ତାଙ୍କର ଜନ୍ମସ୍ଥାନ ରୋଭର୍ସ ଷ୍ଟ୍ରିଟ, ଜଗନ୍ନାଥବଲ୍ଲଭ, କଟକ । ମୂଳତଃ ନାଟ୍ୟକର୍ମୀ ଓ ଚିତ୍ରଶିଳ୍ପୀ ଅଟନ୍ତି I ଓଡ଼ିଆ କବିତା ପ୍ରତି ତାଙ୍କର ଅବଦାନ ପାଇଁ ସେ କିଶୋରକବି ଉପାଧିରେ ଭୂଷିତ ହୋଇଥିଲେ ।

ଅବଦାନ ସମ୍ପାଦନା

ଜଣେ ପେସାଦାର ତଥା ସୌଖୀନ ରଙ୍ଗମଞ୍ଚ ପାଇଁ ଗୀତ ରଚନା, ସଂଗୀତ ସଂଯୋଜନା, ପରିଚାଳନା ଓ ସ୍ୱର ଯୋଜନା କରୁଥିଲେ । ନାଟ୍ୟନୁଷ୍ଠାନ ଅନ୍ନପୂର୍ଣ୍ଣା ‘କ’ ଓ ‘ଖ’, ଭାରତୀ, ରୂପଶ୍ରୀ, ଏକାମ୍ର ଓ କଳାଶ୍ରୀ ଥିଏଟର୍ସ, ଜନତା ରଙ୍ଗମଞ୍ଚ ପରିବେଷିତ ପ୍ରାୟ ୩୦୦ ନାଟକରେ ସେ ଗୀତ ରଚନା ଓ ସ୍ୱର ସଂଯୋଜନା କରିଥିଲେ । ୧୯ଟି ନାଟକ, ୩୭ଟି ନୃତ୍ୟନାଟିକା, ୨ ୨ଟି ରାମଲୀଳା ନାଟକ, ୭ଟି ଶିଶୁ ପାଠ୍ୟ ପୁସ୍ତକ, ଗୋଟିଏ ଉପନ୍ୟାସ, ୩ଟି ଗଳ୍ପ ପୁସ୍ତକ, ୫ଟି ଗୀତିନାଟ୍ୟ ଓ ଅନ୍ୟାନ୍ୟ ବିଭାଗରେ ୧୪ଟି ଗ୍ରନ୍ଥ ରଚନା ତାଙ୍କ ଅଭୁତ ସୃଜନଶୀଳତାର ପ୍ରମାଣ ଦିଏ । ୧୯୩୯ ମସିହାରେ ‘କଲିକତା ବେତାର କେନ୍ଦ୍ର’ରୁ ଓଡ଼ିଆ କାର୍ଯ୍ୟକ୍ରମ ପ୍ରଥମେ ପ୍ରସାରିତ ହେଲା । ଏଥିପାଇଁ କିଶୋର କବି ସଂଗୀତ ସଂଯୋଜନା କରୁଥିଲେ । ତାଙ୍କର କଳା ସାଧନାର କ୍ଷେତ୍ର ଥିଲା ଅତି ବିସ୍ତାରିତ । ସାହିତ୍ୟ ରଚନା, ସଂଗୀତ ସଂଯୋଜନା ସହିତ ବିଭିନ୍ନ ପୁସ୍ତକାଳୟ ଓ ପ୍ରକାଶକମାନଙ୍କ ଆବଶ୍ୟକ ମତେ ନାନାବିଧ ବ୍ଳକ ଖୋଦନ ଓ ଚିତ୍ରାଙ୍କନ କାର୍ଯ୍ୟରେ ମଧ୍ୟ ସଂପୃକ୍ତ ଥିଲେ । ‘ଆମରି ଗାଁ ଝୁଅ’ (୧୯୫୩) ଚଳଚ୍ଚିତ୍ରର ସବୁ ଗୀତ ତାଙ୍କର ରଚନା କରିଥିଲେ ।[୧]

ଆଧାର ସମ୍ପାଦନା

  1. କବି କିଶୋର, ଶ୍ୟାମ ସୁନ୍ଦର ଦାସ. Encyclopedia of Indian Cinema. pp. ୮୮, ୮୯.