ହରିହର ମିଶ୍ର
ହରିହର ମିଶ୍ର (୧୯ ନଭେମ୍ବର ୧୯୪୦ - ୨୩ ସେପ୍ଟେମ୍ବର ୨୦୨୪)[୨] ଜଣେ ଓଡ଼ିଆ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର ଥିଲେ ।[୩] ବୃତ୍ତିରେ ସେ ଥିଲେ ଜଣେ ଅଧ୍ୟାପକ । ସେ ସାହିତ୍ୟ ସର୍ଜନା ସହିତ ସେ ବେତାର ନାଟକରେ ମଧ୍ୟ ଅଭିନୟ କରିଛନ୍ତି ।[୪] ୨୦୧୬ମସିହାରେ, ସେ ଓଡ଼ିଶା ସାହିତ୍ୟ ଏକାଡେମିର ୩୧ତମ ସଭାପତି ଭାବରେ ନିଯୁକ୍ତ ହୋଇଥିଲେ ।[୫] । ୧୯୭୦/୮୦ ଦଶକରେ ଓଡ଼ିଆ ସାହିତ୍ୟରେ ପ୍ରଭାବ ବିସ୍ଥାର କରିଥିବା ଅନାମ କବିତା ଆନ୍ଦୋଳନରେ ସେ ସଂଶ୍ଳିଷ୍ଠ ଥିଲେ ।[୬]
ହରିହର ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯ ନଭେମ୍ବର ୧୯୪୦ |
ମୃତ୍ୟୁ | ୨୩ ସେପ୍ଟେମ୍ବର ୨୦୨୪ ମାର୍କଣ୍ଡେଶ୍ୱରସାହି, ପୁରୀ | (ବୟସ ୮୩)
ବୃତ୍ତି | ଅଧ୍ୟାପକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଦିବ୍ୟ ଅସନ୍ତୋଷ [୧] |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଶାରଳା ପୁରସ୍କାର |
ଜୀବନସାଥୀ | ରାଜଲକ୍ଷ୍ମୀ ମିଶ୍ର |
ସନ୍ତାନ | ରୀତିମୁକ୍ତା ରାଜଗୁରୁ, ମୋନାଲିସା ମିଶ୍ର, ବର୍ଣ୍ଣମାଳା ଦାଶ, ରୂପକଳ୍ପ ମିଶ୍ର |
ପିତାମାତା | ମଣିରାମ ମିଶ୍ର, ସେବତୀ ଦେବୀ |
ଜୀବନୀ
ସମ୍ପାଦନାବ୍ୟକ୍ତିଗତ ଜୀବନ
ସମ୍ପାଦନାହରିହର ମିଶ୍ର ୧୯୪୦ ମସିହା ନଭେମ୍ବର ୧୯ ତାରିଖରେ ପୁରୀର ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମଣିରାମ ମିଶ୍ର (ଓରଫ ଚିନ୍ତାମଣି ମିଶ୍ର) ଓ ମାତାଙ୍କ ନାମ ସେବତୀ ଦେବୀ ଥିଲା । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷାସାହିତ୍ୟରେ ସ୍ନାତକୋତ୍ତର ହାସଲ କରିଥିଲେ । ସେ ଅଧ୍ୟାପନା ବୃତ୍ତିରେ ଥିଲେ ଓ ଭୁବନେଶ୍ୱରର ନହରକଣ୍ଟାରେ ଥିବା ଜୟଦେବ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରେ ଥାଇ ଅବସର ଗ୍ରହଣ କରିଥିଲେ ।
ତାଙ୍କ ପରିବାରରେ ପତ୍ନୀ ରାଜଲକ୍ଷ୍ମୀ ମିଶ୍ର, ୩ ଝିଅ ରୀତିମୁକ୍ତା ରାଜଗୁରୁ, ମୋନାଲିସା ମିଶ୍ର, ବର୍ଣ୍ଣମାଳା ଦାଶ ଓ ପୁତ୍ର ରୂପକଳ୍ପ ମିଶ୍ରଙ୍କୁ ଅଛନ୍ତି ।[୭]
ସାହିତ୍ୟିକ ଜୀବନ
ସମ୍ପାଦନାସେ କବିତା, ଏକାଙ୍କିକା, ନାଟକ, ଉପନ୍ୟାସ, ଗଳ୍ପ ଓ ସମାଲୋଚନା ଆଦି ବିଭାଗରେ ନିଜ ଲେଖନୀ ଚାଳନା କରିଛନ୍ତି । ସମାବେଶ ପତ୍ରିକା ସେ ସମ୍ପାଦନା କରିଛନ୍ତି ।[୮]
ମୃତ୍ୟୁ
ସମ୍ପାଦନା୨୦୨୪ ମସିହା ସେପ୍ଟେମ୍ବର ୨୩ ତାରିଖରେ ହରିହର ମିଶ୍ରଙ୍କର ପରଲୋକ ଘଟିଥିଲା ।[୯]
ରଚନାବଳୀ
ସମ୍ପାଦନା
କବିତା ସଙ୍କଳନସମ୍ପାଦନା
|
ନାଟକସମ୍ପାଦନା
ଗଳ୍ପସମ୍ପାଦନା
|
ଉପନ୍ୟାସସମ୍ପାଦନା
ସମାଲୋଚନାସମ୍ପାଦନା
ଏକାଙ୍କିକାସମ୍ପାଦନା
ଅନୁବାଦସମ୍ପାଦନା
|
କଥାଚିତ୍ରରେ ଭୂମିକା
ସମ୍ପାଦନାହରିହର ଶ୍ରୀ ଶ୍ରୀ ପତିତପାବନ (୧୯୬୨) କଥାଚିତ୍ରର ଗୀତ ଓ ସଂଳାପ ରଚୟିତା ଓ ସହ ନିର୍ଦ୍ଦେଶକ ଥିଲେ ।[୧୦] ପରେ ଚିଲିକା ତୀରେ (୧୯୭୮) କଥାଚିତ୍ରର ସଂଳାପକାର ଓ ସହ ନିର୍ଦ୍ଦେଶକ ଥିଲେ ଓ ତପସ୍ୟା (୧୯୮୦) କଥାଚିତ୍ରର ଗୀତ ଲେଖିଥିଲେ । [୧୧]
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (ରାତ୍ରିର ଦୁଇଟି ଡେଣା ପାଇଁ), ୧୯୭୭[୧୨]
- ଶାରଳା ପୁରସ୍କାର (ଦିବ୍ୟ ଅସନ୍ତୋଷ ପାଇଁ), ୨୦୧୧[୧୩]
- ଭାନୁଜୀରାଓ ସ୍ମାରକୀ ପୁରସ୍କାର, ୨୦୦୭[୧୪]
- ଜୀବନ ରଙ୍ଗ ପୁରସ୍କାର, ୧୯୮୩
- ଝଙ୍କାର ବିଷୁବ ଗଳ୍ପ ପୁରସ୍କାର, ୧୯୬୦
- ଝଙ୍କାର ବିଷୁବ କବିତା ପୁରସ୍କାର, ୧୯୬୯
- ବିଷୁବ ପୁରସ୍କାର (ସାମଗ୍ରିକ କୃତି ପାଇଁ), ୧୯୭୪
- ଧରିତ୍ରୀ ସମ୍ମାନ, ୧୯୭୭
ଆଧାର
ସମ୍ପାଦନା- ↑ "Harihar Mishra Honored with Sarala Award 2011". odisha.360.batoi.com. 2011. Retrieved 9 January 2013.
decided to present him the award for his book "Dibya Asantosha", penned in 2009
- ↑ "Puri poet to head Sahitya Akademi". The Telegraph. Retrieved 5 May 2016.
- ↑ "Orissa CM gives away Think Odisha Leadership Awards, 2010". timesofindia-economictimes. Archived from the original on 2016-05-05. Retrieved 5 May 2016.
- ↑ ସମ୍ବାଦ ୦୫/୦୫/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮ରେ ପ୍ରକାଶିତ ଖବର "ହରିହର ମିଶ୍ର ହେବେ ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି"
- ↑ ସମ୍ବାଦ ୦୭/୦୫/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪ରେ ପ୍ରକାଶିତ ଖବର "ସାହିତ୍ୟ ଏକାଡେମୀର ୩୧ତମ ସଭାପତି ହେଲେ ହରିହର ମିଶ୍ର"
- ↑ "କବି ଓ ନାଟ୍ୟକାର ହରିହର ମିଶ୍ରଙ୍କ ସହ ସାକ୍ଷାତକାର". odiasahitya.com. 2011. Retrieved 9 January 2013.
ହରିହରିଙ୍କ ସୃଷ୍ଟି
- ↑ "ଆରପାରିରେ ହରିହର ମିଶ୍ର". https://sambadepaper.com/. 12 November 2018. Retrieved 24 September 2024.
{{cite web}}
: External link in
(help)|website=
- ↑ "ବ୍ୟକ୍ତିତ୍ୱ". No. ଧରିତ୍ରୀ ଛୁଟିଦିନ ଫେବୃଆରୀ ୨୦-୨୬ ପୃଷ୍ଠା ୬. ଧରିତ୍ରୀ. Archived from the original on 21 February 2022. Retrieved 21 February 2022.
- ↑ Ojha, Sibasankar (23 September 2024). "ପରଲୋକରେ ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହରିହର ମିଶ୍ର". Sambad. Retrieved 23 September 2024.
- ↑ "ଶ୍ରୀ ଶ୍ରୀ ପତିତପାବନ". ନଜର୍ (ନିତିଦିନ). Retrieved 25 September 2016.[permanent dead link]
- ↑ ଦେଓ, ସୂର୍ଯ୍ୟ. ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯). ସୃଜନ. p. 230. ISBN 9788192546537.
- ↑ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Akademi. Retrieved 5 May 2016.
- ↑ "The Hindu: Sarala Puraskar conferred on Harihar Mishra". thehindu.com. 2011. Retrieved 9 January 2013.
Eminent Oriya litterateur and dramatist Harihar Mishra was conferred the coveted Sarala Puraskar (award)
- ↑ "The Telegraph - Calcutta (Kolkata) | Nation | Author honoured". telegraphindia.com. 2007. Retrieved 9 January 2013.
Bhanujee Rao Smaraki Puraskar of Rs 20,000 for 2007 to poet Harihar Mishra
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ହରିହର ମିଶ୍ର