ନମ୍ରତା ଦାସ

ଓଡ଼ିଆ ଅଭିନେତ୍ରୀ

ନମ୍ରତା ଦାସ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ।[୧] ଓଡ଼ିଆ କଥାଚିତ୍ର ଜଗତରେ ସେ ଡଲି ଅପା ନାମରେ ମଧ୍ୟ ପରିଚିତ । ୧୯୭୩ ମସିହାରେ ନମ୍ରତା ଓଡ଼ିଆ ଚଳଚ୍ଚିତ୍ର ଧରିତ୍ରୀରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ କନକଲତା, କୃଷ୍ଣ ସୁଦାମା, ବଳିଦାନ, ରାମାୟଣ, କାବେରୀ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ନମ୍ରତା ଦାସ
Namrata Das.jpg
ଜନ୍ମ ଓ ଜନ୍ମସ୍ଥାନ
ନମ୍ରତା ଦାସ

(1967-04-03) ୩ ଅପ୍ରେଲ ୧୯୬୭ (ବୟସ ୫୫)
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୧୯୭୩ରୁ- ଏବେଯାଏଁ
ବାପା ବୋଉଅକ୍ଷୟ କୁମାର ଦାସ, ବିଷ୍ଣୁପ୍ରିୟା ଦାସ
ସମ୍ପର୍କୀୟମନସ୍ୱିନୀ(ଭଉଣୀ)

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ନମ୍ରତା କେନ୍ଦ୍ରାପଡ଼ା ଜିଲ୍ଲାର ଅଳପୁଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜେଜେବାପା ଜଣେ ଜମିଦାର ଥିଲେ । ନମ୍ରତାଙ୍କର ଜଣେ ବଡ଼ ଭଉଣୀ ଥିଲେ ଏବଂ ତାଙ୍କ ତଳେ ଛୋଟ ଭାଇଟିଏ ଥିଲା । ପିଲାଦିନରୁ ତାଙ୍କ ମାଆ ମୃତ୍ୟୁବରଣ କରିବା ପରେ ତାଙ୍କ ବାପା ଆଉ ଥରେ ବିବାହ କରିଥିଲେ । ସାବତ ମାଆଙ୍କର ତିନୋଟି ଝିଅ ଏବଂ ଗୋଟିଏ ପୁଅ ହେଇଥିଲା । ଏହାର କିଛିଦିନ ପରେ ତାଙ୍କର ବାପାଙ୍କର ମୃତ୍ୟୁ ହୋଇଥିଲେ । ସେତେବେଳକୁ ନମ୍ରତାଙ୍କର ବଡ଼ ଭଉଣୀଙ୍କର ବିବାହ ହୋଇସାରିଥିଲା, ତେଣୁ ଘର ସମ୍ଭାଳିବାକୁ ନମ୍ରତା ଅଭିନୟକୁ ନିଜର ନିଶା ସ‌ହ ପେଶା ଭାବରେ ବାଛି ନେଇଥିଲେ ।

ନମ୍ରତା ତାଙ୍କର ଗାଆଁରେ ବିଦ୍ୟାଳୟ ସ‌ହ ମହାବିଦ୍ୟାଳୟ ଶିକ୍ଷା ମଧ୍ୟ ଶେଷ କରିଥିଲେ । ତାଙ୍କ ବାପା କଟକରେ ଚାକିରୀ କରିଥିବାରୁ ପରେ ପରେ ସେମାନଙ୍କର ପରିବାର କଟକ‌କୁ ସ୍ଥାନାନ୍ତର ହୋଇଯାଇଥିଲା । ନମ୍ରତା ବିବାହ କରିନାହାନ୍ତି ।[୨] ସେ ତାଙ୍କର ବଡ଼ ଭଉଣୀଙ୍କର ଝିଅକୁ ନିଜର ଝିଅ କରିଥିଲେ ।

ଅଭିନୟ ଜୀବନସମ୍ପାଦନ କରନ୍ତୁ

ନମ୍ରତା ଦେବୀ କଥାଚିତ୍ର, ମଞ୍ଚ, ବେତାର ଓ ଦୂରଦର୍ଶନରେ ଅଭିନୟ କରିଛନ୍ତି । ୯/୧୦ବର୍ଷ ବୟସରୁ ସେ ସ୍କୁଲ ନାଟକରେ ଅଭିନୟ ଆରମ୍ଭ କରିଥିଲେ । ବାପା ଓ ବଡ଼ ଭଉଣୀ ମନସ୍ୱିନୀଙ୍କ ପ୍ରେରଣା ତାଙ୍କୁ ଅଭିନୟକୁ ବୃତ୍ତି ଭାବରେ ଆବୋରୀ ନେବାରେ ସହାୟକ ହୋଇଥିଲା । କଟକ କଳାବିକାଶ କେନ୍ଦ୍ରରେ ସେ ଦୁଷ୍ମନ୍ତ-ଶକୁନ୍ତଳା ନାଟକରେ ଶକୁନ୍ତଳା ଭୂମିକାରେ ଅଭିନୟ କରୁଥିଲେ । ସେହି ନାଟକର ଦର୍ଶକ ଭାବରେ ଥିଲେ ପ୍ରଯୋଜକ ଧୀର ବିଶ୍ୱାଳ ଓ ଚିତ୍ରପୁରୀ ପତ୍ରିକାର ସମ୍ପାଦକ ବସନ୍ତ ପଟ୍ଟନାୟକ । ନମ୍ରତାଙ୍କ ଅଭିନୟ ପଟୁତା ଦେଖି, ଧୀର ବିଶ୍ୱାଳ ତାଙ୍କୁ ଧରିତ୍ରୀ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ଓ ସେଠାରୁ ତାଙ୍କର ସିନେମା ଅଭିନୟ ଆରମ୍ଭ ହୋଇଥିଲା । ଏଯାବତ ସେ ୫ଶହରୁ ଉର୍ଦ୍ଧ୍ୱ ଓଡ଼ିଆ କଥାଚିତ୍ର, ୧ହଜାରରୁ ଉର୍ଦ୍ଧ୍ୱ ମଞ୍ଚନାଟକ ତଥା ବେତାର ଓ ଦୂରଦର୍ଶନ ପାଇଁ ଅନେକ ଧାରାବାହିକରେ ଅଭିନୟ କରିସାରିଛନ୍ତି ।[୩]

ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୭୩ ଧରିତ୍ରୀ
କନକଲତା
୧୯୭୬ କୃଷ୍ଣ ସୁଦାମା
୧୯୭୮ ପ୍ରିୟତମା
ବଳିଦାନ
୧୯୮୦ ରାମାୟଣ କୌସଲ୍ୟା
ଅନୁରାଧା
୧୯୮୧ ଅକ୍ଷି ତୃତୀୟା
୧୯୮୨ ଅଷ୍ଟରାଗ
୧୯୮୩ କାବେରୀ ପାର୍ବତୀ
୧୯୮୭ ତୁଣ୍ଡ ବାଇଦ ଟିମାର ମାଆ
୧୯୮୮ ବୋହୂ ହେବ ଏମିତି
୧୯୮୯ ପଞ୍ଚୁ ପାଣ୍ଡବ
୧୯୯୦ ପରଦେଶୀ ଚଢ଼େଇ
୧୯୯୨ ପଞ୍ଜୁରୀ ଭିତରେ ସାରୀ ବୀଣାର ସମ୍ପର୍କୀୟା
ମାଆ
୧୯୯୩ ଭାଗ୍ୟ ହାତେ ଡୋରି ଆଲୋକର ମାଆ
୧୯୯୪ ଗଢ଼ି ଜାଣିଲେ ଘର ସୁନ୍ଦର ରଞ୍ଜୁର ମାଆ
ସୁନା ଭାଉଜ ଶୋଭା
ଭାଇ ହେଲା ଭଗାରି ବୀଣା
୧୯୯୫ ସୁନା ପଞ୍ଜୁରି
ରକତ କହିବ କିଏ କାହାର ରୂପାର ମାଆ
୧୯୯୬ ସକଳ ତୀର୍ଥ ତୋ ଚରଣେ ଅମରର ମାଆ
୧୯୯୭ ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୁର
ଲକ୍ଷେ ଶିବ ପୂଜି ପାଇଛି ପୁଅ
ଗଙ୍ଗା ଯମୁନା ସୂର୍ଯ୍ୟର ମାଆ
୧୯୯୮ ସ୍ତ୍ରୀ ସାଗରର ମାଆ
ରୂପା ଗାଁର ସୁନାକନିଆଁ
୧୯୯୯ ଶୋଳ ଶୁକ୍ରବାର
ପୁଅ ଭାଙ୍ଗିଦେଲା ସୁନା ସଂସାର
ମାଆ ଗୋଜବାୟାଣୀ ଶାନ୍ତିର ଶାଶୁ
ଧର୍ମ ନିକିତି ଯଶୋଦା
ପବିତ୍ର ବନ୍ଧନ ସାବିତ୍ରୀ
କଳ୍କୀ ଅବତାର
୨୦୦୦ ବାବୁ ପର୍ଶୁରାମ
୨୦୦୧ ମୋ କୋଳ ତୋ ଝୁଲଣା
ଗାରେ ସିନ୍ଦୂର ଧାରେ ଲୁହ
ଧର୍ମ ଦେବତା
୨୦୦୨ ସେଇ ଝିଅଟି
ରହିଛି ରହିବି ତୋରି ପାଇଁ ରାକେଶର ମାଆ
ଧର୍ମ ସ‌‌ହିଲେ ହେଲା
ସିନ୍ଦୂର ନୁହେଁ ଖେଳଘର
୨୦୦୩ ବିଧାତା
ସତ ମିଛ
ଏଇଠି ସ୍ୱର୍ଗ ଏଇଠି ନର୍କ
ସାବତ ମାଆ
୨୦୦୪ କଣ୍ଢେଇ ଆଖିରେ ଲୁହ
୨୦୦୬ ଶାଶୁଘର ଚାଲିଯିବି
ଦେ ମା ଶକ୍ତି ଦେ
୨୦୦୭ ମୁଁ ତୋତେ ଲଭ୍ କରୁଛି
ମହାନାୟକ
ଲକ୍ଷ୍ମୀ ପ୍ରତିମା
ଚକା ଚକା ଭଉଁରୀ
କାଳୀ ଶଙ୍କର
୨୦୦୮ ମୋତେ ଆଣିଦେଲ ଲକ୍ଷେ ଫଗୁଣ
୨୦୦୯ ଆରେ ସାଥି ଆ
ଅଭିମନ୍ୟୁ
୨୦୧୦ ତୁ ଥିଲେ ମୋ ଡର କାହାକୁ
ତୋ ଆଖିରେ ମୁଁ ଲକ୍ଷ୍ମୀ
ପ୍ରେମ ଅଢ଼େଇ ଅକ୍ଷର
୨୦୧୧ ଏ ମନ ଖୋଜେ ମନଟିଏ
ମନେ ରହିବ ଏ ପ୍ରେମ କାହାଣୀ
୨୦୧୨ ରାଜୁ ଆୱାରା ଆକାଶର ମାଆ
୨୦୧୩ ଟାର୍ଗେଟ୍
ହାତ ଧରି ଚାଲୁଥା
ତୁ ମୋ ଦେହର ଛାଇ
କେହି ଜଣେ ଭଲ ଲାଗେରେ
ସନ୍ଦେହି ପ୍ରିୟତମା
ଗଡ଼୍‌ବଡ଼୍
୨୦୧୪ ସିନ୍ଦୂର
ଜୟ ହିନ୍ଦ୍
୨୦୧୫ ଯିଏ ଯାହା କହୁ ମୋର ଢୋ
କିଏ ଦବ ଟକ୍କର
୨୦୧୬ ତୁ କ‌ହିବୁ ନା ମୁଁ

ଅଭିନୀତ ଧାରାବାହିକସମ୍ପାଦନ କରନ୍ତୁ

ଧାରାବାହିକ ଚେନାଲ ଭୂମିକା
ସମ୍ପର୍କ ଡିଡି ଓଡ଼ିଆ
ମା ଡିଡି ଓଡ଼ିଆ
ଗାୟତ୍ରୀ ଇ ଟିଭି ଓଡ଼ିଆ
ଦୁର୍ଗା ତରଙ୍ଗ ଟିଭି ସୂର୍ଯ୍ୟର ଜେଜେମା
ତୋ ଅଗଣାରେ ତୁଳସୀ ମୁଁ ସାର୍ଥକ ଟିଭି ନିଶାର ଜେଜେମା
ତାରା ତାରିଣୀ ତରଙ୍ଗ ଟିଭି ଜେଜେମା

ଆଧାରସମ୍ପାଦନ କରନ୍ତୁ

  1. "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.
  2. "Aparajita: Namrata Das- Story of A Successful Actress". କନ‌କ ନ୍ୟୁଜ. Aug 14, 2016. Retrieved 24 March 2017.
  3. [ଧରିତ୍ରୀ ୨୦/୦୪/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨ "ଧରିତ୍ରୀ ଆଳାପ"]. www.dharitri.com/Bhubaneswar/200417/p12.htm. Retrieved 20 April 2017. {{cite news}}: Check |url= value (help)

ଅଧିକ ତ‌ଥ୍ୟସମ୍ପାଦନ କରନ୍ତୁ