ସୁନା ସଂସାର (୧୯୯୭ର କଥାଚିତ୍ର)
ସୁନା ସଂସାର, ୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କେଶବ ରାଉତ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ସୁନା ସଂସାର | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
ପ୍ରଯୋଜକ | କେଶବ ରାଉତ |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ହର ପଟ୍ଟନାୟକ |
କାହାଣୀ | ହର ପଟ୍ଟନାୟକ |
କଳାକାର | ସିଦ୍ଧାନ୍ତ ମହାପାତ୍ର ସ୍ମିତା ମହାନ୍ତି ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ରାଇମୋହନ ଅଶ୍ରୁମୋଚନ ମହାନ୍ତି |
ସଙ୍ଗୀତ | ବିଜୁ ସ୍ୱାଇଁ |
ଚିତ୍ରଗ୍ରହଣ | ଦୀଲିପ ରାୟ |
ସମ୍ପାଦକ | ରବି ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୭ ଅକ୍ଟୋବର ୧୯୯୭ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ସ୍ମିତା ମହାନ୍ତି । ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଦେବୁ ବୋଷ, ରାଇମୋହ ପରିଡ଼ା, ସୁରେଶ ବଳ, ଅଶ୍ରୁମୋଚନ ମହାନ୍ତି, ମିହିର ଦାସ, ଲିଜା ଦାସ, ଉପେନ୍ଦ୍ର ନାୟକ, ହିମାଂଶୁ ପରିଜା, ହର ପଟ୍ଟନାୟକ, କେଶବ ରାଉତ, ଜୟୀରାମ ସାମଲ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୧୯୯୭ ମସିହାରେ ସୁନା ସଂସାର ଶୀର୍ଷକରେ ଏକ କଥାଚିତ୍ର ନିର୍ମାଣ କରିଥିଲେ ଶିଶିର ମିଶ୍ର, ଯେଉଁଥିରେ ହର ପଟ୍ଟନାୟକ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ ଏବଂ ଏହାର ମୁକ୍ତିଲାଭର ୨୦ ବର୍ଷ ପରେ ପୁଣିଥରେ ସମାନ ଶୀର୍ଷକରେ ହର ଏହି କଥାଚିତ୍ରଟି ନିର୍ମାଣ କରିଥିଲେ, ଯେଉଁଥିରେ ସେ ନିଜେ ଖଳନାୟକ ଭାବରେ ଅଭିନୟ କରିଥିଲେ ।[୧]
ଅଭିନୟ ସମ୍ପାଦନ କରନ୍ତୁ
- ସିଦ୍ଧାନ୍ତ ମହାପାତ୍ର[୨]
- ସ୍ମିତା ମହାନ୍ତି
- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ଦେବୁ ବୋଷ
- ରାଇମୋହନ ପରିଡ଼ା
- ସୁରେଶ ବଳ
- ଅଶ୍ରୁମୋଚନ ମହାନ୍ତି
- ମିହିର ଦାସ
- ଲିଜା ଦାସ
- ଅନିଷା ଦାସ
- ଉପେନ୍ଦ୍ର ନାୟକ
- ହିମାଂଶୁ ପରିଜା
- ହର ପଟ୍ଟନାୟକ
- କେଶବ ରାଉତ
- ଜୟୀରାମ ସାମଲ
- ବ୍ରଜ ସିଂହ
ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଜୁ ସ୍ୱାଇଁ । ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶ୍ରୀକାନ୍ତ ଦାସ, ସୁବାସ ଦାସ, ତାସପ ଦାସ, ଦୀପକ, ଇରା ମହାନ୍ତି, ବିଷ୍ଣୁ ନାୟକ, ମହମ୍ମଦ ସାଜିଦ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ ସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ଭାଇ ତ ରାମ ଚନ୍ଦ୍ର" | |
2. | "ସଂକଟ ମୋଚନ" | |
3. | "ପ୍ରେମରେ ତ ଏମିତି ହୁଏ" | |
4. | "ଏକ ସୁଖୀ ପରିବାର" | |
5. | "ଏଇ ମୋ ଅଟୋ ଡ୍ରାଇଭର" | |
6. | "ଦିଅ ମିଠା ମିଠା ଗୋଟେ" |
ଆଧାର ସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "ଟାଇଟଲ ଗୋଟିଏ, ଫିଲ୍ମ ଦୁଇଟି". OdishaLIVE. 21 September 2018. Archived from the original on 16 September 2020. Retrieved 16 September 2020.
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
ବାହାର ଆଧାର ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ସୁନା ସଂସାର