ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, କଳା, ସଙ୍ଗୀତକୁ ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟକରୁଥିବା ଏକ ଶିକ୍ଷାନୁଷ୍ଠାନ । ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅବସ୍ଥିତ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ।[୧] ଏହି ଅନୁଷ୍ଠାନରେ +୨, +୩ ଓ ବି-ମ୍ୟୁଜିକ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଏ ।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ | |
---|---|
ସ୍ଥାପିତ | ୧୯୬୪ |
ଅଧ୍ୟକ୍ଷ | ତମସାରାଣୀ ଦାସମହାପାତ୍ର |
ଅବସ୍ଥାନ | ଭୁବନେଶ୍ୱର, ଓଡ଼ିଶା, ଭାରତ |
ଇତିହାସ
ସମ୍ପାଦନାଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ୧୯୬୪[୨] ମସିହା ବିଷୁବ ସଂକ୍ରାନ୍ତି ଦିନ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଥିଲା । ବିନା ଅଧ୍ୟକ୍ଷରେ, ଅଳ୍ପ କେତୋଟି ପିଲାଙ୍କୁ ନେଇ, ଭୁବନେଶ୍ୱରର ରବୀନ୍ଦ୍ରମଣ୍ଡପ ପରିସରରେ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା । ପ୍ରତିଷ୍ଠା ହେବାର ୩ ମାସ ପରେ, ଧିରେନ୍ଦ୍ରନାଥ ପଟ୍ଟନାୟକ ଏହି ଅନୁଷ୍ଠାନର ପ୍ରଥମ ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଥିଲେ । ସେ ୧୯୬୬ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଥିଲେ । ୧୯୬୬ ମସିହାରେ ମିନତି ମିଶ୍ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରି ୧୯୯୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୭୫ ମସିହାରେ, ମହାବିଦ୍ୟାଳୟଟି, ନିଜସ୍ୱ କ୍ୟାମ୍ପସକୁ ଆସିଥିଲା । ଆରମ୍ଭରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଅଧିନରେ ଥିବା ଏହି ଅନୁଷ୍ଠାନଟି କ୍ରମେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ୧୯୯୯ ମସିହାରୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧିନକୁ ଯାଇଥିଲା ।[୩]
ଆଧାର
ସମ୍ପାଦନା- ↑ Handbook of Universities. Atlantic Publishers & Dist. 2006. pp. 852–. ISBN 978-81-269-0608-6.
- ↑ http://www.telegraphindia.com/1100709/jsp/orissa/story_12660208.jsp
- ↑ ଧରିତ୍ରୀ ୨୨/୦୭/୨୦୧୪ ପୃଷ୍ଠା ୧୩