ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୪


Updates on Social Media pilot

ସମ୍ପାଦନା

Greetings! Here is a small update on the Social Media pilot supported by India Program. This pilot is running on two Facebook groups for Wikipedia activities: one in English (One is You can also write on Wikipedia) and one in Odia (Odia Wikipedia). Both of these are being piloted to see if we can explain the very basics of editing to new editors and to encourage them to make their first basic edits. This is done You can visit these groups to see the regular editing sessions that we are conducting there. So far, we have been able to get 30 first time editors in English and 10 in Odia - all of whom have completed a few basic tasks (like creating usernames, corrected mistakes, adding references, inter-wiki links!)

Facebook is a useful way of engaging with young users because they are more comfortable there. Here is a 19 point comprehensive guide that we've developed to illustrate the kind of language, nature of messages and way of interacting on Fb that you might find useful and can implement on your groups as well. Please note the mini-editing sessions we have devised with just 5 tasks to make the start of a new editor's Wiki journey really simple! If you need any help to try this pilot in your group please write to me (noopur@wikimedia.org). (Even if your community does not yet have a facebook page, or if the page is inactive right now, I can support you.) Happy to help! Noopur28 (ମୋ ଆଲୋଚନା) ୦୮:୫୬, ୨୯ ମଇ ୨୦୧୨ (UTC)

ବଛା ଲେଖା – ଜୁଲାଇ ୨୦୧୨

ସମ୍ପାଦନା

ବନ୍ଧୁଗଣ, ଜୁଲାଇ ୨୦୧୨ ପାଇଁ ଗୋଟିଏ ଭଲ ଲେଖା ବାଛନ୍ତୁ । ପ୍ରତି ମାସ ପାଇଁ ମାସେ ଆଗରୁ ବାଛିଲେ ଭଲ ହେବ, ସମସ୍ତେ ମିଶି ସେଇ ଲେଖାଟିକୁ ଉନ୍ନତ କରିପାରିବା । ଏହି ପୃଷ୍ଠାରେ ମୁଁ ପ୍ରସ୍ତାବ ଦେଇଥିଲି, ଲେଖା ଚୟନ ମଧ୍ୟ ମାସର ବଛା ଲେଖା/ଅନୁରୋଧରେ କରନ୍ତୁ । ଏହି ପୃଷ୍ଠାର ଲିଙ୍କ "Sidebar"; 'ସହଯୋଗ କରନ୍ତୁ' ବିଭାଗରେ ମଧ୍ୟ ପାଇ ପାରିବେ । -- ଅηsuмaη Talk ୧୪:୫୨, ୩ ଜୁନ ୨୦୧୨ (UTC)

IRC on community building - June 7, 2012

ସମ୍ପାଦନା

Hey folks, Hisham had posted an update on the community building pilot Shiju ran as part of India Program. This pilot was run in Assam but there are tips and pointers and suggestions from this pilot that are relevant for all Indic communities. As part of the India Programs IRCs, we propose the first monthly IRC of June to be on this topic. We'd like to discuss how to build and support communities by increasing the number of editors, assessing progress on Wikiprojects as well as fostering possibilities of new collaborations. Please join us on 7th June at 09:30 p.m IST using this link. Thank you. Noopur28 (ମୋ ଆଲୋଚନା) ୧୧:୧୭, ୬ ଜୁନ ୨୦୧୨ (UTC)

ମାସିକ ଖବର ବାବଦରେ

ସମ୍ପାଦନା

ବନ୍ଧୁଗଣ, ଗତ କିଛି ମାସ ଭିତରେ ଅନେକ କର୍ମଶାଳା ଓ ମେଳଣ ମାଧ୍ୟମରେ ପୁରୁଖା ଉଇକିଆଳିଗଣ ଅଧିକ ସଚଳ ହେବା ସହ ଅନେକ ନୂଆ ଉଇକିଆଳି ତିଆରିବାରେ ସୁସଫଳ ହୋଇଛନ୍ତି । ବିଶେଷ କରି ଫେସବୁକ ଦଳରେ ସଚଳ ଯୋଗଦାନ ଦେଇ ଅନେକ ନୂଆ ଲୋକଙ୍କ ପାଖରେ ଓଡ଼ିଆ ଉଇକିପିଡ଼ିଆକୁ ଆପଣମାନେ ପହଞ୍ଚାଇପାରିଛନ୍ତି । ତେବେ ଓଡ଼ିଆ ଉଇକିଆଳିଙ୍କ ଏହି ସଫଳତାର କାହାଣୀ ଲିପିବଦ୍ଧ ହୋଇ ମାସିକ ଭାବରେ ରହିବା ମଙ୍ଗଳକର । ଇଂରାଜୀରେ Wikipedia Signpost ନାମରେ ଏହିଭଳି ଖବରପତ୍ରଟିଏ ଅଛି ଯାହା ଓଡ଼ିଆରେ ଆମ୍ଭେମାନେ ପ୍ରଥମ କରି ଆରମ୍ଭ କରିବୁ । ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଏହି ମାସିକ ଖବରକାଗଜ ପାଇଁ ନିଜ ନିଜର ମତ ଦିଅନ୍ତୁ ତଥା ଏହା ପାଇଁ ନୂଆ ନାମଟିଏ ବି ବାଛନ୍ତୁ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୦୫, ୨୮ ମଇ ୨୦୧୨ (UTC)

ମତାମତ ଓ ଯୋଗଦାନ

ସମ୍ପାଦନା

ଏମିତି ଗୋଟେ ପତ୍ରିକା ଭଲ । କିନ୍ତୁ ଏଠି ଟିକେ ପଢାଳି ମାନଙ୍କର ଅଭାବ ଯାହା ହେଉ ଭଲ କଥା । ଓଡିଆଉଇକି ହସ୍ତାକ୍ଷର ନାମଟି ମୋ ମନକୁ ଆସିଲା । --Jnanaranjan sahu (ମୋ ଆଲୋଚନା) ୦୯:୫୭, ୩୦ ମଇ ୨୦୧୨ (UTC)

ଆମ ଓଡ଼ିଆ ଉଇକିପିଡ଼ିଆ ପ୍ରଚାର ଓ ପ୍ରସାର ପାଇଁ ଏହା ଭଲ ଉଦ୍ୟମ ହେବ।ଓଡ଼ିଆ ଉଇକିପିଡ଼ିଆ ଲୋକ ଲୋଚନକୁ ଆସିଲେ ଅଧିକରୁ ପାଠକଙ୍କ ସହ ଅନେକଙ୍କର ଲେଖିବାକୁ ମଧ୍ୟ ଆଗ୍ରହ ହେବେ। ଓଡିଆଉଇକି ହସ୍ତାକ୍ଷର ନାଁ ଟି ଭଲ ହେବ।ଜ୍ଞାନ ଭାଇ ଙ୍କ ସହ ଏକ ମତ। -- --Aditya Mahar (ମୋ ଆଲୋଚନା) ୧୦:୦୭, ୨୮ ଅଗଷ୍ଟ ୨୦୧୨ (UTC)

ଓଡିଆ ୱିକିପିଡିଆରେ ବ୍ୟବହୃତ ହେଉଥିବା ଭାଷା ଓ ଶବ୍ଦ

ସମ୍ପାଦନା

ମହାଶୟ, ମୁଁ ଲକ୍ଷ୍ୟକଲି ୱିକିପିଡିଆରେ ବ୍ୟବହାର କରାଯାଉଥିବା ଭାଷା, ଆମ ପାଠ୍ୟପୁସ୍ତକ/ଶିକ୍ଷା ପଦ୍ଧତି/ସାହିତ୍ୟରେ ବ୍ୟବହୃତ ହେଉଥିବା ଭାଷାରୁ ଅନେକ ଅଲଗା । ଏଠାରେ ବ୍ୟବହାର ହେଉଥିବା ଭାଷାକୁ କୁ ଅନେକ କ୍ଷେତ୍ରରେ ଶୁଦ୍ଧ-ଓଡିଆ ବୋଲି କୁହାଯାଇପାରିବନି । ଯେହେତୁ ଏହା ଏକ ଉନ୍ମୁକ୍ତ ଜ୍ଞାନକୋଷ, ଏଥିରେ ଶୁଦ୍ଧ ଭାଷା ବ୍ୟବହାର କରିବାର ଆବଶ୍ୟକତା ଅଛି । ଜ୍ଞାନକୋଷରେ ସାଧାରଣ କଥିତ ଭାଷା ବ୍ୟବହାର କରିବାର ଆବଶ୍ୟକତା ଅଛି ବୋଲି ମନେହୁଏ ନାହିଁ । ଆଉ ସେଥିପାଇଁ କୌଣସି ଭାଷାବିତଙ୍କର ପରାମର୍ଶ ନେବା ଉଚିତ ହେବ ବୋଲି ମୁଁ ମନେକରେ ।

ଏଥିରେ ଏପରି ଅନେକ ଶବ୍ଦ ବ୍ୟବହାର କରାଯାଉଛି ଯାହା ନିତାନ୍ତ ଆଞ୍ଚଳିକ ଭାବେ ଓଡିଶାର କିଛି କିଛି ଯାଗାରେ ବ୍ୟବହାର କରାଯାଏ, ଯାହାକୁ ବୁଝିବା ଅତ୍ୟନ୍ତ କଠିନ । କିଛି ଶବ୍ଦ ଏକଦମ ପୁରୁଣା ଦେଶଜ ଶବ୍ଦ ଯାହା କୌଣସି ପାଠ୍ୟପୁସ୍ତକରେ ବ୍ୟବହୃତ ହୁଏନାହିଁ । ସାଧାରଣ ବ୍ୟବହାରକାରୀ ମାନେ ଯାହା ଲେଖିଲେ ମଧ୍ୟ ଶଂଶୋଧନ କରିବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ, କିନ୍ତୁ ପରିଚାଳନା/ବ୍ୟବସ୍ଥାପନା (admin) ଏବଂ ପ୍ରଧାନ ପୃଷ୍ଠା ଆଦିରେ ଯେଉଁ ଶବ୍ଦ ବ୍ୟବହାର କାରାଯାଇଛି ତାକୁ ସଂଶୋଧନ କରିବାର ଆବଶ୍ୟକତା ଅଛିବୋଲି ମନେ ହୁଏ । ଅନେକ ଯାଗାରେ ବନାନରେ ମଧ୍ୟ ତ୍ରୁଟି ରହିଛି ।

ମୁଁ ଲକ୍ଷ୍ୟ କରିଥିବା କେତୋଟି ଶବ୍ଦ ଏବଂ ତାହାର ବିକଳ୍ପ ଭାବରେ ବ୍ୟବହାର କରାଯାଇପାରିବା ଭଳି କିଛି ଶବ୍ଦ ନିମ୍ନରେ ଦେଲି, ଯଦି ଉପଯୁକ୍ତ ମନେହୁଏ ପରିବର୍ତ୍ତନ କଲେ ଭଲହେବ ।

  • ପ୍ରଧାନ ପୃଷ୍ଠା:

ନଗଦ ବଦଳ- ସଦ୍ୟ ପରିବର୍ତ୍ତନ; ନିଆରା ପୃଷ୍ଠା- ବିଶେଷ ପୃଷ୍ଠା; ଖୋଲା ଜ୍ଞାନକୋଷ- ଉନ୍ମୁକ୍ତ ଜ୍ଞାନକୋଷ; ସଭିଙ୍କୁ ଲେଖିବା ଓ ବଦଳାଇବାର ସୁବିଧା- ସମସ୍ତଙ୍କୁ ସମ୍ପାଦନ କରିବା ଏବଂ ପରିବର୍ତ୍ତନ କରିବାର ସୁଯୋଗ; ଜାଣିବା କଥା- ଜ୍ଞାତବ୍ୟ ତଥ୍ୟ; ପରିଚ୍ଛା- ପରିଚାଳକ; ଗୋଠ- ଗୋଷ୍ଠୀ; ବାବଦରେ- ସମ୍ପର୍କରେ; ଉଇକିଆଳି- ୱିକିସଭ୍ୟ/ୱିକିସଦସ୍ୟ; ସାଇତିବା- ସଂରକ୍ଷଣ କରିବା; ମାଗଣା- ନିଃଶୁଳ୍କ; ପଢ଼ାବହି- ପାଠ୍ୟପୁସ୍ତକ; ପୁରା ତାଲିକା- ସଂପୂର୍ଣ୍ଣ ତାଲିକା; ଗୁମର ନୀତି- ଗୋପନୀୟତା ନୀତି; ବଛା ଲେଖା/ଛବି- ନିର୍ବାଚିତ ଲେଖା/ଛବି; ମତ ଅମେଳ- ମତଭେଦ ଇତ୍ୟାଦି

  • ବିଷୟ ପୃଷ୍ଠା:

ଏହାକୁ ବଦଳାନ୍ତୁ- ସମ୍ପାଦନ କରନ୍ତୁ; ଦିଗବାରେଣି- ସ୍ଥାନଙ୍କ/ଦିଗ ନିର୍ଦେଶିକା; ଘୁଞ୍ଚାଇବେ- ଶୀର୍ଷକ ପରିବର୍ତ୍ତନ; ଦେଖଣା- ପୂର୍ବାବଲୋକନ ଇତ୍ୟାଦି

  • ବ୍ୟବହାରୀଙ୍କର ଆଲୋଚନା ପୃଷ୍ଠା:

ପାଛୋଟା- ସ୍ଵାଗତ; ଓଳିଗି-ନମସ୍କାର; ବଧାଇ-ଶୁଭେଚ୍ଛା/ଅଭିନନ୍ଦନ; ଉଇକିପିଡ଼ିଆର ପାଞ୍ଚଟି ଖମ୍ବ- ଉଇକିପିଡ଼ିଆର ପାଞ୍ଚଟି ସ୍ତମ୍ଭ; ଫରଦ- ପୃଷ୍ଠା ଇତ୍ୟାଦି...

  • ଉଇକିପିଡ଼ିଆ:ଚାଟସଭା ପୃଷ୍ଠା:

ଚାଟସଭା- ପ୍ରଶ୍ନୋତ୍ତର ସ୍ତମ୍ଭ; ପୁରୁଖା ସଭ୍ୟ- ଅଭିଜ୍ଞ ସଭ୍ୟ ଇତ୍ୟାଦି...

ଏହିପରି ଆହୁରି ଅନେକ ଶବ୍ଦ ଥାଇପାରେ । ଧନ୍ୟବାଦ Bishupriyaparam (ମୋ ଆଲୋଚନା) ୧୯:୩୩, ୮ ଜୁନ ୨୦୧୨ (UTC)

ପ୍ରିୟ ବିଶୁଦ୍ଧାକ୍ଷ ଭାଇଙ୍କ ପ୍ରସ୍ତାବକୁ ନେଇ ଉଇକିପିଡ଼ିଆରେ ବନାନ ସଂଶୋଧନ

ସମ୍ପାଦନା

ପ୍ରିୟ ଭାଇ ବିଶୁଦ୍ଧାକ୍ଷଙ୍କ ପ୍ରସ୍ତାବକୁ ନେଇ କିଛି କହିବାକୁ ଚାହୁଁଛି।

  1. ଓଡ଼ିଆଭାଷା ଓ ଲିପି ଏବେ ବି କମ୍ପ୍ୟୁଟରରେ ଅଧାଗଢା ହେଇ ରହିଛି। ୱିଣ୍ଡୋ xp, 7, ଲିନକ୍ସ ଇତ୍ୟାଦିରେ ଏକା ଓଡ଼ିଆ ଇନପୁଟ୍ ଅଲଗା ଅଲଗା ଅକ୍ଷର ଦେଖାଉଛି। ଏଇ ଧରନ୍ତୁ, ବାକ୍ୟ (ବ+ା+କ+ୟ) ଏଇ ଇନପୁଟ୍ ୱିଣ୍ଡୋ 7ରେ ଠିକ୍ ଦିଶିବ, କିନ୍ତୁ xp ବା ଲିନକ୍ସରେ ଏଇଟା ଦିଶିବ ବାକ୍ଯ। ଏଇଟା ଗୋଟିଏ ଉଦାହରଣ, ଖୋଜିଲେ ଅନେକ ବାହାରିବ। ତେଣୁ ମୋ ମତରେ ଆମେ ଉଇକିପିଡ଼ିଆର ଲେଖାରେ ଯଥା ସମ୍ଭବ ଯୁକ୍ତାକ୍ଷରକୁ ଏଡ଼େଇ ସାଧାସିଧା ସହଜିଆ ଭାଷାରେ ଲେଖିବା।
  2. ଆଉ ଦୁତିଅ କଥା ହେଲା ଆମେ ‘ପାଛୋଟା’ ଆଉ ‘ସ୍ବାଗତ’କୁ ଅଲଗା ଅଲଗା ବୋଲି ଦେଖୁ କାହିଁକି? ଓଡ଼ିଆ ଭାଷାର ଉଇକିପିଡ଼ିଆରେ ଓଡ଼ିଆ ଭାଷାର ମୂଳ ଶବଦ ରହିବା ମୋ ମତରେ ଅଧିକ ଦରକାର। ଆମେ ଚାହିଁଲେ ଆମ ଭାଷାର ଶବଦକୋଷରୁ ଲିଭିଯାଉଥିବା କେତୋଟି ବିରଳ ଶବଦକୁ ବଞ୍ଚେଇ ଜୀଏଁଇ ରଖି ପାରିବା। ଆମେ ନ ଚାହିଁଲେ ତାକୁ କିଏ ବଞ୍ଚେଇ ରଖିବ? କେତେ ଯେ ମୂଳ ଓଡ଼ିଆ ଶବଦ ଲୋପ ପାଇ ଗଲାଣି, ତା’ର ଇୟତ୍ତା ନାହିଁ। ଆଉ କଥିତ ଓଡ଼ିଆ ଭାଷାର ଅବକ୍ଷୟ ଯେମିତି ଭାବରେ ହେଉଛି, ଆଉ ଶହେ ବରଷ ଗଲେ, ଆମ କଥିତ ଭାଷାରୁ ଏମିତି ଅନେକ ଶବଦ ଯେ ନିଶ୍ଚେଁ ହଜି ଯାଇଥିବ ଏଥକୁ ସନ୍ଦେହ ନାହିଁ।
  3. ଆମେ କଥିତ ଭାଷା ଓ ଲିଖିତ ଭାଷା ଭିତରେ ବାଡ଼ ପକେଇ ନିଜ ଭାଷାକୁ ଦରମରା କରି ସାରିଲୁଣି। ମୋର ବ୍ୟକ୍ତିଗତ ମତ ହେଲା, ଆଞ୍ଚଳିକ ଭାଷାକହି ଆମେ ଆମ ଭାଷାର ତଣ୍ଟିଚିପି ଏବେ ଇଁରାଜୀ କିବା ଖଣ୍ଡି ହିନ୍ଦୀ କହି ଯାହା ହୀନିମାନ ହେଉଛୁ। ତେଣୁ ସବୁ ଆଞ୍ଚଳିକ ଭାଷା, ଏମିତି କି ଲୋକେ ଯାହାକୁ ସମ୍ବଲପୁରୀ ଭାଷା ବୋଲି କହି ଓଡ଼ିଆରୁ ଅଲଗା କରି ରଖିଛନ୍ତି, ସେସବୁକୁ ଓ ଅନ୍ୟାନ୍ୟ କଥିତ ଭାଷାକୁ ଗୋଟାପଣେ ଆମ ଅଭିଧାନରେ ଉତାରି ଦେଲେ ଆମ ଭାଷା କେତେ ସମୃଦ୍ଧ ନ ହୁଅନ୍ତା?
  4. ସଂସ୍କୃତ ଭାଷା ଆଜି ମୃତ ଭାଷା ହୋଇଛି କେବଳ ପାଣିନୀଙ୍କ ପାଇଁ ଯିଏ କେଇଗୋଟି ସୂତ୍ର ଭିତରେ ତାକୁ ବାନ୍ଧି ଦେଇ ତାକୁ ନୂଆ ଶବଦ ଗ୍ରହଣ କରି ବଢିବାକୁ ବାଛନ୍ଦ କରିଥିଲେ। ସେମିତି ଆମେ ଯଦି ଆଞ୍ଚଳିକତା ଓ ପାଠ୍ୟ ପୁସ୍ତକର ଦ୍ୱାହି ଦେଇ ଶୁଦ୍ଧ ଓଡ଼ିଆ ଓ ଅଶୁଦ୍ଧ ଓଡ଼ିଆ ଭିତରେ ବାଡ଼ ପକେଇବା ତେବେ ଆମ ଭାଷାକୁ ଧ୍ୱଂସ ମୁହଁରୁ ବଞ୍ଚେଇ ପାରିବା ନାହିଁ।
  5. ଏଇ ପ୍ରସଂଗଟି ଅତି ଗୁରୁତର। ଆଜି ଆମେ କଥିତ ଭାଷାକୁ "ତ" ଭୁଲିଲୁଣି, ପାଠ୍ୟପୁସ୍ତକର ଭାଷାକୁ "ବି" ଭୁଲିଲୁଣି। ଓଡିଆ କହିବାକୁ ଜିଭ ଲେଉଟୁନାହିଁ, ହିନ୍ଦୀ, ଇଁରାଜୀ ଫସ ଫସ ବାହାରୁଛି। ଘର ବୁଡ଼ି ପାଣି ଆଣ୍ଠିଏ ହେଲାଣି। ଆମେ ମାନେ କିଛି କରିବା ଦରକାର। ଏଥିପାଇଁ କା’କୁ ପଚାରିବ ଭାଇ କିଏ କହିବ। ଏଠି କାମ କଅମ ରାଜନୀତି ବେଶି। ଆମେ ଓଡ଼ିଆ ଓ ଆମେ ଓଡ଼ିଆ ଭାଷାର ସବୁ ମୌଳିକ ଶବ୍ଦକୁ ଆମେ ନିଜେ (ଆଜି ଉଇକିପିଡ଼ିଆ ପଢୁଥିବା ଓ ବ୍ୟବହାର କରୁଥିବା ଲୋକ) ଯଦି ସ୍ୱୀକାର କରି ପାରିବା, ବହୁଳ ପ୍ରୟୋଗ କରି ପାରିବା ତେବେ ଯାଇ ଆମ ଭାଗ୍ୟ ବଦଳିବ। ମୁଁ ତମେ ଓ ସେ ବଦଳିଲେ ଦୁନିଆ ବଦଳିବ।
  6. ଓଡ଼ିଆଭାଷାର ମୌଳିକତାକୁ ରକ୍ଷା କରି ଆହୁରି କେତେକ ସୁନ୍ଦର ଖାଣ୍ଟି ଓଡ଼ିଆ ଶବ୍ଦ ପ୍ରଥମେ ପ୍ରଥମେ ଉଇକିପିଡ଼ିଆରେ ଥିଲା, ଯାହାକୁ ସଂଶୋଧନ କରି ଦିଆ ଯାଇଛି। ଆଉ ଯେତକ ଅଛି ସେତକ ରହୁ, ନ ବଦଳୁ, ମୁଁ ଏତିକି ଚାହେଁ।

ଅନ୍ୟଥା ନ ଘେନି ହେଜ କରିବେ, ଅନ୍ୟଥା ଲାଗିଲେ କ୍ଷମା ଆଚରିବେ।

ଓଡ଼ିଆ ଭାଷା ଉପରେ ଉଚ୍ଚତର ଗବେଷଣା କରିଥିବା ଆଉ ଉଇକିଆଳିମାନେ ନିଜ ନିଜ ମତ ଦେବା ହୁଅନ୍ତୁ। ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୧୩:୨୦, ୯ ଜୁନ ୨୦୧୨ (UTC)

ଉଚ୍ଚତର ଗବେଷଣା କରିଥିବା ସଭ୍ୟମାନେ ମତ ଦେଇ ପାରିଲେ ବହୁତ ଭଲ । ମୁଁ ତ ଓଡିଆରେ ମୂର୍ଖ, ବାହାରେ ଏତେ ବର୍ଷ ରହି ଭୁଲି ଗଲିଣି । ଶବ୍ଦ ପୁରୁଣା ହେଉ ବା ନୂଆ, ଶବ୍ଦଗୁଡିକୁ ସମସ୍ତେ ବୁଝିପାରିବା ଦରକାର । ଆମର ବ୍ୟକ୍ତିଗତ ମତ ପାଇଁ ଆମେ ଅନ୍ୟମାନଙ୍କୁ ଏଡାଇ ଦେଇ ପାରିବାନି । ତେଣୁ ଯେଉଁ ଶବ୍ଦ ସାଧାରଣ ଭାବେ ବ୍ୟବହାର କରାଯାଉଛି, ବେଶୀ ସଂଖ୍ୟାରେ ସମସ୍ତେ ବୁଝିପାରିବେ ତାହା ବ୍ୟବହାର କରାଯାଉ ।

  • ଧନ୍ୟବାଦ ଉପଯୁକ୍ତ ଶବ୍ଦ ଗୁଡିକ ପାଇଁ । ଏହିସବୁ ଶବ୍ଦର ପରିବର୍ତ୍ତନ ପାଇଁ ମୁଁ ଏକମତ ।
  1. ନଗଦ ବଦଳ - ସଦ୍ୟ ପରିବର୍ତ୍ତନ;
  2. ନିଆରା ପୃଷ୍ଠା - ବିଶେଷ ପୃଷ୍ଠା;
  3. ବଦଳାଇବା - ପରିବର୍ତ୍ତନ/ସମ୍ପାଦନ
  4. ପରିଚ୍ଛା - ପରିଚାଳକ;
  5. ଉଇକିଆଳି- ଉଇକିସଭ୍ୟ/ଉଇକିସଦସ୍ୟ;
  6. ବଛା ଲେଖା/ଛବି - ନିର୍ବାଚିତ ଲେଖା/ଛବି;
  7. ମତ ଅମେଳ - ମତଭେଦ
  8. ଢେରେ - ବହୁତ
  9. ଲେଖାଳି - ସମ୍ପାଦକ
  10. ସଫ୍ଟୱାର - ସଫ୍ଟୱେର
  1. ଏହାକୁ ବଦଳାନ୍ତୁ - ସମ୍ପାଦନ କରନ୍ତୁ;
  2. ଘୁଞ୍ଚାଇବେ (Move Page) - ଶୀର୍ଷକ ପରିବର୍ତ୍ତନ;
  3. ଦେଖଣା - ପୂର୍ବାବଲୋକନ
  4. ପାଛୋଟା - ସ୍ଵାଗତ;
  5. ଓଳିଗି - ନମସ୍କାର;
  6. ବଧାଇ - ଶୁଭେଚ୍ଛା/ଅଭିନନ୍ଦନ;
  7. ପାଞ୍ଚଟି ଖମ୍ବ - ପାଞ୍ଚଟି ସ୍ତମ୍ଭ;
  8. ଫରଦ - ପୃଷ୍ଠା
  9. ପୁରୁଖା ସଭ୍ୟ - ଅଭିଜ୍ଞ ସଭ୍ୟ

ଆଉ କିଛି ଶବ୍ଦ "bots", "Bureaucrats", "Rollbackers", "Confirmed users", "Autopatrolled" ର ଓଡ଼ିଆ କଣ ହେବ ଏଇଠି ଆଲୋଚନା ହେଇଯାଉ, ଯଦି କେହି ଉପଯୁକ୍ତ ଶବ୍ଦ ଜାଣିଛନ୍ତି ତାହେଲେ ଜଣାନ୍ତୁ । ଅନ୍ୟମାନଙ୍କ ଅପେକ୍ଷାରେ । -- ଅଂଶୁମାନ ତାର ଯୋଡ଼ିବେ? ୧୪:୧୯, ୯ ଜୁନ ୨୦୧୨ (UTC)

  • "ଏହାକୁ ବଦଳାନ୍ତୁ - ସମ୍ପାଦନ"; ଲେଖା ମଝିରେ ଯେଉଁ ବିକଳ୍ପ ରହିଛି (section edit) ସମ୍ପାଦନା ପାଇଁ ତାହା କେବଳ "ସମ୍ପାଦନ" ରହିଲେ ସମସ୍ତେ ବୁଝିପାରିବେ । ଯଦି କେହି ଏହି ଶବ୍ଦ ମାନଙ୍କର ଆଉ ଅପଯୁକ୍ତ ଶବ୍ଦ ଜାଣିଛନ୍ତି, ଜଣାନ୍ତୁ; ନହେଲେ ଏହି ସବୁକୁ ଅନ୍ତିମ ନିର୍ଣ୍ଣୟ ରୂପେ ନିଆଯିବ । -- ଅଂଶୁମାନ ତାର ଯୋଡ଼ିବେ? ୧୭:୦୫, ୯ ଜୁନ ୨୦୧୨ (UTC)

ମୋର ମତ (ଜଣେ ପାଠକର ଦୃଶ୍ଟିଭଙ୍ଗୀରେ)

ସମ୍ପାଦନା

ଜଣେ ପାଠକ ଭାବରେ ଯଦି ମୁଁ ମୋ ମତ ଦେବି ତାହେଲେ ପ୍ରଥମ କଥା କହିବି, ଇଣ୍ତରଫେସ ଭାଷା ବା ଯେଉଁ ସବୁ ଲେଖା ଜଣେ ପାଠକ ପଢୁଛି ତାହା ବୁଝିହେଲା ଭଳି ହେବା ଉଚିତ, କାରଣ ତାହା ମୁଖ୍ୟତ ଇଂରାଜୀରୁ ଅନୁବାଦ କରାଯାଇଛି । ଯଦି ବୁଝି ନହେଲାତାହେଲେ କେହି ଉଇକି ଆଡ଼କୁ ମୁହାଁଇବେ ନାହିଁ ।ଏମିତି ତ ସାଧାରଣରେ ଓଡ଼ିଆ ଭାଷା କଷ୍ଟ ବୋଲି ଅପପ୍ରଚାର କରାଯାଇଛି, ନହେଲେ କେଉଁଠି ମାତୃଭାଷାର ଅବହେଳା ଦେଖିବାକୁ ମିଳନ୍ତାନ୍ତି । ଇଂରାଜୀ ପଢିଲେ ଚାକିରି, ହିନ୍ଦୀ ପଢିଲେ ପଇସା, ସଂସ୍କୃତ ପଢିଲେ ମାର୍କ, ଏଇ ଧାରାରେ ଅଧିକାଂଶ ଲୋକ ଭାଷାଠୁ ମୂଳରୁ ଦୂରେଇ ଯାଇଛନ୍ତି । ତେଣୁ ଇଣ୍ଟରନେଟରେ ଯଦି ବାଛି ବାଛି ଅଭିଧାନ ଖୋଜି କଷ୍ଟ କଷ୍ଟ ଶବ୍ଦ ସବୁକୁ ଏଥିରେ ଭରାଯାଏ ତାହେଲେ କେବଳ ଲେଖୁଥିବା ଲୋକ ହିଁ ରହିବେ ନିଜର ସନ୍ତୋଷ ପାଇଁ, ପାଠକ କେହି ଏହାକୁ ଆଦରିବେନି । ଓଡ଼ିଆ ସ୍କୁଲ ପଢା ବହି ସବୁର ସଫଳତା/ବିଫଳତା ଉଣାଅଧିକେ ସଭିଙ୍କୁ ଜଣ, ବଖାଣିବା ଲୋଡା ନାହିଁ ସେକଥା । ଯଦି ଆମେ ଉଇକିକୁ ବିକଳ୍ପ ବୋଲି କହୁଛେ ଆଉ ପ୍ରୟୋଗ ସେଇ ଏକା ଧାରାର ହେବ ତେବେ ମାସକୁ ଯେଉଁ ୩.୭ ଲକ୍ଷ ଲୋକ ପଢୁଛନ୍ତି ତାହା ୩୭ ପହଞ୍ଚିବାରେ ବେଶୀ ବିଳମ୍ବ ହେବ ନାହିଁ । ତେବେ ଏହା ମୋର ବ୍ୟକ୍ତିଗତ ମତ ଓ ଅନୁଭବରୁ କହୁଛି, ଭୁଲ-ଠିକ ନିହାତି ଲେଖିଥିବି । ଅନ୍ୟ ସଭ୍ୟମାନେ ନିଜର ସୁଚିନ୍ତିତ ମତ ଦେବା ହେବେ । ତେବେ ଗୋଟେ ଛୋଟ ଅନୁରୋଧ ଭାଇ, ନିରୁତା ଓଡ଼ିଆ ଶବ୍ଦସମୂହକୁ ଯାହା ଏ ମାଟିର ଶବ୍ଦ, ଓଡ଼ିଆର ତୁଣ୍ଡରୁ ବାହାରି ପୋଥିରେ, ସାହିତ୍ୟରେ, ମହାଭାରତଠୁ ନେଇ ମାଦଳା ପାଞ୍ଜିରେ ଶୋଭାପାଉଛି, ବଡ଼ ଠାକୁରଙ୍କ ସମ୍ମୁଖରେ ବୋଲାଯାଉଛି ତାକୁ ଅଲୋଡା, ଅଯାଚିତ, ଦେଶଜ ଶବ୍ଦ କହି ଭାଷାର ଅବମାନନା କରନ୍ତୁ ନାହିଁ, ଜଣେ ଓଡ଼ିଆର ବିନୀତ ଅନୁରୋଧ ଏହା ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୬:୨୨, ୯ ଜୁନ ୨୦୧୨ (UTC)

ମୋ ମତରେ ଅଂଶୁମାନ ଭାଇ ଲେଖିଥିବା ଏହିସବୁ ଶବ୍ଦର ପରିବର୍ତ୍ତନ ହବା ଆବଶ୍ୟକ

ସମ୍ପାଦନା
  1. ନଗଦ ବଦଳ - ସଦ୍ୟ ପରିବର୍ତ୍ତନ;
  2. ଲେଖାଳି - ସମ୍ପାଦକ;
  3. ଓଳିଗି - ନମସ୍କାର;
  4. ପରିଚ୍ଛା - ପରିଚାଳକ;

ସମସ୍ତଙ୍କ ମତ ନିଆଯାଇ ସଠିକ ନିଷ୍ପତି ନିଆଯିବ କିନ୍ତୁ ମୋ ମତରେ ଏହି ଶବ୍ଦ ଗୁଡିକରେ ପରିବର୍ତ୍ତନ ଆବଶ୍ୟକ।--Kamalakanta777 (ମୋ ଆଲୋଚନା) ୧୫:୦୨, ୯ ଜୁନ ୨୦୧୨ (UTC)

ଭାଷା ସମ୍ବନ୍ଧରେ କିଛି ଭିନ୍ନମତ

ସମ୍ପାଦନା

ପ୍ରଥମେ ମୋ ପ୍ରସ୍ତାବ ଉପରେ ମତାମତ ଦେଇଥିବା ଯୋଗୁଁ ସମସ୍ତଙ୍କୁ ମୋର ଧନ୍ୟବାଦ ଜଣାଉଛି ।

ଶ୍ରଦ୍ଧେୟ ସୁରଥ ଭାଇ, ଆପଣ ଦେଇଥିବା ସୁଚିନ୍ତିତ ମତାମତ ଏହି ସ୍ତମ୍ଭ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ମୋର ମନେହୁଏ । ଆଉ, ଆମେ (ଉଇକି ସଦସ୍ୟ ମାନେ) ଉଇକିପିଡିଆ ମାଧ୍ୟମରେ ଓଡ଼ିଆ ଭାଷାର ଏକପ୍ରକାର ସୁରକ୍ଷା କରିପାରିବା ବୋଲି ଯେଉଁ ଭରସା ଆପଣଙ୍କର ଅଛି ତାହା ମଧ୍ୟ ଖୁବ ସ୍ଵାଗତ ଯୋଗ୍ୟ, ଆଉ ସେଥିରେ ଆମେ ସଫଳ ହେବାହିଁ । ଆପଣଙ୍କ ଦେଇଥିବା ମତ ଉପରେ ମୋର କିଛିଟା ମତାମତ ଉପସ୍ଥାପନ କରୁଛି...

  • ପ୍ରତ୍ୟେକ ଭାଷାର ସାଧାରଣତଃ ଦୁଇଟି ରୂପ ଥାଏ । ଗୋଟିଏ କଥିତ ରୂପ, ଅନ୍ୟଟି ଲିଖିତ ରୂପ । ଲିଖିତ ଭାଷାରେ ମୁଖ୍ୟତଃ ବ୍ୟାକରଣ-ଶୁଦ୍ଧ ଶବ୍ଦ ବ୍ୟବହାର କରାଯାଉଥିବାରୁ ତାହା ଅନେକ ସମୟରେ ନିରସିଆ ଲାଗେ । କିନ୍ତୁ, ଏହା ତାହାର ମୌଳିକତା । କଥିତ ଭାଷାରେ ଆମେ ଆମର ସୁବିଧା ହିସାବରେ ଶବ୍ଦ ଓ ବ୍ୟାକରଣ ବ୍ୟବହାର କରନ୍ତି । ବାସ୍ତବରେ ଏ ଉଭୟହିଁ ଭାଷାର ଶୋଭା ବଢାଇଥାନ୍ତି । ଏମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟହିଁ ଭାଷାର ବ୍ୟାପକତା ଦର୍ଶାଇଥାଏ । ଏମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇବାର ଅର୍ଥ ଭାଷାର ଅପମାନ କରିବା ନୁହେଁ । ବାସ୍ତବରେ ଭାଷା ନିଜ ଭିତରେ ଏତେ ମହାନ ଯେ ତାକୁ ଅପମାନ କରିବାକୁ ଚେଷ୍ଟା କରିବା ଯାହା ପୃଥିବୀକୁ ଓଲଟା ଘୂରାଇବାକୁ ଚେଷ୍ଟା କରିବା ତାହା ।
  • ଆଉ ଆପଣ କଥିତ ଭାଷାର ଲୁପ୍ତତା ସମ୍ବନ୍ଧରେ ଯେଉଁ ଆଶଙ୍କା ପ୍ରକଟ କରିଛନ୍ତି ତାହା ମଧ୍ୟ ଅମୂଳକ ନୁହେଁ । କିନ୍ତୁ କଥିତ ଭାଷାକୁ ବଞ୍ଚାଇବାକୁ ଯାଇ ଲିଖିତ ଭାଷାର ମୌଳିକତାକୁ ନଷ୍ଟ କରିବା ଉଚିତ ବୋଲି ମୋର ମନେ ହୁଏ ନାହିଁ ।
  • ମୋ ମତରେ ଓଡ଼ିଶାର କୌଣସି ଆଞ୍ଚଳିକ ଭାଷା, ପ୍ରଚଳିତ ଭାଷାଠାରୁ ଅଲଗା ନୁହେଁ । ସମସ୍ତ ଆଞ୍ଚଳିକ ଭାଷାକୁ ନେଇ ପରିଶୁଦ୍ଧ କରାଯାଇଥିବା ଭାଷା ହିଁ ହେଉଛି ପ୍ରଚଳିତ ଭାଷା । ଯାହାକି, ସମସ୍ତଙ୍କର ବୁଝିବାରେ ସୁବିଧା ହୋଇଥାଏ । ଏହା ଆମ ଭାଷାବିତମାନଙ୍କର ଏକ ଅତୁଳନୀୟ ଅବଦାନ । ଏବେ ପୁଣି ସେସବୁକୁ ଏକାଠି କରି ଖିଚିଡି କରିବାରେ ଲାଭ ପରିବର୍ତ୍ତେ କ୍ଷତିହିଁ ହେବ ବୋଲି ମନେହୁଏ ।
  • ତା'ପରେ ଏହା ଏକ ଜ୍ଞାନକୋଷ ହୋଇଥିବାରୁ ପାଠକମାନେ ଏହାମଧ୍ୟରୁ ନିଜ ଭାଷାରେ କିଛି ତଥ୍ୟ ପାଇପାରିବେ, ଯାହାକୁ କୌଣସି ପରୀକ୍ଷାରେ ମଧ୍ୟ ବ୍ୟବହାର କରିପାରିବେ । ସାଧାରଣତଃ ଆମେ ଲେଖିଲାବେଳେ ସେଇ ଭାଷା ବ୍ୟବହାର କରିଥାଉ ଯାହା ପଢିଥାଉ, ତେଣୁ ପାଠକ ଯେପରି ଭ୍ରମରେ ନପଡନ୍ତି ସେଥିପାଇଁ ପ୍ରଚଳିତ ଭାଷାହିଁ ବ୍ୟବହାର କରିବା ଉଚିତ ବୋଲି ମନେହୁଏ ।
  • ଆଉ ସଂସ୍କୃତ ଭାଷାର ବିଲୁପ୍ତି ସମ୍ବନ୍ଧରେ ଯେଉଁ କାରଣ ଆପଣ ଦର୍ଶାଇଛନ୍ତି ତାହା ଆଦୌ ଠିକ ନୁହେଁ । ପାଣିନୀ ଶବ୍ଦର ତରଙ୍ଗ, ତାର ପ୍ରଭାବ ଆଦି ଉପରେ ଗଭୀର ସାଧନା କରି ସେସମୟର ପ୍ରଚଳିତ ଭାଷାସବୁର ଧାତୁଗତ, ଶବ୍ଦଗତ ବ୍ୟୁତ୍ପତି ଆଦିରେ ସଂସ୍କାର ଆଣିଥିଲେ, ଏବଂ ଗୋଟିଏ ଉତ୍ତମ ଭାବୋଦ୍ଦୀପକ ଏବଂ ଅର୍ଥୋଦ୍ଦୀପକ ଭାଷାର ପ୍ରଚଳନ କରିଥିଲେ । ସବୁଦିଗରୁ ସଂସ୍କାର କରାଯାଇ ଏହି ଭାଷାର ସୃଷ୍ଟି ହୋଇଥିବାରୁ ଏହାକୁ 'ସଂସ୍କୃତ' ବୋଲି କୁହାଯାଏ । ଏହା ସର୍ବାଧିକ ବିଜ୍ଞାନ ସମ୍ମତ ଭାଷା । ସେଥିପାଇଁ ଏବେ ଭାଷା-ଗବେଷକ ମାନେ ପୃଥିବୀର ପ୍ରାୟ ସମସ୍ତ ଭାଷାର ଉତ୍ପତ୍ତି ସଂସ୍କୃତରୁ ହୋଇଛି ବୋଲି ଧାରଣା କରୁଛନ୍ତି । ବାସ୍ତବରେ ସମସ୍ତ ଭାଷାର ମୂଳ ବା ଗଠନର ଧାରା ସଂସ୍କୃତ ମଧ୍ୟରେହିଁ ମିଳିଯାଏ । ଏହା ଆମଦେଶରେ ବିଲୁପ୍ତ ହେବାର କାରଣ ହେଉଛି ଆମ ଉପରେ ବିଦେଶୀ ମାନଙ୍କର ପ୍ରଭାବ । ଇଂରେଜ ମାନେ ଆମ ତତ୍କାଳୀନ ଶିକ୍ଷା ବ୍ୟବସ୍ଥାକୁ ଧ୍ଵଂସ କରି ଯେଉଁ ଶିକ୍ଷାର ପ୍ରଚଳନ କରିଥିଲେ ଏହା ତା'ରହିଁ ଫଳାଫଳ । କେବଳ ସେତିକି ନୁହେଁ, ଆମେ ବର୍ତ୍ତମାନ ଯାହାକିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏହା ତା'ରହିଁ ଅବଦାନ । ବେକାରୀ ସମସ୍ୟା, ଭ୍ରଷ୍ଟାଚାର, ବିବାହ ବିଭ୍ରାଟ, ଚରିତ୍ରହୀନ ନାଗରିକଙ୍କର ଆମଦାନୀ, ଗଣତନ୍ତ୍ରର ଅପବ୍ୟବାହାର ଇତ୍ୟାଦି ସବୁକିଛିହିଁ ଏହି ବିକୃତ ଶିକ୍ଷା ବ୍ୟବସ୍ଥାର ପରିଣାମ ।
  • ବିଦେଶୀ ମାନଙ୍କ ଚେଷ୍ଟାରୁ, ଏବଂ 'ଆପଣା ସୁନା ଭେଣ୍ଡି' ଚିନ୍ତାଧାରା ଯୋଗୁଁ ଆମ ଭିତରେ ଯେଉଁ 'ହୀନମନ୍ୟତା'ର ସୃଷ୍ଟି ହୋଇଛି ସେଥିପାଇଁ ଆଜି ଆମେ ନିଜ ଧର୍ମ, ଦେଶ, ଜାତି, ଭାଷା, ସଂସ୍କୃତି, ପରମ୍ପରା, ଏ ସମସ୍ତକୁ ଆଦର କରିବା ତ' ଦୂରେ ଥାଉ, ତାକୁ ଘୃଣା କରିବାକୁ ଏବଂ ତା'ଠାରୁ ଦୂରେଇ ଯିବାକୁ ଲାଗିଲୁଣି; ଏବଂ ଦୁଃଖର କଥା ଅନେକ ଦୂର ଆଗେଇବି ଗଲୁଣି ।
  • ଆପଣ ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ଭାଷାରେ ବ୍ୟବହୃତ କରାଯାଉଥିବା/ଲୁପ୍ତ ପ୍ରାୟ/ଅବଲୁପ୍ତ ମୌଳିକ ଶବ୍ଦସବୁକୁ ବଞ୍ଚାଇ ରଖିବାପାଇଁ ସମସ୍ତଙ୍କୁ ଆଗ୍ରହୀ ହେବାର ଯେଉଁ ଆହ୍ଵାନ ଦେଇଛନ୍ତି, ତାହା ଅତ୍ୟନ୍ତ ସ୍ଵାଗତଯୋଗ୍ୟ । କାରଣ, ଏ ସମସ୍ତ ଶବ୍ଦ ଆମ ସାହିତ୍ୟ ଭଣ୍ଡାରର ଅମୂଲ୍ୟ ସମ୍ପଦ । ଏ ସମ୍ବନ୍ଧରେ ମୋର ଏକ ପ୍ରସ୍ତାବ ମୁଁ ଏଠାରେ ରଖୁଛି ।
  • ଏଥିପାଇଁ ଓଡ଼ିଆ ଉଇକିପିଡିଆରେ ଆମେ ଗୋଟିଏ ସ୍ତମ୍ଭ ଅଥବା ପୃଷ୍ଠା ଗଠନ କରି, ସେଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲା, ଏପରିକି ପ୍ରତ୍ୟେକ ଅଞ୍ଚଳରେ ବ୍ୟବହୃତ ବା ଅବଲୁପ୍ତ ଶବ୍ଦସବୁକୁ ଉପଯୁକ୍ତ ଭାବେ ସଜାଇ ସଂରକ୍ଷିତ କରିପାରିବା । ଏ ଉଦ୍ଦେଶ୍ୟରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଉଇକିସଦସ୍ୟ ମାନଙ୍କୁ ନିଜ ଅଞ୍ଚଳର ଶବ୍ଦସବୁକୁ ଖୋଜି ତାଲିକାଭୁକ୍ତ କରିବାକୁ ହେବ । ଏହା ଏତେ ସହଜ ମନେ ନହେଲେ ବି ଅସମ୍ଭବ ନୁହେଁ । ଏସବୁ ଶବ୍ଦର ସନ୍ଧାନ ସମ୍ପୃକ୍ତ ଅଞ୍ଚଳର ଗାଳ୍ପିକ/ଲେଖକ ମାନଙ୍କର ପୁସ୍ତକରୁ ମିଳିପାରିବ । ଉଦାହରଣ ସ୍ୱରୂପ, ବ୍ୟାସକବି ଫକୀରମୋହନଙ୍କ ଗଳ୍ପ ମାନଙ୍କରେ ବହୁଳ ଭାବରେ ଆଞ୍ଚଳିକ ଶବ୍ଦ ବ୍ୟବହାର ହୋଇଥିବାର ଲକ୍ଷ୍ୟ କରାଯାଏ । ତା'ର ସାହାଯ୍ୟ ନିଆଯାଇପାରେ ।
  • ଆଉ ଗୋଟିଏ ବିଶେଷ ଅନୁରୋଧ, ଲେଖିଲାବେଳେ ବନାନର ଶୁଦ୍ଧତା ଉପରେ ସମସ୍ତେ ଟିକେ ଧ୍ୟାନ ଦେବେ ।
ମୋର ଆଗ୍ରହ, ଓଡ଼ିଆ ଉଇକିପିଡିଆ କେବଳ ଏକ ତଥ୍ୟ ଆହରଣର ମାଧ୍ୟମ ନହୋଇ ଓଡିଆଭାଷାର ପ୍ରତିନିଧି ହୋଇ ଛିଡାହେଉ । ଆଉ ଏଥିପାଇଁ ପ୍ରବୀଣ ଭାଷାବିତ ମାନଙ୍କର ସାହାଯ୍ୟର ଅନେକ ପ୍ରୟୋଜନ ଅଛି ।
--ଧନ୍ୟବାଦ ବିଶୁଦ୍ଧାକ୍ଷ (ମୋ ଆଲୋଚନା) ୧୮:୧୨, ୯ ଜୁନ ୨୦୧୨ (UTC)

ଅଂଶୁମାନ ଭାଇ ପଚାରିଥିବା ଶବ୍ଦଗୁଡିକର ଅର୍ଥ

ସମ୍ପାଦନା

ମୁଁ ଉପରୋକ୍ତ କିଛି ଶବ୍ଦ ମାନଙ୍କର ଅର୍ଥ ନିମ୍ନରେ ପ୍ରସ୍ତାବ ଆକାରରେ ଦେଲି । ସଠିକ ଅନୁଭବ କଲେ ବ୍ୟବହାର କରିପାରିବେ ।

  1. Bureaucracy-ଅମଲାତନ୍ତ୍ର
  2. Bureaucrats-ଅମଲାତନ୍ତ୍ରୀ
  3. Confirmed users-ସ୍ଥିରୀକୃତ ବ୍ୟବହାରକାରୀ,
  4. Autopatrolled-ସ୍ଵପର୍ଯ୍ୟବେକ୍ଷିତ

--ଧନ୍ୟବାଦ ବିଶୁଦ୍ଧାକ୍ଷ (ମୋ ଆଲୋଚନା) ୧୮:୩୯, ୯ ଜୁନ ୨୦୧୨ (UTC)

ଧନ୍ୟବାଦ ଭାଇ, ସମସ୍ତେ ଏକମତ ହେଲେ ବ୍ୟବହାର କରିବୁ । -- ଅଂଶୁମାନ ତାର ଯୋଡ଼ିବେ? ୦୬:୧୯, ୧୦ ଜୁନ ୨୦୧୨ (UTC)

ଦେଶଜ ଶବ୍ଦର ବ୍ୟବହାର ନେଇ ଆମର ଏଠାରେ ଉଠିଥିବା ଦ୍ଵନ୍ଦ ଅନ୍ୟାନ୍ୟ ଭାରତୀୟ ଭାଷାର ଉଇକିପିଡ଼ିଆରେ ମଧ୍ୟ ରହିଛି । ଓଡ଼ିଆ ଉଇକିପିଡ଼ିଆରେ ସଂସ୍କୃତ ଓ ଇଁରାଜୀ ଶବ୍ଦ ବଦଳରେ ସାଧାରଣ ପାଠକ ବୁଝିପାରୁଥିବା ଦେଶଜ ଶବ୍ଦର ବ୍ୟବହାର ହେବା ଉଚିତ । କେତେକ ଜାଗାରେ ଠିକ ଭାବେ ବୁଝାପଡ଼ିବା ନିମନ୍ତେ ବନ୍ଧନୀ ମଧ୍ୟରେ ସଂସ୍କୃତ କିମ୍ବା ଇଁରାଜୀ ଶବ୍ଦଟି ଲେଖାଯାଇପାରିବ । ବିଶୁଦ୍ଧାକ୍ଷ ଭାଇ ଆଞ୍ଚଳିକ ଓ ଅବଲୁପ୍ତ ଶବ୍ଦ ନିମନ୍ତେ ଯେଉଁ ସ୍ତମ୍ଭ/ ପୃଷ୍ଠାର ପ୍ରସ୍ତାବ ରଖିଛନ୍ତି, ସେଥି ନିମନ୍ତେ ଉଇକି ଅଭିଧାନର ବ୍ୟବହାର ଅଧିକ ଉପଯୁକ୍ତ ହେବ ମୁଁ ଭାବୁଛି ।

ଏସବୁ ମୋର ଏକାନ୍ତ ବ୍ୟକ୍ତିଗତ ମତ ଓ ମନ୍ତବ୍ୟ ତେବେ ଉଇକିପିଡ଼ିଆ ନିୟମ ମୁତାବକ ମୁଁ ବହୁମତ ନିଷ୍ପତ୍ତିକୁ ମାନିବି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୩:୫୭, ୯ ଜୁନ ୨୦୧୨ (UTC)

  • ସମସ୍ତେ କହିଲେ ଦେଶଜ ଶବ୍ଦ, ସାଧାରଣ ପାଠକ ବୁଝିପାରୁଥିବା ଶବ୍ଦର ବ୍ୟବହାର ହେଉ । କିନ୍ତୁ ତାଲିକାରେ କେଉଁ କେଉଁ ଶବ୍ଦର ପରିବର୍ତନ ଆବଶ୍ୟକ / ଆବଶ୍ୟକ ନାହିଁ କହିଲେନି । ବହୁମତ କେମିତି ଜଣାପଡ଼ିବ ? -- ଅଂଶୁମାନ ତାର ଯୋଡ଼ିବେ? ୦୬:୫୯, ୧୦ ଜୁନ ୨୦୧୨ (UTC)

ଆଉ ପଦେ କହିବାକୁ ଚାହୁଁଛି

ସମ୍ପାଦନା

ସବୁ ଭାଇମାନଙ୍କର ସୁଚିନ୍ତିତ ମତାମତ ପାଇଁ ଅଶେଷ ଧନ୍ୟବାଦ। ସଂସ୍କୃତ ଭାଷା ନିଶ୍ଚୟ ଏକ ସୁନ୍ଦର ଭାଷା। ତେବେ ଏହା ଯେ ସବୁ ଭାଷାର ଜନନୀ ଏହା ଏବେ ବି ବିବାଦୀୟ ବିଷୟ। ସେ ବିଷୟରେ ଆଉ ଅଧିକ ଆଲୋଚନା ଏଇଠି କରିବା ମୋ ହିସାବରେ ଠିକ ହେବ ନାହିଁ।

ତେବେ ହିନ୍ଦୀ(ଆଜିକାର) ଓ ଇଂରାଜୀ(ଆଜିକାର) ଏତେ ଲୋକପ୍ରିୟ ହେବାର କାରଣ ତା’ର ସରଳୀ କରଣ ଓ ଅଲଗା ଭାଷାର ଶବଦକୁ ହଜମ କରିବାର ଶକ୍ତି, ଯାହା ଆମେ ଆଜିର ଦରକାରକୁ ଆଖି ଆଗରେ ରଖି ଓଡ଼ିଆ ଭାଷା ପାଇଁ କରି ପାରିବା ଓ ଏଥିପାଇଁ ଉଇକିପିଡ଼ିଆ ଏକ ସୁଲଭ ଓ ଶକ୍ତିଶାଳୀ ମାଧ୍ୟମ।

ଅନୁନାସିକ ବ୍ୟଞ୍ଜନର ଯୁକ୍ତାକ୍ଷରର ପ୍ରୟୋଗକୁ ଏଡ଼େଇ ହିନ୍ଦୀ ହିଂଦୀ ବୋଲି ଲେଖାଗଲା ସାରା ଭାରତର ଲୋକେ ସହଜରେ ଗ୍ରହଣ କଲେ। କିନ୍ତୁ ଓଡ଼ିଆ ମାନେ ଝଙ୍କାର କୁ ଝଂକାର ଲେଖିଲେ ନାକ ଟେକିଲେ। ଭାଷାର ଏହି ସରଳୀକରଣ ଯଦି ସମସ୍ତେ ଗ୍ରହଣ କରି ପାରନ୍ତେ, ତେବେ ଆମ ଭାଷାର ଲେଖାକୁ ଅଲଗା ଭାରତୀୟ ଭାଷାରେ ଟ୍ରାନ୍ସଲିଟରେଟ କରିବା ସହଜ ହୋଇ ପାରନ୍ତା।

ସେମିତି ରେଫ ପରେ ଉପଯୋଗ କରା ଯାଉଥିବା ବ୍ୟଞ୍ଜନର ଦ୍ୱିତ୍ୱ କରଣକୁ ଅନାବଶ୍ୟକ ବୋଲି ହିଂଦୀ ଭାଷାରେ ଗ୍ରହଣ କରି ନିଆଗଲା, ହେଲେ ଆମେ ଓଡିଆମାନେ କର୍ତାକୁ ଭୁଲ ଓ କର୍ତ୍ତାକୁ ଠିକ୍ ଭୋଲି ଆଜି ବି ଭାବୁଛୁ। ଆଉ ଏଇ କଂପୁଟର ଯୁଗରେ ଏଇ କର୍ତ୍ତ୍ତା ଶବଦ ବିଭିନ୍ନ OSରେ ବିକୃତ ରୂପ ନେଉଛି।

ଖୋଜିଲେ ଏମିତି ଅନେକ ଉଦାହରଣ ମିଳିବ, ଯାହା ହିଂଦୀରେ କରା ଯାଇଛି। ଓଡ଼ିଆ ଭାଷାର ଭାଷାବିଦ୍ ଓ ଫଣ୍ଟ ନିର୍ମାତାମାନଙ୍କ ଭିତରେ ତାଳମେଳ ଯେ କେତେ କମ୍ ତାହା ଆପଣମାନେ ଦେଖୁଛନ୍ତି, ମୁଁ ଅଧିକ କିବା କହିବି? ମଧୁସୂଦନ ରାଓଙ୍କର ମୂଳ ବର୍ଣ୍ଣବୋଧକୁ ତୁଳନା କରନ୍ତୁ ଆଜିର ଛବିଳ ମଧୁ ବର୍ଣ୍ଣ ବୋଧ ସହିତ ଦେଖିବେ ଯ ଫଳା ୟ ଫଳା, ବ ଫଳା, ୱ ଫଳା ଏମିତି କେତ ବିବାଦ। ଆମର ଭାଷାବିତ୍ ମାନେ ଏ ବିଷୟରେ କଣ କଣ କରୁଛନ୍ତି, ତାହା ଏ ଅଜ୍ଞାନ ଜାଣିନାହିଁ। ସେଇ ଜଣାଶୁଣା କେତେଜଣ ଓଡ଼ିଆ, ଯେଉଁ ମାନେ ଓଡ଼ିଆ ଭାଷାକୁ ବଞ୍ଚେଇବାପାଇଁ ନିଜର ସବୁକିଛି ବଳିଦାନ କରିଦେଇଥିଲେ, ତାଙ୍କ ଅନ୍ତେ ଓଡ଼ିଆ ଭାଷାର ସରଳୀକରଣ ଓ ଲୋକପ୍ରିୟତା ବଢେଇବା ଦିଗରେ ହାତ ଗଣତି କେଇ ଜଣ ମିଳିବେ ଯାହାଙ୍କ ମତକୁ ସର୍ବଜନସମ୍ମତ କରିବା ତ ଦୂରର କଥା ଆଉ କିଛି ଭାଷାଜ୍ଞାନୀ ବୋଲାଉଥିବା ଲୋକେ ‘ହମ୍ ବଡ଼ା’ର ରାଜନୀତି କରି ବିରୋଧ କରୁଛନ୍ତି ଓ ଓଡ଼ିଆମାନଙ୍କୁ ଦଳ କରି ପରସ୍ପରର ବିରୋଧ କରିବାକୁ ମତଉଛନ୍ତି। ଆଉ ଏମିତି କିଛି ଦୁରାତ୍ମା ମିଳିବେ ଯେଉଁ ମାନେ କହିବା ଆରମ୍ଭ କଲେଣି ଭାଷାତ ଭାଷା ଓଡ଼ିଆ ଇଂରେଜୀ ଭିତରେ ଫରକ କଣ, ଆମେ ନିତିଦିନିଆ କଥାଭାଷାରେ ଇଁରାଜୀ କହିଲେ କିଛି ଅସୁବିଧା ନାହିଁ।

ଏ ସମୟରେ ଆମର ନିଜସ୍ୱ ପଦକ୍ଷେପର ଗୁରୁତ୍ୱ ବହୁତ ବେଶି ବୋଲି ମୁଁ ଭାବେ। ଆମେ ଯାହା କିଛି ଲେଖିବା, ଯେଉଁଠି ବି ହେଉ, (ଖାସ କରି ଓଡ଼ିଆ ଉଇକିପିଡ଼ିଆରେ) ଆମେ ଏ ଦିଗ ସବୁକୁ ଆଖି ଆଗରେ ରଖିପାରିଲେ ଆମ ଭାଷା ଅଧିକ ଲୋକପ୍ରିୟ ହୋଇ ପାରିବ। ଆମ ଭାଷା ସରଳ ହେଲେ, ଯେଉଁ ଅଣ ଓଡ଼ିଆମାନେ ଓଡ଼ିଆ ଶିଖୁଛନ୍ତି ଓ ଶିଖିବାକୁ ଚାହୁଁଛନ୍ତି, ସେମାନଙ୍କ ସଂଖ୍ୟା ଓ ଆଗ୍ରହ ବଢ଼ିବ।

ଓଡ଼ିଆ ଭାଷାର ମୌଳିକ ଶବଦସବୁକୁ ଅଧିକ ସହଜତାର ସହିତ କଂପୁଟରରେ ଉପଯୋଗ କରିହେବ ଓ ଏ ଗୁଡ଼ିକୁ ବୁଝିବା ଏତେ କଠିନ ନୁହେଁ। ନା କ’ଣ କହୁଛନ୍ତି?

ତେବେ ମୋର ପ୍ରଥମ ମତାମତର ପ୍ରଥମ ପଏଣ୍ଟ ବିଷୟରେ କେହି କିଛି ମତ ନ ଦେଇଥିବାରୁ ମୁଁ ଆଉଥରେ କହୁଛି:

ଉଇକି ପିଡ଼ିଆର ଉପଯୋଗକାରୀ ବିଭିନ୍ନ ଅପରେଟି ସିଷ୍ଟମ ବ୍ୟବହାର କରିଥାନ୍ତି, କେହି କେହି ମୋବାଇଲ ଫୋନରେ ମଧ୍ୟ ଦେଖିଥାନ୍ତି। ତେଣୁ

ଇନପୁଟ ସୁବିଧା ପ୍ରତି ପ୍ରାଥମିକତା ଦିଆଯାଉ

ସମ୍ପାଦନା

ଏହାକୁ କଳିବାପାଇଁ ଅନୁରୋଧ ଏହି ଫରଦଟିକୁ ଟିକେ ଫଣ୍ଟ ବଦଳେଇ ଦେଖନ୍ତୁ - ଉତ୍କଳ, ଲୋହିତ ଆପଣମାନେ ଜାଣି ପାରିବେ ଏବେକାର ଉଇକି ପିଡ଼ିଆ ଇଣ୍ଟରଫେସରେ ବ୍ୟବହାର କରାଯାଇଥିବା ଶବ୍ଦ ଗୁଡ଼ିକ ତିନିଟି ଯାକ ଫଣ୍ଟରେ ଏକା ପରି ଦିଶୁଛି। କିନ୍ତୁ ପ୍ରସ୍ତାବିତ ବଦଳ ଗୁଡ଼ିକ ଠିକ୍ ଦିଶୁନାହିଁ। ତେଣୁ ମୋର ମତ ହେଲା ଯୁକ୍ତାକ୍ଷରକୁ ଯେତେଦୂର ସମ୍ଭବ କମ ଉପଯୋଗ କରାଯାଉ। ଖାସ କରି ଦ୍ୱିତୀୟ ତ, ବ ଫଳା, ୱ ଫଳା, ଯ ଫଳା, ୟ ଫଳା ଆଦି। ଏମିତି ଶବ୍ଦସବୁ ବଛାଯାଉ ଯାହା ତିନିଟି ଯାକ ଫଣ୍ଟରେ ସମାନ ଦିଶିବ। କାରଣ ଆଜି ବି ଏକ୍ସପିର ଲୋକପ୍ରିୟତା କମି ନାହିଁ, ଓ ଲିନକ୍ସର ଲୋକପ୍ରିୟତା ବଢ଼ିଛି।

ଆଉ ରହିଲା ସାଧାରଣଲୋକଙ୍କ ବୁଝିବା କଥା

ସମ୍ପାଦନା

ଯଦି ଅପାଠୁଆ ଲୋକଟିଏ ଇଂରାଜୀ ୟୁଜର ଇଣ୍ଟରଫେସର ମୋବାଇଲକୁ ନିର୍ଭୁଲ ଉପଯୋଗ କରି ପାରୁଛି, ତେବେ ଓଡ଼ିଆମାନେ ଖାଣ୍ଟି ଓଡ଼ିଆ ଶବଦକୁ ବୁଝି ପାରିବେ ନାହିଁ, ଏଇ ଆଶଂକା ଅମୂଳକ ବୋଲି ମୋତେ ଲାଗେ। ଏ ନେଇ ମୃତ୍ୟୁଞ୍ଜୟ ଭାଇ ଓ ସୁଭାସିସ ଭାଇଙ୍କର ମତାମତ ସହ ମୁଁ ସହମତ।

ଏବର ଇଣ୍ଟରଫେସରେ ବଦଳ ସବୁକୁ ତରବରିଆ ଭାବରେ ନ କରି ସବୁଦିଗରୁ ଆଉ ଥରେ ବିଚାର କରି ଦେଖାଯାଉ।ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୩:୩୪, ୧୦ ଜୁନ ୨୦୧୨ (UTC)

ଅନ୍ୟ ମାନଙ୍କ ମତ ପଢିଲା ପରେ

ସମ୍ପାଦନା

ଇନପୁଟ ସମସ୍ୟା ଗୋଟେ ବଡ଼ ସମସ୍ୟା, ସୁବିଧା ହେବା ଅତ୍ୟନ୍ତ ଜରୁରୀ । କିନ୍ତୁ ଓଡ଼ିଆ ଉଇକିପିଡ଼ିଆରେ ବଦଳ ଆଣିବା ସମସ୍ତଙ୍କୁ ଠିକ ନ ଲାଗି ପାରେ । ମୋ ମତରେ ବଦଳର ଆବଶ୍ୟକ ରହିଛି, ଏଇଟା ପ୍ରଥମ ଥର ନୁହେଁ ଆଗରୁବି ଏ ସମସ୍ୟା ଉଠିଛି ଏବଂ ବହୁତେ ଚାହୁଁଛନ୍ତି । ଶୁଭ ଏ ବିଷୟରେ ଭଲ ଭାବେ ଜାଣିଛି, ମୋର କିଛି ଅସୁବିଧା ନାହିଁ ଯେଉଁ ଶବ୍ଦ ବ୍ୟବହାର ହେଲେବି, କିନ୍ତୁ ସମସ୍ତଙ୍କୁ ନଜରରେ ରଖି ମୁଁ କହୁଛି । ମୁଁ ନିଜେ କିଛି ଲୋକଙ୍କୁ ପଚାରିଛି, ଯେଉଁମାନେ ସାହିତ୍ୟରେ ଡକ୍ଟରେଟ କରିଛନ୍ତି । ଭାଇମାନେ ମତ ଦେଲେ କିନ୍ତୁ କେହି କହିଲେନି କେଉଁ ଶବ୍ଦ ଗୁଡିକର ପରିବର୍ତନ ଆବଶ୍ୟକ ? ଇନପୁଟ ସୁବିଧାକୁ ନଜରରେ ରଖି ଆଉଥରେ ଶବ୍ଦଗୁଡ଼ିକର ତାଲିକା ଦେଲି ।

  • ଶବ୍ଦର ତାଲିକା ଯାହା ସରଳ ନ ହେଲେବି ଭଲ ଭାବେ ସମସ୍ତେ ବୁଝି ପାରିବେ:
  1. ନଗଦ ବଦଳ - ସଦ୍ୟ ପରିବର୍ତ୍ତନ/ପରିବର୍ତନ;
  2. ନିଆରା ପୃଷ୍ଠା - ବିଶେଷ ପୃଷ୍ଠା;
  3. ପରିଛା - ପରିଚାଳକ;
  4. ଲେଖାଳି - ସମ୍ପାଦକ;
  5. ଏହାକୁ ବଦଳାନ୍ତୁ - ସମ୍ପାଦନ;
    ସମ୍ପାଦନା କରନ୍ତୁ ହେଲେ ଭଲ ହେବ, କାରଣ ଏହା ଏକ କମାଣ୍ଡ (ପାଠକକୁ ଅନୁରୋଧ କରାଯାଉଛି ଏହାକୁ ସମ୍ପାଦନ କରନ୍ତୁ ବୋଲି)
  6. ଘୁଞ୍ଚାଇବେ (Move Page) - ଶୀର୍ଷକ ପରିବର୍ତ୍ତନ;
  7. ଦେଖଣା - ପୂର୍ବାବଲୋକନ;
      ଭାଷାର ବ୍ୟବହାର କେବଳ ଇଂରାଜୀରୁ ଓଡିଆ ଅନୁବାଦ ନୁହେଁ, ଜଣେ ସାଧାରଣ ପାଠକ ବୁଝିପାରିବା ମଧ୍ୟ ଜରୁରୀ, ପୂର୍ବାବଲୋକନ ବୁଝିବା ପାଇଁ ଯଦି ଜଣକୁ ଅଭିଧାନ ଲେଉଟାଇବାକୁ ପଡିଲା ତା ଅପେକ୍ଷା ପ୍ରିଭିଉ ଲେଖିଲେ ବରଂ ବୁଝାପଡିବ । ଓଡିଆରେ ଫାଇଆରଫକ୍ସ, ଗୁଗଲ, ମାଇକ୍ରୋସଫ୍ଟ ଆଉ ରେଡ଼ହାଟ ଅନୁବାଦ କରି ଏହି ପରି ବିଫଳ କଠିଣ ଅନୁବାଦ ଓ ସଂସ୍କୃତ ଆହରିତ ଶବ୍ଦାବଳୀର ବ୍ୟବହାର କରି ପୁରାପୁରି ବିଫଳ ହୋଇଛନ୍ତି, ଉଇକିପିଡ଼ିଆ କ୍ଷେତ୍ରରେ ସେଇଆ ନହେଉ, ଅନ୍ତତ ବର୍ଷକ ଭିତରେ ସାଢେ ତିନିଲକ୍ଷ ପାଠକ (/ମାସିକ)ଙ୍କ ପାଖରେ ଏହା ପହଞ୍ଚି ପାରିଛି ।
    ମୋ ମତରେ ଦେଖଣା ଲେଖିଲେ Previewର ଉପଯୁକ୍ତ ଅର୍ଥ ସମସ୍ତେ ସହଜରେ ବୁଝି ପାରିବେନି । ଆଉ ଏଠି ପାଠକ ସଂଖ୍ୟାର ସମ୍ପର୍କ କଣ ? -- ଅଂଶୁମାନ ତାର ଯୋଡ଼ିବେ?
  8. ପାଛୋଟା - ସ୍ଵାଗତ;
      (ପାଛୋଟିବା ଏକ ନିଛକ ଓଡିଆ ଘରର ପରମ୍ପରା, ବ୍ୟବହାର କରାଯାଉଥିବା ଭାଷା ସେହି ଭାଷା ଚଳଣିର ପରିଚାୟକ ନହୋଇ ଏକ ବିଦେଶୀ ଭାଷାରୁ ଆହରିତ ଶବ୍ଦାନୁବାଦ ହେବାଟା ଅମୂଳକ ଲାଗେ, କୁଣିଆଙ୍କୁ ପାଦ ଧୋଇବା ପାଇଁ ଓଡିଆ ଘରେ ଜଳ ଦିଆଯାଏ, ଘରକୁ ପାଛୋଟି ନେଇ ଗାମୁଛା ଦିଆଯାଏ ହାତ ପୋଛିବା ପାଇଁ, ଏହାକୁ ବ୍ୟବହାର କରିବାରେ କେଉଁପରି ଲିଖିତ ଭାଷାର ଅମର୍ଯ୍ୟାଦା ହେବ?)
    ସମସ୍ତେ ଜାଣି ନାହାନ୍ତି ଏହାର ଅର୍ଥ । -- ଅଂଶୁମାନ ତାର ଯୋଡ଼ିବେ?
  9. ଓଳିଗି - ନମସ୍କାର;
      (ଆମ ଭାଷାରେ ଓଳଗି, ମୁଣ୍ଡିଆ, ଜୁହାର, ଦଣ୍ଡବତ ପରି ମୌଳିକ ଶବ୍ଦ ଥାଉଁ ଥାଉଁ ନମସ୍କାର, ନମସ୍ତେ କାହିଁକି କହିବା, ଆଉ ପ୍ରଥମ ଚାରି ଶବ୍ଦ ଶୁଦ୍ଧ ଓ ସାହିତ୍ୟ ଉପଯୋଗୀ ଓଡିଆ ଶବ୍ଦ, କଥିତ ଶବ୍ଦ ନୁହେଁ)
    ସମସ୍ତେ ଜାଣି ନାହାନ୍ତି ଏହାର ଅର୍ଥ । ଦଣ୍ଡବତ ବା ଜୁହାର ବ୍ୟବହାର କରି ପାରିବା । -- ଅଂଶୁମାନ ତାର ଯୋଡ଼ିବେ?
  10. ଫରଦ - ପୃଷ୍ଠା;
  • ଶବ୍ଦର ତାଲିକା ଯାହା ସରଳ ଓ ଇନପୁଟର ଅସୁବିଧା ନାହିଁ:
  1. ଉଇକିଆଳି- ଉଇକିସଭ୍ୟ/ଉଇକିସଦସ୍ୟ;
  2. ବଛା ଲେଖା/ଛବି - ନିର୍ବାଚିତ ଲେଖା/ଛବି;
  3. ମତ ଅମେଳ - ମତଭେଦ;
  4. ଢେରେ - ବହୁତ;
  5. ସଫ୍ଟୱାର - ସଫ୍ଟୱେର;
  6. ଉଇକିପିଡ଼ିଆର ପାଞ୍ଚଟି ଖମ୍ବ - ଉଇକିପିଡ଼ିଆର ପାଞ୍ଚଟି ସ୍ତମ୍ଭ;
  7. ପୁରୁଖା ସଭ୍ୟ - ଅଭିଜ୍ଞ ସଭ୍ୟ;

ଏବେ ସମସ୍ତେ ମତ ଦିଅନ୍ତୁ, କେଉଁ ଶବ୍ଦଗୁଡିକୁ ପରିବର୍ତନ କଲେ ସମସ୍ତଙ୍କ ପାଇଁ ଭଲ ହେବ ? -- ଅଂଶୁମାନ ତାର ଯୋଡ଼ିବେ? ୦୬:୧୨, ୧୦ ଜୁନ ୨୦୧୨ (UTC)

ପରିବର୍ତ୍ତନ → ପରିବର୍ତନ, ସମ୍ପାଦନ → ସଂପାଦନ , ଝଙ୍କାର → ଝଂକାର, ଇତ୍ୟାଦି; ଆମେ ଆଲୋଚନା କଲାବେଳେ ଓ ଲେଖାରେ ମଧ୍ୟ ଲେଖିପାରିବା କିନ୍ତୁ ଇନ୍ଟରଫେସରେ ଯେଉଁ ଶବ୍ଦ ଠିକ ଲେଖିହଉଛି, ରହିଲେ ଅସୁବିଧା କିଛି ନାହିଁ । ଆଉ ଯେଉଁ ଫଣ୍ଟ ଦେଖାଯିବାର ସମସ୍ୟା ଭିନ୍ନ OS ଓ Browserରେ, ତାର ସମାଧାନ ଧୀରେ ଧୀରେ ହେବ । -- ଅଂଶୁମାନ ତାର ଯୋଡ଼ିବେ? ୦୬:୪୯, ୧୦ ଜୁନ ୨୦୧୨ (UTC)

ସରଳ ଶବଦ ବଦଳ

ସମ୍ପାଦନା

ପ୍ରିୟ ଅଂଶୁମାନ, ତୁମେ ମଂଜି କଥା ଟିଏ କହିଛ। ମୋଟାମୋଟି ଭାବରେ ଯୁକ୍ତାକ୍ଷରକୁ ଏଡ଼େଇବାର ଚେଷ୍ଟା ଦରକାର ବୋଲି କହିଥିବାରୁ ଏତେ ଗୁଡ଼ିଏ ଶବଦର ତାଲିକା ତିଆରି କରି ନ ଥିଲି : ତଳେ ଦିଆ ଯାଇଥିବା ଯୁକ୍ତାକ୍ଷର ଯେଉଁ ଶବଦ ଗୁଡ଼ିକରେ ରହିଛି ସେ ସବୁକୁ ଆମେ ଏଡ଼େଇ ପାରିବା କାରଣ ଏ ସବୁ ଲୋହିତ, ଉତ୍କଳ ଓ କଳିଙ୍ଗ ଫଣ୍ଟରେ ସମାନ ଦିଶେନା, ଯେଉଁ ଫଣ୍ଟ ଗୁଡ଼ିକ ସମାନ ଦିଶେ ତାକୁ ଉପଯୋଗ କରି ପାରିବା: ଏହାକୁ ପରଖ କରିବାପାଇଁ ଖାଲି ଫଣ୍ଟ ବଦଳେଇ ଦେଖ, ନିଜେ ଜାଣି ପାରିବ। ଯଥା:

ଫଳା/ଯୁକ୍ତାକ୍ଷର ଭଲ ହେବ ଭଲ ହେବ ନାଇଁ
ଯ/ୟ ଉଇକିଆଳି ଉଇକିସଭ୍ୟ ବା ଉଇକିସଭ୍ଯ
ଯ/ୟ ପୁରୁଖା ଉଇକିଆଳି ପୁରୁଖା ସଭ୍ଯ ବା ଅଭିଜ୍ଞ ସଭ୍ୟ/ସଭ୍ଯ
ଯ/ୟ ଉପଯୋଗକାରୀ ବ୍ୟ/ବ୍ଯବହାରକାରୀ
ତ+ତ ବଦଳ ପରିବର୍ତ୍ତନ
ବ/ୱ ପାଛୋଟା ସ୍ୱା/ସ୍ବାଗତ
ଯ/ୟ ଉଇକିଆଳି ଉଇକିସଭ୍ୟ ବା ଉଇକିସଭ୍ଯ


ଆଉମାନେ ଏ ତାଲିକାରେ ଯୋଡନ୍ତୁ।

ଯେବେଯାଏଁ ଓଡ଼ିଆ ଭାଷାର ଫଣ୍ଟକୁ ନେଇ ଜଟିଳତା ଦୂର ହେଇନାଇଁ, ଆମେ ସରଳ ଶବଦ ନେବା। କେବଳ ""ସଫ୍ଟୱାର - ସଫ୍ଟୱେର କୁ ଛାଡ଼ିଦେଲେ ତୁମ ପ୍ରସ୍ତାବିତ ଆଉ କିଛି ବି ବଦଳ ଦରକାର ନାଇଁ। ଉପଯୋଗ ହୋଇଥିବା ଏବର ଶବଦ ସରଳ ଓ ସହଜରେ ବୁଝି ହୁଏ।

ସଭିଂକୁ ପଢ଼ିବା ଓ ଲେଖିବାରେ ସୁବିଧା ହେଉ, ଏତିକି ମାତ୍ର ଆଶା।ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୭:୦୮, ୧୦ ଜୁନ ୨୦୧୨ (UTC)

କିନ୍ତୁ ସମସ୍ତେ ବୁଝି ପାରିବା ଦରକାର । ଆଉ ଏମିତି ବି ନୁହେଁ "ସ୍ୱା", "ଭ୍ୟ", "ବ୍ୟ", "ର୍ତ୍ତ" ଏହିସବୁ ଅକ୍ଷରକୁ ଆମେ ଅନ୍ୟ ଜାଗାରେ ବ୍ୟବହାର କରୁନାହୁଁ ବା କରିବୁନି !! ଯଦି କରୁ ନ ଥାନ୍ତେ ତାହେଲେ ମୁଁ ବୁଝିପାରନ୍ତି, କିନ୍ତୁ ସେମିତି ତ ନୁହେଁ । କଣ କହୁଛନ୍ତି ? -- ଅଂଶୁମାନ ତାର ଯୋଡ଼ିବେ? ୦୭:୧୮, ୧୦ ଜୁନ ୨୦୧୨ (UTC)

ପ୍ରିୟ ଅଂଶୁମାନ ଉପରେ ଦେଇଥିବା ପ୍ରସ୍ତାବ ଭିତରୁ କେଉଁଟା ଅବୁଝା କି? "ସ୍ୱା", "ଭ୍ୟ", "ବ୍ୟ", "ର୍ତ୍ତ" ଉପଯୋଗ ହେବ, ହେଉଛି, କିନ୍ତୁ ଇଣ୍ଟରଫେସରେ ନ ହେଉ। ଚାହିଁଲେ ଏହାର ବହୁଳ ପ୍ରୟୋଗକୁ କମ କରି ଦିଆଯାଇପାରେ।

ତୁମେ ଲେଖିଥିବା ଇଁରାଜୀ ଶବଦର ଓଡ଼ିଆ ଅନୁବାଦ Rollbacker - ଅନିଶ୍ଚିତମନା ଆଉ bots ଶବଦଟିର ଅରଥ ପାଉନାଇଁ

ଆପେଆପେ ଚାଳିତ ସଭ୍ୟ

ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୭:୨୫, ୧୦ ଜୁନ ୨୦୧୨ (UTC)

  • ଏବେ ସେଇଆ ଅଛି, ଛୋଟ ଓ ଗୋଟିଏ ଶବ୍ଦରେ ହେଲେ ଭଲ ହୁଅନ୍ତା । "ସ୍ୱା", "ବ୍ୟ", "ର୍ତ୍ତ" ର ପ୍ରୟୋଗ କମ ପାଇଁ ଚେଷ୍ଟା କରା ଯାଇପରେ, କିନ୍ତୁ ଏଇଟା ସମ୍ଭବ ଓ ସମାଧାନ ନୁହେଁ । -- ଅଂଶୁମାନ ତାର ଯୋଡ଼ିବେ? ୧୦:୪୮, ୧୦ ଜୁନ ୨୦୧୨ (UTC)


ଛୋଟ ମତଟିଏ ଦେବି, ଯୁକ୍ତାକ୍ଷର ହଟାଇବାକୁ ଯାଇ ହିନ୍ଦୀର ଢାଞ୍ଚାରେ "ସୁନ୍ଦର"ରୁ "ସୁଂଦର" ଲେଖିଲେ କମ୍ପୁଟରରେ ଦେଖଣାରେ ହୁଏତ ସୁବିଧା ହୋଇପାରେ, ହେଲେ ଭାଷାର ସୁନ୍ଦରତାରେ ଉଣା ପଡିବ, କଲମରେ ଯଦି କେହି ଓଡିଆ ଲେଖୁଥାନ୍ତି, ଥରେ ଖାତାରେ ଲେଖି ଦେଖିବେ, କୁଟିଳତା ଭାଷାର ଅନ୍ତ-ସୁନ୍ଦରତା, ହିନ୍ଦୀରେ ଯାହା କରାଯାଇଛି ସେଥିରେ ମୁଁ ଏକମତ ନୁହେଁ । ଓଡିଆ ଉଚ୍ଚାରଣରେ ଅନୁସ୍ଵାର ବଦଳରେ ଚନ୍ଦ୍ରବିନ୍ଦୁର ବୈଜ୍ଞାନିକ ଉପଯୋଗ ଅଛି, ହେଲେ "ପାଞ୍ଜି"କୁ "ପାଁଜି" (ଓଡିଆ ବ୍ୟାକରଣ ଅନୁସାରେ ସମ୍ପୂର୍ଣ୍ଣ ଠିକ) ଲେଖିଲେ ଲୋକେ ନାପସନ୍ଦ କରିବେ । ତେବେ ବ୍ୟବହାର ହେଉଥିବା ଭାଷା ମୌଳିକ ଓଡିଆ ହେବା ବେଶୀ ଜରୂରୀ, କେତେକାଂଶରେ ମୌଳିକ ଓଡିଆ ଶବ୍ଦ ନମିଳିଲେ ବିଦେଶୀ ଶବ୍ଦର ବ୍ୟବହାର କରିବା ଉଚିତ, କିନ୍ତୁ ସମ୍ପୂର୍ଣ୍ଣାଂଶରେ ସଂସ୍କୃତରୁ ଉଧାର କରି ଓଡିଆରେ "ଃ", ରେଫ ଲଗାଇ ଲେଖିଲେ ଓଡିଆ ଭାଷା ମାରି ସଂସ୍କୃତର ଉନ୍ନତି ସାଧନ ହେବ, ଆଉ କେତେ ପିଢିପରେ ଓଡିଆ ଶବ୍ଦ ସବୁ ମରି ତା ସମାଧି ଉପରେ ସଂସ୍କୃତର ବରଗଛ ଠିଆ ହୋଇଥିବ ।

ବିଶୁଦ୍ଧାକ୍ଷ ଭାଇଙ୍କ କଥିତ-ଲିଖିତ ଶବ୍ଦର ଉପଯୋଗ କଥାରେ ମୁଁ ଏକମତ, କଥିତ ଶବ୍ଦ/ବୋଲି/ଉପଭାଷା ଲିଖିତ ଭାଷାଠୁ ନିହାତି ଅଲଗା ।ଗଞ୍ଜାମି/ସମ୍ବଲପୁରୀ/କଟକୀ/ ବାଲେଶ୍ଵରିଆ/କଳାହାଣ୍ଡିଆ ଏସବୁ ହେଲା ଉପଭାଷା, ମାନକ ଭାଷାରେ ଏସବୁ ଶବ୍ଦର ବ୍ୟବହାର କଲେ ଅସୁବିଧା । ତେଣୁ ଉଇକିପିଡ଼ିଆରେ କଣ ବଦଳରେ କିସ/କିଅଣ/କାଣା ବ୍ୟବହାର ହୋଇପାରିବ ନାହିଁ । କିନ୍ତୁ ସ୍ଵାଗତ ବଦଳରେ ପାଛୋଟା ବ୍ୟବହାର ହୋଇପାରିବ, କାରଣ ସ୍ଵାଗତ ମାନକ ନିରୁତା ଓଡିଆ, ଲୋକବୋଲି ବା କଥିତ ଭାଷା ନୁହେଁ ।

ତଳେ ଗୋଟେ ତାଲିକା ଦେଉଛି ମାନକ ଭାଷା, ଲୋକ ବୋଲି ଓ ବିଦେଶାଗତ ଭାଷାର, ଏଥିରୁ ବୁଝାପଡିବ ଓଡିଆ ଭାଷାର ନିଆରାରପଣ ଓ ଭାଷାସମ୍ଭାର:

ମାନକ ମୌଳିକ ଓଡ଼ିଆ ଶବ୍ଦ ବିଦେଶୀ ଭାଷାରୁ ଆହରିତ ଶବ୍ଦ କଥିତ ଭାଷା
କ୍ରିୟା
  • ଖାଇବାକୁ
  • କହିବି
  • ଯାଆନ୍ତି, ଯାବନ୍ତି (ପୁରାତନ)
  • ନିରେଖି ଦେଖିବା
  • -
  • -
  • ଗଚ୍ଛନ୍ତି
  • ନିରୀକ୍ଷଣ, ପର୍ଯ୍ୟବେକ୍ଷଣ
  • ଖାଇବାର୍ ଲାଗି/ଖାଇତେ
  • କହିମି/କହେମି
  • ଜାନ୍ତି, ଜାଆନ୍ତି
  • ଖୁଣ୍ଟିନାଣ୍ଟି ଦେଖିବା (କେତେକାଂଶରେ ଏହା ଶୁଦ୍ଧ ଶବ୍ଦ ଭାବରେ ସାହିତ୍ୟରେ ବ୍ୟବହାର ହୁଏ)
ବିଶେଷ୍ୟ
  • ପାଛୋଟା, ଓଳଗି, ମୁଣ୍ଡିଆ, ଜୁହାର, ସଙ୍ଖୁଳା, ପଣାମ, ନମକାର
  • ପ୍ରଣାମଃ
  • ନମସ୍କାରମ୍
  • ଓଳଗି (ପୁରୀ ଅଞ୍ଚଳରେ)
  • ଜୁହାର୍ (ସମ୍ବଲପୁରୀରେ)
  • ନମସ୍କାର୍ (ସାଧାରଣ ବ୍ୟବହାରରେ)
ଅନ୍ୟାନ୍ୟ
  • ବିଲାତି ବାଇଗଣ
  • ଟମାଟୋ
  • ବିଲାତି, ପାତଲ୍ ଘଁଟା (ସମ୍ବଲପୁରୀ)

ତେବେ ଉଇକିରେ ବହୁମତ ଓ ଭାଷାବିଦ ଉଭୟର ସମାହାରରେ ବଦଳ କରାହେବା ଉଚିତ । ଏହା ଏକ ଥାକ-ପରେ-ଥାକ ପଦ୍ଧତି, ପଢୁଆଁ ଥାକରେ ଏହି ସବୁ ଶବ୍ଦର ଏକ ତାଲିକା ତିଆରି କରାଯାଇ ଭାଷାବିଦ ମାନଙ୍କ ପାଖକୁ ପଠାଯାଉ ସେମାନଙ୍କ ମତ ନିମନ୍ତେ । ତାହାପରେ ଏସବୁକୁ ବଦଳାଇଲେ ଠିକ ହେବ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୮:୦୯, ୧୦ ଜୁନ ୨୦୧୨ (UTC)

  • ଭାଷାବିଦ ମାନଙ୍କୁ କିଏ ଜାଣିଛି ? କିଏ ପଠେଇବ ? କେମିତି ପଠାହେବ ? କେତେଦିନ ଲାଗିବ ? ଯଦି ବି ସେମାନଙ୍କ ମତ ମିଳେ, ଭଲ ଭାବେ ପଠାହେବା ପୂର୍ବର ଆଉ ପରର ଦସ୍ତାବେଜ ବନାଯାଉ । ଅନଲାଇନ ପଠାହେଲେ Wikipedia-OR ଓ odiawiki@gmail.com ଲିଷ୍ଟକୁ cc କରାଯାଉ, ଅଫଲାଇନ ପଠାହେଲେ ସ୍କାନ କରାଯାଇ ସମସ୍ତଙ୍କ ପାଇଁ ରଖାଯାଉ । ୬୦ ରୁ ଅଧିକ ସଚଳ ସଭ୍ୟ କିନ୍ତୁ ବହୁମତ ମିଲୁନି । ମୁଁ ଜାଣିନି କାହିଁକି ଅନ୍ୟ ମାନେ ମତ ଦେଉ ନାହାନ୍ତି! ସମସ୍ତଙ୍କୁ ନିଜର ମତ ଦେବା ପାଇଁ ପ୍ରୋତ୍ସାହିତ କରାଯାଉ, ଅଧିକରୁ ଅଧିକ ମତ ପାଇଁ ଅପେକ୍ଷା କରିବା । ଯେତେଦିନ ଲାଗୁ ପଛେ । ତା ପରେ ଯାଇ ନିର୍ଣ୍ଣୟ ନିଆଯିବ । -- ଅଂଶୁମାନ ତାର ଯୋଡ଼ିବେ? ୧୦:୪୮, ୧୦ ଜୁନ ୨୦୧୨ (UTC)
  • ଗୋଟାପୁଣି ସତକଥା!

ଲୋକପ୍ରିୟତା ବନାମ ଶସ୍ତା ଲୋକପ୍ରିୟତା

ସମ୍ପାଦନା

ପ୍ରତ୍ୟେକ ଶବ୍ଦ, ତା'ର ଗଠନ, ଅର୍ଥ, ବନାନ, ବ୍ୟବହାର ଆଦି ମଧ୍ୟରେ ସମ୍ପର୍କ ଅତି ନିବିଡ ଏବଂ ତା'ର ଅନେକ ବିଶେଷତ୍ଵ ରହିଛି । ସୁବିଧା କରିବା ନାଁରେ ଏସବୁକୁ ଆବୁଲୁ ଜାବୁଲୁ କରିବାରେ ବାହାଦୂରୀ ନାହିଁ । ଗୋଟିଏ ଶବ୍ଦର ଗଠନର ବିଶେଷତ୍ଵ କେତେ ତାହା ଯେକୌଣସି ନାଁ କୁ ଅନୁଧ୍ୟାନ କାଲେ ଜଣାପଡିବ । ଉଦାହରଣସ୍ୱରୂପ, ଓଡ଼ିଆର କଥିତ ଭାଷାରେ ସ, ଶ, ଷ ଏବଂ ଯ, ଜ ତଥା ବ, ୱ ମଧ୍ୟରେ କିଛି ପ୍ରଭେଦ ନାହିଁ । ତଥାପି ଆମେ ଏତେ କଷ୍ଟ କରି Orissa କୁ Odisha ତଥା ହିନ୍ଦୀରେ ଉଡିସା କୁ ଓଡ଼ିଶାରେ ପରିବର୍ତ୍ତନ କଲେ । ଆଉ ଏହା ଆବଶ୍ୟକ ମଧ୍ୟ ଥିଲା । ଆଜି ମଧ୍ୟ ଜିବା ନଲେଖି ଯିବା ଲେଖାଯାଉଛି, ଯଦିଓ କଥିତ ଭାଷାରେ ଦୁଇଟି ମଧ୍ୟରେ କିଛି ପ୍ରଭେଦ ନାହିଁ ।

ଥରେ ଜଣେ ବନ୍ଧୁ ମୋତେ ପଚାରିଥିଲେ କେତେକ ଯାଗାରେ 'ଡ' ଓ 'ଢ' ତଳେ ବିନ୍ଦୁ କାହିଁକି ଲାଗେ ? ଏହାର ଉତ୍ତର ପାଇବା ପରେ ସେ ବୁଝିପାରିଥିରେ । ଯଦି ମୂଳରୁ ଭାଷାବିଦ ମାନେ ଏ ବ୍ୟବସ୍ଥା କରି ନଥାନ୍ତେ ତେବେ ଏପ୍ରକାର ପ୍ରଶ୍ନହିଁ ମନକୁ ଆସନ୍ତା ନାହିଁ । ଏ ସମସ୍ତ ବିଭେଦକୁ ଏକାକାର କରିବା ମାନେହିଁ, ଏସବୁର ମୌଳିକତାକୁ ନଷ୍ଟ କରିବା ।

ପୁଣି, ଲୋକପ୍ରିୟତା ପାଇଁ ଭାଷାର ମୌଳିକତା, ତା'ର ମାଧୁର୍ଯ୍ୟକୁ ନଷ୍ଟ କରିବାକୁ ହେବ କାହିଁକି ? ଚାଲିଥିବା ମୂଷାଦୌଡରେ ମିଶିବାକୁ ଏତେ ସାଲିସ କରିବାର ଆବଶ୍ୟକତା କେଉଁଠି ଅଛି ? ଯେମିତି କଲେଜରେ ଛୋଟ ଛୋଟ ଜାମା ପିନ୍ଧି ଆସୁଥିବା ଝିଅମାନେହିଁ ସାଧାରଣତଃ ଲୋକପ୍ରିୟ ହୋଇଥାନ୍ତି, ତା'ର ଅର୍ଥ କ'ଣ ନିଜର ଗରିମା, ଆତ୍ମସମ୍ମାନକୁ ଭୁଲି ସମସ୍ତେ ସେଇଆ କରିବେ ? ମୋ ମତରେ ଏହାକୁ ଶସ୍ତା ଲୋକପ୍ରିୟତା କୁହାଯାଏ । ଆଉ ଶସ୍ତା ଲୋକପ୍ରିୟତା ପାଇବାକୁ ଆଜିକାଲି ଲୋକ କଣ କଣ କରୁଛନ୍ତି ତାହା କାହାକୁ ଅଛପା ନାହିଁ ।

ଅନ୍ୟଭାଷାକୁ ଆଦର କରିବାରେ ବା ଆପଣେଇବାରେ ଅସୁବିଧା କିଛି ନାହିଁ, କିନ୍ତୁ ସେସବୁକୁ ଉଧାରସୂତ୍ରରେ ବ୍ୟବହାର କରିବାରେ ମୋର ଆପତ୍ତି ଅଛି ।

ଉପରେ ପରିବର୍ତ୍ତନ କୁ ପରିବର୍ତନ ବୋଲି ଲେଖିବାକୁ ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହା ଗ୍ରହଣୀୟ ନୁହେଁ । ବରଂ ବଦଳାଇବା ହିଁ ଠିକ ଅଛି । କାରଣ ଏମିତି ହେଲେ ଆମକୁ ସମୃଦ୍ଧି କୁ ସମୃଧି, ବିଶୁଦ୍ଧ କୁ ବିଶୁଧ ଆଦି ଲେଖିବାରେ ଆପତ୍ତି ନହେବା ଦରକାର । ଆଉ ମୋ ମତରେ ଏହାଠୁ ବଳି ବଡ ଭୁଲ କିଛି ହେବନାହିଁ । ଶବ୍ଦରେ ଯୁକ୍ତାକ୍ଷରର ସରଳୀକରଣ କରିବା ନାଁରେ ଭୁଲ ବନାନ ଲେଖିବା ଆଦୌ ସ୍ବାଗତଯୋଗ୍ୟ ନୁହେଁ । କମ୍ପ୍ୟୁଟର/ଫଣ୍ଟ/OS ଇତ୍ୟାଦିର ତୃଟିକୁ ନ ସୁଧାରି, ସେସବୁ ହିସାବରେ ନିଜର ଭାଷାକୁ ପରିବର୍ତ୍ତନ କରିବାଟା ଉଚିତ ହେବବୋଲି ମନେହୁଏ ନାହିଁ।

  • 'ଉଇକିପିଡିଆରେ ଶବ୍ଦର ପ୍ରୟୋଗ'

ବିଭିନ୍ନ OS, font, browser ର ସୁବିଧା/ଅସୁବିଧାକୁ ଆଖି ଆଗରେ ରଖି, ସମସ୍ତ ସଦସ୍ୟ ମାନଙ୍କ ମତାମତ ନେଇ ଏସବୁର ବ୍ୟବହାର କରାଯାଉ, କିନ୍ତୁ ନିର୍ଭୁଲ ଭାବରେ । ମୁଖ୍ୟ ପୃଷ୍ଠାରେ ଏ ସମ୍ବନ୍ଧରେ ସୂଚନା ମଧ୍ୟ ଦିଆଯାଇପାରେ, ଯାହାଦ୍ୱାରା ପାଠକ ବିକୃତ ହୋଇ ଦେଖାଯାଉଥିବା ଶବ୍ଦ ସବୁକୁ ଠିକ ଭାବରେ ପଢିପାରିବେ ।

--ଧନ୍ୟବାଦ ବିଶୁଦ୍ଧାକ୍ଷ (ମୋ ଆଲୋଚନା) ୦୮:୪୯, ୧୦ ଜୁନ ୨୦୧୨ (UTC)

  • (ରେଫ୍ ଯୁକ୍ତ ବର୍ଣର ଦ୍ୱିତ୍ୱକରଣ ଅନାବଶ୍ୟକ ସବୁ ଯୁକ୍ତାକ୍ଷରର ନୁହେଁ) ପରିବର୍ତ୍ତନ କୁ ପରିବର୍ତନବୋଲି ଲେଖିବାକୁ ଭାଷାବିଦ୍ ମାନେ କହି ଅଛନ୍ତି, (ଯଥା ଡଃ ପ୍ରଫୁଲ୍ଲ ତ୍ରିପାଠୀ)। ସରଳୀ କରଣ ଦ୍ୱାରା ଓଡ଼ିଆ ଭାଷାର ପ୍ରଚାର ପ୍ରସାରକୁ ବଢ଼ାଇବା ଶସ୍ତା ଲୋକପ୍ରିୟତା ନୁହେଁ।
  • ଆମ ଭାଷାର ସରଳ ସହଜ ଶବଦ ଦେଇ ଯଦି OS, BROWSER ଆଦିରେ ଓଡ଼ିଆ ଭାଷାର DISPLAY ସମସ୍ୟାକୁ ଦୂରେଇ ହେଉଛି, ତାକୁ କ୍ଲିଷ୍ଟ କରି ମୁଖ୍ୟ ପୃଷ୍ଠାରେ ଏ ବାବଦରେ ସୂଚନା ଦେବାଟା କେତେଦୂର ଯଥାର୍ଥ?

ଧନ୍ୟବାଦ ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୧୦:୨୩, ୧୦ ଜୁନ ୨୦୧୨ (UTC)

ଓଡ଼ିଆ ବ୍ୟାକରଣଭିତ୍ତିକ ଯେଉଁ ପରିବର୍ତ୍ତନ ଗୁଡିକ ଭାଷାବିଦ ମହଲରେ ସ୍ଵିକୃତୀଲାଭ କରିସାରିଛି ସେ ସବୁକୁ ଗ୍ରହଣ କରିବାରେ କୌଣସି ଆପତ୍ତି ନାହିଁ, ଏବଂ ତାହାର ବ୍ୟବହାର ମଧ୍ୟ ହେବା ଉଚିତ । କିନ୍ତୁ ଯଦି ତାହା ଏବେବି (ଭାଷାବିଦ ମହଲରେ) ବିବଦମାନ ଅବସ୍ଥାରେ ଅଛି, ତେବେ ମୂଳ ବନାନ ରଖିବାହିଁ ଉଚିତ ବୋଲି ମନେହୁଏ । ସେଥିପାଇଁ ଏପରି ଅବସ୍ଥାରେ ନିପୁଣ ଭାଷାବିଦ ମାନଙ୍କର ପରାମର୍ଶ ନେଲେ ଭଲହେବ ।

-- ଧନ୍ୟବାଦ ବିଶୁଦ୍ଧାକ୍ଷ (ମୋ ଆଲୋଚନା) ୧୧:୪୩, ୧୦ ଜୁନ ୨୦୧୨ (UTC)

ମୋର ମତ-୨ (ଶବ୍ଦ ବଦଳ ବାବଦରେ)

ସମ୍ପାଦନା

ମୂଳ କଥା ହେଉଛି ଆମେ ଶବ୍ଦ ଗୁଡ଼ିକ କାହାପାଇଁ ପରିବର୍ତ୍ତନ କରୁଛେ? ଯଦି ନିଜ ପାଇଁ କରୁଛେ ତେବେ ଏହା ଆମ ଭିତର କଥା ଆମେ ନିଜ ନିଜ ମଧ୍ୟରେ ଆଲୋଚନା କରି ସମାଧାନ କରିପାରିବା କିନ୍ତୁ ଯଦି ପାଠକମାନଙ୍କ ନିମନ୍ତେ କରୁଛେ, ତେବେ ପାଠକମାନଙ୍କ ମତକୁ କିପରି ଜାଣିବା ସେ ବାଟ ଖୋଜିବାକୁ ପଡ଼ିବ୤ ଉଇକିପିଡ଼ିଆ ପାଠକମାନେ କୌଣସି ବି ମାଧ୍ୟମରେ ଶବ୍ଦ ଗୁଡ଼ିକର ବଦଳ ନିମନ୍ତେ ଅଭିଯୋଗ/ ପରାମର୍ଶ ଦେଇଛନ୍ତି କି? ଯଦି ଉତ୍ତର ନା ହୁଏ, ତେବେ ଆମେ ଶବ୍ଦ ବଦଳ ପଛରେ ନ ମାତି ପ୍ରସଙ୍ଗର ଗୁଣବତ୍ତା ଓ ସଂଖ୍ୟା ବୃଦ୍ଧି ନିମନ୍ତେ ମିଳିତ ଚେଷ୍ଟା ଜାରି ରଖିବା ଉଚିତ ହେବ୤ ପ୍ରସଙ୍ଗ ସଂଖ୍ୟା ବଢ଼ିଲେ ହିଁ ଉଇକିପିଡ଼ିଆର ପାଠକ ସଂଖ୍ୟା ବଢ଼ିବ ନଚେତ ଆମେ କରୁଥିବା ପରିବର୍ତ୍ତନ ପାଇଁ ପଛରେ ହୁଏତ ମନସ୍ତାପ କରିବାକୁ ପଡ଼ିପାରେ୤ ଏବାବଦରେ ନିପୁଣ ଭାଷାବିଦ ମାନଙ୍କ ସହାୟତା ନେବା/ ଚେଷ୍ଟା କରିବା କେବଳ ଆମ ଶକ୍ତି ଓ ସମୟ ନଷ୍ଟ କରିବା ସାର ହେବ ୤

ବର୍ତ୍ତମାନ ସାଧାରଣ ଦର୍ଶକ ଯେପରି ଓଡ଼ିଆ କଥାଚିତ୍ରରେ ମୌଳିକ ଓଡ଼ିଆ କାହାଣୀ ଖୋଜୁଛନ୍ତି, ଶ୍ରୋତାଟିଏ ଆଜିକାର ଭଜନରେ ଭାବ ଖୋଜୁଛି, ମା’ଟିଏ ନିଜ ଛୁଆ ପାଇଁ ଦେଶୀ ଗାଇ କ୍ଷୀର ଟିକେ ଖୋଜୁଛି, ସ୍ଵାସ୍ଥ୍ୟ ସଚେତନ ବ୍ୟକ୍ତିମାନେ ଯେପରି ଦେଶୀ ଖାଦ୍ୟଦ୍ରବ୍ୟ ଖୋଜୁଛନ୍ତି, କିଛି ବର୍ଷପରେ ଉଇକିପିଡ଼ିଆ ପାଠକ ମାନେ ସେହିପରି ଦେଶଜ ଶବ୍ଦ ମାନଙ୍କୁ ଝୁରି ହେଉଥିବେ, କିନ୍ତୁ ସେସବୁ ଖୋଜି ପାଉନଥିବେ୤ ମମି ଡାକର ଗହଳି ଭିତରେ ବୋଉ ଡାକ ହଜିଗଲା ପରି ଲିଖିତ ଭାଷା ପଛରେ ଗୋଡ଼ାଇ କଥିତ ଭାଷାକୁ ହଜେଇ ଦେବାକୁ ଚେଷ୍ଟା କରିବା ନିମନ୍ତେ ଉଦ୍ୟମ ପରି ହେବ (ସହଜେ ଏବେ ଓଡ଼ିଆ କହୁଥିବା ଲୋକଙ୍କ ବ୍ୟବହାରରେ ଆସୁଥିବା ଓଡ଼ିଆଶବ୍ଦ ସଂଖ୍ୟା କମିବାରେ ଲାଗିଛି)୤ ତେଣୁ ମୋ ମତରେ ପ୍ରତି ମାସରେ ଗୋଟିଏ କିମ୍ବା ଦୁଇଟି ଶବ୍ଦ ବାବଦରେ ବିସ୍ତୃତ ଆଲୋଚନା କରିବା (ଯାହା ଫଳରେ ସମସ୍ତେ ନିଜ ନିଜ ମତ ଦେବା ପାଇଁ ଯଥେଷ୍ଟ ସମୟ ପାଇବେ) ଠିକ ହେବ୤ ଏହି ଆଲୋଚନା ବାବଦରେ ଅନେକ ନୂଆ ଓକିଆଳି/ଉଇକିଆଳି ଜାଣନ୍ତି ନାହିଁ, ତେଣୁ ସେମାନଙ୍କୁ ଫେସବୁକ ଗୋଠରେ ଜଣାଇ ଏଠାରେ ସେମାନଙ୍କର ମତ ଦେବା ନିମନ୍ତେ କହିବା ‌୤

ସାଧାରଣ ପାଠକ ମାନଙ୍କ ଅନୁରୋଧ/ ଅଭିଯୋଗର ସମାଧାନ ନିମନ୍ତେ ଯେକୌଣସି ପରିବର୍ତ୍ତନକୁ ମୁଁ ସର୍ବଦା ସ୍ୱାଗତ କରିବି୤ ବ୍ୟକ୍ତିଗତ ଭାବେ ଯୁକ୍ତାକ୍ଷରର ବ୍ୟବହାରକୁ ସମର୍ଥନ କରିବା ସହ ଏକାଥରକେ ଏତେ ଗୁଡ଼ିଏ ଶବ୍ଦର ବଦଳକୁ ମୁଁ ଦୃଢ଼ ବିରୋଧ କରେ ।

ତେବେ ବର୍ତ୍ତମାନ ପାଇଁ ଯେଉଁ ଶବ୍ଦ ଗୁଡ଼ିକ ନିମନ୍ତେ ମୋର ସମର୍ଥନ ଅଛି ସେଗୁଡିକ ହେଲା:

  1. ମତ ଅମେଳ – ମତଭେଦ
  2. ସଫ୍ଟୱାର - ସଫ୍ଟୱେର
  3. ପରିଚ୍ଛା - ପରିଚାଳକ

ଧନ୍ୟବାଦ ସହ --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୬:୦୨, ୧୧ ଜୁନ ୨୦୧୨ (UTC)

ଧନ୍ୟବାଦ ମୃତ୍ୟୁଞ୍ଜୟ ଭାଇ, ଏଇ କଥା ମୁଁ ଟିକେ ଡ଼େରିରେ ବୁଝିଲି। ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୭:୦୦, ୧୧ ଜୁନ ୨୦୧୨ (UTC)

ପରିଣାମ

ସମ୍ପାଦନା

ମାସରୁ ଅଧିକ ସମୟ ହେଲାଣି । ଯେଉଁ ଶବ୍ଦପାଇଁ କେହି କିଛି ଆପତ୍ତି କରି ନାହାନ୍ତି, ବଦଳୁଛି; ଆପଣମାନେ ମଧ୍ୟ ବଦଳାଇ ପାରିବେ । ଆଉ ଆଗକୁ ଏହି ସବୁ ଶବ୍ଦର ବ୍ୟବହାର ପାଇଁ ଅନୁରୋଧ ।

ବଦଳୁଥିବା ଶବ୍ଦମାନ
  1. ନିଆରା ପୃଷ୍ଠା → ବିଶେଷ ପୃଷ୍ଠା; (ଆଗରୁ 'ବିଶେଷ' ବ୍ୟବହାର ହେଉଛି, ତ toolbar ରେ ମଧ୍ୟ ବିଶେଷ ରହିଲେ ଭଲ । ଗୋଟିଏ ଶବ୍ଦ ରହିଲେ ଦ୍ଵନ୍ଦ ରହିବନି ।)
  2. ପରିଚ୍ଛା → ପରିଚାଳକ;
  3. ଫରଦ → ପୃଷ୍ଠା; (ଆଗରୁ ବ୍ୟବହାର ହେଉଛି, ତ କିଛି ଅସୁବିଧା ନାହିଁ )
  4. ମତ ଅମେଳ → ମତଭେଦ;
  5. ଢେରେ → ବହୁତ; (ଆଗରୁ ବ୍ୟବହାର ହେଉଛି)
  6. ଲେଖାଳି → ସମ୍ପାଦକ;
  7. ସଫ୍ଟୱାର → ସଫ୍ଟୱେର;

ଆଉ ଯେଉଁ ସବୁ ଶବ୍ଦ ରହିଗଲା, ଆପଣମାନେ ଚାହିଁଲେ ପୁଣି ଆଲୋଚନା କରିପାରିବେ; ଅଧିକ ସଭ୍ୟଙ୍କ ମତ ଆବଶ୍ୟକ । ଆଉ ଆରମ୍ଭରେ ଏହି ଆଲୋଚନାକୁ ଉଲ୍ଲେଖ କରନ୍ତୁ । -- ଅଂଶୁମାନ ତାର ଯୋଡ଼ିବେ? ୧୬:୫୫, ୧୧ ଜୁଲାଇ ୨୦୧୨ (UTC)

ପ୍ରଥମ କଥା ହେଲା, ଏ ପୃଷ୍ଠାଟିକୁ ପଢି ଭାରି ଖୁସି ଲାଗିଲା । ଓଡିଆ ଭାଷା ଓ ଲିପି ବିଷୟରେ ଆପଣ ମାନଙ୍କ ମତାମତ ପଢି ମୁ ବହୁତ କିଛି ଜାଣିବାକୁ ପାଇଲି । ଭଲ ଲାଗିଲା । ମୋର ବ୍ୟକ୍ତିଗତ ମତ:

An Invite to join the Wikimedia India Chapter

ସମ୍ପାଦନା
 
- - - - - - - - - - - - Wikimedia India Chapter - - - - - - - - - - - -
Hi all,

Greetings from the Wikimedia India Chapter !

Wikimedia India is an autonomous non-profit organization. The objective of the Chapter is to educate Indian public about availability and use of free and open educational content and build capacity to access and contribute to such resources in various Indian languages and in English. It works in coordination with Wikimedia Foundation and the Wikipedian community to promote building and sharing of knowledge through Wikimedia projects.

As you have shown an interest in articles related to India we thought you might be interested in knowing about the Wikimedia India chapter, its activities, volunteering and process to gain membership to the society. We need your help.

More details can be found at Official Portal  • Our Blog  • Our Wiki
We welcome you to join and particpate in the India Chapter's activites. To join the chapter please click here. We thank you for your your contributions thus far and look forward to your continued participation.


Sincerely,
On behalf of the Wikimedia India chapter.

Naveenpf (ମୋ ଆଲୋଚନା) ୦୨:୦୯, ୧୫ ଜୁନ ୨୦୧୨ (UTC)

Lessons on community building

ସମ୍ପାଦନା

Dear all, Assamese Wikipedia has seen phenomenal growth in the past one year. It currently has 31 active editors and 6 Wikiprojects (from 10 editors and no project in November 2011.) Their average monthly edits increased from 3000 in April 2011 to 5000 in November 2011. Congratulations, Assamese Community! India Program worked closely the - and this work was part of Shiju's pilot focused on basic community building. There are several lessons for how small (and larger) communities can be built. It is worth reflecting on what inspired this progress, and to share these with all other communities.

Strong communication: Like Shiju developed strong personal bonds with Assamese Wikipedians to guide them in their efforts, any community needs open communication, exchange of ideas and brainstorming to keep its projects going.
Initial push: Some of us are experienced editors and some might need help getting started. Shiju helped conduct the first two outreach sessions in Assam and this gave the community confidence to do more.
Encouraging collaboration: The basic idea of any Wikiproject is working together. A single editor can write many articles but a group of editors can manage a Wikiproject of hundreds of articles!
Building capacity and confidence: What started with basic support, translations and outreach advice by Shiju resulted in a wonderful 10th anniversary celebration where all editors themselves confidently put forth ideas to promote Assamese Wikipedia.
Healthy environment: Any organization, club or even a group of friends needs cooperation and productive inputs to progress. Like the Assamese Wikipedia family, young and old people from different walks of life who contribute selflessly to Wikipedia need that motivation to continue. Let's always strive to make it a pleasant experience.

While this update focuses on how the Assamese community has successfully woven together a bunch of great friendships, collaborations and figured a great way of working toegether, these learnings could help every community think about what they could also do, or do more of!. If you want to discuss measures to build or improve your community or need our help to start a Wikiproject, you can write to Shiju (salex@wikimedia.org) or if you are interested in conducting outreach sessions, do reach out to Nitika (nitika@wikimedia.org) Noopur28 (ମୋ ଆଲୋଚନା) ୧୧:୩୦, ୨୦ ଜୁନ ୨୦୧୨ (UTC)

ଲଗ ଇନ, ଆଉ ସାଇନ ଅପ (ନୂଆ ଖାତା ଖୋଲିବା) ପାଇଁ ଇଂରାଜୀ ଲିପିର ବ୍ୟବହାର

ସମ୍ପାଦନା

ଲଗ ଇନ, ଆଉ ସାଇନ ଅପ ଭଳି ଶବ୍ଦ ଦୁଇଟିର ଓଡ଼ିଆ ବିକଳ୍ପ ନାହିଁ । ଆମେ ସାଧାରଣତ ଯେକୌଣସି ସାଇଟ ଖୋଲିଲେ ସେଥିରେ ଇଂରାଜୀରେ ଲଗ ଇନ/ସାଇନ ଅପ ଲେଖାହୋଇଥାଏ । ପ୍ରଥମ କରି ଏହାକୁ ଉଇକିରେ ଦେଖିଲାବେଳେ ହୁଏତ ତାହାର ମାନେ ସଭିଙ୍କୁ ବୁଝାପଡୁନଥିବ । ତାହାକୁ ଓଡ଼ିଆରେ ଲେଖିବା ବେଳେ ଅଧିକାଂଶ ପାଠକ ତାହାର ଅର୍ଥ ବୁଝିବାରେ ଅସଫଳ ନିଶ୍ଚେ ହେଉଥିବେ । ତେଣୁ ମୁଁ ଆପଣମାନଙ୍କ ଅଭିମତ ଲୋଡୁଛି ଏହାକୁ ଓଡ଼ିଆରେ ନରଖି ଇଂରାଜୀରେ ରଖିଲେ ତାହା ଜଣେ ପାଠକ ପାଖରେ ସହଜରେ ପହଞ୍ଚପାରନ୍ତା କି? ଓଡ଼ିଆ ଲିପିର ବ୍ୟବହାର ସବୁଠି କରାଯିବା ବିଧେୟ, ତେବେ ଏହିପରି କେତୋଟି ଜାଗାରେ ଇଂରାଜୀର ବ୍ୟବହାର କରି ଆମେ ଯେଉଁ ପାଠକ ମାନେ ସମ୍ପାଦକ ହେବା ଆଗରୁ ମୁହଁ ଭାଙ୍ଗି ଚାଲିଯାଉଛନ୍ତି ସେମାନଙ୍କୁ ଆମ ଭିତରୁ ଜଣେ କରିପାରିବା । ଦୟାକରି ତଳେ ନିଜର ଅଭିମତ ଦିଅନ୍ତୁ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୧:୫୩, ୨୬ ଜୁନ ୨୦୧୨ (UTC)

ପ୍ରିତିରଞ୍ଜନ ଭାଇଙ୍କ ସହ ଏକମତ । ଓଡ଼ିଆ ଓ ଇଁରାଜୀ ପାଖାପାଖି ରହିଲେ ସବୁଆଡୁ ସୁବିଧା ହେବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୫୪, ୧୪ ଜୁଲାଇ ୨୦୧୨ (UTC)
ଖାଲି ଜାଗା ଅଣ୍ଟିଲେ ହେଲା   ତେବେ କଥା ହେଉଛି ଉଭୟ ଉଭୟ ଓଡିଆ ଓ ଇଂରାଜୀ ଦେବା ଜରୁରୀ କି, ଇଂରାଜୀ ଦେବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଅଧିକାଂଶ ପାଠକ ଇଂରାଜୀରେ ଦେଖି ଆସିଛନ୍ତି ଲଗ ଇନ ଓ ସାଇନ ଅପ, ହଠାତ ଏସବୁକୁ ଓଡିଆରେ ଦେଖିବା ବେଳେ ଅସୁବିଧା ହେବା ସ୍ଵାଭାବିକ, ସେଥିପାଇଁ ଓଡିଆ ଶବ୍ଦ ବଦଳରେ ମୁଁ ଇଂରାଜୀରେ ଲେଖିବା ମତ ରହିଥିଲି କିନ୍ତୁ ଉଭୟ ଓଡିଆ ଓ ଇଂରାଜୀରେ ଦେଲେ କିଛି ଅଧିକ ସୁବିଧା ହେବ କି?--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୫୩, ୧୪ ଜୁଲାଇ ୨୦୧୨ (UTC)
ଇଁରାଜୀରେ ଅଭ୍ୟସ୍ଥ ନୁଆ ବନ୍ଧୁ ମାନଙ୍କର ଇଁରାଜୀ ବାଟରେ ସ୍ମୁଥ ଏନ୍ତ୍ରି ହୁଅନ୍ତା ଆଉ ଆମ ଓଡ଼ିଆ ଜିଦି ଟା ବି ରହନ୍ତା ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୫:୩୦, ୧୪ ଜୁଲାଇ ୨୦୧୨ (UTC)
  • ଏବେ "ନୁଆ ଖାତା ଖୋଲିବା ; ଲଗଇନ" ଅଛି । "ଖାତା ଖୋଲନ୍ତୁ (Create Account) ; ଲଗ ଇନ (Log In)" ରହିଲେ ଭଲ ହେବ । 'ଲଗ ଇନ' ନ କଲା ପର୍ଯ୍ୟନ୍ତ ସେଠି ବହୁତ ଜାଗା    ଉଭୟ ରହିଲେ ଅଧିକ ସୁବିଧା ତ ହେବନି, କିନ୍ତୁ ରଖାଯାଉ । ଆହୁରି ମଧ୍ୟ "ଖାତା ଖୋଲିବାର ସୁବିଧା (Why create an account ?)" ପୃଷ୍ଠାର ଲିଙ୍କ ରଖିପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୧୨:୪୪, ୧୫ ଜୁଲାଇ ୨୦୧୨ (UTC)

ସଙ୍ଘ ଆଲୋଚନା ସଭାର ନାମ ବଦଳ

ସମ୍ପାଦନା

ଉଇକିପିଡ଼ିଆ:ଆଲୋଚନା_ସଭା/ଅଭିଲେଖ_୩#ସଙ୍ଘ_ଆଲୋଚନା_ସଭାର_ନାମ_ବଦଳ ଏଠାରେ ହୋଇଥିବା ଆଲୋଚନା ଅନୁସାରେ, "ସଙ୍ଘ ଆଲୋଚନା ସଭା"କୁ ବଦଳି "ସଙ୍ଘ ସୂଚନା ଫଳକ" କରୁଛି । -- ଅଂଶୁମାନ ତାର ଯୋଡ଼ିବେ? ୧୮:୪୦, ୭ ଜୁଲାଇ ୨୦୧୨ (UTC)

ବଛା ଲେଖା – ଅଗଷ୍ଟ ୨୦୧୨

ସମ୍ପାଦନା

ବନ୍ଧୁଗଣ, ଅଗଷ୍ଟ ୨୦୧୨ ପାଇଁ ଗୋଟିଏ ଭଲ ଲେଖା ବାଛନ୍ତୁ । ପ୍ରତି ମାସ ପାଇଁ ମାସେ ଆଗରୁ ବାଛିଲେ ଭଲ ହେବ, ସମସ୍ତେ ମିଶି ସେଇ ଲେଖାଟିକୁ ଉନ୍ନତ କରିପାରିବା । ଏହି ପୃଷ୍ଠାରେ ମୁଁ ପ୍ରସ୍ତାବ ଦେଇଥିଲି, ଲେଖା ଚୟନ ମଧ୍ୟ ମାସର ବଛା ଲେଖା/ଅନୁରୋଧ ପୃଷ୍ଠାରେ କରନ୍ତୁ । ଏହି ପୃଷ୍ଠାର ଲିଙ୍କ "Sidebar"; 'ସହଯୋଗ କରନ୍ତୁ' ବିଭାଗରେ ମଧ୍ୟ ପାଇ ପାରିବେ । -- ଅଂଶୁମାନ ତାର ଯୋଡ଼ିବେ? ୧୦:୧୧, ୧୭ ଜୁଲାଇ ୨୦୧୨ (UTC)