କେନ୍ଦ୍ରାପଡ଼ା ଜିଲ୍ଲା

ଓଡ଼ିଶାର ଏକ ଜିଲ୍ଲା(ତୁଳସୀ କ୍ଷେତ୍ର)

କେନ୍ଦ୍ରାପଡ଼ା ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । କେନ୍ଦ୍ରାପଡ଼ା ଏହାର ପ୍ରଶାସନିକ ମୁଖ୍ୟାଳୟ । କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମା ରାଜ୍ୟ ରାଜଧାନୀଠାରୁ ୮୫ କି.ମି. ଦୁରରେ ଅବସ୍ଥିତ ।

କେନ୍ଦ୍ରାପଡ଼ା
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକେନ୍ଦ୍ରାପଡ଼ା
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୫ଟି ଆସନ
 
Population
 (୨୦୧୧)
 • ଜିଲ୍ଲା୧୪୩୯୮୯୧
 • Density545/km2 (1,410/sq mi)
 • Urban
୮୩୫୪୦
 • Rural
୧୩୫୬୩୫୧
 • ୬ ବର୍ଷରୁ କମ ଶିଶୁ
୧୫୩୪୪୩
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୫୬ xxx
ତାର (ଏସ୍.ଟି.ଡ଼ି)୦୬୭୮୨
ଯାନବାହାନ ପଞ୍ଚୀକରଣOD-29
ଜିଲ୍ଲାପାଳଦେବେନ୍ଦ୍ର ପ୍ରସାଦ ଦାସ
WebsiteOfficial website

ଇତିହାସ

ସମ୍ପାଦନା

ଐତିହ୍ୟ ବିମଣ୍ଡିତ କେନ୍ଦ୍ରାପଡ଼ା ଜିଲ୍ଲା ବା ପ୍ରାଚୀନ ତୁଳସୀକ୍ଷେତ୍ରର ଇତିହାସ ଯେପରି ଘଟଣାବହୁଳ, ସେହିପରି ସୁଦୂରପ୍ରସାରୀ । ଏହି ମାଟିର ପରମ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଙ୍କ ‘କନ୍ଦରାସୁର ଉପାଖ୍ୟାନଙ୍କୁ ନେଇ ଏହାର ନାମ କେନ୍ଦ୍ରାପଡ଼ା ହୋଇଥିବାର ପୌରାଣିକ ତଥ୍ୟକୁ ବାଦ ଦେଲାପରେ ଅନେକ ପଲ୍ଲୀ ବା ଗ୍ରାମର ମଧ୍ୟସ୍ଥଳ ଭାବରେ ଏହାକୁ ପୂର୍ବେ ‘କେନ୍ଦ୍ରପଲ୍ଲୀ’ କୁହାଯାଉଥିବାର ଐତିହାସିକ ପ୍ରମାଣନୁଯାୟୀ ଏହାକୁ କେନ୍ଦ୍ରାପଡ଼ା କୁହାଯାଇଥାଏ ବୋଲି ବିଜ୍ଞ ଓ ଗବେଷକମାନେ ମତ ପୋଷଣ କରିଥାଆନ୍ତି ।

ଶ୍ରୀ ବଳଦେବ ମହାପ୍ରଭୁଙ୍କୁ ବାଦ ଦେଲାପରେ କେନ୍ଦ୍ରାପଡ଼ା ଥିଲା ପ୍ରାଚୀନ ନୌବାଣିଜ୍ୟର ଗନ୍ତାଘର । କେନ୍ଦ୍ରାପଡ଼ା ଅନ୍ତର୍ଗତ ତତ୍କାଳୀନ କନିକା ରାଜ୍ୟର ‘ମାଈପୁର’ ବା ସାଂପ୍ରତିକ ‘ମୟୁରୀ ଗାଁକୁ ଐତିହାସିକ ଟଲେମୀ ‘ମୟୀଡ଼େରା’ ବନ୍ଦର ଭାବରେ ଚିତ୍ରଣ କରି ଅଛନ୍ତି । ଏହି କନିକାରେ ପୁରାତନକାଳରେ ‘ହୀରା’ ମିଳୁଥିବାର ପ୍ରମାଣ ମଧ୍ୟ ଉକ୍ତ ବିବରଣୀରୁ ମିଳିଥାଏ । ଏହାଛଡା ପୂର୍ବଦିଗ ସମୁଦ୍ର ଉପକୂଳରେ ଅବସ୍ଥିତ ଜମ୍ବୁ ଦୀପ, କଳଦୀପ (କୋକିଳଦୀପ) ବା ସାତଭାୟା ଥିଲା ସେ ସମୟର ମୁଖ୍ୟ ବାଣିଜ୍ୟକେନ୍ଦ୍ର ବା ବନ୍ଦର । ଏହି ସାତଭାୟାର ବାଣିଜ୍ୟକୁ କେନ୍ଦ୍ର କରି ସୃଷ୍ଟି ହୋଇଛି ‘ତଅପୋଇ’ କାହାଣୀ । ନୌବାଣିଜ୍ୟର କେନ୍ଦ୍ର ଭାବରେ ପଟ୍ଟାମୁଣ୍ଡାଇ (ପଟ୍ଟାମୁଣ୍ଡାଇ), ବୋଇତରକୁଦ (ବୋଇତାଳପାଟ – ଉତିକଣ), ଚାନ୍ଦୋଳ ଓ ଗରାପୁର ଆଦି ସ୍ଥାନର ନାମ ଇତିହାସ ପୃଷ୍ଠାରେ ଉଲ୍ଲେଖଯୋଗ୍ୟ।ପରବର୍ତ୍ତୀ ସମୟରେ ଇଂରେଜ ସରକାରଦ୍ୱାରା ୧୮୨୬ ଖ୍ରୀ॰ଅ ମେ ମାସ ୨୪ ତାରିଖରେ ପ୍ରତିଷ୍ଠା ହୋଇଥିଲା ପ୍ରଥମ ବତୀଘର ଓ ଫଲ୍ସ ପଏଣ୍ଟ ବନ୍ଦର । ୧୮୬୯ ମସିହା ମେ ୨୬ ତାରିଖରେ ଓଡ଼ିଶାର ସର୍ବପ୍ରଥମ ନୌଚାଳନାକ୍ଷମ ‘କେନ୍ଦ୍ରାପଡ଼ା କେନାଲ’ ଖୋଲାଯାଇ ଏହି ବନ୍ଦର ସହିତ ସଂଯୋଗ କରାଯାଇଥିଲା । ଏହି ବନ୍ଦର ନିକଟସ୍ଥ ଜମ୍ବୁ ଅଞ୍ଚଳରେ ସରକାର ପ୍ରତିଷ୍ଠା କରିଥିଲେ ୧୮୬୧ ମସିହାରେ ଓଡ଼ିଶାରେ ପ୍ରଥମ ଡାକଘର ।

ପ୍ରାଚୀନ କେନ୍ଦ୍ରପଡ଼ାରେ ଥିଲା ତିନିଗୋଟି ରାଜ୍ୟ ଯଥା – କୁଜଙ୍ଗ, ଆଳି ଓ କନିକା । କୁଜଙ୍ଗ ରାଜବଂଶରେ ଷଣ୍ଢବଂଶୀୟ,ଆଳି ରାଜବଂଶରେ ଦେବବଂଶୀୟ ଓ କନିକା ରାଜବଂଶରେ ଭଞ୍ଜ ବଂଶୀୟ ନରପତିମାନେ ଶାସନ କରୁଥିଲେ । କନିକା ରାଜବଂଶର ଅପରାଜୟ ସ୍ୱାଧୀନଚେତା ରାଜା ବଳଭଦ୍ରଭଞ୍ଜ ଓ କୁଜଙ୍ଗର ଦୁର୍ଦାନ୍ତ ଷଣ୍ଢ ରାଜା ଚନ୍ଦ୍ରଧ୍ୱଜଷଣ୍ଢ ସର୍ବପ୍ରଥମେ ମିଳିତ ଭାବେ ହରିଶପୁର ରାଜା ନୀଳକଣ୍ଠ ମଙ୍ଗରାଜଙ୍କ ସହ ହାତ ମିଳେଇ ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଆଳି ରାଜା ନୀଳକଣ୍ଠ ଦେବଙ୍କଦ୍ୱାରା ବର୍ତ୍ତମାନର ପ୍ରସିଦ୍ଧ ଆଳି ଶ୍ରୀ ଶ୍ରୀ ବରାହଜିଉଙ୍କ ମନ୍ଦିର ନିର୍ମିତ ହୋଇଥିବା ସମୟରେ କନିକା ରାଜା ବଳଭଦ୍ରଭଞ୍ଜ ରିଘାଗଡର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଓ କେରଡାଗଡର ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ଏହି କେରଡାଗଡରେ ଜନ୍ମ ନେଇଥିଲେ ଦୁଇ ମହାନ ସନ୍ଥ ନାମାଚାର୍ଯା ବାୟାବାବା ଓ ଶୂନ୍ୟବାଦୀ ପୁରୁଷ କ୍ଷେତ୍ରବାସୀ ବାବା, କୁଜଙ୍ଗ ନରେଶ ଅନନ୍ତ ନରେନ୍ଦ୍ର ସାମନ୍ତ କୁଜଙ୍ଗର ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ।

ଉନ୍ନବିଂଶ ଶତାବ୍ଦୀର ଓଡ଼ିଶା ଇତିହାସ ପୃଷ୍ଠାରେ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଅଛି । ଓଡ଼ିଶାରେ ସଂଗଠିତ ନଅଙ୍କ ଦୁର୍ଭିକ୍ଷ ସମୟରେ କେନ୍ଦ୍ରାପଡ଼ାର ଖ୍ୟାତନାମା ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ଅକୁଣ୍ଠ ଚିତ୍ତ ସମଗ୍ର ଓଡ଼ିଶା ଲୋକଙ୍କୁ ଯେପରି ଭାବରେ ବୀନା ମୂଲ୍ୟରେ କ୍ଷ୍ଯୁଦାର୍ତ ଲୋକମାନଙ୍କୁ ମାସ ମାସ ଧରି ଆହାର ଯୋଗେଇ ଥିଲେ, ତାହା ସବୁଦିନ ପାଇଁ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ । ଉଲ୍ଲେଖ ଅଛି ଯାଜପୁର ପାଇଁ ରାଧାଶ୍ୟାମ ନରେନ୍ଦ୍ର ୭୫ ହଜାର ମହଣ ଧାନ ବୀନା ମୂଲ୍ୟରେ, ଆଦି ନେତା ବିଚିତ୍ରାନନ୍ଦ ଦାସଙ୍କ ଅନୁରୋଧରେ ଦାନ କରିଥିଲେ । ଏଥିପାଇଁ ଦିଲ୍ଲୀ ଦରବାର ଓ କଟକରେ ଉପସ୍ଥିତ ସମସ୍ତ ରାଜାମାନଙ୍କ ସମ୍ମୁଖରେ ରାଧାଶ୍ୟାମ ନରେନ୍ଦ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଏହି ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସା ଥିଲେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତରାୟ । ସେ ୧୭୮୫ ମସିହାରେ ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସୀ ବା ସଦାଶିବ ଜାଣ। (ନରେନ୍ଦ୍ରଙ୍କ ପିତା) ଓ ଭଗ୍ନୀ ବିମଳା ଦେବୀଙ୍କୁ ବିବାହ କରିଥିଲେ । ରାଧାଶ୍ୟାମ ନରେନ୍ଦ୍ରଙ୍କ ଜ୍ୟଷ୍ଠା ଭଗ୍ନୀ ସୁଲକ୍ଷଣାଙ୍କୁ କୁଜଙ୍ଗ ଷଣ୍ଢ ରାଜା ଚନ୍ଦ୍ରଧ୍ୱଜ ଷଣ୍ଢ ବିବାହ କରିଥିଲେ । ଏହି ଚନ୍ଦ୍ରଧ୍ୱଜ ଷଣ୍ଢଙ୍କର ନାତି ଜଗନ୍ନାଥ ବୀରବରଙ୍କ ପୋଷ୍ୟ ପୁତ୍ର ଥିଲେ କୁଜଙ୍ଗ ଗାନ୍ଧୀ ନାରାୟଣ ବୀରବର ସାମନ୍ତ । ରାଧାଶ୍ୟାମ ନରେନ୍ଦ୍ରଙ୍କ ଜମିଦାରୀ ମଧ୍ୟରେ ରହିଥିଲେ ଲଳିତଗିରି, ଉଦୟଗିରି ଓ ରତ୍ନଗିରି । ଏହି ଅଞ୍ଚଳଗୁଡ଼ିକ ତତ୍କାଳୀନ ‘ଅଳତୀ ପ୍ରଗଣା’ ଭୁକ୍ତ ହୋଇଥିଲା । ରାଧାଶ୍ୟାମ ନରେନ୍ଦ୍ରଙ୍କ ତାଙ୍କ ଜମିଦାରୀ ଅଞ୍ଚଳ ମଧ୍ୟରୁ ଓଳାସୁଣୀ ପାହାଡକୁ ସାଧୁ ଅରଖିତଙ୍କୁ ଦାନକରି ତାଙ୍କ ନାମରେ ଉଇଲ କରିନେଇଥିଲେ । ନରେନ୍ଦ୍ର କନିକା ରାଜା ବିନାୟକଭଞ୍ଜଙ୍କ ମୁରବୀ ଭାବରେ ଅଧିଷ୍ଠିତ ହୋଇ କନିକା ରାଜା ବଂଶକୁ ସୁରକ୍ଷା ପ୍ରଦାନ କରିଥିଲେ ।

ଉନ୍ନବିଂଶ ଶତାବ୍ଦୀରେ, ଯେଉଁ ସମୟରେ ଓଡ଼ିଆ ଭାଷା ବଙ୍ଗବାସୀଙ୍କ ଦ୍ୱାରାକବଳିତ,ସେହି ସମୟରେ ଓଡ଼ିଆ ଭାଷାକୁ ପାଥେୟ କରି ବଡ଼କୋଠା ମଧ୍ୟସ୍ଥ ରଙ୍ଗ ମହଲରେ ଓଡ଼ିଆ ସଂଗୀତର ଆସର ତୋଳୁଥିଲେ – ସଙ୍ଗୀତଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ । ଏଠାରେ ସମ୍ମିଳିତ ହେଉଥିଲେ ଭାରତର ଶ୍ରେଷ୍ଠ ସଙ୍ଗୀତଜ୍ଞ, ବଡ଼ ଗୋଲମ ଅଲ୍ଲୀ, ରୋସ୍ନାରା ବେଗମ, ହାଫିଜ ଅଲ୍ଲୀ ଖାଁ, ରାୟଚାନ୍ଦ ବରାଳ ଇତ୍ୟାଦି । ଏହି ଆସର ସହିତ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ହୋଇଥିଲେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇ ହରିଚନ୍ଦନସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ । ୧୮୯୯ ମସିହାରେ ସର୍ବ ପ୍ରଥମେ ସଙ୍ଗୀତ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ ରେକର୍ଡିଂ କରିଥିଲେ ଓଡ଼ିଆ ସଙ୍ଗୀତ ‘ସଜନିରେ …. ସଜନି। ବାଣୀକଣ୍ଠ ଥିଲେ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ପୁତୁରା ଓ ବୃନ୍ଦାବନ ହରିଚନ୍ଦନଙ୍କ ପୁତ୍ର ଓ ପୁରୀ ବାଳକଟୀ ଗ୍ରାମର ବାଳକୃଷ୍ଣ ଦାସ ଥିଲେ ଗୋକୁଳ ଶ୍ରୀଚନ୍ଦଙ୍କର ଶିଷ୍ୟ ।ବିଂଶ ଶତାବ୍ଦୀର ଇତିହାସ ପୃଷ୍ଠାରେ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଅଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ କେନ୍ଦ୍ରପାଡ଼ାର ବରେଣ୍ୟ ନେତା ଯଦୁମଣି ମଙ୍ଗରାଜ ,ନାରାୟଣ ବୀରବର ସାମନ୍ତ,ପୀତାମ୍ବର ଜଗଦେବ ,ଆଶାଦୁଲ୍ଲା,ଅମର ଚାଟାର୍ଜୀ,ଆଳିର ଗାନ୍ଧୀ ସହଦେବ ପ୍ରଧାନ ଆଦି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏମାନଙ୍କ ଆହ୍ୱାନରେ ଗାନ୍ଧୀଜୀ କେନ୍ଦ୍ରାପଡ଼ାକୁ ପଦଯାତ୍ରା କରିଥିଲେ ।ହରିଜନ ପଦଯାତ୍ରା ବେଳେ ବହୁ ସଂଖ୍ୟକ ନାରୀମାନେ ମଧ୍ୟ ଏଥିରେ ଭାଗନେଇଥିଲେ ।

ଶିକ୍ଷା କ୍ଷେତ୍ରରେ କେନ୍ଦ୍ରାପଡ଼ା ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଅନେକ ଆଗରେ ରହିଛି । ୧୮୪୪ ମସିହାରେ ସର୍ବ ପ୍ରଥମେ ଓଡ଼ିଶାର (କଟକ ସହର ନୁହେଁ) ହରିପୂର,ରେମୁଣା,କେନ୍ଦ୍ରାପଡ଼ାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।୧୮୬୩ ମସିହାରେ ଏହି ବିଦ୍ୟାଳୟ ମଧ୍ୟ ଇଂରାଜୀ ଓ ୧୮୮୩ ମସିହାରେ ତତ୍କାଳୀନ ଏସଡିଓ କୀର୍ତିଗୋବିନ୍ଦ ଗୁପ୍ତଙ୍କଦ୍ୱାରା ଉଚ ବିଦ୍ୟାଳୟରେ ପରିଚିତ ହୋଇଥିଲା ।ବିଶିଷ୍ଟ ଶିକ୍ଷାବିତ ଜାମାଲଉଦ୍ଦୀନ ଓ ପଲ୍ଲୀକବି ନନ୍ଦକିଶୋର ବଳ ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଥିଲେ।ଏହାପରେ ୧୮୯୩ ମସିହାରେ କେନ୍ଦ୍ରାପଡ଼ା ସହରରେ ନାରୀଶିକ୍ଷାର ପ୍ରସାର ପାଇଁ ଫ୍ରେଜର ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।

୧୮୯୩ ମସିହାରେ ,ସର୍ବ ପ୍ରଥମେ କେନ୍ଦ୍ରାପଡ଼ାରେ ଏକ ସର୍ବସାଧାରଣ ପାଠାଗାର ସ୍ଥାପିତ ହୋଇଥିଲା,ଏହାର ନାମ ତତ୍କାଳୀନ ଥିଲା ‘ନରେନ୍ଦ୍ର ପାଠାଗାର’ ମାତ୍ର ମହାରାଣୀ ଭିକ୍ଟୋରିଆଙ୍କ ଜନ୍ମ ଜୟନ୍ତୀରେଏହାର ନାମ ‘ଡାଏମଣ୍ଡଯୁବଲୀ ଲାଇବ୍ରେରୀ’ ହୋଇଥିଲା । ସ୍ୱାୟତ ଶାସନ ପ୍ରସଙ୍ଗରେ ସର୍ବପ୍ରଥମେ କେନ୍ଦ୍ରାପଡ଼ାରେ ତା ୧୦.୦୩.୧୮୬୯ ମସିହାରେ ମୁନିସିପାଲିଟି ସ୍ଥାପିତ ହୋଇଥିଲା । ଏହି ପୌରସଂସ୍ଥା ଓଡ଼ିଶାର ସର୍ବପ୍ରଚୀନ ଓ ସର୍ବପ୍ରଥମ ପୌରସଂସ୍ଥା ଭାବରେ ନମିତା ହୋଇଛି । କଟକ ଗେଜେଟିୟରରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜ୍ୟର ପୂର୍ବ ଭାଗରେ ଅବସ୍ଥିତ ଓ ଏହା ୨୦°୨୦' ଉ.ରୁ ୨୦°୩୭' ଉ. ଅକ୍ଷାଂଶ ଓ ୮୬°୧୪' ପୂ.ରୁ ୮୭°୦୧' ପୂ. ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ବେଳାଭୂମି ୮୯ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଯାହା ଧାମରା ମୁହାଣରୁ ବତୀଘର ଯାଏଁ ବ୍ୟାପିଅଛି ।

 
sunset at gobindpur

କେନ୍ଦ୍ରାପଡ଼ା ଜିଲ୍ଲାର

ଜନସଂଖ୍ୟା

ସମ୍ପାଦନା

୨୦୧୧ ଜନଗଣନା[] ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୩୯,୮୯୧ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୫୬,୩୫୧ ଓ ସହରାଞ୍ଚଳରେ ୮୩,୫୪୦ ଲୋକ ବାସ କରନ୍ତି []

  • ପୁରୁଷ: ୭,୧୭,୬୯୫
  • ମହିଳା: ୭,୨୨,୧୯୬
    • ଛ ବର୍ଷରୁ କମ: ୧,୫୩,୪୪୩
  • ସାକ୍ଷରତା ହାର ୮୫.୯୩%
    • ପୁରୁଷ: ୯୨.୪୫%
    • ମହିଳା: ୭୯.୫୧%

ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ପ୍ରତିନିଧି

ସମ୍ପାଦନା
  • ନିତ୍ୟାନନ୍ଦ କାନୁନଗୋ: ୧୯୫୨
  • ସୁରେନ୍ଦ୍ରନାଥ  ଦ୍ୱିବେଦୀ: ୧୯୫୭, ୧୯୬୨ ଓ ୧୯୬୭
  • ସୁରେନ୍ଦ୍ର ମହାନ୍ତି: ୧୯୭୧
  • ବିଜୁ ପଟ୍ଟନାୟକ: ୧୯୭୭, ୧୯୮୦ ଓ ୧୯୮୪
  • ଶରତ କୁମାର ଦେବ: ୧୯୮୫
  • ରବି ରାୟ: ୧୯୮୯ ଓ ୧୯୯୧
  • ଶ୍ରୀକାନ୍ତ ଜେନା: ୧୯୯୬
  • ପ୍ରଭାତ କୁମାର ସାମନ୍ତରାୟ : ୧୯୯୮ ଓ ୧୯୯୯
  • ଅର୍ଚ୍ଚନା ନାୟକ: ୨୦୦୪
  • ବୈଜୟନ୍ତ ପଣ୍ଡା: ୨୦୦୯ ଓ ୨୦୧୮
  • ଅନୁଭବ ମହାନ୍ତି:୨୦୧୯

ପ୍ରାୟ ୧୨ ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ ୭ଲକ୍ଷ ଭୋଟର ମତଦାନ କରନ୍ତି ।


ଅବସ୍ଥିତ

ସମ୍ପାଦନା

ମୁଖ୍ୟନଦୀ

▪️ବ୍ରାହ୍ମଣୀ ▪️ମହାନଦୀ ▪️ହଂସୁଆ ▪️ଲୁଣା ▪️କରାଣ୍ଡିଆ ▪️ପାଇକା ▪️ଚିତ୍ରତ୍ତ୍ୱଳା ▪️ଗୋବରୀ ▪️ପାଟଶାଳା ନଦୀ

ବଙ୍ଗୋପସାଗର ବେଷ୍ଟୀତ ଏହି ଅଞ୍ଚଳ ସର୍ବଦା ବାତ୍ୟା ଓ ବନ୍ୟା ପ୍ରପିଡିତ । ଶୀଳ୍ପ ବିହୀନ ଅଞ୍ଚଳରେ ଏବେ ଜାହଜ ନିର୍ମାଣ କାରଖାନା କରିବାକୁ ଶିଳ୍ପପତିମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ପରିବେଶବିତମାନେ ଜୈବ ବିବିଧତା ନଷ୍ଟ ଆଳରେ ବିରୋଧ କରୁଛନ୍ତି । [] ମାଛ, ଚିଙ୍ଗୁଡିଧରା ଓ ରପ୍ତାନି ଏଠାରେ ମୁଖ୍ୟ ବ୍ୟବସାୟ ।

ଆଳିକେନ୍ଦ୍ରାପଡ଼ାରାଜକନିକାପଟ୍ଟାମୁଣ୍ଡାଇମାର୍ଶାଘାଇରାଜନଗରଡେରାବିଶିଗରଦପୁରମହାକାଳପଡ଼ା

ଗମନାଗମନ

ସମ୍ପାଦନା

କେନ୍ଦ୍ରାପଡ଼ା ସହରକୁ ଗମନା ଗମନ ପାଇଁ ସଡକ ପଥ ହିଁ ଏକମାତ୍ର ପନ୍ଥା । ଭୁବନେଶ୍ୱର ଓ କଟକରୁ ବସଦ୍ୱାରା ଯଥାକ୍ରମେ ତିନି ଓ ଦୁଇ ଘଂଟାରେ ପହଂଚି ହେବ।ଭଦ୍ରକରୁ ଭାୟା ଚାନ୍ଦବାଲି ରାଜ୍ୟ ରାଜପଥଦ୍ୱାରା ଆସିପାରିବେ। ଏହାବାଦ ବନ୍ଦର ସହର ପାରାଦୀପରୁ ଏକ ଘଣ୍ଟା ମଧ୍ୟରେ ପହଂଚି ହେବ ।

ପର୍ଯ୍ୟଟନ ସ୍ଥଳ

ସମ୍ପାଦନା
 
କେନ୍ଦ୍ରାପଡ଼ାର ରାଜକନିକା ରାଜପ୍ରାସାଦ
 
ବଳଦେବଜୀଉ ଦେଉଳ, ଇଚ୍ଛାପୁର

'କେନ୍ଦ୍ରାପଡ଼ା ଜିଲ୍ଲା'ରେ ରାଜ୍ୟସରକାରଙ୍କଦ୍ୱାରା ମାନ୍ୟତାପ୍ରାପ୍ତ ୧୩ଟି ପର୍ଯ୍ୟଟନ ସ୍ଥଳ ରହିଛି ।[] ସେଥିମଧ୍ୟରୁ କେତେକ ପର୍ଯ୍ୟଟନ ସ୍ଥଳ ହେଉଛି: ଶ୍ରୀ ବଳଦେବଜୀଉ ମନ୍ଦିର, ଗହିରମଥା, ତାଳଚୁଆ ଜେଟୀ, ପେଣ୍ଠ, ବରୁଣେଇ ମୁହାଣ ଇତ୍ୟାଦି


[]

ଶିକ୍ଷା

ସମ୍ପାଦନା

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ

ସମ୍ପାଦନା
  • କେନ୍ଦ୍ରାପଡ଼ା ସ୍ୱଯଂଶାସିତ ମହାବିଦ୍ୟାଳୟ
  • ହୃଦୟାନନ୍ଦ ନାୟକ ସ୍ମାରକୀ ମହାବିଦ୍ୟାଳୟ, ଚାନ୍ଦୋଳ
  • ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା
  • କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା
  • ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ, ପଟ୍ଟାମୁଣ୍ଡାଇ
  • ଆଳି ମହାବିଦ୍ୟାଳୟ, ଆଳି
  • ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ, ରାଜକନିକା
  • ମାର୍ଶାଘାଇ ମହାବିଦ୍ୟାଳୟ, ମାର୍ଶାଘାଇ
  • ଲୋକନାଥ ମହାବିଦ୍ୟାଳୟ, ପାଟକୁରା
  • କରିଲୋପାଟଣା ମହାବିଦ୍ୟାଳୟ, କରିଲୋପାଟଣା
  • କୋରୁଆ ମହିଳା ମହାବିଦ୍ୟାଳୟ, କୋରୁଆ
  • ତାରିଣୀ ମହାବିଦ୍ୟାଳୟ ,ଜୟଚନ୍ଦ୍ରପୁର
  • ବିଜୁ ପଟ୍ଟନାୟକ ମହାବିଦ୍ଯାଳୟ , ଅନ୍ତେଇ
  • ବାୟାବାବା ମହାବିଦ୍ଯାଳୟ , ମହାକାଳପଡା
  • ଚିତ୍ରୋତ୍ପଳା ମହିଳା ମହାବିଦ୍ଯାଳୟ , କୋରୁଆ
  • ଠାକୁର ନିଗମାନନ୍ଦ ମହାବିଦ୍ୟାଳୟ, ବାବର
  • ବ୍ରାହ୍ମଣୀ ମହାବିଦ୍ୟାଳୟ, ଦାଣ୍ଡିସାହି
  • ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, ରାଜନଗର
  • କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ
  • କୋରୁଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋରୁଆ
  • ଗୁଲନଗର ଉଚ୍ଚ ବିଦ୍ୟାଳୟ
  • ବଳଦେବ ଉଚ୍ଚ ବିଦ୍ୟାଳୟ
  • ନିଗମ ସରକାରୀ ଉଚ୍ଚ ବିଦ୍ୟାଳୟ, ଅମେଇପାଳ
  • ସୁଜାନଗର ପ୍ରାଥମିକ ବିଦ୍ୟାଳୟ
  • ନେତାଜୀ ମଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
  • ଦୁଃଶାସନ ରାମପ୍ରସାଦ ଉଚ୍ଚ ବିଦ୍ୟାଳୟ,ଜମ୍ବୁ,ମହାକାଳପଡ଼ା
  • ତଳକୁସୁମା ଗୋବିନ୍ଦପୁର ଉଚ୍ଚବିଦ୍ୟାଳୟ,ତଳକୁସୁମା,ଗରଦପୁର
  • ଚକଡା ଉଚ୍ଚ ବିଦ୍ୟାଳୟ,ଚକଡାଗୋଗୁଆ,ମହାକାଳପଡ଼ା
  1. Census 2011: Odisha: Provisional Population Totals
  2. Census 2011: Odisha: Rural Urban Distribution
  3. "ଆର୍କାଇଭ୍ କପି". Archived from the original on 2013-03-10. Retrieved 2013-02-09. {{cite web}}: Cite has empty unknown parameter: |1= (help)
  4. "ପର୍ଯ୍ୟଟନ ମାନଚିତ୍ରରେ ସାମିଲ ବତିଘର, ହୁକିଟୋଲା". ଧରିତ୍ରୀ. Retrieved 28 November 2016.
  5. Tanaya, Kshirabdhi (2012). "Sakhibata, Kudanagari now in tourism map". dailypioneer.com. Retrieved 18 February 2013. the Baladevjew temple of Kendrapada town, Bhitarkanika National Park in Rajnagar, Barahijew temple in Aul, Dadhibabanjew temple in Pattamundai and Shiva temple in Santhapura were, earlier, placed in the district tourism map

ଅଧିକ ତଥ୍ୟ

ସମ୍ପାଦନା