ଜୀବନାନନ୍ଦ ପାଣି

ଓଡ଼ିଆ ଗୀତିକାର

ଜୀବନାନନ୍ଦ ପାଣି (୧୩ ମାର୍ଚ୍ଚ ୧୯୩୩ - ୧ ମାର୍ଚ୍ଚ ୧୯୯୮), ଜଣେ ଓଡ଼ିଆ ଗୀତିକବି ତଥା କଥାଚିତ୍ର ଗୀତିକାର ଥିଲେ ।[୧] ଅନୁବାଦ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା ଓ ଏଥିପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ତାଙ୍କରି ଉଦ୍ୟମରେ ବାରିପଦାଠାରେ ଛଉ ନୃତ୍ୟ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।

ଜୀବନାନନ୍ଦ ପାଣି
Born(1933-03-13)୧୩ ମାର୍ଚ୍ଚ ୧୯୩୩
ପ୍ରତାପପୁର, ମୟୂରଭଞ୍ଜ
Died୧ ମାର୍ଚ୍ଚ ୧୯୯୮(1998-03-01) (ବୟସ ୬୪)
Nationalityଭାରତୀୟ
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର

ଜୀବନୀ ସମ୍ପାଦନା

ଜୀବନାନନ୍ଦ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଥିଲେ ବିଜ୍ଞାନର ଛାତ୍ର, କିନ୍ତୁ ଭାଷା ସାହିତ୍ୟ କ୍ଷେତ୍ରରେ ତାଙ୍କର ଗଭୀର ଜ୍ଞାନ ରହିଥିଲା । ସେ କବିତା ଲେଖୁଥିଲେ । ତାଙ୍କ ଗୀତିକବିତା ସଂକଳନର ନାମ ଥିଲା "ସେ ଗାଁଆର କିଆଫୁଲ" । ସ୍ପାନିସ କବି "ଫେଡରିକ ଗ୍ରାସିଆ ଲୋରସା"ଙ୍କ କବିତାକୁ ଅନୁବାଦ କରି, ସେ ୧୯୯୭ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୩] ୧୯୫୪ମସିହାରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ୧୯୭୦ମସିହାରେ ସେ ଦିଲ୍ଲୀସ୍ଥିତ "ସଙ୍ଗୀତ ନାଟକ ଏକାଡେମୀ"ରେ ନିଯୁକ୍ତି ପାଇଥିଲେ । ୧୮ବର୍ଷ ସେଠାରେ ଚାକିରି କରି ଅବସର ନେଇଥିଲେ । ଦିଲ୍ଲୀ ରହଣି କାଳରେ, ଛଉ ନାଚର ପ୍ରସାର ପାଇଁ ସେ ଉଦ୍ୟମ କରିଥିଲେ ଓ ବାରିପଦାଠାରେ ବିଧିବଦ୍ଧ ଭାବରେ ଏକ ଛଉ ନୃତ୍ୟ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଇ ପାରିଥିଲେ ।

୧୯୫୦ ଦଶକ ବେଳକୁ ଆକାଶବାଣୀ କଟକର ସ୍ୱୀକୃତିପ୍ରାପ୍ତ ଗୀତିକାର ମର୍ଯ୍ୟଦା ପାଇ ସାରିଥିଲେ । ସେ ଗୀତିକାର ଭାବରେ କାର୍ଯ୍ୟ କରିଥିବା ୧୯୬୭ମସିହାର ଚଳଚ୍ଚିତ୍ର ଅରୁନ୍ଧତୀର ଗୀତ ଗୁଡ଼ିକୁ ଶାନ୍ତନୁ ମହାପାତ୍ର ସୂର ଦେଇଥିଲେ ଓ ଲତା ମଙ୍ଗେସକର, ମହମ୍ମଦ ରଫି ଆଦି କଣ୍ଠଦାନ କରିଥିଲେ ।[୪]

୧୯୯୮ ମସିହା ମାର୍ଚ୍ଚ ୧ତାରିଖରେ, ଜୀବନାନନ୍ଦଙ୍କର ମୃତ୍ୟୁ ଘଟିଥିଲା ।[୫]

ଜୀବନାନନ୍ଦଙ୍କ ରଚିତ କିଛି ଚଳଚ୍ଚିତ୍ର ଗୀତ ସମ୍ପାଦନା

ରଚନାବଳୀ ସମ୍ପାଦନା

  • ସୂର୍ଯ୍ୟ ମୋର ନୁହେଁ ପ୍ରତିଦ୍ୱନ୍ଦ୍ୱୀ
  • ସେ ଗାଁର କିଆଫୁଲ
  • ରାବଣ ଛାୟା[୯]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୧୯୯୬ (ସ୍ପାନିସ କବି ଲୋରକାଙ୍କ କବିତାର ଓଡ଼ିଆ ଅନୁବାଦ)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୯୫-୯୬

ଆଧାର ସମ୍ପାଦନା

  1. Sita Ram Sharma (1992). Encyclopaedia of Teaching Languages in India: Oriya. Anmol Publications. ISBN 978-81-7041-545-9.
  2. Indian Literature. Sähitya Akademi. 1987.
  3. Jatindra Mohan Mohanty (1980). There, where trees flower: essays on modern Oriya literature. Bookland International.
  4. http://www.pib.nic.in/newsite/efeatures.aspx?relid=67399
  5. "ଆଜିର ଶ୍ରାଦ୍ଧବାର୍ଷିକି". ସମ୍ବାଦ ୦୧/୦୩/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 1 March 2016.[permanent dead link]
  6. ଦେଓ, ସୂର୍ଯ୍ୟ (୨୦୧୫). ଓଡ଼ିଆ ସିନେମା ଗୀତ ୧୯୩୬ରୁ ୧୯୬୯. ଚଂଦ୍ରଶେଖରପୁର, ଭୁବନେଶ୍ୱର: ସୃଜନ. p. ୧୧୧. ISBN 9788192546537.
  7. ଦେଓ, ସୂର୍ଯ୍ୟ (୨୦୧୫). ଓଡ଼ିଆ ସିନେମା ଗୀତ ୧୯୩୬ରୁ ୧୯୬୯. ଚଂଦ୍ରଶେଖରପୁର, ଭୁବନେଶ୍ୱର: ସୃଜନ. p. ୧୧୯. ISBN 9788192546537.
  8. Mohapatra, Tushar Nath. "Sathi re eka lage ati mane". Retrieved 17 July 2016.
  9. "ଆଜି ଜନ୍ମଦିନ". ସମ୍ବାଦ ୧୩/୦୩/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୪. Archived from the original on 17 March 2018. Retrieved 13 March 2018.

ବାହାର ଆଧାର ସମ୍ପାଦନା