ପ୍ୟାର ଅଲଗା ପ୍ରକାର
ପ୍ୟାର ଅଲଗା ପ୍ରକାର, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିହତିଲେ ବିବେସିତା ଘଡ଼େଇ ଓ ଅକ୍ଷୟ ପ୍ରଧାନ ।[୪] ବିଜୟ ମଲ୍ଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୫] ହୀରା ଚୌଧୁରୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪]
ପ୍ୟାର ଅଲଗା ପ୍ରକାର[୧] | |
---|---|
ନିର୍ଦ୍ଦେଶକ | ହୀରା ଚୌଧୁରୀ |
ପ୍ରଯୋଜକ | ବିବେସିତା ଘଡ଼େଇ ଅକ୍ଷୟ ପ୍ରଧାନ |
ସଂଳାପ | ବିଜୟ ମଲ୍ଲ |
ଚିତ୍ରନାଟ୍ୟ | ହୀରା ଚୌଧୁରୀ |
କାହାଣୀ | ହୀରା ଚୌଧୁରୀ |
କଳାକାର | ଜ୍ୟୋତି ରଞ୍ଜନ ନାୟକ ଝିଲିକ୍ ଭଟ୍ଟାଚାର୍ଯ୍ୟ ବିଜୟ ମହାନ୍ତି ମିହିର ଦାସ ଜୟୀରାମ ସାମଲ ପ୍ରଜ୍ଞା ଖଟୁଆ |
ସଙ୍ଗୀତ | ଅମରେନ୍ଦ୍ର ମହାନ୍ତି |
ଚିତ୍ରଗ୍ରହଣ | ରଞ୍ଜିତ ରଥ |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୨୩ ନଭେମ୍ବର ୨୦୧୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଝିଲିକ ଭଟ୍ଟାଚାର୍ଯ୍ୟ ।[୪] ବିଜୟ ମହାନ୍ତି, ମିହିର ଦାସ, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫]
୨୩ ନଭେମ୍ବର ୨୦୧୮ରେ ପଞ୍ଚକ ପୂର୍ଣ୍ଣିମା ଅବସରରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା । ନାୟକ ଜ୍ୟୋତିରଞ୍ଜନଙ୍କ ଏହି କଥାଚିତ୍ରଟି ସହିତ ତାଙ୍କ ଅଭିନୀତ ଅନ୍ୟ ଏକ କଥାଚିତ୍ର ସାଥୀ ତୁ ଫେରିଆ ସେହି ସମାନ ଦିନରେ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାନିଶା ସୁନ୍ଦରୀ ହେଲେ ଭାରି ଜିଦଖୋର । ଅଜା ରାଜେଶ୍ୱର ରାୟ ତା’ପାଇଁ ବରପାତ୍ରଟିଏ ଖୋଜୁଥାଆନ୍ତି କିନ୍ତୁ ବାହା ହେବାକୁ ନିଶା ରାଜି ହୁଏନା । ହଠାତ ଜିତ୍ଙ୍କ ସହ ଭେଟ ହୁଏ ନିଶାର । କିନ୍ତୁ ପ୍ରେମର ନାଟକ ଭିତରେ ତାକୁ ଧୋକା ଦିଏ ଜିତ୍ । ଆଉ ତା’ପରେ ଘଟେ ଅନେକ ଘଟଣା । ଏହି ସବୁକୁ ନେଇ ଗଠିତ ଏହି କଥାଚିତ୍ରଟିର କାହଣୀ ।[୫]
ଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି ।[୯] ଶୀର୍ଷାନନ୍ଦ ଦାନ କାନୁନ୍ଗୋ ଓ ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୪] ହ୍ୟୁମାନ ସାଗର, ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ, ସତ୍ୟଜିତ ପ୍ରଧାନ, ଅନନ୍ୟା ଶ୍ରୀତମ ନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ପ୍ୟାର ଅଲଗା ପ୍ରକାର" | ହ୍ୟୁମାନ ସାଗର, ଅସୀମା ପଣ୍ଡା | |
2. | "ପାପୁଲିରେ ମୋର" | ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ | |
3. | "ମନ ମୋର" | ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା | |
4. | "ଭଲ ପାଇଥିଲି" | ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ |
ଆଧାର
ସମ୍ପାଦନା- ↑ Database, Odia Movie. "Pyar Alaga Prakar". Odia Movie Database. Retrieved 1 December 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ ୩.୦ ୩.୧ "ଏଇ ମାସରେ ଦୁଇ ଦୁଇଟି ସିନେମା ସହିତ ପରଦାକୁ ଆସୁଛନ୍ତି ଓଲିଉଡ ଅଭିନେତା ଜ୍ୟୋତି ।". OllyBolly. 4 November 2018. Archived from the original on 1 December 2018. Retrieved 1 December 2018.
- ↑ ୪.୦ ୪.୧ ୪.୨ ୪.୩ "ଓଡ଼ିଆ ସିନେମା ' ପ୍ୟାର ଅଲଗା ପ୍ରକାର ' ସିନେମାର ଶୁଭ ମହୁରତ - EnewsOdia.Com". EnewsOdia.Com. 11 April 2018. Archived from the original on 1 December 2018. Retrieved 1 December 2018.
- ↑ ୫.୦ ୫.୧ ୫.୨ "ପ୍ୟାର ଅଲଗା ପ୍ରକାର". Dharitri.com (in odia). 1 November 2018. Archived from the original on 5 November 2018. Retrieved 1 December 2018.
{{cite news}}
: CS1 maint: unrecognized language (link) - ↑ "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 24 September 2020. Retrieved 4 January 2019.
- ↑ "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
- ↑ "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 2 January 2019. Retrieved 4 January 2019.
- ↑ "'ପ୍ୟାର ଅଲଗା ପ୍ରକାର'ରେ ଏକାଠି ନଜର ଆସିବେ ଜ୍ୟୋତି ଓ ଝିଲିକ୍ | Odisha Crime News". odishacrimenews.com. 1 November 2018. Archived from the original on 1 December 2018. Retrieved 1 December 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ୟାର ଅଲଗା ପ୍ରକାର