ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୧୧


ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପ ମାନଙ୍କ ପାଇଁ ଆପଣଙ୍କ ଲକ୍ଷ ଓ ଯୋଜନା ପାଇଁ ମତ ସମ୍ପାଦନା

(ତଳେ * ଦେଇ ନିଜ ମତ ଦେବେ ଓ ଶେଷରେ ଦସ୍ତଖତ କରିବେ ।)

ଅସୁବିଧା ସୁଧାର ପାଇଁ ପରାମର୍ଶ
  1. ଆମର ମୁଖ୍ୟ ସମସ୍ୟା ହେଉଛି, ସମର୍ପିତ ଉଇକିଆଳିଙ୍କ ଅଭାବ । ହାତଗଣତି ଲୋକ ନିୟମିତ ଲେଖୁଛନ୍ତି । ବହୁ ନୂତନ ଉଇକିଆଳି ଆସୁଛନ୍ତି, କିନ୍ତୁ ବେଶି ଲେଖାଲେଖି କରୁନାହାନ୍ତି ।
  2. ମୋ ମତରେ ଆମେ ଇଣ୍ଟରନେଟରେ ଥିବା ଅନେକ ଓଡ଼ିଆଙ୍କ ପାଖରେ ପହଞ୍ଚିପାରିନାହୁଁ, ଖବରସବୁ ତଡ଼ିତ ବେଗରେ ଏଥିରେ ମାତିପାରନ୍ତା । ହେଲେ ସେମିତି ଦମଦାର ଖବର ବୋଧେ ତିଆରି କରିପାରୁନାହୁଁ ।
  3. ଉଇକିଆଳିଙ୍କ ଅଭାବ, ହେଉଥିବା ପ୍ରକଳ୍ପର ଫଳାଫଳ ଅଶାନୁରୂପ ମିଳୁନି ।
  1. ଅନ୍ୟ ଉଇକିପିଡ଼ିଆରେ ଏ ସମସ୍ୟାକୁ କିପରି ମୁକାବିଲା କରୁଛନ୍ତି, ଆମେ ଶିଖିବା ଦରକାର ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୨:୦୬, ୨୬ ସେପ୍ଟେମ୍ବର ୨୦୧୪ (UTC)
  2. ଏ ବାବଦରେ ଆଲୋଚନା କଲେ ଭଲ ହୁଅନ୍ତା । କଣ କଣ ଉପାୟ ବାକିମାନେ ଅବଲମ୍ବନ କରି ଅନେକ ଇଣ୍ଟରନେଟ ବ୍ୟବହାରୀଙ୍କୁ ଆଣିପାରିଛନ୍ତି ସେ ବାବଦରେ କିଛି ଜ୍ଞାନ ଆହରଣ କରିବେ କି? --ସୁଭାସିସ ପାଣିଗାହି କଥା ୧୦:୨୭, ୨୭ ସେପ୍ଟେମ୍ବର ୨୦୧୪ (UTC)
  3. ଓଡ଼ିଆ ଉଇକିପିଡ଼ିଆର ପ୍ରଚାର ଓ ପ୍ରସାର ପାଇଁ କିଛି ମାଧ୍ୟମ ଓ ଅନ୍ୟ ଓଡ଼ିଆ ଭାଷାପ୍ରେମୀ ମାନେ କିଭଳି ଆଗ୍ରହ ପ୍ରକାଶ କରିବେ ତାହାର କିଛି ଉପାୟ ଜାଣିବା। (ମୋ ମତରେ ଏକ ଉଦାହରଣ : କେବଳ କଲେଜ ମାନଙ୍କ ପାଇଁ ବାର୍ଷିକ ଦୁଇଥର ୧୦-୧୫ ଦିନର ଏକ କାର୍ଯ୍ୟକ୍ରମ ର ଆୟୋଜନ କରିବା,ଓଡ଼ିଶାର ବିଭିନ୍ନ କଲେଜ ମାନଙ୍କୁ ଯାଇ ପ୍ରଚାର କରିବା, ସେଠାରେ ଓଡ଼ିଆ ଉଇକିପିଡ଼ିଆ ସମ୍ପର୍କରେ ସକ୍ଷିପ୍ତ ବିବରଣୀ ଦେଇ ଲୋକଲୋଚନ କୁ ଆଣିବାର ଏକ ପ୍ରୟାସ କରିବା । ) --ଆଦିତ୍ୟ ମହାର (ଆଲୋଚନା) ୧୧:୨୭, ୨୯ ସେପ୍ଟେମ୍ବର ୨୦୧୪ (UTC)

ନୂଆ ଉଇକିଆଳିଙ୍କୁ ପାଛୋଟା ସମ୍ପାଦନା

ନୂଆ ଉଇକିଆଳିମାନେ ଖାତା ଖୋଲିବା ପରେ ଆମେ ତାଙ୍କୁ ଏକ ଛାଞ୍ଚ/ଟେମ୍ପଲେଟ ବ୍ୟବହାର କରି ପାଛୋଟୁଛୁ । ତେବେ ଏଥିରେ ଏହି ନିମ୍ନ ବିଷୟ ନିହାତି ରଖିବା ପାଇଁ ମୁଁ ଆପଣମାନଙ୍କ ମତ ଲୋଡ଼ୁଛୁ । ଯଦି ସମସ୍ତେ ରାଜି ହୁଅନ୍ତି ତେବେ ଆମେ ସମସ୍ତେ ଏକା ଛାଞ୍ଚ ବ୍ୟବହାର କରି ନୂଆ ମାନଙ୍କୁ ପାଛୋଟି ପାରିବା ।

  • ଏହି ଭଳି ଲେଖାଟିଏ ବଡ଼ ବଡ଼ ଅକ୍ଷରରେ ରହିଲେ ଭଲ ହୁଅନ୍ତା: ଆପଣ ଓଡ଼ିଆରେ ଲେଖାଥିବା ସବୁ ଠିକ ଭାବେ ପଢ଼ିପାରୁଛନ୍ତି ନାଁ ଯୁକ୍ତାକ୍ଷର ଠିକରେ ଦେଖା ହେଉନାହିଁ ? ସଜାଡ଼ିବା ପାଇଁ ଏଠାରେ କ୍ଲିକ କରନ୍ତୁ (ଏହା ଏକ ଛବିକୁ ଲେଉଟାଇବ ଯାହା ଦେଖି ନୂଆ ଉଇକିଆଳି ଜଣକ ଓଡ଼ିଆ ୱେବଫଣ୍ଟ ସକ୍ରିୟ କରିବା ଶିଖିପାରିବେ )
  • ଆପଣ ନୂଆ ଖାତାଟିଏ ଖୋଲିସାରିଲେ । ଆଗକୁ କଣ କରିବେ ଜାଣିବା ପାଇଁ ଏହି ପୃଷ୍ଠାରୁ ଅଧିକ ଜାଣନ୍ତୁ । (ଚାଟସଭାର ସହଯୋଗ ପୃଷ୍ଠାଟି ଜଣେ ନୂଆ ଉଇକିଆଳିକୁ ଉଇକିପିଡ଼ିଆର ପ୍ରାଥମିକ ସ୍ତରର ସମ୍ପାଦନା ଶିଖାଇବା ପାଇଁ ଉପଯୁକ୍ତ କି ନାଁ ତଳ ମତରେ ଉଲ୍ଲେଖ କରିପାରିବେ )
  • ନିଜର କେତେକ ଗୁରୁତ୍ତ୍ୱପୂର୍ଣ୍ଣ ପସନ୍ଦ ଜଣାନ୍ତୁ, ଆପଣଙ୍କ ସହ ଯୋଗାଯୋଗ କରିବା ପାଇଁ ଓ ଏହି ସାଇଟଟି ସମ୍ପୂର୍ଣ୍ଣ ରୂପେ ଓଡ଼ିଆରେ ଦେଖାଇବା ପାଇଁ ଏହା ଆବଶ୍ୟକ ।

ଏହି ସବୁ ବାଦ ନୂଆ ଉଇକିଆଳିମାନେ ଆଉ କିଛି ଜାଣିବା ଉଚିତ ବୋଲି ଆପଣମାନେ ଭାବୁଥିଲେ ତଳେ ମତାମତ ଦେବେ । --ସୁଭାସିସ ପାଣିଗାହି କଥା ୦୬:୩୮, ୩୦ ସେପ୍ଟେମ୍ବର ୨୦୧୪ (UTC)

ସମର୍ଥନ ସମ୍ପାଦନା

  1.   ନୂଆ ଉଇକିଆଳିମାନେ ଏହି ଅସୁବିଧାର ସମ୍ମୁଖିନ ହେଉଥାଇପାରନ୍ତି, ତେଣୁ ଏହା ହେଲେ ଭଲ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୩୫, ୧ ଅକ୍ଟୋବର ୨୦୧୪ (UTC)

ଭିନ୍ନ ମତ ସମ୍ପାଦନା

  • ବହୁତ କଥା କହିବାକୁ ଅଛି । ପ୍ରଥମେ ଉଇକିପିଆରେ ଲେଖିଲେ ନୂଆ ଉଇକିଆଳି କି ଉପକାର ପାଇବ, ଏହି ବିଷୟରେ ସମ୍ୟକ୍ ସୂଚନା ଦେବା ଆବଶ୍ୟକ । ମୁଁ କାହିଁକି ଲେଖିବି: ଏହା ଜାଣିବାକୁ ସେମାନେ ଇଚ୍ଛୁକ ଥିବେ । ତା'ପରେ ଆମେ ସଠିକ ଫଣ୍ଟରେ ଲେଖିବାକୁ ଉପଦେଶ ଦେବା ଆବଶ୍ୟକ । ଟ୍ରାନ୍ସଲିଟରେସନ୍, ଲେଖନୀ ଇତ୍ୟାଦିରେ ଲେଖିବାକୁ ଆମେ ସେମାନଙ୍କୁ ଛାଡ଼ି ଦେଉଛେ । ଇନ୍ସକ୍ରିପ୍ଟରେ କିପରି ଲେଖିବ ତାହା ଆମ ସାଇଟରେ ନାହିଁ । ନୁଆ ଲୋକଙ୍କୁ ବାଉଳି ଖାଇବାକୁ ଛାଡ଼ିଦେବା ଠିକ ନୁହେଁ । ଗୋଟିଏ ପ୍ରଥାରେ ପ୍ରଥମେ ଶିଖନ୍ତୁ, ପରେ ଅନ୍ୟ କଥା ଶିଖିବେ । ଆମର ଆଡମିନମାନେ ବିଶାରଦ ହୋଇଗଲେଣି, ସେମାନେ ନୁଆମାନଙ୍କ ଅସୁବିଧା ବିଷୟରେ ହୁଦୟଙ୍ଗମ କରିପାରୁ ନାହାନ୍ତି । ଏହା ମୋ ନିଜ ଅନୁଭୁତିରୁ ଲେଖୁଛି । ଆଉ ଗୋଟିଏ କଥା: ଜଣେ ଯଦି କିଛି ଅସୁବିଧା କଥା କହୁଛି, ତାହାକୁ ପଢ଼ି ତାହାର ଅସୁବିଧା କଥା ଚିନ୍ତା କରାଯାଉ । ଭାବୁଛି, ଏ ବିଷୟରେ ଏକାଠି ବସି ଆଲୋଚନା କଲେ ଭଲ ହେବ । ମୁଁ ୦୮.୧୦ ପି.ଏମରେ ଲେଖୁଛି,କିନ୍ତୁ ଏଥିରେ ୧୪:୪୦ ଦେଖଉଛି । --Subas Chandra Rout (ମୋ ଆଲୋଚନା) ୧୪:୪୨, ୧ ଅକ୍ଟୋବର ୨୦୧୪ (UTC)
  • ସାର୍, ଆପଣଙ୍କ ମତାମତ ସହ ମୁଁ ପ୍ରାୟ ଏକମତ । ମୁଁ ଭାବୁଛି ଆମେ ଗୋଟିଏ ଟ୍ୟୁଟୋରିଆଲ୍ ଉପରେ ନିର୍ଭରଶିଳ ନରହି ଏକାଧିକ ଟ୍ୟୁଟୋରିଆଲ କରିପରିଲେ ଭଲ ହୁଅନ୍ତା । ତେବେ ତା'ବାବଦରେ ଆମେ ଅନ୍ୟତ୍ର ଆଲୋଚନା କରିପାରିବା । ଆପଣ ସମୟ ବାବଦରେ ଯେଉଁ କଥା କହିଥିଲେ ତାହା ପ୍ରକୃତରେ GMT ଅଟେ । ଏହି ସାଇଟ୍‌ଟି ଦେଖନ୍ତୁ । --ଶିତିକଣ୍ଠ (ଆଲୋଚନା) ୦୫:୨୩, ୩ ଅକ୍ଟୋବର ୨୦୧୪ (UTC)
    • ସାର, ଶିତି ଭାଇ ଠିକ କହିଛନ୍ତି । ଏଇଟା ବାଇ ଡିଫଲ୍ଟ ସବୁ ଉଇକିମିଡ଼ିଆ ପ୍ରକଳ୍ପରେ UTC ଥିବା ହେତୁ । ବଗ ଜିଲାରେ ବଗଟେ ରିପୋର୍ଟ କଲେ ପୂରା ପ୍ରକଳ୍ପ ପାଇଁ ସମୟ ନିର୍ଘଣ୍ଟ ଭାରତୀୟ ମାନକ ସମୟ ହୋଇଯିବ । Siti bhai, ତମେ ଏଇ କାମଟି କରିବ କି? କିଛି ଅସୁବିଧା ହେଲେ ମୋତେ ଫେସବୁକ ଚାଟରେ ପିଙ୍ଗ କରିବ । --ସୁଭାସିସ ପାଣିଗାହି ଆଳାପ ୦୨:୨୯, ୧୭ ଅକ୍ଟୋବର ୨୦୧୪ (UTC)

ଆଗକୁ ସମ୍ପାଦନା

ସମସ୍ତଙ୍କୁ ସାଧୁବାଦ ଏଥିରେ ଭାଗ ନେଇ ନିଜର ମତାମତ ରଖିଥିବାରୁ । ଆପଣମାନଙ୍କ ମତକୁ ନେଇ ମୁଁ ଏଇ କେତୋଟି ଆଗାମୀ କାମ ତାଲିକାରେ ରଖୁଛି । ଏଥିରେ କିଛି ସୁଧାର ଲୋଡ଼ା ଥିଲେ ଉକ୍ତ ମତ ତଳେ ଲେଖିବେ । ଏହା ବାଦ ଚାଟସଭାରେ ଆଉ କିଛି ବଦଳ କରିବାକୁ ଥିଲେ ମତ ଦେବେ ।--ସୁଭାସିସ ପାଣିଗାହି ଆଳାପ ୦୨:୨୯, ୧୭ ଅକ୍ଟୋବର ୨୦୧୪ (UTC)

  • ନୂଆ ଉଇକିଆଳି ଜଣେ ଉଇକିପିଡ଼ିଆରେ ପାଦ ଦେଲେ ଚାଟସଭାକୁ ମୁହାଁଇବ । ଚାଟସଭାରେ ଏକ ଉଚ୍ଚତର ଶିକ୍ଷଣର ଲିଙ୍କ ରହିବ । ଯେ ଇଚ୍ଛୁକ ସେଠାକୁ ଯାଇ ଅଧିକ ଶିଖିପାରିବ ।
  • ଏବେ ବ୍ୟବହାର ହେଉଥିବା ପାଛୋଟା ଛାଞ୍ଚ ଅନେକ ଦିନ ତଳର, ତାକୁ ସୁଧାର କରି ସେଥିରେ ଏହି ଆଲୋଚନାର ପ୍ରଥମ ପାରାଗ୍ରାଫରେ ସନ୍ନିହିତ ସବୁ ବିଷୟ ରଖାଯିବ ।
  • ସବୁବେଳେ ଲଗ ଇନ କରି ସମ୍ପାଦନା କରନ୍ତୁ ବୋଲି ଜଣାଇଦିଆଯିବ ।
  • ପୁରୁଖାଙ୍କ ସହ ଯୋଗାଯୋଗର ବାକି ମାଧ୍ୟମଗୁଡ଼ିକ (ମେଲ, ଫେସବୁକ, ଟୁଇଟର ଆଦି) ମଧ୍ୟ ସୁଚାଇଦିଆଯିବ ।

Hello, Dear wikipedians. I invite you to edit and improve this article and to add information about your and other country.--Kaiyr (ମୋ ଆଲୋଚନା) ୧୨:୩୬, ୩୧ ଅକ୍ଟୋବର ୨୦୧୪ (UTC)

ଭାରତୀୟ ଉଇକିଆଳିଙ୍କ ପାଇଁ କପିରାଇଟ ଓ କ୍ରିଏଟିଭ କମନ୍ସ ସହାୟକ ପୁସ୍ତିକା ସମ୍ପାଦନା

ଉଇକିଆଳିଗଣ,

ମୁଁ ଆପଣମାନଙ୍କୁ ତଳେ ଥିବା ଲେଖା ବାବଦରେ ସାମାନ୍ୟ ସୂଚନା ଦେଉଛି । ଲେଖାଟି ଇଂରାଜୀରେ ଥିବାରୁ କ୍ଷମା ଚାହୁଁଛି । ଉଇକିପିଡ଼ିଙ୍କ ଓ ଉଇକିପାଠାଗାର ଓ ଉଇକିଅଭିଧାନ ଆଦି ସହ-ପ୍ରକଳ୍ପର ଆପଣମାନେ କାମ କଲାବେଳେ କପିରାଇଟ ସମ୍ବନ୍ଧିତ ଛୋଟ ବଡ଼ ଅସୁବିଧା ଭୋଗୁଥିବେ । କେଉଁ ଭଳି ଫଟୋ ଅପଲୋଡ଼ କରାଯାଇପାରିବ, କଣ କରାଯାଇ ପାରିବନାହିଁ, ଖବରକାଗଜ ଆଦିରୁ ଲେଖା ଆଦି ଆହରଣ କରି ଉଇକିପିଡ଼ିଆରେ ଲେଖିବା ବେଳେ କିକି ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ ଏ ବାବଦରେ ସୂଚନା ଅନେକ ଉଇକିଆଳିଙ୍କୁ ଅଗୋଚର । ତେବେ ଏ ବାବଦରେ ଇଂରାଜୀ ଉଇକିପିଡ଼ିଆ, କମନ୍ସ ଆଦିରେ ବିଶଦ ଲେଖା ଥିଲେ ହେଁ ସମସ୍ତେ ସେସବୁ ପଢ଼ି ବୁଝି କାମରେ ଲଗାଇବାରେ ସମୟ ସୁବିଧା ପା'ନ୍ତି ନାହିଁ । ଏଣୁ ଆମେ (CIS-A2K) ଥୋମାସ ନାମକ ଜଣେ ନ୍ୟାସନାଲ ଲ' ଇଉନିଭର୍ସିଟି, ଯୋଧପୁରର ଛାତ୍ରଙ୍କ ସହାୟତା ଏକ ସହାୟିକା ପୁସ୍ତିକା ପ୍ରକାଶନ ପାଇଁ ଯୋଜନା କରୁଛୁ । ତଳେ ଏ ବାବଦରେ ବିଶଦ ସୂଚନା ଇଂରାଜୀରେ ଦିଆଗଲା ।

Thomas has joined CIS-A2K as an intern and will be developing a primer on Copyright and Creative Commons for the use of Indian Wikimedians.

Thomas' aim is to cater to the broad spectrum of Wikimedia users and to provide both an introduction to copyright law and to address more advanced questions of copyright law that users might encounter with regards to issues like digitisation, public domain works, etc.

His approach thus far has been to comb the India Mailing List to discover the common questions or concerns that Indian Wikimedians face while dealing with content. He hopes to then transpose answers to these queries along with general copyright related information onto a primer following a mixture of a FAQ based and prose based format to allow for better transposition of information as well as to allow for better readability and engagement.

As you will realise, this approach suffers from a number of defects: 1. There are a large number of queries or concerns that users might have which are not addressed onto the mailing lists and are near impossible to pre-empt. 2. There are a number of unique processes that Wikimedia implements (like the “precautionary principle”) that is unique to the context of copyright and Wikimedia which he is yet to familiarise himself and such a familiarity can only be built with periodic use. 3. There are a large number of Wikimedians who might be unrepresented on the Mailing List and might have queries regarding the use of content.


To this end, Thomas hopes to get some support from the community here in terms of: 1. Asking any queries that you may have regarding copyright law and its application to the Wikimedia Universe. 2. Passing along any queries or issues that you may have heard of from other users, so that this may be introduced. 3. Passing along any other information that may be specifically relevant to this endeavour, in terms of experience with Wikimedia policy, practice that has been developed over the past few years and the like.

Any support in this regard would be extremely helpful. This primer will of course be a work in progress for subsequent authors to edit and build upon, true to the Wikimedia ethos, however for the sake of at least an initial completeness, I request you to reply in over the course of this week, latest by the 3rd of January 2015. You can reach Thomas at thomasjv93 gmail.com or on his EN Wikipedia User Talk page:Thomasjv93 He is copied on this e-mail.

ଆପଣମାନଙ୍କ ସହଯୋଗ ନିମନ୍ତେ ସାଧୁବାଦ!

--ସୁଭାସିସ ପାଣିଗାହି ଆଳାପ ୦୭:୪୩, ୨୯ ଡିସେମ୍ବର ୨୦୧୪ (UTC)

ଅଧିକ ଆଧାର ପାଇଁ ନୂଆ ପ୍ରକଳ୍ପ ସମ୍ପାଦନା

ଓଡ଼ିଆ ଖବରକାଗଜ ସମାଜ ଓ ସମ୍ବାଦର ଦୈନିକ ଓ ରବିବାର ସଂସ୍କରଣ ତଥା ସମ୍ବାଦର ଗୁରୁବାର "ସିନେ ସମ୍ବାଦ"ରେ ପ୍ରକାଶିତ ଅନେକ ପାଠ ଉଇକିପିଡ଼ିଆ ପ୍ରସଙ୍ଗମାନ ସୁଧାରିବାରେ ଲାଗିପାରିବ । ଅନେକ ଲେଖା ଏହି ଖବରକାଗଜର ଆର୍କାଇଭ (ଅଭିଲେଖ) ଅଳ୍ପ ଦିନ ଭିତରେ ହଟିଯାଉଥିବାରୁ ସେସବୁ ପରେ ପାଇବା ସମ୍ଭବପର ହୁଏନାହିଁ । ତେବେ ଏହି ଲେଖାଗୁଡ଼ିକୁ ତାରିଖ ଅନୁସାରେ ଇଉନିକୋଡ଼ରେ କନଭର୍ଟ କରି ଏହି ପୃଷ୍ଠାରେ ମୁଁ ଅଧୁନା ରଖୁଛି ଯାହା କୌଣସି ସଭ୍ୟ ନେଇ ବ୍ୟବହାର କରୁପାରିବେ । ମୁଁ ପ୍ରାୟତ ସବୁଦିନ ଏହି ଲେଖାସଂଗ୍ରହ ଓ ଇଉନିକୋଡ଼କୁ ରୂପାନ୍ତର କାମ କରୁଥିଲେ ମଧ୍ୟ କେବେ କେବେ ବିଭିନ୍ନ କାରଣରୁ ଏହା କରିବାରେ ବିଫଳ ହେଉଛି । ଯଦି ଏଥିରେ ଆଉ କିଛି ଜଣ ସାଥି ଯୋଗ ଦେଇ ସବୁଦିନ ଖବରକାଗଜ ପାଠକୁ କନଭର୍ଟ କରିବା ଓ ତାରିଖ ଅନୁସାରେ ସାଇତିବାରେ ସାହାଯ୍ୟ କରିବେ ତାହେଲେ ଖୁବ ଲାଭକାରୀ ହେବ । ଏହି ପ୍ରକଳ୍ପରେ କିଏ କିଏ ଭାଗନେଇ ସବୁଦିନ ଏହି ଲେଖାସବୁ ଏକାଠି କରିବାରେ ସାହାଯ୍ୟ କରିବାରେ ଆଗ୍ରହୀ ତଳେ ଉଲ୍ଲେଖ କରିବା ପାଇଁ ଅନୁରୋଧ ରହିଲା । --ସୁଭାସିସ ପାଣିଗାହି ଆଳାପ ୧୨:୪୫, ୨୯ ଡିସେମ୍ବର ୨୦୧୪ (UTC)

ଆଗ୍ରହୀ କି? ତଳେ ନିଜ ନାମ ଉଲ୍ଲେଖ କରିବେ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆରେ "ପୋର୍ଟାଲ" ନେମସ୍ପେସ ପାଇଁ ମତ ସମ୍ପାଦନା

ଆମ ଓଡ଼ିଆ ଉଇକିପିଡ଼ିଆରେ "ପୋର୍ଟାଲ" ନେମସ୍ପେସ ଏଯାଏ ନଥିବାରୁ ବଟ ଚଳାଇବାରେ ଅସୁବିଧା ହେଉଛି । ଏହାଛଡ଼ା ଆଗକୁ "ପୋର୍ଟାଲ" ମଧ୍ୟ କାମରେ ଆସିବ । ଏହାକୁ ସଚଳ କରିବା ପାଇଁ ଆପଣମାନଙ୍କ ମତ ଆବଶ୍ୟକ । ସମସ୍ତ ପୁରୁଖା ଉଇକିଆଳିଙ୍କୁ ଅନୁରୋଧ ତଳେ ନିଜ ମତ ଦେବେ । ଏହି ସମ୍ବନ୍ଧିତ ଅସୁବିଧା (ବଗ) ଏଠାରେ ଅନୁରୋଧ କରାଯାଇଛି । --ସୁଭାସିସ ପାଣିଗାହି ଆଳାପ ୧୫:୦୯, ୧୨ ଜାନୁଆରୀ ୨୦୧୫ (UTC)

ସମର୍ଥନ (Support) ସମ୍ପାଦନା

  ସମର୍ଥନ |--Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୫:୧୩, ୧୨ ଜାନୁଆରୀ ୨୦୧୫ (UTC)
  ସମର୍ଥନ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୧୬, ୧୨ ଜାନୁଆରୀ ୨୦୧୫ (UTC)
  ସମର୍ଥନ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୪୮, ୧୨ ଜାନୁଆରୀ ୨୦୧୫ (UTC)

ବିରୋଧ (Oppose) ସମ୍ପାଦନା

  ବିରୋଧ

ଭିନ୍ନ ମତ (Other comments) ସମ୍ପାଦନା

  ଭିନ୍ନ ମତ
ଶିତିକଣ୍ଠ, ହଁ ଆଗରୁ ଅଛି ଯେ, ହେଲେ "ପୋର୍ଟାଲ" ନାମ ଟା ଦରକାର ପଡ଼ୁଛି । ଆଉ ସେଇଟା ଉଇକିରେ ବ୍ୟବହାର ହୋଇଥିବାରୁ ବଟ ଚଳାଇବା ବେଳେ ଅସୁବିଧା ହେଉଛି । ତେଣୁ ଉଭୟ ବନାନ ଲୋଡ଼ା । ଲେଖନୀ ଓ ଟ୍ରାନ୍ସଲିଟରେସନ ଭିତରେ ଥିବା ଅମେଳ ଧରାପଡ଼ିଲେ ସଜାଡ଼ି ହୁଅନ୍ତା । କିନ୍ତୁ ଯେଉଁଠି ମୁଁ ୨ ବର୍ଷ ଧରି ଲାଗି ଲାଗି ମୋଡ଼ୁଲାର କିବୋର୍ଡ଼ ଏଯାଏ ସଚଳ କରାଇପାରିଲି ନାହିଁ ସେଠି ଏ ଅସୁବିଧାଟି ସୁଧାରିବା ଯେ ଆକାଶ କଇଁଆ ସେକଥା କହିବା ବାହୁଲ୍ୟ । ତେଣୁ ସଳଖ ବାଟଟି ହେଲା ଦୁଇଟି ବନାନ ରଖିବା । --ସୁଭାସିସ ପାଣିଗାହି ଆଳାପ ୦୬:୨୮, ୧୩ ଜାନୁଆରୀ ୨୦୧୫ (UTC)

Wikipedia brochure ର ଓଡିଆ ରେ ଅନୁବାଦ କରିବା ନିମନ୍ତେ ସମସ୍ତ ଙ୍କ ମତ ଦରକାର। ସମ୍ପାଦନା

ବଙ୍ଗଳା ଉଇକିପିଡିଆ ର ୧୦ମ ଜନ୍ମତିଥୀ ଅବସରରେ ଭାଗ ନେବାକୁ ମତେ ସୁୟୋଗ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଈଣ୍ଡିକ ଉଇକିଆଳିଙ୍କ ର ବେଳେ ବେଳେ ହୋଇଥିବା କିଛି ବୈଠକ ରେ ଆଗକୁ ଆସିବାର ଥିବା କିଛି Plans ବିଷୟରେ ବହୁତ discussion ହୋଇଥିଲା। ସେ ମଧ୍ୟରୁ Wikipedia brochure ର ଈଣ୍ଡିକ ଭାଷା ରେ ଅନୁବାଦ କରିବା ଏକ ପ୍ରଯୋଜନା। ପଞ୍ଜାବି ଉଇକିଆଳି ସତଦୀପ ଗିଲ ଏହି ପ୍ରସ୍ତାବ ଟି ସୁଝାଇଥିଲେ ଓ କହିଥିଲେ

ଯଦି ଆମେ ମଧ୍ୟ ନିଜ ଭାଷା ରେ ଏହାର ଅନୁବାଦ କରିପାରିବେ ,ତାହାଲେ ଏହା ଆମର ବହୁତ କାମ ରେ ଆସିବ । ମୁଖ୍ୟ କଥାଟି ହେଲା ଆମେ ଏହାକୁ ଅନୁବାଦ କରି Wikimedia Foundation କୁ ପଠେଇଲେ Foundation ଆମକୁ ଏହାର ୩୦୦-୪୦୦ ଟି କପି ପଠେଇବ , ଯାହାକୁ ଆମେ ଆମର ଆଗକୁ ଆସିବାକୁ ଥିବା Conference ରେ release କରିପାରିବା।

ଦୟାକରି କିଛି ସମୟ ବାହାର କରି ନିଜର ମତ ଦିଅନ୍ତୁ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୫:୧୦, ୧୪ ଜାନୁଆରୀ ୨୦୧୫ (UTC)

ସମର୍ଥନ (Support) ସମ୍ପାଦନା

  ସମର୍ଥନ

ବିରୋଧ (Oppose) ସମ୍ପାଦନା

  ବିରୋଧ

ଭିନ୍ନ ମତ (Other comments) ସମ୍ପାଦନା

  ଭିନ୍ନ ମତ
  • ମୁଁ ଭାବୁଛି ଆମେ ଆମ ପାଇଁ ଯାହା ଲୋଡ଼ା ତାକୁ ନିଜେ ତିଆରିବା । ଶୈଳେଶ ତମେ ଯେଉଁ ଲିଙ୍କଟା ଦେଇଛ ତା' ଇଂରାଜୀ ଉଇକିପିଡ଼ିଆ ପାଇଁ ଭଲ । ହେଲେ ଓଡ଼ିଆ ପାଇଁ ନିହାତି ଆବଶ୍ୟକ ଜିନିଷ ହେଲା "କିପରି ଓଡ଼ିଆରେ ଟାଇପ କରିବେ" । ମୁଁ ଅଧୁନା ଆମର ଏଯାଏ ପ୍ରକାଶିତ ହୋଇଥିବା ବିଭିନ୍ନ ପୁସ୍ତିକାରୁ କିଛି କିଛି ଆହରଣ କରି ଏକ ୪-୬ ପୃଷ୍ଠା ସମ୍ବଳିତ ପୁସ୍ତିକା ତିଆରୁଛି । ତା' ଛଡ଼ା ୩୦୦-୪୦୦ କପି ଆମେରିକାରେ ଛପା ହେଇ ଇଣ୍ଡିଆ କୋରିଅର ହେଇ କାହିଁ ଆସିବ? ଆମେ ତାଠୁ ଯଥେଷ୍ଟ କମ ପଇସାରେ ଭଲ ମାନର ଛପା ବହି କରିପାରିବା । ଉଇକିପାଠାଗାର ପାଇଁ ଗୋଟେ ପୁସ୍ତିକା ହୋଇଯାଇଛି । ଆଉ ଗୋଟେ ଉଇକିପିଡ଼ିଆ ପାଇଁ ହୋଇଗଲେ କାମ ଫତେ । ଅନ୍ୟମାନେ କଣ ଭାବୁଛନ୍ତି ଜଣାଇଲେ ଭଲ ହୁଅନ୍ତା । --ସୁଭାସିସ ପାଣିଗାହି ଆଳାପ ୦୬:୧୧, ୧୪ ଜାନୁଆରୀ ୨୦୧୫ (UTC)


ଟ୍ରେନ-ଦି-ଟ୍ରେନର ୨୦୧୫ ଘୋଷଣା ସମ୍ପାଦନା

ଆପଣମାନେ ଅବଗତ ଥିବେ ଯେ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିଙ୍କ ଆକସେସ ଟୁ ନଲେଜ ପ୍ରୋଗ୍ରାମ (CIS-A2K) ୨୦୧୩ରେ ପ୍ରଥମ ଥର ପାଇଁ ଉଇକିପିଡ଼ିଆ ଟ୍ରେନ-ଦି-ଟ୍ରେନର ପ୍ରୋଗ୍ରାମ (TTT) ଆରମ୍ଭ କରିଥିଲେ । ଏହାର ମୂଳ ଲକ୍ଷ ଥିଲା ବିଭିନ୍ନ ସମୂହ ମଧ୍ୟେ ମୁଖିଆପଣକୁ ଚେତାଇବା ଓ ମୁଖିଆ ତିଆରିବା । ୨୦୧୩ କାର୍ଯ୍ୟକ୍ରମରେ ଶିଖାଇଥିବା ପୁରୁଖା ଉଇକିଆଳିଗଣଙ୍କୁ (ଅଚଳ, ଅର୍ଜୁନ, ହରି, ଶ୍ୟାମଳ, ଟିଣୁ ଓ ବିଶ୍ୱପ୍ରଭା) ଆମେ ଅଶେଷ ସାଧୁବାଦ ଜଣାଉଛୁ । ଆପଣମାନଙ୍କ ସାହାଯ୍ୟ ବିନା ଆମେ ଏ କାମଟି ସଫଳରୂପେ କରିପାରି ନଥାନ୍ତୁ ।

ଏହି ସନ୍ଦେଶଟି ଆପଣମାନଙ୍କୁ ଆଗାମୀ କାର୍ଯ୍ୟକ୍ରମ ବାବଦେ ଜଣାଇବା ନିମନ୍ତେ । ଏହା ଫେବୃଆରୀ ୨୦୧୫ରେ ହେବ । ଆମେ ଆପଣମାନଙ୍କଠାରୁ ଆବେଦନ ପାଇଁ ଅନୁରୋଧ କରୁଛୁ । ଦୟାକରି ଏହି ପୃଷ୍ଠାରୁ ଅଧିକ ସୂଚନା ପାଇପାରିବେ।

କିଛି ଦରକାରୀ ତାରିଖ: ୨୦୧୫ ଜାନୁଆରୀ ୨୭: ନାମ ଲେଖାର ଶେଷ ତାରିଖ
୨୦୧୫ ଜାନୁଆରୀ ୩୦: ମନୋନୀତ ଆବେଦନକାରୀଙ୍କୁ ଜଣାଯିବା
୨୦୧୫ ଫେବୃଆରୀ ୨୬-ମାର୍ଚ୍ଚ ୧: TTT-2015 କର୍ମଶାଳା

ଆମେ ନିର୍ଘଣ୍ଟ ଏବଂ ଅନ୍ୟାନ୍ୟ ବିଭାଗ ସବୁ ଏବେ ସମ୍ପାଦନା କରୁଛୁ । ଆପଣମାନଙ୍କ ଅଭିମତ ଓ ପରାମର୍ଶ ଏଠାରେ ଜଣାଇପାରିବେ । କିଛି ପ୍ରଶ୍ନ ଥିଲେ tanveer cis-india.org ଏବଂ vishnu cis-india.org ଙ୍କୁ ଇମେଲ ଜରିଆରେ ପଚାରିପାରିବେ ।

।। ଇତି ।।
--ସୁଭାସିସ ପାଣିଗାହି ଆଳାପ ୦୩:୪୫, ୧୬ ଜାନୁଆରୀ ୨୦୧୫ (UTC)
ଆକସେସ ଟୁ ନଲେଜ (CIS-A2K),
ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି

ସୁଭାସିସ ପାଣିଗାହି , ଫେବୃଆରୀ ୨୦୧୪ରେ ହେବ ନା ୨୦୧୫ ରେ ହେବ ?

ଗତ ୦୯/୦୧/୨୦୧୫ ତାରିଖ ଦିନ ବିଷ୍ଣୁଙ୍କ ସ‌ହ ମୋର ସାକ୍ଷାତ ହୋଇଥିଲା । ସେ କ‌ହୁଥିଲେ ଯେଉଁମାନେ ଗତ ଥର ଯାଇଥିଲେ ସେମାନେ ଯିବେ ନାହିଁ, ନୁଆ ଉଇକିଆଳିଙ୍କୁ ସୁଯୋଗ ଦିଆଯିବ । ସମସ୍ତଙ୍କ ଅବଗତି ନିମନ୍ତେ ଏହା ମୁଁ ଲେଖିଲି । --Subas Chandra Rout (ମୋ ଆଲୋଚନା) ୧୧:୪୬, ୧୬ ଜାନୁଆରୀ ୨୦୧୫ (UTC)

ଟ୍ରେନ-ଦି-ଟ୍ରେନର ଯୋଗଦେବା ନିମନ୍ତେ ମନୋନୟନ ସମ୍ପାଦନା

  • କଲିକତା ରେ ଥିବା ସମୟରେ ବିଷ୍ଣୁ ମତେ ଟ୍ରେନ-ଦି-ଟ୍ରେନର ରେ ଯୋଗ ଦେବାକୁ କହିଥିଲେ । ମୁଁ ଏଥିରେ ଯୋଗ ଦେବାକୁ ଇଛୁକ , ଏହା ମତେ ଉଇକିପିଡ଼ିଆ ସହିତ ଯୋଡି ହେବାକୁ ଅଧିକ ସହଯୋଗ କରିବ।Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୫:୪୩, ୧୬ ଜାନୁଆରୀ ୨୦୧୫ (UTC)

ଦୟାକରି ନିଜ ମତ ଦିଅନ୍ତୁ।

  ସମର୍ଥନ
  ବିରୋଧ
  ଭିନ୍ନ ମତ

ଟି.ଟି.ଟି ୨୦୧୫ ନିମନ୍ତେ ଆଲୋଚନା। ସମ୍ପାଦନା

ଭାଇମାନେ ମତେ ୨୦୧୫ ଟି.ଟି.ଟି ପାଇଁ select କରାଯାଇଛି । ମତେ ପ୍ରୋଗ୍ରାମ ଅଫିସର ତନଭିର ଙ୍କ ଠାରୁ ଏକ ମେଲ୍ ଆସିଥିଲା ଯେଉଁଥିରେ ମତେ Introduction to Odia Wikipedia ନାମରେ ଏକ presentation ତିଆରି କରିବାକୁ ଲେଖାଯାଇଛି। ଯେହେତୁ ମୁଁ ଏଇ ଭଳିଆ conference ରେ ପ୍ରଥମ ଥର ପାଇଁ ଯାଉଛି, ଆଉ ଏକା ହି ଓଡିଆ community କୁ represnt କରୋଉଛି ତ, ମତେ ଏକ ଭଲ PPT ଟେ ତିଆରି କରିବାକୁ ସହଯୋଗ କରନ୍ତୁ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୨:୩୮, ୯ ଫେବୃଆରୀ ୨୦୧୫ (UTC)

ନିଶ୍ଚୟ ସମସ୍ତେ ସହଯୋଗ କରିବେ । ଆଗ କୁନି ପ୍ରେଜେଣ୍ଟେସନ୍‌ଟିଏ ତିଆରି କରି ଅପ୍ଲୋଡ କର :) ।--ଶିତିକଣ୍ଠ (ଆଲୋଚନା) ୧୮:୨୫, ୧୦ ଫେବୃଆରୀ ୨୦୧୫ (UTC)
ମୁଁ ଶିତିଙ୍କ ସଙ୍ଗେ ଏକମତ । ଆଗେ ତମ ମୁଣ୍ଡରେ କଣ ଅଛି ଗୋଟେ ଛାଞ୍ଚ (ଟେମ୍ପଲେଟ) ଭଳି ପ୍ରେଜେଣ୍ଟେସନଟେ ତିଆରି କର । ତେବେ ସୁବିଧା ବାଟ ହେଉଛି ଗୁଗୁଲ ଡ୍ରାଇଭରେ ପ୍ରେଜେଣ୍ଟେସନ କରିବା । ସେଥିରେ ବାକିମାନଙ୍କୁ ଆକସେସ ଦେଇଦେଲେ ସେମାନେ ଦେଖିପାରିବେ । ବିଭିନ୍ନ ମତ ମିଳିଲା ପରେ ତମ ଛାଞ୍ଚରେ ଖଞ୍ଜିଦିଅ । ତମ ସୁବିଧା ପାଇଁ ମୁଁ ତଳେ କିଛି ଉପ ବିଭାଗ (sub section) କରିଦେଉଛି । ହେଲେ ମନେ ରଖ, ସିଧା କପି-ପେଷ୍ଟ କରିବ ନାହିଁ । ତମ ସୁବିଧା ପାଇଁ ଏସବୁ ଦେଲି, ହେଲେ ତମେ ନିଜ କ୍ରିଏଟିଭିଟି ଲଗେଇ କରିବ । --ସୁଭାସିସ ପାଣିଗାହି ଆଳାପ ୦୯:୦୬, ୧୨ ଫେବୃଆରୀ ୨୦୧୫ (UTC)
କ୍ରମ
  • ୨୦୦୨ରେ ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ
  • ୨୦୦୨-୨୦୧୧ ଯାଏ ନିଷ୍କ୍ରିୟତା (ଇନଆକଟିଭ)
  • ୨୦୧୧ରେ ବିଭିନ୍ନ କାମ
    • ସିଷ୍ଟମ ମେସେଜମାନଙ୍କ ଅନୁବାଦ (୩,୦୦୦ରୁ ଅଧିକ)
    • ବିଭିନ୍ନ ସ୍ଥାନରେ ଜନସଚେତନତା ପାଇଁ କର୍ମଶାଳା
    • ଉଇକିପିଡ଼ିଆକୁ ସୁଚାରୁରୂପେ ଚଳାଇବା ପାଇଁ ନାନାଦି ଆନୁଷଙ୍ଗିକ ନାମ
    • ........
  • ୨୦୧୨
    • ବିଭିନ୍ନ ସ୍ଥାନରେ ଉଇକିପିଡ଼ିଆ କର୍ମଶାଳା ଓ ମେଳଣ
    • ଏକ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ (IIMC) ସହ ମିଳିତ ଭାବେ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ (Wikipedia Education Program)
    • ଆଞ୍ଚଳିକ, ଜା ତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ଖବରକାଗଜ, ପତ୍ରପତ୍ରିକାରେ ଉଇକିପିଡ଼ିଆ ବାବଦରେ ଖବର ପ୍ରକାଶ
    • .......
  • ୨୦୧୩
    • ପାଠକସଂଖ୍ୟାରେ ଦ୍ରୁତ ବୃଦ୍ଧି
    • ଅଧିକ ସଂଖ୍ୟକ ଉଇକିଆଳିଙ୍କ ଯୋଗଦାନ
    • ନୂଆ ପ୍ରକଳ୍ପମାନ ଆରମ୍ଭ
  • ...
  • ୨୦୧୪
  • ଦୁଇଟି ଶିକ୍ଷାନୁଷ୍ଠାନ ସହ ମିଳିତ ବୁଝାମଣା (କିଟ ଓ କିସ)
  • ଓଡ଼ିଆ ଉଇକିଆଳିଙ୍କ ଉଦ୍ୟମର ଫଳ ଓଡ଼ିଆ ଉଇକିପାଠାଗାର
  • ୮୧ଟି ଓଡ଼ିଆ ବହି କପିରାଇଟରୁ ମୁକ୍ତ ଲାଇସେନ୍ସ (CC-by-SA)କୁ ବଦଳାଇ ସେସବୁକୁ ପୁନବ୍ୟବହାରଯୋଗ୍ୟ କରାଇବା
  • ଉଇକିପିଡ଼ିଆ ଆନ୍ଦୋଳନ ଜରିଆରେ ଓଡ଼ିଆ ଭାଷାର ବିକାଶ ଲାଗି "ସମ୍ବାଦ" ତରଫରୁ ପ୍ରସ୍ତାବ
  • ...


[ଜରୁରୀ IRC] ଆଗାମୀ ବର୍ଷ ପାଇଁ ଯୋଜନା ସମ୍ପାଦନା

ବିଗତ ବର୍ଷ କରାଯାଇଥିବା ଯୋଜନାରେ ଉଭୟ ଓଡ଼ିଆ ଉଇକିପିଡ଼ିଆ ଓ ଓଡ଼ିଆ ଉଇକିପାଠାଗାରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ତେବେ ଏବେ ଏହାକୁ ଦେଖି କଣ କଣ କାମ ହୋଇଛି ଓ କଣ କଣ ହୋଇପାରିନାହିଁ ତାହା ବିଚାର କରିବା ବେଳ ଆସିଛି । ଆଗକୁ କଣ କଣ କରାଯିବା ତାହା ବିଗତ ଦିନର ଅନୁଭୂତି ହିଁ ନିର୍ଦ୍ଧାରଣ କରିବ । ଏଥିପାଇଁ ଆଜି କିମ୍ବା କାଲି ଏକ ଜରୁରୀ IRC ପାଇଁ ମୁଁ ସଭିଙ୍କୁ ଅନୁରୋଧ କରୁଛି । ଆଗ ଭଳି ରାତି ୮ଟାରେ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି । ଆପଣମାନଙ୍କୁ ନିଜ ସୁବିଧା ସମୟ ତଳେ ଜଣାଇବା ପାଇଁ ବିନୀତ ଅନୁରୋଧ । ଦୟାକରି ସହଳ ଜଣାଇପାରିଲେ ଆମେ ଏହା ଠିକ ସମୟରେ କରିପାରିବା । ବିଳମ୍ବରେ ଜଣାଉଥିବାରୁ ଦୁଃଖିତ । --ସୁଭାସିସ ପାଣିଗାହି (ଆଳାପ) ୦୮:୪୮, ୨ ମାର୍ଚ୍ଚ ୨୦୧୫ (UTC)

ଆଜି (ଫେବୃଆରୀ ୨) ସମ୍ପାଦନା

  1. --ସୁଭାସିସ ପାଣିଗାହି (ଆଳାପ) ୦୮:୪୮, ୨ ମାର୍ଚ୍ଚ ୨୦୧୫ (UTC)
  2. --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୧୮, ୨ ମାର୍ଚ୍ଚ ୨୦୧୫ (UTC)

ଆସନ୍ତା କାଲି (ଫେବୃଆରୀ ୩) ସମ୍ପାଦନା

  1. --Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୯:୨୪, ୨ ମାର୍ଚ୍ଚ ୨୦୧୫ (UTC)
  2. --ସୁଭାସିସ ପାଣିଗାହି (ଆଳାପ) ୦୯:୩୩, ୨ ମାର୍ଚ୍ଚ ୨୦୧୫ (UTC)

ଭିନ୍ନ ଦିନ (ଦୟାକରି ତାରିଖ ଓ ସମୟ ଉଲ୍ଲେଖ କରିବେ) ସମ୍ପାଦନା

  1. ପୂର୍ବ ନିର୍ଦ୍ଧାରିତ କାମ ଥିବାରୁ ୪ ଫେବୃଆରୀ ପର୍ଯ୍ୟନ୍ତ ଉପସ୍ଥିତ ରହିପାରିବିନି । ଆଲୋଚନା ବିବରଣୀ ଦେଖି ମତ ଦେବି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୦୬, ୨ ମାର୍ଚ୍ଚ ୨୦୧୫ (UTC)

ଘୋଷଣା ସମ୍ପାଦନା

ଏଠାରେ ଓ ଫେସବୁକରେ ଆଲୋଚନା ଅନୁସାରେ ଆଜି (୩ ତାରିଖ) ସଞ୍ଜ ୭ଟାରେ IRC ହେବ । IRC ପାଇଁ ଚ୍ୟାନେଲ #wikipedia-or । କିପରି ଭାଗନେବେ ତାହା ଏଠାରୁ ଜାଣିପାରିବେ । ଆଲୋଚନାରେ ଭାଗ ନେବା ଆଗରୁ ତଳେ ଆଗରୁ ହୋଇଥିବା କାମର ଏକ ସଂକ୍ଷିପ୍ତ ବିବରଣୀ ଉପରେ ଦୃଷ୍ଟି ଦେବା ନିମନ୍ତେ ଅନୁରୋଧ । --ସୁଭାସିସ ପାଣିଗାହି (ଆଳାପ) ୦୫:୪୩, ୩ ମାର୍ଚ୍ଚ ୨୦୧୫ (UTC)

କାମର ସଂକ୍ଷିପ୍ତ ବିବରଣୀ
ଏବେ ଯାଏ ହୋଇଥିବା ବର୍ଷକର କାମର ବିବରଣୀ
ଓଡ଼ିଆ ଉଇକିପାଠାଗାର
  • ବିଭିନ୍ନ ଲେଖକ, ସତ୍ୱାଧିକାରୀ, ଅନୁଷ୍ଠାନ ସହ ମିଳିତ ବୁଝାମଣା
  • ୮୧ଟି ଓଡ଼ିଆ ବହି କପିରାଇଟରୁ CC-by-SA (ବିତରଣ କରିବା ପାଇଁ ଅନୁମୋଦିତ) ଲାଇସେନ୍ସମାନଙ୍କରେ ଅଣାଗଲା, ଏଥିରେ ୧୦ରୁ ଅଧିକ ବହି ଓଡ଼ିଆ ଉଇକିପାଠାଗାରରେ ଉପଲବ୍ଧ ।
  • କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇନ୍ସେସ (କିସ) ସହ ବୁଝାମଣା ସ୍ୱାକ୍ଷରିତ। ସେଠାରେ ୯ ଜଣ ଶିକ୍ଷକ ଓ ପାଖାପାଖି ୪୩ ଜଣ ପିଲାଙ୍କୁ ନେଇ ଗଠିତ ଦଳ ୪ ଗୋଟି ଓଡ଼ିଆ ବହି ଓଡ଼ିଆ ଉଇକିପାଠାଗାରରରେ ଡିଜିଟାଲକରଣ କରିଥିଲେ ।
  • ଓଡ଼ିଆ ଭାଗବତ ସମ୍ପୂର୍ଣ୍ଣ ଭାବେ odia.org ସାଇଟରୁ ଆଣି, ଫଣ୍ଟ ଏନକୋଡ଼ିଙ୍ଗ ରୂପାନ୍ତର କରିବା ଓ ବନାନ ସଂଶୋଧନ କରିବା କାମରେ ପାଖାପାଖି ୧୦ ଜଣ ନୂଆ ଓ ପୁରୁଣା ଉଇକିଆଳି ଭାଗ ନେଇଥିଲେ ।
  • ଓଡ଼ିଆ ଉଇକିପାଠାଗାରରେ ଅଧିକ ସକ୍ରିୟ ଉଇକିଆଳିଙ୍କ ଯୋଗଦାନ ଓ ଅଧିକ ବହିର ଡିଜିଟାଲକରଣ ଫଳରେ ଏହା ଏକ ସ୍ୱତନ୍ତ୍ର ପ୍ରକଳ୍ପ ଭାବେ ଜନ୍ମ ନେଲା ।
ଅନ୍ୟାନ୍ୟ
  • ୩ ଗୋଟି ଫଣ୍ଟ ଏନକୋଡ଼ିଙ୍ଗ ସଫ୍ଟଓଏର ତିଆରି କରାଯାଇଥିଲା । ଏହା ଉଭୟ ଉଇକିପିଡ଼ିଆ ଓ ଉଇକିପାଠାଗାର କାମରେ ଉପଯୋଗୀ ହୋଇଛି ।
  • ୧.୫ ଲକ୍ଷରୁ ଅଧିକ ଶବ୍ଦ ବିଭିନ୍ନ ସ୍ଥାନରୁ ସଂଗୃହୀତ ହୋଇ ଉଇକିଅଭିଧାନ କାମରେ ଲାଗିଛି ।
ଓଡ଼ିଆ ଉଇକିପିଡ଼ିଆ
  • ବିଶ୍ୱସ୍ତରୀୟ ପ୍ରକଳ୍ପ "ମେଡ଼ିସିନ ଟ୍ରାନ୍ସଲେସନ ପ୍ରୋଜେକ୍ଟ" ସହ ଓଡ଼ିଆ ଉଇକିପିଡ଼ିଆର "ଚିକିତ୍ସାବିଜ୍ଞାନ ପ୍ରକଳ୍ପ" ଯୋଡ଼ିବା ପରେ ୪୩ରୁ ଅଧିକ ପ୍ରସଙ୍ଗ ତିଆରି, ପାଖାପାଖି ୧୪୦ ଗୋଟି ସମ୍ପୂର୍ଣ୍ଣ ପ୍ରସଙ୍ଗ ଉଇକିଆଳି ସୁବାସ ଚନ୍ଦ୍ର ରାଉତଙ୍କ ଦ୍ୱାରା ଲିଖିତ ।
  • ଓଡ଼ିଆ ବରପୁରୁଷମାନଙ୍କ ଉପରେ ଥିବା ପ୍ରସଙ୍ଗ ଭଳି ଏକ ଥିମକୁ ନେଇ ତିଆରି ପ୍ରକଳ୍ପ ସଫଳ, ଅନେକ ନୂଆ ଓ ନିଷ୍କ୍ରିୟ ଥିବା ଉଇକିଆଳି ଏଥିରେ ଭାଗନେଇ ପ୍ରକଳ୍ପମାନଙ୍କ ସୁଧାର ।
  • ବେଙ୍ଗାଳୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚୁଟ ଅଫ ସାଇନ୍ସର ଛାତ୍ରମାନଙ୍କ ଦ୍ୱାରା ବିଜ୍ଞାନ ସମ୍ବନ୍ଧିତ ପ୍ରସଙ୍ଗମାନ ତିଆରି ଓ ସୁଧାର ।
  • ସାମାଜିକ ବିଜ୍ଞାନ ପ୍ରକଳ୍ପରେ ଏଥି ସମ୍ବନ୍ଧିତ ଅନେକ ପ୍ରସଙ୍ଗ ତିଆରି ଓ ସୁଧାର
  • ଭାରତୀୟ ଜନସଂଚାର ସଂସ୍ଥାନରେ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ମାଧ୍ୟମରେ ବିଭିନ୍ନ ବିଷୟରେ ପ୍ରସଙ୍ଗ ତିଆରି ।
ସବିଶେଷ ଆଲୋଚନା ଏଠାରେ ରଖାଯାଇଛି । ଯେଉଁମାନେ ଏଥିରେ ଭାଗ ନେଇପାରିଲେ ନାହିଁ କିମ୍ବା ଅଧିକ କିଛି ଜଣାଇବାକୁ ଚାହାଁନ୍ତି ସେମାନଙ୍କୁ ନିଜ ମତ ତଳେ ଦେବା ପାଇଁ ଅନୁରୋଧ । --ସୁଭାସିସ ପାଣିଗାହି (ଆଳାପ) ୦୬:୨୪, ୯ ମାର୍ଚ୍ଚ ୨୦୧୫ (UTC)

ଉଇକି କ୍ଲବ ଭୂବନେଶ୍ୱର ସମ୍ପାଦନା

ଭୂବନେଶ୍ୱର ରେ ଅଧିକ ଉଇକିଆଳି ରହୁଥିବାରୁ ମୁଁ ଉଇକିଟୁଙ୍ଗି ଟିଏ ଭୂବନେଶ୍ୱର ରେ ଆରମ୍ଭ କରିବାକୁ ଚାହୁଁଛି ସମସ୍ତେ ମତ ଦିଅନ୍ତୁ । -Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୯:୪୫, ୫ ମାର୍ଚ୍ଚ ୨୦୧୫ (UTC)

ସମର୍ଥନ (Support) ସମ୍ପାଦନା

  ସମର୍ଥନ --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୧୯, ୫ ମାର୍ଚ୍ଚ ୨୦୧୫ (UTC)

ବିରୋଧ (Oppose) ସମ୍ପାଦନା

  ବିରୋଧ

ଭିନ୍ନ ମତ (Other comments) ସମ୍ପାଦନା

  ଭିନ୍ନ ମତ
ଶୈଳେଶ, ଏ କାମରେ ଆଗଭର ହୋଇଥିବାରୁ ଅଶେଷ ସାଧୁବାଦ । ତେବେ "କ୍ଲବ" ଧାରଣାଟି ଭାରତୀୟ ଉଇକି-ସମୂହ ଭିତରେ ଗୋଟେ ପ୍ରକାର ଭୁଲ ଧାରଣା ତିଆରି କରିସାରିଛି । ଆଉ ଆମେ ଆଗରୁ ଦୁଇରୁ ତିନୋଟି "ଉଇକିଟୁଙ୍ଗି" ତିଆରି କରିବା କଥା ଆଲୋଚନା କରିଥିଲୁ । ନାଲକୋନଗରଠାରେ ଆଗରୁ ଉଇକିଟୁଙ୍ଗି କାମ ମଧ୍ୟ କରୁଛି । ତେଣୁ "ଉଇକି କ୍ଲବ" ନାଁ ପାଇଁ ମୋର ସମ୍ମତି ନୁହେଁ । ତା' ଛଡ଼ା ଆମେ ଅମ ଜିନିଷର ନାଁ ଦବା, ବ୍ରାଣ୍ଡିଂ କରିବା । ବାକିମାନଙ୍କ ଦିଆ ନାଁ ସବୁବେଳେ ସବୁଠି କାହିଁକି ବ୍ୟବହାର କରିବା । ତେବେ ନାଁ କଥାଟି ଗୌଣ । ତମେ ୫-୬ଟି ମୁଖ୍ୟ କାମ ଉଲ୍ଲେଖ କର । କଣ କଣ କରିବାକୁ ଚାହୁଁଛ ସେକଥା ଲେଖ । ସମସ୍ତେ ନିଜେ ନିଜ ଚେଷ୍ଟାରେ କାମ କରୁଛନ୍ତି । କ୍ଲବ କାହିଁକି? କଲେ କି କି ଅଧିକ ଜିନିଷ ହେବ ସେକଥା ଲେଖ । --ସୁଭାସିସ ପାଣିଗାହି (ଆଳାପ) ୦୯:୨୯, ୫ ମାର୍ଚ୍ଚ ୨୦୧୫ (UTC)

୨୦୧୫ ମାର୍ଚ୍ଚ ୧୦ରେ ବ୍ରହ୍ମପୁରରେ ହୋଇଥିବା ଆଲୋଚନାରେ ଏକ ପ୍ରସ୍ତାବ ସମ୍ପାଦନା

ଲକ୍ଷ୍ୟ: ୨୦,୦୦୦ ପ୍ରସଂଗ ରେ ପହଁଚିବା( ନୂଆ ୧୧,୦୦୦ ଟି ପ୍ରସଂଗ ଯୋଡାହେବ ), ସକ୍ରିୟ ଉକିକିଆଳିଙ୍କ ସଂଖ୍ୟା ବୃଦ୍ଧି (ଅନୁନ୍ୟ ୨୦୦) ଏବଂ ଉଇକିପିଡିଆର ପ୍ରଚାର ପ୍ରସାର ଲକ୍ଷ୍ୟ ପୁରଣ ଅବଧି : ୨ ବର୍ଷ ଆନୁମାନିକ ଖର୍ଚ୍ଚ: ୩୪,୦୦,୦୦୦/- ବିସ୍ତୃତ :

  • ପ୍ରସଂଗ ପାଇଁ ପାରିଶ୍ରମିକ ରାଶି ୫,୫୦,୦୦୦ /-ହାରାହାରି ୫୦ ଟଙ୍କା ପ୍ରତି ପ୍ରସଂଗ ହିସାବରେ ଆକଳନ କରାଯାଇଛି

ନିମ୍ନତମ ପ୍ରତି ୫୦୦୦ଟି characterସମ୍ବଳିତ ପ୍ରସଂଗ ପାଇଁ ୧୦ ଟଙ୍କା, ପ୍ରସଂଗ ଯେତେ ଲମ୍ବା ସେତେ ଅଧିକ ପାରିଶ୍ରମିକ ମିଳିବ କେବଳ ନୂଆ ଉଇକିଆଳିଙ୍କ ପାଇଁ ଲେଖା ପିଛା ପାରିଶ୍ରମିକ ବ୍ୟବସ୍ଥା ପୁରୁଣା ମାନଙ୍କ ପାଇଁ ସ୍ଥିର ପାରିଶ୍ରମିକ ବ୍ୟବସ୍ଥା ବୈଷୟିକ ସହାୟତା ମଣ୍ଡଳୀ ଅନୁନ୍ୟ ୩ଜଣ , ଯୋଜନା ପରିଚାଳନା ଅନୁନ୍ୟ ୨ ଜଣ , ପ୍ରସଂଗର ହିସାବକିତାବ ଏବଂ ମାନ ନିର୍ଦ୍ଧାରକ ମଣ୍ଡଳୀ ଅନୁନ୍ୟ ୫ ଜଣ, ପ୍ରଶିକ୍ଷକ ଅନୁନ୍ୟ ୫ ଜଣ , ଆଦି ସମୁଦାୟ ୧୫ ଜଣଙ୍କ ଲାଗି ମାସିକ ପାରିଶ୍ରମିକ ୫,୦୦୦/- ୭୫,୦୦୦ * ୨୪ ମାସ = ୧୮,୦୦,୦୦୦ /-

  • ପ୍ରତି ପ୍ରଶିକ୍ଷଣ କ୍ୟାମ୍ପ ପାଇଁ ୩,୦୦୦/- ଆନୁମାନିକ ୨ ବର୍ଷ ମଧ୍ୟରେ ୨୦୦ଟି ହେବ .. ୩,୦୦୦ * ୨୦୦ = ୬,୦୦, ୦୦୦/-
  • ମାସିକିଆ ପ୍ରୋଜେକ୍ଟରେ ପୁରସ୍କାର ରାଶି : ୨,୦୦୦/-*୨୪ ମାସ = ୪୮, ୦୦୦/-
  • ଉପକରଣ ଏବଂ ବିଜ୍ଞାପନ ବାବଦ ଖର୍ଚ୍ଚ: ୫,୦୦,୦୦୦/-

୫,୫୦,୦୦୦ + ୧୮, ୦୦,୦୦୦ + ୬,୦୦,୦୦୦ + ୪୮, ୦୦୦ + ୫,୦୦,୦୦୦ = ସମୁଦାୟ ୩୪,୯୮,୦୦୦/- ମତାମତ ଅପେକ୍ଷାରେ ... --ନିଷ୍ଠା ରଞ୍ଜନ ଦାଶ (ମୋ ଆଲୋଚନା) ୧୫:୨୬, ୧୨ ମାର୍ଚ୍ଚ ୨୦୧୫ (UTC)

ସମର୍ଥନ (Support) ସମ୍ପାଦନା

ବିରୋଧ (Oppose) ସମ୍ପାଦନା

  ବିରୋଧ
ଉଇକିଆଳିମାନେ ବିନା ପାରିଶ୍ରମିକରେ ନିଜ ବହୁମୂଲ୍ୟ ସମୟ ଦେଇ ଉଇକିପିଡ଼ିଆରେ ପ୍ରସଙ୍ଗ ଲେଖି ବା ଉନ୍ନତ କରି, ଯେଉଁ ଆତ୍ମତୃପ୍ତି ପାଇଥାନ୍ତି, ସେଥିରୁ ସେମାନଙ୍କୁ ବଞ୍ଚିତ କରାନଯାଉ । ପ୍ରସଙ୍ଗ ଲେଖିବା ପାଇଁ ପାରିଶ୍ରମିକ ପ୍ରସ୍ତାବକୁ ମୁଁ ବିରୋଧ କରେ । ତେବେ, ଅଧିକ ଓ ଉନ୍ନତ ପ୍ରସଙ୍ଗ ଲେଖୁଥିବା ଉଇକିଆଳିମାନଙ୍କୁ ପୁରସ୍କାର/ସମ୍ବର୍ଦ୍ଧନା ଦିଆଯିବା ଉଚିତ । ଧନ୍ୟବାଦ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୬:୧୩, ୧୩ ମାର୍ଚ୍ଚ ୨୦୧୫ (UTC)

ଭିନ୍ନ ମତ (Other comments) ସମ୍ପାଦନା

  ଭିନ୍ନ ମତ

As for my knowledge, Wikipedia is completely volunteered organisation. So asking these much amount to Wikimedia Foundation will make a negative view about Odia Wikipedia . Yeah, I understand that because of lack of advertisement and man power our Wiki is lagging behind but we can take some examples from different Indic language Community,Like;

  • Hindi Wikipedia had its first conference this year, still it have 1lakh+ article.
  • Tamil Wikipedia never do a large conference but they just meet each other once in several years and it ranks second.
  • Punjabi Wikipedia had only 3-4 active users but after an article writing competition with a prize of Punjabi Wiki Tshirt, their community grew to 100 members within a month.
  • Nepali and Maithali Wikimedians do workshops from their own effort and many more.

Nistha Bhai,This is my point of view and I appreciate your effort for Odia Wikipedia revolution.If the amount can be estimated more precisely then it could help a lot and we can request for this financial help from CIS A2K or Wikimedia India Chapter. --Your's Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୬:୨୨, ୧୨ ମାର୍ଚ୍ଚ ୨୦୧୫ (UTC)

ମୁଁ ଶୈଳେଶ କଥାରେ ଏକମତ । ମୁଁ କେବଳ ଗୋଟିଏ ମୁଖ୍ୟ ବିଷୟକୁ ଛାଡ଼ି ବାକି ସବୁଥିରେ ଉଣାଅଧିକେ ସମ୍ମତ । କର୍ମଶାଳା ତଥା ଅନ୍ୟାନ୍ୟ ଉଇକିପିଡ଼ିଆ ସମ୍ବନ୍ଧିତ କାମ, ତା' ପାଇଁ ଆବଶ୍ୟକ ଗମନାଗମନ ଆଦି ପାଇଁ ଖର୍ଚ୍ଚ ଆଦି ପାଇଁ ଅନୁଦାନ ଆଣିହେବ । କିନ୍ତୁ ମୁଁ ଲେଖା ପାଇଁ ପାରିଶ୍ରମିକର ସମ୍ପୂର୍ଣ୍ଣ ବିରୋଧୀ । ଆଗରୁ ତେଲୁଗୁରେ ସେଭଳି ହୋଇଛି ଓ ଜଣେ ଉଇକିଆଳି ଭାବେ ମୁଁ ଲେଖା ପାଇଁ ପାରିଶ୍ରମିକ ପାଇଁ କେବେ ହେଁ ସମ୍ମତ ହେବି ନାହିଁ । ଉଇକିପିଡ଼ିଆର ମୂଳ ଦର୍ଶନ ହେଉଛି ସମସ୍ତଙ୍କୁ ଜଣାଇବାର ସୁବିଧା ଦେବା ଓ ସେମାନଙ୍କୁ ପାରିଶ୍ରମିକ ଛାଡ଼ି ବାକି ସବୁ ସୁବିଧା ଯୋଗାଇଦେବା । ତେଣୁ ପାରିଶ୍ରମିକ ଦେଇ ଆମେ ସେ ନୀତିକୁ ଭାଙ୍ଗିପାରିବା ନାହିଁ । ତେବେ ଆମେମାନେ ଗତ ସପ୍ତାହରେ କରିଥିବା IRC ଆଲୋଚନାରୁ ଅନେକ ବିଷୟ ଆଗାମୀ କାମ ଯୋଜନାରେ ବିମ୍ବିତ ହେବ । ଆପଣମାନେ ସେଥିରେ କର୍ମଶାଳା ଓ ନୂଆ ଉଇକିଆଳିଙ୍କୁ ଆଣିବା ବାବଦରେ କିଛି ଯୋଜନପରେଖ ଦେଖିବେ । --ସୁଭାସିସ ପାଣିଗାହି (ଆଳାପ) ୦୨:୪୩, ୧୩ ମାର୍ଚ୍ଚ ୨୦୧୫ (UTC)
ଓଡ଼ିଆ ଉଇକିପିଡ଼ିଆର ଉନ୍ନତି କଳ୍ପେ କରିଥିବା ଦୀର୍ଘକାଳୀନ ଯୋଜନା ନିମନ୍ତେ ପ୍ରଥମେ ସାଧୁବାଦ ଜଣାଉଛି । ତେବେ ନୀତିଗତ କାରଣରୁ ଏହାକୁ ମୁଁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁନାହିଁ । ଉଇକିଆଳିଙ୍କ ଦକ୍ଷତା ବୃଦ୍ଧି ଓ ପ୍ରଚାର ତଥା ପ୍ରସାର ଭଳି ଅନ୍ୟାନ୍ୟ ଆନୁଷଙ୍ଗିକ କାମ ନିମନ୍ତେ ଯଦିଓ ଅନେକ କାର୍ଯ୍ୟକ୍ରମରେ ଉପରୋକ୍ତ ଆକଳନ ଠାରୁ ଢେର ଅଧିକ ଅର୍ଥ ଖର୍ଚ୍ଚ କରାଯାଉଛି, ତେବେ ଅର୍ଥ ବିନିମୟରେ ସିଧାସଳଖ ପ୍ରସଙ୍ଗ ଯୋଗାଡ଼ କରାଯାଏ ନାହିଁ, ଏହା ଉଇକିପିଡ଼ିଆର ନୀତି ବିରୁଦ୍ଧ ।
କୋଇଲା ହୀରା ହେବାକୁ ଯେତିକି ସମୟ ଦରକାର କରେ, ତାହାଠାରୁ ବହୁତ କମ ସମୟ ମଧ୍ୟରେ କୋଇଲା ପାଉଁଶରେ ପରିଣତ ହୋଇଥାଏ । ଠିକ ସେହିପରି ଓଡ଼ିଆ ଉଇକିପିଡ଼ିଆର (ଉପକାରୀ) ଆକାର ପରିବର୍ତ୍ତନ ନିମନ୍ତେ ସମୟ ଦରକାର । କେବଳ ଉଇକିପିଡ଼ିଆର ପ୍ରସଙ୍ଗ ସଂଖ୍ୟା ବୃଦ୍ଧି କରିବା ନିମନ୍ତେ କିଛି ଅଦରକାରୀ ପ୍ରସଙ୍ଗ ଯୋଡ଼ି ଏହାକୁ ଏକ ବଡ଼ ଉଇକିପିଡ଼ିଆରେ ପରିବର୍ତ୍ତନ କରିଦେଲେ ଆମର କିଛି ଲାଭ ହେବନି । ଏଇ ମାର୍ଚ୍ଚ ମାସରେ ହିଁ ହିନ୍ଦୀ ଉଇକିରେ କେବଳ ପ୍ରସଙ୍ଗ ସଂଖ୍ୟା ବଢ଼ାଇବାକୁ ବଟ ମାଧ୍ୟମରେ ତିଆରି କରାଯାଇଥିବା ' । ସେହିପରି ପରିସ୍ଥିତି ଓଡ଼ିଆ ଉଇକିରେ ନ ହେଉ ଏହା ମୋର କାମନା ।
ପ୍ରତିଯୋଗିତା କଲେ ମଧ୍ୟ ଆମକୁ ପ୍ରଥମେ ଦରକାରୀ ପ୍ରସଙ୍ଗ ତାଲିକା କରିବାକୁ ପଡ଼ିବ । ଯେପରିକି ଓଡ଼ିଶାର ଲୋକପ୍ରତିନିଧି (ରାଜ୍ୟ ସଭା/ ଲୋକ ସଭା/ ବିଧାନ ସଭା)ଙ୍କ ବାବଦରେ ପ୍ରସଙ୍ଗ ଓ ପୃଥିବୀର ବିଭିନ୍ନ ଦେଶର ଫୁଟବଲ ଖେଳାଳୀଙ୍କ ପ୍ରସଙ୍ଗ ମଧ୍ୟରୁ କେଉଁ ଶ୍ରେଣୀର ପ୍ରସଙ୍ଗ ଗୁଡ଼ିକ ଓଡ଼ିଆ ଉଇକିପିଡ଼ିଆର ପାଠକଙ୍କ ନିମନ୍ତେ ଅଧିକ ଦରକାରୀ ହେବ ପ୍ରଥମେ ସ୍ଥିର କରି ତାଲିକା ତିଆରି କରିବାକୁ ହେବ ।
ଏବେ ଚାଲିଥିବା ଗଣସମ୍ପାଦନା ପରି ବର୍ଷକୁ ୪ଟି (ବା ଅନ୍ୟସଂଖ୍ୟକ ଯେଉଁଥିନିମନ୍ତେ ଅଧିକ ଉଇକିଆଳି ରାଜି ହେବେ) ଗଣସମ୍ପାଦନା ଆୟୋଜନ କରି ସର୍ବାଧିକ ଅବଦାନ କରୁଥିବା ୩/୪ଜଣ (ପରିଚାଳକଙ୍କୁ ବାଦଦେଇ ଉଭୟ ନୂଆ ଓ ପୁରୁଣା) ଉଇକିଆଳୀଙ୍କୁ ପୁରସ୍କୃତ କରାଗଲେ ଭଲ ହେବ ।
ଉପରେ ପ୍ରିତିରଞ୍ଜନ ଲେଖିଥିବା ଭଳି ବିନାପାରିଶ୍ରମିକରେ ଆତ୍ମତୃପ୍ତି ଦିଗଟିକୁ ନଜର ଦେବାକୁ ହେବ, ମୁଁ ବ୍ୟକ୍ତିଗତ ଭାବେ ମୁଖ୍ୟତଃ ସେଇ କାରଣ ପାଇଁ କିଛି ଲୋଭନୀୟ ଆର୍ଥିକ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଥିବା ପୁରୁଖା ଉଇକିଆଳିମାନେ ଜାଣନ୍ତି ।
ଶୈଳେଶ ଲେଖିଥିବା ଭଳି ଉଇକିପିଡ଼ିଆକୁ ସ୍ଵେଚ୍ଛାସେବୀମାନେ ମାଗଣାରେ, ସେମାନଙ୍କ ସୁବିଧା ସମୟରେ ନିଜନିଜ ସ୍ଥାନରୁ ସମ୍ପାଦନା କରିଥାଆନ୍ତି । ଓଡ଼ିଆ ଉଇକିକୁ ସମୃଦ୍ଧ କରିବାକୁ ହେଲେ ଆମ ଭଳି ସ୍ଵେଚ୍ଛାରେ କାମ କରିବାକୁ ଆଗ୍ରହୀ ଥିବା ଲୋକଙ୍କୁ ଖୋଜି ସେମାନଙ୍କୁ ଉଇକି ବାବଦରେ ଜଣାଇବାକୁ ପଡ଼ିବ ।
ଶୁଭାଶିଷ ଲେଖିଥିବା ଭଳି କର୍ମଶାଳା ଆୟୋଜନ ନିମନ୍ତେ ଯାତାୟତ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚର ଭରଣା କରାଯାଇପାରିବ ।
ଉପର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ନିମନ୍ତେ ଦରକାର ହେଉଥିବା ଲୋକବଳ (୧୫ଜଣ) ଆମର ଅଭାବ । ଲୋକବଳ ଥିଲେ ମଧ୍ୟ ଦୁଇବର୍ଷ ପର୍ଯ୍ୟନ୍ତ ସେମାନେ ଉଇକିରେ ରହିବେ, ଏହାର କୌଣସି ନିଶ୍ଚିତତା ନାହିଁ ।
ଏହାକୁ ଏକ ବ୍ୟକ୍ତିଗତ ପ୍ରକଳ୍ପଭାବେ IEG ଅନୁଦାନ ନିମନ୍ତେ ପ୍ରସ୍ତାବ ଦିଆଯାଇ ପାରିବ । ତେବେ IEG ଅନୁଦାନ ନିମନ୍ତେ ମଧ୍ୟ ସଠିକ ଯୋଜନା ଓ ଅଧିକ ପୂର୍ବପ୍ରସ୍ତୁତି ଦରକାର । ପୂର୍ବରୁ ଅଂଶୁମାନ IEG ଅନୁଦାନ ନିମନ୍ତେ କରିଥିବା ଯୋଜନାଟି ଏଠାରେ ଦେଖିପାରିବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୫୯, ୨୨ ମାର୍ଚ୍ଚ ୨୦୧୫ (UTC)

Invitation for a IRC session with Wikimedia India Community ସମ୍ପାଦନା

ଓଳଗି,

ମୋ ନାମ ରବି ।

ମୁଁ ଜଣେ ତାମିଲ ଉଇକିଆଳି ଓ ଉଇକିମିଡ଼ିଆ ଇଣ୍ଡିଆରେ ପ୍ରୋଗ୍ରାମ ଡାଇରେକ୍ଟର ଭାବେ କାମ କରେ । ଶୁଭ, ଅଂଶୁମାନ, ଶୈଳେଶ, ସୁବାସ ଚନ୍ଦ୍ର ରାଉତ ଏବଂ ମୃତ୍ୟୁଞ୍ଜୟ ଆଦି ଆମେ କେତେଜଣ ଆଗରୁ ବିଭିନ୍ନ କାର୍ୟ୍ୟକ୍ରମରେ ଭେଟିବାର ସୁଯୋଗ ପାଇଛୁ ।

ବିଗତ କିଛି ବର୍ଷ ଭିତରେ ଅନେକ ନୂଆ କାମ ହାତକୁ ନେବା ଓ ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପମାନ ବଢ଼ାଇବାରେ ବିପୁଳ ଉତ୍ସାହ ଦେଖାଇଥିବା ଦେଖି ଆପଣ ସଭିଙ୍କୁ ଶୁଭେଚ୍ଛା ଜଣାଉଛି ତଥା ଆପଣମାନଙ୍କ କମୁନିଟି (ସମୂହ) ସମ୍ବନ୍ଧେ ଜାଣିବାକୁ ଚାହୁଁଛି ।

ଆପଣ ସଭିଏଁ ଉଇକିମିଡ଼ିଆ ଇଣ୍ଡିଆ କମୁନିଟି ସହିତ ମାର୍ଚ୍ଚ ୨୫ ତାରିଖ ରାତି ୯ ଘଟିକା (ବୁଧବାର) ବେଳେ, http://webchat.freenode.net/?channels#wikimedia-in ରେ ଏକ IRC ଅଧିବେଶନରେ ଯୋଗ ଦେଇ ପାରିବେ କି?

ସାଧୁବାଦ,

ରବି--Ravidreams (WMIN) (ମୋ ଆଲୋଚନା) ୧୫:୨୮, ୨୧ ମାର୍ଚ୍ଚ ୨୦୧୫ (UTC)


ଓଡ଼ିଆ ଉଇକିପିଡ଼ିଆ ଓ ଉଇକିପାଠାଗାର ପାଇଁ ଆଗାମୀ ଯୋଜନା ଓ ଆପଣଙ୍କ ମତାମତ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆ ଓ ଉଇକିପାଠାଗାର ବାର୍ଷିକ ଯୋଜନା ଏବେ ମେଟାରେ ତିଆରି ହୋଇସାରିଛି । ଆମେ ମାର୍ଚ୍ଚ ୩ ତାରିଖରେ କରିଥିବା IRC ତଥା ଆଗରୁ ହୋଇଥିବା ବିଭିନ୍ନ ଆଲୋଚନା ଏହା ତିଆରି କରିବାରେ ସହାୟକ ହୋଇଛି । ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆପଣମାନଙ୍କ ମତାମତ ଓ ସହମତି ଲୋଡ଼ା:

  • "ଓଡ଼ିଆ ଉଇକିପିଡ଼ିଆ ଯୋଜନା" (ନିଜ ମତାମତ ସେ ପୃଷ୍ଠାର "Discussion" ପୃଷ୍ଠାରେ ଦେବାକୁ ଆଉ ଯୋଜନାଟି ଠିକ ଲାଗୁଥିଲେ "Endorsement" ବିଭାଗରେ ରେ ଯୋଜନାଟିକୁ ସମର୍ଥନ କରୁଛି ବୋଲି ଲେଖି ଜଣାଇବା ପାଇଁ ଅନୁରୋଧ।)
  • "ଓଡ଼ିଆ ଉଇକିପାଠାଗାର" (ନିଜ ମତାମତ ସେ ପୃଷ୍ଠାର "Discussion" ପୃଷ୍ଠାରେ ଦେବାକୁ ଆଉ ଯୋଜନାଟି ଠିକ ଲାଗୁଥିଲେ "Endorsement" ବିଭାଗରେ ରେ ଯୋଜନାଟିକୁ ସମର୍ଥନ କରୁଛି ବୋଲି ଲେଖି ଜଣାଇବା ପାଇଁ ଅନୁରୋଧ।)

ଏହା ଆପଣମାନେ ନିଜ ସୁବିଧାନୁସାରେ ଏଇ କିଛି ଦିନ ଭିତରେ ଦେଇପାରିଲେ ଯୋଜନାଟି ଚୁଡ଼ାନ୍ତ କରିବାରେ ସହାୟକ ହେବ । ସାଧୁବାଦ ଜଣାଇ, --ସୁଭାସିସ ପାଣିଗାହି (ଆଳାପ) ୦୮:୫୫, ୨୭ ମାର୍ଚ୍ଚ ୨୦୧୫ (UTC)

ଓଡ଼ିଆ ଉଇକିପିଡ଼ିଆର ୧୩ତମ ଜନ୍ମଦିବସ ସମ୍ପାଦନା

ଏହି ଆଲୋଚନାଟିକୁ ଉଇକିପିଡ଼ିଆ ଆଲୋଚନା:ଜନ୍ମତିଥି/୧୩କୁ ସ୍ଥାନାନ୍ତରିତ କରାଯାଇଛି । ଜନ୍ମଦିବସ ପାଳନ ବିଷୟରେ ଆଲୋଚନା ସେଠାରେ କହିବାକୁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୧୯:୩୪, ୫ ଅପ୍ରେଲ ୨୦୧୫ (UTC)

স্রেব্রেনিৎসা ও জেপা বিজয় ସମ୍ପାଦନା

Hi! July 11, 2015 will be the 20th anniversary of the fall of Srebrenica, but your Wikipedia does not have an article on this topic yet. Please help translate my text Fall of Srebrenica and Žepa and write a honest article about Srebrenica! 20 anniversarier (ମୋ ଆଲୋଚନା) ୦୪:୩୨, ୧୯ ଅପ୍ରେଲ ୨୦୧୫ (UTC)

Content Translation beta feature is now available ସମ୍ପାଦନା

Hello, Content Translation has now been enabled as an opt-in beta feature on the Odia Wikipedia. To start translating:

  1. Please enable the Beta feature in your preferences and check the box for Content Translation.
  2. Visit the page Special:ContentTranslation or to your contributions page to open the tool.
  3. Click on the blue button to create a new translation.
  4. A dialog will be displayed. In the From section select the language of the original article and the article name, and the language you would like to translate to. Also add the title of the new article (or the original title will be inserted) and click on Translate to begin. Your language preferences will be remembered for the next time.
  5. You will see a screen consisting of three columns. The left column contains the text of the source language and the middle column is for the translated text. Using the right column you can perform several actions such as insert source text, remove the inserted text source text, add or remove links etc.
  6. After you translate the article, you can publish it directly as a new page on the Odia Wikipedia by using the publish button that appears. In case the article gets created by another user while you were translating, you will see an option to save the newly published translation under your user namespace.
  7. The number of published pages can be seen on the Content Translation stats page.

Since, this is the first time we have installed the tool on this Wikipedia, there are chances that there may be some problems or service disruptions which we are not yet aware of. We will be monitoring the usage to check for any failures or issues, but please do let us know on the Content Translation talk page or through Phabricator if you spot any problems that prevent you from using the tool. For more information, please read the information available in the User Guide. You can also view a short screencast on how to use Content Translation.

Congratulations on the 13th anniversary and we hope Content Translation can contribute in some way to many more wonderful years for the Odia Wikipedia. Our announcement is written only in English, and we would really appreciate if this message can be translated to reach more users of this Wikipedia. Thank you.--Runab WMF (ମୋ ଆଲୋଚନା) ୧୭:୨୮, ୪ ଜୁନ ୨୦୧୫ (UTC)

Thanks Runa for sharing this great news. I will personally use this in the future. Hope other editors also use and increase the translation memory for this tool. --ସୁଭାସିସ ପାଣିଗାହି (ଆଳାପ) ୦୯:୦୩, ୧୩ ଜୁନ ୨୦୧୫ (UTC)


ଓଡ଼ିଆ ଉଇକିପିଡ଼ିଆ ଓ ଉଇକିପାଠାଗାର ପୁସ୍ତିକା ଛପା ସମ୍ପାଦନା

କାଲି ପଙ୍କଜ ଅପାଙ୍କ ସଙ୍ଗେ ଏଠାରେ ଦିଲ୍ଲୀରେ ଭେଟିଲି, ସେ ଭୁବନେଶ୍ୱରରେ ବାକି ଉଇକିଆଳିଙ୍କ ସଙ୍ଗେ ପ୍ରଥମ ଥର ଭେଟି ଭାରି ଆନନ୍ଦିତ । ବୋଧେ ପ୍ରୀତି ଭାଇ ଓ ଶତପଥୀ ବାବୁଙ୍କ ସଙ୍ଗେ ଭେଟି ଆମ ଭିତରୁ ଅନେକେ ସେମିତି ଅନୁଭବ କରୁଥିବେ । ଆମ ୨ ଘଣ୍ଟା କାଳ ଆଳାପ ଭିତରେ ଅପା ଆଉ ମୁଁ ଅନେକ ବିଷୟ ଆଲୋଚିଲୁ । ତେବେ ତାଙ୍କର କେତୋଟି ବିଶେଷ ମନ୍ତବ୍ୟ ଆପଣମାନଙ୍କ ପାଇଁ ଏଠାରେ ବାଢୁଛି । ଏଠାରେ ନିଜ ନିଜ ମତ ଦେଇପାରିବେ ।

  • ଓଡ଼ିଆ ଉଇକିପିଡ଼ିଆ ପୁସ୍ତିକା ନୂଆ ଉଇକିଆଳିଙ୍କ ପାଇଁ ଅତି ଉପପୋଗୀ ହୋଇପାରିବ । ଆମେ ଏମିତି ପୁସ୍ତିକା ବିଭିନ୍ନ ସଭାସମିତି ବାହାରେ ରଖିପାରିବେ । ଭାଗ ନେଉଥିବା ଲୋକଙ୍କ ଭିତରୁ ଅନେକେ ଓଡ଼ିଆରେ ଟାଇପ କରିବା ମଧ୍ୟ ଶିଖିନଥିବେ, ହେଲେ ପୁସ୍ତିକା ପଢ଼ି ସେମାନେ ଟାଇପ କରିବା ସହିତ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିପାଠାଗାରରେ ସମ୍ପାଦନା କରିବା ଶିଖିପାରିବେ ।
  • ଉଇକିପାଠାଗାରରେ ନୂଆ ଉଇକିଆଳି ବା ପାଠକମାନଙ୍କୁ ସମ୍ପାଦନା କରିବା ବାବଦରେ କୌଣସି ସୂଚନା ଦିଆଯାଏ ନାହିଁ । ତେଣୁ ସେମାନେ ଯେ ଏଥିରେ ସମ୍ପାଦନା କରିପାରିବେ ତାହା ଜାଣିପାରନ୍ତି ନାହିଁ । ଆମେ ଯଦି ଲେଖାହେବାକୁ ଥିବା ବହିର ପୃଷ୍ଠାକୁ ନାଲି ଲିଙ୍କ କରି ଏକ ଭିନ୍ନ ପୃଷ୍ଠାରେ ରଖିପାରିବା ଓ ପ୍ରଧାନ ପୃଷ୍ଠାରେ ଏକ ସୂଚନା ଦେଇ ଏହି ପୃଷ୍ଠାକୁ ଲେଉଟାଇବା ତାହେଲେ ନୂଆ ମାନେ ଏ ବାବଦରେ ଜାଣିପାରିବେ ।

--ସୁଭାସିସ ପାଣିଗାହି (ଆଳାପ) ୧୨:୦୭, ୧୦ ଜୁନ ୨୦୧୫ (UTC)

ଲେଖାହେବାକୁ ଥିବା ବିଷୟ ଗୁଡ଼ିକର ନାମ ପ୍ରଧାନ ପୃଷ୍ଠାରେ ଦେବା ନିମନ୍ତେ ମୁଁ ବ‌ହୁ ପୂର୍ବରୁ ମୌଖିକ ପ୍ରସ୍ତାବ ଦେଇଥିଲି । ଜଣେ ନୂଆ ପାଠକ କିଛି ଖୋଜି ପଢ଼ିବା ନିମନ୍ତେ 'ଖୋଜନ୍ତୁ' ଜାଗାରେ କିପରି ଲେଖିବ ତାହା ଜାଣି ନ ଥାଏ । 'କିପରି ଖୋଜିବେ ଶିର୍ଷକ'ରୁ ହିଁ ପ୍ରଶିକ୍ଷଣ ଆବଶ୍ୟକ । --Subas Chandra Rout (ମୋ ଆଲୋଚନା) ୧୦:୪୮, ୧୫ ଜୁନ ୨୦୧୫ (UTC)

Wikimania 2015 - India Booth ସମ୍ପାଦନା

Hi Wikimedians,

Apologies for posting this text in English.

As you people might be aware, Wikimania 2015 which is going to be held in Mexico from July 14th to 19th. We, the Indian attendees at Wikimania, would like to represent Wiki Indic Community booth in the same. We are creating Leaflets and Posters for the community village at Wikimania 2015 to display in Wikimania 2015. We would like to invite you to gather the content and design(optional) for posters (Sample) and leaflets (Sample) about the Indic language project of your choice. We will take care of printing and displaying the posters/leaflets.

The maximum dimensions for your poster are 36 x 48 in (91.44 x 121.92 cm). We suggest using the A0 paper size, which is 33.11 x 46.81 in (~84 x 118 cm). The contents of the poster has to be in English. Posters and leaflets based on all Indic language Wikimedia projects are welcome. The design should be a media file uploaded to Wikimedia Commons. Please post the link to your content/design file on http://wiki.wikimedia.in/Wikimania_2015/Booth/Posters_Leaflets before 25th of June. In case if you face any issues please reachout to Dineshkumar Ponnusamy or Netha Hussain.

For guidelines regarding creating posters, please have a look at this link : https://meta.wikimedia.org/wiki/Grants:Learning_patterns/Posters_that_work

We look forward to receiving your posters/leaflets and displaying them while at Wikimania 2015!
Note: This is not a competition or contest, we expect at most 1 poster and 1 leaflet from each Community.

Thanks,
Indian Wikimania 2015 Participants

ମିଡ଼ିଆଉଇକି ଟ୍ରେନ ଦି ଟ୍ରେନର ୨୦୧୫ ସମ୍ପାଦନା

ଉଇକିମିଡ଼ିଆ ଇଣ୍ଡିଆ ଓ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି-ଆକସେସ ଟୁ ନଲେଜ (CIS-A2K) ମିଡ଼ିଆଉଇକି ଟ୍ରେନ ଦି ଟ୍ରେନର କାର୍ଯ୍ୟକ୍ରମ ପାଇଁ ଯୋଜନା ଆରମ୍ଭ କରିବା ବିଷୟ ବାବଦରେ ଆପଣଙ୍କୁ ଅବଗତ କରାଇବା ପାଇଁ ଲେଖୁଛି । ଭାରତୀୟ ଭାଷାରେ ଉଇକିପିଡ଼ିଆମାନ ଧୀରେ ଧୀରେ ଉନ୍ନତ ହୋଇ ନିଜର ସ୍ୱେଚ୍ଛାସେବୀ ସଂଖ୍ୟା ବଢ଼ାଉଥିବା ବେଳେ ମିଡ଼ିଆଉଇକି ସଫ୍ଟଓଏର ଓ ଉପଲବ୍ଧ ଥିବା ଟୁଲ ତିଆରିରେ ଯୋଗଦାନ କରୁଥିବା ଉଇକିଆଳିଙ୍କ ଖୁବ କମ ସଂଖ୍ୟା ଆମ ପାଇଁ ପରିତାପର ବିଷୟ ।

ମିଡ଼ିଆଉଇକି ସମୂହ (କମୁନିଟି)ରେ ଅଧିକ ଟେକନିକାଲ ନେତୃତ୍ୱ ଗଠନ ଓ ବଢ଼ାଇବା ପାଇଁ ଚିନ୍ତି CIS-A2K ଏହି କାର୍ଯ୍ୟକ୍ରମ ଯୋଜନା କରୁଛି । ଟେକନିକାଲ ଅସୁବିଧାସବୁକୁ ସୁଧାରିବା, ଭାରତୀୟ ଭାଷାର ଉଇକିପିଡ଼ିଆମାନଙ୍କ ଉନ୍ନତିରେ ଅନ୍ତରାୟ ଅସୁବିଧାମାନଙ୍କ ପାଇଁ bug ରିପୋର୍ଟ କରିବା, ଉପଲବ୍ଧ ମିଡ଼ିଆଉଇକି ସଫ୍ଟଓଏରର ଉନ୍ନତୀକରଣ ଏବଂ ବିଭିନ୍ନ ପ୍ରଚାର କାର୍ଯ୍ୟକ୍ରମ ପାଇଁ ପାଇଁ ନେତୃତ୍ୱ ଓ ଟେକନୋଲୋଜି ଆରମ୍ଭ ନିର୍ମାଣ ବୁଝିବା ନିମନ୍ତେ ମିଡ଼ିଆଉଇକି ଟ୍ରେନ ଦି ଟ୍ରେନର କାର୍ଯ୍ୟକ୍ରମଟି ଉଦ୍ଦିଷ୍ଟ । ଏହି ଚାରି ଦିନିଆ ରହଣିଯୁକ୍ତ କାର୍ଯ୍ୟକ୍ରମଟି ୨୦୧୫ ମସିହା ଜୁନ ଶେଷ ସପ୍ତାହରେ ଅନୁଷ୍ଠିତ ହେବ ।

ପ୍ରକୃତ ତାରିଖ ଖୁବ ଶୀଘ୍ର ଘୋଷିତ ହେବ ।

ଏହି କାର୍ଯ୍ୟକ୍ରମ (MWTTT)ରେ ପାଇଁ ନିର୍ଦ୍ଦିଷ୍ଟ ଅସୁବିଧାମାନଙ୍କ ସୁଧାର ପାଇଁ ଆପଣଙ୍କ ମତାମତ ବିନୀତ ଅନୁରୋଧ । କିଛି ଅସୁବିଧା ଥିଲେ ଏଠାରେ ଜଣାଇବେ ।

କାର୍ଯ୍ୟକ୍ରମ ସବିଶେଷ ମେଟାରେ ଦେଖିପାରିବେ । --ସୁଭାସିସ ପାଣିଗାହି (ଆଳାପ) ୧୧:୧୧, ୧୨ ଜୁନ ୨୦୧୫ (UTC)

English WP: Oriya -> Odia requested move ସମ୍ପାଦନା

  You are invited to join the discussion at [[୧]]. Cpt.a.haddock (ମୋ ଆଲୋଚନା) ୧୮:୪୦, ୧୮ ଜୁନ ୨୦୧୫ (UTC)