ଦେବଦାସ ଛୋଟରାୟ

ଓଡ଼ିଆ ଗୀତିକାର, ଲେଖକ ଓ ପ୍ରଶାସନିକ ଅଧିକାରୀ

ଦେବଦାସ ଛୋଟରାୟ (ଜନ୍ମ: ୨୫ ନଭେମ୍ବର ୧୯୪୬) ଜଣେ ଓଡ଼ିଆ ଲେଖକ,[୧][୨] କାହାଣୀକାର, ପ୍ରାଶାସନିକ ଅଧିକାରୀ ଓ ଶିକ୍ଷାବିଦ । ସେ ଓଡ଼ିଶାର କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଥିଲେ । ସେ ଓଡ଼ିଆରେ ୭୫ରୁ ଅଧିକ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଛନ୍ତି ଏବଂ ପାଞ୍ଚରୁ ଅଧିକ ଥର ଶ୍ରେଷ୍ଠ ଗୀତିକାର ଭାବରେ ରାଜ୍ୟ ପୁରସ୍କାର ଅର୍ଜନ କରିଛନ୍ତି । ତାଙ୍କର ସାହିତ୍ୟିକ ରଚନା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୩]

ଦେବଦାସ ଛୋଟରାୟ
ସଭାପତି
ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ, କଟକର ପରିଚାଳନା ମଣ୍ଡଳୀ
କୁଳପତି
ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1946-11-25) ୨୫ ନଭେମ୍ବର ୧୯୪୬ (ବୟସ ୭୭)
କଟକ
ଘରକଟକ, ଓଡ଼ିଶା, ଭାରତ
ଶିକ୍ଷାନୁଷ୍ଠାନରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ
ପେଷାଭାରତୀୟ ପ୍ରଶାସନିକ ଅଧିକାରୀ, ଲେଖକ

ବୃତ୍ତି ସମ୍ପାଦନା

ଗୀତ ରଚନା ସମ୍ପାଦନା

ଅକ୍ଷୟ ମହାନ୍ତିଙ୍କ ସହ ୧୯୬୦ ଦଶକରୁ ଆରମ୍ଭ କରି ମହାନ୍ତିଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ମୁଖ୍ୟ ଗୀତିକାର ଭାବେ ଦେବଦାସ ଛୋଟରାୟ ଚଳଚ୍ଚିତ୍ର ଏବଂ ରେଡ଼ିଓ ଭଳି ଅଣ-ଚଳଚ୍ଚିତ୍ର ରଚନା କରିଥିଲେ । ତାଙ୍କ ବ୍ୟତୀତ ସେ ବିଭିନ୍ନ ପ୍ରସିଦ୍ଧ ଗାୟକ-ଗାୟିକା ସନ୍ଧ୍ୟା ମୁଖାର୍ଜୀ, ନିର୍ମଳା ମିଶ୍ର, ଉଷା ଉଥୁପ, ସୁରେଶ ୱାଡ଼େକର, ଉଦିତ ନାରାୟଣ, କବିତା କୃଷ୍ଣମୂର୍ତ୍ତୀ ଏବଂ ସୁନିଧି ଚୌହାନ ପ୍ରମୁଖ ତାଙ୍କ ରଚିତ ଗୀତ ପରିବେଷଣ କରିଛନ୍ତି । ତାଙ୍କର ଅଧିକାଂଶ ଅଣ-ଚଳଚ୍ଚିତ୍ର ବ୍ୟାବସାୟିକ ଗୀତଗୁଡ଼ିକ ସାରେଗାମାଦ୍ୱାରା (ଆଗରୁ HMV ନାମରେ ଜଣା) ରେକର୍ଡ଼ କରାଯାଇଥିଲା । ଟେଲିଭିଜନ ପାଇଁ ମଧ୍ୟ ସେ ଗୀତିନାଟ୍ୟ ରଚନା କରିଛନ୍ତି । [୩]

କାହାଣୀ ରଚନା ସମ୍ପାଦନା

ଚଳଚ୍ଚିତ୍ର କାହାଣୀକାର ଭାବେ ତାଙ୍କ ରଚିତ ଇନ୍ଦ୍ରଧନୁର ଛାଇ ୧୯୯୫ ମସିହାରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା । ସେହି ବର୍ଷ ଋଷର କିନୋଟାଭର ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ପୁରସ୍କାର ପାଇଥିଲା । ତାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ବିଶ୍ୱପ୍ରକାଶ ୨୦୦୦ ମସିହାରେ ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଥିଲା ଏବଂ ଏହା ଭାରତୀୟ ପାନୋରାମାରେ ପ୍ରଦର୍ଶିତ ହୋଇଥିଲା । [୩]

ପଦବୀ ସମ୍ପାଦନା

ସେ ଓଡ଼ିଶା ଚଳଚ୍ଚିତ୍ର ବିକାଶ ନିଗମର ନିର୍ଦ୍ଦେଶକଭାବେ ୧୯୮୩-୧୯୮୯ ଯାଏ କାର୍ଯ୍ୟକରିଥିଲେ । ୧୯୮୭ ମସିହାରେ ସେ ପଞ୍ଚମ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବର ପ୍ରକାଶନ କମିଟି ସଭାପତି ଭାବେ ଏବଂ ପରେ ୧୯୯୯ ମସିହାରୁ ୨୦୦୧ ପର୍ଯ୍ୟନ୍ତ ପୁଣେସ୍ଥିତ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାର ପରିଚାଳନା ପରିଷଦର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।[୩]

ରଚନାବଳୀ ସମ୍ପାଦନା

ଦେବଦାସ ଛୋଟରାୟ ଚାରି ଦଶନ୍ଧି ଧରି କବିତା ଏବଂ ଗୀତ ରଚନା ପାଇଁ ଜଣାଶୁଣା ଓ ତାଙ୍କ ରଚନାଗୁଡ଼ିକ ଅନେକ ଭାରତୀୟ ଏବଂ ବିଦେଶୀ ଭାଷାରେ ଅନୁବାଦ କରାଯାଇଛି । ତାଙ୍କର ରଚନାର ଅନୁବାଦ ସୁନୀଲ ଗାଙ୍ଗୋପାଧ୍ୟାୟଙ୍କ ସମ୍ପାଦିତ କୃତିବାସରେ ପ୍ରକାଶିତ ହୋଇଛି ।

ଗଳ୍ପ ସମ୍ପାଦନା

  • ରମାକୁ ମାରିବାର ପାଞ୍ଚଟି ଉପାୟ
  • ମଲ୍ଲିକା, ୨୦୧୪[୪]

ପୁରସ୍କାର ଓ ସମ୍ମାନ ସମ୍ପାଦନା


ଆଧାର ସମ୍ପାଦନା

  1. "Odisha Sahitya Akademi award for 18 authors". newindianexpress.com. Retrieved 16 July 2020.
  2. Pioneer, The. "For poet, there is no age, says Chhotray". The Pioneer (in ଇଂରାଜୀ). Retrieved 18 July 2020.
  3. ୩.୦ ୩.୧ ୩.୨ ୩.୩ ୩.୪ "Ravenshaw University: Former Vice Chancellor". www.ravenshawuniversity.ac.in. Retrieved 18 July 2020.
  4. https://web.archive.org/web/20160627052834/http://www.dharitri.com:80/sahityayan/140516/p8.htm. Archived from the original on 27 Jun 2016. {{cite news}}: Missing or empty |title= (help)
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 8 March 2022.
  6. "ଦେବଦାସ ଛୋଟରାୟଙ୍କୁ ବିଷୁବ ପୁରସ୍କାର". ସମ୍ବାଦ. Retrieved 8 March 2022.
  7. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୮ ମାର୍ଚ୍ଚ ୨୦୨୨. {{cite web}}: Check date values in: |access-date= (help)