ଗୁରୁକୃଷ୍ଣ ଗୋସ୍ୱାମୀ

ଗୀତିକାର

ଗୁରୁକୃଷ୍ଣ ଗୋସ୍ୱାମୀ (ଜନ୍ମ ୭ ନଭେମ୍ବର ୧୯୩୪ - ୬ ମଇ ୨୦୧୮) ଓଡ଼ିଆ କଥାଚିତ୍ର ଜଗତର ଜଣେ ସଂଳାପ ଲେଖକ, କବି ଓ ଗୀତିକାର ଥିଲେ ।[୨] ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ ସମୟଧରି, ସେ ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ଓ ଆଲବମ ପାଇଁ ପ୍ରାୟ ୨,୦୦୦ ଗୀତରଚନା କରିଥିଲେ ।

ଗୁରୁକୃଷ୍ଣ ଗୋସ୍ୱାମୀ
ଜନ୍ମ(1934-11-07)୭ ନଭେମ୍ବର ୧୯୩୪
ମୃତ୍ୟୁ୬ ମଇ ୨୦୧୮(2018-05-06) (ବୟସ ୮୩)
ଶିବାଜୀ ନଗର, କଟକ
ମୃତ୍ୟର କାରଣବୃଦ୍ଧାବସ୍ଥା
ବୃତ୍ତିଗୀତିକାର, କବି, ସଂଳାପ ଲେଖକ
ସକ୍ରିୟ ବର୍ଷ୧୯୫୯-୧୯୮୦
ଜୀବନସାଥୀଆରତୀ ଗୋସ୍ୱାମୀ
ସନ୍ତାନଭୂମିତ୍ର, ସୁମିତ୍ର[୧]
ପିତାମାତାଗୋକୁଳ ଚନ୍ଦ୍ର ଗୋସ୍ୱାମୀ, ଶ୍ରଦ୍ଧାବତୀ ଗୋସ୍ୱାମୀ

ସଂକ୍ଷିପ୍ତ ଜୀବନୀ ସମ୍ପାଦନ କରନ୍ତୁ

ଗୁରୁକୃଷ୍ଣ ୭ ନଭେମ୍ବର ୧୯୩୪ ମସିହାରେ ମୟୂରଭଞ୍ଜ ଜିଲ୍ଲାର ନୂଆଗାଁଠାରେ ଜନ୍ମ ନେଇଥିଲେ ।[୩] ମାମୁଁଘରେ ସେ ବଢିଥିଲେ । ଅଜାଙ୍କର ସଙ୍ଗୀତ ପ୍ରତି ଭଲପାଇବା ଥିଲା । ନାତି ଗୁରୁକୃଷ୍ଣଙ୍କୁ ସେ ସଙ୍ଗୀତ ଶିଖାଇଥିଲେ । ସେ ବାଞ୍ଛାନିଧୀ ପଣ୍ଡା ଓ କ୍ଷୀତିଶ ଚନ୍ଦ୍ର ମୈତ୍ରଙ୍କଠାରୁ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ । ଗୁରୁକୃଷ୍ଣ ପ୍ରଥମେ ଜଣେ ଗାୟକ ହେବାକୁ ଇଚ୍ଛା କରିଥିଲେ । କିନ୍ତୁ ୧୯୫୨ ମସିହାରେ କଲେଜରେ ପଢୁଥିବା ସମୟରେ ଶାନ୍ତନୁ ମହାପାତ୍ରଙ୍କ ପ୍ରୋତ୍ସାହାନରେ ଗୀତରଚନା ଆରମ୍ଭ କରିଥିଲେ ଓ ୧୯୫୬ରୁ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ମାନ୍ୟତା ହାସଲ କରିଥିଲେ ।[୪] ୧୯୮୬ ମସିହାରୁ ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ତଥା ୧୯୯୩ ମସିହାରୁ ଜଣେ ସ୍ୱୀକୃତିପ୍ରାପ୍ତ ହିନ୍ଦୀ ଗୀତିକାର ହୋଇଥିଲେ । ସେ ସର୍ବମୋଟ ୩୦ଟି ଓଡ଼ିଆ କଥାଚିତ୍ରରେ ଅବଦାନ କରିଥିଲେ । ୨୦୧୮ ମସିହା ମଇ ମାସ ୬ ତାରିଖରେ ବୃଦ୍ଧାବସ୍ଥା ଜନିତ ଅସୁସ୍ଥତା ହେତୁ ତାଙ୍କର ଦେହାନ୍ତ ହୋଇଥିଲା ।[୫] ତାଙ୍କ ପତ୍ନୀ ଆରତୀ ଗୋସ୍ୱାମୀ ମଧ୍ୟ ଜଣେ କଣ୍ଠଶିଳ୍ପୀ ।[୬]

ଗୀତି କବିତା ସଙ୍କଳନ ସମ୍ପାଦନ କରନ୍ତୁ

ଗୁରୁକୃଷ୍ଣଙ୍କ ପ୍ରକାଶିତ ଗୀତି କବିତା ସଙ୍କଳନଗୁଡ଼ିକ ହେଲା:[୭]

  • ଏ ମନ ଚୋରାପଥେ (ଆଧୁନିକ)
  • ସମୁଦୁଣୀ ମୋର ଜୁହାର ଜାଣିବ (ପଲ୍ଲୀଗୀତ)
  • ଅବନୀ ଗନ୍ଧା (ଆଧୁନିକ)
  • ଜଗଦିହୁଡ଼ି (ଭକ୍ତିଗୀତ)
  • ନମାମି ଜନ୍ମଭୂମି (ଦେଶଭକ୍ତି)
  • ଚମ୍ପକ ବରଣୀ ଗୋ (ଆଧୁନିକ)

କଥାଚିତ୍ର ଜୀବନ ସମ୍ପାଦନ କରନ୍ତୁ

୧୯୫୯ ମସିହାରେ ଓଡ଼ିଆ କଥାଚିତ୍ର ମା'ରେ ଗୀତ ଲେଖି ଗୀତିକାର ଜୀବନ ଆରମ୍ଭ କରିଥିଲେ । [୮] "ଅରୁନ୍ଧତୀ" ଚଳଚ୍ଚିତ୍ରର ଗୀତ ଓ ସଂଳାପ ରଚନା କରି,ସେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ।[୯] ଗୁରୁକୃଷ୍ଣ, ୩୦ରୁ ଅଧିକ ଓଡ଼ିଆ କଥାଚିତ୍ରରେ ଗୀତିକାର ଓ ସଂଳାପ ଲେଖକ ଭାବେ ଅବଦାନ କରିଥିଲେ । ସଙ୍ଗୀତକାର ଶାନ୍ତନୁ ମହାପାତ୍ରଙ୍କ ସହ ମିଶି, ସେ ଓଡ଼ିଆ ସିନେମାର ବହୁ ଲୋକପ୍ରିୟ ଗୀତ ପ୍ରସ୍ତୁତ କରିପାରିଥିଲେ । [୧୦] ଲତା ମଙ୍ଗେସକରଙ୍କ ପ୍ରୋତ୍ସାହନରେ ସେ ହିନ୍ଦୀ ଶିଖିଥିଲେ ଓ ଗୀତ ଲେଖିବା ଆରମ୍ଭ କରିଥିଲେ । ଓଡ଼ିଆରେ ସେ ୫ଟି ଗୀତିକବିତା ପୁସ୍ତକ ଓ ହିନ୍ଦୀରେ "ହେ ଜଗନ୍ନାଥ ତୁଝେ ପ୍ରଣାମ୍" ନାମରେ ଏକ ଗୀତିକବିତା ପୁସ୍ତକ ରଚନା କରିଥିଲେ ।

ଓଡ଼ିଆ କଥାଚିତ୍ରରେ ଅବଦାନ ସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ ଭୂମିକା
ଅଗ୍ନିପରୀକ୍ଷା ୧୯୮୦ ଗୀତିକାର
ମେଘମୁକ୍ତି ୧୯୮୦ ବିଶ୍ୱଜିତ ଦାସ ଗୀତିକାର
ପ୍ରିୟତମା ୧୯୭୮ ବିଶ୍ୱଜିତ ଦାସ ଗୀତିକାର
ଗପ ହେଲେବି ସତ ୧୯୭୬ ନଗେନ ରାୟ ଗୀତିକାର
ସମୟ ୧୯୭୫ ଗଣେଶ ମହାପାତ୍ର ଗୀତିକାର
କିଏ କାହାର ୧୯୬୮ ନିତାଇ ପାଲିତ ଗୀତିକାର
ଅରୁନ୍ଧତୀ ୧୯୬୭ ପ୍ରଫୁଲ୍ଲ ସେନଗୁପ୍ତା ଗୀତିକାର, କାହାଣୀ
ଜୀବନସାଥୀ ୧୯୬୩ ପ୍ରଭାତ ମୂଖାର୍ଜୀ ଗୀତିକାର[୧୧]
ସୂର୍ଯ୍ୟମୁଖି ୧୯୬୩ ପ୍ରଫୁଲ୍ଲ ସେନଗୁପ୍ତା ଗୀତିକାର, ସଂଳାପ
ନୂଆ ବୋଉ ୧୯୬୨ ପ୍ରଭାତ ମୂଖାର୍ଜୀ ଗୀତିକାର
ମା ୧୯୫୯ ନିତାଇ ପାଲିତ ଗୀତିକାର
ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଲିଖିତ କିଛି ଗୀତ
କ୍ରମଗୀତସଙ୍ଗୀତକଣ୍ଠଶିଳ୍ପୀସମୟ
1."ବେଦନା ସାଗରତୀରେ" (ମା, ୧୯୫୯)ଭୁବନେଶ୍ୱର ମିଶ୍ରପ୍ରଣବ ପଟ୍ଟନାୟକ 
2."ସେଇ ଚୁନା ଚୁନା ତାରା ଫୁଲେ" (ସୂର୍ଯ୍ୟମୁଖୀ, ୧୯୬୩)ଶାନ୍ତନୁ ମହାପାତ୍ରଲତା ମଙ୍ଗେସକର 
3."ତୁମକୁ ପାରୁନି ତ ଭୁଲି" (ଅରୁନ୍ଧତୀ, ୧୯୬୭)ଶାନ୍ତନୁ ମହାପାତ୍ରମହମ୍ମଦ ରଫି 
4."ଫୁଲେଇ ରାଣୀ ସଜ ଫୁଲ" (କିଏ କାହାର, ୧୯୬୮)ଅକ୍ଷୟ ମହାନ୍ତିଅକ୍ଷୟ ମହାନ୍ତି, ସିପ୍ରା ବୋଷ 
5."ଏ ବନର ଛାଇ" (ଗପ ହେଲେବି ସତ, ୧୯୭୬)ଭୁବନେଶ୍ୱର ମିଶ୍ର, ହରିପ୍ରସାଦ ଚୌରାଶିଆଅମିତ କୁମାର- କଲ୍ୟାଣ ସୁମନପୁର 
6."ଅଭିମାନୀ ବନ୍ଧୁରେ" (ଅଗ୍ନିପରୀକ୍ଷା, ୧୯୮୦)ଶାନ୍ତନୁ ମହାପାତ୍ରଦେବାଶିଷ ମହାପାତ୍ର 

ମାନ ସମ୍ମାନ ସମ୍ପାଦନ କରନ୍ତୁ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୪, ଚମ୍ପକ ବରଣୀ ଗୋ)[୧୨]
  • ଭକ୍ତକବି ସାଲବେଗ ପୁରସ୍କାର (୨୦୦୦)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୨୦୦୦)
  • ଶ୍ରେଷ୍ଠ ଗୀତିକାର ପୁରସ୍କାର (୧୯୯୬)
  • ଉତ୍କଳ ସାହିତ୍ୟ କଳା ପରିଷଦ ସମ୍ମାନ
  • ଓଡ଼ିଶା ଗୀତିକବି ସମାଜ ସମ୍ମାନ
  • ଗୀତି ସରସ୍ୱତୀ ସମ୍ମାନ (ବାଳକୃଷ୍ଣ ଦାସ ଫାଉଣ୍ଡେସନ)

ଆଧାର ସମ୍ପାଦନ କରନ୍ତୁ

  1. "ପରଲୋକରେ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ". ସମାଜ ୦୭/୦୫/୨୦୧୮ କଲିକତା ସଂସ୍କରଣ ପୃଷ୍ଠା ୧. Retrieved 7 May 2018.
  2. Pitambara Padhi (1994). Reference Sources in Modern Indian Languages: A Study on Oriya Language. Gayatridevi Publications.
  3. "ବ୍ୟକ୍ତିତ୍ୱ". ନିତିଦିନ ୧୪/୦୪/୨୦୧୮ ପୃଷ୍ଠା ୯. Retrieved 18 April 2018.
  4. ଛୁଟିଦିନ, ଧରିତ୍ରୀ
  5. "Lyricist Gurukrushna Goswami passes away". Odisha TV. 6 May 2018. Retrieved 6 May 2018.
  6. "ଆଜି ଜନ୍ମଦିନ". No. ସମ୍ବାଦ ୦୭/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡିଆ. p. ୧୫. Archived from the original on 7 November 2020. Retrieved 7 November 2020.
  7. "ଆରପାରିରେ ଗୀତିକାର ଗୁରୁକୃଷ୍ଣ". ଧରିତ୍ରୀ. Retrieved 7 May 2018.
  8. ollywood.wikidot.com: Guru Krushna Goswami: Where the lyre and the lyric meet
  9. Ashish Rajadhyaksha; Paul Willemen; Professor of Critical Studies Paul Willemen (10 July 2014). Encyclopedia of Indian Cinema. Routledge. pp. 51–. ISBN 978-1-135-94318-9.
  10. ସିନେ ସମ୍ବାଦ ଜାନୁଆରୀ ୧୫-୨୧ପୃଷ୍ଠା ୧୦
  11. http://www.thehindu.com/todays-paper/tp-national/tp-otherstates/jeeva-sathi-screened/article3392475.ece
  12. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 7 May 2018.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ