ଜ୍ୟୋତି ରଞ୍ଜନ ନାୟକ

ଓଡ଼ିଆ କଥାଚିତ୍ର ଅଭିନେତା
(ଜ୍ୟୋତିରଞ୍ଜନ ନାୟକରୁ ଲେଉଟି ଆସିଛି)

ଜ୍ୟୋତି ରଞ୍ଜନ ନାୟକ (ଜନ୍ମ: ୨୪ ଅକ୍ଟୋବର ୧୯୯୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୧୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ଶ୍ରୀକାନ୍ତ ଗୌତମଙ୍କଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ମିଠା ମିଠା ଯୋଡ଼ିରେ ଭାଗ ନେଇ ବିଜେତା[୩] ହେବା ପରେ ଜ୍ୟୋତି ଓଡ଼ିଆ କଥାଚିତ୍ର ମିଠା ମିଠାରେ ନାୟକ ଭାବରେ ଅଭିନୟ କରିଥିଲେ, ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭରେ ବିଳମ୍ବ ହୋଇଥିଲା ।[୪] ଓଡ଼ିଆ କଥାଚିତ୍ର ଜଗତରେ ଜ୍ୟୋତିଙ୍କର ପ୍ରଥମ ମୁକ୍ତିଲାଭ ଚଳଚ୍ଚିତ୍ର ହେଉଛି ଦେଲେ ଧରା କଥା ସରେ[୫] ଏହାପରେ ସେ ନିଝୁମ ରାତିର ସାଥୀ, ଦିଲ୍ କା ରାଜା, ତୁ ମୋ ହିରୋ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।[୧]

ଜ୍ୟୋତି ରଞ୍ଜନ ନାୟକ
Born
ଜ୍ୟୋତିରଞ୍ଜନ ନାୟକ

(1994-10-24) ୨୪ ଅକ୍ଟୋବର ୧୯୯୪ (ବୟସ ୨୯)[୧]
Occupation(ଓଡ଼ିଆ) ଅଭିନେତା
Years active୨୦୧୬ରୁ-ଏବେଯାଏଁ
Awardsତରଙ୍ଗ ସିନେ ଉତ୍ସବ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଜ୍ୟୋତି ରଞ୍ଜନ ଚେନ୍ନାଇରେ ଇଞ୍ଜିନିୟରିଂ ପଢ଼ୁଥିଲେ ।[୬] ଏହି ସମୟେର ସେ ତାମିଲ କଥାଚିତ୍ରରେ ଅଭିନୟ କରିବାର ପ୍ରଚେଷ୍ଟା କରିଥିଲେ ମାତ୍ର ସଫଳ ହୋଇପାରିନଥିଲେ ।[୧]

ଅଭିନୟ ଜୀବନ ସମ୍ପାଦନା

ଜ୍ୟୋତି ରଞ୍ଜନ ଚେନ୍ନାଇରେ ଇଞ୍ଜିନିୟରିଂ ପଢ଼ୁଥିଲାବେଳେ ଏକ ତାମିଲ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ପାଇଁ ମନୋନୀତ ହୋଇଥିଲେ, ମାତ୍ର ତାଙ୍କ ତାମିଲ ଭାଷା ଜଣ ନଥିବାରୁ ସେ ସେହି ଚଳଚ୍ଚିତ୍ରରୁ ଓହରିଯାଇଥିଲେ ।[୧] ପରବର୍ତ୍ତୀ ସମୟରେ ସେ ଓଡ଼ିଶା ଆସିବା ପରେ କଲର୍ସ ଓଡ଼ିଆରେ ପ୍ରସାରିତ କାର୍ଯ୍ୟକ୍ରମ ମିଠା ମିଠା ଯୋଡ଼ିରେ ଅଂଶଗ୍ରହଣ କରିଥିଲେ ଏବଂ ବିଜୟୀ ହୋଇଥିଲେ ।[୩] ଏହି କାର୍ଯ୍ୟକ୍ରମଟିରେ ବିଜୟୀ ଯୋଡ଼ିଙ୍କୁ ନେଇ ଓଡ଼ିଆ କଥାଚିତ୍ର ମିଠା ମିଠା ନିର୍ମାଣ କରାଯାଇଥିଲା ।[୭] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀକାନ୍ତ ଗୌତମ[୪] ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ଅଙ୍କିତା, ସମ୍ଭବ, ଶ୍ରଦ୍ଧା, ରାଜେଶ, ପ୍ରକୃତି ମିଶ୍ର ଆଦି କଳାକାରମାନେ ଅଭିନୟ କରିଥିଲେ ।[୮] ଏହି ଚଳଚ୍ଚିତ୍ରଟିର ମୁକ୍ତିଲାଭରେ ବିଳମ୍ବ ହୋଇଥିଲା । ଏହି ଚଳଚ୍ଚିତ୍ରଟିର ମୁକ୍ତିଲାଭ ପୂର୍ବରୁ ତାଙ୍କର ଅନ୍ୟ ତିନୋଟି ଓଡ଼ିଆ କଥାଚିତ୍ର ମୁକ୍ତିଲାଭ କରିସାରିଥିଲା ।

ଓଡ଼ିଆ କଥାଚିତ୍ର ଜଗତରେ ଜ୍ୟୋତିଙ୍କର ପ୍ରଥମ ମୁକ୍ତିଲାଭ ଚଳଚ୍ଚିତ୍ର ହେଉଛି ଦେଲେ ଧରା କଥା ସରେ[୯] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶ୍ରୈଳେନ୍ଦ୍ର ମିଶ୍ର ।[୧୦] ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ମାଳବିକା ବାନାର୍ଜୀ ନାୟିକା ଭୂମିକାରେ ଅଭିନୟ କରିଥିଲେ ।[୧୧] ଏହି କଥାଚିତ୍ରିଟିରେ ଜ୍ୟୋତିଙ୍କ ସ‌ହ ଅଜିତ ଦାସ, ମହାଶ୍ୱେତା ରାୟ, ମୀନକେତନ, ବବି ମିଶ୍ର, ପୃଥୀରାଜ, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଅଭିନୟ କରିଥିଲେ ।[୧୨]

୨୦୧୭ ନବବର୍ଷ ସମୟରେ ଜ୍ୟୋତିଙ୍କର ନିଝୁମ ରାତିର ସାଥୀ ମୁକ୍ତିଲାଭ କରିଥିଲା ।[୧୩] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ[୧୪] ଏହି ଚଳଚ୍ଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ତମନ୍ନା । ଚନ୍ଦନ, ସତ୍ୟବ୍ରତ ତ୍ରିପାଠୀ, ପ୍ରେମାନନ୍ଦ ପରିଡ଼ା, ପଲ୍ଲବୀ, ସୋନାଲୀ, ସୁମନ, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୫]

ଏହାପରେ ସେ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ଦିଲ୍ କା ରାଜାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ପିଙ୍କି ପ୍ରିୟଦର୍ଶନୀ ଏବଂ ଦୀପିକା ।[୧୬] ଉତ୍ତମ ମହାନ୍ତି, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପପୁ ପମ ପମ ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୭] ଏହି କଥାଚିତ୍ରଟି ଫେବୃଆରୀ ମାସରେ ମୁକ୍ତିଲାଭ କରିଥିଲା । ଏହାପରେ ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର ମିଠା ମିଠା ମଇ ମାସରେ ମୁକ୍ତିଲାଭ କରିଥିଲା ।[୧୮][୧୯][୨୦]

୨୦୧୭ ଦୀପାବଳୀ ସମୟରେ ଜ୍ୟୋତିଙ୍କର ୫ମ ଚଳଚ୍ଚିତ୍ର ତୁ ମୋ ହିରୋ ମୁକ୍ତିଲାଭ କରିଥିଲା ।[୨୧] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଦିଲୀପ ପଣ୍ଡା ।[୨୨] ଏହି ଚଳଚ୍ଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଝିଲିକ୍ ଭଟ୍ଟାଚାର୍ଯ୍ୟ[୨୩][୨୪] ଏହି କଥାଚିତ୍ରଟିଏ ଜ୍ୟୋତିଙ୍କ ସ‌ହ ସୁଭାଶିଷ ଶର୍ମା, ମିହିର ଦାସ, ସରୋଜ ଦାସ ଆଦି କଳାକାମାନେ ଅଭିନୟ କରିଥିଲେ ।[୨୫]

୨୦୧୮ ଜାନୁଆରୀରେ ତରଙ୍ଗ ସିନେ ପ୍ରଡକ୍ସନର ଚଳଚ୍ଚିତ୍ର ହାପି ଲକି ଚଳଚ୍ଚିତ୍ରରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଏଲିନା ସାମନ୍ତରାୟ[୨][୨୬] ଏହି କଥାଚିତ୍ରଟିରେ ଅଭିନେତା ସମ୍ବିତ ଆଚାର୍ଯ୍ୟ ଏବଂ ନବାଗତା ସସ୍ମିତା ପିୟାଲି ସାହୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୨୭] ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨୮] ମିହିର ଦାସ, ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ ନାୟକ, ଚୌଧୁରୀ ବିକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୨୯]

୨୦୧୮ର ପଣା ସଂକ୍ରାନ୍ତି ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଓଲେ ଓଲେ ଦିଲ୍ ବୋଲେରେ ଜ୍ୟୋତି ଝିଲିକ୍‌ଙ୍କ ସ‌ହ ଅଭିନୟ କରିଥିଲେ ।[୩୦] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ କୈଳାସ ମହାପାତ୍ର ।[୩୧]

ଏହାପରେ ସେହି ବର୍ଷ ନଭେମ୍ବର ୨୩ ତାରିଖରେ ଗୋଟିଏ ଦିନରେ ଜ୍ୟୋତିଙ୍କର ଏକାସାଙ୍ଗରେ ଦୁଇଟି କଥାଚିତ୍ର ସାଥୀ ତୁ ଫେରିଆପ୍ୟାର ଅଲଗା ପ୍ରକାର ମୁକ୍ତିଲାଭ କରିଥିଲା ।[୩୨]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭୂମିକା ମନ୍ତବ୍ୟ
୨୦୧୬ ଦେଲେ ଧରା କଥା ସରେ ଶୈଳେନ୍ଦ୍ର ମିଶ୍ର ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୧୭ ନିଝୁମ ରାତିର ସାଥୀ ସଞ୍ଜୟ ନାୟକ
ଦିଲ୍ କା ରାଜା ଦିଲ୍ଲୀପ ପଣ୍ଡା
ମିଠା ମିଠା ଶ୍ରୀକାନ୍ତ ଗୌତମ
ତୁ ମୋ ହିରୋ ଦିଲୀପ ପଣ୍ଡା
୨୦୧୮ ହାପି ଲକି ସୁଧାଂଶୁ ମୋହନ ସାହୁ ଲକି
ଓଲେ ଓଲେ ଦିଲ୍ ବୋଲେ କୈଳାସ ମହାପାତ୍ର
ସାଥୀ ତୁ ଫେରିଆ ସୁଧାକର ବସନ୍ତ
ପ୍ୟାର ଅଲଗା ପ୍ରକାର ହୀରା ଚୌଧୁରୀ
୨୦୧୯ ତୁ ମୋ ସୁନା ଚଢ଼େଇ ଦିଲୀପ ପଣ୍ଡା
ପ୍ରେମରେ ରଖିଚି ୧୦୦ରୁ ୧୦୦ ସଞ୍ଜୟ ନାୟକ
ଫ୍ରମ୍ ମି ଟୁ ୟୁ ହେମନ୍ତ ସାହୁ
୨୦୨୧ ତୁ ଭାରି ବିୟୁଟିଫୁଲ୍ ସଞ୍ଜୟ ନାୟକ
ସୁପର୍ ବୟ୍ କେ. ଅନିଷ
ମନ ମୋ ନେଇଗଲୁ ରେ ସଞ୍ଜୟ ନାୟକ
୨୦୨୨ ଆଉ ଗୋଟେ ଲଭ୍ ଷ୍ଟୋରୀ
ଅଳ୍ପ ଦିନର ଗଳ୍ପ ଅଶୋକ ପତି
ତୁ ମୋର ଓକେ ମୃତ୍ୟୁଞ୍ଜୟ ସାହୁ
୨୦୨୩ ବିଭ୍ରାନ୍ତ ବିଶ୍ୱଭୂଷଣ ମହାପାତ୍ର [୩୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "ତାମିଲ ସିନେମାରେ ହିରୋ ହୋଇଥାନ୍ତେ ଏହି ଓଲିଉଡ଼ ନାୟକ !". sambad.in. 24 October 2017. Retrieved 25 October 2017.
  2. ୨.୦ ୨.୧ "ଦେହରୁ ରକ୍ତ ବୋହିଲେ ମୋ ଫିଲ୍ମ ହିଟ୍‌ ହୁଏ ବୋଲି ମୁଁ ବିଶ୍ୱାସ କରେ : ଜ୍ୟୋତି". sambad.in. 12 March 2018. Retrieved 13 March 2018.
  3. ୩.୦ ୩.୧ "Jyoti And Ankita Winners of Mitha MItha Jodi on Colors Odia". Incredible Orissa. 21 September 2015. Retrieved 17 July 2017.
  4. ୪.୦ ୪.୧ "Mitha Mitha". Odia Movie Database. Archived from the original on 7 July 2017. Retrieved 17 July 2017.
  5. "ଜ୍ୟୋତିଙ୍କ ସହ ଏଲ୍‌ସାଙ୍କୁ ଦର୍ଶକ କେତେ ପସନ୍ଦ କରିବେ?". Sambad (in Odia). Odisha. 20 January 2019. Archived from the original on 22 January 2019. Retrieved 22 January 2019.{{cite news}}: CS1 maint: unrecognized language (link)
  6. "A Very Happy Birth Day To Jyoti Ranjan Nayak". E news ଓଡ଼ିଆ. 24 October 2016. Retrieved 25 October 2017.
  7. "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
  8. "'ମିଠା ମିଠା'ର ପୋଷ୍ଟର୍‌ ରିଲିଜ୍‌". ସମ୍ବାଦ. 10 April 2017. Archived from the original on 20 July 2017. Retrieved 17 July 2017.
  9. "ଝିଲିକ୍ ଓ ଜ୍ୟୋତି ରଞ୍ଜନଙ୍କ ଆଗାମୀ ଓଡ଼ିଆ ଛବି 'ତୁ ମୋ ହିରୋ'". E News ଓଡ଼ିଆ. 19 July 2017. Retrieved 26 July 2017.
  10. "ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ ଦେଲେ ଧରା କଥା ସରେ". Mu Odia TV. 9 November 2016. Retrieved 26 July 2017.
  11. "ଦେଲେ ଧରା କଥା ସରେ". କନକ ନ୍ୟୁଜ. 26 April 2016. Retrieved 26 July 2017.
  12. "୧୧ରେ 'ଦେଲେ ଧରା କଥା ସରେ'". ସମ୍ବାଦ. 6 November 2016. Archived from the original on 29 July 2017. Retrieved 26 July 2017.
  13. "ଜାନୁଆରୀ 1, 2017ରେ ମୁକ୍ତିଲାଭ କରିବାକୁ ଥିବା ଗଡ୍ ଫାଦର୍ ଓ ନିଝୁମ ରାତିର ସାଥୀର ପବ୍ଲିସିଟି-ପ୍ରୋ ପ୍ରଣୟ ଜେଠୀ ।". Cine Critics. Retrieved 19 July 2017.[permanent dead link]
  14. "ନୂଆବର୍ଷରେ ପରଦାକୁ ଆସିଲା 'ନିଝୁମ ରାତିର ସାଥୀ'". Odisha Reporters. 1 January 2017. Retrieved 19 July 2017.
  15. "Nijhum Ratira Sathi". Odia Movie Database. Archived from the original on 20 July 2017. Retrieved 19 July 2017.
  16. "ଫେବ୍ରୁଆରୀରେ 'ଦିଲ୍‌କା ରାଜା'". ପ୍ରମେୟ. 8 January 2017. Archived from the original on 10 January 2017. Retrieved 1 March 2017.
  17. "Mahurat of Odia movie 'Dil Ka Raja' held in city". ପ୍ରଗତିବାଦୀ. 25 October 2016. Retrieved 1 March 2017.
  18. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  19. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  20. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  21. "ଆଜି ପରଦାକୁ ଆସୁଛି 'ତୁ ମୋ ହିରୋ'". sambad.in. 20 October 2017. Retrieved 25 October 2017.
  22. "Subha Mahurat Of Upcoming Odia Film Tu Mo Hero". E News Odia. 8 June 2017. Retrieved 3 October 2017.
  23. "ଝିଲିକ୍‌ ଓ ଜ୍ୟୋତି ରଞ୍ଜନଙ୍କ ଆଗାମୀ ଓଡ଼ିଆ ଛବି 'ତୁ ମୋ ହିରୋ'". E News Odia. 19 July 2017. Retrieved 3 October 2017.
  24. "ଚୁଲ୍‌ବୁଲି ଝିଅ, ପତ୍ନୀ ଓ ଶେଷରେ ସ୍ନେହମୟୀ ମାଆ ଭୂମିକାରେ ଝିଲିକ୍‌!". sambad.in. 22 October 2017. Retrieved 24 October 2017.
  25. "ଦୀପାବଳି ବା କାଳୀ ପୂଜା ବଜାରରେ ହଇଚଇ ମଚେଇବାକୁ ଅପେକ୍ଷା କରିଛି ଓଡ଼ିଆ ଚଳଚ୍ଚିତ୍ର ତୁ ମୋ ହିରୋ". E News ଓଡ଼ିଆ. 18 October 2017. Retrieved 25 October 2017.
  26. "ନୂଆବର୍ଷର ନୂଆଯୋଡ଼ି 'ହାପି ଲକି'". ସମାଜ. 3 December 2017. Retrieved 7 December 2017.[permanent dead link]
  27. "ସାବାସ୍ ସସ୍ମିତା". ସମାଜ. 4 February 2018. Retrieved 7 February 2018.[permanent dead link]
  28. "ମିହିରଙ୍କ ଭାତୁଡ଼ି". ସମାଜ. 17 December 2017. Retrieved 17 December 2017.[permanent dead link]
  29. "ହାପି ଲକି". ସମାଜ. 21 January 2018. Retrieved 24 January 2018.[permanent dead link]
  30. "ଏହି ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ପପୁଲାର୍‌". sambad.in. 15 February 2018. Retrieved 17 February 2018.
  31. "ଚର୍ଚ୍ଚାରେ ଯୋଡ଼ି". ସମାଜ. 15 April 2018. Retrieved 15 April 2018.[permanent dead link]
  32. "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 24 September 2020. Retrieved 4 January 2019.
  33. "'ବିଭ୍ରାନ୍ତ'ର ଟ୍ରେଲର". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.

ବାହାର ଆଧାର ସମ୍ପାଦନା