ଉଇକିପିଡ଼ିଆ:ଆଲୋଚନା ସଭା

ଏ ଫଳକ ବାବଦରେ

ଏହା ଓଡ଼ିଆ ଉଇକିଆଳିଙ୍କ ମଧ୍ୟରେ ଉଇକିପିଡ଼ିଆ ଏବଂ ଅନ୍ୟାନ୍ୟ ଉଇକିମିଡ଼ିଆ ବାବଦରେ ବିଭିନ୍ନ ଆଲୋଚନା ନିମନ୍ତେ । ଏଥିରେ ନିୟମାବଳୀ, ବୈଷୟିକ (technical) ଅସୁବିଧା ଓ ଅନ୍ୟାନ୍ୟ ଉଇକି ଭିତ୍ତିକ ଆଲୋଚନା ହୋଇଥାଏ ।


ସଞ୍ଚିତ ସଂସ୍କରଣ
ଅଭିଲେଖ ୧ ·  ·  ·  ·  ·  ·  ·  · ୦୯ · ୧୦ · ୧୧ · ୧୨ · ୧୩ · ୧୪ · ୧୫ · ୧୬ · ୧୭ · ୧୮ · ୧୯ · ୨୦ · ୨୧ · ୨୨ · [[ଉଇକିପିଡ଼ି

ଆ:ଆଲୋଚନା ସଭା/ଅଭିଲେଖ ୨୩|୨୩]]

ଶେଷଥର ଅଲୋଚନାଗୁଡିକ ୨୦୧୮-୦୭-୧୯ ଦିନ ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୨୩ରେ ସାଇତା ଯାଇଛି ।

ଉଇକି ଟେକ୍ନିକାଲ ଟ୍ରେନିଂ, ଚେନ୍ନାଇରେ ଓଡ଼ିଆ ଉଇକିଆଳିମାନଙ୍କ ଯୋଗଦାନ

3
Jnanaranjan sahu (ଆଲୋଚନାଅବଦାନ)

ଏହି କାର୍ଯ୍ୟକ୍ରମ ଜୁନ ୨୨ରୁ ଜୁନ ୨୩ରେ ଅନୁଷ୍ଠିତ ହୋଇଥିଲା । ମୁଁ ଜଣେ ପ୍ରଶିକ୍ଷକ ଭାବେ ସିଆଇଏସର ନିମନ୍ତ୍ରଣରେ ଯୋଗଦାନ କରିଥିଲି । ସେଠାରେ ମୁଁ ଟେମ୍ପଲେଟ ଆଉ ଇଉଜର ସ୍କିପ୍ଟ ବାବଦରେ ପ୍ରଶିକ୍ଷଣ ଦେଇଥିଲି । ଏ ସମ୍ପର୍କରେ କିଛି ସଂକ୍ଷିପ୍ତ ସୂଚନା । ଏକ ଟେମ୍ପଲେଟ କ'ଣ, କିପରି ତିଆରି ଏବଂ ଆମଦାନୀ ଏବଂ ଅନୁବାଦ କରିବେ, ଉତ୍ତମ ଅଭ୍ୟାସ, ଟେମ୍ପ୍ଲେଟ୍ ପାରାମିଟର ଏବଂ ଟେମ୍ପ୍ଲେଟ୍ ରେ ସର୍ତ୍ତମୂଳକ ବ୍ୟବହାର। ଇଉଜର ସ୍କ୍ରିପ୍ଟ, କିପରି ତିଆରି କରିବେ, ଏହାକୁ କିପରି ବ୍ୟବହାର କରାଯାଏ, ସତର୍କତା, ଭଲ ସ୍କ୍ରିପ୍ଟ ପାଇବାର ସ୍ଥାନ ଇତ୍ୟାଦି ବିଷୟରେ ମଧ୍ୟ ଶିକ୍ଷା ଦେଇଥିଲି । ଅନ୍ୟମାନଙ୍କ ପ୍ରଶିକ୍ଷଣରେ ଯୋଗ ଦେଇଥିଲି ।

ସଂଗ୍ରାମ ଆଉ ଚିନ୍ମୟୀ ଅଂଶଗ୍ରହଣକରି ପ୍ରଶିକ୍ଷଣ ନେଇଥିଲେ । ସେମାନେ ଟେମ୍ପଲେଟ, ସ୍କ୍ରିପ୍ଟ, ଉଇକିମେଡ଼ିଆ କ୍ୱାରୀ, ଓପନ ରିଫାଇନ, ସବସେଟ, ପେଟ୍‌ସ୍କାନ ବିଷୟରେ ଶିଖିଥିଲେ। ସେଠି ଆମେ ମଶିକି ଇଉଜର ଗୃପର ରିପୋର୍ଟ ଲେଖିଥିଲୁ । ଟିଟିଟି ଆୟୋଜନ ବିଷୟରେ ସିଆଇଏସର ପ୍ରୋଗାମ ଅଫିସର ପବନ ସନ୍ତୋଷଙ୍କ ସହ ପରାମର୍ଶ କରିଥିଲୁ ।

Ssgapu22 (ଆଲୋଚନାଅବଦାନ)

ଏଠାରେ ଉଲ୍ଲେଖ କରିବା ପାଇଁ ଧନ୍ୟବାଦ ଜ୍ଞାନ ଭାଇ ।

Chinmayee Mishra (ଆଲୋଚନାଅବଦାନ)

ସାଧୁବାଦ

"ଉଇକି ଟେକ୍ନିକାଲ ଟ୍ରେନିଂ, ଚେନ୍ନାଇରେ ଓଡ଼ିଆ ଉଇକିଆଳିମାନଙ୍କ ଯୋଗଦାନ"ଙ୍କୁ ଉତ୍ତର
Ssgapu22 (ଆଲୋଚନାଅବଦାନ)

୭ ବର୍ଷ ପରେ ଗଲାବର୍ଷ ରଥାଯାତ୍ରା ଗଣସମ୍ପାଦନା ୨୦୨୩ ଆୟୋଜନ ହୋଇଥିଲା, ଯାହାକି ଆଂଶିକ ଭାବରେ ସଫଳ ମଧ୍ୟ ହୋଇଥିଲା । ଏଥର ଯଦିଓ ବିଳମ୍ବ ହେଇଗଲାଣି, ତଥାପି ପୁଣିଥରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଉଛି । ଆପଣମାନଙ୍କର ମତାମତ ଅପେକ୍ଷାରେ । ସମୟ ଅଳ୍ପ, କିନ୍ତୁ ଅନେକ ଫଟୋ ଓ ଭିଡିଓ ଯୋଡ଼ାଯାଇ ପାରିବ ।


@Psubhashish @Hellohappy @MKar @Jnanaranjan sahu @Soumendrak @Hpsatapathy

Psubhashish (ଆଲୋଚନାଅବଦାନ)

ମୋର ମତ ସପକ୍ଷରେ ହେଲେ ନିଜେ କେତେ ଭାଗ ନେଇପାରିବି କହିପାରୁନି

Ssgapu22 (ଆଲୋଚନାଅବଦାନ)

ଧନ୍ୟବାଦ ଭାଇ, ଏଥିରେ ଆମର ଯୋଗଦାନ ସେତେ ଅଧିକ ହୁଏନି, କିନ୍ତୁ କମନ୍ସ ଅଲଗା ଅଲଗା ଜାଗାରୁ ଫଟୋଗୁଡ଼ିକ ଅପଲୋଡ଼ ହୁଏ ।

Chinmayee Mishra (ଆଲୋଚନାଅବଦାନ)

ମୋ ତରଫରୁ ପୂର୍ଣ୍ଣ ସମର୍ଥନ । ୨୦୧୮ ପରଠୁ ସେମିତି ବଡ କାମ ହେଇନି କିଛି । ଏଇ କାମ ଆଗକୁ ବଢିଲେ ଭଲ ।

"ରଥାଯାତ୍ରା ଗଣସମ୍ପାଦନା ୨୦୨୪ ଆୟୋଜନ ବାବଦରେ"ଙ୍କୁ ଉତ୍ତର
Psubhashish (ଆଲୋଚନାଅବଦାନ)

ଆସନ୍ତା ମାସ ୭ରୁ ୧୦ ତାରିଖ ଯାଏ ପୋଲାଣ୍ଡର କାଟୋୱିଚଠାରେ ଉଇକିମାନିଆ ହେବ । ଓଡ଼ିଆ ଉଇକିପିଡ଼ିଆ/ଉଇକିମିଡ଼ିଆ ପ୍ରକଳ୍ପରେ ସକ୍ରିୟ ଉଇକିଆଳି ମଧ୍ୟ ଭାଗନେଉଛନ୍ତି । ମୁଁ ଉତ୍ତର ଆମେରିକା ଅଞ୍ଚଳ ପାଇଁ ଥିବା ବୃତ୍ତି ପାଇ ଯାଉଛି । ଉଇକିମାନିଆର ବାକି କାର୍ଯ୍ୟକ୍ରମ ଓ ଏକ ପ୍ରେଜେଣ୍ଟେସନ ଦେବା ସହ ହ୍ୟାକାଥନରେ ଭାଗନେବା ଯୋଜନା କରୁଛି । ମୁଁ ବିଶେଷ ଭାବେ ଉଇକିଡାଟା, ମେସିନ ଅନୁବାଦ, GLAM, ଟେମ୍ପଲେଟ ଆଦି ବିଷୟରେ ଆଗ୍ରହୀ । ଏ ଆଗୁଆ ଆଲୋଚନାଟି ବାକି ଉଇକିଆଳି ଉଇକିମାନିଆ ଯାଉଥିବା ଉଇକିଆଳିଙ୍କଠୁ କଣ ଆଶା କରୁଛନ୍ତି ତା' ଜାଣିବା ପାଇଁ । ଏଠି ଲେଖିବା ପାଇଁ ଅନୁରୋଧ ରହିଲା । ବିଷୟ, ବ୍ୟକ୍ତି ଆଦି ନିର୍ଦ୍ଦିଷ୍ଟ ଜିନିଷ ବି ଉଲ୍ଲେଖ କରିପାରିବେ । ଉଇକିମାନିଆ ଯାଉଥିବା ବାକିମାନଙ୍କୁ ଅନୁରୋଧ ରହିଲା ଏଠି ନିଜ ନାମ ଆଉ ଯୋଜନା ଉଲ୍ଲେଖ କରିବା ପାଇଁ ।

Ssgapu22 (ଆଲୋଚନାଅବଦାନ)

ଉଇକିମାନିଆ ଯାଉଥିବା ସମସ୍ତ ଉଇକିଆଳିମାନଙ୍କୁ ଶୁଭେଚ୍ଛା ।

Aliva Sahoo (ଆଲୋଚନାଅବଦାନ)

ଆସନ୍ତା ମାସ ୭ରୁ ୧୦ ତାରିଖ ଯାଏ ପୋଲାଣ୍ଡର କାଟୋୱିଚ ଠାରେ ହେଉଥିବା ଉଇକିମାନିଆରେ ମୁଁ ଡ଼ଚଲ୍ୟାଣ୍ଡ ତରଫରୁ ସେଠାରେ ଯୋଗଦାନ କରିବି । ମୋର ପ୍ରାଥମିକତା ରହିଛି କିଛି ନୂଆ ପ୍ରୋଜେକ୍ଟ କୁ ନେଇ, ଯାହା ଆଗକୁ ମୋତେ କାର୍ଯ୍ୟ କରିବାରେ ସାହାଯ୍ୟ କରିବ । ମୁଁ ବିଶେଷକରି ଉଇକିପିଡ଼ିଆ, କମନ୍ସ ଆଦିରେ ଆଗ୍ରହୀ । ସେଠି ଅନ୍ୟମାନଙ୍କ ସହିତ ସାକ୍ଷାତ ହୋଇ ମହିଳା ସମ୍ପର୍କିତ କାର୍ଯ୍ୟ ଏବଂ ଆହୁରୀ ଅନ୍ୟ ପ୍ରୋଜେକ୍ଟ ସମ୍ପର୍କରେ ଜାଣିବାର ସୁଯୋଗ ମିଳିବାର ଆଶା ରହିଛି । ସେଠାରେ ୱିକିମିଡିଆ ଡ଼ଚଲ୍ୟାଣ୍ଡର ସମସ୍ତ ଛାତ୍ରବୃତ୍ତି ଧାରକ, କର୍ମଚାରୀ ଏବଂ ବୋର୍ଡ ସଦସ୍ୟଙ୍କ ସହ WMDE କିକ୍ ଅଫ୍ ମିଟିଂ ୬ ତାରିଖରେ ଅନୁଷ୍ଠିତ ହେବ ଯେଉଁଥିରେ ମୋତେ ମଧ୍ୟ ଯୋଗଦେବା ପାଇଁ ଅନୁମତି ମିଳିଛି ।

Chinmayee Mishra (ଆଲୋଚନାଅବଦାନ)

ଏ ବର୍ଷ ଉଇକିମାନିଆ ମୁଁ ଦକ୍ଷିଣ ଏସିଆ ଅଞ୍ଚଳ ବୃତ୍ତିରେ ଯାଉଛି । ଏଠି ମୋର ଅବଦାନ ଦେଖିପାରିବେ । ଏହି ଚାରୋଟି ପ୍ରସ୍ତାବରେ କାମ ଛଡା ମୁଁ ସେସନ ଗୁଡିକରୁ Future of MediaWiki, Looking into the future of affiliate gatherings, The Big Funnel: Africa Growth Pilot phase two , Introducing the Citation Watchlist ଆଦି ବିଷୟ ଗୁଡିକୁ ଜାଣିବା ପାଇଁ ଆଗ୍ରହୀ । ଲିଙ୍କରେ ଥିବା ସମୟାବଳୀରୁ କାହାକୁ କିଛି ଜାଣିବାର ଥିଲେ ଏଠି ଲେଖିବେ, ମୁଁ ସେଠୁ ବୁଝିବା ପାଇଁ ଚେଷ୍ଟା କରିବି ।

"ଉଇକିମାନିଆ ୨୦୨୪ରେ ଓଡ଼ିଆ ଉଇକିଆଳି"ଙ୍କୁ ଉତ୍ତର

ଟ୍ରେନ ଦ ଟ୍ରେନର - ୨୦୨୪, ଓଡିଶାରେ ଆୟୋଜନ କରିବା ବାବଦରେ ଆଲୋଚନା

8
Chinmayee Mishra (ଆଲୋଚନାଅବଦାନ)

ସାଦର ପ୍ରଣାମ ସଭିଙ୍କୁ, TTT/ଟିଟିଟି ବା ଟ୍ରେନ ଦ ଟ୍ରେନର ୨୦୧୩ ପରଠାରୁ ସବୁ ବର୍ଷ ସି.ଆଇ.ଏସ.-ଏ2କେ / CIS-A2K ଦ୍ଵାରା ଭାରତରେ ସକ୍ରିୟ ଥିବା ଉଇକି ସମ୍ପ୍ରଦାୟ ଗୁଡିକର ନୂଆ ଉଅଇକିଆଳି ମାନଙ୍କ ଦକ୍ଷତା ବୃଦ୍ଧି ତଥା ସହାୟତା ପାଇଁ ଆୟୋଜନ କରାଯାଇ ଆସୁଛି । ଆମ ଦଳରୁ ମଧ୍ୟ ଅତୀତରେ ଅନେକ ଉଇକିଆଳି (ମୃତ୍ୟୁଞ୍ଜୟ ଭାଇ, ସୁବାସ ସାର, ଜ୍ଞାନ ବାବୁ, ଶିତିକଣ୍ଠ ବାବୁ, ସଂଗ୍ରାମ ବାବୁ, ପ୍ରତୀକ, ଅଲିଭା ଦିଦି, ମୁଁ ନିଜେ) ଏହି ପ୍ରୋଗ୍ରାମର ପ୍ରତିଭାଗୀ ହୋଇଛୁ ଓ ଶୁଭ ଭାଇ କିଛି ବର୍ଷ ନିଜେ CIS-A2K ର କର୍ମଚାରୀ ତଥା ହୋଷ୍ଟ ଭାବରେ ଏହାକୁ ବାଙ୍ଗାଲୋରରେ ପରିଚାଳନା କରିଛନ୍ତି । ଚଳିତ ବର୍ଷ CIS-A2K ଦ୍ଵାରା ନୂଆ କରି ଆରମ୍ଭ କରାଯାଇଥିବା Community Collaboration ପ୍ରୋଗ୍ରାମରେ ଆମେ(ସଂଗ୍ରାମ ବାବୁ, ଜ୍ଞାନ ବାବୁ ଓ ମୁଁ ) ଓଡିଆ ଉଇକିଆଳି ୟୁଜର ଗ୍ରୁପ ତରଫରୁ ଟ୍ରେନ ଦ ଟ୍ରେନର - ୨୦୨୪ (ଅଗଷ୍ଟ ୧୫ - ସେପ୍ଟେମ୍ବର ୩୦ ଭିତରେ), ଓଡିଶାରେ ଆୟୋଜନ କରିବା ବାବଦରେ ଆଲୋଚନା ପାଇଁ ଇଚ୍ଚ୍ହୁକ ଅଛୁ । ଏ ନେଇ ଆପଣଙ୍କ ମତାମତ ଦେବାକୁ ଅନୁରୋଧ । --Maina ୨୧:୪୬, ୨ ଅପ୍ରେଲ ୨୦୨୪ (IST)

Ssgapu22 (ଆଲୋଚନାଅବଦାନ)

ଏହା ଆମ ପାଇଁ ଏକ ଭଲ ସୁଯୋଗ ହେବ ନିହାତି ।

Hellohappy (ଆଲୋଚନାଅବଦାନ)

ଆମ ୟୁଜର ଗ୍ରୁପରେ ତ କେହି ନୂଆ ଉଇକିଆଳି ନାହାନ୍ତି । ଏହାଦ୍ୱାରା ଆମ ୟୁଜର ଗ୍ରୁପର ଲାଭ କଣ ହେବ !

Chinmayee Mishra (ଆଲୋଚନାଅବଦାନ)

ଏହା କେବଳ ଆମର ନୁହେଁ, ବିଭିନ୍ନ କମ୍ୟୁନିଟିର ନୂଆ ଉଇକିଆଳିମାନଙ୍କ ଉନ୍ନତ୍ତି ପାଇଁ ଆବଶ୍ୟକ ପଦକ୍ଷେପ । ସେମିତିରେ ଆମେ ମାନେ ଏବେ ଯାଏଁ ଜାତୀୟ ସ୍ତରରେ କୌଣସି ପ୍ରୋଗ୍ରାମ ଆୟୋଜନ କରିନୁ । ଏହା ଆମ ପାଇଁ ଏକ ନୂଆ ଆରମ୍ଭ ହୋଇପାରିବ ବୋଲି ଭାବୁଛୁ ।

Chinmayee Mishra (ଆଲୋଚନାଅବଦାନ)

ଏହି ଆଲୋଚନା ବାବଦରେ ଆଗାମୀ ପଦକ୍ଷେପ ନେଇ ଆମେ ଆଗକୁ ବଢିଛୁ । ପ୍ରସ୍ତାବଟି ମେଟାରେ ଦେଖିପାରିବେ ।

Chinmayee Mishra (ଆଲୋଚନାଅବଦାନ)

ଏ ବାବଦରେ ମତାମତ ଓ ଆଲୋଚନା ପାଇଁ ଆଜି ରାତିରେ ଗୋଟିଏ କଲ ରଖୁଛୁ । ୮.୩୦-୯.୦୦ ଏହି ଲିଙ୍କ [Video call link: https://meet.google.com/pev-tgbj-moz] ରେ ଯୋଗ ଦେବାକୁ ଅନୁରୋଧ ।

Aliva Sahoo (ଆଲୋଚନାଅବଦାନ)

ପ୍ରସ୍ତାବଟି ଭଲ ରହିଛି । ଓଡ଼ିଆ ୟୁଜର ଗ୍ରୁପ ପାଇଁ ଏହା ଏକ ଭଲ ସୁଯୋଗ ହେବ । ହୁଏତ ଏହି ଉପାୟରେ ଆଗକୁ ଆମେ ଅନ୍ୟ କିଛି ବଡ଼ ବଡ଼ event ର ମଧ୍ୟ ଆୟୋଜନ କରିପାରିବା ।

Chinmayee Mishra (ଆଲୋଚନାଅବଦାନ)

ସାଦର ପ୍ରଣାମ ସଭିଙ୍କୁ, TTT/ଟିଟିଟି ବା ଟ୍ରେନ ଦ ଟ୍ରେନର ୨୦୨୪ ପାଇଁ ଓଡିଆ ଉଇକି ହୋଷ୍ଟ କମ୍ୟୁନିଟି ଭାବରେ ଆଜି ଇଣ୍ଡିଆ ମେଲିଂ ଲିଷ୍ଟରେ ଘୋଷଣା କରାଗଲା ଓ ଆବେଦନ ପ୍ରକ୍ରିୟା ଆରମ୍ଭ କରାଗଲା । ମତାମତ ପାଇଁ ସଭିଙ୍କୁ ଧନ୍ୟବାଦ । କିଛି ପଚାରିବାକୁ ଥିଲେ, ଏଇଠି ଆଲୋଚନାରେ ଲେଖିଦେବାକୁ ଅନୁରୋଧ ।

"ଟ୍ରେନ ଦ ଟ୍ରେନର - ୨୦୨୪, ଓଡିଶାରେ ଆୟୋଜନ କରିବା ବାବଦରେ ଆଲୋଚନା"ଙ୍କୁ ଉତ୍ତର
MediaWiki message delivery (ଆଲୋଚନାଅବଦାନ)

Dear Wikimedians,

We are excited to share our June newsletter, highlighting the impactful initiatives undertaken by CIS-A2K over the past month. This edition provides a detailed overview of our events and activities, offering insights into our collaborative efforts and community engagements and a brief regarding upcoming initiatives for next month.

In the Limelight- Book Review
Geographies of Digital Exclusion
Monthly Recap
Dispatches from A2K
  • Future of Commons
Coming Soon - Upcoming Activities
  • Gearing up for Wikimania 2024
  • Commons workshop and photo walk in Hyderabad
Comic

You can access the newsletter here.
To subscribe or unsubscribe to this newsletter, click here.

Regards

"A2K Monthly Report for June 2024"ଙ୍କୁ ଉତ୍ତର

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ସହିତ ସାକ୍ଷାତକାରର ବିବରଣୀ

1
Ssgapu22 (ଆଲୋଚନାଅବଦାନ)

ଆଜି ଅର୍ଥାତ ୨୪ ଜୁଲାଇ ୨୦୨୪ରେ, ମୁଁ ଓ ମୃତ୍ୟୁଞ୍ଜୟ ଭାଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାକ୍ଷାତ କରିଥିଲୁ । ଓଡ଼ିଆ ଭାଷା କ୍ଷେତ୍ରରେ ଉଇକିପିଡ଼ିଆର ଅବଦାନ ଓ ଭାଷାର ଉନ୍ନତିରେ କ'ଣ ସୁଯୋଗ ରହିଛି, ସେ ଉପରେ ଆଲୋଚନା ହେଲା । ଉଇକିପିଡ଼ିଆ ପାଇଁ କ'ଣ କାର୍ଯ୍ୟ ହୋଇପାରିବ ସେ ଉପରେ ପ୍ରସ୍ତାବ ଦେବାକୁ କହିଛନ୍ତି । ସେ ବର୍ଷିକିଆ, ୫ ବର୍ଷିଆ ଓ ୨୫ ବର୍ଷିଆ ଯୋଜନା ପ୍ରସ୍ତୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଇଣ୍ଟରନେଟରେ ଓଡ଼ିଆ ଭାଷା ଅଧିକ ଅବଦାନ ପାଇଁ ଫଣ୍ଟ, ଉଇକିପିଡ଼ିଆ ବାବଦରେ କର୍ମଶାଳା, ୱେବ୍‌ସାଇଟ୍‌କୁ କପିରାଇଟ୍ ଫ୍ରି କରିବା ଆଦି ଦିଗରେ ପ୍ରସ୍ତାବ ଦେଇଛୁ ଏବଂ ସେ ସେହି ବିଷୟରେ ଆଗକୁ କାର୍ଯ୍ୟ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅଗଷ୍ଟ ୧୫ ତାରିଖ ସୁଦ୍ଧା ତାଙ୍କୁ ଏକ ଯୋଜନା ପ୍ରସ୍ତାବ ଦେବାକୁ ସେ କହିଛନ୍ତି ।

"ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ସହିତ ସାକ୍ଷାତକାରର ବିବରଣୀ"ଙ୍କୁ ଉତ୍ତର
Jnanaranjan sahu (ଆଲୋଚନାଅବଦାନ)

ସମସ୍ତଙ୍କୁ ନମସ୍କାର,

ଉଇକିମିଡ଼ିଆରେ ମୁଭମେଣ୍ଟ ଚାର୍ଟରରେ ଭୋଟ୍ ଦେବା ପାଇଁ ଓଡ଼ିଆ ଉଇକିମେଡ଼ିଆ ଇଉଜର ଗୃପ ତରଫରୁ ଯୋଗାଯୋଗ ଲୋକ ହିସାବାରେ ମୋତେ ଚୟନ କରାଯାଇଛି । ଆମ ମୁଭମେଣ୍ଟ ଚାର୍ଟରରେ ପାଇଁ ଭୂମିକା, ଦାୟିତ୍ୱ ଏବଂ ମାର୍ଗଦର୍ଶକ ନୀତି ନିର୍ଦ୍ଧାରଣ କରିବା ପାଇଁ ଏହି ଚାର୍ଟର ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ନିଷ୍ପତ୍ତିରେ ଆମ ସମ୍ପ୍ରଦାୟର ସ୍ୱରକୁ ଭଲ ଭାବରେ ପ୍ରତିନିଧିତ୍ୱ କରିବା ସୁନିଶ୍ଚିତ କରିବା ପାଇଁ ମୁଁ ଆପଣଙ୍କ ଇନପୁଟ୍ ଆବଶ୍ୟକ କରେ | ଆପଣ ମୁଭମେଣ୍ଟ ଚାର୍ଟର ସହିତ ସହମତ କି? ଦୟାକରି ଜଣାନ୍ତୁ ଯେ ମୁଭମେଣ୍ଟ ଚାର୍ଟର ଡ଼୍ରାଫ୍ଟ ସହ ଆପଣ ରାଜି କି, ରାଜି ନୁହନ୍ତି, କିମ୍ବା ନିରପେକ୍ଷ ଅଟନ୍ତି । ଆପଣଙ୍କର କୌଣସି ନିର୍ଦ୍ଦିଷ୍ଟ ଚିନ୍ତା କିମ୍ବା ପରାମର୍ଶ ବି ଦେଇ ପାରିବେ ।

Ssgapu22 (ଆଲୋଚନାଅବଦାନ)

ଏକ ମତ । ଆମେ ଏହା ଉପରେ ପୂର୍ବରୁ କାମ କରି ମତାମତ ମଧ୍ୟ ରଖିଛନ୍ତି ।

Psubhashish (ଆଲୋଚନାଅବଦାନ)

ଏକମତ!

Hellohappy (ଆଲୋଚନାଅବଦାନ)

ଏକମତ ।

Jnanaranjan sahu (ଆଲୋଚନାଅବଦାନ)

ଭୋଟ ଦିଅଗଲା ।

"ଉଇକିମିଡ଼ିଆରେ ମୁଭମେଣ୍ଟ ଚାର୍ଟରରେ ଭୋଟ ବିଷୟରେ"ଙ୍କୁ ଉତ୍ତର
Psubhashish (ଆଲୋଚନାଅବଦାନ)

ଜୁନ ୨୦ ତାରିଖରେ ଉଇକିମିଡ଼ିଆ ପ୍ରକଳ୍ପ ଓ କମ୍ୟୁନିଟିର ଗବେଷଣାଭିତ୍ତିକ କାମକୁ ନେଇ ଉଇକି ୱାର୍କସପ ନାମରେ ଏକ ଭର୍ଚୁଆଲ (ଇଣ୍ଟରନେଟରେ) ସମ୍ମିଳନୀ ଅନୁଷ୍ଠିତ ହେବ । ୨୦୧୫ରୁ ଉଇକିମିଡ଼ିଆ ପ୍ରକଳ୍ପ-କମ୍ୟୁନିଟି ବାବଦରେ ଗବେଷଣାସବୁ ପାଇଁ ଏ ସମ୍ମିଳନୀର ଆରମ୍ଭ । ମୁଁ ଏଥର ଦୁଇଟି ଗବେଷଣା ନିବନ୍ଧ ପଠାଇଥିଲି । ସେ ଉଭୟ ନିବନ୍ଧ ଗୃହୀତ ହୋଇଛି:

  1. ଓଡ଼ିଶା ଜନ୍ମିତ ୨୦,୦୦୦ରୁ ଅଧିକ ଚିତ୍ରଶିଳ୍ପୀ ଓ ଅନ୍ୟାନ୍ୟ ଚାରୁକଳାକାରଙ୍କ ବାବଦରେ GETTY Research Instituteର ULAN (Union List of Artist Names) ଅଥରିଟି କଣ୍ଟ୍ରୋଲ ଡାଟା ତିଆରି (
  2. ସୃଜନିକା ଅଭିଲିଖିତ (archived) ୧୨,୦୦୦ରୁ ଅଧିକ ଓଡ଼ିଆ ବହିକୁ ଇଣ୍ଟରନେଟ ଆର୍କାଇଭ ଜରିଆରେ ୱେବ ଇଣ୍ଡେକ୍ସିଂ (ଇଣ୍ଟରନେଟରେ ବହିର ପାଠ ଖୋଜାଯୋଗ୍ୟ ହେବା‌) ତଥା ପୁସ୍ତକୀୟ ତଥ୍ୟ (bibliographic data) ଉଇକିଡାଟାରେ ଉପଲବ୍ଧ କରାଇବା

ଏହା ଛଡ଼ା ସେହି ସମ୍ମିଳନୀ ଆଉ ଗୋଟେ ଆଲୋଚନା ପାଇଁ ନିମନ୍ତ୍ରିତ ହୋଇଥିଲି । ତାହା ଅଭିଲିଖିତ ମଲ୍ଟିମିଡ଼ିଆକୁ (ଅଡ଼ିଓ/ଭିଡ଼ିଓ) ସ୍ପିଚ ରେକଗନିସନ (ସ୍ୱର ଚିହ୍ନଟ ବୈଷୟିକଜ୍ଞାନ) ପାଇଁ ଲୋଡ଼ା ଡାଟାର ନିଅଁ ପକା ଉପରେ । ନିବନ୍ଧ ପ୍ରକାଶିତ ହେଲେ ମୁଁ ଜଣେଇବି । ଇତିମଧ୍ୟରେ ସମ୍ମିଳନୀରେ ଭାଗନେବା ପାଇଁ ନାମଲେଖା (https://pretix.eu/wikimedia/wikiworkshop2024/) ଆରମ୍ଭ ହୋଇଛି । ସମସ୍ତଙ୍କ ପାଇଁ ମାଗଣା କିନ୍ତୁ ନାମ ଲେଖା ଜରୁରୀ । ଆଶା ଓଡ଼ିଆ ଉଇକିଆଳିମାନେ ଏସବୁ ଆଲୋଚନାରେ ଓ ବିଶେଷ କରି ମୁଁ ଓଡ଼ିଆ ସମ୍ବନ୍ଧିତ ଉପର ନିବନ୍ଧର ଆଲୋଚନା କଲା ବେଳେ ଅଂଶଗ୍ରହଣ କରିବେ ।

Chinmayee Mishra (ଆଲୋଚନାଅବଦାନ)

ଅନେକ ଅଭିନନ୍ଦନ ନିବନ୍ଧଗୁଡିକ ପାଇଁ । ମୁଁ ଦିଆଯାଇଥିବା ଲିଙ୍କରେ ନାମ ଲେଖାଇଲି ।

Psubhashish (ଆଲୋଚନାଅବଦାନ)

କର୍ମଶାଳାରେ ପ୍ରକାଶିତ ଦୁଇଟି ପ୍ରବନ୍ଧ ଉଇକିଆଳିଙ୍କ ଅବଗତି ପାଇଁ ରଖିଲି:

  • Enhancing Discoverability, Searchability and Citability through Re-Archiving Odia-language Texts [PDF]
  • From Erasure to Documentation: Authority Control Data for Indian Artists and Artisans [PDF]
"ଉଇକି ୱାର୍କସପ"ଙ୍କୁ ଉତ୍ତର
MediaWiki message delivery (ଆଲୋଚନାଅବଦାନ)

Dear Wikimedians,

We are pleased to present our May newsletter, showcasing the impactful initiatives undertaken by CIS-A2K throughout the month. This edition offers a comprehensive overview of our events and activities, providing insights into our collaborative efforts and community engagements.

In the Limelight
Openness for Cultural Heritage
Monthly Recap
Dispatches from A2K
Coming Soon
  • Future of Commons Convening

You can access the newsletter here.
To subscribe or unsubscribe to this newsletter, click here.

Regards

"A2K Monthly Report for May 2024"ଙ୍କୁ ଉତ୍ତର
Chinmayee Mishra (ଆଲୋଚନାଅବଦାନ)

ବର୍ଷ ୨୦୨୪ ଅପ୍ରେଲ ତୃତୀୟ ସପ୍ତାହରେ ବର୍ଲିନ - ଉଇକିମିଡିଆ ସମିଟରେ ଓଡିଆ ଉଇକିମିଡିଆନ ୟୁଜର ଗୃପର ପ୍ରତିନିଧି ଭାବରେ ଅଂଶଗ୍ରହଣ କରିଥିଲି । ଏଥିରେ ମୁଭମେଣ୍ଟ ଚାର୍ଟରର ଶେଷ ପର୍ଯ୍ୟାୟର ଆଲୋଚନାରେ ଅଂଶଗ୍ରହଣ କରି ଗ୍ରାଣ୍ଟ ମେକିଙ୍ଗ, ରିସୋର୍ସ ଡିଷ୍ଟ୍ରିବ୍ୟୁସନ, କାପାସିଟି ବିଲଡିଙ୍ଗ କାର୍ଯ୍ୟକ୍ରମ ବିଭାଗ ପରିଚାଳନାରେ ସହଯୋଗ କରିବା ସହ ଆୟୋଜକଙ୍କୁ ସହଯୋଗ ମଧ୍ୟ କରିଥିଲି । ବିଭିନ୍ନ ସଫଳ ପ୍ରୋଜେକ୍ଟର ଲିଡର ମାନଙ୍କ ସହିତ ଯୋଗାଯୋଗ କରିଛି । ବର୍ଲିନ ଯିବା ଆଗରୁ ଏହାର ପ୍ରସ୍ତୁତି ପାଇଁ ଦିଲ୍ଲୀରେ CIS-A2K ଦ୍ଵାରା ମାର୍ଚ୍ଚ ମାସରେ ହୋଇଥିବା ମିଟିଂରେ ଗୋଗଦାନ କରିଥିଲି ଓ ଏହାର ଶେଷ ପର୍ଯ୍ୟାୟ କାମ ପାଇଁ ଜୁନ ମାସ ୨୮ ଓ ୨୯ ତାରିଖରେ ଚଣ୍ଡିଗଡରେ ହେବାକୁ ଥିବା ମିଟିଂରେ ଯୋଗ ଦେବି ।

"ଉଇକିମିଡିଆ ସମିଟ ୨୦୨୪ରେ ମୋ ଯୋଗଦାନ"ଙ୍କୁ ଉତ୍ତର