ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୨୦


Image-a-thon ପ୍ରକଳ୍ପ। ସମ୍ପାଦନା

ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆରେ ୧୨୨୮ଟି ପ୍ରସଙ୍ଗରେ ଗୋଟିଏବି ଫୋଟୋ ନାହିଁ। ଏହି ପ୍ରକଳ୍ପ ଦ୍ୱାରା ଆମେ ଏହି ସବୁ ଲେଖାରେ ଫୋଟୋ ଯୋଡ଼ିବାକୁ ପ୍ରଯତ୍ନ କରିବା। ଆମେ ଏହି ପ୍ରକଳ୍ପ ପାଇଁ ଗଣସମ୍ପାଦନାର ସବୁ ନିୟମ ପାଳନ କରାଯିବ ଓ ଶ୍ରେଷ୍ଠ ଯୋଗଦାନ-କର୍ତ୍ତାଙ୍କୁ ଉଇକିପିଡ଼ିଆ Goodies ପ୍ରଦାନ କରାଯାଉ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୦:୫୮, ୭ ମଇ ୨୦୧୬ (IST)[reply]

  ସମର୍ଥନ ସମ୍ପାଦନା

  • ମୋର ସମର୍ଥନ । ଛବିଗୁଡିକ ଓଡ଼ିଶା ସମ୍ବନ୍ଧିତ ହେଲେ ଭଲ । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୫୧, ୭ ମଇ ୨୦୧୬ (IST)[reply]
  • ମୁଁ ମଧ୍ୟ ଶୈଳେଶଙ୍କ ସ‌ହ ଏକମତ । ଲେଖା ସ‌ହିତ ଛବିଟିଏ ରହିଲେ ଦେଖିବାକୁ ସୁନ୍ଦର ଲାଗିବ ଏବଂ କାହାକୁ ସେହି ଛବି ମଧ୍ୟ ଦରକାର ପଡ଼ିପାରେ । କେହି ଖୋଜୁଥିବା ତ‌ଥ୍ୟ ସ‌ହ ଛବିଟିଏ ପାଇଲେ, ଖୁସି ହୋଇ ଉଇକିପିଡ଼ିଆ ପ୍ରତି ଆକର୍ଷିତ ହେବ । --Ssgapu (ମୋ ଆଲୋଚନା) ୧୦:୦୧, ୭ ମଇ ୨୦୧୬ (IST)[reply]
  • ମୋ ତରଫରୁ ମଧ୍ୟ ସମର୍ଥନ । ଖାଲି ଲେଖା ରହିବା ଅପେକ୍ଷା ତା ସହିତ ଛବିଟିଏ ରହିଲେ ଏହି ତଥ୍ୟ ଅଧିକ ଉପଯୋଗୀ ହୋଇପାରିବ । --Chinmayee Mishra (ମୋ ଆଲୋଚନା) ୧୫:୪୫, ୭ ମଇ ୨୦୧୬ (IST)[reply]
  • ମୋର ମଧ୍ୟ ଏହା ପ୍ରତି ପୂର୍ଣ୍ଣ ସମର୍ଥନ । ସମ୍ପୂର୍ଣ୍ଣ ଲେଖାଟିକୁ ପଢ଼ିବା ପୂର୍ବରୁ ପାଠକର ଆଖି ପ୍ରଥମେ ଛବିଟି ଉପରେ ପଡ଼ିଥାଏ । ତେଣୁ ନିଶ୍ଚିତ ଭାବରେ, ବିଶେଷ କରି ଲମ୍ବା ପୃଷ୍ଠାଗୁଡ଼ିକ କ୍ଷେତ୍ରରେ, ଛବି ହିଁ ପାଠକ‌କୁ ଅଧିକ ତ‌ଥ୍ୟ ଯୋଗାଇଥାଏ । ତେଣୁ ମୋ ମତରେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କଲେ ଖୁବ୍ ଭଲ ହେବ । --Rajalaxmi Mishra (ମୋ ଆଲୋଚନା) ୧୮:୪୬, ୭ ମଇ ୨୦୧୬ (IST)[reply]
  • ଏହା ଏକ ଭଲ କାମ।ମୁଁ ଏଥିରେ ପୂର୍ଣ ସହଯୋଗ ଦେବି।--Adyasha1994 (ମୋ ଆଲୋଚନା) ୧୯:୦୮, ୭ ମଇ ୨୦୧୬ (IST)[reply]
  • ମୁଁ ବି ଏଥିରେ ଭାଗନେଇ କିଛି ପ୍ରସଙ୍ଗରେ ଛବି ଯୋଡ଼ିବି । --Psubhashish (ମୋ ଆଲୋଚନା) ୧୦:୧୬, ୧୦ ମଇ ୨୦୧୬ (IST)[reply]
  • ମୁ ମଧ୍ୟ ଏକମତ କାରଣ ଛବି ରହିଲେ ଉକ୍ତ ପ୍ରସଙ୍ଗରେ ଅଧିକ ତଥ୍ୟ ମିଳିପାରିବ।--ସତ୍ୟଜିତ୍ ନାୟକ (ମୋ ଆଲୋଚନା) ୧୫:୧୬, ୧୧ ମଇ ୨୦୧୬ (IST)[reply]
  • ବନ୍ଧୁ ମାନେ ଯଉ ମତ ଦେଇଛନ୍ତି ମୁଁ ପୂର୍ଣ ସମର୍ଥନ କରୁଛି । ପ୍ରକୃତ ରେ ଓଡିଆ ୱିକି ପାଇଁ ବହୁତ କମ ଛବି ରହିଛି । ଅନେକ ଲେଖା ରେ ସମ୍ବନ୍ଧିତ ଫୋଟୋ ରହିବା ନିହାତି ଦରକାର । ସେ ସବୁ କୁ ଅପଲୋଡ କରିବାକୁ ଆମକୁ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ । ମୁଁ ଯଥାସମ୍ଭବ ଏ ଦିଗ ରେ ନିକଟ ଭବିଷ୍ୟତ ରେ ସହାୟତା ନିଶ୍ଚୟ କରିବି ।Susant purohit (ମୋ ଆଲୋଚନା) ୧୧:୪୮, ୧୮ ଅକ୍ଟୋବର ୨୦୧୬ (IST)[reply]
  • ଓଡିଶା ର ପ୍ରାଚୀନ ଏଇତିହ ସ୍ଥାନ ମାନଙ୍କ ମଧ୍ୟ ରୁ ମୁଖ୍ୟ କେତେକ ସ୍ଥାନ ବ୍ଯତୀତ ଅନ୍ୟ ସ୍ଥାନ ବା ସେହି ସ୍ଥାନ ସବୁ ର ଦରକାରୀ ଅଞ୍ଚଳ ( ପ୍ରାଚୀନ ମନ୍ଦିର କାନ୍ଥ ରେ ଥିବା ସିଲାଲେଖ ବା ସ୍ଵତନ୍ତ୍ର ମୂର୍ତି , ଯାହା ବିଷୟ ରେ ଲେଖା ରେ ବର୍ଣନା ଥାଏ ) ର ଫୋଟୋ ଗୁଡିକ ଉଠାଯାଇ କମନ୍ସ ରେ ଉପଲୋଡ କରାଗଲେ ଅନେକ ପ୍ରସଙ୍ଗ ର ଗୁଣମାନ ବୃଦ୍ଧି କରାଯାଇ ପାରିବ । ଏଥିପାଇଁ ଅଗ୍ରାଧିକାର ଭିତ୍ତି ରେ କାର୍ଯ୍ୟକ୍ରମ ଟି କରାଯାଉ । Susant purohit (ମୋ ଆଲୋଚନା) ୧୪:୩୫, ୧ ଫେବୃଆରୀ ୨୦୧୭ (IST)[reply]

  ବିରୋଧ ସମ୍ପାଦନା

ପୁରୀ ଉଇକିଟୁଙ୍ଗି ମେଳଣ ସମୟରେ ଆମେ ଉଇକିଡ଼ାଟା ସ‌ହ Image-a-thon ଗୋଟେ Phase 1 ବା Pilot ପ୍ରକଳ୍ପ କରିଥିଲୁ, ଯେଉଁଥିରେ କିଛି ଲେଖାରେ ଛବି ଯୋଡ଼ାହେଇଥିଲା। ଫୋଟୋ ନଥିବା ପ୍ରସଙ୍ଗଗୁଡ଼ିକର ତାଲିକାରେ  Y ଲାଗିଥିବା ଲେଖା ଗୁଡ଼ିକରେ ଛବି ଯୋଡ଼ାହେଇଛି। ମଇ ମାସର query ହିସାବରେ ୧୨୦୦ରୁ ଉର୍ଦ୍ଧ ଲେଖାରେ ଛବି ନାହିଁ, ବର୍ତ୍ତମାନର query ହିସାବରେ ୧୪୦୦ରୁ ଉର୍ଦ୍ଧ ଲେଖାରେ ଛବି ନାହିଁ। ଏହି ନିୟମ ହିସାବରେ, Image-a-thon ପ୍ରକଳ୍ପ ଦ୍ୱାରା ଆମେ ଓଡ଼ିଆ ଉଇକିପିଡ଼ିଆର ଲେଖାଗୁଡ଼ିକୁ ଉନ୍ନତ କରିପାରିବା। ମୁଁ ଏହି ପ୍ରକଳ୍ପକୁ ଫେବୃୟାରୀରେ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଉଛି, ଓ ବାକି ଉଇକିଆଳିଙ୍କ ମତ ନେବା ପାଇଁ ଅନୁରୋଧ କରୁଛି।--ଶୈଳେଶ (ପଚାରିବେ କିଛି?)   ୧୧:୩୦, ୧୧ ଜାନୁଆରୀ ୨୦୧୭ (IST)[reply]

  ସମର୍ଥନ ସମ୍ପାଦନା

  ବିରୋଧ ସମ୍ପାଦନା

ମତାମତ ସମ୍ପାଦନା

ଓଡିଶା ର ପ୍ରାଚୀନ ଧର୍ମସ୍ଥଳୀ ଗୁଡିକର ଫୋଟୋ , ମନ୍ଦିର ଭିତରେ ଥିବା ଉଲ୍ଲେଖନୀୟ ମୂର୍ତି , ଶିଳାଲେଖ ଗୁଡିକ ର ଫୋଟୋ ମଧ୍ୟ ଉଇକି କମନ୍ସ ରେ ଉପଲବ୍ଧ ନାହି । ସେ ସବୁ ଉଠେଇ ଅପଲୋଡ କରାଗଲେ ସେ ସମ୍ପର୍କିତ ଲେଖା ରେ ତାହା ଯୋଡା ଯାଇ ପାରନ୍ତା । ତାହା ଦ୍ଵାରା ଲେଖା ଆହୁରି ଉନ୍ନତ ହେଇ ପାରନ୍ତା । ଏ ଦିଗରେ ମଧ୍ୟ କିଛି ସଙ୍କଳ୍ପବଦ୍ଧ ଭାବରେ ଉଦ୍ୟମ କରାଯାଉ । Susant purohit (ମୋ ଆଲୋଚନା) ୦୯:୦୮, ୩୦ ଜାନୁଆରୀ ୨୦୧୭ (IST)[reply]

Visit of CIS-A2K team member to Bhubaneswar ସମ୍ପାଦନା

Apologies for posting this message in English,

I am Tanveer Hasan, working with CIS-A2K, Bangalore. I will be visiting Bhubaneswar from 6th to 9th of February, 2017 to participate ina series of meetings that aim to grow, provide support and explore opportunities for Odia Wikimedia projects. A tentative schedule of these meetings is as follows:

6 Feb, 2017: Meeting with Mr. Vineel Krishna to discuss the QRCoding project for Bhubaneswar 6 Feb, 2017: Meeting with Commissioner, BMC

7 Feb, 2017: Meeting with VC, NLU Cuttack 7 Feb, 2017: Meeting with Prof. D.P. Pattanayak and Prof. Chandrabhanu Pattanaik

8 Feb, 2017: Meeting at Sambhalpur University

9 Feb, 2017: Meeting at Utkal University with the Librarian 9 Feb, 2017: Meeting with MD of Odisha Knowledge Corporation Limited

I also have a plan of meeting Wikimedians both from Bhubaneswar and Puri based on their availability.

I request Odia Wikimedians to suggest if I can be of any help during my visit. I shall be sharing the outcomes of these meetings on the mailing list and also on the Odia Wikipedia Village Pump.

Regards,

Hi @Lahariyaniyathi:, can you please share with us about the outcome of this visit. Also, please sign so that it doesn't confuse others who has posted this message. --ସୁଭାସିସ ପାଣିଘରି (ଆଳାପ) ୨୦:୩୯, ୨୭ ମଇ ୨୦୧୭ (IST)[reply]


Dear ସୁଭାସିସ ପାଣିଘରି and Odia Wikimedians ,

Apologies for posting this message in English,

I apologise for the delay in providing the updates regarding my Odisha visit. I realise that this was unprofessional on behalf of me and would like to assure you that any further activities by CIS-A2K will be reported to the community members with due diligence.

During my visit to Bhubaneswar (6-9 February, 2017) the meeting with Mr. Vineel Krishna did not take place due to his busy schedule and last minute engagements. The scheduled visit to Sambalpur University was also canceled due to the unavailability of the Vice Chancellor and the strike in University.

  • A2K team (Sailesh Patnaik and I) met with Ms. Namita Subudhi and Commissioner, BDA to discuss the QR Pedia project. Following action points resulted out from this meeting:
  1. requesting an announcement letter from BDA
  2. Printouts of the CC licenses to be provided to BDA
  3. Orientation program for the interns of BDA and also DeTour.
  4. Creating templates for the BDA.
  5. Improving the meta page and spreading awareness on QR Code edit-a-thon by A2K.
  • I had the opportunity to meet Ms. Tanaya Patnaik, Eastern Media Limited and discussed the proposed Edit-a-thon that was being co-organised by Eastern Media Limited and A2K. We discussed about the structure of the edit-a-thon and follow-up activities that would carry forward the momentum generated by the event. Following action points emerged out of that meeting:
  1. Email to Tanaya, Tanaya patnaik regarding the requirements from A2K to make the edit-a-thon a successful event.
  2. Email to HoD- Department of Women's Studies connecting Ms. chinamyee Mishra and Eastern Media Limited towards collating resources for the event.
  3. Connect KSPWSC, University of Pune, Breakthrough, Delhi and Sambad.
  4. Outline and Planning of 18th-19th March event
  5. Scouting of materials from Utkal University and archives of EML
  6. Sending monthly mails to Tanaya or her team asking for images for articles without images.
  7. Explore options for MoU with EML regarding content donation.
  • A2K team along with Ms. Chinamyee Mishra, Odia Wikimedian met with Prof. Asoka Das, Vice Chancellor of Utkal University and discussed the possibility of digitising the copyright lapse books that are housed at UU Library.

Following action points emerged out of this meeting:

  1. Send a proposal plan to VC for the mass digitisation project.
  2. Orientation and planning for the independent activity.
  3. Internship program with M. Lib Science.
  4. Library access and reference searching for the EML event.

A2K team along with Ms. Chinamyee Mishra, Odia Wikimedian also met with Mr. Santosh Birari, Odisha Knowledge corporation Limited, OKCL and explained A2K's partnership with Maharashtra Knowledge Corporation Limited and requested similar kind of collaboration in digitising and setting up of a digital lab similar to the one set up by MKCL in Pune.

  1. Send masterplan with wishlist
  2. Collaboration regarding creating Odia Wikipedia tutorials.

I also met with Prof. Chandrabhanu Pattanaik, Director, Centurion University and took forward the discussions regarding Wikisource Digitisation Project at the Centurion University, Paralakhemundi Campus. A2K team is planning to facilitate a partnership between Centurion University and OKCL for the proposed digitisation project.

My meeting with Prof. D.P. Pattanaik, resulted in further conversations with Mr. Manoranjan Panigrahi, Commissoner, Culture and PR Odisha Government regarding the Centre for Classical Odia Language. We have sent out our annual plan as per their request.

A2K team also met with Mr. Subrato Bagchi, Chairman, Odia Skill Development Corporation regarding the introduction of Digital Literacy in their proposed Skill Building Modules. A2K team has been unable to take this idea forward due to regulation issues and lack of expertise in developing the Digital Literacy content.

A2K team has been able to conduct the Sambad Edit-a-thon and will be soon launching a digitisation project with Utkal University. We would also be coordinating with Department of Women Studies, Utkal University in conducting an awareness event under Gender Gap Bridging initiative. A2K team has also been able to initiate the QR Pedia Edit-a-thon partnering with BDA.

A2K team also had the good fortune of participating in the anniversary celebrations of the Bhubaneswar Tungi Meet-up and discussed the future activities that the Tungi Meetup can be associated with. Inviting a prominent global Wikimedian to participate remotely in the Tungi meet-up was discussed and the idea of financially supporting Tungi Meetups was also discussed.

Lahariyaniyathi (ମୋ ଆଲୋଚନା) ୧୭:୦୪, ୬ ଜୁନ ୨୦୧୭ (IST)[reply]

ଉଇକିପିଡ଼ିଆ ୧୫ ପାଳନ ସମ୍ପାଦନା

ଆଦରର ଉଇକିଆଳିମାନେ, ଅଭିନନ୍ଦନ!! !! !!ଏହି ବର୍ଷ ଓଡ଼ିଆ ଉଇକିପିଡ଼ିଆର ୧୫ ବର୍ଷ ପୁରଣ ହେଉଛି । ସେଥିପାଇଁ ଆମେମାନେ ଉଇକିପିଡ଼ିଆ ୧୫ ବୋଲି ଗୋଟିଏ କାର୍ଯ୍ୟକ୍ରମ କରିବା ପାଇଁ ଚିନ୍ତା କାରୁଛୁ । ଏହି ବର୍ଷ ଜୁନରେ ଆମେ ଏହାକୁ ପାଳନ କରିବା । ଏଠି ଆମେ କିଛି ଆନୁମାନିକ ରାଶି ଲେଖୁଛୁ । ଆପଣମାନଙ୍କୁ ଅନୁରୋଧ ଯେ, ଆପଣମାନେ ନିଜର ମତାମତ ଦିଅନ୍ତୁ । ଆପଣ ମତାମତ ଦେଇପାରିବେ ଯେ କେଉଁଠି ପାଳନ କରାଗଲେ ଭଲ ହେବ । କଣ କଣ କରାଗଲେ ଭଲ ହେବ । କିମ୍ବା ଏହି କାର୍ଯ୍ୟକ୍ରମ ବିଷୟରେ କିଛି ବି । ଅପଡେଟ ୧ - ଫେବୃୟାରୀ ୨୮ କାର୍ଯ୍ୟକ୍ରମ ବାବଦରେ ଅଧିକ ଯୋଜନା

  • ଏହା ଭୁବନେଶ୍ୱରରେ ହେବ ।
  • ଏହା ଦୁଇଦିନ ଧରି ପାଳନ କରାଯିବ ।
  • ନୁଆ ପୁରୁଣା ସବୁ ଉଇକିଅଳି ମାନଙ୍କୁ ଆଣିବାକୁ ଚେଷ୍ଟା କରାଯିବ ।
  • ଅନ୍ୟ କମ୍ୟୁନିଟିରୁ ଦୁଇଜଣ ସଭ୍ୟଙ୍କୁ ଡାକିବାକୁ ଚେଷ୍ଟା କରିବା ।

ଏହି ଖର୍ଚ୍ଚ ଆକଳନ‌କୁ ଟିକେ ବଦଳା ଗଲା ।

ଖର୍ଚ୍ଚ ପରିମାଣ ରାଶି ଆକଳନ
ଖାଦ୍ୟ ୪୧୪୦୦ ଜଳଖିଆ (2 nos .70/person), Lunch (2 times, 200/person), High tea+ Dinner (40 nos), Dinner (20 nos, 200/person)
ବ୍ୟାଗ ୨୦୦୦୦ Bag (150), ID (155), Pen+Pad (40) + Keyring (50)
ଇଣ୍ଟରନେଟ ୨୦୦୦୦ 2 conference days
ଟି ସାର୍ଟ ୨୬୦୦୦ 650/piece
ଯାତାୟତ (ଗସ୍ତଖର୍ଚ୍ଚ) ୧୩୦୦୦୦ 15000/person (flight) + 3000/person (train)+10000 (taxii)
ହଲ (ସଭା ସ୍ଥାନ) ୨୦୦୦୦ ଦୁଇଦିନ
ଷ୍ଟିକର ଓ ବ୍ୟାନର ୭୦୦୦ Sticker (2 types, 15 INR/piece), Banner (500/piece*3), gate (1500)
ରହଣୀ ୪୫୦୦ 1400/double room/night, 5 rooms (Day 1), 20 rooms (Day 2), 5 rooms (Day 3)
ସମୁଦାୟ ୩୦୯୪୦୦
‌‌
ଯଦି ଆଇଆଇଏମସି ଭଳି କିଛି ଶିକ୍ଷାନୁଷ୍ଠାଙ୍କୁ ଡକାଗଲା କିମ୍ବା ଅନ୍ୟ କମୁନିଟିରୁ କାହାକୁ ଡକାଗଲା
ଯାତାୟତ (ଗସ୍ତଖର୍ଚ୍ଚ) ୪୨୦୦୦ 400/person (roundtrip)*total 30 pax, 15000/person*3 pax (other community)
ରହଣି ୪୫୦୦୦
ଖାଦ୍ୟ ୩୨୦୦୦ Breakfast (2), Lunch (2), High tea+ Dinner (40 nos), Dinner (20)
ସମୁଦାୟ ୧୧୯୦୦୦

ଏହି ହିସାବ ଅଟକଳ ଓ ଯୋଜନା ୨ୟ ସ୍ତରରେ କରାଯାଇଛି । ସମସ୍ତଙ୍କ ମତାମତ ପରେ ଯୋଜନାରେ ସଂଶୋଧନ କରାଯାଇ କାର୍ଯକାରୀ କରାଯିବା । ତେଣୁ ସମସ୍ତଙ୍କୁ ଅନୁରୋଧ ଯେ ଏଥିରେ ଶିଘ୍ର ମତାମତ ଦେଲେ ସେହି ହିସାବାରେ ଅନୁଦାନ ପାଇଁ ଅବେଦନ କରାଯିବ । ଧନ୍ୟବାଦ--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୦:୧୩, ୧୬ ଫେବୃଆରୀ ୨୦୧୭ (IST)[reply]

ଯେହେତୁ ଏହା ଓଡ଼ିଆ ଉଇକିପିଡ଼ିଆର ମୁଖ୍ୟ କାର୍ଯ୍ୟକ୍ରମ, ରାଜଧାନୀ ଭୁବନେଶ୍ଵରରେ କରାଗଲେ ଭଲ । ୧୫ବର୍ଷ ପୁରୁଛି, ତେଣୁ ୧୫ଦିନ ଧରି ଗୋଟିଏ ପୁରସ୍କାରଭିତ୍ତିକ ଏଡିଟ୍-ଏ-ଥନ୍ ଓ ଓଡ଼ିଶା ସମ୍ବନ୍ଧିୟ ଛବି ଅପଲୋଡ଼ ପ୍ରତିଯୋଗିତା କରାଗଲେ ଭଲ ହୁଅନ୍ତା । ସବୁବର୍ଷ ଭଳି ବର୍ଷ ତମାମ କାମକୁ ନଜରରେ ରଖି, ଉଇକିଆଳିମାନେ ଶ୍ରେଷ୍ଠ ୫ଜଣ ଉଇକିପିଡ଼ିଆର ଅବଦାନକାରୀଙ୍କୁ ମଧ୍ୟ ବାଛନ୍ତୁ । ତାଙ୍କୁ ବି ପୁରସ୍କୃତ କରାଯାଉ । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୦୩, ୧୬ ଫେବୃଆରୀ ୨୦୧୭ (IST)[reply]
ସୁଖର କଥା, ଏ ବର୍ଷ ବ‌ହୁତ ଆଗରୁ ଜ୍ଞାନ ଏ ପଦକ୍ଷେପ ନେଉଛନ୍ତି, ଆଉ 'ବାହାଘର ବେଳେ ବାଇଗଣ ରୁଆ' ହେବ ନାହିଁ ବୋଲି ଆଶା । ପ୍ରଥମେ କିଏ ଯୋଗ ଦେବେ ନାମ ଲେଖାନ୍ତୁ । ସେଥିରେ କେତେ ସଂଖ୍ୟକ ଏଡିଟ କରିଥିବା ଉଇକିଆଳି ଯୋଗ ଦେବାକୁ ଯୋଗ୍ୟ ହେବେ, ତାହା ନିର୍ଦ୍ଧାରଣ କରାଯାଉ । ୫-୭ ଦିନ (ବା ଅଧିକ) ମଧ୍ୟରେ ଏହା ଜଣାପଡ଼ିଯିବ । ସେଇ ସଂଖ୍ୟା ଅନୁସାରେ ଟି ସାର୍ଟ, ବ୍ୟାଗ ଇତ୍ୟାଦିର ପରିମାଣ, ଗସ୍ତ ଖର୍ଚ୍ଚ, ଖାଦ୍ୟ ଖର୍ଚ୍ଚ ଇତ୍ୟାଦି ଜଣାଯିବ । ଛୋଟ ବା ବଡ଼ ହଲ ଦରକାର, ତାହା ମଧ୍ୟ ଜଣାଯିବ । ତା'ପରେ ଦାୟିତ୍ୱ ବଣ୍ଟା କାମ ହେବ । ଭୁବନେଶ୍ୱର ଟୁଙ୍ଗିରେ ବିଶଦ ଆଲୋଚନା କରାଯାଇପାରିବ । --Subas Chandra Rout (ମୋ ଆଲୋଚନା) ୧୨:୩୩, ୧୬ ଫେବୃଆରୀ ୨୦୧୭ (IST)[reply]
ହଁ ଓଡ଼ିଆ ଉଇକିର ୧୫ବର୍ଷ ପୂର୍ତ୍ତି ଅବସରର କାର୍ଯ୍ୟକ୍ରମ ମାନେ ଭୁବନେଶ୍ୱରରେ ହେଲେ ଭଲ ହେବ । ପୁରୀ ହେଲେ ବି ଭଲ ରୁହନ୍ତା, ମାତ୍ର ଭୁବନେଶ୍ୱରରେ ହେଲେ ଅଧିକ ଆକର୍ଷଣ ରହିବ ଲୋକଙ୍କର । ତା' ଛଡ଼ା ଆଗରୁ ସବୁକିଛି ସ୍ଥିର ହୋଇଗଲେ ସୋସିଆଲ୍ ମିଡ଼ିଆରେ ପ୍ରଚାର ପାଇଁ ସୁବିଧା ହେବ । ଫଳରେ ବେଶିରୁ ବେଶି ଲୋକ ଏହି କାର୍ଯ୍ୟକ୍ରମ ବିଷୟରେ ଜାଣିବା ସ‌ହ ଅଧିକ ସଂଖ୍ୟାରେ ଯୋଗଦାନ କରିପାରିବେ । ମୁଁ ଏହି ସଭାପାଇଁ ପ୍ରତ୍ୟକ୍ଷ ଭାବରେ କିନ୍ତୁ କିଛି ସାହାଯ୍ୟ କରି ନ ପାରେ, ମାତ୍ର ସୋସିଆଲ ମିଡ଼ିଆରେ ନିଶ୍ଚୟ ସକ୍ରିୟ ରହି କାର୍ଯ୍ୟ କରିପାରିବି ଆଉ ସେହିଭଳି କିଛି ବନ୍ଧୁମାନେ ମଧ୍ୟ ଆମକୁ ସାହାଯ୍ୟ କରିପାରିବେ । ଏସବୁ ବ୍ୟତୀତ ନୂଆ ଉଇକିଆଳୀଙ୍କୁ ମଧ୍ୟ ଆକର୍ଷଣ କରିବା ପାଇଁ ଏବେଠାରୁ ଏକ ପ୍ରତିଯୋଗିତା କରିବା ଦରକାର ବୋଲି ମୁଁ ଆଶା କରୁଛି, ଯେମିତିକି ଅଧିକ ସଂଖ୍ୟାରେ ଯୋଗଦାନ କରୁଥିବା ନୂଆ ଉଇକିଆଳୀଙ୍କୁ ପୁରସ୍କାରର ବ୍ୟବସ୍ଥା କରାଯିବ ଇତ୍ୟାଦି । ସର୍ବପରି ଆମକୁ ପ୍ରଥମେ ନିର୍ଦ୍ଦିଷ୍ଟ ସ୍ଥାନ ଏବଂ ତାରିଖ ଧାର୍ଯ୍ୟ କରିବା ଆବଶ୍ୟକ, ଯାହା ଫଳରେ ଅଧିକ ପ୍ରଚାର ହୋଇପାରିବ । -- ଗପୁ (ମୋ ଆଲୋଚନା) ୧୪:୦୬, ୧୬ ଫେବୃଆରୀ ୨୦୧୭ (IST)[reply]

  ସମର୍ଥନ -ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୨୨:୧୭, ୧୮ ଫେବୃଆରୀ ୨୦୧୭ (IST)[reply]

ଜରୁରୀକାଳୀନ ଆଇଆରସି (ମଇ ୨୬ ଶୁକ୍ରବାର) ସମ୍ପାଦନା

ଏଇଟିକୁ ଯେତେ ଚଞ୍ଚଳ ପଢ଼ିଲେ ଭଲ ।

ଉଇକିମିଡ଼ିଆ ଫାଉଣ୍ଡେସନର କାର୍ଯ୍ୟକ୍ରମ ଓ ସମ୍ମିଳନୀ ପାଇଁ ପାଣ୍ଠି ଆବେଦନର ଶେଷ ତାରିଖ ମଇ ୨୮ । ଯଦି ଆମେ ଏଥର ଆବେଦନ କରିନ ପାରୁଛୁ ତାହେଲେ ସେପ୍ଟେମ୍ବରରେ ଯାଇ ଆବେଦନ କରିପାରିବୁ । ଆଉ ସେ ପାଣ୍ଠି ଆସିବା ବେଳକୁ ନଭେମ୍ବର । ତେଣୁ ଏତେ ବିଳମ୍ବ କରିବା ଅପେକ୍ଷା ଆଗରୁ ଆରମ୍ଭ ହୋଇଥିବା ଏ ଆଲୋଚନାରେ ଆଉଥରେ ଅନୁରୋଧ କରୁଛି ଯେ ଆମେମାନେ ଶନିବାର ସକାଳେ ଆଇଆରସିରେ ଘଣ୍ଟେ ପାଖାପାଖି କଥା ହୋଇପାରିଲେ ଭଲହୁଅନ୍ତା (ମୁଁ ନିଜେ କାଲି ବ୍ୟସ୍ତଥିବାରୁ କାଲି ଭାଗନେଇପାରୁନି ତେବେ ବାକିମାନଙ୍କୁ କାଲି ସୁବିଧା ହେଉଥିଲେ କାଲି ମଧ୍ୟ ଭେଟି ଆଲୋଚନା କରିପାରିବେ) ।

କଣ କଣ ଆଲୋଚନା କରିବେ?

ଉଇକିମିଡ଼ିଆର ଆବେଦନ ଫର୍ମଟିଏ ରହିଛି । ଆମେ ଏଇଠି ସେ ଫର୍ମଟିକୁ କପିକରିଆଣି ଡ୍ରାଫ୍ଟରେ ଲେଖିବା ଆରମ୍ଭ କରିବା ଆଉ ସରିଗଲେ ରବିବାର ଦିନ ସଞ୍ଜ ସୁଦ୍ଧା ଆବେଦନ କରିବା ।

  • ଆପଣମାନେ ଆଇଆରସିରେ ଯୋଗଦେଇପାରିଲେ ଭଲ । ଯୋଗ ନଦେଇପାରିଲେ ଏବେଠୁ ଆରମ୍ଭ କରି ଏହି ଶନିବାର (ପଅରଦିନ ସକାଳ) ସକାଳ ଭିତରେ ଏଥିରେ ବୋଲ୍ଡ଼ ହୋଇଥିବା TEXT, PLACEHOLDERTEXTUSERNAME ଉପରେ ରାଇଟ କ୍ଲିକ କରି ନିଜ ନିଜ ମତ ଲେଖିବେ (ତଳ ଆନିମେସନ ଦେଖନ୍ତୁ)
 
  • ଏହି ପୃଷ୍ଠାରେ ଥିବା ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଭିତରୁ ଏହି ବିଭାଗଟି ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ । ଏଥିରେ ଉପର ପଦ୍ଧତିରେ କମେଣ୍ଟ କରି ନିଜ ବ୍ୟବହାରକାରୀ ନାମ (ଇଉଜର ନାମ) ଲେଖିବେ । ଯଦି ଆଗରୁ କୌଣସିଥିରେ ଫାଙ୍କା ପଡ଼ିଛି ଓ କେହି ନିଜ ନାଁ ଲେଖିନାହାନ୍ତି ଦୟାକରି ସେଠି ନିଜ ନାଁ ଲେଖିବେ । ଫାଙ୍କା କରି ଆବେଦନ କଲେ ହୁଏତ ଆବେଦନ ଖାରଜ ହୋଇଯାଇପାରେ ।
  • କମେଣ୍ଟ କରିସାରି ସେଇ କମେଣ୍ଟରେ ବନ୍ଧନୀ ଭିତରେ ନିଜ ଇଉଜରନାଁ/ନାଁଟି ଲେଖିଥିବେ ।

--ସୁଭାସିସ ପାଣିଘରି (ଆଳାପ) ୧୮:୫୮, ୨୫ ମଇ ୨୦୧୭ (IST)[reply]

ଆମେ ଏ ପାଳିକ ଆଉ ବୋଧେ ଆବେଦନ କରିପାରିବୁ ନାହିଁ ସମ୍ପାଦନା

ଭିନ୍ନ ଭିନ୍ନ କାରଣ ହେତୁ ଏଯାଏ ଆବେଦନ ଫର୍ମରେ କେହି ନିଜ ମତ ଆଦି ଦେଇପାରିନାହାନ୍ତି । ତେବେ ଏଥି ପାଇଁ କାହାରିକୁ ଦୋଷ ବି ଦେଇହେବନି କାରଣ ଆମ ହାତରେ ସମୟ ଖୁବ କମ ଥିଲା । ତେବେ ପଛ କଥା ଭାବିଲେ ଦୁଃଖ ଲାଗିବ ଭାବି ମୁଁ ବି ବେଶୀ ଭାବୁନି ଆମେ କେତେ ବଡ଼ ଜିନିଷ ହରେଇଲେ । ତେଣୁ ବଡ଼ ଶିକ୍ଷା ଯୋଡ଼ିଏ ହେଲା:

  1. ଆରମ୍ଭରୁ ସବୁ ଖୋଲାଖୋଲି ଲିଖିତ ଭାବେ ଆଲୋଚନା କରିବା
  2. ଏକ ସମସ୍ତେ ପଢ଼ିପାରୁଥିବା ସ୍ଥାନରେ ଆଲୋଚନା କରିବା (ମୋବାଇଲରେ ଅନେକେ ଲେଖୁଥିବା କଥାଟା ତରବରରେ ପାଶୋରି ଦେଇ ମୁଁ ଗୁଗୁଲ ଡକରେ ସମ୍ପାଦନା କରିବାକୁ ପଚାରିବାଟା ଭୁଲ)

ଆମ ପାଇଁ ଆଗାମୀ ଉଇକିମିଡ଼ିଆ ଗ୍ରାଣ୍ଟ ଆବେଦନ କରିବା ପାଇଁ ୩ ମାସ ରହିଲା (ଅନ୍ୟଆଡ଼ୁ ପାଣ୍ଠି ଆଣି ଆମେ ତା ଆଗରୁ ବି କରିପାରିବା ତେଣୁ କେହି କିଛି କରିପାରିଲେ ଭଲ ହେବ) । ଏମାସର ଆଉ କିଛି ଦିନ, ଜୁନ, ଜୁଲାଇ ଓ ଅଗଷ୍ଟ ଭିତରେ ଆପଣ ସମସ୍ତେ ଯେତେ ପାରିବେ ଏଇଠିକି ଯାଇ ବିଭିନ୍ନ ବିଷୟରେ ଲେଖୁଥିବେ । ସବୁକୁ ମିଶାଇ ଆମେ ଶେଷରେ ସେପ୍ଟେମ୍ବର ୨୦ ଆଡ଼କୁ ଆବେଦନ କରିବା । ସମୟ ଅଧିକ ଥିଲେ ମଧ୍ୟ ଏବେଠୁ ଲେଖା ଆରମ୍ଭ କରିବାକୁ ଅନୁରୋଧ । ଫଳରେ ଶେଷ ବେଳକୁ ଏଥର ଭଳି ଅସୁବିଧା ଆଉ ନହେଉ ।--ସୁଭାସିସ ପାଣିଘରି (ଆଳାପ) ୧୨:୫୮, ୨୭ ମଇ ୨୦୧୭ (IST)[reply]

ଆମ ପାଖେ ଥିବା କମ ସମୟରେ ଆମେ ଜୁନ ୩ ତାରିଖର ଦିନ ଆଉ କଣ କରିପାରିବା? ସମ୍ପାଦନା

ଏଇଠି ତଳେ ଆମ ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ୧୫ ତମ ଜନ୍ମତିଥିରେ ଆଉ କଣ କରିପାରିବା ସେ ବାବଦରେ ନିଜ ମତ ଦିଅନ୍ତୁ । ହାତରେ ଖୁବ କମ ସମୟ ଥିବାରୁ ବେଶୀ ବଡ଼ କିଛି କରିହେବନି । ତେବେ ଆମେ ସମସ୍ତେ ଅଲଗା ଅଲଗା ସ୍ଥାନରେ ଥିବାରୁ ଅନଲାଇନ ଗଣ-ସମ୍ପାଦନା ଭଳି କିଛି କରି ଆଗରୁ ଲେଖାଥିବା ପ୍ରସଙ୍ଗରେ ଫଟୋ, ଆଧାରଆଦି ଯୋଡ଼ିବା ଓ ମିଡ଼ିଆରେ ଓଡ଼ିଆ ଉଇକିପିଡ଼ିଆ ବାବଦରେ ପ୍ରଚାର ପ୍ରସାର ଆଦି ଭଳି କିଛି କାମ କରିପାରିବା । ତେବେ ଆପଣ ସମସ୍ତେ ନିଜ ନିଜ ମତ ତଳେ ଦେଲେ ଭଲ ହେବ ।--ସୁଭାସିସ ପାଣିଘରି (ଆଳାପ) ୧୨:୫୮, ୨୭ ମଇ ୨୦୧୭ (IST)[reply]

@MKar:, @Jnanarananjan sahu:, କାହା ପାଖେ ସେ ଆଧାର ଓ ଫଟୋ ନଥିବା ଶ୍ରେଣୀ ଲିଙ୍କ ଅଛି? ଆମେ ସେଗୁଡ଼ାକୁ ଏଇ ଗଣସମ୍ପାଦନା ପାଇଁ ବ୍ୟବହାର କରିପାରନ୍ତୁ । --ସୁଭାସିସ ପାଣିଘରି (ଆଳାପ) ୧୬:୪୫, ୩୦ ମଇ ୨୦୧୭ (IST)[reply]
ଗଣସମ୍ପାଦନା ଯୋଜନାଟି ଭଲ ଲାଗୁଛି, ତାହା ସ‌ହ ଆମେ ବିଭିନ୍ନ ସ୍ଥାନରେ ଥିବା ଓଡ଼ିଆ ଉଇକିଆଳିମାନେ ଯଦି ଛୋଟ ମେଳଣ କରିପାରନ୍ତେ, ତେବେ ବଢ଼ିଆ ହୁଅନ୍ତା । ଆମେ CISଠାରୁ ଗ୍ରାଣ୍ଟ ଆବେଦନ କରିପାରନ୍ତେ ଏଥିପାଇଁ ।--ଶୈଳେଶ (କିଛି ପଚାରିବେ?)   ୨୦:୧୨, ୨୭ ମଇ ୨୦୧୭ (IST)[reply]
ହଁ ଏଠି ମୁଁ କିଛି ଲାଇବ୍ରେରୀ ରୁ ଯଦି ହେବ କଥା ହୋଇ କିଛି ଗୋଟେ ନୂଆ ଇଭେଣ୍ଟ କରି ଆମେ ନୂଆ ଉଇକିଆଳି ଙ୍କୁ ଆଣି ପାରିବା । ତା ସହ ରଥଯାତ୍ରା ଯୋଜନା କୁ ନେଇ ନୂଆ ଉଇକିଆଳି} ଙ୍କ ପାଖେ କିଛି ଅଲଗା କରିବା ବୋଲି ଭାବୁଛି ।--Aliva Sahoo (ମୋ ଆଲୋଚନା) ୨୩:୫୦, ୨୭ ମଇ ୨୦୧୭ (IST)[reply]
ହେଲେ ଆଉ ୩ ଦିନ ଅଛି । ତମେ ଯଦି ସେମାନଙ୍କ ସଙ୍ଗେ କଥା ହୋଇ କରିପାରିବ ଭଲ --ସୁଭାସିସ ପାଣିଘରି (ଆଳାପ) ୧୬:୪୫, ୩୦ ମଇ ୨୦୧୭ (IST)[reply]
ମୋ ମତରେ ଅଲିଭା ଦିଦିଙ୍କ ଆଇଡ଼ିଆ ଟି ଭଲ ଅଛି।Pkp05 (ମୋ ଆଲୋଚନାପବିତ୍ର କୁମାର ପଣ୍ଡା ୧୬:୩୬, ୨୯ ମଇ ୨୦୧୭ (IST)[reply]
    • ମୋତେ କିଛି ମତ ଦିଅନ୍ତୁ କି , ସେମାନଙ୍କ ସହ ଏ ବାବଦରେ ଖାଲି କଥା ହେବି ନା ପ୍ରାକ୍ଟିକାଲି କିଛି କରିକି ଦେଖେଇବାକୁ ହେବ ? କାରଣ ସେମାନେ ନିଶ୍ଚିତ ରୂପେ ଚାହିଁବେ ଏ ବାବଦରେ ଅଧିକ ଜାଣିବାକୁ । ତ ଏ ସବୁଠି ପାଇଁ ମୋତେ ସଂଗତି ମଧ୍ୟ ଦରକାର ହୋଇପାରେ ତାଙ୍କୁ ପ୍ରାକ୍ଟିକାଲି କିଛି ଦେଖେଇବା ପାଇଁ। କଥା ମୁଁ ହୋଇଯିବି । --Aliva Sahoo (ମୋ ଆଲୋଚନା) ୨୩:୩୮, ୩୧ ମଇ ୨୦୧୭ (IST)[reply]

ଘରପୋଡ଼ିରୁ କୁଟାଖିଏ ସମ୍ପାଦନା

ମୁଁ କାଲି ଗୋଟେ କଥା ଭାବୁଥିଲି । ଆମର ଏମିତିରେ ତ ସବୁ ବିଳମ୍ବ ହେଲାଣି । ହେଲେ ବଡ଼ ସଭା ହେଲାନି ବୋଲି ଆଉ ମୁଣ୍ଡ କୋଡ଼ି କିଛି ଲାଭ ନାହିଁ । ଆମେ ଏ ତିନିଦିନିଆ ଗଣସମ୍ପାଦନାକୁ କିଛି ମାସ ପାଇଁ ବଢ଼େଇଦେଲେ କେମିତି ହୁଅନ୍ତା? ସେ ପୃଷ୍ଠାରେ କୌଣସି ଆଗରୁ ଥିବା ପୃଷ୍ଠାକୁ ଉଇକିଆଳିଏ ଉନ୍ନତ କରନ୍ତେ । ଆଉ ଆମେ ଅକ୍ଟୋବର/ନଭେମ୍ବର ଆଡ଼କୁ ବଡ଼ ସଭାଟେ କଲେ ସବୁଠୁ ଅଧିକ ସମ୍ପାଦନା କରିଥିବା ଉଇକିଆଳିଙ୍କୁ କିଛି ପୁରସ୍କାରରେ ସମ୍ମାନୀତ କରନ୍ତେ । ତେବେ ସମସ୍ତେ ଏଠି ତଳେ ନିଜ ନିଜର ମତ ଦିଅନ୍ତୁ । ମନକୁ ପାଇଲେ ଜନ୍ମଦିନ ପୃଷ୍ଠାରେ ଗୋଟେ ଉପପୃଷ୍ଠା ତିଆରି କରି ଏ କାମ ଆରମ୍ଭ କରିଦେବା । (--ସୁଭାସିସ ପାଣିଘରି (ଆଳାପ) ୦୯:୧୫, ୪ ଜୁନ ୨୦୧୭ (IST)) ଆଉ ଗତକାଲି ବ୍ୟବହାରକାରୀ:MKar ଫେସବୁକରେ ସେଆରିଥିବା ଲିଙ୍କଗୁଡ଼ିକ ଏ କାମରେ ଢେର ଲାଗିବ:[reply]

  1. ଭଲ ପ୍ରସ୍ତାବ ଟିଏ ଦେଇଛ ଶୁଭ ଭାଇ । --Chinmayee Mishra (ମୋ ଆଲୋଚନା) ୦୦:୩୦, ୫ ଜୁନ ୨୦୧୭ (IST)[reply]
👍 --ସୁଭାସିସ ପାଣିଘରି (ଆଳାପ) ୦୨:୨୪, ୫ ଜୁନ ୨୦୧୭ (IST)[reply]

ଭୁବନେଶ୍ଵର ଉଇକି ଟୁଙ୍ଗୀର ଏହି ମାସର ଆଲୋଚନାରୁ କିଛି ସମ୍ପାଦନା

ଓଡିଆ ଉଇକିପିଡିଆର ୧୫ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରରେ ଥିବା ଉଇକିଆଳି ମାନେ ଭେଟ ହେଇଥିଲୁ । ଟୁଙ୍ଗୀ ସଭାର ଆଲୋଚନାରେ ଆଗକୁ ହେବାକୁ ଥିବା ଅନ୍ୟାନ୍ୟ ପ୍ରକଳ୍ପ ସହ ଉଇକିପିଡିଆର ଜନ୍ମଦିନ ଉତ୍ସବ ପାଳନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଏଥର ଉଇକିଆଳି ମାନଙ୍କ ମଧ୍ୟରେ ଯୋଗାଯୋଗ ଓ ସମୟର ଅଭାବରୁ ଜନ୍ମ ଦିନ ପାଳନ ପାଇଁ ବ୍ୟାଘାତ ସୃଷ୍ଟି ହୋଇଛି ଏବଂ ଆମେ ସମୟରେ ଏଥିପାଇଁ ଗ୍ରାଣ୍ଟ ମଧ୍ୟ ଆବେଦନ କରିପାରିନୁ । ତେଣୁକରି ଏଥର ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଉଇକିପିଡିଆ, ଉଇକି ପାଠାଗାର ଓ ଉଇକି ଅଭିଧାନର ବର୍ଷପୁରାଣୀ ଏକାଠି ଏକ ବଡ ଧରଣର ଉତ୍ସବ ସହ ପାଳନ କରିବାକୁ ଟୁଙ୍ଗୀସଭାରେ ଆଲୋଚନା କରିଛୁ । ସେଥିପାଇଁ ତା ଆଗରୁ ଆଗାମୀ ଗ୍ରାଣ୍ଟ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ଏଥିରେ ସଭିଙ୍କୁ ମତ ଦେବାକୁ ଅନୁରୋଧ ରହିଲା । --Chinmayee Mishra (ମୋ ଆଲୋଚନା) ୦୩:୧୮, ୫ ଜୁନ ୨୦୧୭ (IST)[reply]

  1.   ସମର୍ଥନ ମୁଁଏଥିରେ ସମ୍ପୂର୍ଣ୍ଣ ସହମତି ଦେଉଛି । ଏକାଠି ହେଲେ ଯେଉଁମାନେ ଭି କୌଣସି ଗୋଟିଏ କ୍ଷେତ୍ରରେ ଉପସ୍ଥିତ ନ ରହି ପାରନ୍ତି , ସେମାନେ ସବୁ ବିଷୟରରେ ଅବଗତ ହୋଇପାରିବେ । --Aliva Sahoo (ମୋ ଆଲୋଚନା) ୧୧:୫୨, ୮ ଜୁନ ୨୦୧୭ (IST)[reply]

ସମ୍ବାଦ '୧୦୦' ମହିଳା ଗଣସମ୍ପାଦନା ସମ୍ପାଦନା

ସମ୍ବାଦ '୧୦୦' ମହିଳା ଗଣସମ୍ପାଦନା, ସମ୍ବାଦ, ଓଡ଼ିଆ ଉଇକିପିଡ଼ିଆସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି ଦ୍ୱାରା ଆୟୋଜିତ ଏକ ଗଣସମ୍ପାଦନା । ଏହି ଗଣସମ୍ପାଦନାରେ ଲକ୍ଷ୍ୟ ଓଡ଼ିଶାର ୧୦୦ଜଣ ମହିଳାଙ୍କ ଉପରେ ପ୍ରସଙ୍ଗ ତିଆରି କରିବା କିମ୍ବା ଉନ୍ନତ କରିବା । ଗଣ-ସମ୍ପାଦନାଟି ମା‌ର୍ଚ୍ଚ ୧୮ ଓ ୧୯ରେ ସମ୍ବାଦର କା‌ର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଗଣସମ୍ପାଦନାରେ ପ୍ରସଙ୍ଗ ଗୁଡ଼ିକ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ମହିଳା ଶିକ୍ଷା ବିଭାଗ ଓ ସମ୍ବାଦ ତ‌ଥ୍ୟ ପ୍ରଦାନ କରିବ । ଭୁବନେଶ୍ୱରରେ ରହୁଥିବା ମହିଳା ଉଇକିଆଳି ମାନଙ୍କୁ ଏଥିରେ ଭାଗ ନେବାକୁ ଅନୁରୋଧ।--ଶୈଳେଶ (ପଚାରିବେ କିଛି?)   ୧୧:୨୬, ୨୪ ଫେବୃଆରୀ ୨୦୧୭ (IST)[reply]


  • ବହୁତ ବଢ଼ିଆ । ଦୂରରେ ଥିବା ମହିଳା ଉଇକିଆଳି ଭୁବନେଶ୍ୱରକୁ ଆସିବା ପାଇଁ ଚାହୁଁଥିଲେ ଯାତ୍ରା ଖର୍ଚ୍ଚର ବ୍ୟବସ୍ଥା ଅଛି କି? ସମସ୍ତ ମହିଳା ଉଇକିଆଳିଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରାଯାଉ । ଆଶା କରୁଛି ସମସ୍ତ ମହିଳା ଉଇକିଆଳି ଆଦର ସହକାରେ ଏଥିରେ ଭାଗ ନେଇ ଗଣସମ୍ପାଦନାକୁ ସଫଳ କରିବେ । -ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୨୦:୨୯, ୨ ମାର୍ଚ୍ଚ ୨୦୧୭ (IST)[reply]

ଅନ୍ୟାନ୍ୟ ଆଲୋଚନା ସମ୍ପାଦନା

  • @Saileshpat:, ମୋ ମତରେ ତମେ ତଳେ ଯେଉଁ ସୂଚନା ଦେଇଛ ତାକୁ ଏ ପୃଷ୍ଠାକୁ କପି କରି ପ୍ରତିଥର ସେଠି କୌଣସି କାର୍ଯ୍ୟକ୍ରମ ହେଲେ ଅପଡେଟ କରିପାରିବ । ତେବେ ସମ୍ବାଦରୁ କିଛି ଫଟୋ ଅଣାଯାଇପାରିଲେ ଭଲହୁଅନ୍ତା । କିନ୍ତୁ ଏ କାମ ପାଇଁ ସେଠି କେଇଜଣ ଉଇକିଆଳିଙ୍କୁ ଯିବାକୁ ପଡ଼ିପାରେ । Pattypan ଭଳି ସଫ୍ଟଓଏର କରି ଏକାଥରେ ଅନେକ ଫାଇଲର ମେଟାଡାଟା ବଦଳାଯାଇପାରିବ, ସେଥିରେ ଏକ ପ୍ରକଳ୍ପ ମାଧ୍ୟମରେ ଫାଇଲସବୁ ଅପଲୋଡ଼ ହେଲା ବୋଲି ଛାଞ୍ଚ ତିଆରିକରି ଯୋଡ଼ାଯାଇପାରିବ, ଆଉ ଏକାଥରେ ୫୦ଟି ଲେଖା ଫାଇଲ ଅପଲୋଡ଼ କରାଯାଇପାରିବ । ଏସବୁ କାମ ସ୍ପ୍ରେଡ଼ସିଟ/ଏକ୍ସେଲରେ କରିହେବ । ତେଣୁ ଗୋଟେ ଗଣଫଟୋଅପଲୋଡ଼ାଥନ କର ଆଉ ସେମାନଙ୍କ ଅଭିଲେଖରୁ କିଛି ଦରକାରୀ ଫଟୋ ବାଛି ଅପଲୋଡ଼ କରିବା ଯୋଜନା ବି କର । ତେବେ ତଳେ ତମ ସୂଚନାଟି ପଢ଼ି ଖୁସିଲାଗିଲା ଏତେ ସଂଖ୍ୟକ ସାମ୍ବାଦିକ ଯୋଗଦେଇ ନୂଆ ପ୍ରସଙ୍ଗ ଲେଖିବା ଦେଖି । ତେବେ ତିଆରି ହୋଇଥିବା ନୂଆ ଲେଖାର ମାନ କିପରି ଉନ୍ନତ କରାଯିବ ସେ ବାବଦରେ ବି ଆମକୁ ଭାବିବାକୁ ପଡ଼ିବ ।--ସୁଭାସିସ ପାଣିଘରି (ଆଳାପ) ୨୨:୪୩, ୬ ଜୁନ ୨୦୧୭ (IST)[reply]

ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ ସମ୍ପାଦନା

ଆପଣମାନେ ସଭିଏଁ ବୋଧେ ଜାଣିଥିବେ ଯେ ଓଡ଼ିଆ ଉଇକିପିଡ଼ିଆ ଭାରତୀୟ ଉପମହାଦେଶରେ ପ୍ରଚଳିତ ଭାଷାମାନଙ୍କ ଭିତରୁ ସବା ଆଗେ ତିଆରି ଉଇକିପିଡ଼ିଆ । ୨୦୦୧ ରେ ଇଂରାଜୀ ଉଇକିପିଡ଼ିଆ ତିଆରି ହେବାର ବର୍ଷେ ପରେ ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ । ଯଦିଓ ପାଖାପାଖି ୯ ବର୍ଷ ଧରି ଏହା ଏକ ରକମ ନିଷ୍କ୍ରିୟ ହୋଇପଡ଼ିଥିଲା କିନ୍ତୁ ୨୦୧୧ ପରଠାରୁ ଏହା ସମ୍ପୂର୍ଣ୍ଣ ସକ୍ରିୟ ଓ ଏଥିରେ ସକ୍ରିୟ ଉଇକିଆଳିଙ୍କ ଯୋଗୁ ଉଇକିପାଠାଗାର ଓ ଉଇକିଅଭିଧାନ ଭଳି ସହ ପ୍ରକଳ୍ପ ଆରମ୍ଭ ହୋଇଛି । ଆମ ଓଡ଼ିଆ ଉଇକିଆଳି ସଂଘ କାଳକ୍ରମେ ବାକି ଭାରତୀୟ ଭାଷାର ଉଇକିଆଳି ସଂଘ ତୁଳନାରେ ଖୁବ ଅଧିକ ବିକଶିତ ହୋଇଛନ୍ତି ଓ ତାହାର ସିଧାସଳଖ ପ୍ରଭାବ ଆମ ଉଇକି-ପ୍ରକଳ୍ପମାନଙ୍କର ମାନରେ ଦେଖିହେବ । ଏହି ଦୃଷ୍ଟିରୁ ବିଚାର କଲେ ଓଡ଼ିଆ ଉଇକିଆଳି ସଂଘର ନିଜର ସ୍ୱାଧୀନ ପରିଚାଳନା ନିମନ୍ତେ ଏକ ବ୍ୟବହାରକାରୀ ଦଳ ବା "ଇଉଜର ଗ୍ରୁପ"ର ଆବଶ୍ୟକତା ପରିଲକ୍ଷିତ ହୋଇଛି । ଏ ବାବଦରେ ୨୦୧୫ରୁ ବିଭିନ୍ନ ସ୍ଥାନରେ ଆଲୋଚନା ହୋଇଛି ଆଉ ୨୦୧୬ ଉଇକି କନଫରେନ୍ସ ଇଣ୍ଡିଆ ଓ ଉଇକିମାନିଆରେ ଏକଯୁଟ ହୋଇଥିବା ଉଇକିଆଳିଏ ବିଧିବଦ୍ଧ ଭାବେ କିଛି ଆଲୋଚନା କରିଥିଲେ ।

ଇଉଜର ଗ୍ରୁପ ହେଲେ ଆମେ କଣ କଣ ଅଧିକ କରିପାରିବୁ ତାହା ତଳେ ଦେଖନ୍ତୁ:

ଏବେ କେଉଁଥିରେ ଅସୁବିଧା ଭୋଗୁଛୁ ଇଉଜର ଗ୍ରୁପ ହେଲେ କଣ ସୁବିଧା ହେବ
ଆନୁଷ୍ଠାନିକ ପରିଚୟ
ଅନେକ ଅନୁଷ୍ଠାନ ଓ ବିଶେଷ କରି ସରକାରଙ୍କୁ କୌଣସି ମିଳିତ କାମ ନିମନ୍ତେ ଆବେଦନ କଲାବେଳେ କୌଣସି ଆନୁଷ୍ଠାନିକ ନାମ ନ ଥିବାରୁ "ସ୍ୱେଚ୍ଛାସେବୀ" ବୋଲି କହି ଅନେକ ଆଡ଼େଇଦେଉଛନ୍ତି
ଇଉଜର ଗ୍ରୁପ ଏକ ଆନୁଷ୍ଠାନିକ ପରିଚୟ ଏଣୁ ଏ ଅସୁବିଧାଟି ଦୂର ହେବ ଓ ଆମେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କୁ ସହଜରେ କିଛି ମିଳିତ କାମ ନିମନ୍ତେ ଆବେଦନ କରିପାରିବୁ । ବିଶେଷ କରି ବିଭିନ୍ନ ପ୍ରକଳ୍ପରେ ସରକାରୀ ସହଯୋଗ ଓ ବହିର କପିରାଇଟ ଆଣିବାରେ ଏହା ବିଶେଷ ସହାୟକ ହେବ । ଏହା ଛଡ଼ା ଉଇକିମିଡ଼ିଆ ଆଫିଲିଏସନ କମିଟିଠାରୁ ନିୟମିତ ପରାମର୍ଶ ମଧ୍ୟ ମିଳିପାରିବ ।
ଅନୁଦାନ
ଗତ ଉଇକିପାଠାଗାର ୨ୟ ଜନ୍ମତିଥି ବେଳକୁ ରାପିଡ଼ ଗ୍ରାଣ୍ଟ (ଏହା ୬ ସପ୍ତାହ ଭିତରେ ମିଳିବା କଥା) ଜରିଆରେ ପାଣ୍ଠି ପାଇବାରେ ଅତି କମରେ ୪-୫ ମାସ ଲାଗିଯାଇଥିଲା । ଟି-ସାର୍ଟ ଭଳି ଛୋଟ ଛୋଟ ଜିନିଷରେ ମଧ୍ୟ ନାନାଦି କଟକଣା ଲାଗିଥିଲା । ଆଗକୁ ମଧ୍ୟ ଆମେ ଅନେକ କାର୍ଯ୍ୟକ୍ରମ କରିବୁ । ସେସବୁ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ କରିବାରେ
ଏକ ଉଇକିମିଡ଼ିଆ ସହଯୋଗୀ ଅନୁଷ୍ଠାନ ଭାବେ କେବଳ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅନୁଦାନ ନୁହେଁ ବରଂ ନିୟମିତ ଅନ୍ୟାନ୍ୟ ସାହାଯ୍ୟ ମଧ୍ୟ ପାଇବ ।
ଉଇକିମିଡ଼ିଆ ଲୋଗୋସବୁର ବ୍ୟବହାର
ଅଧୁନା କେବଳ କିଛି ଲୋଗୋର କିଛି ସ୍ଥାନରେ ବ୍ୟବହାରକୁ ଛାଡ଼ି ବାକି ସମସ୍ତ ଲୋଗୋ ସବୁ ସ୍ଥାନରେ ବ୍ୟବହାର ପାଇଁ ଉଇକିମିଡ଼ିଆ ଫାଉଣ୍ଡେସନଠାରୁ ଅନୁମତି ନେବାକୁ ପଡ଼ୁଛି
ଅନେକ ସ୍ଥାନରେ ଉଇକିମିଡ଼ିଆର ଅଫିସିଆଲ ଲୋଗୋ ଆଦିର ବ୍ୟବହାର ପାଇଁ ପ୍ରତିଥର ଉଇକିମିଡ଼ିଆ ଫାଉଣ୍ଡେସନଠାରୁ ଅନୁମତି ନେବାକୁ ପଡ଼ିବନାହିଁ ।
ଏଥି ପାଇଁ ଆମକୁ କଣ କରିବାକୁ ପଡ଼ିବ
  • ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଓ ବାର୍ଷିକ ବିବରଣୀ ଲିଖନ: ଆମେ ଏହା ଆଗରୁ କରିଆସୁଛୁ । କେବଳ ଏକ ଛାଞ୍ଚ ଭିତରେ ସବୁକୁ ସଜାଇ ଲେଖିବାକୁ ପଡ଼ିବ । ଏହା ଆମ ପାଇଁ ମଧ୍ୟ କାମରେ ଲାଗିବ । କେହି କେବେ ଆମ କାମ ବାବଦରେ ଜାଣିବାକୁ ଚାହିଁଲେ ଆମେ ସଳଖେ ତାଙ୍କୁ କେବଳ ଲିଙ୍କଟିଏ ଦେଇପାରିବୁ ।
  • ଆପଣ ସମସ୍ତଙ୍କ ମତ ମିଳିଲା ପରେ ଆମକୁ ମେଟା-ଉଇକିରେ ଏକ ପୃଷ୍ଠା ତିଆରି କରି ଏକ ଆବେଦନ ଫର୍ମ ପୂରଣ କରି ଆବେଦନ କରିବାକୁ ପଡ଼ିବ ।

ଆଫିଲିଏସନ କମିଟିରେ ଥିବା ନିୟମ ମୁତାବକ ଆମ ଉଇଜର ଗ୍ରୁପର ନାମ "Odia Wikimedians User Group" ଦେବା ବାବଦରେ ଆପଣଙ୍କ ମତ ଲୋଡ଼ା । ଏଥି ସହିତ ଆପଣଙ୍କର କୌଣସି ଭିନ୍ନ ମତ ବା ପ୍ରଶ୍ନ ଥିଲେ ତଳେ ଲେଖନ୍ତୁ ।

--ସୁଭାସିସ ପାଣିଘରି (ଆଳାପ) ୧୦:୩୨, ୩୧ ମାର୍ଚ୍ଚ ୨୦୧୭ (IST)[reply]

ସହମତି ସମ୍ପାଦନା

ମୋ ମତରେ ଆମେ ଏହାର ନାମ ଓଡ଼ିଆ ଉଇକିଆଳି User Group ରଖିଲେ ଭଲ ହୁଅନ୍ତା ।--ଶୈଳେଶ (କିଛି ପଚାରିବେ?)   ୧୧:୫୪, ୩୧ ମାର୍ଚ୍ଚ ୨୦୧୭ (IST)[reply]
ମୋତେ ବି ଭଲ ଲାଗୁଛି ଏଇ ନାଁ ଟା । ତେଣୁ   ସମର୍ଥନ :) --ସୁଭାସିସ ପାଣିଘରି (ଆଳାପ) ୧୩:୪୨, ୩୧ ମାର୍ଚ୍ଚ ୨୦୧୭ (IST)[reply]

ଭିନ୍ନମତ ସମ୍ପାଦନା

ଆଗାମୀ କାମ ସମ୍ପାଦନା

ସମସ୍ତଙ୍କୁ ଇଉଜର ଗ୍ରୁପ ଗଠନ ସପକ୍ଷରେ ମତ ଦେଇଥିବାରୁ ଆପଣ ସଭିଙ୍କୁ ଅଶେଷ ସାଧୁବାଦ । ଯଦିଓ ଶୈଳେଶର ଓ ମୋର "Odia Uikiali User Group" ସପକ୍ଷରେ ମତ ଥିଲା ବାକି କେହି ସେ ବାବଦରେ ଜଣାଇ ନଥିବାରୁ ସାମୁହିକ ମତକୁ ଭିତ୍ତି କରି "Odia Wikimedians User Group" ନାଁ ରେ ଏକ ଉଇକି ପୃଷ୍ଠା ତିଆରି କରାଗଲା । ଯଦି କେହି କିଛି ବଦଳ ପାଇଁ ମତ ପୋଷଣ କରିବାକୁ ଚାହାଁନ୍ତି ତାହେଲେ ଉପର ବିଭାଗ "ଭିନ୍ନମତ" ଭିତରେ ଲେଖିବେ ।

ଆଗାମୀ କାମ ହେଉଛି ଆବେଦନ । ତେବେ ତା' ଆଗରୁ ଆପଣମାନଙ୍କୁ ତଳେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଭାଗ ନେବା ପାଇଁ ଅନୁରୋଧ:

  • ଆମ ଇଉଜର ଗ୍ରୁପରେ ଯୋଗ ଦେବା ପାଇଁ ଇଚ୍ଛୁକ ଉଇକିଆଳିମାନଙ୍କୁ ଅନୁରୋଧ ଯେ ଏହି ବିଭାଗକୁ ଯାଇ ନିଜର ଇଉଜର ନାମ User:USERNAME କିମ୍ବା ପ୍ରକୃତ ନାମ ଧାରାରେ ଲେଖିବେ ।
  • ଆଫିଲିଏସନ କମିଟିର ନିୟମ ଅନୁସାରେ ଏହ ଇଉଜର ଗ୍ରୁପର ପରିଚାଳନାରେ ଇଚ୍ଛୁକ ଉଇକିଆଳିଙ୍କ ଭିତରୁ ପ୍ରାଥମିକ ଯୋଗାଯୋଗ ପାଇଁ ତିନି ଜଣଙ୍କ ନାମ, ଇମେଲ ଠିକଣା ଓ ଉଇକିମିଡ଼ିଆ ବ୍ୟବହାରକାରୀ ନାମ ପଠାଇବେ । ଯେଉଁମାନେ ଉଭୟ ପରିଚାଳନାରେ ଓ ପ୍ରାଥମିକ ଯୋଗାଯୋଗ ପାଇଁ ଆଗ୍ରହୀ ସେମାନେ ତଳେ ନିଜ ନାମ (ଇଂରାଜୀରେ), ଇମେଲ ଠିକଣା (name domain.comଧାରାରେ) ଓ ବ୍ୟବହାରକାରୀ ନାମ ଲେଖିବେ । ଜାଣି ରଖିବେ: ପ୍ରାଥମିକ ଯୋଗାଯୋଗ ପାଇଁ ଥିବା ଏହି ତିନି ଉଇକିଆଳିଙ୍କୁ ଛାଡ଼ି ଆହୁରି ଅଧିକ ଉଇକିଆଳି ପରିଚାଳନା ଦାୟିତ୍ୱରେ ରହିପାରିବେ । --ସୁଭାସିସ ପାଣିଘରି (ଆଳାପ) ୧୨:୦୩, ୭ ଅପ୍ରେଲ ୨୦୧୭ (IST)[reply]
  1. (ଆବେଦନକାରୀ ଭାବେ) Subhashish Panigrahi, psubhashish gmail.com, User:psubhashish
  2. ଆବେଦନକାରୀ ଓ ପରିଚାଳକ ଭାବେ ~Jnanaranjan Sahu(ଜ୍ଞାନରଞ୍ଜନ ସାହୁ), gyana111@gmail.com, User:Jnanaranjan_sahu
  3. ମୁଁ ଇଚ୍ଛୁକ । ନାମ - ଚିନ୍ମୟୀ ମିଶ୍ର ,Chinmayee Mishra , chinumishra70@gmail.com , User: Chinmayee Mishra
  4. Mrutyunjaya Kar (ମୃତ୍ୟୁଞ୍ଜୟ କର), mkritu@gmail.com, User:MKar
ସଭିଙ୍କୁ ଆଉ ଥରେ ଅଶେଷ ସାଧୁବାଦ । କାଲି ରାତିରେ ଆଫିଲିଏସନ କମିଟି ପାଖକୁ ଏସବୁ ମତକୁ ଆଧାର କରି ଆବେଦନ କରାଗଲା । ସେମାନେ ହୁଏତ କିଛି ପ୍ରଶ୍ନ ପଚାରିପାରନ୍ତି । ଆଗକୁ ସେମାନେ ଯାହା ପଚାରିବେ ବା ଜଣାଇବେ ଏଇଠି ଉଲ୍ଲେଖ କରିବୁ । --ସୁଭାସିସ ପାଣିଘରି (ଆଳାପ) ୧୧:୧୫, ୧୧ ଅପ୍ରେଲ ୨୦୧୭ (IST)[reply]
ଓଡ଼ିଆ ଉଇକିଆଳି ସଂଘର କିଛି ବିଶିଷ୍ଟ କାମ
  • ଅନ୍ୟ ଉଇକିପିଡ଼ିଆରେ କେବଳ କିଛି ନିର୍ଦ୍ଦିଷ୍ଟ ବିଷୟରେ ପ୍ରସଙ୍ଗ ଥିବା ବେଳେ ଆମର ବିଭିନ୍ନ ପ୍ରସଙ୍ଗରେ ବହୁବିଧ ଲେଖା ସମାନୁପାତରେ ରହିଛି ।
  • ବାକି ଭାରତୀୟ ଉଇକିମିଡ଼ିଆ ସଂଘ ତୁଳନାରେ ଆମର ଲିଙ୍ଗଗତ ସମାନତା ଅଧିକ । ଏହା ବିଶ୍ୱ ସ୍ତରରେ ଉଇକିମିଡ଼ିଆ ଅଭିଯାନର ଏକ ମୁଖ୍ୟ ଲକ୍ଷ୍ୟ । ନିକଟରେ ହୋଇଥିବା ସମ୍ବାଦ '୧୦୦' ମହିଳା ଗଣସମ୍ପାଦନା ଓ ପ୍ରତିବର୍ଷ ମହିଳା ଇତିହାସ ମାସ ଗଣସମ୍ପାଦନା ଦ୍ୱାରା ମହିଳାମାନଙ୍କ ବାବଦରେ ଅଧିକ ଲେଖା ତିଆରି ପାଇଁ ସତତ ଚେଷ୍ଟିତ ।
  • ପୁରୀ ଉଇକିଟୁଙ୍ଗିର ଉଦ୍ୟମ ବଳରେ ରଥଯାତ୍ରା ଓ ଜଗନ୍ନାଥ ସଂସ୍କୃତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗମାନଙ୍କ ନିମନ୍ତେ ଶତାଧିକ ଫଟୋ ଓ ଭିଡ଼ିଓ ଉଇକିପିଡ଼ିଆ ପରିସରକୁ ଆସିପାରିଛି । ଖୁବ କମ ଆର୍ଥିକ ଅନୁଦାନରେ ଏଭଳି ବିଶାଳ କାମ ବୋଧେ ଉଇକିମିଡ଼ିଆ ଇତିହାସରେ ବିରଳ ।
  • ଭାରତୀୟ ଉଇକିପିଡ଼ିଆମାନଙ୍କ ଭିତରେ ଓଡ଼ିଆରେ ବୋଧେ ସବୁଠୁ ଭଲ ମାନର ପ୍ରସଙ୍ଗ ରହିଛି ଓ ସର୍ବାଧିକ ପ୍ରସଙ୍ଗ ଉଇକିଡାଟା ଦ୍ୱାରା ବାକି ଭାଷା ସହ ସଂଯୁକ୍ତ ।
  • ଓଡ଼ିଆ ଉଇକିଆଳିଙ୍କ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ସହଯୋଗ ଫଳରେ ୪୫୪ରୁ ଅଧିକ ବହି ଉଇକିପାଠାଗାର ପରିସର ଭିତରକୁ ଅଣାଯାଉଛି ।
  • ନୂଆ ଉଇକିଆଳିଙ୍କ ସୁବିଧା ଲାଗି ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକରେ ବିଶଦ ସହଯୋଗ ପୃଷ୍ଠା ଓ ଚାଟସଭା ଭଳି ନିୟମିତ ସହଯୋଗ ପୃଷ୍ଠା ବୋଧେ ଆଉ କୌଣସି ଭାରତୀୟ ଭାଷାର ଉଇକିପିଡ଼ିଆ/ଉଇକିମିଡ଼ିଆ ପ୍ରକଳ୍ପରେ ଦେଖିବାକୁ ମିଳେନାହିଁ ।
  • ତାମିଲ ଓ ମାଲାୟାଲାମ ପରେ ଓଡ଼ିଆ ଉଇକିଆଳିଙ୍କ ଦ୍ୱାରା ତିଆରି ବିଭିନ୍ନ ସଫ୍ଟଓଏର କେବଳ ଉଇକିଆଳିଙ୍କ ଦ୍ୱାରା ନୁହେଁ ସାଧାରଣ ସମାଜରେ ଅନେକ ଲୋକଙ୍କ ଦ୍ୱାରା ବ୍ୟବହୃତ ହେଉଛି । ଯଥା କେତେକ ଖବରକାଗଜ ଓ ସମ୍ବାଦ ସଂସ୍ଥା ଆମ ଏନକୋଡ଼ିଂ କନଭର୍ଟର ବ୍ୟବହାର କରୁଛନ୍ତି ।
  • ବିଭିନ୍ନ ଓଡ଼ିଆ ଉଇକିମିଡ଼ିଆ ପ୍ରସଙ୍ଗ ବାବଦରେ "ଉଇମିଡ଼ିଆ ବ୍ଲଗ"ରେ ପ୍ରକାଶିତ ଆମ ବିଭିନ୍ନ କାମର ବିବରଣୀ ବାକି ଭାରତୀୟ ଭାଷା ଭିତରେ ସର୍ବାଧିକ ।
  • ଓଡ଼ିଆ ଉଇକିଅଭିଧାନରେ ଖୁବ କମ ଉଇକିଆଳି ସକ୍ରିୟ ଥିଲେ ମଧ୍ୟ ଏହା ବାକି ଭାରତୀୟ ଭାଷାମାନଙ୍କ ଆଗରେ । ତାମିଲ ପରେ ଓଡ଼ିଆରେ ବୋଧେ ସର୍ବାଧିକ ଶବ୍ଦର ଉଚ୍ଚାରଣ ରେକର୍ଡ଼ ହୋଇରହିଛି ଫଳରେ ଶବ୍ଦଗୁଡ଼ିକର ଉଚ୍ଚାରଣ ଜାଣିବା ସହିତ ଦୃଷ୍ଟିହୀନ ଲୋକଙ୍କ କାମରେ ଏହା ଅଧିକ ଲାଗିପାରିବ । ଆଗକୁ ଓଡ଼ିଆ ପାଇଁ ଲେଖାରୁ ଉଚ୍ଚାରଣ (text-to-speech) ଓ ଉଚ୍ଚାରଣରୁ ଲେଖା (speech-to-text) ଭଳି ବଡ଼ ପ୍ରକଳ୍ପ କରିବାର ଯୋଜନା ମଧ୍ୟ ରହିଛି ।

ଆପଣମାନଙ୍କ ମତ ଲୋଡ଼ା ସମ୍ପାଦନା

ଉଇକିମିଡ଼ିଆ ଫାଉଣ୍ଡେସନ ତରଫରୁ ଆମକୁ ଆଉ କିଛି ପ୍ରଶ୍ନ ପଚରାଯାଇଛି । ସେ ଭିତରୁ ଗୋଟିଏ ହେଲା ଆମେ କିଭଳି ଭାବେ ନୂଆ ସଭ୍ୟମାନଙ୍କୁ ଏହି ଇଉଜର ଗ୍ରୁପ ଅନ୍ତର୍ଭୁକ୍ତ କରିବା । ତା'ର ଉତ୍ତରରେ ତଳଲିଖିତ ଉତ୍ତରଟି କିପରି ଲାଗୁଛି ଜଣାଇବେ (--ସୁଭାସିସ ପାଣିଘରି (ଆଳାପ) ୧୨:୩୭, ୨୨ ମଇ ୨୦୧୭ (IST)):[reply]

Existing and new members—that are active over six months on Wikimedia projects and preferably in Odia-language Wikimedia projects with more than 200 edits—who are interested to participate in various different activities of this user group can add their usernames below. If you are a new member and have not already contributed to Odia Wikipedia or any other Odia-language Wikimedia project, then we would recommend to start doing that. For Odia Wikipedia, visit the Chatasabha, a help desk for Odia Wikipedia. You are free to ask questions about the two other active projects in Odia—Wikisoruce, and Wiktionary—in the same place. Anyone who can contribute to our activities can become a member. Please note that there is a need for some time commitment for each member while conducting activities. We would like to assume good faith for user's contributions rather than mandating it.
ମତାମତ ସମ୍ପାଦନା

ଲୋଗୋ ସମ୍ପାଦନା

ଆମ ଇଉଜର ଗ୍ରୁପ ଲାଗି ଏଠାରେ ବର୍ଣ୍ଣିତ ନିୟମ ଅନୁସାରେ ତିଆରି ଲୋଗୋଟିଏ ଲୋଡ଼ା । ତଳେ ସେହି ଅନୁସାରେ ତିଆରି ଚାରୋଟି ଲୋଗୋ ଦିଆଗଲା । ତା ଭିତରୁ କେଉଁଟି ଠିକ ଲାଗୁଛି ଜଣାଇବେ ।

ମତାମତ ସମ୍ପାଦନା
  • ଉଇ ( Ui ) ବିବାଦୀୟ । ଭବିଷ୍ୟତରେ ଅନେକ ଦାବୀ ଉପସ୍ଥାପନ ହୋଇପାରେ । ଏଥିରୁ ଦୁରେଇ ରୁହନ୍ତୁ ।

ଲୋଗୋ ୪ ଚଳନୀୟ । -- ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୨୩:୩୮, ୩୦ ମଇ ୨୦୧୭ (IST)[reply]

ଅନୁମୋଦନ ମିଳିଗଲା! ସମ୍ପାଦନା

ଆଜି ଆଫକମ ଓ ଉଇକିମିଡ଼ିଆ ଫାଉଣ୍ଡେସନ ତରଫରୁ ଆମକୁ ଅନୁମୋଦନ ମିଳିଯାଇଛି । ଆମେ ସେମାନଙ୍କୁ ଦେଇଥିବା ୪ଟି ଲୋଗୋ ଭିତରୁ ଗୋଟିଏ ସେମାନେ ଅନୁମୋଦନ କଲାପରେ ଆମେ ସେହି ଲୋଗୋଟିକୁ ସବୁଠି ବ୍ୟବହାର କରିପାରିବା । ଆପଣ ସଭିଙ୍କୁ ଏ ଲମ୍ବା ପ୍ରକ୍ରିୟାରେ ସକ୍ରିୟ ଭାବେ ଭାଗନେଇଥିବାରୁ ଅଶେଷ ସାଧୁବାଦ ।

ଆଗକୁ ଆଉ କଣ ସମ୍ପାଦନା

ଆଜିଠୁ ଆମ ଆଗାମୀ କାର୍ଯ୍ୟକ୍ରମସବୁ "ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ" ବା "ଓଡ଼ିଆ ଉଇକିଆଳି ଇଉଜର ଗ୍ରୁପ" ଦ୍ୱାରା ପରିଚାଳିତ ବୋଲି ଆମେ ଲେଖିପାରିବା । ଆମେ ଏବେ ଏକ ସଂଗଠନ ଭାବେ ନିଜର ପରିଚୟ ଦେଇପାରିବା । ତେଣୁ ଏଠାରେ ନିଜ ନାମ ଉଲ୍ଲେଖ କରିଥିବା ସଭିଏଁ ଏହି ସଂଗଠନର ସଭ୍ୟ । ଯେଉଁମାନେ ଏଠାରେ ନିଜ ନାମ ଉଲ୍ଲେଖ କରିନଥିଲେ କିନ୍ତୁ ଏବେ ସଂଗଠନରେ ସଭ୍ୟ ଭାବେ ଯୋଗଦେବାକୁ ଇଚ୍ଛୁକ ସେମାନେ ଏଠାରେ ସମସ୍ତ ନିୟମାବଳୀ ପଢ଼ି ନିଜ ନାମ ଲେଖାଇପାରିବେ । ସଭ୍ୟମାନେ ଆଗକୁ ଉଇକିଆଳି ଆଗକୁ କାହା ସହ କୌଣସି ସହବନ୍ଧନ କିମ୍ବା ଅନ୍ୟ କୌଣସି ଉଇକିପିଡ଼ିଆ/ଉଇକିମିଡ଼ିଆ ବିଷୟରେ କଥା ହେବାବେଳେ ନିଜକୁ "ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ" ବା "ଓଡ଼ିଆ ଉଇକିଆଳି ଇଉଜର ଗ୍ରୁପ"ର ଏକ ସଭ୍ୟ ଭାବେ ନିଜ ପରିଚୟ ଦେଇପାରିବେ ।--ସୁଭାସିସ ପାଣିଘରି (ଆଳାପ) ୧୩:୦୫, ୬ ଜୁଲାଇ ୨୦୧୭ (IST)[reply]

ଆପଣଙ୍କ ମତ ଲୋଡ଼ା

ଆମର ଆଗରୁ ଥିବା ଫେସବୁକ ପୃଷ୍ଠା ଓ ଦଳ ତଥା ଟୁଇଟର ଓ ଇନଷ୍ଟାଗ୍ରାମରେ ନାମ (ଇଉଜରନାମ ନୁହେଁ) ସେଥିରେ ଥିବା ଅକ୍ଷର ସୀମା ଅନୁସାରେ ବଦଳାଇବା । ତେବେ ତଳ ଲିଖିତ ନାମ ବଦଳ ପାଇଁ କାହାରି ଆପତ୍ତି/ଭିନ୍ନ ମତ ଥିଲେ ଆସନ୍ତା ରବିବାର ଆଗରୁ ଜଣାଇବେ । ନ ଥିଲେ ରବିବାର ଦିନ ରାତିରେ ସବୁ ନାମ ବଦଳାଯିବ । ଆମ ଲୋଗୋଟିକୁ ଅନୁମୋଦନ ପରେ ବଦଳାଯିବ ।--ସୁଭାସିସ ପାଣିଘରି (ଆଳାପ) ୧୫:୨୭, ୬ ଜୁଲାଇ ୨୦୧୭ (IST)[reply]

ସୋସିଆଲ ମିଡ଼ିଆ ଏବେ ଥିବା ନାମ ପ୍ରସ୍ତାବିତ ନୂଆ ନାମ
ଟୁଇଟର ଓଡ଼ିଆ ଉଇକିଆଳି ଓଡ଼ିଆ ଉଇକିଆଳି UG
କେବଳ ୨୦ଟି ଅକ୍ଷର ରହିପାରିବ । ଓଡ଼ିଆରେ ଲେଖିଲେ ମାତ୍ରା, ଫଳା, "ଡ଼"ର ବିନ୍ଦୁ ଆଦି ମଧ୍ୟ ଗୋଟେ ଗୋଟେ ଅକ୍ଷର ଭାବେ ଗଣା ହେଉଥିବାରୁ ପୂରା User Group ଲେଖିହେଉନି
ଫେସବୁକ ପୃଷ୍ଠା ଓଡ଼ିଆ ଉଇକିପିଡ଼ିଆ (Odia Wikipedia) ଓଡ଼ିଆ ଉଇକିଆଳି (Odia Wikimedians UG)
ଫେସବୁକ ଦଳ ଓଡ଼ିଆ ଉଇକିପିଡ଼ିଆ (Odia Wikipedia) ଓଡ଼ିଆ ଉଇକିଆଳି (Odia Wikimedians UG)
ଇନଷ୍ଟାଗ୍ରାମ ଓଡ଼ିଆ ଉଇକିଆଳି UG ଲୋଗୋ ଛଡ଼ା ଆଉ କିଛି ବଦଳାଇବା ଆବଶ୍ୟକତା ନାହିଁ

WikiProject Turkey 2017 ସମ୍ପାଦନା

Dear friends,

In an unfortunate turn of events, Wikipedia is currently blocked in Turkey, as can be seen from en: 2017 block of Wikipedia in Turkey

In order to express solidarity with the Turkish Wikipedia editors and readers, it is proposed that Indian Wikipedians write articles related to Turkey in their respective languages. Our message is clear — we are not motivated by any politics; we just want the Wikipedia to be unblocked in Turkey.

Participating members can create new articles on Turkish language, culture, political structure, religion, sports, etc. But the essential condition is that the articles should be related to Turkey.

Note: The normal Wikipedia rules also apply to all new articles. Wikipedia admins can facilitate other member contributions by creating project pages where users can list their newly written articles. --Hindustanilanguage (ମୋ ଆଲୋଚନା) ୦୦:୫୮, ୧ ମଇ ୨୦୧୭ (IST)[reply]

ଓଡ଼ିଆ→ଇଣ୍ଟରନ୍ୟାସନାଲ ଫୋନେଟିକ ଲାଙ୍ଗୁଏଜ (IPA) ଓ ରୋମାନ/ଲାଟିନ ପାଇଁ କନଭର୍ଟର ସମ୍ପାଦନା

 
ଏହି କନଭର୍ଟରଟି କିପରି ବ୍ୟବହାର କରିବେ ।

ଉଚ୍ଚାରଣ ଲାଗି ଓଡ଼ିଆ→ଇଣ୍ଟରନ୍ୟାସନାଲ ଫୋନେଟିକ ଲାଙ୍ଗୁଏଜ (IPA) ଓ ରୋମାନ/ଲାଟିନ ଲିପିକୁ ରୂପାନ୍ତର ପାଇଁ ଆମ କନଭର୍ଟର ଏବେ ସଜିଲପ୍ରତୀକ ଓ ମୁଁ ଗତ କିଛି ସପ୍ତାହ ଧରି ଏଇଟିକୁ ତିଆରି କରିବାରେ ଲାଗିଥିଲୁ । ଆଜି ସେ କାମ ସରିଲା ।

ଓଡ଼ିଆ ଲିପିରେ ଲିଖିତ କୌଣସି ଶବ୍ଦ/ବାକ୍ୟର ଉଚ୍ଚାରଣ ଓଡ଼ିଆ ଜାଣିନଥିବା ଲୋକଙ୍କୁ ଦେଖାଇବା ପାଇଁ ତଥା ବିଭିନ୍ନ ଧରଣର ଭାଷା-ସମ୍ବନ୍ଧୀୟ ଗବେଷଣା ନିମନ୍ତେ ଇଣ୍ଟରନ୍ୟାସନାଲ ଫୋନେଟିକ ଲାଙ୍ଗୁଏଜ (ଆଇପିଏ-IPA) ଓ ରୋମାନ/ଲାଟିନ ଅକ୍ଷର ବ୍ୟବହାର କରାଯାଏ । ଆପଣ ସେସବୁ କାମ ପାଇଁ ଏହି କନଭର୍ଟର ବ୍ୟବହାର କରିପାରିବେ । ଏହା ମୋବାଇଲ ଦେଖଣାରେ ହୁଏତ କାମ କରିନପାରେ । କାମ କରୁନଥିଲେ ତଳକୁ ସ୍କ୍ରୋଲ କରି "ଡେସ୍କଟପ" ଦେଖଣା ସଚଳ କରନ୍ତୁ ।

ଏଥିରେ କିଛି ଭୁଲଭଟକା ଥିଲେ କନଭର୍ଟରର ଆଲୋଚନା ପୃଷ୍ଠାରେ ଯାଇ ଜଣାଇପାରିବେ କିମ୍ବା ଗିଠବରେ ନୂଆ ଇସୁଟିଏ ତିଆରିକରିପାରିବେ ।

ଏହି କନଭର୍ଟରର ମୂଳ କୋଡ଼ ଆମେ ଆଗରୁ ଉଇକିରେ ଥିବା ଗୋଟେ କନଭର୍ଟରରୁ ନେଇଛୁ । ଅତୀତରେ ସୃଜନିକାର କନଭର୍ଟର ଆଧାରରେ ମନୋଜ, ଜ୍ଞାନ, ଶିତି ଓ ମୁଁ ତିଆରି କରିଥିବା ବିଭିନ୍ନ କନଭର୍ଟରକୁ ମିଶାଇ ଜ୍ଞାନ ଉଇକିପିଡ଼ିଆରେ ଓ ଗିଠବରେ ଏକ କନଭର୍ଟର ତିଆରି କରିଥିବା ସଭିଏଁ ଜାଣିଥିବେ । ସେ କନଭର୍ଟରର କୋଡ଼ ଏଇଟିକୁ ତିଆରିବାରୁ ଖୁବ କାମରେ ଲାଗିଲା । ତେବେ ବିକାଶ ଉଇକିଅଭିଧାନରେ ନୂଆ ଶବ୍ଦ ଯୋଡ଼ିଲା ବେଳେ କେମିତି ଉଚ୍ଚାରଣ ଯୋଡ଼ାହେବ ବୋଲି ପଚାରି ନଥିଲେ ହୁଏତ ଏଇଟି ସମ୍ଭବ ହୋଇପାରିନଥାନ୍ତା । ଏହାର ସୋର୍ସ କୋଡ଼ ଏହି ଲିଙ୍କରେ ଉପଲବ୍ଧ (୨୦୧୭ ମସିହା ମଇ ୨ ତାରିଖରେ ଶେଷ ସାଇତା) ଓ ଏହା GNU General Public License v3.0ରେ ଉପଲବ୍ଧ (ଅଧିକ ସୂଚନା) । --ସୁଭାସିସ ପାଣିଘରି (ଆଳାପ) ୨୦:୦୨, ୨ ମଇ ୨୦୧୭ (IST)[reply]

New notification when a page is connected to Wikidata ସମ୍ପାଦନା

Hello all,

(ଦୟାକରି ନିଜ ଭାଷାରେ ଅନୁବାଦ କରିବାରେ ସାହାଯ୍ୟ କରନ୍ତୁ)

The Wikidata development team is about to deploy a new feature on all Wikipedias. It is a new type of notification (via Echo, the notification system you see at the top right of your wiki when you are logged in), that will inform the creator of a page, when this page is connected to a Wikidata item.

You may know that Wikidata provides a centralized system for all the interwikilinks. When a new page is created, it should be connected to the corresponding Wikidata item, by modifying this Wikidata item. With this new notification, editors creating pages will be informed when another editor connects this page to Wikidata.

 

This feature will be deployed on May 30th on all the Wikipedias, excepting English, French and German. This feature will be disable by default for existing editors, and enabled by default for new editors.

This is the first step of the deployments, the Wikipedias and other Wikimedia projects will follow in the next months.

If you have any question, suggestion, please let me know by pinging me. You can also follow and leave a comment on the Phabricator ticket.

Thanks go to Matěj Suchánek who developed this feature!

ସାଧୁବାଦ! Lea Lacroix (WMDE) (talk)

କୋରାପୁଟର 'ଜ୍ଞାନ ମନ୍ଦିର'ରେ ଥିବା ବହି ଓ ତାଳପତ୍ର ପୋଥି ଲାଗି ସ୍କାନର ପାଇଁ ଆବେଦନ ସମ୍ପାଦନା

କୋରାପୁଟର ଜଗନ୍ନାଥ ମନ୍ଦିରରେ ଥିବା ପାଠାଗାର ଜ୍ଞାନ ମନ୍ଦିରରେ ଅନେକ ବହି ଓ ତାଳପତ୍ର ପୋଥି (ପାଖାପାଖି ୫୦୦ ଗୋଟି) ସାଇତା ହୋଇ ରହିଛି । ଗତ ମାସେ ହେଲା ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ତାଙ୍କୁ ପୋଥି ପ୍ରକଳ୍ପ, ସ୍କାନିଂ, ଡିଜିଟାଇଯେସନର ମହତ୍ତ୍ୱ ବାବଦରେ ଅବଗତ କରାଇଛି । ସେମାନେ ରାଜି ଅଛନ୍ତି ଏବଁ ଆଉ ୩-୪ ଦିନ ଗଲେ ମୋ କାମ ଆରମ୍ଭ କରିବା ପାଇଁ ସମ୍ପୂର୍ଣ୍ଣ ଅନୁମତି ମିଳିଯିବ । ଏଣୁ ଏହି କାମ ଲାଗି ଭୁବନେଶ୍ୱରରେ ଥିବା ସ୍କାନର ମୋତେ ଦରକାର ପଡ଼ିବ । ଜ୍ଞାନ ମନ୍ଦିର ସହ ଏହି ମିଳିତ ପ୍ରକଳ୍ପ ଲାଗି ମୁଁ ସ୍କାନରଟି ମାସେ ପାଇଁ କୋରାପୁଟରେ ନିଜ ପାଖରେ ରଖି ଏହି କାମ କରିବାକୁ ଚାହିଁବି । ଏହା ନିମନ୍ତେ ସଭିଙ୍କ ଅନୁମତି ପାଇଁ ଆବେଦନ କରୁଛି । ଦୟାକରି ନିଜ ନିଜ ମତ ତଳେ ଜଣାନ୍ତୁ । - ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୧୭:୫୮, ୩୧ ମଇ ୨୦୧୭ (IST)[reply]


  ସମର୍ଥନ ସମ୍ପାଦନା

  1. --ସୁଭାସିସ ପାଣିଘରି (ଆଳାପ) ୦୮:୧୯, ୧ ଜୁନ ୨୦୧୭ (IST)[reply]

  ବିରୋଧ ସମ୍ପାଦନା

  ଭିନ୍ନମତ ସମ୍ପାଦନା

ଭୁବନେଶ୍ଵରରେ ଥିବା ସ୍କାନର ନିମନ୍ତେ ସମସ୍ତଙ୍କ ଅନୁମତି ବା ସମର୍ଥନ ଆବଶ୍ୟକ ନାହିଁ ବୋଲି ଭାବୁଛି । ସ୍କାନରଟି 'ସିଆଇଏସ'ର ସମ୍ପତ୍ତି, ତାହା ଓଡ଼ିଆ ଉଇକିଆଙ୍କ ନିମନ୍ତେ ଥିଲେ ମଧ୍ୟ ଓଡ଼ିଆ ଉଇକିଆଳିଙ୍କ ଜିମାରେ ନାହିଁ । ସିଆଇଏସ ପ୍ରୋଗ୍ରାମ ଆସୋସିଏଟ ଶୈଳେଶଙ୍କ ସହ ଯୋଗାଯୋଗ କରି ତମେ ଏହା ନେଇପାରିବ । ତୁମ ଉଦ୍ୟମ ନିମନ୍ତେ ସାଧୁବାଦ, ସମ୍ପୂର୍ଣ୍ଣ ସଫଳତା କାମନା କରୁଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୧୭, ୧ ଜୁନ ୨୦୧୭ (IST)[reply]

  • ମୁଁ ମୃତ୍ୟୁଞ୍ଜୟ ଭାଇଙ୍କ ସହ ଏକମତ । ତେବେ ଯେହେତୁ ଉଇକି ପାଠାଗାର ଜନ୍ମଦିନରେ ଆସିଥିବା ବହିଗୁଡିକ ମୋ ପାଖରେ ଥିଲା ସେସବୁ ସ୍କାନ କରିବା ପାଇଁ ମୁଁ ଶୈଳେଶଙ୍କ ଠାରୁ ସ୍କାନରଟି ଆଣିଥିଲି । ସେହି ବହିଗୁଡିକ ସହିତ ଅନ୍ୟ କିଛି ବହି ମଧ୍ୟ ସ୍କାନ ହେଇସାରିଛି । ମୋର ପରୀକ୍ଷା ପାଇଁ ବ୍ୟସ୍ତ ରହି ସେଗୁଡିକ ଉଇକି ପାଠାଗାରରେ ଦେଇପାରିନଥିଲି । ତେବେ ଏହି ସପ୍ତାହରେ ମୁଁ ପରିଜା ପାଠାଗାରରେ କିଛି ପୁରୁଣା ବହିର ଡିଜିଟାଇଜେସନ ଆରମ୍ଭ କରିଛି । ମତେ ଆଉ ଅଳ୍ପଦିନ ପାଇଁ ଏହା ଦରକାର । ତାପରେ କୋରାପୁଟ କାମ ବି ହେଇପାରନ୍ତା । --Chinmayee Mishra (ମୋ ଆଲୋଚନା) ୦୦:୦୦, ୫ ଜୁନ ୨୦୧୭ (IST)[reply]

ହେଇଥିବା ଓ ବାକି ରହିଥିବା କାମର କିଛି ଅପଡେଟ । ସମ୍ପାଦନା

ଏହି ବର୍ଷ କିଛି କାମ ହେଇଛି ଓ କିଛି କାମ ବାକି ରହିଯାଇଛି, ଯାହାକୁ ମୁଁ ଭାବୁଛି ସମସ୍ତେ ଭାଗ ନେଇ ଆରମ୍ଭ କରିବା ।

  1. ୬ ମଇ ୨୦୧୬ରେ ମୁଁ Image-a-thon ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଥିଲି, ସମସ୍ତଙ୍କର ଆଗ୍ରହ ମଧ୍ୟ ଥିଲା, ହେଲେ କିଛି କାରଣରୁ ଏହି ପ୍ରକଳ୍ପଟି ଆରମ୍ଭ ହେଇ ପାରିନଥିଲା । ମୁଁ ଭାବୁଛି ଆମେ ଜଦି ଏହି ପ୍ରକଳ୍ପକୁ ପୁଣି ଆରମ୍ଭ କରିବା ଏହା ଓଡ଼ିଆ ଉଇକିପିଡ଼ିଆର ଲେଖା ଗୁଡ଼ିକୁ ସମୃଦ୍ଧ କରିବାରେ ସ‌ହାୟତା କରିବ ।
  2. ୧୮ ଡିସେମ୍ବରର ଏକ ଆଲୋଚନା ରେ ମୁଁ BDA କୁ QRcode ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେବା ପାଇଁ ଲେଖିଥିଲି, ବିଡିଏ ଏହି ପ୍ରସ୍ତାବଟି ଗ୍ରହଣ କରିଛି ଓ ଆମ ସ‌ହ ମିଶି ଭୁବନେଶ୍ୱର ହେରିଟେଜ ଗଣସମ୍ପାଦନା କରିବାକୁ ରାଜି ହେଇଛି, ଏହି ଗଣସମ୍ପାଦନାଟି ସେପ୍ଟେମ୍ବର ମାସରେ ଏକ ଗ୍ଲୋବାଲ ଗଣସମ୍ପାଦନା ହେବ । ସମସ୍ତଙ୍କୁ ଏହି ଗଣସମ୍ପାଦନାରେ ଭାଗ ନେବାକୁ ଅନୁରୋଧ କରୁଛି, ମୁଁ ୧୨ ମଇ ୨୦୧୭ ଆଲୋଚନାରେ ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନା ବିଶୟରେ ଅଧିକ ଲେଖିଥିଲି ।
  3. ଶ୍ରୀମତୀ ନନ୍ଦିନୀ ଶତପଥୀ ଫାଉଣ୍ଡେସନ ସ‌ହିତ ମିଶି କାମ କରିବାର ପ୍ରସ୍ତାବ, ସେ ପ୍ରସ୍ତାବ ବିଷୟରେ ଆଲୋଚନା ହେଇନି ବୋଲି ମୁଁ ଆଉ ଆଗକୁ ବଢ଼ିଲିନି ।
  4. ସମ୍ବାଦ '୧୦୦' ମହିଳା ଗଣସମ୍ପାଦନାଟା ୧୮ ଓ ୧୯ ମାର୍ଚ୍ଚରେ ସମ୍ବାଦ ଭବନରେ ଆୟୋଜିତ ହେଇଥିଲା, ସୁବାସ ସାର, ଜ୍ଞ୍ୟାନ ଭାଇ, ଚିନୁ ଦିଦି, ଗପୁ ଭାଇ, ବିକାଶ ଭାଇ ଓ ମୁଁ ଏଠାରେ ଭାଗ ନେଇଥିଲୁ । ସମ୍ବାଦରୁ ୨୧ଜଣ ସାମ୍ବାଦିକ ଭାଗ ନେଇଥିଲେ, ବର୍ତ୍ତମାନ ଯାଏଁ ୪୦+ ନୁଆ ଓ ପୁରୁଣା ଲେଖା ହେଇଛି । ଏହି ଗଣସମ୍ପାଦନା ପରେ ଭୁବନେଶ୍ୱର ଟୁଙ୍ଗୀକୁ ମେଳଣ ପାଇଁ ସମ୍ବାଦର ଆମ ଓଡ଼ିଶା ଭବନରେ ଜାଗା ମିଳିଛି ।
ମିଡ଼ିଆରେ
ବ୍ଲଗ

ଆଗକୁ କାମ ସମ୍ପାଦନା

ମତାମତ ସମ୍ପାଦନା

  1. ଏସବୁ ଦେଖି ଖୁସିଲାଗିଲା । ଏମିତି ଦୟାକରି ନିୟମିତ ଟିକେ ଜଣଉଥିବ । ସମ୍ବାଦ ବାବଦରେ କିଛି ପ୍ରଶ୍ନ ପଚାରୁଛି ହେଲେ ସେ ଉପରେ ତମ ଘୋଷଣା ତଳେ ପଚାରୁଛି ।--ସୁଭାସିସ ପାଣିଘରି (ଆଳାପ) ୨୨:୩୬, ୬ ଜୁନ ୨୦୧୭ (IST)[reply]

Hi, you are invited to participate in the discussion on the proposal to make a banner through m: centralnotice to inform more people around the world about what the Turkish government has done about Wikipedia, ie all the language versions of Wikipedia are You are obscured, so in Turkey it is impossible to view the * .wikipedia.org site. To hope that the Turkish government will remove the block, it is necessary to raise awareness of this fact around the world because it is important to succeed in this mission because Wikipedia can not be seen in Turkey. With this message also for those interested, I invite him to sign the Wikimedian appeal.

If you have any questions or questions do not hesitate to contact me. Thanks best regards. --Samuele2002 (Talk!) ୧୭:୩୦, ୮ ଜୁନ ୨୦୧୭ (IST)[reply]

Wikidata changes now also appear in enhanced recent changes ସମ୍ପାଦନା

Hello, and sorry to write this message in English. You can help translating it.

Starting from today, you will be able to display Wikidata changes in both modes of the recent changes and the watchlist.

Read and translate the full message

ସାଧୁବାଦ! Lea Lacroix (WMDE) ୧୪:୦୩, ୨୯ ଜୁନ ୨୦୧୭ (IST)[reply]

(wrong target page? you can fix it here)

Improved search in deleted pages archive ସମ୍ପାଦନା

ଦୟାକରି ନିଜ ଭାଷାରେ ଅନୁବାଦ କରିବାରେ ସାହାଯ୍ୟ କରନ୍ତୁ

During Wikimedia Hackathon 2016, the Discovery team worked on one of the items on the 2015 community wishlist, namely enabling searching the archive of deleted pages. This feature is now ready for production deployment, and will be enabled on all wikis, except Wikidata.

Right now, the feature is behind a feature flag - to use it on your wiki, please go to the Special:Undelete page, and add &fuzzy=1 to the URL, like this: https://test.wikipedia.org/w/index.php?title=Special%3AUndelete&fuzzy=1. Then search for the pages you're interested in. There should be more results than before, due to using ElasticSearch indexing (via the CirrusSearch extension).

We plan to enable this improved search by default on all wikis soon (around August 1, 2017). If you have any objections to this - please raise them with the Discovery team via email or on this announcement's discussion page. Like most Mediawiki configuration parameters, the functionality can be configured per wiki. Once the improved search becomes the default, you can still access the old mode using &fuzzy=0 in the URL, like this: https://test.wikipedia.org/w/index.php?title=Special%3AUndelete&fuzzy=0

Please note that since Special:Undelete is an admin-only feature, this search capability is also only accessible to wiki admins.

ସାଧୁବାଦ! CKoerner (WMF) (talk) ୦୦:୦୯, ୨୬ ଜୁଲାଇ ୨୦୧୭ (IST)[reply]

CIS-A2K Newsletter June 2017 ସମ୍ପାଦନା

 

Hello,
CIS-A2K has published their newsletter for the months of June 2017. The edition includes details about these topics:

  • Wikidata Workshop: South India
  • Tallapaka Pada Sahityam is now on Wikisource
  • Thematic Edit-a-thon at Yashawantrao Chavan Institute of Science, Satara
  • Asian Athletics Championships 2017 Edit-a-thon
Please read the complete newsletter here.
If you want to subscribe/unsubscribe this newsletter, click here. --MediaWiki message delivery (ମୋ ଆଲୋଚନା) ୦୯:୩୧, ୫ ଅଗଷ୍ଟ ୨୦୧୭ (IST)[reply]

CIS-A2K Newsletter July 2017 ସମ୍ପାଦନା

 

Hello,
CIS-A2K has published their newsletter for the months of July 2017. The edition includes details about these topics:

  • Telugu Wikisource Workshop
  • Marathi Wikipedia Workshop in Sangli, Maharashtra
  • Tallapaka Pada Sahityam is now on Wikisource
  • Wikipedia Workshop on Template Creation and Modification Conducted in Bengaluru

Please read the complete newsletter here.
If you want to subscribe/unsubscribe this newsletter, click here. --MediaWiki message delivery (ମୋ ଆଲୋଚନା) ୦୯:୨୮, ୧୭ ଅଗଷ୍ଟ ୨୦୧୭ (IST)[reply]