ତୁ ଏକା ଆମ ସାହା ଭରସା
ତୁ ଏକା ଆମ ସାହା ଭରସା ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସୁଶାନ୍ତ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧][୨][୩] ଶକ୍ତି ବରାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ତୁ ଏକା ଆମ ସାହା ଭରସା | |
---|---|
ନିର୍ଦ୍ଦେଶକ | ଶକ୍ତି ବରାଳ |
ପ୍ରଯୋଜକ | ସୁଶାନ୍ତ ସାହୁ |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ଶକ୍ତି ବରାଳ |
କାହାଣୀ | ସୁଶାନ୍ତ ସାହୁ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ମିଶ୍ର, ମିହିର ଦାସ, ସୁରେଶ ବଳ, ଇଲୁ ବାନାର୍ଜୀ, ମୀନକେତନ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଦିଲୀପ ରାୟ |
ସମ୍ପାଦକ | ବିଜୟ ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୬ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ମିଶ୍ର, ମିହିର ଦାସ । ସୁରେଶ ବଳ, ଇଲୁ ବାନାର୍ଜୀ, ମହୁଆ ଭଟ୍ଟାଚାର୍ଯ୍ୟ, ମୀନକେତନ, ଅପରାଜିତା ମହାନ୍ତି, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ବ୍ରଜ ସିଂହ, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ପ୍ରେମ ଆନନ୍ଦ ଏହି କଥାଚିତ୍ରରେ ପ୍ରଥମ ଥର ପାଇଁ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲ ।[୪] ଦେବଦାସ ଛୋଟରାୟ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଇରା ମହାନ୍ତି, ଉଦିତ ନାରାୟଣ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ତୋ ଚେହେରା ଛମା ଛମା" | |
2. | "ଏମିତି କଳା ବଉଦ" | |
3. | "ଛୋଟ ଏଇ ହୃଦୟକୁ" | |
4. | "ଆଜି ଜାଗର" | |
5. | "ମନ ଚାହେଁନି" | |
6. | "ତୁ ଏକା ଆମ ସାହା ଭରଷା" | |
7. | "ପରଦେଶିଆ" |
ଆଧାରସମ୍ପାଦନ କରନ୍ତୁ
- ↑ "ବିଶିଷ୍ଟ ନାଟ୍ୟକାର ତଥା ସଂଳାପ ଲେଖକ ଡାକ୍ତର ସୁବୋଧ ପଟ୍ଟନାୟକ ଆଉ ନାହାନ୍ତି !". sambad.in. 16 September 2017. Retrieved 16 September 2017.
- ↑ "ସଂଳାପ ଲେଖକ ଓ ନାଟ୍ୟକାର ଡା. ସୁବୋଧ ପଟ୍ଟନାୟକଙ୍କ ପରଲୋକ". ଖବର ଓଡ଼ିଶା. 16 September 2017. Retrieved 16 September 2017.
- ↑ "ପରଲୋକରେ ବିଶିଷ୍ଟ ସଂଳାପ ଲେଖକ ଡ. ସୁବୋଧ ପଟ୍ଟନାୟକ". ସମାଜ. 16 September 2017. Retrieved 16 September 2017.
- ↑ "ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ସଂପର୍କରେ ଏ କଥା ଜାଣନ୍ତି କି !". sambad.in. 23 January 2018. Retrieved 17 February 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ତୁ ଏକା ଆମ ସାହା ଭରସା