ସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)
ସୁବୋଧ ପଟ୍ଟନାୟକ (୧୯୪୭ – ୨୦୧୭) ଜଣେ ଓଡ଼ିଆ ନାଟ୍ୟକାର, ସଂଳାପ ଲେଖକ, ଗାଳ୍ପିକ ଓ ଗୀତିକାର ଥିଲେ । ସେ ତାଙ୍କ ରଚିତ ପୁସ୍ତକ ହୋ ଭଗତେ ପାଇଁ ୧୯୯୦ ମସିହାରେ ଏକକ-ନାଟକ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ସୁବୋଧ ପଟ୍ଟନାୟକ | |
---|---|
ଜନ୍ମ | ୧୯୪୭ |
ମୃତ୍ୟୁ | ୧୭ ସେପ୍ଟେମ୍ବର ୨୦୧୭ | (ବୟସ ୭୦)
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ନାଟ୍ୟକାର ସଂଳାପ ଲେଖକ ଗାଳ୍ପିକ ଗୀତିକାର |
ସକ୍ରିୟ ବର୍ଷ | ୧୯୮୪ – ୨୦୧୭ |
ପେଷା
ସମ୍ପାଦନା୧୯୮୪ ମସିହାରେ, ବ୍ରଜରାଜ ମୁଭିଜଦ୍ୱାରା ନିର୍ମିତ କଥାଚିତ୍ର ଦଣ୍ଡା ବାଳୁଙ୍ଗାରେ ସେ ପ୍ରଥମ କରି ଚିତ୍ରନାଟ୍ୟ ଲେଖିଥିଲେ ।[୨] ଏହି କଥାଚିତ୍ରଟିର ମୁକ୍ତିଲାଭ କରିବା ପୂର୍ବରୁ ସେ କିଏ କାହାର ଓ ବାଜେ ବଇଁଶୀ ନାଚେ ଘୁଙ୍ଗୁର ଭଳି କଥାଚିତ୍ରରେ ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।[୩] ସେ ମମତା ମାଗେ ମୁଲ, ଚକାଭଉଁରି, ଜାଇଫୁଲ, ପୁଅ ମୋର କଳାଠାକୁର, ଜଗା ହାତରେ ପଘା ଭଳି ଜଣାଶୁଣା କଥାଚିତ୍ରର ଚିତ୍ରନାଟ୍ୟ ରଚନା କରିଥିଲେ ।[୪] ସେ ୬୦ରୁ ଅଧିକ ଓଡ଼ିଆ କଥାଚିତ୍ର ଓ ୫୦ରୁ ଅଧିକ ନାଟକ ପାଇଁ କାହାଣୀ ଲେଖିଥିଲେ ।[୫] ତାଙ୍କ ରଚିତ ଏକ ନାଟକ 'ମହାଯାତ୍ରା' ୨୦୧୦ ମସିହାରେ ପରାଦୀପଠାରେ ଅନୁଷ୍ଠିତ ଜାତୀୟ ଥିଏଟର ମେଳାରେ ପ୍ରଦର୍ଶିତ ହୋଇଥିଲା ।[୬]
କଥାଚିତ୍ର
ସମ୍ପାଦନାମୃତ୍ୟୁ
ସମ୍ପାଦନା୨୦୧୭ ମସିହାର ସେପ୍ଟେମ୍ବର ୧୬ ତାରିଖରେ କଟକଠାରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।[୭][୮] ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ "Eminent Odia cinema scriptwriter Dr Subodh Patnaik no more - Times of India". The Times of India. Retrieved 2019-01-27.
- ↑ "Writer-lyricist Subodh Patnaik no more | OTV" (in ଆମେରିକୀୟ ଇଂରାଜୀ). 2017-09-16. Retrieved 2019-01-27.
- ↑ Bureau, Odisha Sun Times. "Odisha cine dialogue writer Subodh Patnaik passes away | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-01-27.
- ↑ "Eminent screenplay writer Subodh Patnaik dies at 70". KalingaTV (in ଆମେରିକୀୟ ଇଂରାଜୀ). 2017-09-16. Retrieved 2019-01-27.
- ↑ "Eminent screenplay writer Subodh Patnaik passes away". The New Indian Express. Retrieved 2019-01-27.
- ↑ Chakra, Shyamhari (2010-05-27). "Different tales, different takes". The Hindu (in Indian English). ISSN 0971-751X. Retrieved 2019-01-28.
- ↑ "Eminent Odia Cinema dialogue writer Dr Subodh Patnaik dies at 70". Pragativadi: Leading Odia Dailly (in ଆମେରିକୀୟ ଇଂରାଜୀ). 2017-09-16. Retrieved 2019-01-27.
- ↑ Bureau, ReportOdisha (2017-09-16). "Noted Script Writer of Ollywood Dr.Subodh Patnaik passed away". ReportOdisha (in ଆମେରିକୀୟ ଇଂରାଜୀ). Archived from the original on 2019-01-27. Retrieved 2019-01-27.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସୁବୋଧ ପଟ୍ଟନାୟକ