ବିଭ୍ରାନ୍ତ
ବିଭ୍ରାନ୍ତ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହର ପ୍ରସାଦ ସାହୁ ।[୧] ଅମିତ କୁମାର ଦାସ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ବିଶ୍ୱଭୂଷଣ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ଅଭିଜିତ ମଜୁମଦାର ଓ ଗୌରବ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ବିଭ୍ରାନ୍ତ | |
---|---|
ନିର୍ଦ୍ଦେଶକ | ବିଶ୍ୱଭୂଷଣ ମହାପାତ୍ର |
ପ୍ରଯୋଜକ | ହର ପ୍ରସାଦ ସାହୁ |
ସଂଳାପ | ଅମିତ କୁମାର ଦାସ |
ଚିତ୍ରନାଟ୍ୟ | ବିଶ୍ୱଭୂଷଣ ମହାପାତ୍ର |
କାହାଣୀ | ବିଶ୍ୱଭୂଷଣ ମହାପାତ୍ର |
କଳାକାର | ଜ୍ୟୋତି ରଞ୍ଜନ ନାୟକ ତମନ୍ନା ବ୍ୟାସ ପ୍ରଜ୍ଞା ଖଟୁଆ |
ସଙ୍ଗୀତ | ଅଭିଜିତ ମଜୁମଦାର ଗୌରବ ଆନନ୍ଦ |
ଚିତ୍ରଗ୍ରହଣ | ବିଟୁଲ ଦାସ |
ସମ୍ପାଦକ | ଅମରେନ୍ଦ୍ର ମହାନ୍ତି |
ମୁକ୍ତିଲାଭ ତାରିଖ | ୧୦ ଫେବୃଆରୀ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ତମନ୍ନା ବ୍ୟାସ ।[୨] ପ୍ରଜ୍ଞା ଖଟୁଆ, ଦୀପନ ବରୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ଟ୍ରେଲର୍ କୋଏମ୍ବଟୁରର ଇଶାଯୋଗା ସେଣ୍ଟରରେ ଥିବା ଆଦିଯୋଗୀ ଅଡ଼ିଟୋରିଅମ୍ରେ ମୁକ୍ତିଲାଭ କରିଥିଲା ।[୧] ୨୦୨୩ ମସିହାର ଫେବୃଆରୀ ୧୦ ତାରିଖରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ
ସମ୍ପାଦନା- ଜ୍ୟୋତି ରଞ୍ଜନ ନାୟକ
- ତମନ୍ନା ବ୍ୟାସ
- ପ୍ରଜ୍ଞା ଖଟୁଆ
- ଦୀପନ ବରୁଆ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ଓ ଗୌରବ ଆନନ୍ଦ ।[୪] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଓ ରଞ୍ଜନ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୌରବ ଆନନ୍ଦ, ତାରିକ୍ ଅଜିଜ୍, ଦୀପ୍ତିରେଖା ପାଢ଼ୀ, ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩][୫]
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ବିଭ୍ରାନ୍ତ" | ରଞ୍ଜନ ନାୟକ | ଗୌରବ ଆନନ୍ଦ | |
2. | "ଆହିସ୍ତା ଆହିସ୍ତା" | ନିର୍ମଳ ନାୟକ | ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ | |
3. | "ଖୁଦା ମାନିଲି" | ନିର୍ମଳ ନାୟକ | ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "'ବିଭ୍ରାନ୍ତ'ର ଟ୍ରେଲର". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
- ↑ "ଜ୍ୟୋତିଙ୍କ ଭୂମିକା". ସମ୍ବାଦ. No. ରବିବାର. 5 February 2023. p. 8. Archived from the original on 23 March 2023. Retrieved 23 March 2023.
- ↑ ୩.୦ ୩.୧ "୧୦ରେ 'ବିଭ୍ରାନ୍ତ'". ପ୍ରମେୟ (ରବିବାର). 5 February 2023. p. 8. Archived from the original on 23 March 2023. Retrieved 23 March 2023.
- ↑ "'ବିଭ୍ରାନ୍ତ'ରେ ଜ୍ୟୋତି-ତମନ୍ନା". ନିର୍ଭୟ. 11 February 2023. p. 10. Archived from the original on 23 March 2023. Retrieved 23 March 2023.
- ↑ "ଜ୍ୟୋତି-ତମନ୍ନାଙ୍କ 'ବିଭ୍ରାନ୍ତ'". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବିଭ୍ରାନ୍ତ