ଜିତେନ୍ଦ୍ର ପଟ୍ଟନାୟକ

ଭାରତୀୟ ଓଡ଼ିଆ ଗୀତିକାର

ଜିତେନ୍ଦ୍ର ପଟ୍ଟନାୟକ (୧୯୩୭-୧୯୭୭) ଜଣେ ଭାରତୀୟ ଓଡ଼ିଆ ଗୀତିକାର । ସେ ଅନେକ ଓଡ଼ିଆ କଥାଚିତ୍ର, ଲଘୁ ଗୀତ ତଥା ଝୁମର ଲୋକଗୀତର ରଚୟିତା । ତାଙ୍କ ରଚନା ଭିତରୁ ନବଜନ୍ମ, ଅଭିମାନ ଆଦି କଥାଚିତ୍ରର ଗୀତ ଅନ୍ୟତମ । ଚିକମିକ ମୁଁ ଯଉବନିଆ ଜହ୍ନରାତି', ତୁମରି ପାଇଁ ଅଧୀର ହୋଇ ପବନେ ଝୁମି ଝୁମି ଫୁଲ ହୋଇ ଫୁଟିଛି ,ପୁଣି ସେଇ ଶ୍ରାବଣରେ ଅନେକ ମେଘର ଆୟୋଜନଭାରି ଏକା ଲାଗେ ମୋତେ ତୁମ ସହ ଟିକେ ଦେଖା ପ୍ରୟୋଜନ ଆଦି ତାଙ୍କ ରଚିତ କେତେକ ଜଣାଶୁଣା ଚଳଚ୍ଚିତ୍ର ଗୀତ ।[୧]

ଜୀବନୀ ସମ୍ପାଦନା

ଜିତେନ୍ଦ୍ର ପଟ୍ଟନାୟକ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ରାଇରଙ୍ଗପୁରଠାରେ ୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୧]

ରଚନାବଳୀ ସମ୍ପାଦନା

ଜିତେନ୍ଦ୍ର ପଟ୍ଟନାୟକ ନବଜନ୍ମ, ଅଭିମାନ ଆଦି କଥାଚିତ୍ରର ଗୀତ, ଲଘୁ ଗୀତ ତଥା ଝୁମର ଲୋକସଂଗୀତ ରଚନା କରିଥିଲେ । ତାଙ୍କ ରଚିତ ଚଳଚ୍ଚିତ୍ର ଗୀତଗୁଡ଼ିକ ମଧ୍ୟରୁ ଚିକମିକ ମୁଁ ଯଉବନିଆ ଜହ୍ନରାତି', ତୁମରି ପାଇଁ ଅଧୀର ହୋଇ ପବନେ ଝୁମି ଝୁମି ଫୁଲ ହୋଇ ଫୁଟିଛି ,ପୁଣି ସେଇ ଶ୍ରାବଣରେ ଅନେକ ମେଘର ଆୟୋଜନଭାରି ଏକା ଲାଗେ ମୋତେ ତୁମ ସହ ଟିକେ ଦେଖା ପ୍ରୟୋଜନ ଆଦି ଜଣାଶୁଣା । ତାଙ୍କ ମୃତ୍ୟୁର ୩୭ ବର୍ଷ ପରେ ତାଙ୍କର ପ୍ରଥମ ଗୀତିକବିତା ସଂକଳନ ପୁଣି ସେଇ ଶ୍ରାବଣରେ ପ୍ରକାଶ ପାଇଥିଲା ।[୧]

ନିର୍ମାଣ କଳା ସମ୍ପାଦନା

ଜିତେନ୍ଦ୍ର ପଟ୍ଟନାୟକଙ୍କ ଗୀତରେ ମୁଖ୍ୟତଃ ପ୍ରତୀକ ନିର୍ମାଣ କଳା ଦେଖିବାକୁ ମିଳିଥାଏ । ସେ ପ୍ରକୃତିର ସହଜ, ସରଳ ଚିତ୍ରକୁ ଆବେଗ ଓ ରୋମାଞ୍ଚରେ ପରିବର୍ତ୍ତନ କରିଛନ୍ତି । ତାଙ୍କ ରଚନାରେ ଉପମାରେ ଭାବର ସାଦୃଶ୍ୟ ବା ତୁଲ୍ୟମାନତାର ବିହ୍ବଳ ପ୍ରୟୋଗ ମଧ୍ୟ ପରିଲକ୍ଷିତ । ଏହାଛଡ଼ା ତାଙ୍କ ଗୀତ ରଚନାରେ ଦୃଷ୍ଟି ଗୋଟିଏ ସ୍ଥଳରେ ଓ ଇଙ୍ଗିତ ଗୋଟିଏ ସ୍ଥଳରେ ଥାଇ ମେଟାଫର ବ୍ୟବହାର ମଧ୍ୟ ଦେଖାଯାଏ । ଏସବୁ ନିର୍ମାଣ କଳାର ବ୍ୟବହାର ପୁଣି ସେଇ ଶ୍ରାବଣରେ ଅନେକ ମେଘର ଆୟୋଜନ, ଭାରି ଏକା ଲାଗେ ମୋତେ ତୁମ ସହ ଟିକେ ଦେଖା ପ୍ରୟୋଜନ ଆଦି ପଙ୍‌କ୍ତିରେ ନିୟତି, ପ୍ରକୃତି ଓ ଭାବ ଆଦି ବ୍ୟବହାର ହେବା ଦେଖିବାକୁ ମିଳିଥାଏ । ତାଙ୍କ ଚିକମିକ ମୁଁ ଯଉବନିଆ ଜହ୍ନରାତିତୁମରି ପାଇଁ ଅଧୀର ହୋଇ ପବନେ ଝୁମି ଝୁମି ଫୁଲ ହୋଇ ଫୁଟିଛି ଆଦି ଚଳଚ୍ଚିତ୍ର ଗୀତରେ ଦୃଶ୍ୟ ଓ ଭାବର ସମର୍ଥ ସଂଯୋଗର ପରିପ୍ରକାଶ ସ୍ଥାନ ପାଇଛି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ Surya Deo (୨୦୧୬). ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯) (2nd ed.). ISBN 978-81-9254-653-7. Wikidata Q110905542.