପାରିବ ବା ଆଉ କୌଣସି ଦୃଷ୍ଟିରୁ ଭଲ ହେବ

ଦୟାକରି ତଳେ ନିଜ ମତାମତ ଜଣାନ୍ତୁ । -ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୩:୦୩, ୧୨ ଫେବୃଆରୀ ୨୦୧୭ (IST)[reply]

  ସମର୍ଥନ ସମ୍ପାଦନା

  ଭିନ୍ନମତ ସମ୍ପାଦନା

ବହିଗୁଡ଼ିକ ବିରଳ ହୋଇଥିବାରୁ ତମ ପାଖେ ରଖିବାଟା ନିରାପଦ । ପୁରୁଣା ଆଉ ଭଙ୍ଗୁର ହୋଇନଥିଲେ ମୁଁ ଚିନୁ ଆଉ ଶୈଳେଶ ଦୁହିଙ୍କ ପାଖକୁ ପଠାଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ଗୁଡ଼ାଏ ଦିନ ଧରି ସ୍କାନର ତମ ପାଖକୁ ଆସିନପାରିବା ସମ୍ଭାବନା ଥିବାରୁ କେବେ ଭୁବନେଶ୍ୱର ଗଲେ ନିଜେ ସେଗୁଡ଼ିକୁ ସାଙ୍ଗରେ ଧରି ସେମାନଙ୍କୁ ଦେଇପାରନ୍ତ । ତେବେ @Chinmayee Mishra: ଆଉ @Saileshpat:ଙ୍କ ପାଖେ ସେଗୁଡ଼ିକୁ ସ୍କାନ କରିବା ପାଇଁ ସମୟ ଅଛି କି ନାହିଁ କିମ୍ବା ଭୁବନେଶ୍ୱରରେ ଆଉ କେହି ସ୍କାନ କରିପାରିବେ କି ନାହିଁ ସେମାନେ କେବଳ କହିପାରିବେ । --ସୁଭାସିସ ପାଣିଘରି (ଆଳାପ) ୧୪:୨୪, ୧୩ ଫେବୃଆରୀ ୨୦୧୭ (IST)[reply]

  • ମୁଁ କରିପାରିବି ଶୁଭ ଭାଇ @Psubhashish: । ତା ଛଡା ମୋ ପାଖେ ମଧ୍ୟ ୧୦ ଟି ବହି ଅଛି ( ଯେଉଁ ଗୁଡିକ ଗତ କର୍ମଶାଳାରେ ଲେଖକ ମାନଙ୍କ ଠାରୁ ଅଣାଯାଇଥିଲା ) , କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ମୁଁ ସେଗୁଡିକ ସ୍କାନ କରିବା ଆରମ୍ଭ କରିପାରିନି , ସେଥିପାଇଁ କ୍ଷମା ଚାହୁଛି । ମୁଁ ଶୀଘ୍ର ସେ କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । @Shrijagannatha: ମୋ ଦ୍ଵାରା ଯାହା ସମ୍ଭବ ହେବ ମୁଁ କରିବାକୁ ରାଜି । :) -Chinmayee Mishra (ମୋ ଆଲୋଚନା) ୦୦:୦୦, ୧୪ ଫେବୃଆରୀ ୨୦୧୭ (IST)[reply]

ଆଗାମୀ ବିଭିନ୍ନ କାର୍ଯ୍ଯକ୍ରମରେ ଭାଗନେବା ବାବଦରେ ସମ୍ପାଦନା

ଆଗକୁ ବିଭିନ୍ନ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏଥିରେ ଭାଗ ନେବାକୁ ଆଗ୍ରହୀ ଉଇକିଆଳିଏ ତଳ ଲିଙ୍କରୁ ଯାଇ ଆବେଦନ କରିପାରିବେ । ଆଉ ଆବେଦନ କଲାବେଳେ ଉଇକିପିଡ଼ିଆ ଓ ଅନ୍ୟାନ୍ୟ ଉଇକିପ୍ରକଳ୍ପରେ ସେମାନେ କଣ କରିବାକୁ ଇଚ୍ଛୁକ ମଧ୍ୟ ଉଲ୍ଲେଖ କରିବାକୁ ଅନୁରୋଧ ଫଳରେ ଆପଣ ସେଠାରେ ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପ ଓ ସଂଘର ପ୍ରତିନିଧିତ୍ୱ କରିପାରିବେ । --ସୁଭାସିସ ପାଣିଘରି (ଆଳାପ) ୧୪:୧୧, ୧୩ ଫେବୃଆରୀ ୨୦୧୭ (IST)[reply]

କାର୍ଯ୍ୟକ୍ରମ ଓ ସାମାନ୍ୟ ସୂଚନା କେଉଁମାନେ ଭାଗନେବା ଉଚିତ ଆବେଦନ ଶେଷ ତାରିଖ
ଉଇକିମାନିଆ ୨୦୧୭, ଉଇକିମିଡ଼ିଆ ପ୍ରକଳ୍ପସବୁର ବାର୍ଷିକ ଉତ୍ସବ, ଅଗଷ୍ଟ ୯-୧୩, ମଣ୍ଟ୍ରିଲ, କାନାଡ଼ା (ଆବେଦନ କରିବା ପାଇଁ ଏଠାରେ କ୍ଲିକ କରିବେ ତେବେ ଆବେଦନ ଆଗରୁ ସବିଶେଷ ପ୍ରଥମ ଲିଙ୍କରୁ ପଢ଼ିବେ ଉଭୟ ନୂଆ ଓ ପୁରୁଖା ଉଇକିଆଳି ଫେବୃଆରୀ ୨୦
WikiCite 2017, ଉଇକିପିଡ଼ିଆରେ ଆଧାର ଓ ତାହା ବାବଦରେ ଗବେଷଣା ଓ ଆଲୋଚନା ପୁରୁଖା ଉଇକିପିଡ଼ିଆରେ ସକ୍ରିୟ ଥିବା ଉଇକିଆଳି ଫେବୃଆରୀ ୨୭
Gender and Technology Institute Asia, ଏସିଆର କୌଣସି ଏକ ସ୍ଥାନରେ (ଏପ୍ରିଲ ୨୦୧୭) ନାରୀ ଓ LGBTIଙ୍କ ସୁରକ୍ଷା ଓ ସମାନତା ପାଇଁ ବୈଷୟିକ ସୁବିଧା ତିଆରିରେ ଆଗ୍ରହୀ ଉଇକିଆଳି ଫେବୃଆରୀ ୨୭


ଶ୍ରୀମତୀ ନନ୍ଦିନୀ ଶତପଥୀ ଫାଉଣ୍ଡେସନ ସ‌ହ ଓଡ଼ିଆ ଉଇକିପିଡ଼ିଆର ସମ୍ପାଦନା

ଏହି ରବିବାର (୧୨/୦୨/୨୦୧୭)ରେ ମତେ ନନ୍ଦିନୀ ଶତପଥୀ ଫାଉଣ୍ଡେସନରୁ ସୁପର୍ଣ ଶତପଥୀ ଭେଟିବାକୁ ଡାକିଥିଲେ ଓଡ଼ିଆ ଉଇକିପିଡ଼ିଆ ସମ୍ବନ୍ଧରେ ଜାଣିବା ପାଇଁ । କଥାବାର୍ତ୍ତା ମଝିରେ ମୁଁ ତାଙ୍କୁ ବିରଳ ବ‌ହି ଡ଼ିଜିଟାଇଜେସନ୍ ବିଷୟରେ ଜଣାଇଥିଲି, ସେ ଏହା ଜାଣି ବ‌ହୁତ ଖୁସି ହେଇଥିଲେ ଏବଂ କିପରି ସାହାଯ୍ୟ କରିପାରିବେ ବୋଲି ଜଣାଇଥିଲେ। ନନ୍ଦିନୀ ଶତପଥୀ ଫାଉଣ୍ଡେସନ ଆମକୁ ପୁରୁଣା, କପିରାଇଟ ମୁକ୍ତ ବ‌ହି ଯୋଗାଇବାରେ ଓ ନିଜ ଅକ୍ତିଆରରେ ଥିବା ବ‌ହି ଗୁଡ଼ିକୁ ମଧ୍ୟ ଉଇକିପାଠାଗାରକୁ ଦେବାକୁ ଇଚ୍ଛୁକ। ନନ୍ଦିନୀ ଶତପଥୀ ଫାଉଣ୍ଡେସନ ସ‌ହିତ ଜଡ଼ିତ ଥିବା କିଛି ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ଉଇକି ଟ୍ରେନିଙ୍ଗ ଦେବା ପାଇଁ ସେ ଇଚ୍ଛୁକ ଥିଲେ, ଯେଉଁମାନେ ଉଇକିପିଡ଼ିଆ କିମ୍ବା ପାଠାଗାର ରେ ଲେଖିପାରିବେ। ଏହା ସ‌ହିତ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ଉଇକି କାର୍ଯ୍ୟକ୍ରମ ଗୁଡ଼ିକରେ ସାହାଯ୍ୟ କରିବା ପାଇଁ ଇଚ୍ଛୁକ ଥିଲେ। ସେ ଏଥିପାଇଁ ଏକ MoU କରିବା ପାଇଁ ଚାହୁଁଛନ୍ତି, ଯାହା ଦ୍ୱାରା କାମ ଗୁଡ଼ିକ ସ‌ହଳ ହେବାର ସମ୍ଭାବନା ଅଛି। ଏହି MoUରେ ଆମେ ଅଧିକ କଣ ସାହାୟତା ନେଇପାରିବା ତାହା ବିଷୟରେ ତଳେ ଆଲୋଚନା କରିବାକୁ ଅନୁରୋଧ କରୁଛି।-ଶୈଳେଶ (ପଚାରିବେ କିଛି?)   ୨୩:୪୩, ୧୬ ଫେବୃଆରୀ ୨୦୧୭ (IST)[reply]

ମତାମତ ସମ୍ପାଦନା

ଯଦି ସେମାନେ MOU କରିବାକୁ ଇଚ୍ଛୁକ, ତାହେଲେ ସେମାନେ ତାର ସର୍ତ୍ତାବଳୀ ଦିଅନ୍ତୁ । ଆମକୁ ଠିକ ଲାଗିଲେ ଆମେ କରିବା । ବିଷ୍ଣୁ ବର୍ଦ୍ଧନ (ସିଆଇଏ ଏ୨କେ) ଥରେ MOU କରିଥିଲେ ଅଚ୍ୟୁତ ସାମନ୍ତଙ୍କ (KISS) ସ‌ହିତ, କିଛି ଜଣାଗଲା ନାହିଁ କଅଣ ହେଲା, ଓଲଟା ସେମାନେ ବନ୍ଦ କରିଦେଲେ । ସୁଭାସିସ ଅଧିକ କ‌ହିପାରେବେ ସେ ବିଷୟରେ । ସ୍ୱେଚ୍ଛାସେବୀ ଅନୁଷ୍ଠାନର ଲକ୍ଷ କେବଳ କାମ କରିବା । --Subas Chandra Rout (ମୋ ଆଲୋଚନା) ୧୦:୨୩, ୧୭ ଫେବୃଆରୀ ୨୦୧୭ (IST)[reply]
@Subas Chandra Rout: ସର୍ତ୍ତାବଳୀ ଓ ଏହି ପ୍ରକଳ୍ପରୁ ଉଭୟ (ଆମକୁ ଓ ତାଙ୍କୁ) କି କି ଲାଭ ମିଳିବ ସେ ବାବଦରେ ସବିଶେଷ ଲେଖିଲେ ଭଲହୁଅନ୍ତା । ତେଣୁ ମୁଁ ବି ଆପଣଙ୍କ ସହ ଏକମତ । ତେବେ ମୁଁ ଆଉ ସିଆଇଏସରେ କାମ କରୁନଥିବାରୁ କେବଳ ସୂଚନା ପାଇଁ ଅଳ୍ପରେ ଲେଖିରଖିବି । ସିଆଇଏସ ଓ କିଟ ଦୁଇ ଅନୁଷ୍ଠାନ ଭିତରେ MoU ହୋଇଥିବାରୁ ବନ୍ଦରଖିବା ବା ଚାଲୁରଖିବା ସେମାନଙ୍କ ଉପରେ ନିର୍ଭର କରେ । ତେବେ ଚାଲିଥିବା ବେଳେ ମୁଁ ଭୁବନେଶ୍ୱରରେ ରହି କିସ ପିଲାଙ୍କ ଦ୍ୱାରା ଉଇକିପାଠାଗାର ଇନକୁବେଟର ହେଉଥିବା ପ୍ରକଳ୍ପର ଦେଖାରଖା କରୁଥିଲି । ସେ ବାବଦରେ ଏ ବ୍ଲଗରେ କିଛି ଲେଖିଥିଲି । ତେବେ ଗୋଟେ ସହବନ୍ଧନର ସଫଳତା/ବିଫଳତା ଆଉ ଗୋଟେ ଅନୁଷ୍ଠାନ ସଙ୍ଗେ ମିଶି କାମକରିବା ଉପରେ ବେଶୀ ପ୍ରଭାବ ପକାଇବନାହିଁ ବୋଲି ଭାବୁଛି । ଆଉ ଆଗରୁ ମିଳିଥିବା ଶିକ୍ଷା ଆଗକୁ ବାଟକଢ଼ାଇବ । --ସୁଭାସିସ ପାଣିଘରି (ଆଳାପ) ୦୦:୩୪, ୨୨ ଫେବୃଆରୀ ୨୦୧୭ (IST)[reply]

ଟିଟିଟି - ୨୦୧୭ ଅଂଶଗ୍ରହଣ ସମ୍ପାଦନା

୨୦-୨୨ଫେବୃଆରୀ ବେଙ୍ଗାଳୁରୁରେ ଆୟୋଜିତ ଟ୍ରେନ ଦ ଟ୍ରେନର କାର୍ଯ୍ୟକ୍ରମରେ ଆମ୍ଭେମାନେ ଯୋଗ ଦେଉଛୁ ।

  1. ନିଷ୍ଠା ରଞ୍ଜନ ଦାଶ
  2. ପବିତ୍ର କୁମାର ପଣ୍ଡା
  3. ଜଗନ୍ନାଥ ଦୋରା

ଯୋଗଦେବା ପାଇଁ ଆମ୍ଭମାନଙ୍କୁ ସୁଯୋଗ ଦେଇଥିବାରୁ ସିଆଇଏସ-ଏଟୁକେକୁ ଅଶେଷ ଧନ୍ୟବାଦ । ଆଶାକରୁଛୁ ଏଥିରୁ ବହୁତ କିଛି ଶିଖିବାକୁ ପାଇବୁ । -ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୨୨:୦୯, ୧୮ ଫେବୃଆରୀ ୨୦୧୭ (IST)[reply]


CIS-A2Kର କାମର ଆଲୋଚନା ପାଇଁ IRC ରେ ଭାଗ ନେବା ପାଇଁ ଅନୁରୋଧ। ସମ୍ପାଦନା

ନମସ୍କାର, ଏହି ରବିବାର (୫ ତାରିଖ) ସନ୍ଧ୍ୟା ୭:୩୦ ଟାରେ ମୁଁ ସମସ୍ତ ଉଇକିଆଳି ମାନଙ୍କୁ CIS-A2Kର ଏହି ବର୍ଷର କାମ ଓ ଆଗାମି କାମ ବିଷୟରେ ଆଲୋଚନା କରିବା ପାଇଁ IRCରେ ଯୋଗଦାନ ଦେବା ପାଇଁ ଅନୁରୋଧ କରୁଛି। ଶୈଳେଶ (ପଚାରିବେ କିଛି?)   ୧୪:୧୦, ୨ ମାର୍ଚ୍ଚ ୨୦୧୭ (IST)[reply]

ଆଲୋଚନାର ଲଗ ଏଠାରେ ପଢ଼ି ପାରିବେ।--ଶୈଳେଶ (କିଛି ପଚାରିବେ?)   ୨୦:୫୬, ୫ ମାର୍ଚ୍ଚ ୨୦୧୭ (IST)[reply]
ନମସ୍କାର, CIS-A2Kର ଆଗାମୀ ବର୍ଷର କାମ ଆପଣ ଏଠାରେ ପଢ଼ି ପାରିବେ । ଏହି ବର୍ଷ ପାଇଁ କମ୍ୟୁନିଟିର ସ‌ହାୟତାରୁ ନିଆଯାଇଥିବା ପ୍ରସ୍ତାବ ଗୁଡ଼ିକୁ ଆମେ ଧ୍ୟାନ ଦେଇଛୁ, ନୁଆ ପ୍ରକଳ୍ପ , ଉଇକିଟୁଙ୍ଗି, ଓଡ଼ିଆ ଉଇକିପିଡ଼ିଆର ପ୍ରଚାର ପ୍ରସାର ଉପରେ ଧ୍ୟାନ ଦେଇଛୁ। ଅଧିକ ଜାଣିବା ପାଇଁ ଆପଣ ମେଟା ପୃଷ୍ଠାଟି ଦେଖିପାରିବେ ଓ ପ୍ରଶ୍ନ ପଚାରିପାରିବେ ।--ଶୈଳେଶ (କିଛି ପଚାରିବେ?)   ୨୩:୨୧, ୨୬ ମାର୍ଚ୍ଚ ୨୦୧୭ (IST)[reply]