ସଂଗ୍ରାମ କେଶରୀ ସେନାପତି | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଲେଖକ, ସମ୍ପାଦକ, ଛାୟାଚିତ୍ରକାର |
ପିତାମାତା | ଅଭିମନ୍ୟୁ ସେନାପତି, ଶ୍ରୀମତୀ ଦେଇ |
ୱେବସାଇଟ | gapu.in |
ନମସ୍କାର, ଜୟ ଜଗନ୍ନାଥ ।। ମୁଁ ସଂଗ୍ରାମ କେଶରୀ ସେନାପତି । [୧] ଓଡ଼ିଆ ଭାଷାକୁ ଏବଂ ଓଡ଼ିଆ ସଂସ୍କୃତିକୁ ରକ୍ଷା କରିବା ମୋର କର୍ତ୍ତବ୍ୟ ଏବଂ ଧର୍ମ ।
ମୋ ବିଷୟରେ
ସମ୍ପାଦନାମୋର ଜନ୍ମ ୧୯୯୫ ମସିହା ଜାନୁଆରୀ ୧୦ରେ ନିଳୋକ ଗ୍ରାମରେ ହୋଇଥିଲା ।[୨] ମୁଁ ମୋର ପାଠ ପଢ଼ା ନିଳୋକ ଗ୍ରାମରେ ଥିବା ହରିହର ନୋଡଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିଥିଲି । ଏବଂ ୨୦୦୭ରେ ନିଳୋକ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିଲି । ସେଠାରୁ ୨୦୧୦ରେ ଉତ୍ତୀର୍ଣ ହେବା ପରେ ୨୦୧୨ରେ ବିନାୟକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରୁ ମୋର ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ଶେଷ କରିଥିଲି । ପରେ ପରେ ୨୦୧୨ ଅଗଷ୍ଟ ମାସରେ ସରକାରୀ ବୈଷୟିକ ମହାବିଦ୍ୟାଳୟ, କଳାହାଣ୍ଡିରେ କମ୍ପୁଟର ବିଜ୍ଞାନ ବିଭାଗରେ ଯୋଗ ଦେଇଥିଲି । ୨୦୧୬ରେ ସେଠାରୁ ଉତ୍ତୀର୍ଣ୍ଣ ହୋଇଥିଲି ।
ଉଇକିପିଡ଼ିଆ ସହ ସମ୍ପର୍କ
ସମ୍ପାଦନା୨୦୧୨ରେ ଇଞ୍ଜିନିୟରିଂରେ ଯୋଗ ଦେବା ପରେ ସାଙ୍ଗମାନଙ୍କଠାରୁ ଉଇକିପିଡ଼ିଆ ବିଷୟରେ ଜାଣିବାକୁ ପାଇଲି ଏବଂ ୨୦୧୩ ମସିହାରେ ଇଂରାଜୀ ଉଇକିପିଡ଼ିଆରେ ଦୁଇଟି ପୃଷ୍ଠା ବନାଇଥିଲି । ପରବର୍ତ୍ତୀ ସମୟରେ ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଫେସବୁକରୁ ଜାଣିବାକୁ ପାଇଲି ଏବଂ ୨୦୧୪ରେ ଓଡ଼ିଆ ଉଇକିପିଡ଼ିଆରେ ମୋର ପ୍ରଥମ ପୃଷ୍ଠାର ଲେଖା ଆରମ୍ଭ କରିଥିଲି, ଯାହାକି ଉପଯୁକ୍ତ ଆଧାର ଅଭାବରୁ ଲିଭାଇଦିଆଯାଇଥିଲା । ସେଥିପାଇଁ ଇଂରାଜୀ ଉଇକିରେ ଲେଖିଥିବା ପୃଷ୍ଠାଦ୍ୱୟକୁ ଓଡ଼ିଆରେ ରୂପାନ୍ତର କରି ନୂଆ ପୃଷ୍ଠା ଦୁଇଟି ବନାଇଲି । ପରେ ପରେ ୨୦୧୫ରେ ଟୁଇଟରରେ ସୁଭାଶିଷ ଭାଇଙ୍କ ପ୍ରେରଣାରେ ପୁଣିଥରେ ଉଇକିପିଡ଼ିଆରେ ଲେଖା ଆରମ୍ଭ କଲି । ସେତେବେଳେ ସରକାରୀ ବୈଷୟିକ ମହାବିଦ୍ୟାଳୟ, କଳାହାଣ୍ଡି ପୃଷ୍ଠାଟି କରିବା ପରେ ମୃତ୍ୟୁଞ୍ଜୟ ଭାଇଙ୍କ ସହ ଯୋଗାଯୋଗ ହେଲା ଏବଂ ପରେ ପରେ ଶୈଳେଶ ଓ ନିଷ୍ଠା ଭାଇଙ୍କୁ ଜାଣିଲି । ଏହି ସବୁ ଭିତରେ ୨୦୧୫ ନବକଳେବର ଗଣସମ୍ପାଦନାରେ ନିଷ୍ଠା ଭାଇଙ୍କ ପ୍ରେରଣାରେ ୯ଟି ନୂଆ ପୃଷ୍ଠା ଲେଖିବାରେ ସକ୍ଷମ ହୋଇଥିଲି । ଯାହାକି ଥିଲି ଉଇକିପିଡ଼ିଆରେ ମୋର ଏକ ଅଭୁଲା ଅନୁଭୂତି । ପରବର୍ତ୍ତୀ ସମୟରେ ଉଇକିପାଠାଗାରର ପ୍ରଥମ ସ୍ୱନକ୍ଷତ୍ର ଦିବସରେ ଯୋଗଦେବା ପରେ ଅନ୍ୟାନ ସାଥୀମାନଙ୍କ ସହ ଦେଖାହେଲା ଓ ଉଇକିପଡ଼ିଆରେ ମୋର ଅଭିଯାନ ଆଗକୁ ଆଗକୁ ବଢ଼ିଚାଲିଛି । ଓଡ଼ିଆ ଉଇକିପିଡ଼ିଆ ସହ ଉଇକି ପାଠାଗାରାରରେ ମଧ୍ୟ ଅଧିକାଂଶ କାର୍ଯ୍ୟ କରିବାକୁ ଇଚ୍ଛା ଥିଲେ ମଧ୍ୟ ବ୍ୟକ୍ତିଗତ କାର୍ଯ୍ୟ ଯୋଗୁଁ ସେତେଟା ସଫଳ ହୋଇପାରୁନାହିଁ । ଓଡ଼ିଆ ଉଇକିପାଠାଗାରରେ ସୁଦଶା ବ୍ରତ, ଲକ୍ଷ୍ମୀପୂରାଣ, କୁଆଁର ପୁନେଇ ଗୀତ ଆଦି କିଛି ଯୋଡ଼ିବା ପରେ ଓଡ଼ିଆ ଇତିହାସ ଏବଂ ଆମ ଦେବଦେବୀ ଭଳି କିଛି ବହିର ସଂଶୋଧନ କରିପାରିଥିବାରୁ ମୁଁ ଅନେକ କିଛି ଶିଖିବାକୁ ପାଇଛି ନିଶ୍ଚୟ ।[୩]
ଓଡ଼ିଶା ଓ ଓଡ଼ିଆ ଭାଷା ପାଇଁ ମୋର ଅବଦାନ
ସମ୍ପାଦନାନିଜ ମନରେ ଆସୁଥିବା କିଛି କଥାବସ୍ତୁକୁ ସଭିଙ୍କ ପାଖରେ ପହଞ୍ଚାଇବାକୁ ମୋ ନିଜ ନାମରେ ଏକ ବ୍ଲଗଟିଏ କରି ପ୍ରତ୍ୟେକ ମାସରେ କିଛି କିଛି ଛାପୁଛି । [୪] BMCTouringରେ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନମାନଙ୍କର ଚିତ୍ର ଉତ୍ତୋଳନ କରି ଯୋଡ଼ିଥାଏ । [୫] ଇଣ୍ଟରନେଟରେ ଓଡ଼ିଆ ଲିପିର ଲେଖାକୁ ବଢ଼ାଇବା ପାଇଁ ଫେସବୁକ ତଥା ଟୁଇଟରୁ କିଛି ଲୋକଙ୍କର ଓଡ଼ିଆ ଲେଖାକୁ ନେଇ ଏକ ବ୍ଲଗରେ ସ୍ଥାନିତ କରିଛି । [୬] ଓଡ଼ିଶାର କିଛି କଥା ତଥା ମୋର କିଛି ଅଭୁଲା ସ୍ମୃତିକୁ ସାଥିମାନଙ୍କୁ ଜଣାଇବାକୁ ଫେସୁବୁକରେ ମୋ ନାମରେ ଏକ ପୃଷ୍ଠାଟିଏ କରି କିଛି କିଛି ତଥ୍ୟ ତଥା ଫଟୋ ଯୋଡ଼ିଥାଏ । [୭] ପ୍ରତ୍ୟେକ ସ୍ଥାନର ସୌନ୍ଦର୍ଯ୍ୟକୁ ଆବଦ୍ଧ କରି ବନ୍ଧୁମାନଙ୍କ ପାଖରେ ପହଞ୍ଚାଇବାପାଇଁ ଫେସବୁକରେ "My Photography" ନାମରେ ପୃଷ୍ଠାଟିଏ ଖୋଲି ଫଟୋ ଛାଡ଼ିଥାଏ । [୮]
ସ୍ୱତନ୍ତ୍ର ଉଲ୍ଲେଖ
ସମ୍ପାଦନାଉଇକିପିଡ଼ିଆରେ ଉଲ୍ଲେଖନୀୟ ସମ୍ପାଦନା
ସମ୍ପାଦନାThe 100wikidays Barnstar | ||
Dear Ssgapu22, a totally deserved congratulatory barnstar on the occasion of your completed 100wikiwikiwomansdays! Great, that you started on the second round! --Kritzolina (ମୋ ଆଲୋଚନା) ୧୧:୧୫, ୨୮ ଜୁଲାଇ ୨୦୧୭ (IST) |
ଆଧାର
ସମ୍ପାଦନାଅନ୍ୟାନ୍ୟ କାର୍ଯ୍ୟ
ସମ୍ପାଦନା
|
| |||||
|
|
ଉଇକିପିଡ଼ିଆ ସମ୍ବନ୍ଧରେ ଫଟୋ ଗ୍ୟାଲେରୀ
ସମ୍ପାଦନା
ମୋ ପୃଷ୍ଠାମାନ
ସମ୍ପାଦନା- ↑ ସଂଗ୍ରାମ କେଶରୀ ସେନାପତି, ମୋ ୱେବସାଇଟ, ଏଠାରେ ମୋ ବିଷୟରେ ସବୁକିଛି ଉଲ୍ଲେଖ ଅଛି ।
- ↑ "ସଂଗ୍ରାମଙ୍କୁ ଯୁବ ପ୍ରେରଣା ସମ୍ମାନ". ଧରିତ୍ରୀ (in ଓଡ଼ିଆ). ବନ୍ତ: dharitri.in. 27 February 2020. Archived from the original on 1 October 2020. Retrieved 1 October 2020.
{{cite news}}
:|archive-date=
/|archive-url=
timestamp mismatch; 4 ଡିସେମ୍ବର 2020 suggested (help)CS1 maint: unrecognized language (link) - ↑ "Community digest: As Odia Wikisource turns two, a project to digitize rare books kicks off; news in brief". Wikimedia Blog. Retrieved 12 April 2017.
- ↑ ଗପୁ, ଓଡ଼ିଆରେ ମୋର କିଛି ଲେଖା ଆଉ କିଛ କବିତା
- ↑ Sangram Keshari Senepati, BMCT ରେ ମୋ ପୃଷ୍ଠା
- ↑ ଆମ ଓଡ଼ିଆ ଭାଷା, ଓଡ଼ିଆରେ କିଛି ଲୋକଙ୍କର ଲେଖାକୁ ନେଇ ଭିନ୍ନ ଏକ ବ୍ଲଗ
- ↑ ଗପୁ, ଫେସବୁକ ପୃଷ୍ଠା
- ↑ My Photography, ଫେସବୁକରେ ମୋର ଉତ୍ତୋଳିତ ଛବିକୁ ନେଇ ଏକ ପୃଷ୍ଠା ।
- ↑ "Meet some featured Wikimedia volunteers from India – Wikimedia Blog" (in ଇଂରାଜୀ). Retrieved 2019-07-04.
- ↑ "ୱିକି ବଏ ସଂଗ୍ରାମ: ଓଡ଼ିଆ ଭାଷା ପ୍ରଚାର ଲାଗି କରୁଛନ୍ତି ପ୍ରାୟାସ". ପ୍ରମେୟ. ଭୁବନେଶ୍ୱର. 12 January 2022. Archived from the original on 12 January 2022. Retrieved 12 January 2022.
{{cite news}}
:|first1=
missing|last1=
(help) - ↑ "ଓଡ଼ିଆ ଭାଷା ପ୍ରଚାରରେ ସଂଗ୍ରାମଙ୍କ ଇ-ମାଗାଜିନ୍ 'ନବପଲ୍ଲବ'". Sambad (in ଆମେରିକୀୟ ଇଂରାଜୀ). 2018-02-21. Archived from the original on 23 September 2022. Retrieved 2019-03-23.
{{cite web}}
:|archive-date=
/|archive-url=
timestamp mismatch; 16 ଅକ୍ଟୋବର 2021 suggested (help) - ↑ "ଗପ କବିତା ଶୁଣିବାକୁ ଚାହୁଁଥିଲେ ଖୋଜନ୍ତୁ ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବ". Localwire (in ଆମେରିକୀୟ ଇଂରାଜୀ). 2019-01-01. Archived from the original on 24 March 2019. Retrieved 2019-03-23.
- ↑ "ନୂତନ ବର୍ଷରେ ପ୍ରକାଶିତ ହୋଇଛି ଓଡ଼ିଆ ଇ-ପତ୍ରିକା ନବପଲ୍ଲବ - Odishan". Dailyhunt (in ଇଂରାଜୀ). Archived from the original on 24 March 2019. Retrieved 2019-03-23.
- ↑ Bureau. "ମାତୃଭାଷା ଦିବସରେ ଓଡ଼ିଆ ଗୀତ ରିଲିଜ୍ – Odiapua.com". odiapua.com (in ଆମେରିକୀୟ ଇଂରାଜୀ). Archived from the original on 24 March 2019. Retrieved 2019-03-23.
- ↑ bureau, Odisha Diary (2018-01-02). "Nabapallaba - New Odia e-magazine published". OdishaDiary (in ଆମେରିକୀୟ ଇଂରାଜୀ). Archived from the original on 24 March 2019. Retrieved 2019-03-23.
- ↑ bureau, Odisha Diary (2018-02-21). "New Odia Song Released by Nabapallaba e-magazine". OdishaDiary (in ଆମେରିକୀୟ ଇଂରାଜୀ). Archived from the original on 24 March 2019. Retrieved 2019-03-23.
- ↑ "ଶୁଭପଲ୍ଲବ ଇ-ପତ୍ରିକାର ୬ଷ୍ଠ ସଂସ୍କରଣ ଓ ନୂଆ ୱେବସାଇଟ୍ ଉନ୍ମୋଚିତ". ସକାଳ. 2 April 2019. Archived from the original (PDF) on 2 April 2019. Retrieved 2 April 2019.